• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

sarpanch
କ୍ଷମତା ଅପବ୍ୟବହାର କରି ଗିରଫ ହେଲେ ସରପଞ୍ଚ

ବଲାଙ୍ଗିର: କ୍ଷମତା ଅପବ୍ୟବହାର ଅଭିଯୋଗରେ ସରପଞ୍ଚ ଗିରଫ। ସରପଞ୍ଚ ହେମକାନ୍ତି ମୁଣ୍ଡା ଓ ତାଙ୍କ ସ୍ୱାମୀ ମୋହନ ମୁଣ୍ଡା ଗିରଫ। ଉଭୟଙ୍କୁ ଲୋଇସିଂହା ଥାନା ପୋଲିସ ଗିରଫ କରିଛି। ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରିଥିଲେ ସରପଞ୍ଚ। କାହାରି ନିର୍ଦ୍ଦେଶ ନାହିଁ, ହେଲେ ହାତରେ ଜିଲ୍ଲାପାଳ କ୍ଷମତା ଥିବାରୁ ଗତ ୧୧ରେ ଭାଙ୍ଗି ଦେଇଥିଲେ ଛଅ ଛଅଟି ଅର୍ଦ୍ଧନିର୍ମିତ ପ୍ରଧାନମନ୍ତ୍ରୀ ଆବାସ। ବୁଲଡୋଜର ଲଗାଇ ମାଟିରେ ମିଶାଇ ଦେଲେ ୬ ଅସହାୟ ନିରାଶ୍ରୟ ପରିବାରର ସବୁ ଆଶା, ସବୁ […]

  • Monday, 05 July 2021
rain
ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ଓଡ଼ିଶାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ୭ ଜିଲ୍ଲାରେ ପ୍ରବଳ ‍ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ନୂଆପଡା, ବରଗଡ଼, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ ଓ ସମ୍ବଲପୁର। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୭ ତାରିଖ ଆଡ଼କୁ ବର୍ଷା କମିବା ନେଇ ଆଞ୍ଚଳିକ […]

ଲଗାଣ ବର୍ଷାରେ ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି। ପାଙ୍ଗମ, ପୋଟେରୁ, କୋଙ୍କରକୋଣ୍ଡା, MV-୩୭ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଅନ୍ୟାନ୍ୟ ପୋଲ ଓ ରାସ୍ତା ଉପରେ ମଧ୍ୟ ୪ରୁ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ମାଲକାନଗିରିରୁ ଜୟପୁର, ବାଲିମେଳା ଓ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତକାଲି କାଙ୍କରକୋଣ୍ଡା ନଦୀ ଉପରେ ବ୍ରିଜ୍‌ ଅତିକ୍ରମ କରିବା ବେଳେ ବନ୍ୟା […]

  • Monday, 05 July 2021
odisha
ଭୋଜି ଖାଇ ୩୫ରୁ ଅଧିକ ଅସୁସ୍ଥ

ନୀଳଗିରି: ଭୋଜି ଖାଇ ୩୫ରୁ ଅଧିକ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ତୋଟାପଡ଼ା ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ତୋଟାପଡ଼ା ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଭୋଜିର ଆୟୋଜନ ହୋଇଥିଲା। ଏହି ଭୋଜି ଖାଇ ୩୫ରୁ ଅଧିକ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା ଓ ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥଙ୍କ ମଧ୍ୟରେ ୫ରୁ ଅଧିକ ଶିଶୁ ଅଛନ୍ତି। ଭୋଜି ଖାଇ ଅସୁସ୍ଥ ହୋଇଥିବା କିଛି ଲୋକଙ୍କୁ ନୀଳଗିରି ମେଡିକାଲରେ […]

  • Monday, 05 July 2021
ମନ୍ଦିର ପରିସରରୁ ମିଳିଲା ରକ୍ତାକ୍ତ ମୃତଦେହ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ହରିଡ଼ାପଦର ଗାଁ ଶିବ ମନ୍ଦିର ପରିସରରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହରିଡ଼ାପଦର ଗାଁର ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଆଜି ସକାଳୁ ସମ୍ପୃକ୍ତ ମହିଳା ଜଣକ ମନ୍ଦିର ଯାଇଥିଲେ। ସେଠାରୁ ପୂଜା ସାରି ଘରକୁ ଫେରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ସମ୍ପୃକ୍ତ ମହିଳାଙ୍କ ଦେଢଶୁର ମହିଳାଙ୍କ ମୁଣ୍ଡକୁ ଏକ ଶାବଳରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ […]

  • Monday, 05 July 2021
shutdown
କୁଜଙ୍ଗ ବଜାର ଓ ଏହାର ଆଖପାଖ ଅଞ୍ଚଳ ୩ ଦିନ ସଟ୍‌ଡାଉନ୍‌

ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଜାର ସମେତ ଏହାର ଆଖପାଖ ଅଞ୍ଚଳ ୩ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା ହୋଇଛି। କୁଜଙ୍ଗ କୋର୍ଟ ମଧ୍ୟ ବନ୍ଦ ରହିବ। କୁଜଙ୍ଗ ସବ୍-ଜଜ୍ ଏବଂ ଜେଏମ୍‌ଏଫସି କୋର୍ଟରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ପରେ ଜଗତସିଂହପୁର ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି। କୋର୍ଟ ପରିସର ସାନିଟାଇଜ କରାଯାଇଛି। ସଟ୍‌ଡାଉନ୍‌ ସମୟରେ ଦୋକାନ ବଜାର ଖୋଲିବା ଏବଂ ଜନସାଧାରଣଙ୍କ ସ୍ୱାଭାବିକ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଛି। ସଟ୍‌ଡାଉନ୍‌ରେ କେବଳ ଜରୁରୀକାଳୀନ ସେବା […]

  • Monday, 05 July 2021
ଲଗାଣ ବର୍ଷାରେ ନଦୀର ଜଳସ୍ତର ବୃଦ୍ଧି, ବିପଦ ସଙ୍କେତ ଟପିଲା ଜଳକା

ଜଳେଶ୍ୱର: ଲଗାଣ ବର୍ଷାରେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବନ୍ୟାଜଳ ଆସିବା ଫଳରେ ଅନେକ ଚାଷ ଜମିରେ ପାଣି ମାଡ଼ି ଯିବା ସହ ଅନେକ ଅଞ୍ଚଳ ପ୍ରଭାବିତ ମଧ୍ୟ ହୋଇଛି। ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ଜଳକା ବିପଦ ସଙ୍କେତ ଟପିଛି। ଫଳରେ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳ ପ୍ରଭାବିତ ହୋଇଛି। ମଥାନୀ ଠାରେ ବିପଦ ସଙ୍କେତ ୫. ୫୦ ମିଟର ଥିବାବେଳେ ଜଳସ୍ତର ୬.୩୦ମିଟରରେ ପ୍ରବାହିତ ହେଉଛି। ଯଦି ଏଭଳି ବର୍ଷା ଲାଗି ରହେ […]

  • Monday, 05 July 2021
rain
ପ୍ରବଳ ବର୍ଷିବ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ। ଏନେଇ ଆଜି ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡିକ ହେଲା- କୋରାପୁଟ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର ଓ ବରଗଡ଼। ସେହିପରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସ୍ୱଳ୍ପ ବର୍ଷା ସହ ଝଡ଼ତୋଫାନର ସମ୍ଭାବନା ରହିଛି। ଆସନ୍ତା […]

  • Monday, 05 July 2021
camera
କେଡ଼େ ନିର୍ଦ୍ଦୟୀ ମା': ୧୫ ମାସର ପୁଅକୁ ମାରି ଚାଲିଲା ବିଧା ଗୋଇଠା

ପୁରୀ: ୧୫ ମାସର ନିଷ୍ପାପ ଶିଶୁକୁ ଅକଥନୀୟ ଅତ୍ୟାଚାର। ବଡ଼ କଥା ହେଉଛି ଜନ୍ମ କଲା ମା କରୁଛି ଅତ୍ୟାଚାର।  ସିସିଟିଭିରେ କଏଦ୍ ହୋଇଥିବା ଏହି ଚିତ୍ର ହେଉଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ପାଇକସାହି ଗାଁର।  ଜଣେ ମା ତାର ପୁଅ ପ୍ରତି କିପରି ଏତେ ନିଷ୍ଠୁର ଓ ବର୍ବର ହୋଇପାରେ, ତାହା ଏହି ସିସିଟିଭି ଫୁଟେଜରୁ ଜଣାପଡିଛି। ୧୫ ମାସର ଶିଶୁଟି ବାରଣ୍ଡାରେ ଗୁରୁଣ୍ଡୁଛି। ଆଉ ଜନ୍ମ କଲା ମା ଗୋଇଠା ପରେ […]

  • Monday, 05 July 2021
surat
ସହି ହେଉନି ପେଟର ଦୁଃଖ: ପୁଣି ସୁରତ ମୁହାଁ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ସୁରଟ୍, ଚେନ୍ନାଇ, ଆନ୍ଧ୍ରପ୍ରଦେଶର ନେଲୋର ଏସବୁ ସହରରୁ ଆସିଥିବା ସ୍ୱତନ୍ତ୍ର ବସ୍‌ରେ ଫେରି ଯାଉଛନ୍ତି ଓଡ଼ିଆ ଶ୍ରମିକ। କରୋନା ଡରରେ ସିନା ପଳାଇ ଆସିଥିଲେ ହେଲେ ତାକୁ ବଳିଗଲା ପେଟର ଭୋକ। ସରକାର କାମ ଦେବେ ବୋଲି ପ୍ରତିଶ୍ରୁତି ତ ଦେଇଥିଲେ। ତେବେ ମାସ ମାସ ଅପେକ୍ଷା କରି ନିରାଶ ହେବା ପରେ ଭାଗ୍ୟକୁ ଆଦରି ପୁଣି ନିଜ କର୍ମସ୍ଥଳୀକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ଲକଡାଉନ ସମୟରେ କେବଳ ଗଞ୍ଜାମ ଜିଲ୍ଲାକୁ ଫେରିଥିଲେ ୪ଲକ୍ଷରୁ ଅଧିକ […]

  • Monday, 05 July 2021
heavy rain in odisha
କାଲିଠୁ ବଢ଼ିପାରେ ବର୍ଷାର ପରିମାଣ, ୯ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ରାଜ୍ୟରେ ଜାରି ରହିବ ଲଘୁଚାପ ଜନିତ ବର୍ଷା। ପୂର୍ବ ଲଘୁଚାପ ଦୁର୍ବଳ ହେଉଥିଲେ ବି ବଙ୍ଗୋପସାଗରରେ ୧୯ରୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ପୁଣି ବର୍ଷା ପରିମାଣ ବଢିପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ଏବଂ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାଲକାନଗିରି ଜିଲ୍ଲା […]

ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲା: ଦୋଷୀ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ

କୋରାପୁଟ: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ଘଟିଛି। ଏ ନେଇ କୋରାପୁଟ ଜେଲ୍ ଅଧୀକ୍ଷକ ସୂଚନା ଦେଇଛନ୍ତି। ଗତକାଲି ରାତିରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବାବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନେତ୍ରାନନ୍ଦ ଦଣ୍ଡସେନା କୋରାପୁଟ ଜେଲରେ ଆଜୀବନ […]

  • Monday, 05 July 2021
ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ପୁଣି ଜଣେ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର। ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ଆଜି ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଜୁଲାଇ ୨ରେ କୋରାପୁଟର ତତ୍କାଳୀନ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କ ଗାଡ଼ିରୁ ଭିଜିଲାନ୍ସ ୧୧ ଲକ୍ଷ ଟଙ୍କା ଜବତ କରିଥିଲା। ସେହିଦିନ ତାଙ୍କୁ ଗିରଫ କରି ଜେଲ୍‌ ପଠାଇଥିଲା ଭିଜିଲାନ୍ସ। ତାଙ୍କୁ ନିଲମ୍ବନ କରାଯିବା ସହ ରିମାଣ୍ଡରେ ଅଣାଯାଇ ଜେରା ମଧ୍ୟ କରାଯାଇଥିଲା। ଏପରିକି ତାଙ୍କ ଘରେ ଚଢ଼ାଉ […]

  • Monday, 05 July 2021
Digha–Gopalpur coastal highway
‘ଦୀଘା-ଗୋପାଳପୁର କୋଷ୍ଟାଲ୍‌ ହାଇୱେ ହେବ ଗେମ୍‌ ଚେଞ୍ଜର’

ଭୁବନେଶ୍ୱର: ୪୫୧ କି.ମି. ଦୀର୍ଘ ବିଶିଷ୍ଟ ଦୀଘା-ଗୋପାଳପୁର କୋଷ୍ଟାଲ୍‌ ହାଇୱେ ହେବ ଗେମ୍‌ ଚେଞ୍ଜର। ଏହି ରାସ୍ତା ନିର୍ମାଣ ଦ୍ୱାରା ଉପକୂଳ ଓଡ଼ିଶାର ଭାଗ୍ୟ ବଦଳିବ। ଟ୍ୱିଟ୍‌ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଦୀଘା ଠାରୁ ଗୋପାଳପୁର ପରିପାର୍ଶ୍ୱିକ ଓ ପରିବେଶକୁ ଅକ୍ଷୁଣ୍ଣ ରଖାଯିବ। ଯାହା ଦେଶର ପ୍ରମୁଖ ପର୍ଯ୍ୟଟନୀ ସ୍ଥଳୀ ହେବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ର କହିଛନ୍ତି, ଦୀଘା-ଗୋପାଳପୁର ଉପକୂଳ ରାଜପଥ ପାରାଦୀପ ଏବଂ ଧାମରା ବନ୍ଦରକୁ କୃଷି […]

  • Monday, 05 July 2021
deadbody representative image
PUBG ପାଇଁ ପ୍ରାଣ ଗଲା !

ବାସୁଦେବପୁର: PUBG ଖେଳିବାକୁ ବାରଣ କରିବାରୁ ଜଣେ ୨୦ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ। ଯୁବକଙ୍କ ଘର ଚାନ୍ଦବାଲି ବ୍ଲକ୍‌ ଅନ୍ତର୍ଗତ ପାଣିଝରିଆ ଅଞ୍ଚଳରେ।  ସୂଚନା ଅନୁସାରେ, ସମ୍ପୃକ୍ତ ଯୁବକ ଜଣକ ତାଙ୍କ ମାମୁଙ୍କ ସହ ଧାମରା ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ। ଯୁବକ ଜଣକ ସବୁବେଳେ ମୋବାଇଲ୍‌ରେ ପବ୍‌ଜି ଖେଳୁଥିବାରୁ ତାଙ୍କ ମାମୁ ତାଙ୍କ ଉପରେ ବିରକ୍ତି ପ୍ରକାଶ କରୁଥିଲେ। […]

  • Sunday, 04 July 2021
asit-tripathy
ବଢୁଛି ନଦୀର ଜଳସ୍ତର: ଆଲର୍ଟ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ବନ୍ୟା ପ୍ରସଙ୍ଗରେ ଜିଲ୍ଲାପାଳମାନଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ୧୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମୀକ୍ଷା ପରେ ମୁଖ୍ୟ ସଚିବଙ୍କ ସୂଚନା ଦେଇଛନ୍ତି ଯେ, ଗତ ୩ ଦିନରେ ମାଲକାନଗିରିରେ ସର୍ବାଧିକ ୪୬୩.୨ ମିମି ବର୍ଷା ହୋଇଛି। କିଛି କିଛି ଖାଲୁଆ ଅଞ୍ଚଳରେ ପାଣି ଜମିଥିଲା, ଏବେ ସ୍ଥିତି ସ୍ୱାଭାବିକ ରହିଛି। କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନେ ଖୁବ୍‌ଶୀଘ୍ର SRCଙ୍କୁ ରିପୋର୍ଟ ଦେବେ। […]

  • Sunday, 04 July 2021
exam
୧୯ରେ ବାହାରିବ ଯୁକ୍ତ ଦୁଇ ବାଣିଜ୍ୟ ଫଳ

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବ +୨ ବାଣିଜ୍ୟ ରେଜଲ୍ଟ। ୧୯ ତାରିଖ ଦିନ ୧୧ଟା ୩୦ରେ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ପ୍ରେସମିଟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।  ସେହିପରି ଅଗଷ୍ଟ ଶେଷ ସପ୍ତାହରେ  +୨ କଳା ରେଜଲ୍ଟ ପ୍ରକାଶ ପାଇବ। ୧୨ରେ ପ୍ରକାଶ ପାଇଥିଲା +2 ବିଜ୍ଞାନ ରେଜଲ୍ଟ।  ଅଗଷ୍ଟ ଶେଷ ସପ୍ତାହରେ  +୨ କଳା ରେଜଲ୍ଟ ପ୍ରକାଶ ପାଇବ। ଚଳିତ ବର୍ଷ +2ରେ ପରୀକ୍ଷା ଦେଇଛନ୍ତି ୩ ଲକ୍ଷ […]

  • Sunday, 04 July 2021
troch-light
ମୋବାଇଲ ଟର୍ଚ୍ଚ ଲାଇଟରେ ଚିକିତ୍ସା

ପାଟଣାଗଡ଼: ପୁଣି ସାମ୍ନାକୁ ଆସିଲା ମୋବାଇଟ ଟର୍ଚ୍ଚ ଲାଇଟରେ ଚିକିତ୍ସା ବେଳର ଦୃଶ୍ୟ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏ ଚିତ୍ର। ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା କିଛି ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ଅଣାଯାଇଥିଲା, ପ୍ରାଥମିକ ଚିକିତ୍ସା ଆରମ୍ଭରୁ ହିଁ ବିଜୁଳି ଚାଲିଯାଇଥିଲା। ବହୁ ସମୟ ଧରି ବିଜୁଳି ନ ଆସିବାରୁ ମୋବାଇଲ ଫ୍ଲାସ ଲାଇଟରେ ଚିକିତ୍ସା ଜାରି ରହିଥିଲା। ମେଡିକାଲରେ ଥିବା ୧୦ ବର୍ଷ ତଳର ଜେନେରେଟର […]

  • Sunday, 04 July 2021
LEGAL-NOTICE
OTVକୁ ଲିଗାଲ ନୋଟିସ୍ ପଠାଇଲେ ଅନୁଭବ ମହାନ୍ତି

ଭୁବନେଶ୍ୱର: ଓଟିଭିକୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଲିଗାଲ ନୋଟିସ୍। କୋଭିଡ୍ ଅଡିଓ ସିଡି ମାମଲାରେ ହାଇଟେକ୍, ସମ୍ ଓ କିମ୍ସ ମେଡିକାଲ କର୍ତ୍ତୃପକ୍ଷ କିଛି ଦିନ ତଳେ ଓଟିଭି ନାଁରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। ଏହାପରେ ସାଂସଦ ଅନୁଭବ ମହାନ୍ତି ଓଟିଭିକୁ ଲିଗାଲ ନୋଟିସ୍ ପଠାଇଛନ୍ତି। ଓଟିଭି ତାଙ୍କ ନାଁରେ ସତ୍ୟ ବିହୀନ, ଅମୂଳକ ଓ ଆପତ୍ତିଜନକ ଖବର ପ୍ରସାରଣ କରିଥିବା ଦର୍ଶାଇ ସେ ଏହି ଆଇନଗତ ପଦକ୍ଷେପ ନେଇଥିବା ଟୁଇଟ କରି ଜଣାଇଛନ୍ତି। […]

  • Sunday, 04 July 2021
crime
ବନ୍ଧୁ ସାଜି ଆସିଲେ, ମହିଳାଙ୍କୁ ହତ୍ୟା କରି ଲୁଟିଲେ

ପଟ୍ଟାମୁଣ୍ଡାଇ: ଫିଲ୍ମ ଷ୍ଟାଇଲ୍‌ରେ ଚୋରି ଆଉ ତା ପରେ ବୀଭତ୍ସ ହତ୍ୟାକାଣ୍ଡ। ବନ୍ଧୁର ପରିଚୟ ଦେଇ ମିଠା ଦେଲେ। ଆଉ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ମହିଳାଙ୍କୁ ହତ୍ୟା କରି ଲୁଟିନେଲେ। ଏଭଳି ବିଭତ୍ସ ହତ୍ୟାକାଣ୍ଡ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ଏମିତି ଥିଲା ଘଟଣାକ୍ରମ:- ପଟ୍ଟାମୁଣ୍ଡାଇ ଥାନା ଅରଡ଼ପଲ୍ଲୀ ଗାଁରେ ଅମୂଲ୍ୟ ଜେନା (୬୨) ଜଣେ ଚାଷୀ। ପରିବାର କହିଲେ ସ୍ତ୍ରୀ ମିନତୀ, ଦୁଇ ପୁଅ ବିଶ୍ୱଜିତ ଓ ସତ୍ୟଜିତ। […]

  • Sunday, 04 July 2021
final-temple
ବର୍ଷକରେ ଝଲସିବ ଏକାମ୍ର କ୍ଷେତ୍ର !

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏହାର ଚତୁଃପାର୍ଶ୍ୱର ଉନ୍ନୟନ ପାଇଁ ଏକ ବିରାଟ ଯୋଜନା ପ୍ରସ୍ତୁତ କରାଯାଇଛି।  ୬୬ ଏକର ପରିମିତ ଜମି ଉପରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏହି ବିସ୍ତୃତ ଯୋଜନା ଉପସ୍ଥାପନା କରାଯାଇଥିଲା।  ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱର ଭବ୍ୟ ବିକାଶ  କରାଯାଇ ଏକ ଅଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତି  ପରିବେଶ ସୃଷ୍ଟି କରାଯିବ। ପୂର୍ବରୁ ୧୦ ରୁ ୧୫ ହଜାର […]

  • Sunday, 04 July 2021
commissioner-police
କମିଶନରେଟ ପୋଲିସ ଆଇଆଇସି ସ୍ତରରେ ଅଦଳବଦଳ

ଭୁବନେଶ୍ୱର: କମିଶନରେଟ ପୋଲିସ ଆଇଆଇସି ସ୍ତରରେ ଅଦଳବଦଳ। ଭରତ ସାହୁ ହେଲେ କ୍ୟାପିଟାଲ ଥାନା ଆଇଆଇସି। ଶରତ ସାହୁ ହେଲେ ନୟାପଲ୍ଲୀ, ଯୁବରାଜ ସ୍ୱାଇଁ ହେଲେ  ଚନ୍ଦ୍ରଶେଖରପୁର, ଅରୁଣ ସ୍ୱାଇଁ ହେଲେ ଖାରବେଳ ନଗର, ଗିରିଜା ଚକ୍ରବର୍ତ୍ତୀ ହେଲେ ଲକ୍ଷ୍ମୀସାଗର, ବିଶ୍ୱରଂଜନ ସେନାପତି ହେଲେ ନନ୍ଦନକାନନ, ବିଶ୍ୱରଂଜନ ନାୟକ ହେଲେ ବଡ଼ଗଡ଼ ଥାନା ଆଇଆଇସି। ସେହିପରି ଦୀପକ କୁମାର ମିଶ୍ର ହେଲେ ଏୟାରଫିଲ୍‌ଡ, ଅଞ୍ଜଳି ଛୋଟରାୟ ହେଲେ ଟ୍ରାଫିକ, ଦୟାନିଧି ନାୟକ ହେଲେ ଧଉଳି, ପ୍ରମୋଦ ପଟ୍ଟନାୟକ ହେଲେ ତମାଣ୍ଡୋ, ବିରଞ୍ଚି ପତି ହେଲେ ଚୌଦ୍ୱାର, ରଶ୍ମିରଂଜନ ମହାପାତ୍ର ହେଲେ ବାଦାମବାଡ଼ି, ରବୀନ୍ଦ୍ରନାଥ ମେହେର ହେଲେ ଜଗତପୁର, ପ୍ରଦୀପ ନାୟକ ହେଲେ ମର୍କତନଗର, ପଦ୍ମଲୋଚନ ପ୍ରଧାନ ହେଲେ ଖଣ୍ଡଗିରି ଓ ହିମାଂଶୁ ଭୂଷଣ ସ୍ୱାଇଁ ହେଲେ ସହିଦନଗର ଥାନା […]

  • Sunday, 04 July 2021
prasant-jagdeb
ଅଡୁଆରେ ବିଜେଡିର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ

ଭୁବନେଶ୍ୱର: ପୁଣି ଅଡୁଆରେ ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ। କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବବ୍ୟହାର କରି ଏଥର ଫସିଛନ୍ତି ବିଧାୟକ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କନିଷ୍ଠ ଯନ୍ତ୍ରୀ ଜଗବନ୍ଧୁ ସାହୁ ଓ ଅନ୍ୟ ଷ୍ଟାଫଙ୍କୁ ବିଧାୟକ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ କନିଷ୍ଠ ଯନ୍ତ୍ରୀ ଜଗବନ୍ଧୁ ସାହୁ ଚଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୀକାରୀଙ୍କୁ ଚିଠି ଲେଖି ଗତ ୧୫ ତାରିଖ ରାତିର ଘଟଣା ସଂପର୍କରେ ଅବଗତ କରାଇଛନ୍ତି। ଘଟଣାଟି ଥିଲା ଏମିତି:- […]

  • Sunday, 04 July 2021
rain in odisha
ପାଣିପାଗ ଅପ୍‌ଡେଟ୍‌: ଆଜିଠାରୁ କମିବ ବର୍ଷା

ଭୁବନେଶ୍ୱର:  ୪ ଦିନ ଧରି ଲଘୁଚାପ ବର୍ଷାରେ ବେହାଲ୍ ଓଡ଼ିଶା। ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ, ଅସ୍ତବ୍ୟସ୍ତ ହୋଇପଡ଼ିଛି ଅଧିକାଂଶ ଜିଲ୍ଲା। ବିଶେଷ କରି ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ସ୍ଥିତି ସାଂଘାତିକ ହେବା ସହ ଗମନାଗମନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଚାଷବାସ ଉଜୁଡ଼ିଯାଇଛି। କେବଳ ମାଲକାନଗିରି ନୁହେଁ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ଜଳସ୍ତର ବଢ଼ିଥିବାରୁ ସମସ୍ୟା ବଢ଼ିଛି। ଭଦ୍ରକ ଜିଲ୍ଲାର ଅନେକ ତଳି ଅଞ୍ଚଳ ଜଳମଗ୍ନ ହୋଇରହିଛି। ସେପଟେ ରାଜ୍ୟରେ ବନ୍ୟା […]

  • Sunday, 04 July 2021
gst
ରାଜ୍ୟରେ ୭୧୨ କୋଟିର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ

ଭୁବନେଶ୍ୱର: ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ବିଭାଗ ଦ୍ୱାରା ଓଡ଼ିଶାରେ ୭୧୨ କୋଟିର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ ହୋଇଛି। ଏହି ବଡ଼ ଧରଣର ଜିଏସଟି ଠକେଇ ମାମଲାରେ ଜଣକୁ ଗିରଫ କରାଯାଇଛି। ଗିରଫ ଜଣକ ହେଲେ ମଧୁମିତା ଷ୍ଟିଲ ଇଣ୍ଡଷ୍ଟ୍ରି ନିର୍ଦ୍ଦେଶକ କାଶ୍ମୀରା ଅଗ୍ରୱାଲ। ତାଙ୍କୁ ସମ୍ବଲପୁରରୁ ଗିରଫ କରିଛି ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ବିଭାଗ। ଜାଲ୍ ଇନପୁଟ୍ ଟାକ୍ସ କ୍ରେଡିଟ୍, ଘରଭଡ଼ା, ପରିବହନ ଆଦି ଜାଲି କରାଯାଇ ବିପୁଳ ଠକେଇ ହୋଇଥିଲା। ବହୁ ଟନ୍ ଓଜନର ଲୁହା […]

  • Sunday, 04 July 2021