• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

weightlifting_ravikumar
ଡୋପ୍‌ ଟେଷ୍ଟରେ ବିଫଳ ହେବା ପରେ ଓଟିଭିକୁ ପ୍ରତିକ୍ରିୟା ଦେଲେ ରବି କୁମାର

ଭୁବନେଶ୍ୱର: ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ଓଡ଼ିଆ ଭାରୋତ୍ତୋଳକ କେ. ରବିକୁମାର ପ୍ରତିକ୍ରିୟା ରଖିଛନ୍ତି। ଓଟିଭିକୁ ଏକ୍ସକ୍ଲୁସିଭ୍‌ ଇଣ୍ଟରଭ୍ୟୁ ଦେଇ ସେ କହିଛନ୍ତି, ଏନେଇ ନାଡା ନିକଟରେ ଅପିଲ କରିବେ। ଯେଉଁ ଉତ୍ପାଦ ସେ ସେବନ କରିଥିଲେ, ତାହା ବ୍ୟାନ୍ ହୋଇଥିବା ନେଇ ତାଙ୍କ ପାଖରେ ସୂଚନା ନଥିଲା। ତେବେ ଏହା ପଛରେ କୌଣସି ପ୍ରକାର ଷଡ଼ଯନ୍ତ୍ର ନଥିବା ସେ କହିଛନ୍ତି। ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି- NADA ଦ୍ୱାରା ହୋଇଥିବା ଡୋପ୍ ଟେଷ୍ଟରେ ରବିକୁମାରଙ୍କ […]

  • Saturday, 10 July 2021
train
ଟ୍ରେନ୍‌ ଚକା ତଳୁ ବର୍ତ୍ତିଲେ, ସେହି ଟ୍ରେନ୍‌ ଚଢ଼ି ଘରକୁ ଗଲେ

ଝାରସୁଗୁଡ଼ା: ରଖେ ହରି ତ ମାରେ କିଏ, ଏହି ଉକ୍ତିଟି ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ପ୍ରମାଣିତ ହୋଇଛି। ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନେକ ଯାତ୍ରୀ। ଘଟଣାଟି ଥିଲା ଏମିତି। ଝାରସୁଗୁଡ଼ା ଷ୍ଟେସନରେ ଟ୍ରେନ ଅଟକିଲା। ଜଣେ ଯାତ୍ରୀ ଷ୍ଟେସନରେ ଓହ୍ଲାଇଲେ ପିଇବା ପାଇଁ। ଚା’ ପିଉଥିଲେ। ହଠାତ୍‌ ଟ୍ରେନ ଛାଡ଼ିଦେଲା। ଟ୍ରେନ ଗଡ଼ିବା ଆରମ୍ଭ ହେବା ଦେଖି ଯାତ୍ରୀ ଜଣକ ଦୌଡ଼ି ଆସି ଟ୍ରେନରେ ଚଢିବାକୁ ଉଦ୍ୟମ କରୁଥିବା ବେଳେ ପ୍ଲାଟଫର୍ମ ଓ ଚଳନ୍ତା ଟ୍ରେନ […]

  • Saturday, 10 July 2021
ojee
ଆସନ୍ତାକାଲି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇବ। ସଚିବାଳୟର ବିଭାଗୀୟ କାର୍ଯ୍ୟାଳୟରେ ଏହି ରେଜଲ୍ଟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ ଓ ଅଫଲାଇନ୍‌ରେ ତାଙ୍କର ରେଜଲ୍ଟ ଜାଣିପାରିବେ। ରେଜଲ୍ଟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚଳିତ ବର୍ଷ ଅଫ୍‌ଲାଇନ୍‌ରେ ୨୫ ହଜାର ୭୩୧ ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଅନ୍‌ଲାଇନ୍‌ରେ ୧୩ ହଜାର ୯୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥଲେ।

  • Saturday, 10 July 2021
chashi-1
ମଣ୍ଡିରୁ ଧାନ କିଣିବା ପାଇଁ ମିଲର ଆସୁନାହାନ୍ତି, ଧାରଣାରେ ବସିଲେ ଚାଷୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମଣ୍ଡିରେ ପଡ଼ି ରହିଛି ଧାନ। ମିଲର ଧାନ କିଣୁ ନଥିବାରୁ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତିବାଦରେ ଚାଷୀ ରାସ୍ତାରୋକ କରିଛନ୍ତି। ଜିଲ୍ଲାର ଜଲାମୁଣ୍ଡା ମଣ୍ଡି ବାହାରେ ୪୦୦୦ରୁ ଅଧିକ ବସ୍ତା ଧାନ ପଡ଼ି ରହିଛି। ହେଲେ ଧାନ କିଣିବା ପାଇଁ ମିଲର ଆସୁ ନାହାନ୍ତି।  ଚାଷୀମାନେ ଧାନକୁ ଜଗି ମଣ୍ଡି ବାହାରେ ପଡ଼ି ରହିଛନ୍ତି। ଗୋଟିଏ ପଟେ ଦିନରେ ପ୍ରବଳ ଖରା, ଅନ୍ୟପଟେ ସଂଧ୍ୟାରେ କାଳବୈଶାଖୀ। ୪ ଦିନ ଧରି […]

  • Saturday, 10 July 2021
monsoon
୨୦ରୁ ୨୨ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ !

ଭୁବନେଶ୍ୱର: ଅସହ୍ୟ ଗୁଳୁଗୁଳି ଏବଂ ତାତିରୁ ତ୍ରାହି ମିଳିଛି। ଗତ କିଛି ଦିନ ହେବ ପାଗରେ ପରିବର୍ତ୍ତନ ଆସିଛି। ଯାହା ସୂଚନା ମିଲୁଛି ମୌସୁମୀ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର୍ ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ଜୁନ୍ ୨୦ରୁ ୨୨ ଭିତରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି। ୨୦ରୁ ୨୨ ଭିତରେ ଦକ୍ଷିଣ ଓଡ଼ିଶା ଛୁଇଁପାରେ ମୌସୁମୀ। ୨୦ରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ। […]

  • Saturday, 10 July 2021
12
ବିଦ୍ୟୁତ୍‌ ଆଘାତରେ ଇଟାଭାଟି ମାଲିକ ମୃତ, ମାଲିକଙ୍କୁ ବଞ୍ଚାଇବାକୁ ଯାଇ ଶ୍ରମିକଙ୍କ ଜୀବନ ବି ଗଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ହରିହରପୁର ଗାଁରେ ବିଦ୍ୟୁତ୍‌ ଆଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଜଣେ ଇଟାଭାଟି ମାଲିକ ଓ ଅନ୍ୟ ଜଣେ ଶ୍ରମିକ  ବୋଲି ଜଣାପଡ଼ିଛି। ମୃତ ଇଟାଭାଟି ମାଲିକ ହେଲେ ଅନନ୍ତ ଚରଣ ସାହୁ ଏବଂ ମୃତ ଶ୍ରମିକ ଜଣକ ହେଉଛନ୍ତି ମିଞ୍ଜରୀ ମୁଣ୍ଡା। ମିଞ୍ଜରୀଙ୍କ ଘର କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ। ସୂଚନା ଅନୁସାରେ, ଇଟାଭାଟିରେ ଅଣ୍ଡରଗ୍ରାଉଣ୍ଡ ବିଦ୍ୟୁତ୍‌ ତାର ଯାଇଥିଲା। ପୋଷା କୁକୁରକୁ ବାନ୍ଧିବା ପାଇଁ […]

  • Saturday, 10 July 2021
deadbody-2
ଯୁବକ,ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା କମୁରୀ ଗାଁ ନିକଟ ଏକ ଆମ୍ୱ ଗଛରୁ ଆଜି ସକାଳେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ଘର ଡଲାସିଂହା ଅଞ୍ଚଳରେ ହୋଇଥିବା ବେଳେ ଯୁବତୀଙ୍କ ଘର କୋଠଭୂଇଁ ଅଞ୍ଚଳରେ। ପୁଲିସର କହିବା ଅନୁଯାୟୀ,  ଉଭୟ ବିବାହିତ । ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ଏପରିକି ୬ ମାସ ହେଲା ଯୁବତୀ ଜଣଙ୍କ ତାଙ୍କ ସ୍ୱାମୀ ଓ ୬ ମାସର ଶିଶୁକୁ ଛାଡ଼ି […]

  • Saturday, 10 July 2021
labourer
୨୯ ଜଣ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେନ ପୁଲିସ୍ ୨୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ୬ଜଣ ଶିଶୁ ଅଛନ୍ତି। ବାହାର ରାଜ୍ୟକୁ ଚାଲାଣ ପାଇଁ ଉଦ୍ୟମ ବେଳେ ପୁଲିସ୍‌ ଚଢ଼ଉ କରି ଶ୍ରମିକଙ୍କୁ ଉଦ୍ଧାର କରିଛି। ମାକରବର୍ଲି ଗାଁରେ ଏହି ଶ୍ରମିକଙ୍କୁ ବନ୍ଧକ ରଖାଯାଇଥିବା ସୂଚନା ପାଇ ପୁଲିସ୍ ଚଢ଼ଉ କରିଥିଲା। ଉଦ୍ଧାର ଶ୍ରମିକମାନେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଓ ବାଉଁଶୁଣି ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନଙ୍କୁ ଇଟା ଗଢ଼ିବାକୁ ଆନ୍ଧ୍ର ଚାଲାଣ କରୁଥିଲା […]

  • Saturday, 10 July 2021
rainfall
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି। ବିଶେଷ କରି ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇପାରେ। ଗତକାଲି ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଥିବା ନେଇ ସୂଚନା ମିଳିଛି।

  • Saturday, 10 July 2021
pipili
ଗାଁରେ ପହଞ୍ଚିଲା ବିଜୟଙ୍କ ମୃତଦେହ

ପୁରୀ: ନେପାଳରେ ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିଜୟ କୁମାର ଜେନାଙ୍କ ମୃତଦେହ ଗାଁରେ ପହଞ୍ଚିଛି।  ମୃତ ଦେହ ପହଞ୍ଚିବା ପରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଯମୁନା ଗାଁରେ ଶୋକର ଛାୟା ଖେଳି ଯାଇଛି। ଭାରତର ଏକ ତୀର୍ଥଯାତ୍ରୀ ବସ୍ ନେପାଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଖୋର୍ଦ୍ଧା ମଳିପଡ଼ାର ଚରଣ ବିଶ୍ୱାଳ ଏବଂ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଯମୁନା ଗାଁର ବିଜୟ କୁମାର ଜେନାଙ୍କ ମୃତ୍ୟୁ  ହୋଇଥିଲା। ୨ ଓଡ଼ିଆ ତୀର୍ଥଯାତ୍ରୀ ସର୍ବେଶ୍ୱର ଜେନା […]

  • Saturday, 10 July 2021
elephant attack
ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ: ହାତୀ ଆକ୍ରମଣରେ ଜଣେ ମୃତ। ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଅନ୍ତର୍ଗତ ନୂଆଖେତା ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରମେଶ ସାହୁ। ସୂଚନା ଅନୂସାରେ, ରମେଶ ସାହୁ କୌଣସି କାମରେ ଘର ନିକଟ ଜଙ୍ଗଲ ପାଖକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ହାତୀମାନଙ୍କ କବଳରୁ ଫସଲ ଓ ଧନ ଜୀବନର ସୁରକ୍ଷା ଦେବା ସହ […]

  • Saturday, 10 July 2021
111
ଏସ୍‌ଓଜି କମାଣ୍ଡାଣ୍ଟଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ

ଭୁବନେଶ୍ୱର: SOG କମାଣ୍ଡାଣ୍ଟ ଅନିରୁଦ୍ଧ ସିଂଙ୍କ ବିରୋଧରେ ଆସିଥିବା ଦୁର୍ବ୍ୟବହାର ଅଭିଯୋଗ ଜଟିଳ ରୂପ ନେଇଛି। ଟ୍ରେନି SI ବିଶ୍ୱଜିତ୍ ବେହେରା ଏପରି ଅଭିଯୋଗ କରି ଅନ୍‌ଲାଇନ୍‌ରେ ଚନ୍ଦକା ଥାନାରେ ଫେରାଦ ହୋଇଛନ୍ତି। କମାଣ୍ଡାଣ୍ଟ ଅନିରୁଦ୍ଧ ସିଂହଙ୍କ ବିରୋଧରେ ଅନ୍‌ଲାଇନ୍‌ରେ ଚନ୍ଦକା ଥାନାରେ ଏତଲା ଦେଇ ବିଶ୍ୱଜିତ କହିଛନ୍ତି ଯେ, ଟ୍ରେନିଂ ବେଳେ ଅନିରୁଦ୍ଧ ସିଂ ତାଙ୍କ ସହ ଦୁର୍ବ୍ୟବହାର ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ସେ ଅଭିଯୋଗ କରିଛନ୍ତି। ଖାଲି ଏତିକି ନୁହେଁ, ଟ୍ରେନିଂ ବେଳେ […]

  • Saturday, 10 July 2021
bac
ଦାନଗଦୀ ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ଯାଜପୁର:ସାଧାରଣ ନିର୍ବାଚନ ସରିବା ପରେ ଏବେ ଯାଜପୁର ଦାନଗଦୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜନୈତିକ ବିବାଦ ତେଜିବାରେ ଲାଗିଛି।  ଗୋଟିଏ ପଟେ ବିଧାୟକଙ୍କ ସମର୍ଥକ ଗୋଷ୍ଠୀ, ଅନ୍ୟ ପଟେ ବ୍ଲକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ। ବିଧାୟକଙ୍କ ସମର୍ଥକ ଗୋଷ୍ଠୀ ଅଧ୍ୟକ୍ଷାଙ୍କ ବିରୋଧରେ ଦୁର୍ନୀତି ଓ ପିସି କାରବାର ଅଭିଯୋଗ ଆଣିଛନ୍ତି । ପିସି କାରବାର ବନ୍ଦ କରିବା ତଥା ଅଧ୍ୟକ୍ଷାଙ୍କ ଇସ୍ତଫା ଦାବି କରି ଗୋଟିଏ ଗୋଷ୍ଠୀ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। […]

  • Saturday, 10 July 2021
jaleswar
ପ୍ରେମିକାକୁ ହତ୍ୟା ପାଇଁ ଦୁବାଇରୁ ଆସିଥିଲା ପ୍ରେମିକ, ଜାଣନ୍ତୁ କାହିଁକି?

ବାଲେଶ୍ୱର: ଓଡ଼ିଶାରେ ପ୍ରେମିକା, ଦୁବାଇରେ ପ୍ରେମିକ। ଉଭୟ ରୋଜଗାରିଆ। ଚାକିରି କରିବାକୁ ଉଭୟ ରହୁଥିଲେ ବାହାରେ। ଡିସେମ୍ବରରେ ବାହାଘର ପାଇଁ କଥା ଦେଇଥିଲା ପ୍ରେମିକା। କିନ୍ତୁ ଦୁଇ ଦିନ କାଳ ଫୋନ୍‌ ନ ଲାଗିବାରୁ ପ୍ରେମିକାକୁ ହତ୍ୟା କରିବାର ଯୋଜନା। ଏହି କାଣ୍ଡ ପାଇଁ ସୁଦୂର ଦୁବାଇରୁ ଚାକିରି ଛାଡ଼ି ଆସିଥିଲା ପ୍ରେମିକ। ହେଲେ ପ୍ରେମିକାକୁ ନ ପାଇ ତାଙ୍କ ମାଆକୁ ଆକ୍ରମଣ କରିଥିଲା ହତାଶ ପ୍ରେମିକ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଶ୍ୟାମାନନ୍ଦିପୁରରେ ଏହି ଘଟଣା […]

  • Saturday, 10 July 2021
66
ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

କେନ୍ଦ୍ରାପଡ଼ା: ଅସହାୟ ଓ ଗରିବଙ୍କୁ ଘର ଯୋଗାଇ ଦେବା ପାଇଁ ସରକାରଙ୍କ ବିଜୁପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରହିଛି। ହେଲେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ସବୁ ଯୋଜନାର ଲାଭ ମିଳିପାରୁନାହିଁ। କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଏରଡଙ୍ଗ ପଂଚାୟତରେ ଅନେକ ଗରିବ ହିତାଧିକାରୀ ସରକାରୀ ଯୋଜନାରୁ ବାଦ୍ ପଡିଥିବା ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ବି କିଛି ସୁଫଳ ମିଳୁନଥିବା ଏବଂ ପଂଚାୟତରେ ଥିବା ଅନେକ ଧନୀ […]

  • Saturday, 10 July 2021
1777
ଗାଁ ବୁଡ଼ିଯିବା ଆଶଙ୍କା ନେଇ ଜଳସେଚନ ପ୍ରକଳ୍ପକୁ ବିରୋଧ କଲେ ଗ୍ରାମବାସୀ

ଝାରସୁଗୁଡ଼ା: ଚାଷ ଜମିକୁ ସୁବିଧାରେ ପାଣି ପହଞ୍ଚାଇବା ପାଇଁ ସରକାର ଅନେକ ଜଳସେଚନ ପ୍ରକଳ୍ପ କରିଛନ୍ତି। କିନ୍ତୁ ଝାରସୁଗୁଡ଼ା ଜିଲ୍ଲାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ଲୋକମାନେ ବିରୋଧ କରି ଲିଖିତ ଅଭିଯୋଗ କରିଛନ୍ତି। ଝାରସୁଗୁଡା କୋଲାବିରା ଅମାତି ନୂଆପଡ଼ାରେ ରହିଛି ରବଡେଗା ନାଳା। ଏହି ନାଳାରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ପାଇଁ ସରକାରୀ ଟଙ୍କା ଅନୁମୋଦନ ହେଇସାରିଛି। କାମ ଆରମ୍ଭ କରିବା ପାଇଁ ଚିପ୍ସ, ବାଲି ପଡିବା ସହିତ ଟେଣ୍ଡର ସରିଛି। ହେଲେ କାମ ଆରମ୍ଭ […]

  • Saturday, 10 July 2021
tkp
ଲୋପ ହେବାକୁ ଯାଉଛି ଘଡ଼ିଆଳ କୁମ୍ଭୀର ! ବଂଶ ବୃଦ୍ଧି ପାଇଁ ତତ୍ପର ହେଲା ବନ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟିକରପଡ଼ାସ୍ଥିତ ସାତକୋଶିଆ ଗଣ୍ଡରେ ଗୋଟିଏ ପରେ ଗୋଟିଏ ଘଡିଆଳ କୁମ୍ଭୀରଙ୍କର ମୃତ୍ୟୁ ଘଟୁଛି। ଘଡିଆଳଙ୍କ ଏପରି ମୃତ୍ୟୁ ପରିବେଶବିଜ୍ଞାନୀଙ୍କୁ ଚିନ୍ତାରେ ପକାଇଛି। କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଁ ନନ୍ଦନକାନନ କୁମ୍ଭୀର ଗବେଷଣା କେନ୍ଦ୍ରରୁ କିଓ ଘଡିଆଳ ପ୍ରଜାତିର କୁମ୍ଭୀର ଅଣାଯାଇ ଗଣ୍ଡରେ ଛଡ଼ାଯିବାକୁ ଯୋଜନା ଚାଲିଛି। ବର୍ଷା ଋତୁ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୫ଟି କୁମ୍ଭୀର ଛଡାଯିବାର କାର୍ଯ୍ୟକ୍ରମ ରହିଛି। ଅନୁଗୁଳର ସାତକୋଶିଆ ଗଣ୍ଡ ଘଡ଼ିଆଳ କୁମ୍ଭୀରଙ୍କ ବଂଶବୃଦ୍ଧି ପାଇଁ ପ୍ରକୃଷ୍ଟ ଆବାସସ୍ଥଳୀ। […]

  • Saturday, 10 July 2021
sales man murder
ଦେଶୀ ମଦଭାଟିର ସେଲ୍ସମ୍ୟାନ୍‌ଙ୍କୁ ହତ୍ୟା!

ବ୍ରହ୍ମପୁର: ଦେଶୀ ମଦଭାଟିର ସେଲ୍ସମ୍ୟାନ୍‌ଙ୍କୁ ହତ୍ୟା। ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ଗତକାଲି ରାତିରେ କେହି ଦୁର୍ବୃତ୍ତ ଏକ ଦେଶୀ ମଦଭାଟିର ସେଲ୍ସମ୍ୟାନ୍‌ ବିଜୟ ଡାକୁଆଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ଘର ଜଗଦଳପୁରରେ। ଆଜି ସକାଳେ ବିଜୟଙ୍କ ମୃତଦେହ ରାସ୍ତା କଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଗାଁ ଲୋକେ ଦେଖିଥିଲେ। ଏହାପରେ ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ। ବିଜୟ ଜଗଦଳପୁର ଅଞ୍ଚଳର ଏକ ଦେଶୀ […]

  • Saturday, 10 July 2021
14
DRDOକୁ ଆଉ ଏକ ସଫଳତା, ଏଚ୍‌ଏସ୍‌ଟିଡିଭିର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ DRDOକୁ ଆଉ ଏକ ସଫଳତା ମିଳିଛି। ଆଜି ହାଇପରସୋନିକ୍ ଟେକ୍ନୋଲୋଜି ଡେମନଷ୍ଟ୍ରେସନ ଭେଇକ୍ଲ ବା HSTDVର ସଫଳ ପରୀକ୍ଷଣ କରାଯାଇଛି। ଧାମରା ITR ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚ୍‌ ପ୍ୟାଡ୍‌ରୁ ଏହି ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ଆଜି ସକାଳ ୧୧ଟା ୨୨ରେ ଏହି ପରୀକ୍ଷଣ କରାଯାଇଛି। ଏଣିକି ଭାରତ ଆକାଶ ମାର୍ଗରେ ଦୂରଗାମୀ କ୍ରୁଜ ମିସାଇଲକୁ ଏହି HSTDVରୁ ଟାର୍ଗେଟ କରିପାରିବ। ସେହିପରି ଏହାର […]

  • Saturday, 10 July 2021
11
ସରିଲା ଚକ ଡେରା କାମ, ଆଜି ଆରମ୍ଭ ହେବ ୩ ରଥର ମୁହାଁଟି ବାଡିଆ

ପୁରୀ: ଜୋରଦାର ଆଗେଇ ଚାଲିଛି ମହାପ୍ରଭୁଙ୍କ ତିନିରଥର ନିର୍ମାଣ କାର୍ଯ୍ୟ। ବିଶ୍ୱକର୍ମା ସେବକ ପରମ୍ପରା ଅନୁଯାୟୀ ରଥ ନିର୍ମାଣ କାମ କରୁଛନ୍ତି । ଚକ ଡେରା ପରେ ଆଜି ୩ ରଥର ମୁହାଁଟି ବାଡିଆ କାମ ଆରମ୍ଭ ହେବ। ସ୍ନାନ ପୂର୍ଣ୍ଣମୀରେ ଚାରିନାହାକା ଉଠିବାର ପରମ୍ପରା ରହିଥିବାରୁ ଭୋଇସେବକ ମହାରଣାଙ୍କୁ ନାହାକା କାଠ ଯୋଗାଇଛନ୍ତି। ଏଥିସହ ଦଣ୍ଡା, ମୁହାଁଟ, କୋଣଗୁଜ କାମ ଆଗେଇ ଚାଲିଛି। କୋଣଗୁଜରେ ହାତୀବିରାଳ ଓ ସିଂହବିରାଳ ଖୋଦେଇ କାମ କରାଯାଉଛି। ସେପଟେ ରଥ […]

  • Saturday, 10 July 2021
vigilance
ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

ବରଗଡ଼ (ଦୀପକ ଶର୍ମା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଟଙ୍କଧର ମେହେରଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ସରକାରୀ ବାସଭବନ ସମେତ ମୋଟ ୫ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ବୀରେନ୍ଦ୍ର ନାଏକଙ୍କ ନେତୃତ୍ୱରେ ରାଉରକେଲା, ଝାରସୁଗଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର ଓ ବରଗଡ଼ର ଭିଜିଲାନ୍ସ ଅଧିକାରୀମାନେ ଏହି ଚଢାଉରେ ସାମିଲ ହୋଇଛନ୍ତି। ଟଙ୍କଧରଙ୍କ କେନାଲ ଡିଭିଜନ […]

  • Saturday, 10 July 2021
koraput1
କୋରାପୁଟର ଆମ୍ୱ ଯିବ ଦିଲ୍ଲୀ

କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟର ଆମ୍ବ ଦିଲ୍ଲୀରେ ଜିଲ୍ଲା ପ୍ରଶାସନର ‘ଓରମାସ୍’ ସହାୟତାରେ ସହାୟତାରେ ବିକ୍ରି ହେବ। ଗତକାଲି କୋରାପୁଟ୍‌ର ‘ମଲ୍ଲିକା’ ଓ ‘ଲେଙ୍ଗଡା’ ଆମ୍ବ ଦିଲ୍ଲୀ ବଜାରରେ ବିକ୍ରି ପାଇଁ ଯାଇଛି। ଏହା ନିୟମିତ ଭାବେ କରାଗଲେ ଆମ୍ବ ପାଇଁ ଉଚିତ ମୂଲ୍ୟ ମିଳିବ ବୋଲି ଆମ୍ୱ ଚାଷୀ ଆଶା କରିଛନ୍ତି। ଆମ୍ବ କିଣିବା ପାଇଁ ଦିଲ୍ଲୀର ମଦର୍ସ ଡେୟାରୀର ପ୍ରତିନିଧି ନିକଟରେ କୋରାପୁଟ ଆସିଥିଲେ। ସେମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ସହ ଆମ୍ବ ଚାଷୀଙ୍କ […]

  • Saturday, 10 July 2021
monsoon up
ଆଉ ପାଞ୍ଚ ଦିନ ପରେ ଆସିବ ମୌସୁମୀ !

ଭୁବନେଶ୍ୱର: ଜୁନ୍‌ ୮ରେ କେରଳ ଛୁଇଁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେବେ ଓଡ଼ିଶା ଛୁଇଁବ, ତା’କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଏହି ଅପେକ୍ଷାର ଅନ୍ତ ଖୁବ୍‌ଶୀଘ୍ର ଶେଷ ହେବାକୁ ଯାଉଛି। କାରଣ ଜୁନ୍‌ ୧୬ ସୁଦ୍ଧା ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। କେନ୍ଦ୍ରର ସୂଚନା ଅନୁଯାୟୀ, ଏବେ ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ […]

  • Saturday, 10 July 2021
p-11-1-750x430
ସାହିତ୍ୟ ଅକାଦେମିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ପୁରସ୍କାର ସହିତ ଘୋଷଣା ହେବ ଚୂଡ଼ାନ୍ତ ପର୍ଯ୍ୟାୟର ବହି ତାଲିକା

ଭୁବନେଶ୍ୱର: ସାହିତ୍ୟ ଅକାଦେମି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ଏଣିକି କେନ୍ଦ୍ର ସାହିତ୍ୟ ଅକାଦେମିର ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ଘୋଷଣା କରାଯିବ। ବିଳମ୍ବରେ ହସ୍ତଗତ ହୋଇଥିବା ଅକାଦେମି ସଚିବ କେ. ଶ୍ରୀନିବାସନ୍‌ଙ୍କ ଏକ ଚିଠିରୁ ଏହା ଜାଣିବାକୁ ମିଳିଛି। ସୂଚନା ଅନୁଯାୟୀ, ସାହିତ୍ୟ ଅକାଦେମି ପ୍ରତିବର୍ଷ ଦେଶର ୨୪ଟି ସ୍ୱୀକୃତ ଭାଷାରେ ୪ଟି ପୁରସ୍କାର ପ୍ରଦାନ କରିଥାଏ । ସେହି ପୁରସ୍କାରଗୁଡ଼ିକ ହେଉଛି […]

  • Saturday, 10 July 2021
1
ସମୁଦ୍ରରେ ଲୀନ ହେବ ପୋଡମପେଟା !

ବ୍ରହ୍ମପୁର:କୂଳ ଲଂଘୁଛି ସମୁଦ୍ର। ଆଉ ତା ଆଁ ଭିତରେ ପଶି ଯାଉଛି ଗଂଜାମର ପୋଡମପେଟା ଗାଁ । ଗାଁର ଅନେକ ଅଞ୍ଚଳ ଧିରେ ଧିରେ ସମୁଦ୍ର ଗର୍ଭରେ ଲୀନ ହୋଇଗଲାଣି। ‌ତଥାପି କିଛି ଲୋକ ଭିଟାମାଟି ଛାଡ଼ି ଯାଇ ପାରୁନାହାନ୍ତି । କୁଆଡେ ବା ଯିବେ ! ବଙ୍ଗୀୟ ଉପକୂଳରେ ବିଭିନ୍ନ ସମୟରେ ଆସୁଥିବା ବାତ୍ୟା ପ୍ରଭାବରେ ବାରମ୍ବାର  କ୍ଷତିଗ୍ରସ୍ତ ହୋଇଛି ଏହି ପୋଡମପେଟା ଗାଁ। ଏଠାକାର ଲୋକଙ୍କୁ ଥଇଥାନ କରିବାକୁ ଓଡ଼ିଶା ଡିଜାଷ୍ଟର ରିଲିଫ୍ ପ୍ୟାକେଜ୍ […]

  • Saturday, 10 July 2021