ଭୁବନେଶ୍ୱର: ପରୀକ୍ଷା ଘୁ଼ଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। JEE, NEET ସହ ଅନ୍ୟ ସମସ୍ତ କମ୍ପିଟିଟିଭ୍ ପରୀକ୍ଷା ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅମର ପଟ୍ଟନାୟକ। ବର୍ତ୍ତମାନ ସାରା ଦେଶରେ କୋଭିଡ୍ ମହାମାରୀ ଲାଗି ରହିଥିବା ବେଳେ ପରୀକ୍ଷା କରିବା ଲାଗି ସ୍ଥିତି ଅନୁକୁଳ ନଥିବା କହିଛନ୍ତି ସାଂସଦ। କୋଭିଡ୍ ଭଳି ସ୍ଥିତିରେ ଦେଶରେ ଯୋଗାଯୋଗ ବ୍ୟବସ୍ଥା ସଚଳ ହୋଇନାହିଁ। ଏହା ସହ ପରୀକ୍ଷା ସମୟରେ କେନ୍ଦ୍ର ବାହାରେ ଜନଗହଳି […]
ଭୁବନେଶ୍ୱର: ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଆଜି ୯ ଜିଲ୍ଲାକୁ ରେଡ୍, ୧୧ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କାଲି ମଧ୍ୟ ୯ ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲାଗୁଡିକ ହେଲା- ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼। ସେପଟେ ସମୁଦ୍ର ଅଶାନ୍ତ ଥିବାରୁ ୨୭ ତାରିଖ ସୁଦ୍ଧା […]
କଟକ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଦୁର୍ଗାପୂଜା କଟକଣା। ଚଳିତ ବର୍ଷ କୌଣସି ମଣ୍ଡପରେ ହେବନି ଦୁର୍ଗା ପୂଜା। ଲୋକେ ନିଜ ଘର ଭିତରେ ଦୁର୍ଗା ପୂଜା କରିପାରିବେ।କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ OTVକୁ ଏହି ସୂଚନା ଦେଇଛନ୍ତି। ଦୁର୍ଗାପୂଜାକୁ ଅନୁମତି ଦେବା ପାଇଁ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି। ୫ଶହ ବର୍ଷର ପରମ୍ପରାକୁ ଦୃଷ୍ଟିରେ ରଖି ଅନୁମତି ଦେବାକୁ ଆବେଦନ ହୋଇଛି। ସମସ୍ତ କୋଭିଡ କଟକଣା ପାଳନ […]
ଭୁବନେଶ୍ୱର: ଶାଶୁ-ଶ୍ୱଶୁରଙ୍କୁ ଘରୁ ତଡ଼ି ଦେଲେ ବୋହୂ। ରାଜଧାନୀରେ ଶାଶୁ ଶ୍ୱଶୁରଙ୍କ ଉପରେ ବୋହୂର ଅତ୍ୟାଚାର ନୁହେଁ, ବରଂ ଉଭୟଙ୍କୁ ବୋହୂ ଘରୁ କାଢ଼ି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପୀଡ଼ିତ ଶାଶୁ ଶ୍ୱଶୁର। ଏପରିକି କଥା କହିଲା ବେଳେ ନିଜ କୋହକୁ ସମ୍ଭାଳି ପାରୁନାହାନ୍ତି। ଏହି ଦୁଇ ଜଣ ହେଉଛନ୍ତି, ଫକୀର ଚରଣ ମହଲ ଓ ତାଙ୍କ ପତ୍ନୀ । ନିଜ ବୋହୁ ସଂଯୁକ୍ତା ମହଲଙ୍କ ନାଁରେ ନିର୍ଯାତନାର […]
ସମ୍ୱଲପୁର: ବେଆଇନ ଭାବେ କଫସିରପ ନିଶା କାରବାର କରୁଥିବା ଅଭିଯୋଗରେ ସମ୍ୱଲପୁର ଧନୁପାଲି ଥାନା ପୋଲିସ ଓ ସ୍ପେଶାଲ ସ୍ୱାଡ୍ ୪ ଜଣଙ୍କୁ ଗିରଫ କରିଛି। ୪ ଅଭିଯୁକ୍ତଙ୍କ ମଧ୍ୟରୁ ବାପ-ଝିଅ ବି ଅଛନ୍ତି। ସେମାନଙ୍କ ଠାରୁ ୩,୨୮୦ ବୋତଲ କଫ ସିରଫ, ଗୋଟିଏ କାର, ଗୋଟିଏ ଟାଟା ମ୍ୟାଜିକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ମାନଙ୍କ ଘର ସମ୍ୱଲପୁର ସାହୁ କଲୋନି ଓ ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳରେ। କାର୍ଟୁନ୍ରେ ଭର୍ତ୍ତି କଫ ସିରପ ବୋତଲ […]
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏ ନେଇ ୯ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ସୋନପୁର, […]
ବାରିପଦା: ଲଘୁଚାପର ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ୩ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାରିପଦାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର ମଧ୍ୟସ୍ଥ ଜରାଳି ଓ ସରାଳି ନଦୀର ଜଳସ୍ତର ବଢିବାରେ ଲାଗିଛି। ଉଭୟ ନଦୀର ତଳିଆ ଅଞ୍ଚଳରେ ଥିବା ଘରେ ପାଣି ପଶି ଯାଇଛି। ବନ୍ୟାଜଳ ସହରର ୩, ୧୦, ୧୫, ୧୬ ଓ ୧୭ […]
କରୋନାର ଦ୍ୱିତୀୟ ଲହର ନ ସରୁଣୁ ଆଶଙ୍କା କରାଯାଉଛି ଯେ, ହୁଏତ ତୃତୀୟ ଲହର ମଧ୍ୟ ଆସିପାରେ। ଯଦି କରୋନାର ତୃତୀୟ ଲହର ଆସେ, ତେବେ ଏହା ଦ୍ୱିତୀୟ ଲହର ପରି ସେତେଟା ସାଂଘାତିକ ହେବନି ବୋଲି ଆକଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ବିଶେଷଜ୍ଞ ଟିମ୍ ଅନୁସାରେ ଦ୍ୱିତୀୟ ଲହରର ଅଧା ହୋଇପାରେ
ବଣାଇ: ସାରା ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା। ଅଧିକାଂଶ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ପାଣି। ରାସ୍ତା, ନାଳ,ଜୋର ସବୁ ଏକାକାର ହୋଇଯାଇଛନ୍ତି। ଏପରି ସ୍ଥିତିରେ ଏକ କାର ଆସୁଥିବାବେଳେ ପାଣି ସ୍ରୋତରେ ଭାସିଯାଇଛି। ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ। ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ ଜିଲ୍ଲା ବଣାଇ ଜାଙ୍ଗଳା ନିକଟ ସିଆଁଜର ନାଳରେ ୪ ଫୁଟର୍ ପାଣି ପ୍ରବାହିତ ହେଉଛି। ଏହି ସମୟରେ ଏକ କାର ଯାଉଥିଲା ବେଳେ ଭାସିଯାଇଛି । […]
ଫୁଲୁରୀ ତେଲ ଲାଗି ହେବା ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀଜିଉ। ଆଜି ଦଶମୀ ତିଥିରେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେବ ଦଶମୂଳ ମୋଦକ। ରାଜବୈଦ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରିବେ। ଆସନ୍ତାକାଲି ସୋମବାର ଏକଦଶୀ ତିଥିରେ ମହାପ୍ରଭୁଙ୍କୁ ଲାଗି ହେବ ଏହି ଦଶମୂଳ
ଭୁବନେଶ୍ୱର: ମାଆ ଝିଅ ହତ୍ୟା ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ଛତିଶଗଡ ଜେଲରେ ଥିବା ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ ସାଏ ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ଓ ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାୟଗଡ଼ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିବା ସୂଚନା ଦେଇଛନ୍ତି ଅନୁପଙ୍କ ବଡ଼ ଭାଇ। ସୂଚନାଥାଉ କି, ୨୦୧୬ […]
ବ୍ରହ୍ମପୁର: ଅଭିପ୍ସାକୁ ମିଳିଛି ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର। Vocal for Local ଫିଲ୍ମ ଫେଷ୍ଟିଭାଲ୍ ୨୦୨୦ରେ କୃଷ୍ଣଚନ୍ଦ୍ର ସାହୁଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ଅଭିପ୍ସାକୁ ମିଳିଛି ଏହି ସମ୍ମାନ । ସ୍ୱାଧୀନତା ଦିବସରେ ଏହି କ୍ଷୁଦ୍ର ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ଅଭିପ୍ସାକୁ ଏହି ସମ୍ମାନ ମିଳିବା ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷ୍ଣଚନ୍ଦ୍ର ସାହୁ କ୍ଷୁଦ୍ର ଚଳଚ୍ଚିତ୍ର ଅଭିପ୍ସାର ନିର୍ଦ୍ଦେଶନା ଦେଇଥିବା ବେଳେ ସଞ୍ଚିତା ପାତ୍ର ଓ ପ୍ରିତୀ […]
କଟକ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଦୁର୍ଗାପୂଜା କଟକଣା ଜାରି କରାଯାଇଥିଲା । ଚଳିତ ବର୍ଷ କୌଣସି ମଣ୍ଡପରେ ହେବନି ଦୁର୍ଗା ପୂଜା ବୋଲି କୁହାଯାଇଥିଲା। ହେଲେ ନିଜ ଘର ଭିତରେ ଦୁର୍ଗା ପୂଜା କରିପାରିବେ ବୋଲି କଟକ ଜିଲ୍ଲାପାଳ କହିଥିଲେ। ଏହାକୁ ନେଇ କଟକବାସୀଙ୍କ ମଧ୍ୟରେ ବିଷାଦର ଛାଇ ଖେଳି ଯାଇଥିଲା। ଦୁର୍ଗାପୂଜାକୁ ଅନୁମତି ଦେବା ପାଇଁ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ୫ଶହ ବର୍ଷର ପରମ୍ପରାକୁ ଦୃଷ୍ଟିରେ ରଖି […]
ଅବଶ୍ୟ ଭର୍ତ୍ତୃହରିଙ୍କ ସମ୍ପାଦକୀୟରେ କରୋନା ପ୍ରସଙ୍ଗ ନାହିଁ କିନ୍ତୁ, ରାଜନୈତିକ ଦଳରେ ଭିନ୍ନମତକୁ ସମ୍ମାନ ଦେବା ଏବଂ ସମାଲୋଚନାକୁ ସ୍ୱୀକାର କରିବାର ଆବଶ୍ୟକତାକୁ ଗୁରୁତ୍ୱାରୋପ କରାଯାଇଛି। ଦଳରେ ଭିନ୍ନମତ କଣ ନେତା ବିରୋଧୀ?
ବାରିପଦା: ସମସ୍ତେ ଚାହିଁଛନ୍ତି, ଆଖି ଆଗରେ ତାସ୍ ଘର ପରି ଭୁଷୁଡ଼ି ପଡ଼ିଲା ଦୁଇ ମହଲା କୋଠା। ଘରଟି ପୁରା ମାଟିରେ ମିଶି ଯାଇଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ। ଏମିତି ଏକ ଅଘଟଣ ଘଟିଛି ବାରିପଦାରେ ମଧୁବନ ତାଳ ସାହିରେ। ମୟୂରଭଞ୍ଜ ଜିଲ୍ଲାରେ ଗତକାଲିଠାରୁ ଲାଗି ରହିଛି ବର୍ଷା। ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବାବେଳେ ଗୋଟିଏ ଦୁଇମହଲା କୋଠା ଘର ଭୁଷୁଡି ପଡ଼ିଛି। ସୌଭାଗ୍ୟବଶତଃ ଏହି ସମୟରେ ଘରେ କେହି ନ ଥିଲେ […]
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ଅନ୍ ଲାଇନ କ୍ଲାସ ଚାଲିଥିଲେ ମଧ୍ୟ ପିଲାଙ୍କ ପାଠପଢା ବ୍ୟାହତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଛାତ୍ରଛାତ୍ରୀଙ୍କ ସିଲାବସ୍ କମାଇ ଦିଆଯାଇଛି। Odisha School Syllabus Slashed ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଶ୍ରେଣୀର Syllabus କମିଛି। କରୋନା ପାଇଁ ଚଳିତ ବର୍ଷ 30% Syllabus ହ୍ରାସ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା […]
ବାଙ୍କୀ: ବେଡ୍ ରୁମରେ ନାଗ ସାପ। ଗଦି ଭିତରେ ଲୁଚି ଥିଲା ଏହି ବିଷାକ୍ତ ସାପ। ଏହି ଘଟଣା ହେଉଛି କଟକ ଜିଲ୍ଲା ବାଙ୍କୀ ହରିରାଜପୁର ଗାଁର। ଗାଁ’ର ଶରତ ପଣ୍ଡାଙ୍କ ଘରେ ସାପ ପ୍ରବେଶ କରିବା ଦେଖି ସେ ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କରିଥିଲେ। ପ୍ରବଳ ବର୍ଷା ଭିତରେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଘରେ ବହୁତ ଖୋଜାଖୋଜି କରିଥିଲେ ହେଁ ସାପକୁ ପାଇନଥିଲେ। ତେବେ କିଛି ସମୟ ପରେ ଗଦି ଭିତରୁ ମିଳିଥିଲା […]
କରଞ୍ଜିଆ: ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡ଼ି ଜଣକର ମୃତ୍ୟୁ ହୋଇଛି। ଆଉ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏମିତି ଏହି ଅଘଟଣ ଘଟିଛି ମୟୂରଭଂଜ ଜିଲ୍ଲା ଶୁକୃଳି ବ୍ଲକ ମହିଳାସୁଳି ଗାଁରେ। ମାଆ ଝିଅ ଘରେ ଶୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଦୁର୍ବଳ କାନ୍ଥଟି ଭୁଶୁଡ଼ି ପଡ଼ଥିଲା। ଆଜି ଭୋରରେ ଏହି ଘଟଣା ଘଟିଛି। ଗାଁ ଲୋକେ ତୁରନ୍ତ ମାଟି ଭିତରୁ ମାଆ ନନ୍ଦିନୀ ମୁଣ୍ଡା ଓ ଝିଅ ଶ୍ରୀମତୀ ମୁଣ୍ଡାଙ୍କୁ […]
ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟରେ ବଡ ଧରଣର ବନ୍ୟା ଆଶଙ୍କା ନାହିଁ ।ଏପରି ଆଶ୍ୱାସନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ତେବେ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ । ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ବନ୍ୟା ଆଶଙ୍କା ରହିଛି। ବ୍ରାହ୍ମଣୀ ଓ ମହାନଦୀରେ ବଢିପାଣି ଆସିବା ପରେ ମଧ୍ୟ ବନ୍ୟା […]
ଭୁବନେଶ୍ୱର: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଛତିଶଗଡ଼ ଜେଲ୍ରେ ଥିବା ବେଳେ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ଅନୁପ ସାଏଙ୍କ ନିକଟରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା । ଏହା ପରେ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା ।ସ୍ୱାବ୍ ଟେଷ୍ଟରୁ ଅନୁପ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି । ତାଙ୍କର ଚିକିତ୍ସା ଚାଲିଥିବା ଛତିଶଗଡ଼ ଜେଲ୍ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି । ସୂଚନାଥାଉ କି, ମାଆ ଝିଅ […]
କୋଭିଡରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ। ବର୍ତ୍ତମାନ ବିଷ୍ଣୁଙ୍କୁ ପ୍ରାଇଭେଟ୍ କେବିନରେ ରଖାଯାଇଛି
ଭୁବନେଶ୍ୱର: ପୁରୀର ବଗଲା ଧର୍ମଶାଳା ଜମି ବିକ୍ରିକୁ ନେଇ ପୁଣି ରାଜ୍ୟ ସରକାର ଓ ପୁରୀ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଏନେଇ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି, ବଗଲା ଧର୍ମଶାଳା ଜମି ବିକ୍ରି ଗୋଟିଏ ବଡ଼ ଦୁର୍ନୀତି। ଜମି ବିକ୍ରି ହୋଇନାହିଁ ବୋଲି ଜିଲ୍ଲାପାଳ ଦେଇଥିବା ସଫେଇକୁ ସମାଲୋଚନା କରି କଂଗ୍ରେସ କହିଛି ଯେ, ଜିଲ୍ଲାପାଳ ବେଇମାନି କରିଛନ୍ତି। ଗତବର୍ଷ ଅକ୍ଟୋବର ୫ରେ ପୁରୀ ପୌରପାଳିକା ପକ୍ଷରୁ ନଗର ଉନ୍ନୟନ ବିଭାଗକୁ […]
ଭଦ୍ରକ: ଲଗାଣ ବର୍ଷା ପରେ ଉବୁଟୁବୁ ଭଦ୍ରକ ସହର। ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ଜଳ ପ୍ରବାହିତ ହେଉଥିବାରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଭଦ୍ରକ ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏବେ ୧୮.୨୭ ମିଟର ଉପରେ ଜଳ ପ୍ରବାହିତ ହେଉଛି। ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଆତଙ୍କିତ ଅବସ୍ଥାରେ ଅଛନ୍ତି ତଳିଆ ଅଞ୍ଚଳ ଲୋକେ। ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ଭଦ୍ରକରେ NDRF ଓ ODRAF ଟିମ୍ ପହଞ୍ଚିଛି। ଏନଡିଆରଏଫ ଟିମ୍କୁ […]
ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ତେବେ କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବାରୁ ସେଠାକାର ଜିଲ୍ଲାପାଳଙ୍କୁ ଅଧିକ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଭଦ୍ରକ ଓ ଯାଜପୁରର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି ବୋଲି କହିଛନ୍ତି ପ୍ରଦୀପ। ଭଦ୍ରକ ଓ ଯାଜପୁରକୁ […]