• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

simdri
ଫ୍ରୁଟ୍‌ ଜୁସ୍‌ ଷ୍ଟ୍ର'ରେ ଏମିତି ବାଦ୍ୟଯନ୍ତ୍ର ଦେଖିଛନ୍ତି କି ଆପଣ ?

ଭୁବନେଶ୍ୱର: ଆପଣ ଫ୍ରୁଟ୍ ଜୁସ୍ ପିଇବା ପାଇଁ ଯେଉଁ ଛୋଟ ପାଇପ୍ ତଥା ଷ୍ଟ୍ର ବ୍ୟବହାର କରୁଛନ୍ତି, ତାହା ଯେ ସଂଗୀତ ଯନ୍ତ୍ର ହୋଇପାରିବ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ନ? ଆଶ୍ଚର୍ଯ୍ୟ ହେଲେ ବି କଥାଟା କିନ୍ତୁ ସତ। ଯାହାକୁ କରିଦେଖାଇଛନ୍ତି ରାଜ୍ୟର ଜଣାଶୁଣା ସାକ୍ସୋଫୋନ୍ ଏବଂ ବଂଶୀବାଦକ ଏମ୍.ସୀମାଦ୍ରି। ଫ୍ରୁଟ୍‌ ଜୁସ୍‌ ପିଇବା ପାଇପ୍‌ରେ ଏମିତି ବାଦ୍ୟଯନ୍ତ୍ର ଦେଖିଛନ୍ତି କି ଆପଣ ? ଏହି ବାଦ୍ୟ ଯନ୍ତ୍ରର ନାଁ ହେଉଛି… #Odisha pic.twitter.com/5ZXH1bluaT — ଓଟିଭି […]

  • Monday, 05 July 2021
corona ko
କଥା ନ ମାନିବାରୁ ୧୫ ପରିବାର ଗାଁରୁ ବାସନ୍ଦ

ନୟାଗଡ଼: ନୟାଗଡ଼ରେ କଙ୍ଗାରୁ କୋର୍ଟ। ଗ୍ରାମବାସୀଙ୍କ କଥାରେ ହଁ ନମାରିବାରୁ ୧୫ ପରିବାରକୁ ବାସନ୍ଦ କରାଯାଇଛି। ନୟାଗଡ଼ ଜିଲ୍ଲା ରଗଡ଼ିମଡା ଗାଁ ଗୋଲାସାହିରେ ଘଟିଛି ଏହି ଅଭାବନୀୟ ଘଟଣା। ଏବେ ଏହି ୧୫ ପରିବାର ଓଡ଼ଗାଁ ଥାନା ସାମ୍‌ନା ବସ୍‌ଷ୍ଟାଣ୍ଡରେ ଦିନ କାଟୁଛନ୍ତି। ରାତିରେ ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ ନେଉଛନ୍ତି। ସେମାନଙ୍କୁ କିଛି ଗ୍ରାମବାସୀ ଘରେ ପଶି ମାଡ଼ ମାରୁଥିବାର ମଧ୍ୟ ଅଭିଯୋଗ ହୋଇଛି। ରାଜନୈତିକ ଆକ୍ରୋଶ ରଖି ସେମାନଙ୍କୁ ବିଭିନ୍ନ ସମୟରେ ଏଭଳି ହଇରାଣ କରୁଥିବା […]

  • Monday, 05 July 2021
kood
ଲୋକେ ଦେଖୁଥିଲେ ଟ୍ୟାଙ୍କର; କିନ୍ତୁ ଚାଲାଣ ହେଉଥିଲା ଆଉକିଛି

କୋରାପୁଟ: ଟ୍ୟାଙ୍କରରେ ଭର୍ତ୍ତି କରି ଅଭିନବ ଉପାୟରେ ଗଂଜେଇ ଚାଲାଣ କରାଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ଦଶ କିଲୋ ନୁହେଁ କି ୫୦ କିଲୋ ନୁହେଁ, ତାପୁଣି ଶହ ଶହ କିଲୋ ଓଜନର ଗଂଜେଇ ଚାଲାଣ କରାଯାଉଛି। କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ପୀତାଗୁଡ଼ା ଅଞ୍ଚଳରୁ ଏଭଳଇ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରୁ ଆସି ଗଂଜେଇ ମାଫିଆ ଏକ ଟ୍ରାକ୍ଟରରେ ଟ୍ୟାଙ୍କର ଯୋଡ଼ି ଗଂଜେଇ ଚାଲାଣ କରୁଥିଲେ। ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଖବର […]

  • Monday, 05 July 2021
dgp
କରୋନା ସମୟରେ ଅଭିଯୋଗ ପାଇଁ ନୂଆ ଗାଇଡଲାଇନ ଜାରି କଲେ ଡିଜିପି

ଭୁବନେଶ୍ୱର: କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ଗାଇଡଲାଇନ ଜାରି କରିଛନ୍ତି ପୋଲିସ ଡିଜି ଅଭୟ। ଲୋକେ କିଭଳି ଅଭିଯୋଗ କରିବେ, ଥାନା ଅଧିକାରୀ କିପରି ଅଭିଯୋଗ ବୁଝିବେ ସେନେଇ ବିସ୍ତୃତ ଭାବେ ଗାଇଡଲାଇନ ଜାରି ହୋଇଛି। ଗାଇଡ୍‌ଲାଇନ୍‌ ଅନୁସାରେ, ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରହିବ କଣ୍ଟ୍ରୋଲ ରୁମ୍। ଟ୍ୱିଟର, ଫେସବୁକରେ ଜିଲ୍ଲା ପୋଲିସ କଣ୍ଟ୍ରୋଲ ରୁମ୍ ନମ୍ବର ଦିଆଯିବ। ପ୍ରତି ଥାନା ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋସିଆଲ ମିଡିଆରେ ଦେବେ। ଥାନାକୁ […]

  • Monday, 05 July 2021
suicide
'ସେ ମୋ ଜୀବନ, ତାକୁ କିଏ ମାରିଦେଇଛି'

ଭୁବନେଶ୍ୱର: ଭୁବନେଶ୍ୱରରେ ନାବାଳିକାଙ୍କ ମୃତଦେହ ମିଳିବା ପରେ ଏନେଇ ସନ୍ଦେହ ପ୍ରକଟ କରିଛନ୍ତି ପରିବାରଲୋକେ।  ଝିଅକୁ ହତ୍ୟା କରାଯାଇଥିବା କହିଛନ୍ତି ମୃତକଙ୍କ ବାପା। ସେହିଭଳି ଭଉଣୀ ମଧ୍ୟ ଏନେଇ ସନ୍ଦେହ ପ୍ରକାଶ କରିବା ସହ ହତ୍ୟାକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏନେଇ ମୃତ ନାବାଲିକାଙ୍କ ଭଉଣୀ କହିଛନ୍ତି ଯେ ସେ ମୋର ଭଉଣୀ ନୁହେଁ, ସେ ମୋ ଜୀବନ ଥିଲା। ତାକୁ କିଏ ମାରିଦେଇଛି। ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଫେଜ୍-ଟୁରେ ଜଣେ ନାବାଳିକାଙ୍କ ସନ୍ଦେହଜନକ […]

  • Monday, 05 July 2021
light
ବଜ୍ରାଘାତରେ ଗଲା ୩ ମହିଳା ଚାଷୀଙ୍କ ଜୀବନ

ବଲାଙ୍ଗିର: ବଲାଙ୍ଗିରରେ ବଜ୍ରାଘାତ ଘଟି ୩ ଜଣଙ୍କ ମୃତ୍ୟୁ। ମୃତକ ତିନିଜଣ ମହିଳା ଅଟନ୍ତି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଉ  ୨ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଚାଷ କାମ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଯାଇଛି। ତେବେ ସୌଭାଗ୍ୟବଶତଃ ଅନ୍ୟ ୧୦ ଜଣ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ବଲାଙ୍ଗିର ସଦର ବ୍ଲକ ବଡ଼ତେଲେନପାଲ୍ଲୀରେ ଏହି ଅଭାବନୀୟ ଘଟଣା ଘଟିଛି। ବଲାଗିଂର ସଦର ବ୍ଲକ ବଡତେଲେନପାଲି ଗାଁର ଚବିନ ଧରୁଆଙ୍କ […]

  • Monday, 05 July 2021
Untitled-1 copy
‘ମନରେଗା’ କାମରେ ଦୁର୍ନୀତି ଅଭିଯୋଗ ଆଣିଲା ବିଜେପି

ଗଞ୍ଜାମ: ଓଡିଶାରେ ମନରେଗା କାମରେ ଦୁର୍ନୀତି ନେଇ ବିଜେପିର ଅଭିଯୋଗ।  ରାଜ୍ୟକୁ  ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ସଠିକ ଭାବେ କାମ ମିଳୁନାହିଁ। ଶ୍ରମିକମାନଙ୍କ ବଦଳରେ ରାତି ଅଧିଆ ଜେସିବି ଓ ଟ୍ରାର ଲଗାଇ ଶ୍ରମିକଙ୍କ ଅର୍ଥ ବାଟମାରଣ ହେଉଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ ଆଣି ଭିଡିଓ ଫୁଟେଜ୍ ମାଧ୍ୟମରେ ତଥ୍ୟ ପ୍ରମାଣ ଦେଇଛି ବିଜେପି। ଏପରିକି ମୃତ ବ୍ୟକ୍ତି, ବାର୍ଦ୍ଧକ୍ୟ ଭତ୍ତା ନେଉଥିବା ଲୋକ ଏବଂ ସ୍କୁଲ ଶିକ୍ଷକଙ୍କ ନାଁରେ ମଧ୍ୟ ଟଙ୍କା ହଡ଼ପ […]

  • Monday, 05 July 2021
tiger
ଓଡ଼ିଶାରେ ବାଘ ସଂଖ୍ୟା କେତେ?

ଭୁବନେଶ୍ୱର: ଓଡ଼ିଶାରେ ବଢ଼ି ନାହିଁ ବାଘ ସଂଖ୍ୟା। ୨୦୧୪ରୁ ଏବେ ଯାଏ ବାଘ ବଢ଼ି ନାହାନ୍ତି। ୨୦୧୮ ବାଘ ଗଣନା ରିପୋର୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ରିପୋର୍ଟ ଅନୁସାରେ ଦେଶରେ ରହିଛନ୍ତି ୨ ହଜାର ୯୬୭ଟି ବାଘ। ୨୦୧୪ରେ ୨ ହଜାର ୨୨୬ଟି ବାଘ ଥିଲା। ୪ ବର୍ଷରେ ୭୪୧ଟି ବାଘ ବଢ଼ିଥିଲେ। ହେଲେ ଓଡ଼ିଶାରେ ୨୦୧୪ରେ ୨୮ଟି ବାଘ ଥିଲେ ଯାହା ୨୦୧୮ରେ ସମାନ ରହିଛନ୍ତି। ମଧ୍ୟପ୍ରଦେଶ, […]

  • Monday, 05 July 2021
blast
ପାଠ ପଢୁଥିବା ବେଳେ ଫାଟିଗଲା ମୋବାଇଲ

ପୁରୀ: ପାଠ ପଢୁଥିଲା ବେଳେ ବ୍ଲାଷ୍ଟ ହେଲା ମୋବାଇଲ। ଅନ୍‌ଲାଇନ୍‌ରେ ପାଠପଢା ଚାଲୁଥିବା ବେଳେ ମୋବାଇଲ ଫାଟି ଗଲା। ଏଥିରେ ଜଣେ ଛାତ୍ରୀଙ୍କ ହାତରେ ଆଘାତ ଲାଗିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ବାଲିଘାଇ ଅଞ୍ଚଳ ଆଦର୍ଶ ନଗର ଅଞ୍ଚଳରେ। ସୂଚନା ଅନୁସାରେ ପୁରୀ ବାଲିଘାଇ ଅଞ୍ଚଳ ଆଦର୍ଶ ନଗର ବିଦ୍ୟାଧର ପଲାଇଙ୍କ ଝିଅ କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢନ୍ତି। ଛାତ୍ରୀ ଜଣକ ଅନ୍‌ଲାଇନ୍‌ରେ ପାଠ ପଢୁଥିବା ବେଳେ ହତାଠ୍ ଫୋନ୍‌ଟି ଫାଟି […]

  • Monday, 05 July 2021
food
କାହା କଥା ସତ? କ୍ୱାରେଣ୍ଟିନ୍‌ କେନ୍ଦ୍ରରେ ଆମେ ଦେଉଛୁ ଏଭଳି ଖାଦ୍ୟ !

ଭୁବନେଶ୍ୱର: କ୍ୱାରେଣ୍ଟିନ୍ ଓ କୋଭିଡ୍ କେୟାର ସେଣ୍ଟରରେ ଖାଦ୍ୟର ମାନକୁ ନେଇ ଥମୁନି ରାଜନୀତି। ଗୋଟେ ପଟେ ରୋଗୀ ଓ ପ୍ରବାସୀଙ୍କୁ ଉତ୍ତମ ଖାଦ୍ୟ ମିଳୁଥିବା ନେଇ ବିଭିନ୍ନ ଜିଲ୍ଲା ପ୍ରଶାସନ ଘନ ଘନ ଟ୍ୱିଟ୍ କରି ବାହାବା ସାଉଁଟିବାକୁ ପ୍ରତିଯୋଗିତା ତ ଅନ୍ୟପଟେ ଅରୁଚିକର ଖାଦ୍ୟକୁ ନେଇ ବାରମ୍ବାର ଜନ ଅସନ୍ତୋଷର ଲମ୍ବା ଅଭିଯୋଗ। ଏହା ଭିତରେ କାହା କଥା ଠିକ୍ ତାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ। ଅନୁଗୁଳରୁ କୋରାପୁଟ, ଢେଙ୍କାନାଳରୁ ମାଲକାନଗିରି ଭଦ୍ରକରୁ କନ୍ଧମାଳ, […]

  • Monday, 05 July 2021
abhilash
ଅନ୍ତର୍ଜାତୀୟ ସ୍ତରରେ ଚମକିଲା ୩ ମିନିଟ୍‌ର ଓଡ଼ିଆ ଫିଲ୍ମ

ଭୁବନେଶ୍ୱର: କରୋନା ସଂକ୍ରମଣ ବେଳେ ଲକ୍‌ଡାଉନ୍ ସଚେତନତା ବାର୍ତ୍ତା ବହନ କରୁଥିବା କ୍ଷୁଦ୍ର ଓଡ଼ିଆ କଳାତ୍ମକ ଚଳଚ୍ଚିତ୍ର “ଅଭିଳାଷ” ଉଭୟ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଚମକିଛି। ମାତ୍ର ୩ ମିନିଟ୍‌ ୨୬ ସେକେଣ୍ଡରେ ନିର୍ମିତ ଏହି ଫିଲ୍ମଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ୬ ବିଜେତାଙ୍କ ମଧ୍ୟରେ ସ୍ଥାନ ପାଇ ପୁରସ୍କୃତ ହୋଇଛି। ସେହିପରି ବେଙ୍ଗଲ୍ ଲକଡାଉନ୍ ଫେଷ୍ଟିଭାଲରେ ଜାତୀୟସ୍ତରରେ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ଲାଭ କରିଛି। ପଶ୍ଚିମବଙ୍ଗରେ ବେଙ୍ଗଲ ନ୍ୟାଶନାଲ୍ ଫିଲ୍ମ ଫେଷ୍ଟିଭାଲର ଆୟୋଜନ […]

  • Monday, 05 July 2021
naveen
'ଅଣକୋଭିଡ୍ ରୋଗୀଙ୍କୁ ଅବହେଳା କରନି, ଚିକିତ୍ସା କର'

ଭୁବନେଶ୍ୱର: ରାଜ୍ୟରେ ଅଣକୋଭିଡ୍ ରୋଗୀଙ୍କ ଚିକିତ୍ସାରେ ଯେପରି ସାମାନ୍ୟତମ ଅବହେଳା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ବିଭିନ୍ନ ଡାକ୍ତରଖାନାରେ ଅଣ-କୋଭିଡ୍ ରୋଗୀ ଉପଯୁକ୍ତ ଚିକିତ୍ସା ପାଉନଥିବା ନେଇ ଆସୁଥିବା ଅଭିଯୋଗ ଉପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କୋଭିଡ୍ ସ୍ଥିତି ସମୀକ୍ଷା ବୈଠକରେ ଆଲୋଚନା ହୋଇଥିଲା। ରୋଗୀଙ୍କ ଜୀବନ ବଞ୍ଚାଇବା ପ୍ରାଥମିକତା ହୋଇଥିବାରୁ ଏହା ଉପରେ ସବୁ ପଦକ୍ଷେପ କେନ୍ଦ୍ରୀତ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ତାସହ ରାଜ୍ୟରେ ଆମ୍ବୁଲାନ୍ସ ନେଟ୍ୱାର୍କକୁ ସୁଦୃଢ କରିବାକୁ ମଧ୍ୟ […]

  • Monday, 05 July 2021
piyush
ରେଳମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଚ୍ରେନ୍ ଚଲାଅ

ଭୁବନେଶ୍ୱର: ଓଡ଼ିଶା ରେଳ ମାନଚିତ୍ରରେ ଯୋଡ଼ିହେବ କେନ୍ଦ୍ରାପଡ଼ା। ବହୁ ପ୍ରତୀକ୍ଷିତ ହରିଦାଶପୁର-ପାରାଦୀପ ନୂଆ ବ୍ରଡଗେଜ୍ ଲାଇନରେ ଖୁବଶୀଘ୍ର ଆରମ୍ଭ ହେବ ଯାତ୍ରୀ ସେବା। ଏ ନେଇ ଆବଶ୍ୟକ ଅନୁମତି ପ୍ରଦାନ କରିବାକୁ ରେଳ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ। ୮୨ କିଲୋମିଟର ଲମ୍ବ ଏହି ରେଳ ଲାଇନ୍ ଓଡ଼ିଶା ସରକାର, ରେଳ ଓ ଜାହାଜ ଚଳାଚଳ ମନ୍ତ୍ରାଳୟର ମିଳିତ ଭାଗିଦାରୀରେ ତିଆରି କରାଯାଇଛି। ଏହି ବ୍ରଡଗେଜ୍ ରେଳ ଲାଇନ ନିର୍ମାଣ […]

  • Monday, 05 July 2021
MA
ବାଧକ ସାଜିଲାନି ଲକ୍‌ଡାଉନ୍‌; ଭିଡିଓ କଲ୍‌ରେ ବାହା ହେଲେ ଝାରସୁଗୁଡାର ପୁଅ

ଝାରସୁଗୁଡ଼ା: କେବେ ଦେଖଛନ୍ତି ଭର୍ଚୁଆଲ ବାହାଘର? ଯେଉଁଠି ସାଙ୍ଗ, ସାଥୀ ଓ ପରିବାର କେହି ବି ନଥିବେ। କେବଳ ଭିଡିଓ କଲିଂ ମାଧ୍ୟମରେ ବିବାହ। ହଁ, ଏପରି ନିଆରା ଢଙ୍ଗରେ ବାହାଘର କୋଉ ବିଦେଶରେ ନୁହେଁ ବରଂ ଓଡ଼ିଶାର ଝାରସୁଗୁଡା ଜିଲ୍ଲାରେ ଦେଖିବାକୁ ମିଳିଛି। ଯେଉଁଠି ବର ଝାରସୁଗୁଡାରେ ଥିବା ବେଳେ କନ୍ୟା ତାଙ୍କ ଠାରୁ ହଜାରେ କିମି ଦୂରରେ ରହିଛନ୍ତି। କିନ୍ତୁ ସମସ୍ତ ବିବାହ କାର୍ଯ୍ୟ ପରମ୍ପରା ମୁତାବକ ସମ୍ପନ୍ନ ହୋଇଥିଲା। କଥାଟା ବିଶ୍ୱାସ ନ […]

  • Monday, 05 July 2021
ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର: ମହାମାରୀ କରୋନା ସମୟରେ ଲକଡାଉନ ଓ ସଟଡାଉନ ଭିତରେ ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଆଜି ସକାଳ ୯ଟାରେ ଭିଡିଓ କନ୍ଫରେନ୍ସିଂରେ ରେଜଲ୍ଟ ପ୍ରକାଶ ପାଇବ। ତେବେ ଦିନ ସାଢ଼େ ୧୧ଟାରୁ ପିଲାମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ବୋର୍ଡର ୨ଟି  ୱେବସାଇଟ ଓ SMSରେ ମିଳିପାରିବ ରେଜଲ୍ଟ। ୱେବସାଇଟ ଗୁଡ଼ିକ ହେଲା www. bseodisha.ac.in ଏବଂ www.bseodisha.nic.in ସେହିପରି 5676750 ନମ୍ବର ନାଁ ଓ ରୋଲ ନମ୍ବର ଲେଖି ପଠାଇଲେ SMSରେ ମଧ୍ୟ ରେଜଲ୍ଟ […]

  • Monday, 05 July 2021
nagarjuna
ଆସୁଛି ନାଗାର୍ଜ୍ଜୁନ ବେଶ; ଅପୂର୍ବ ବେଶ ଦର୍ଶନ କରିବେ ତ ଭକ୍ତ ?

ପୁରୀ: କରୋନା ଭିତରେ ହଜି ଯାଇଛି ସବୁ ପର୍ବପର୍ବାଣୀ, ପରମ୍ପରା । ଯଦି କରୋନା ଔଷଧ ବା ଟିକା ନ ବାହାରେ ତେବେ ଆଗକୁ ସ୍ଥିତି ଏମିତି ଲାଗି ରହିବ। ଚଳିତ ବର୍ଷର ରଥଯାତ୍ରାକୁ ନେଇ ଭକ୍ତଙ୍କ ମନରୁ ଦୁଃଖ ଲିଭିନି। କାରଣ ମହାପ୍ରଭୁ ନବ ଦିନାତ୍ମକ ଯାତ୍ରାରେ ଆସିଲେ କିନ୍ତୁ ଭକ୍ତ ତାଙ୍କର ଚର୍ମ ଚକ୍ଷୁରେ ଦର୍ଶନ ପାଇଲେନି। ଆଗକୁ ଆସୁଛି ନାଗାର୍ଜ୍ଜୁନ ବେଶ। ଯଦି ସ୍ଥିତିରେ ପରିବର୍ତ୍ତନ ନ ଆସେ ତେବେ ଭକ୍ତ କ’ଣ […]

  • Monday, 05 July 2021
longaraj-3
ରାମ ମନ୍ଦିର ନିର୍ମାଣ ପାଇଁ ଲିଙ୍ଗରାଜ ମନ୍ଦିର ପରିସରରୁ ଗଲା ମାଟି

ଭୁବନେଶ୍ୱର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ସମସ୍ତ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଆଗାମୀ ଅଗଷ୍ଟ ୫ ତାରିଖରେ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଏଥିପାଇଁ ଭାରତର ସମସ୍ତ ପ୍ରମୁଖ ତୀର୍ଥ ସ୍ଥଳରୁ ପବିତ୍ର ମାଟି ଏବଂ ତୀର୍ଥ ଜଳ ଆହ୍ୱାନ କରାଯାଇଛି । ଏହି କ୍ରମରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ବିଶ୍ୱ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର […]

  • Monday, 05 July 2021
୩୧ଟି ସ୍କୁଲ୍‌ରେ ଫଳାଫଳ ଶୂନ୍‌

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍‌ ପାସ୍ ‌ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଝିଅଙ୍କ ପାସ୍ ହାର ୮୧.୯୮% ଥିବାବେଳେ ପୁଅଙ୍କ ପାସ୍ ହାର ୭୭.୮% ରହିଛି। ତେବେ ୩୧ଟି ସ୍କୁଲ୍‌ରେ‌ ଜଣେ ହେଲେ ବି ପାସ୍ କରି ନାହାନ୍ତି। ଏଠାରେ ଫଳାଫଳ ଶୂନ୍‌। କାହିଁକି ଏହିସବୁ ସ୍କୁଲ୍‌ରେ ରେଜଲ୍ଟ ଖରାପ ହେଲା, ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଗତଥର ୮୨ଟି […]

  • Monday, 05 July 2021
pertoal
୧୦୦ ପାର୍‌ ହେବା ପରେ ବି ବଢ଼ୁଛି ତୈଳ ଦର

ଆକାଶ ଛୁଆଁ ତୈଳଦରକୁ ନେଇ ତ୍ରାହି ତ୍ରାହି ଭିତରେ ବିକଳ୍ପ ଖୋଜିଲାଣି ଜନତା। ଏଇ ଯେମିତି ଭୁବନେଶ୍ୱରର ଖବରକାଗଜ ବିତରକ ଜଗନ୍ନାଥ ମହାପାତ୍ର ପେଟ୍ରୋଲ ଦର ରେକର୍ଡ ଭାଙ୍ଗିବା ଦେଖି ପୁରୁଣା ଗାଡି ଛାଡି ଏବେ ବ୍ୟାଟେରୀ ଚାଳିତ ଯାନ କିଣିଛନ୍ତି।

  • Monday, 05 July 2021
deadbody
ଗୋଟିଏ ହାତରେ ଶିଶୁ, ଅନ୍ୟ ହାତରେ ଶବକୁ କାନ୍ଧ ଦେଲେ ମହିଳା

ମାଲକାନଗିରି: ମୃତ୍ୟୁ ପରେ ବି ମିଳିଲାନି ସମ୍ମାନ । ଷ୍ଟ୍ରେଚରରେ ଶବକୁ କାନ୍ଧରେ ବୋହି ଘରକୁ ନେଲେ ପରିବାର ଲୋକେ। ସବୁଠାରୁ ହୃଦୟ ବିଦାରକ ଦୃଶ୍ୟ ଥିଲା, ଜଣେ ମହିଳା ଗୋଟିଏ କାଖରେ ଶିଶୁକୁ ଧରି ଥିବାବେଳେ ଅନ୍ୟ କାନ୍ଧ ଦେଇଥିଲେ ଶବକୁ।  ଷ୍ଟ୍ରେଚରରେ ଶବକୁ ଧରି ରାଜରାସ୍ତାରେ ଚାଲିଥିଲେ।  ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ । ସ୍ଥାନୀୟ ମୁସାକିଗୁଡା ଗାଁର ଜଣେ ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ […]

  • Monday, 05 July 2021
aditya das
ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ କ’ଣ ନିଆଯାଇଛି ଆକ୍ସନ ? ରିପୋର୍ଟ ମାଗିଲେ NHRC

ଭୁବନେଶ୍ୱର: ରହସ୍ୟ ଘେରରେ ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ National Human Rights Commission(NHRC) ପୁଲିସ୍‌ କମିଶନରଙ୍କୁ ଆକ୍ସନ ଟେକେନ୍‌ ରିପୋର୍ଟ ମାଗିଛନ୍ତି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ NHRC ନିର୍ଦ୍ଦେଶ ଦେଇଛନ୍ତି। ଆଦିତ୍ୟଙ୍କ ମୃତ୍ୟୁ ନେଇ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣାରେ ଜିଆର୍‌ପି ଜଣଙ୍କ ପରେ ଜଣଙ୍କୁ ଜେରା କରି ସାରିଥିବା ବେଳେ […]

  • Monday, 05 July 2021
jual
ହକିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଜୁଏଲ

ସୁନ୍ଦରଗଡ଼: ସାଂସଦ ଜୁଏଲ ଓରାମ ସୁନ୍ଦରଗଡ଼ରେ ହକିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାର ହକିର ବିକାଶ ପାଇଁ ଘରୋଇ କରଣ କରିବାକୁ ଚାହୁଁଛନ୍ତି । ଏଥିପାଇଁ ଘରୋଇ ଉଦ୍ୟୋଗୀମାନେ କିଛି ପ୍ରସ୍ତାବ ଦେଇଛନ୍ତି । ଯାହା ହକିର ବିକାଶ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରିବ। ଏଥିସହ ଉନ୍ନତ ମାନର ତାଲିମ ଯୋଗାଇବା ଆଳରେ ସୁନ୍ଦରଗଡ଼ରେ ଥିବା କ୍ରୀଡ଼ା ଉତ୍କର୍ଷ କେନ୍ଦ୍ରକୁ ଭୁବନେଶ୍ୱରକୁ ସ୍ଥାନାନ୍ତର […]

  • Monday, 05 July 2021
aditya das
ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ଆଉ ୨ ଟ୍ରେନ୍‌ ଡ୍ରାଇଭରଙ୍କୁ ଜେରା, ଦେଲେ ଏମିତି ତଥ୍ୟ...

ଭୁବନେଶ୍ୱର: ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ଜିଆର୍‌ପି ଆଉ ୨ଟି ଟ୍ରେନ୍‌ର ଡ୍ରାଇଭରଙ୍କୁ ପଚରାଉଚରା କରିଛି। ଏକ ପାର୍ସଲ ଟ୍ରେନ୍‌ ଓ ଏକ ମାଲ୍‌ବାହୀ ଟ୍ରେନ୍‌ର ଲୋକୋ ପାଇଲଟଙ୍କୁ ଜିଆର୍‌ପି ପଚରାଉଚରା କରିଛି। ଉଭୟ ଟ୍ରେନର ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଓ ଗାର୍ଡଙ୍କୁ ମଧ୍ୟ ପଚରାଉଚରା କରଯାଇଛି। ରାତି ଅଧିକ ହୋଇଥିବା ଯୋଗୁ କିଛି ଦେଖତ୍ପାରି ନ ଥିବା କହିଛନ୍ତି ଟ୍ରେନ୍‌ର ଡ୍ରାଇଭର। ଆଦିତ୍ୟଙ୍କ ମୃତଦେହ ମିଳିଥିବା ଟ୍ରାକ୍‌ରେ ଏହି […]

  • Monday, 05 July 2021
Deatha
ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବଢ଼ୁଛି...ଏହା କେମିତି ସମ୍ଭବ?

ଦୈନିକ କରୋନା ମୃତ୍ୟୁକୁ ନେଇ ଅଲୋଡ଼ା ରେକର୍ଡ। ପ୍ରଥମ ଥର ପାଇଁ ଦୈନିକ ମୃତ୍ୟୁସଂଖ୍ୟା ହାଫ୍ ସେଞ୍ଚୁରୀ ପାର୍ କରି ୫୨ରେ ପହଞ୍ଚିଛି। ତାସହିତ ମୋଟ୍ ମୃତ୍ୟୁସଂଖ୍ୟା ୪ ହଜାର ୨୪୮ ଛୁଇଁଛି। ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ମୃତ୍ୟୁହାର ନକମିବା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି।

  • Monday, 05 July 2021