• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

aditya das death
ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ୪ ଜଣଙ୍କ ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଲାଏ ଡିଟେକ୍ସନ ପାଇଁ ଆବେଦନ। ଲାଏ ଡିଟେକସନ୍ ଲାଗି ଫରେନସିକ୍ ବିଭାଗକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ। ଯଦି ଲାଏ ଡିଟେକ୍ସନ ଚେଷ୍ଟ ହୁଏ, ତେବେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ।  ସେହିପରି ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁ ଓ ପ୍ରୀତମଙ୍କର ବି ଟେଷ୍ଟ ହୋଇପାରେ। ଦୁଇ ମାସତଳେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ନିକଟରେ ମିଳିଥିଲା।  ଏହା ହତ୍ୟା […]

  • Sunday, 04 July 2021
police
ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ ଗିରଫ

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ ଗିରଫ। କଟକ ବାଦାମବାଡି ଅଂଚଳରେ ଜମି କିଣିଥିବା ଜଣେ ବ୍ୟକ୍ତିଙ୍କୁ ଧମକ ଦେଇ ୨ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ଗିରଫ କରିଛି ବାଦାମବାଡି ଥାନା ପୋଲିସ। ଗିରଫ ୩ ଅଭିଯୁକ୍ତ ସକିଲର ସହଯୋଗୀ ଏବଂ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଡକାୟତି ଓ ରାହାଜାନୀ କେସ୍ ରହିଛି। ଗିରଫ ଅଭିଯୁକ୍ତ ହେଲେ ୱାସିମ୍ ଖାନ୍, ରାଜେଶ ଏବଂ ମହମ୍ମଦ ଶାହାଜାହାନ୍। ଏମାନଙ୍କଠାରୁ ୪ଟି ମୋବାଇଲ୍ ଏବଂ […]

  • Sunday, 04 July 2021
main
କେନ୍ଦ୍ରାପଡାରୁ ଧଳା ରଙ୍ଗର ସାପ ଉଦ୍ଧାର

ରାଜକନିକା: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଗାଙ୍ଗପୁର ଗାଁରୁ ଧଳା ରଙ୍ଗର ସାପ ଉଦ୍ଧାର। ସମ୍ପୂର୍ଣ୍ଣ ଧଳା ରଙ୍ଗର ଥିବା ୧ ଫୁଟ୍‌ର। ଏହି ସାପକୁ ବାଲିସୁଆଁ ଗାଁର ତପନ ଜେନା ଦେଖି ଉଦ୍ଧାର କରିଥିଲେ। ପରେ ସାପଟିର କିଛି ଫଟୋ ସ୍ନେକ୍ ହେଲ୍ପ ଲାଇନ୍‌କୁ ପଠାଇଥିଲେ। ଧଳା ରଙ୍ଗର ଏହି ସାପଟି ଲିଉଷ୍ଟିକ୍ ଚିତି ଥିବା କହିଛନ୍ତି ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ।  ସ୍ନେକ ହେଲ୍ପ ଲାଇନର ସଦସ୍ୟ ନଳିନୀ ପ୍ରସାଦ ଦାସ […]

  • Sunday, 04 July 2021
sexual-assult
ବିବାହର ପ୍ରତିଶ୍ରୁତି ଦେଇ ମହିଳା ଏସ୍‌ଆଇଙ୍କୁ ଠକିଦେଲେ ଏସ୍‌ଆଇ

ଦାରିଙ୍ଗବାଡ଼ି: ପୋଲିସ SIଙ୍କ ନାଁରେ ଅନ୍ୟ ଜଣେ ମହିଳା ପୋଲିସ SIଙ୍କ ଦୁଷ୍କର୍ମ ଅଭିଯୋଗ। ଗଂଜାମ ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ପୋଲିସ ଏସ୍ଆଇ ସିଲୁ ଧଳଙ୍କ ନାଁରେ ଅଭିଯୋଗ କରିଛନ୍ତି ଜଣେ ମହିଳା। ଏସ୍ଆଇ କନ୍ଧମାଳ ଦାରିଙ୍ଗବାଡ଼ି ଥାନାରେ ସମ୍ପୃକ୍ତ ମହିଳା ଏସ୍ଆଇ ଅଭିଯୋଗ କରିଛନ୍ତି। ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା। ଏସ୍ଆଇ ନ୍ୟାୟ ପ୍ରଦାନ କରିବାକୁ ମହିଳା ଏସ୍ଆଇ ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ଦ୍ୱାରସ୍ଥ ହୋଇଛନ୍ତି। ଏହା ପୂର୍ବରୁ […]

  • Sunday, 04 July 2021
pregnant-lady
ଗର୍ଭବତୀଙ୍କୁ ନଦୀ ପାର୍ କରାଇଲେ ଗାଁ ଲୋକେ

ବିଜାପୁର: ନିଜ ଜୀବନକୁ ପାଣି ଛଡ଼ାଇ ଗର୍ଭବତୀଙ୍କୁ ଭରା ନଈ ପାର୍ କରାଇଲେ ଗାଁ ଲୋକେ। ନଦୀ ଭିତରେ ମାନବ ଶୃଙ୍ଖଳ କରିବା ସହିତ ଉଭୟ ପାର୍ଶ୍ୱରେ ରଶି ବାନ୍ଧି ମହିଳାଙ୍କୁ ନଦୀ ପାର କରାଇଥିଲେ। ଏହି ଘଟଣା ହେଉଛି ଛତିଶଗଡ଼ ବିଜାପୁର ଜିଲ୍ଲାରୁ। ଲଙ୍କାପଲ୍ଲୀ ଗାଁର ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। କିନ୍ତୁ ତାଙ୍କୁ ମେଡିକାଲ ନିଆଯାଇପାରୁନଥିଲା। କାରଣ ରାସ୍ତାରେ ପଡୁଥିଲା ଭରା ନଈ। ଲଗାଣ ବର୍ଷା ଯୋଗୁଁ ନଦୀ ପୂର୍ଣ୍ଣଗର୍ଭା ଥିଲା।  […]

  • Sunday, 04 July 2021
jsw
ଓଡ଼ିଶାରେ ୧ ଲକ୍ଷ କୋଟି ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ୧ ଲକ୍ଷ କୋଟି ପୁଞ୍ଜି ନିବେଶ କରିବ JSW। ଆସନ୍ତା ୧୦ ବର୍ଷ ମଧ୍ୟରେ କମ୍ପାନୀ ଏହି ନିବେଶ କରିବାକୁ ଯୋଜନା କରିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ JSW ମୁଖ୍ୟ ସଜ୍ଜନ ଜିନ୍ଦଲଙ୍କ ମଧ୍ୟରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଛି। Spoke to noted industrialist @sajjanjindal and discussed about the progress of @jswsteel’s Integrated Steel Project in Jagatsinghpur and other […]

  • Sunday, 04 July 2021
gift
ସର୍ବଭାରତୀୟ ରାଙ୍କିଙ୍ଗ୍‌ରେ ସ୍ଥାନ ପାଇଲା ଗିଫ୍ଟ ଇଂଜିନିୟରିଂ କଲେଜ

ଭୁବନେଶ୍ୱର: ଅଟଳ ରାଙ୍କିଙ୍ଗ୍ ଅଫ୍ ଇନଷ୍ଟିଚ୍ୟୁସନ୍ ଅନ୍ ଇନୋଭେସନ୍‌ ଆଚିଭମେଣ୍ଟ-୨୦୨୦ (ARIIA) ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ଗିଫ୍ଟ ଇଂଜିନିୟରିଂ କଲେଜ। ରାଙ୍କ୍ ୨୬ରୁ ୫୦ ଭିତରେ ଏହି କଲେଜକୁ ସ୍ଥାନ ଦିଆଯାଇଛି। ଏହାକୁ ସର୍ବଭାରତୀୟ ସ୍ତରରେ ବ୍ୟାଣ୍ଡ ‘ବି’ ଇନଷ୍ଟିଚ୍ୟୁସନ୍ ହିସାବରେ ସ୍ୱୀକୃତି ଦିଆଯାଇଥିବା କଲେଜ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ ଓ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ଏହି ରାଙ୍କିଙ୍ଗ୍ ତାଲିକା […]

  • Sunday, 04 July 2021
gun
କାଲିମେଳାରେ ବନ୍ଧୁକ ତିଆରି କାରଖାନା ଠାବ

ମାଲକାନଗିରି: ମାଲକାନଗିରି କାଲିମେଳାରେ ବନ୍ଧୁକ ତିଆରି କାରଖାନା ଠାବ। ମିଳିତ ଅପରେସନ୍ ବେଳେ ଏହି ଅସ୍ତ୍ରଶସ୍ତ୍ର କାରଖାନାକୁ ଠାବ କରିଛି ପୋଲିସ। ମାଲକାନଗିରି  BSF ଓ DVF ଯବାନଙ୍କ ମିଳିତ ଅପରେସନ ବେଳେ ଏହାକୁ ଠାବ କରିଥିଲେ। ଯବାନ ଘଟଣାସ୍ଥଳରୁ ଜୀବନ୍ତ ଗୁଳି, କିଛି ଧାତବ ସାମଗ୍ରୀ, ଲେଦ୍ ମେସିନ୍, ଗ୍ୟାସ୍ ସିଲିଣ୍ଡର ଓ ଅନ୍ୟ ଯନ୍ତ୍ରପାତି ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀରୁ, ସେଠାରେ ନକ୍ସଲମାନେ ବେଆଇନ ବନ୍ଧୁକ […]

  • Sunday, 04 July 2021
devoteee
'କେବେ ଖୋଲିବ ମନ୍ଦିର, ସ୍ପଷ୍ଟ କର'

ଭୁବନେଶ୍ୱର: ଦୀର୍ଘ ୫ ମାସରୁ ଅଧିକ ସମୟ ହେଲାଣି ଭଗବାନଙ୍କ ସାନିଧ୍ୟରୁ ବଞ୍ଚିତ ଭକ୍ତ। କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ୨୦ ପରଠୁ ରାଜ୍ୟରେ ଭକ୍ତଙ୍କ ଲାଗି ସମ୍ପୂର୍ଣ୍ଣ ବାରଣ ଦେବାନୁଷ୍ଠାନ। ୟା ଭିତରେ ଗଲାଣି କେତେ ପର୍ବପର୍ବାଣୀ। ହେଲେ ସବୁଠି କେବଳ ପରମ୍ପରା ରକ୍ଷା ଲାଗି ଠାକୁରଙ୍କ ନୀତିକାନ୍ତି ଚାଲିଛି, ଭକ୍ତଙ୍କୁ ଛଡ଼ାଯାଉନି। ଏଣେ ଠାକୁର ଦର୍ଶନରୁ ବଞ୍ଚିତ ଭକ୍ତ ଯେତିକି ଛଟପଟ, ଦାନ ଦକ୍ଷିଣାକୁ ଆଶ୍ରା କରି ବଞ୍ଚୁଥିବା ସେବାୟତ ଓ ପୂଜକଙ୍କ ଅବସ୍ଥା […]

  • Sunday, 04 July 2021
rain-fall
ପୁଣି ଲଘୁଚାପ; ଏଥର ପ୍ରବଳ ବର୍ଷିବ, ଜିଲ୍ଲାଗୁଡ଼ିକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ ଢେଙ୍କାନାଳ, ଅନୁଗୁଳ ଏବଂ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି […]

  • Sunday, 04 July 2021
bus
ରାଜ୍ୟ ଘରୋଇ ବସ୍ ମାଲିକ ସଂଘର RBIକୁ ଚିଠି

ଭୁବନେଶ୍ୱର: ଋଣ ଆଦାୟ କରିବାରେ କୋହଳ ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣରଙ୍କୁ ଚିଠି ଲେଖିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ବସ୍ ମାଲିକଙ୍କ ଋଣ ଏବଂ ସୁଧ ଟଙ୍କା ବର୍ଷେ ଯାଏଁ ଆଦାୟ ନ କରିବାକୁ ଚିଠିରେ ଅନୁରୋଧ କରିଛି ବସ୍‌ ମାଲିକ ସଂଘ। ଏ ନେଇ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଲକ୍‌ଡାଉନ୍ ଯୋଗୁଁ ମାର୍ଚ୍ଚ ମାସରୁ ବସ୍ ଚଳାଚଳ ବନ୍ଦ ରହିଛି। ଏବେ ମାତ୍ର ହାତ […]

  • Sunday, 04 July 2021
tisya
ଦୁବାଇରେ ଚମକିଲେ ଓଡ଼ିଆ ଝିଅ

ଭୁବନେଶ୍ୱର: ଦୁବାଇରେ ଚମକିଲେ ଓଡ଼ିଆ ଝିଅ। ସମ୍ବଲପୁରରେ ଜନ୍ମିତ ଦୁବାଇର ତିଶ୍ୟା ପାଣିଗ୍ରାହୀ ମାଟି ପାଇଁ ଆଣିଛନ୍ତି ଗୌରବ। ସବୁଠୁ କନିଷ୍ଠ ଓଡ଼ିଆ ସ୍କୁବା ଡାଇଭର ହେବାର ଗୌରବ ଅର୍ଜନ କରିଛନ୍ତି ତିଶ୍ୟା। ଦୁବାଇରେ ସେ ଜୁନିଅର ସ୍କୁବା ଡାଇଭିଂ କୋର୍ସ ଶେଷ କରିଛନ୍ତି। ତିଶ୍ୟାଙ୍କ ବୟସ ମାତ୍ର ୧୦ ବର୍ଷ। ଏତେ କମ ବୟସରେ ହିଁ ସେ ଏହି ସଫଳତା ହାସଲ କରିଛନ୍ତି। ନିକଟରେ ସେ ଦୁବାଇରେ ସେ ଦୁବାଇ ଉପକୂଳରେ ଥିବା ଆରବ ସାଗରରେ […]

  • Sunday, 04 July 2021
gajapati
ଖର୍ଚ୍ଚ ନ ହୋଇ ପଡ଼ି ରହିଛି ୭ କୋଟି ୬୨ଲକ୍ଷ ୬୦ହଜାର ଏସଡିସି ଫଣ୍ଡ: ଅଧ୍ୟକ୍ଷ ପଦ ଖାଲି

ଗଜପତି: ଗଜପତି ଜିଲ୍ଲାରେ ଖର୍ଚ୍ଚ ହୋଇପାରିନାହିଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସଡିସିର ଫଣ୍ଡ। ଏସ୍‌ଡିସି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଆସିଥିବା ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି। ସରକାର ଟଙ୍କା ଦେଉଥିଲେ ମଧ୍ୟ ଏହା ଖର୍ଚ୍ଚ ହୋଇପାରିନାହିଁ। ଆଦିବାସୀଙ୍କ ଉନ୍ନୟନ ତଥା ସେମାନଙ୍କ ସଂସ୍କୃତି ଓ ପରମ୍ପରାର ସୁରକ୍ଷା କରିବା ପାଇଁ ସରକାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସ୍‌ଡିସି ଗଠନ କରିଥିଲେ। ହେଲେ ଜିଲ୍ଲା ଆଦିବାସୀଙ୍କ ସମସ୍ୟାର ସମସ୍ୟାର ସମାଧାନ କରାଯାଉ ନଥିବା ଲୋକେ […]

  • Sunday, 04 July 2021
sameer-das
ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶିତ ହେବ ଯୁକ୍ତ ଦୁଇ କଳା ରେଜଲ୍ଟ

ଭୁବନେଶ୍ୱର: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ। +2 କଳା ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ବି ପ୍ରକାଶ ପାଇବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଅଗଷ୍ଟ ଶେଷରେ କଳା ରେଜଲ୍ଟ ବାହାରିବା ନେଇ ଘୋଷଣା କରାଯାଇଥିଲା। କିନ୍ତୁ CHSEର ୨ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ବିଳମ୍ବ ହୋଇଥିବା ସୂଚନା ମିଳିଛି। ପୂର୍ବରୁ […]

  • Sunday, 04 July 2021
rain
ମୌସୁମୀ ପରଠୁ ଏପର୍ଯ୍ୟନ୍ତ ୭ଟି ଲଘୁଚାପ ହେଲାଣି; କେବଳ ଅଗଷ୍ଟରେ ୫, ତଥାପି ବର୍ଷା କମ୍

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି।  ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ବର୍ଷା ଜାରି ରହିଛି। ସେହିପରି ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ଦେବଗଡ଼, ସୁନ୍ଦରଗଡ଼, ସୁବର୍ଣ୍ଣପୁରରେ ମଧ୍ୟ ବର୍ଷା ହୋଇଛି। ରାଜ୍ୟରେ […]

  • Sunday, 04 July 2021
chitrokonda
ନିଜ ଅଧିକାର ପାଇଁ ତାତିଲେ ସ୍ୱାଭିମାନ ଅଞ୍ଚଳବାସୀ; କୋଭିଡ କଟକଣା ଭୁଲିଗଲେ

ମାଲକାନଗିରି: କୋଭିଡ କଟକଣାକୁ ବେଖାତିର କରି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସିପିଆଇଏମ ପକ୍ଷରୁ ମେଳି ହୋଇଛି। ଗଜଳମାମୁଡ଼ିରେ ଚିତ୍ରକୋଣ୍ଡାର ଅଂଚଳରେ ବିଭିନ୍ନ ସମସ୍ୟାକୁ ନେଇ ମେଳି ଓ ଶୋଭାଯାତ୍ରା ହୋଇଛି। ବିଭିନ୍ନ ସମସ୍ୟାକୁ ନେଇ ସେମାନେ ସ୍ଲୋଗାନ ଦେଇଥିଲେ। ୯ ଟି ପଞ୍ଚାୟତର ୪୦ ପ୍ରତିଶତ ପରିବାର ରାସନ କାର୍ଡ ପାଇନାହାନ୍ତି। ଏନେଇ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତ ଚିତ୍ରକୋଣ୍ଡାବାସୀ। କରୋନା ମହାମାରୀ ସମୟରେ ପିଲାଙ୍କ ପାଠପଢ଼ା […]

  • Sunday, 04 July 2021
flood
ରାଜ୍ୟରେ ବନ୍ୟା ଆଶଙ୍କାକୁ ନେଇ କ'ଣ କହିଲେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ?

ଭୁବନେଶ୍ୱର: ଏପଟେ ଲଘୁଚାପ ବର୍ଷା ଜାରି ରହିଥିଲେ ବି ରାଜ୍ୟରେ ବନ୍ୟାର ଆଶଙ୍କା ନାହିଁ। ଅନେକ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବା କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି ବର୍ଷା ହେବ। କିନ୍ତୁ ନଦୀରେ ବନ୍ୟା ଆଶଙ୍କା ନାହିଁ। ଅଧିକାଂଶ ନଦୀ ବିପଦ ସଙ୍କେତ ତଳେ ରହିଛି। କେବଳ ଜଳକା ନଦୀରେ ବିପଦ ସଂକେତ ପାଖା ପାଖି ନଦୀର ଜଳ ସ୍ତର […]

  • Sunday, 04 July 2021
vlcsnap-error826-1
ଗରିବୀ ସାଙ୍ଗକୁ ରୋଗର ଦାଉ : ଖଟିଆରେ ପଡ଼ି ପଡ଼ି ଛଟପଟ୍ ହେଉଛନ୍ତି ବାବୁଲା ଦାସ୍

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) : ଗରିବୀ ସାଙ୍ଗକୁ ରୋଗର ଦାଉ । ଜୀବନ ଜିଇଁବା ପାଇଁ ସଂଘର୍ଷ ଚାଲିଛି ।  ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଦୀର୍ଘ ଛ ମାସ ହେଲା ସ୍ନାୟୁ ରୋଗରେ ପୀଡିତ ହୋଇ ଗରିବ…

  • Sunday, 04 July 2021
cm-naveen
NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଘୁଞ୍ଚାଇବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ। କରୋନା ଯୋଗୁ ପରୀକ୍ଷା କେନ୍ଦ୍ର ଯାଇ ପରୀକ୍ଷା ଦେବା ନିରାପଦ ନୁହେଁ, ବିଭିନ୍ନ ସ୍ଥାନରେ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ମଧ୍ୟ ଯାତାୟାତରେ ସମସ୍ୟା କରିବ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହିତ ଓଡ଼ିଶାର […]

  • Sunday, 04 July 2021
sambalpur
ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଲା ଓଡ଼ିଶାର ସମ୍ବଲପୁରୀ ହସ୍ତତନ୍ତ କଳା

ଭୁବନେଶ୍ୱର; ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଲା ଓଡ଼ିଶାର ସମ୍ବଲପୁରୀ ହସ୍ତତନ୍ତ କଳା। ବିଶ୍ୱସ୍ତରୀୟ ସ୍ଥାପତ୍ୟକଳା ଡିଜିନ୍ ମାଗାଜିନରେ ସ୍ଥାନ ପାଇଛି ଓଡ଼ିଶା କୃଷି ଭବନର ସ୍ଥାପତ୍ୟ କଳା। ଏହି ମାଗାଜିନରେ କୌଣସି ଭାରତୀୟ ସରକାରୀ ବିଲ୍ଡିଂ ସ୍ଥାନ ପାଇବା ପ୍ରଥମ। ଆମ ଦେଶରେ ଥିବା ସମସ୍ତ ସରକାରୀ ବିଲଡିଂ ମଧ୍ୟରୁ ଓଡ଼ିଶା କୃଷି ଭବନ ଅନ୍ୟତମ ବୋଲି କୁହାଯାଇଛି।  ସମ୍ବଲପୁରର ଇକତ୍  ଡିଜାଇନ୍ ଏବଂ ଶାଢ଼ି ଭଳି ଏହି ବିଲ୍ଡିଂର ଡିଜାଇନ କରାଯାଇଛି। ବିଭିନ୍ନ ସ୍ଥାପତ୍ୟକୁ ନେଇ […]

  • Sunday, 04 July 2021
pratap
ଚଳିତ ଆର୍ଥିକ ବର୍ଷ ରାଜ୍ୟରେ ୨ଗୁଣରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ରାଜ୍ୟରେ ୨ଗୁଣରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି। ଚଳିତ ଆର୍ଥିକ ବର୍ଷ ନିର୍ମାଣ ହୋଇଛି ୧ ଲକ୍ଷ ୧୪ ହଜାର ୬୪୪ ପକ୍କା ଘର। ଏହା ଗତ ଆର୍ଥିକ ବର୍ଷଠାରୁ ଦୁଇ ଗୁଣ ଅଧିକ। ୨୦୧୪-୧୫ରୁ ଏଯାଏଁ ୨୬ ଲକ୍ଷ ୮୪ ହଜାର ୮୧୮ ପକ୍କା ଘର ନିର୍ମାଣ ସରିଛି। ଶୀଘ୍ର ଘର ଶେଷ କରିବା ଲାଗି ୮୨୮ କୋଟିର ପ୍ରୋତ୍ସାହନ ରାଶି ଦିଆଯାଇଛି। ଶ୍ରୀଘ୍ର ଗୃହ ନିର୍ମାଣ […]

  • Sunday, 04 July 2021
dog
କୁକୁରକୁ ମାରି ୩ ଜଣ ଗିରଫ

ଗଜପତି: କୁକୁରକୁ ମାରି ୩ ଜଣ ଗିରଫ ହୋଇଛନ୍ତି। ଘଟଣା ଘଟିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ। ବାଟଗୌଡ଼ ସାହିରେ ଏକ ବୁଲା କୁକୁରକୁ ୩ ଜଣ ଯୁବକ ନିଷ୍ଠୁର ଭାବେ ହତ୍ୟା କରିବା ଭିଡିଓ ଭାଇରାଲ୍ ହୋଇଥିଲା। ଏହାକୁ ସ୍ଥାନୀୟ ବୁଦ୍ଧିଜବୀ, ଭୁବନେଶ୍ୱରର ପିପଲ୍ ଫର୍ ଆନିମାଲ୍ସ ସଂଗଠନ ଏବଂ ସ୍ଥାନୀୟ ବିଜେପି ବିଧାୟକ କେ. ନାରାୟଣ ରାଓ ପ୍ରମୁଖ ଘଟଣାକୁ ଘୋର ନିନ୍ଦା କରିଥିଲେ। ମାରିଥିବା ଯୁବକ ମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ। […]

  • Sunday, 04 July 2021
cometative
ପରୀକ୍ଷା ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

ଭୁବନେଶ୍ୱର: ପରୀକ୍ଷା ଘୁ଼ଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। JEE, NEET ସହ ଅନ୍ୟ ସମସ୍ତ କମ୍ପିଟିଟିଭ୍ ପରୀକ୍ଷା ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅମର ପଟ୍ଟନାୟକ। ବର୍ତ୍ତମାନ ସାରା ଦେଶରେ କୋଭିଡ୍ ମହାମାରୀ ଲାଗି ରହିଥିବା ବେଳେ ପରୀକ୍ଷା କରିବା ଲାଗି ସ୍ଥିତି ଅନୁକୁଳ ନଥିବା କହିଛନ୍ତି ସାଂସଦ। କୋଭିଡ୍ ଭଳି ସ୍ଥିତିରେ ଦେଶରେ ଯୋଗାଯୋଗ ବ୍ୟବସ୍ଥା ସଚଳ ହୋଇନାହିଁ। ଏହା ସହ ପରୀକ୍ଷା ସମୟରେ କେନ୍ଦ୍ର ବାହାରେ ଜନଗହଳି […]

  • Sunday, 04 July 2021
Moonson Odisha
କାଲି ବି ବର୍ଷିବ, ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଆଜି ୯ ଜିଲ୍ଲାକୁ ରେଡ୍, ୧୧ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କାଲି ମଧ୍ୟ ୯ ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲାଗୁଡିକ ହେଲା- ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼। ସେପଟେ ସମୁଦ୍ର ଅଶାନ୍ତ ଥିବାରୁ ୨୭ ତାରିଖ ସୁଦ୍ଧା […]

  • Sunday, 04 July 2021
durga-maa
ଏବର୍ଷ କଟକର ମଣ୍ଡପରେ ହେବନି ଦୁର୍ଗାପୂଜା

କଟକ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଦୁର୍ଗାପୂଜା କଟକଣା। ଚଳିତ ବର୍ଷ କୌଣସି ମଣ୍ଡପରେ ହେବନି ଦୁର୍ଗା ପୂଜା। ଲୋକେ ନିଜ ଘର ଭିତରେ ଦୁର୍ଗା ପୂଜା କରିପାରିବେ।କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ OTVକୁ ଏହି ସୂଚନା ଦେଇଛନ୍ତି। ଦୁର୍ଗାପୂଜାକୁ ଅନୁମତି ଦେବା ପାଇଁ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି। ୫ଶହ ବର୍ଷର ପରମ୍ପରାକୁ ଦୃଷ୍ଟିରେ ରଖି ଅନୁମତି ଦେବାକୁ ଆବେଦନ ହୋଇଛି। ସମସ୍ତ କୋଭିଡ କଟକଣା ପାଳନ […]

  • Sunday, 04 July 2021