• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

jaypur
ଏହି ସହରରେ ଆରମ୍ଭ ହେଲା ‘ଡୋର୍ ଟୁ ଡୋର୍’ ସର୍ଭେ

ଜୟପୁର: କୋରାପୁଟ ପରେ ଜୟପୁରରେ ଆରମ୍ଭ ହୋଇଛି ‘ଡୋର୍ ଟୁ ଡୋର୍’ ସର୍ଭେ । ସହରର ପ୍ରତ୍ୟେକ ଓ୍ୱାର୍ଡରେ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ମେଡିକାଲ୍ ଟିମ୍।  ପ୍ରତି ଓ୍ୱାର୍ଡ ପାଇଁ ଗୋଟିଏ ସ୍ୱାସ୍ଥ୍ୟକର୍ମୀଙ୍କ ଟିମ୍ ଗଠନ କରାଯାଇଛି।  ଏଥିରେ ଜଣେ ଲେଖାଏଁ ଏଏନଏମ, ଆଶା ଦିଦି, ଅଙ୍ଗନଓ୍ୱାଡି କର୍ମୀ, ସ୍ୱାସ୍ଥ୍ୟ ସାଥି ଏବଂ ଶିକ୍ଷକ ଅଛନ୍ତି । ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହ ଲକ୍ଷଣ ଥିବା […]

  • Tuesday, 06 July 2021
students
ଅଟୋମେଟିକ୍ ସାନିଟାଇଜର ଟନେଲ୍ ତିଆରି କଲେ ୭ମ ଶ୍ରେଣୀ ଛାତ୍ର

ପୁରୀ: ଅଟୋମେଟିକ୍ ସାନିଟାଇଜର ଟନେଲ୍ ତିଆରି କଲେ ଛାତ୍ର । ପୁରୀ ଜିଲ୍ଲା ଗୋପ ସ୍ଥିତ ନିମାପଡ଼ା ଡିଏଭି ସ୍କୁଲରେ ପାଠ ପଢୁଥିବା ଏହି ୭ମ ଶ୍ରେଣୀର ଛାତ୍ର ଜଣଙ୍କ ହେଉଛନ୍ତି ଏମଡି ଶାହ ଅଖତର୍। ପ୍ରସ୍ତୁତ କରିଥିବା ଏହି ଟନେଲ୍‌କୁ ଅଖତର୍ ଗୋପ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦାନ କରିଛନ୍ତି । ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାକୁ ଉଦ୍‌ଘାଟନ କରିଥିଲେ । ନିଜ ପରିବାରରୁ ପ୍ରେରଣା ପାଇ ଅନଲାଇନରୁ ଏକ ସେନସର୍ […]

  • Tuesday, 06 July 2021
maoist
ପୁଲିସ ଗୁଳିରେ ଟପ୍‌ ମାଓବାଦୀ ନିହତ

ମାଲକାନଗିରି: ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମାରେ ମାଓ ଅପରେସନ୍ ହୋଇଛି। ଚିତ୍ରକୋଣ୍ଡା ସୀମାନ୍ତ ଆନ୍ନାଭାରାମ ପୋଲିସ୍ ଷ୍ଟେସନ ନିକଟରେ ପୋଲିସ୍ ମାଓବାଦୀ ଗୁଳି ବିନିମୟ ହୋଇଛି। ଯେଉଁଥିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରୁ ଟପ୍ ମାଓନେତା ରାମକୃଷ୍ଣ, ଉଦୟ, ଅରୁଣ ଏବଂ ଜଗନ୍ ଫେରାର ହୋଇଯାଇଛନ୍ତି। ଆଜି ସକାଳେ ଗୁଜେଡି ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ନେଇ ଖବର ଜଣାପଡ଼ିଥିଲା। ଏହାପରେ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ଅପରେସନ୍ ଆରମ୍ଭ ହୋଇଥିଲା। ଘଟଣାସ୍ଥଳରୁ  ଥ୍ରୀ […]

  • Tuesday, 06 July 2021
pradipta nayak
ଚାଷୀ ଭାଇମାନେ କାଳିଆ ଟଙ୍କା ଫେରାନ୍ତୁ ନାହିଁ ବୋଲି କହିଲେ ପ୍ରଦୀପ୍ତ ନାୟକ

ଭୁବନେଶ୍ୱର: ଅଯୋଗ୍ୟ ଦର୍ଶାଇ କାଳିଆ ଟଙ୍କା ଫେରସ୍ତ ଲାଗି ରାଜ୍ୟ ସରକାରଙ୍କ ଚିଠି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। କାଳିଆ ଟଙ୍କା ନଫେରାଇବାକୁ ସେ ପରାମର୍ଶ ଦେଇଛନ୍ତି। ନିର୍ବାଚନ ଜିତିସାରିବା ପରେ ଏଭଳି ନୀତି କାହିଁକି ବୋଲି ପ୍ରଶ୍ନ କରିବା ସହିତ ମୁଁ ନିବେଦନ କରୁଛି, ଚାଷୀ ଭାଇମାନେ ଟଙ୍କା ଫେରାନ୍ତୁ ନାହିଁ ବୋଲି କହିଛନ୍ତି ପ୍ରଦୀପ୍ତ। ସରକାର ୩ ଲକ୍ଷ ୪୧ ହଜାର ଚାଷୀଙ୍କୁ ଟଙ୍କା ଫେରାଇବାକୁ ଚିଠି […]

  • Tuesday, 06 July 2021
panchanan kanuungo
ଅର୍ଥନୈତିକ ଆତଙ୍କ ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର: ପଞ୍ଚାନନ କାନୁନ୍‌ଗୋ

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅର୍ଥନୈତିକ ଆତଙ୍କ ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର। କରୋନା ବେଳେ ଆର୍ଥିକ ସଙ୍କଟକୁ ବାହାନା କରି ନୂଆ ଟିକସ୍ ବ୍ୟବସ୍ଥା ଆରମ୍ଭ କରିବାକୁ ସରକାର ଯୋଜନା କରୁଛନ୍ତି। ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ଅଭିଯୋଗ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ। ରାଜ୍ୟର ଖଣିଜ ପଦାର୍ଥ ଅନ୍ୟ ହାତରେ ଟେକି ଦେବାକୁ ଯୋଜନା ହେଉଛି। ରାଜ୍ୟରେ ଋଣର ପରିମାଣ ବଢ଼ିଛି। ପୂର୍ବ ବର୍ଷଠୁ ଚଳିତ […]

  • Tuesday, 06 July 2021
anisha
ନିଲମ୍ୱିତ ହେଲେ କଳାହାଣ୍ଡି ଡେପୁଟି କଲେକ୍ଟର ଅନୀଶା ଦାସ

ଭୁବନେଶ୍ୱର: ନିଲମ୍ବିତ ହେଲେ କଳାହାଣ୍ଡି ଡେପୁଟି କଲେକ୍ଟର OAS ଅନୀଶା ଦାସ। କାର୍ଯ୍ୟରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମୁଖ୍ୟ ସଚିବଙ୍କ ଦ୍ୱାରା ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଆଗାମୀ ଆଦେଶ ଯାଏ ସେ ଜିଲ୍ଲା ମୁଖ୍ୟାଳୟରେ ରହିବେ। ଅନୀଶା ଏହା ପୂର୍ବରୁ ମୟୁରଭଞ୍ଜ ବେତନଟୀର ତହସିଲଦାର ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ସେ  ବଡ଼ସାହି ଅଂଚଳର ଜଣେ ଟ୍ରକ ମାଲିକଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ […]

  • Tuesday, 06 July 2021
lekha
ଧର୍ମଶାଳା ବିଡିଓ ମିଥ୍ୟା ସତ୍ୟାପାଠ ଦାଖଲ କରିଛନ୍ତି: ଲେଖାଶ୍ରୀ

ଯାଜପୁର: ଯାଜପୁର ଧର୍ମଶାଳା ବିଡିଓଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ବିଡିଓ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ସହ ୨୦ହଜାର ଯୋଗ୍ୟ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ଦେଇଛନ୍ତି। ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହେବା ପରେ ବି ବିଡିଓ ମିଥ୍ୟା ତଥ୍ୟ ଦେଇଛନ୍ତି। ଯାହାର ପ୍ରମାଣ ଆଜି ସାମ୍ବାଦିକ ସମ୍ମିଳନୀରେ ରଖିଛନ୍ତି ଲେଖାଶ୍ରୀ। ବାଦ୍ ପଡ଼ିଥିବା ଲୋକଙ୍କ ପାଖରେ ଘର ନାହିଁ କିନ୍ତୁ ସତ୍ୟପାଠରେ ପକ୍କା […]

  • Tuesday, 06 July 2021
ambulance
ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ

ଭୁବନେଶ୍ୱର: କେହି ଆସିଲେନି ସହାୟତା କରିବାକୁ, ଶେଷରେ ଆମ୍ବୁଲାନ୍ସ କର୍ମଚାରୀ ସାଜିଲେ ଦେବଦୂତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍ପିଟାଲରେ। ହସ୍ପିଟାଲରେ ଜଣେ ରୋଗୀଙ୍କୁ ରକ୍ତ ଅଭାବ ପଡ଼ିବାର ସୁମିତ୍ ଏସ୍ ନାମକ ଜଣେ ଆମ୍ବୁଲାନ୍ସ କର୍ମଚାରୀ ଆଗେଇ ଆସିଥିଲେ। ସୁମିତ୍ ନିଜେ ରକ୍ତଦାନ କରି ରୋଗୀଙ୍କୁ ନୂଆ ଜୀବନ ଦେବା ସହ ସମସ୍ତଙ୍କ ପାଇଁ ଆଦର୍ଶ ସାଜିଯାଇଥିଲେ। ଦଶମନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ […]

  • Tuesday, 06 July 2021
main
ବଡ଼ ମେଡିକାଲରେ କେମିତି ଅଛନ୍ତି କରୋନା ରୋଗୀ? ଭିଡିଓ ଭାଇରାଲ

କଟକ: ମହାମାରୀ କରୋନା ବିରୋଧି ଲଢେଇରେ ଚିକିତ୍ସା କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ବାସ୍ତବରେ ଏହାର କେତେ ସୁଫଳ ମିଳୁଛି, ତାଙ୍କର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଏସ୍‌ସିବି ଆଇସୋଲେସନ୍ ୱାର୍ଡରୁ ଆସିଛି ଅବ୍ୟବସ୍ଥାର ଏଭଳି ଚିତ୍ର। ଯାହା ନଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଏଠାରେ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି, କିନ୍ତୁ ସେମାନଙ୍କୁ କୌଣସି ସୁବିଧା ସୁଯୋଗ ମିଳୁନି। ଚିକିତ୍ସା କରିବାକୁ ଡାକ୍ତର ଠିକ୍ ସମୟରେ ଆସୁନାହାନ୍ତି। ରୋଗୀମାନେ […]

  • Tuesday, 06 July 2021
whatsapp 1
‘ଅଭିଯୋଗ ପାଇଁ ହ୍ୱାଟ୍ସଆପ୍ ନମ୍ବର ଜାରି’

କଟକ: ବିଭିନ୍ନ ସମସ୍ୟାର ଅଭିଯୋଗ କରିବା ପାଇଁ ସାଧାରଣ ଜନତାଙ୍କ ପାଇଁ କଟକ ଡିସିପି ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତି। ଜାରି ହୋଇଥିବା ନମ୍ବର ଟି ହେଲା ୮୭୬୩୦୬୮୧୬୭। ଏହି ନମ୍ବରରେ ଲୋକମାନେ ସେମାନଙ୍କର ସମସ୍ୟା ବିଷୟରେ ଅଭିଯୋଗ କରିପାରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି କଟକ ଡିସିପି। ତେବେ ଏହି ନମ୍ବରରେ କଲ୍‌ ନ କରିବା ପାଇଁ କୁହାଯାଇଛି। ଲୋକମାନେ କେବଳ ସେମାନଙ୍କର ଅଭିଯୋଗ ସମ୍ପର୍କିତ ଏସ୍‌ଏମ୍‌ଏସ୍‌, ଫଟୋ, ଭିଡିଓ ଏହି ନମ୍ବରରେ ପଠାଇପାରିବେ। […]

  • Tuesday, 06 July 2021
crocodile
ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ, ଟାଣିନେଲା କୁମ୍ଭୀର

ଆଳି: ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ଜଣେ ୧୬ ବର୍ଷର ବାଳକକୁ କୁମ୍ଭୀର ଟାଣି ନେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ପାରିମକୁନ୍ଦପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ଅପରାହ୍ଣ ପ୍ରାୟ ୨ଟା ସମୟରେ ପାରିମକୁନ୍ଦପୁର ଗାଁର ଭୋଳାନାଥ ବେହେରାଙ୍କ ପୁଅ ରୁଦ୍ର ୪ଜଣ ସାଙ୍ଗଙ୍କ ସହ ଶୌଚ ପାଇଁ ଖରସ୍ରୋତା ନଦୀ ତୁଠକୁ ଯାଇଥିଲେ। ଏହି ସମୟରେ ରୁଦ୍ରଙ୍କୁ କୁମ୍ଭୀର ଟାଣି ନେଇଥିଲା ବୋଲି ତାଙ୍କ ସାଙ୍ଗମାନେ […]

  • Tuesday, 06 July 2021
naveen-patnaik
ବରିଷ୍ଠ IAS ସ୍ତରରେ ଅଦଳ ବଦଳ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ IAS ସ୍ତରରେ ଅଦଳ ବଦଳ କରିଛନ୍ତି। ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଦାୟିତ୍ୱ ମିଳିଥିବା ବେଳେ ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରିନ୍ସପାଲ୍‌ ସେକ୍ରଟାରୀ ଅନୁ ଗର୍ଗଙ୍କୁ ଜଳ ସଂପଦ ବିଭାଗର ପ୍ରିନ୍ସପାଲ୍‌ ସେକ୍ରଟାରୀ ଭାବେ ଦାୟିତ୍ୱ ମିଳିଛି। ଅନୁ ଗର୍ଗଙ୍କୁ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ଶ୍ରମ ଓ ଇଏସ୍ଆଇ ବିଭାଗର ପ୍ରିନ୍ସପାଲ୍‌ ସେକ୍ରଟାରୀ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ମିଳିଛି। ସେହିପରି […]

  • Tuesday, 06 July 2021
odisha
ବିଜେଡି ନେତାଙ୍କ ଦାଦାଗିରି: ବୃଦ୍ଧଙ୍କୁ ମାଡ଼ ମାରିଲେ, ଠେଲିଦେଲେ

କଟକ: ସାମାନ୍ୟ ଡ୍ରେନ୍‌ ଚାମ୍ବରକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ବିଜେଡି ନେତା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।  କଟକ ନଗର ବିଜେଡି ସାଧାରଣ ସମ୍ପାଦକ ତାପସ ମହାନ୍ତିଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିଛି। କଟକ ଜଗତପୁର ଥାନା ଅନ୍ତର୍ଗତ ପଣ୍ଡା ସାହିର ଲକ୍ଷ୍ମୀଧର ପଣ୍ଡା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ତାପସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀଧର ଅଭିଯୋଗ କରିଛନ୍ତି ଯେ, ଗତକାଲି ଅପରାହ୍ନରେ ତାପସଙ୍କ ସମେତ କିଛି […]

  • Tuesday, 06 July 2021
magar
ଜାଲରେ ଧରା ପଡ଼ିଲା ବିଶାଳକାୟ ମଗର ମାଛ

ଜଳେଶ୍ୱର: ଆଜି ସକାଳେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ଦୀଘା ମୁହାଣରେ ଏକ ବିଶାଳକାୟ ମଗର ମାଛ ଜାଲରେ ଧରାପଡ଼ିଛି। ଏହାର ଓଜନ ୭୮୬ କେଜି ଜଣାପଡ଼ିଛି। ଏହି ମାଛକୁ ଦେଖିବାକୁ ପାଇଁ ଦୀଘାରେ ଭିଡ଼ ଜମିଛି। ଲମ୍ୱା ଆକୃତିର ଏହି ମାଛରୁ ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ ହୋଇଥାଏ। ଏହି ମାଛ ମିଳିବା ପରେ ଏହାକୁ ନିଲାମ କରାଯାଇଛି। ପଶ୍ଚିମବଙ୍ଗ ରାଣାଘାଟର କମ୍ପାନୀ ଏହି ମାଛକୁ ୫୦ ହଜାର ଟଙ୍କାରେ କିଣିଥିବା ଜଣାପଡ଼ିଛି।

  • Tuesday, 06 July 2021
baliuda
ପୂର୍ବତନ ସରପଞ୍ଚଙ୍କୁ ଘରୁ ଡାକିନେଇ ହତ୍ୟା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ବିଷୋୟୀ ସାହିରେ ପୂର୍ବତନ ସରପଞ୍ଚଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ମୃତକଙ୍କ ନାଁ ବ୍ରଜରାଜ ବିଷୋୟୀ। ଗତକାଲି ସଂଧ୍ୟାରେ ତାଙ୍କୁ ଘରୁ ଡାକିନେଇ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ସେଠାରେ କିନ୍ତୁ ଡାକ୍ତର ବ୍ରଜରାଜଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସାରଙ୍ଗଡ଼ ପୋଲିସ ମୃତଦେହ […]

  • Tuesday, 06 July 2021
corona
କରୋନାରୁ ରକ୍ଷା ପାଇଁ ନିୟମଗିରି ରାଜାଙ୍କୁ ପୂଜାକଲେ ଡଙ୍ଗରିଆ କନ୍ଧ

ରାୟଗଡ଼: ମହାମାରୀ କରୋନାଠାରୁ ରକ୍ଷା ପାଇବା ପାଇଁ ନିୟମଗିରି ରାଜାଙ୍କୁ ପୂଜାପାଠ।  ରାୟଗଡ଼ ବିଷମକଟକ ବ୍ଲକ କୁରିଲି ଗାଁରେ ନିୟମଗିରି ରାଜାଙ୍କୁ ପୂଜା କରୁଛନ୍ତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକେ। ଲୋକଙ୍କୁ ସୁରକ୍ଷା ଲାଗି ନିୟମଗିରି ପାହାଡରେ ଥିବା ନିୟମଗିରି ରାଜାଙ୍କୁ ପୂଜା କରିଛନ୍ତି ଡଙ୍ଗରିଆ କନ୍ଧ।  ସେମାନଙ୍କ ବିଶ୍ୱାସ ନିୟମଗିରି ରାଜାଙ୍କୁ ସନ୍ତୁଷ୍ଟ କଲେ କରୋନା ଦାଉରୁ ରକ୍ଷା ମିଳିବ ବୋଲି କହିଛନ୍ତି ଲୋକେ । ବର୍ତ୍ତମାନ ଦେଶରେ ମହାମାରୀ କରୋନା ଯେଉଁଭଳି ଭାବେ କାୟାବିସ୍ତାର […]

  • Tuesday, 06 July 2021
chain
ସାବଧାନ୍‌! ରାଜଧାନୀରେ ମାତିଛନ୍ତି ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ଆଜି ଆଇଆରସି ଭିଲେଜ୍‌ର ଏନ୍4 କ୍ୱାଟରରେ ପଶି ଜଣେ ବରିଷ୍ଠ ନାଗରିକଙ୍କୁ ଆକ୍ରମଣ କରିବା ସହ ଚେନ ଲୁଟି ନେଇଛନ୍ତି। ଗତକାଲି ଭିଜିଲାନ୍ସ ବିଭାଗ ମହିଳା ଡିଏସ୍‌ପି ତନୁଜା ମହାନ୍ତିଙ୍କ ବେକରୁ ସୁନା ଚେନ୍ ସହ କାନଫୁଲ ଲୁଟି ନେଇଥିଲେ ଦୁଇ ଲୁଟେରା । ସେ ଘର ଝାଡ଼ୁ କରୁଥିବା ସମୟରେ ଦୁଇ ଲୁଟେରା ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରାଇବା ସହ ଅଳଙ୍କାର ଲୁଟି ନେଇଥିଲେ ।  […]

  • Tuesday, 06 July 2021
odia actress deepa sahu
ଓଡ଼ିଆ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ

ଭୁବନେଶ୍ୱର: ପରଲୋକରେ ଓଡ଼ିଆ ଅଭିନେତ୍ରୀ ଦୀପା ସାହୁ। ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଦୀପାଙ୍କ ପରଲୋକ ନେଇ ସ୍ୱାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି। ଦୀପା କ୍ୟାନ୍ସରରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ। ଶତାଧିକ ଆଲବମରେ ଅଭିନୟ କରି ସେ ଚର୍ଚ୍ଚିତ ଥିଲେ। କିଛି ଦିନ ତଳେ  ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା, ଯେଉଁ କାରଣରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗତ କିଛି ବର୍ଷ ଧରି ସେ କ୍ୟାନ୍ସରରେ ପୀଡ଼ିତ […]

ambulance
ନେଲାନି ଆମ୍ୱୁଲାନ୍ସ, ଜୀବନ ହାରିଲେ ରୋଗୀ

ବ୍ରହ୍ମପୁର: ହଜିଗଲା ମାନବିକତା, ଭୁଲି ଗଲେ କର୍ତ୍ତବ୍ୟ। କରୋନା ଡର ଏତେ ଘାରିଲା, ଗୁରୁତର ରୋଗୀଙ୍କୁ ବି ନେବାକୁ ଅମଙ୍ଗ ହେଲେ ଆମ୍ବୁଲାନ୍ସ ଡ୍ରାଇଭର୍। ଏ କୌଣସି ଉପାନ୍ତ କିମ୍ବା ଅପହଞ୍ଚ ଇଲାକା ନୁହେଁ ବ୍ରହ୍ମପୁର ସହରର ପ୍ରହଲ୍ଲାଦ ନଗରରେ ଘଟିଛି ଏଭଳି ହଦୃୟ ବିଦାରକ ଘଟଣା। ମଧୁମେହରେ ପୀଡ଼ିତ ଥିବା ମନୋଜ ପ୍ରହରାଜଙ୍କ ସ୍ୱାସ୍ଥ୍ୟବସ୍ଥା ଆଜି ହଠାତ୍ ବିଗିଡ଼ି ଯାଇଥିଲା। ପରିବାରଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ଆମ୍ବୁଲାନ୍ସ ଆସିଲା କିନ୍ତୁ କରୋନା ଲକ୍ଷଣ […]

  • Tuesday, 06 July 2021
odia actress deepa sahu
ମାଆଙ୍କ ପରେ ଏବେ ଦୀପାଙ୍କର ଜୀବନ ନେଲା କ୍ୟାନ୍‌ସର

ଭୁବନେଶ୍ୱର: କର୍କଟ ରୋଗ ପାଇଁ ଅକାଳରେ ଝଡ଼ିଗଲେ ଆଲବମ୍ କୁଇନ୍ ଦୀପା ସାହୁ। ୨ ବର୍ଷରୁ ଅଧିକ ସମୟ ଧରି କର୍କଟ ସହ ନିରବଚ୍ଛିନ୍ନ ଲଢେଇ ପରେ ୩୮ ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଓଡ଼ିଶା ଆଲବମ ଜଗତର ଲୋକପ୍ରିୟ ଅଭିନେତ୍ରୀ ଦୀପା ସାହୁ। ଅଭିନେତ୍ରୀ ଦୀପା ସାହୁ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକର ବାଲ୍ୟାମ୍ବା ଗାଁରେ ଜନ୍ମଗ୍ରହଣ କରିଥିଲେ। ବାପା ଉଲ୍ଲାସ ସାହୁ ଓ ମାଆ ସ୍ୱର୍ଗତା ମଞ୍ଜୁଲତା ସାହୁ। ପିଲାବେଳୁ ଦୀପା […]

loot
ରାଜଧାନୀରେ ଆତଙ୍କ: ଲକ୍‌ଡାଉନ୍‌ର ଫାଇଦା ଉଠାଉଛନ୍ତି ଅପରାଧୀ !

ଭୁବନେଶ୍ୱର: ଚାରିଆଡ଼େ ଲକଡାଉନ୍। ଶୂନଶାନ୍, ଖାଁ ଖାଁ କ୍ୟାପିଟାଲ୍। ହେଲେ ଏହି କୋଳାହଳ ଶୂନ୍ୟ ସହରରେ କିନ୍ତୁ ସକ୍ରିୟ ଅପରାଧୀ ଗନ୍ ପଏଣ୍ଟରେ ଲୁଟ୍ ତ କରୁଛନ୍ତି, ତାସହ ଘର ଭିତରେ ପଶି କରୁଛନ୍ତି ମରଣାନ୍ତକ ଆକ୍ରମଣ। ରବିବାର ସକାଳ ପ୍ରାୟ ୭ଟା। ଖାରବେଳ ନଗର ଥାନା ଅନ୍ତର୍ଗତ ୟୁନିଟ୍-୩ ସରକାରୀ କ୍ୱାର୍ଟର ସାମ୍ନାରେ ମହିଳା ଭିଜିଲାନ୍ସ ଅଧିକାରୀ ତନୁଜା ମହାନ୍ତିଙ୍କ ଘରେ ପଶି ବନ୍ଧୁକ ମୂନରେ ସୁନା ଅଳଙ୍କାର ଲୁଟି ନେଲେ ଅପରାଧୀ। ଠିକ୍ ଏହାର […]

  • Tuesday, 06 July 2021
tab
ସ୍କୁଲ ପିଲାଙ୍କୁ ଦିଆଯିବ ଆଇରନ୍ ଟାବଲେଟ୍

ଭୁବନେଶ୍ୱର: ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ ଆଇରନ୍ ଟାବଲେଟ୍। MDM(ମିଡ୍‌ ଡେ ମିଲ୍) ରାସନ୍ ସହ ପିଲାଙ୍କୁ ଆଇରନ୍ ଫୋଲିକ୍ ଏସିଡ୍ ଟାବଲେଟ୍ ଯୋଗାଇବେ ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ MDMର ରାଜ୍ୟ ନୋଡାଲ ଅଫିସର ଗଙ୍ଗାଧର ସାହୁ। ପିଲାଙ୍କୁ ଆଇରନ୍ ଫୋଲିକ୍ ଏସିଡ୍ ଟାବଲେଟ୍ ଶିକ୍ଷକ ବାଣ୍ଟିବେ। ଜୁଲାଇ ଓ ଅଗଷ୍ଟ ମାସ ଲାଗି ପ୍ରତି ପିଲା ପିଛା ୧୦ଟି ଲେଖାଏଁ ଟାବଲେଟ୍ ଦିଆଯିବ। ପିଲାଙ୍କୁ ଅପପୁଷ୍ଟି ଓ ରୋଗ […]

  • Tuesday, 06 July 2021
tito
ଡକାୟତି ଯୋଜନା ପଣ୍ଡ; ୪ଜଣଙ୍କୁ ଗିରଫ କଲା ପୁଲିସ୍

କଟକ: କଟକରେ ଡକାୟତି ଯୋଜନା ପଣ୍ଡ ହୋଇଛି। ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଗ୍ୟାଙ୍ଗର ୪ଜଣ ସହଯୋଗୀଙ୍କୁ ଗିରଫ କରିଛି ଚାଉଳିଆଗଞ୍ଜ ପୋଲିସ। ଜାତୀୟ ରାଜପଥରେ ଏକ ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ବେଳେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫମାନଙ୍କଠାରୁ  ଗୋଟିଏ ବନ୍ଧୁକ ସହ ମାରଣାସ୍ତ୍ର, ୩ ରାଉଣ୍ଡ ଗୁଳି, ୨ଟି ମୋଟରସାଇକେଲ ଓ ମୋବାଇଲ ଜବତ କରାଯାଇଛି।  ଦୁର୍ଦ୍ଦାନ୍ତ ଅପରାଧୀ ଅଖନାର ସହଯୋଗୀ ଭାବେ ଏମାନେ ଅପରାଧ କରିଥାନ୍ତି ବୋଲି ସୂଚନା ମିଳିଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ […]

  • Monday, 05 July 2021
honer-kiling
ଗଛରେ ଝୁଲନ୍ତା ଅବସ୍ଥାରେ ନାବାଳିକା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରରେ ଅନର କିଲିଂକୁ ନେଇ ଚର୍ଚ୍ଚା  ହେଉଛି। ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଫେଜ୍-୨ ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଅନର କିଲିଂକୁ ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଜବତ ହୋଇଛି। ପ୍ରେମ ସମ୍ପର୍କକୁ ନେଇ ପରିବାର ଲୋକ ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। ଅନ୍ୟପଟେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ତେବେ ମୃତଦେହ ଜବତ ପରେ ସେଠାରେ […]

  • Monday, 05 July 2021