• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rssult
ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷାଫଳ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଦିନ ୧୧ଟା ୩୦ରେ ଫଳାଫଳ ପ୍ରକାଶ ପାଇବ। କରୋନା କଟକଣା ପାଇଁ ଗତବର୍ଷ ଅପେକ୍ଷା ଏଥର ୩ ମାସ ବିଳମ୍ବରେ ପ୍ରକାଶ ପାଇବ ରେଜଲ୍ଟ। ସେହିଭଳି ଶେଷ ସପ୍ତାହରେ କଳା ଏବଂ ଧନ୍ଦା ମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଅଗଷ୍ଟ ୧୨ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ […]

  • Sunday, 04 July 2021
puri
ଜଗାର ରଥ ନିର୍ମାଣ କରୁଥିବା ସେବାୟତ ରହୁଛନ୍ତି ପଲିଥିନି କୁଡ଼ିଆରେ

ପୁରୀ: ମହାପ୍ରଭୁଙ୍କ କାମ କରି ଆନନ୍ଦ ପାଉଥିବା ସେବକ ଅଛନ୍ତି ଦୁଃଖରେ। ଆର୍ଥିକ ଅନଟନ ଏବଂ କରୋନା ସେମାନଙ୍କ ପରିସ୍ଥିତିକୁ ଆହୁରି ସୋଚନୀୟ କରିଦେଇଛି । ବର୍ଷର ୨ ମାସ ଭଲରେ ଚଳିଯାଉଥିବାବେଳେ ପାଖରେ କିନ୍ତୁ ସମ୍ବଳ ନାହିଁ ନିଜପାଇଁ ପକ୍କାଘରଟିଏ କରିବା ପାଇଁ। ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କରି ଯେଉଁ ହାତ ପ୍ରଶଂସା ସାଉଁଟେ, ସେ ନିଜେ କିଭଳି ପରିସ୍ଥିତିରେ ରହୁଛନ୍ତି? ସରକାରୀ ଜାଗାରେ ପାଲ ଆଜବେଷ୍ଟସ ଘେରା ନୂଆଁଣିଆଁ ଘରେ ରହୁଛନ୍ତି ରଥ […]

  • Sunday, 04 July 2021
nagarjuna besha
୨୬ ବର୍ଷ ପରେ ହେବ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ

ପୁରୀ: ଦୀର୍ଘ ୨୬ ବର୍ଷ ପରେ ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ନାଗାର୍ଜୁନ ବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ଲାଗିପଡ଼ିଛନ୍ତି ପଟ୍ଟଚିତ୍ର ଶିଳ୍ପୀ। ପଟ୍ଟଚିତ୍ର ଶିଳ୍ପୀମାନେ ତାଙ୍କ ରଙ୍ଗ ତୂଳିର ନିଖୁଣ ହାତର ସ୍ପର୍ଶରେ ନାଗାର୍ଜୁନ ବେଶ ପ୍ରସ୍ଫୁଟିତ କରୁଛନ୍ତି। ନାଗାର୍ଜୁନ ବେଶ ସହ ପତିତପାବନଙ୍କ ୧୨ ମାସର ସମସ୍ତ ଲୀଳାଖେଳାକୁ ପଟ୍ଟଚିତ୍ରରେ ପ୍ରଦର୍ଶିତ କରୁଛନ୍ତି। ଶ୍ରୀଜିଉଙ୍କ ହାତୀବେଶ, ଗଜଉଦ୍ଧାରଣ ବେଶ, ବାମନ ବେଶ, କୃଷ୍ଣବଳରାମ ବେଶ ଭଳି ବିଭିନ୍ନ ବେଶକୁ ଚତୁର୍ପାର୍ଶ୍ୱରେ ସୁସଜ୍ଜିତ […]

  • Sunday, 04 July 2021
atm
ଟଙ୍କା ଲୁଟି ପାରିଲେନି ବୋଲି ATM ଜାଳିଦେଲେ

ବାରିପଦା: ଏଟିଏମ୍ ଲୁଟ କରିବା ପାଇଁ ଆସିଥିଲେ ଦୁବୃର୍ତ୍ତ।  ଟଙ୍କା ଲୁଟିବାରେ ବିଫଳ ହେବାରୁ ଏଟିଏମ ଜାଳି ଦେଇଛନ୍ତି। ଏପରି ଘଟଣା ଘଟିଛି  ମୟୂରଭଞ୍ଜ ଜିଲ୍ଲା ଉଦଳା କଲେଜ ରୋଡରେ ଥିବା ଏସ୍‌ବିଆଇ ଏଟିଏମ୍‌ ବୁଥ୍‌ରେ। ମିଳିଥିବା ସୂଚନା ମୁତାବକ,  ଦୁବୃର୍ତ୍ତମାନେ ଏଟିଏମ୍‌ରୁ ଟଙ୍କା ଲୁଟ୍ ପାଇଁ ଉଦ୍ୟମ କରିଥିଲେ। ଏଟିଏମ୍ ମେସିନ୍‌କୁ କାଟିବାକୁ ଚେଷ୍ଟା କରିଥିଲେ। ତେବେ ଏଥିରେ ବିଫଳ ହୋଇଥିଲେ। ଫଳରେ ଉତ୍ତ୍ୟକ୍ତ ହୋଇ ମେସିନ ଜାଳି ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ […]

  • Sunday, 04 July 2021
boming
ପୁଣି ଦଲେଇପୁଟ ଗାଁରେ ବୋମାମାଡ଼

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଦଲେଇପୁଟ ଗାଁରେ ପୁଣି ଥରେ ବୋମାମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗାଁର ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ପୁଣି ଥରେ ବୋମା ମାଡ଼ କରିଛନ୍ତି ଦୁବୃର୍ତ୍ତ। ଦୁବୃର୍ତ୍ତମାନେ ଦୃଦାନନ୍ଦଙ୍କ ଘର ଉପରକୁ ବୋମା ପକାଇ ପଳାଇ  ଯାଉଥିବା ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଘଟଣାରେ ହୃଦାନନ୍ଦଙ୍କ ଘରର କାନ୍ଥ ନଷ୍ଟ ହୋଇଯାଇଛି। ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ ହୋଇଥିବା କୁହାଯାଉଛି। ତେବେ ବାରମ୍ବାର ଏପରି […]

  • Sunday, 04 July 2021
flood
ବର୍ଷାରେ ବେହାଲ୍ ଓଡ଼ିଶା; ବୁଡ଼ିଛି ଚାଷ ଜମି, ଫସିଛନ୍ତି ଲୋକେ

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ଲଗାଣ ବର୍ଷା ପରେ ଏବେ ବି ଢେଙ୍କାନାଳ ଜିଲ୍ଲା ଭୁବନ ଗଁଦିଆଁ ବ୍ଲକର ୧୪ଟି ପଂଚାୟତର ଅନେକ ଚାଷ ଜମି ପାଣି ଘେରରେ ରହିଛି। ଭୁବନ ବ୍ଲକର ୧୦ଟି ପଂଚାୟତ ଓ ଗଁଦିଆଁ ବ୍ଲକର ୪ଟି ପଂଚାୟତ ଚାଷ ଜମିରେ ପାଣି ଜମି ରହିଛି। ଏଥିଯୋଗୁଁ ଅନେକ ଫସଲ ନଷ୍ଟ ହୋଇଛି। ସେହିଭଳି ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରୀପୋଖରୀ, ତିହିଡି ବ୍ଲକର […]

  • Sunday, 04 July 2021
heroin
୧ କୋଟି ୩୦ ଲକ୍ଷ ମୂଲ୍ୟର ବ୍ରାଉନ୍‌ସୁଗାର ଜବତ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଶହେ କି ଦୁଇ ଶହ ଗ୍ରାମ ନୁହେଁ, ଜବତ ହେଲା ୧ କିଲୋ ୩୨୫ ଗ୍ରାମର ଧଳା ଜହର। ବାଲେଶ୍ୱରରୁ ଗିରଫ ବ୍ୟବସାୟୀଙ୍କଠୁ ଜବତ ହୋଇଛି ଏହି ବ୍ରାଉନସୁଗାର। ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ହୋଇଥିବା ଜଣାପଡ଼ିଛି। ଗିରଫ ବ୍ୟବସାୟୀଙ୍କୁ ଭୁବନେଶ୍ୱର ଆଣି କ୍ରାଇମବ୍ରାଞ୍ଚ STF ଟିମ୍ ପଚରାଉଚରା କରୁଛି। ଏତେ ପରିମାଣର ବ୍ରାଉନସୁଗାର କେଉଁଠୁ ଆସିଲା ? କାହାକୁ ଏହା ବିକ୍ରି ହୋଇଥାନ୍ତା ? ଏହାପଛରେ ଆଉ […]

  • Sunday, 04 July 2021
scholarship
ଏଇ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ DMF ଛାତ୍ରବୃତ୍ତି

ଭୁବନେଶ୍ୱର: ରାଜ୍ୟର ପ୍ରଥମ ଜିଲ୍ଲା ଭାବେ କେନ୍ଦୁଝର ଜିଲ୍ଲାରେ DMF ଛାତ୍ରବୃତ୍ତି ପ୍ରଦାନ କରାଯାଇଛି।  ମାଟ୍ରିକ୍‌ରେ  ୬୦%ରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ଏହି DMF ବୃତ୍ତି ପ୍ରଦାନ କରାଯିବ। କେନ୍ଦୁଝର ଜିଲ୍ଲାର ୧୩୮୨ ପିଲାଙ୍କୁ ଏହି ବୃତ୍ତି ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି। ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କୁ  ୧୦ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ DMF ଛାତ୍ରବୃତ୍ତି ଦିଆଯାଇଛି। ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯିବ ବୋଲି ସୂଚନା […]

  • Sunday, 04 July 2021
malakangiri
ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ ପରେ ରିପୋର୍ଟ ମାଗିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି। ଆସନ୍ତା ୭ ଦିନରେ ଅଞ୍ଚଳ ଅନୁଧ୍ୟାନ କରି ମାଲକାନଗିରି ଜିଲ୍ଲାପାଳ ରିପୋର୍ଟ ଦେବେ। ରିପୋର୍ଟ ମିଳିବାର ୪୮ ଘଣ୍ଟାରେ କ୍ଷତିପୂରଣ ରାଶି ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ମନ୍ତ୍ରୀ କହିଛନ୍ତି । ଆଜି ଆକାଶ ମାର୍ଗରୁ ମାଲକାନଗିରି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର। ଏହାପରେ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ […]

  • Sunday, 04 July 2021
malangiri
'ବେଆଇନ୍‌ ବିଲ୍‌ କରିବାକୁ ବାଧ୍ୟ କଲେ ବୋଲି ଆତ୍ମହତ୍ୟା କଲେ'

ନବରଙ୍ଗପୁର: ବେଆଇନ ବିଲ୍ କରିବା ପାଇଁ ଚାପ ଯୋଗୁଁ ଉମରକୋଟ ଆଦିବାସୀ ଉନ୍ନୟନ ସମବାୟ ନିଗମ କ୍ଷେତ୍ର ଅଧିକାରୀ ପୁରୁଷୋତ୍ତମ ଭୋଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ଶାଖା ପରିଚାଳକ ଶ୍ୟାମସୁନ୍ଦର ଭୋଇଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଶିମ୍ବ ମଞ୍ଚି ପାଇଁ ୩ ଲକ୍ଷ ଟଙ୍କାର ବେଆଇନ ବିଲ କରିବାକୁ ପୁରୁଷୋତ୍ତମଙ୍କ ଉପରେ ଚାପ ପକା ଯାଉଥିଲା।  ଏପରିକି ବିଲ ନକଲେ ତାଙ୍କୁ ମାରି ଦିଆଯିବ ବୋଲି ଧମକ ଦିଆଯାଇଥିବା […]

  • Sunday, 04 July 2021
ganesh-puja
ଟୁଇନ ସିଟିରେ ଗଣେଶ ପୂଜା ପାଇଁ ମାମଲା

ଭୁବନେଶ୍ୱର: ଟୁଇନ ସିଟିରେ ଗଣେଶ ପୂଜା ପାଇଁ ମାମଲା। ଟୁଇନ୍ ସିଟିରେ ଗଣେଶ ପୂଜା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଛି।  ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ବୁଢ଼ା ଗଣେଶ ପୂଜା କମିଟି ସଭାପତି ଶିବେନ୍ଦ୍ର ହାତ। ମୁଖ୍ୟ ସଚିବ, SRC, ପୋଲିସ କମିଶନରଙ୍କୁ ପକ୍ଷଭୁକ୍ତ କରି ମାମଲା ହୋଇଛି। କଟକ ଜିଲ୍ଲାପାଳ, ଡିସିପି, ସିଏମସି କମିଶନରଙ୍କୁ ପକ୍ଷଭୁକ୍ତ କରି ମାମଲା ହୋଇଛି।  ଟୁଇନ ସିଟିର ସମସ୍ତ ପୂଜା ମଣ୍ଡପରେ ଗଣେଶ ପୂଜା ପାଇଁ ଅନୁମତି […]

  • Sunday, 04 July 2021
highcourt
'OTV' କର୍ମଚାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ

ଭୁବନେଶ୍ୱର: କରୋନା ସଂପର୍କିତ କଥାବାର୍ତ୍ତାକୁ ନେଇ ଅଡିଓ ଭାଇରାଲ ମାମଲାରେ OTV କର୍ମଚାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ। ଏହାସହ ପୋଲିସକୁ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଟେଲିଭିଜନ ଆବେଦନ ଆଧାରରେ ତଦନ୍ତରେ ପୋଲିସକୁ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ OTV କର୍ମଚାରୀଙ୍କୁ ଅନ୍ତରୀଣ ସୁରକ୍ଷା ହାଇକୋର୍ଟ ପ୍ରଦାନ କରିଛନ୍ତି। ଘଟଣାରେ ପୋଲିସ ପଦକ୍ଷେପ ନେଇ OTV ହାଇକୋର୍ଟ ଯାଇଥିଲା। ପୋଲିସର ରାତି ଅଧିଆ ନୋଟିସକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ […]

  • Sunday, 04 July 2021
bagaula
ଖଣ୍ଡ ଖଣ୍ଡ କରି ବିକିଦେଲେ ପୁରୀର ବଗଲା ଧର୍ମଶାଳା

ପୁରୀ: ଖଣ୍ଡ ଖଣ୍ଡ ହୋଇ ବିକ୍ରି ହୋଇଗଲା ପୁରୀର ବଗଲା ଧର୍ମଶାଳା। ଆଉ ମିଳିବନି ଶ୍ରୀମନ୍ଦିରର ଅତି ପାଖରେ ବର୍ଷ ବର୍ଷ ଧରି ଯାତ୍ରୀ ଓ ଭକ୍ତଙ୍କୁ ସ୍ୱଳ୍ପମୂଲ୍ୟରେ ରହଣୀ ସେବା। କାହିଁକି ନା ଏକମାତ୍ର ସରକାରୀ ଧର୍ମଶାଳାକୁ ପ୍ଲଟିଂ କରି ଲଜିଂ ମାଲିକଙ୍କୁ ବିକୁଛି ଜିଲ୍ଲା ପ୍ରଶାସନ। ଆଉ ଇଏ ତାର ସଦ୍ୟତମ ପ୍ରମାଣ। ଗତ ୫ରୁ ୧୨ ତାରିଖ ଭିତରେ ୬ ଜଣ ଲଜିଂ ମାଲିକଙ୍କୁ ବିକ୍ରି ହେଲାଣି ପ୍ଲଟ। ସେହି ବିକ୍ରୟ ଦଲିଲପତ୍ରର […]

  • Sunday, 04 July 2021
rain 22
ଆହୁରି ୨ ଦିନ ବର୍ଷିବ ! ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ଓ ଆସନ୍ତାକାଲି ୨ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଏହି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା […]

satapuri
ଆଜି  ସପ୍ତପୁରୀ ଅମାବାସ୍ୟା, ମହାପ୍ରଭୁଙ୍କୁ ଲାଗି କରାଯିବ ସାତପୁରୀ ପିଠା

ପୁରୀ: ଆଜି  ସପ୍ତପୁରୀ ଆମାବସ୍ୟା। ସପ୍ତପୁରୀ ଅମାବାସ୍ୟାରେ ମହାପ୍ରଭୁଙ୍କୁ ସାତ ପୁର ଦିଆ ସପ୍ତପୁରୀ ଲାଗି କରାଯାଇଥାଏ।  ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ କୁମ୍ଭକାରଙ୍କ ସହ ଘଣ୍ଟୁଆ, ଲେଙ୍କା ସେବକ, ପ୍ରତିନିଧି ଦଳ ସତପୁରୀ ତାଡ଼ ନେଇ ମା ଅଲାମଚଣ୍ଡୀ ମନ୍ଦିରରୁ ବାହାରିଥିଲେ। ନୂଆ ଲୁଗା ଲାଗି ପରେ ସତପୁରୀ ତାଡ଼ ପଟୁଆର ସହ ସେଠାରୁ ଶ୍ରୀମନ୍ଦିର ଅଭିମୁଖେ ବାହାରି ଶ୍ରୀମନ୍ଦିରରେ ବେଢ଼ା ପରିକ୍ରମା ପରେ ପ୍ରତିହାରୀ ନିଯୋଗ ଘରେ ତାଡ଼ ବସାଣ ହୋଇଥିଲା । ଆଜି […]

  • Sunday, 04 July 2021
rain 33
ବଙ୍ଗୋପସାଗରରେ ଲଘୁଚାପ: ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଗତ ରାତିରୁ ହିଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଭୁବନେଶ୍ୱରେ ମୋଟ ୩୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ୩ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡିକ ହେଲା- ଅନୁଗୁଳ, ଦେବଗଡ଼ ଏବଂ ସମ୍ବଲପୁର। […]

rain
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ !

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଥିଲା ବେଳେ ଆସନ୍ତା ୨୩ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏବେ ଜାରି ରହିଥିବା ଲଘୁଚାପ ଜନିତ ବର୍ଷା ୨୧ରେ ସାମାନ୍ୟ କମିବାର ସମ୍ଭାବନା ରହିଛି। ହେଲେ ୨୩ରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ପୁଣି ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ, ଲଘୁଚାପ ପ୍ରଭାବରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା […]

  • Sunday, 04 July 2021
rain
୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣଂ; ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ନେଇ ସତର୍କ ସୂଚନା ଜାରି

ଭୁବନେଶ୍ୱର: ପ୍ରବଳ ବର୍ଷା ସମ୍ଭାବନା ନେଇ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜିଲ୍ଲାଗୁଡ଼ିକ ହେଲେ- ଜଗତସିଂହପୁର, ବାଲେଶ୍ୱର, ମୟୂରଭଂଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବୌଦ୍ଧ, କଟକ ଓ ଅନୁଗୁଳ ଜିଲ୍ଲାକୁ ମଧ୍ୟ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ପାଣି ଜମିବା ସହ କିଛି ଜାଗାରେ ଆକସ୍ମିକ ବନ୍ୟା ନେଇ ୱାର୍ଣ୍ଣିଂ କରାଯାଇଥିବା ବେଳେ କଚ୍ଚା ଘର ଭାଙ୍ଗିବା ଓ ରାସ୍ତା ନଷ୍ଟ ହେବା […]

  • Sunday, 04 July 2021
odisha
କରୋନା ନେଲାଣି ୧୩ ଶିକ୍ଷକଙ୍କ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ କରୋନା ପଜିଟିଭ୍ ମାମଲା ଲଗାତର ବଢ଼ିବାରେ ଲାଗିଛି। ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୩୭୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଏଥିମଧ୍ୟରୁ କରୋନାରେ ଏପର୍ଯ୍ୟନ୍ତ ୧୩ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଯେଉଁ ୧୩ଜଣ ଶିକ୍ଷକଙ୍କର ମୃତ୍ୟୁ ହୋଇଛି, ସେଥିମଧ୍ୟରୁ ୧୨ଜଣଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରାଯିବା ନେଇ ମନ୍ତ୍ରୀ କହିଛନ୍ତି। ସରକାରଙ୍କ ଘୋଷଣା ମୁତାକବ ମୃତ ଶିକ୍ଷକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ। […]

  • Sunday, 04 July 2021
manohar
ବିଧାୟକଙ୍କ ଚାଷ କାମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ବିଲରେ ଚାଷ କରି ଚର୍ଚ୍ଚାକୁ ଆସିଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଟ୍ୱିଟ୍ କରି ଓଡ଼ିଶାର ବିଧାୟକ ମନୋହରଙ୍କୁ ପ୍ରଶଂସା କରିଥିଲେ। ତେବେ ତାଙ୍କର ଏହି ଟ୍ୱିଟ୍ ଉପରେ ମୁଖ୍ୟମନ୍ତ୍ରୀ ରିଟ୍ୱିଟ୍ କରିଛନ୍ତି। Appreciate party MLA Manohar Randhari for leading by example with his commitment to agriculture and taking pride for his work […]

  • Sunday, 04 July 2021
highcourt
ହୋମଗାର୍ଡଙ୍କ ଭତ୍ତା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

କଟକ: ହୋମଗାର୍ଡମାନଙ୍କ ପାଇଁ ଖୁସି ଖବର। ହୋମଗାର୍ଡଙ୍କ ଭତ୍ତା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଦୈନିକ ୫୩୩ ଟଙ୍କା ହିସାବରେ ପାରିଶ୍ରମିକ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୫୩୩ଟଙ୍କାକୁ ବୃଦ୍ଧି ସହ ପିଛିଲା ଭାବେ ଜାନୁଆରୀ ୨୦୨୦ରୁ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ରାୟରେ ଆଶିଂକ ପରିବର୍ତ୍ତନ କରି ଡିଭିଜନ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ଏ.କେ.ମିଶ୍ରଙ୍କ […]

  • Sunday, 04 July 2021
jalaka
ବିପଦ ସଂକେତ ଟପିଲା ଜଳକା ନଦୀ

ବାଲେଶ୍ୱର: ବିପଦ ସଂକେତ ଟପିଛି ଜଳକା ନଦୀ। ଲଘୁଚାପ ଜନିତ ଲଗାଣ ବର୍ଷାରୁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ବାଲେଶ୍ୱର ବସ୍ତା ଅଂଚଳ ଦେଇ ଜଳକା ନଦୀ ପ୍ରବାହିତ ହୋଇଥିବାବେଳେ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲି ଠାରୁ ବର୍ଷା ଲାଗି ରହିଛି। ଫଳରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ମଥାନୀ ଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିପଦ ସଂକେତ ୫.୫ ମିଟର ଥିବାବେଳେ ୫.୭୦ […]

  • Sunday, 04 July 2021
flood
ବର୍ଷାରେ ସ୍ଥିତି ଜଟିଳ; ଘର ଭାଙ୍ଗିଲା ଓ ରାସ୍ତା ଧୋଇଗଲା ଅଫିସ୍‌ରେ ବି ପାଣି ପଶିଲା

ଭୁବନେଶ୍ୱର: ପୁଣି ଲଘୁଚାପ ବର୍ଷାରେ ବେହାଲ୍ ସାରା ରାଜ୍ୟ। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଲାଗି ରହିଛି ଲଗାଣ ବର୍ଷା। ମାଲକାନଗିରିରେ ଆଜି ସକାଳୁ ପୁଣିଥରେ ବର୍ଷା ଆରମ୍ଭ ହୋଇଛି।   ପୂର୍ବ ତୁଳନାରେ ବର୍ଷା କମିଥିଲେ ମଧ୍ୟ ତଳିଆ ଅଂଚଳ ଜଳମଗ୍ନ ହୋଇରହିଛି। NH- ୩୨୬ ରାସ୍ତାର କାଙ୍କରକୋଣ୍ଡା ପୋଲ ବୁଡ଼ିଯିବାରୁ ପୁଣି ଥରେ ମାଲକାନଗିରି- କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏଣେ ପ୍ରବଳ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। […]

  • Sunday, 04 July 2021
samuka
୧୦ବର୍ଷ ପରେ ବି ଅସ୍ପଷ୍ଟ ପୁରୀର ଶାମୁକା ପ୍ରକଳ୍ପ; କେମିତି ହେବ ପର୍ଯ୍ୟଟନ ଓ ଅର୍ଥନୈତିକ ବିକାଶ ?

ପୁରୀ: ୧୦ବର୍ଷ ପରେ କେତେ ଆଗେଇଛି ଶାମୁକା ପ୍ରକଳ୍ପ ? ପୁରୀରେ ପର୍ଯ୍ୟଟନର ବିଶାଳ ସମ୍ଭାବନାର ଗୋଲାପି ଚିତ୍ର ଦେଖାଇଥିବା ଏ ଯୋଜନା କାର୍ଯ୍ୟକାରୀ ହେଲେ କେତେ ସାକାର ହେବ ପୁରୀ ବାସିନ୍ଦାଙ୍କ ସ୍ୱପ୍ନ ? ଯାହାକୁ ନେଇ ସାରା ଓଡ଼ିଶା ବାସୀଙ୍କ ମନରେ ପ୍ରଶ୍ନ ଉଠିଛି। କାରଣ ପୁରୀକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେବାକୁ ନିଷ୍ପତ୍ତି ନେଇ ରାଜ୍ୟ ଟୁରିଜିମ୍ ବିଭାଗ ପୁରୀ ସିପସରୁବାଲି ମୌଜାରେ ପ୍ରାୟ ୯୭୨ ଏକର ଜମିରେ ଯେଉଁ […]

  • Sunday, 04 July 2021
ଝଡ଼ତୋଫାନ ଓ ବର୍ଷା ନେଇ ୨୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି।  ଲଘୁଚାପ ପ୍ରଭାବରେ ରାଜ୍ୟରେ ସ୍ୱାଭାବିକ ଥିବା ମୌସୁମୀବାୟୁ ଆହୁରି ସକ୍ରିୟ ହୋଇଛି। ଆଜି ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ୨୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବଲାଙ୍ଗିର, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି,କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, […]

  • Sunday, 04 July 2021