ନୂଆଦିଲ୍ଲୀ: ପୁଣି ବିଦେଶରେ ଚମକିଲେ ଓଡ଼ିଆ ଝିଅ। ଇଣ୍ଡୋନେସିଆର ଜାକର୍ତ୍ତାରେ ଅନୁଷ୍ଠିତ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ପ୍ରତିଯୋଗିତାରେ ଓଡ଼ିଶାର ନାଁକୁ ଉଜ୍ଜ୍ୱଳ କରି ମିସ୍ ଫୋଟୋଜନିକ ଟାଇଟଲ ହାସଲ କରିଛନ୍ତି ସାନ୍ତ୍ୱନା ବି ସିମ୍ରନ। କୋରାପୁଟ ଦାମନଯୋଡିର ଝିଅ ସାନ୍ତ୍ୱନା ୨୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସମ୍ମାନ ପାଇଛନ୍ତି । ଝିଅର ଏହି ସଫଳତାକୁ ନେଇ ବେଶ ଗର୍ବିତ ପରିବାର ଲୋକେ । ଆଗକୁ ସେ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ […]
ନୂଆଦିଲ୍ଲୀ:ସଂସଦରେ ଆଗତ ନାଗରିକତା ବିଲ୍ ପ୍ରସ୍ତାବକୁ BJD ସମର୍ଥନ କରିଛି। ନାଗରିକତା ସଂଶୋଧନ ବିଲ୍ ପ୍ରସ୍ତାବକୁ ନେଇ ସଂସଦରେ ଆଜି ପ୍ରବଳ ହଟ୍ଟଗୋଳ ହୋଇଥିଲା। ଏହାକୁ ନେଇ ଭୋଟ ହୋଇଥିଲା। ବିଜେଡି ନାଗରିକତା ସଂଶୋଧନ ବିଲ୍ ଆଗତ ସପକ୍ଷରେ ଭୋଟ୍ ଦେଇଛନ୍ତି ବିଜେଡି ସାଂସଦ । ବିଲ୍ ସମ୍ପର୍କରେ OTVକୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପ୍ରତିକ୍ରିୟା ରଖି ଏହି ସୂଚନା ଦେଇଛନ୍ତି । ବିଲ୍ରେ କୌଣସି ଅସୁବିଧା ନାହିଁ। JPCକୁ ପଠାଇବାକୁ ଆମେ କହିଥିଲୁ ବୋଲି […]
ଭୁବନେଶ୍ୱର: ଭୁବନେଶ୍ୱର କେ.ଭି-୩ କ୍ୟାମ୍ପସରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ ଘଟଣା ପରେ ଖେଳ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଛି। ଏ ନେଇ ଭୁବନେଶ୍ୱର ରିଜିଅନ ଡେପୁଟି କମିଶନରଙ୍କ ଚିଠି ଲେଖି ଜଣାଇଛନ୍ତି। ସମ୍ପୃକ୍ତ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ତାଙ୍କ ନିର୍ଯାତନାରେ ଅତିଷ୍ଠ ଛାତ୍ରୀ ସ୍କୁଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହାକୁ ନେଇ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ଆନ୍ଦୋଳନ କରିଥିଲେ। ଘଟଣା ପାଇଁ ସ୍କୁଲର ପ୍ରିନ୍ସିପାଲ ଓ ପିଇଟି ଶିକ୍ଷୟିତ୍ରୀଙ୍କୁ […]
ଖୋର୍ଦ୍ଧା:ବରୁଣେଇ ହେଉଛି ବୀରଭୂମି। ପାଇକମାନେ ବହୁତ ସ୍ୱାଭିମାନୀ ଥିଲେ। ଇଂରେଜମାନଙ୍କ ବିରୋଧରେ ଲଢ଼ିଥିଲେ। ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କର ଏହି ବିପ୍ଳବକୁ ଇଂରେଜମାନେ ଦମନ କରିଥିଲେ ମଧ୍ୟ ପାଇକ ବିଦ୍ରୋହ ସ୍ମରଣୀୟ। ଆଜି ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରି ଏମିତି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୁରିଛି। ଏହି ଅବସରରେ ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ […]
ଗଜପତି : ପୁଣି ଶବକୁ ମିଳିଲାନି ସମ୍ମାନ। ମହାପ୍ରୟାଣ ଗାଡ଼ି ନ ମିଳିବାରୁ ବାଇକ୍ରେ ବୋହି ଶବକୁ ଘରକୁ ନେଲେ ପରିବାର ଲୋକେ। ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ରେ। ଗଜପତି ଜିଲ୍ଲାର ହାତୀବାଡ଼ି ଗାଁର ଗୋବିନ୍ଦ ଭୂୟାଁ ଅସୁସ୍ଥ ଥିବାରୁ ପରିବାର ଲୋକେ ଚିକିତ୍ସା ରାୟଗଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର […]
ରେଢ଼ାଖୋଲ: ଜେଲ ଗଲେ ଲାଞ୍ଚୁଆ ଜେଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ରେଢ଼ାଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଶ୍ୟାମ ସାଗର ସୋଏଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଥିଲା । ସୁନ୍ଦରଗଡ଼ ଭିଜିଲାନ୍ସ ଟିମ୍ ସୋଏଙ୍କ ସୁନ୍ଦରଗଡ଼ ବାସଭବନ ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ତାଙ୍କର ମୋଟ ସଂପତ୍ତି ୧ କୋଟି ୭୭ ଲକ୍ଷ ଥିବାବେଳେ ବେନାମୀ ସମ୍ପତ୍ତି ୯୩ ଲକ୍ଷ ୪୨ ହଜାର […]
ଭୁବନେଶ୍ୱର: ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଆଜି ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମୃତିସ୍ଥଳର ଶିଳାନ୍ୟାସ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସକାଳ ୯ଟା ୫୦ରେ ସେ ବରୁଣେଇରେ ପହଞ୍ଚିବେ। ୧୦ଟା ୩୫ରେ ସହିଦ୍ ସ୍ମାରକୀର ଶିଳାନ୍ୟାସ କରିବା ପରେ ଉଦ୍ବୋଧନ ଦେବେ ରାଷ୍ଟ୍ରପତି । ଏହା ପରେ ମଧ୍ୟାହ୍ନରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ […]
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲେ। ଭାଗବତ ମହାନ୍ତି କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩ ଥର ନିର୍ବାଚିତ ହୋଇଥିଲେ। ରାଜସ୍ୱ ଓ ଶିକ୍ଷା ମନ୍ତ୍ରୀ ଭାବେ ୨ ଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ପଞ୍ଚମ ବିଧାନସଭାକୁ ସେ ପ୍ରଥମେ ପ୍ରଜା ସୋସିଆଲିଷ୍ଟ୍ ପାର୍ଟି ଟିକେଟ୍ରେ ନିର୍ବାଚିତ ହୋଇଥିଲେ। ଏହା ପରେ କଂଗ୍ରେସ ଟିକେଟ୍ରେ ନବମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତା’ପରେ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶେରଗଡ଼ ନିକଟରେ ଏକ ପର୍ଯ୍ୟଟକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି। ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁରୀ ବାଲିସାହିରୁ ୧୮ ଜଣ ପର୍ଯ୍ୟଟକଙ୍କୁ ନେଇ ଏକ ଟ୍ରାଭେଲର ଗାଡ଼ି ଦେବକୁଣ୍ଡ ଯାଉଥିଲା। ବାଲେଶ୍ୱର ଜିଲ୍ଲା ଶେରଗଡ଼ ପେଟ୍ରୋଲ ପମ୍ପ ନିକଟରେ ଟ୍ରାଭେଲରଟି ଭାରସାମ୍ୟ ହରାଇ ଠିଆ ହୋଇଥିବା ଏକ ଟ୍ରକର […]
ଭୁବନେଶ୍ୱର:‘ଗଛ ଲଗାଅ, ବିଶ୍ୱ ବଞ୍ଚା’ ଅଭିଯାନ, ବିଶ୍ୱ ଆମ ଘର, ତାକୁ କରିବା ସବୁଜ, ସ୍ୱଚ୍ଛ, ସୁନ୍ଦର, ସବୁଜ ବିଶ୍ୱ ପାଇଁ ଓଡ଼ିଆ ପୁଅର ରଣହୁଙ୍କାର ପରି ଅନ୍ତର୍ଜାତୀୟ ସ୍ତର କାର୍ଯ୍ୟକ୍ରମର ନେତୃତ୍ୱ ନେବା, ବିଶ୍ୱ ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧିରୁ ରକ୍ଷା ପାଇବା ପାଇଁ ଆମ ରାଜ୍ୟ, ଦେଶ ଓ ବିଦେଶରେ ୪୦, ୦୦୦ ଗ୍ରୀନ୍ ଆର୍ମିଙ୍କୁ ସୃଷ୍ଟି କରିଥିବାରୁ ପୂର୍ବତନ ବିଧାୟକ ତଥା ଇଣ୍ଟରନାଶନାସଲ ଗ୍ରୀନ ଆର୍ମିର କମାଣ୍ଡର ଇନ ଚିଫ୍ ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ […]
ଭୁବନେଶ୍ୱର:ଆସନ୍ତା ସୋମବାର ନୂଆ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି ଅଭୟ। ୧୯୮୬ ବ୍ୟାଚର IPS ଅଫିସର ଅଭୟ ନ୍ୟାସନାଲ ପୋଲିସ ଏକଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ଏକାଡେମୀ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏଥିପାଇଁ ଏକ ସ୍ୱତନ୍ତ୍ର ପରେଡ୍ ମଧ୍ୟ କରାଯାଇଥିଲା । ପୂର୍ବରୁ ଡିଜିପି ଦାୟିତ୍ୱରେ ଥିବା ଅଗ୍ନିଶମ ଡିଜି ବିକେ ଶର୍ମାଙ୍କୁ ଦାୟିତ୍ୱରୁ ସରକାର ଅବ୍ୟାହତି ଦେବା ପରେ ଅଭୟଙ୍କୁ ନୂଆ ଡିଜିପି ଭାବେ ନିଯୁକ୍ତ […]
ଟିଟିଲାଗଡ଼:ଚାକିରି ଦେବା ନାଁରେ ଟିଟିଲାଗଡ଼ ଅଞ୍ଚଳର ଯୁବତୀଙ୍କୁ ସୁଦୂର ହାଇଦ୍ରାବାଦ ନେଇ ସେଠାରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ସେଠାରେ ଅତ୍ୟଧିକ କାମ ଦିଆଯାଉଥିଲେ ମଧ୍ୟ ପାରିଶ୍ରମିକ ଦିଆଯାଉ ନ ଥିଲା। ଏପରିକି ପ୍ରତିବାଦ କଲେ ମାଡ଼ ମରାଯାଉଥିଲା। ଯୁବତୀମାନେ କୌଣସି ପ୍ରକାରେ ସେଠାରୁ ଖସି ଆସି ଘରେ ପହଞ୍ଚିବା ପରେ ଘଟଣା ପଦାକୁ ଆସିଛି। ଟିଟିଲାଗଡ଼ ସଇଁତଳା ବ୍ଲକ ଅଞ୍ଚଳର କେତେକ ଯୁବତୀଙ୍କୁ ସରକାରଙ୍କ ଦକ୍ଷତାବିକାଶ କାର୍ଯ୍ୟକ୍ରମରେ ଟ୍ରେନିଂ ଦିଆଯାଇଥିଲା। ଟ୍ରେନିଂ ଶେଷ କରିବା […]
ଭୁବନେଶ୍ୱର: ଦୁଷ୍କର୍ମକାରୀଙ୍କୁ ଦିଅ ପେଟେଣ୍ଟ୍ ମେଡ଼ିସିନ୍ । କୋର୍ଟରେ ବିଚାର ବ୍ୟବସ୍ଥାରେ ଯାହା ହେବା କଥା ହେବ, କିନ୍ତୁ ଏଭଳି ଅପରାଧ ଘଟାଉଥିବା ବ୍ୟକ୍ତିଙ୍କୁ ପେଟେଣ୍ଟ୍ ମେଡିସିନ୍ ଦେବାକୁ ଆହ୍ୱାନ ଦେଇଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା । ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ମହିଳା କମିଶନ ତଦନ୍ତ ଆରମ୍ଭ କରିବା ସହ ଆଜି ଖଣ୍ଡଗିରି ଥାନାରେ ମାମଲା ସଂପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ଏଥିସହ ଘଟଣାସ୍ଥଳକୁ ଯାଇ ସ୍ଥିତି ମଧ୍ୟ […]
ପୁରୀ: ପୁରୀ ପୋଲିସ୍ କଲୋନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟା ସାମ୍ନାକୁ ଆସିଛି। ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି ଜଣେ ମହିଳା ଯେ କି ଅଭିଯୁକ୍ତ ଜିତେନ୍ଦ୍ର ସେଠୀଙ୍କ ଦ୍ୱିତୀୟ ପତ୍ନୀ ବୋଲି ନିଜକୁ ଦାବି କରିଛନ୍ତି। ମହିଳା ଜଣକ କହିଛନ୍ତି ଯେ, ପୁରୀ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଜିତେନ୍ଦ୍ର ସଠୀଙ୍କର ସେ ଦ୍ୱିତୀୟ ପତ୍ନୀ। ଜିତେନ୍ଦ୍ର ଅତି ଘୃଣ୍ୟ କାମ କରିଛନ୍ତି। ଏପରି କାମ ଯୋଗୁ ତାଙ୍କୁ ସର୍ବସମ୍ମୁଖରେ ଫାଶୀ […]
ଅହମଦାବାଦ: ନିଷ୍ଠାବାନ ମଣିଷଙ୍କ ପାଇଁ କୌଣସି ପଥ ଦୁଃସାଧ୍ୟ ନୁହେଁ। କୌଣସି କାମ ଅସାଧ୍ୟ ନୁହେଁ। ଏମାନେ ପାହାଡର ଅଙ୍କାବଙ୍କା ପଥୁରିଆ ରାସ୍ତାରେ ବି ଫୁଟାଇ ପାରିବେ ଫୁଲ। ଏମିତି ଜଣେ ନିଷ୍ଠାବାନ ଯୁବକ ହେଉଛନ୍ତି ସାଫିନ ହସନ। ଯୁବ ଆଇପିଏସ୍ ଅଫିସର। ଅନେକ ପ୍ରତିକୂଳ ପରିସ୍ଥିତିରେ ସମୟ ସହ ଲଢି ମାତ୍ର ୨୨ ବର୍ଷରେ ତିଆରି କରିପାରିଛନ୍ତି ନିଜ ପରିଚୟ। ଗୁଜରାଟର ସାଫିନ ପ୍ରଥମ ଉଦ୍ୟମରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇପିଏସ ପାଇଛନ୍ତି। ସାଫିନଙ୍କ […]
ଭୁବନେଶ୍ୱର: ପୁରୀ ଗଣ ଦୁଷ୍କର୍ମ ମାମଲାରେ ତାତି ଉଠିଛନ୍ତି ବିରୋଧୀ। ଛାତ୍ର କଂଗ୍ରେସ ପକ୍ଷରୁ ଘଟଣାର ଦୃଢ ପ୍ରତିବାଦ କରାଯାଇଛି। ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱର ସରକାରୀ ବାସଭବନ ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ଏହି ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଛାତ୍ର କଂଗ୍ରେସର ସଦସ୍ୟମାନେ ଏପରି ଟମାଟୋ ମାଡ଼ କରିଛନ୍ତି । ଏଥି ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କିରଛି ଛାତ୍ର କଂଗ୍ରେସ। ଇସ୍ତଫା ନଦେଲେ ଆଗକୁ ମୁଖ୍ୟମନ୍ତ୍ରୀଙ୍କ […]
କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଜଖପୁରା ମଇଥାନ ଇସ୍ପାତ କାରଖାନାରେ ତେଜିଛି ଶ୍ରମିକ ଅଶାନ୍ତି। ଦଶ ମାସର ଦରମା ଏବଂ ଦୁଇ ବର୍ଷର ଵୋନସ ଦାବିରେ ଶ୍ରମିକ ଓ କର୍ମଚାରୀ ମହିଳା ଶିଳ୍ପପତି ରୀତା ସିଂଙ୍କୁ ଘେରାଉ କରିବା ସହ ହୋଟେଲ ସାମ୍ନାରେ ଧାରଣାରେ ବସିଛନ୍ତି। ଜଣେ ଶ୍ରମିକ ନିଜ ଦେହରେ କିରାସିନି ଢାଳି ଦେବାରୁ ପୋଲିସ ତାଙ୍କୁ ଉଦ୍ଧାର କରିଛି। ତେବେ ଏ ପର୍ଯ୍ୟନ୍ତ ମହିଳା ଶିଳ୍ପପତିଙ୍କୁ ଉଦ୍ଧାର କରିପାରିନି ପୋଲିସ। ମଇଥାନ […]
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସେକ୍ସ ରାକେଟ ଠାବ । ନାକଟିଗୁଡ଼ା ଛକରେ ଏକ ଘରେ ଏହି ସେକ୍ସ ରାକେଟକୁ ଠାବ କରିଛି ଟାଉନ୍ ଥାନା ପୋଲିସ। ଏହି ଘରୁ ୫ ଜଣ ଯୁବତୀଙ୍କ ସହ ୩ ଜଣ ଗ୍ରାହକଙ୍କୁ ଅଟକ ରଖିଛି । ୫ ଯୁବତୀଙ୍କ ମଧ୍ୟରୁ ୩ ଜଣ ପଶ୍ଚିମବଙ୍ଗର ବୋଲି କହିଛି ପୋଲିସ। ଅଟକ ଥିବା ଯୁବତୀ ଓ ଗ୍ରାହକଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଛି। ତେବେ ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ କୁହାଯାଉଥିବା […]
ଚୌଦ୍ୱାର: ଅନ୍ଧବିଶ୍ୱାସର କୁପରିଣତି କେତେ ଭୟଙ୍କର ହୋଇପାରେ ! ଏହାର ଏକ ନିଛକ ଉଦାହରଣ ଦେଖିବାକୁ ମିଳିଛି ଚୌଦ୍ୱାର ମଙ୍ଗରାଜପୁର ବେରେଣା ଗାଁରେ। ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ଶବକୁ ଗାଁ ନିକଟ ଜଙ୍ଗଲରେ ପକାଇ ଦେଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ସିଙ୍ଗରା ସଏ । ସେ ଗତକାଲି ରାତିରେ ଧାନକ୍ଷେତ ଜଗିବାକୁ ବିଲକୁ ଯାଇଥିଲେ। ସେଠାରେ ତାଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟା […]
ଢେଙ୍କାନାଳ: ଢେଙ୍କାନାଳ ଡାକ୍ତରଖାନା ପରିସରରେ ଠିଆ ହୋଇଥିଲା ଧଳା ରଙ୍ଗର କାର୍। ଭିତରେ କେହି ନ ଥିଲେ। କିଛି ସମୟ ପରେ ହଠାତ୍ ଦେଖା ଗଲା ଭିତରେ ଛୋଟ ଝିଅଟିଏ କାନ୍ଦୁଛି । ବୟସ ଦେଢ ବର୍ଷ ହେବ। ପିଲାଟିର ସ୍ୱର ବାହାରକୁ ଶୁଭା ଯାଉ ନ ଥିଲେ ବି ଲୋକେ ଦେଖି ପାରୁଥିଲେ। ଗଦା ହୋଇଗଲେ ଲୋକେ। ଛୁଆଟିକୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନ ଥିଲେ। କାରଣ କାରଟି […]
ଭୁବନେଶ୍ୱର:ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ।ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପ୍ରସିଦ୍ଧ ସମ୍ମାନ ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗ ଦେଇ କହିଛନ୍ତି ଯେ, ଉତ୍କର୍ଷ ସମ୍ମାନରେ ସମ୍ମାନିତ ବ୍ୟକ୍ତିଗଣ କେବଳ ଓଡ଼ିଶାର ଉତ୍କର୍ଷ ନୁହେଁ, ସାରା ବିଶ୍ୱର ଉତ୍କର୍ଷ ଅଟନ୍ତି। ରାଜ୍ୟର ବିଶିଷ୍ଟ ବ୍ୟକ୍ତିଗଣ ନିଜ […]
ରାଉରକେଲା: ପ୍ରେମିକଙ୍କ ସହ ପଳାଇଯିବା ପରେ ମହିଳାଙ୍କୁ ପୂର୍ବତନ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଲକ୍ଷେ ଟଙ୍କା ନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଏ ନେଇ ମହିଳା ଓ ତାଙ୍କ ପ୍ରେମିକ ରାଉରକେଲା ଏସ୍ପିଙ୍କ ପାଖରେ ଅଭିଯୋଗ କରିଛନ୍ତି। ମହିଳା ଜଣକ ଗତ ମେ’ ମାସରେ ବ୍ରାହ୍ମଣୀତରଙ୍ଗ ଥାନା ମାଣ୍ଡିଆକୁଦର ଜମ୍ବୁ ଓରାମଙ୍କୁ ବିବାହ କରିଥିଲେ । ହେଲେ ସ୍ୱାମୀ ପସନ୍ଦ ନ ହେବାରୁ ୨ […]
ଭୁବନେଶ୍ୱର: ସାରଥୀଙ୍କ ପାଖରେ କୌଣସି ଦିବ୍ୟ ଶକ୍ତି ନ ଥିଲା। ସେ କୌଣସି ଐଶ୍ୱରିକ ଶକ୍ତିର ଅଧିକାରୀ ମଧ୍ୟ ନୁହଁନ୍ତି। ଏକଥା ନିଜେ ସ୍ୱୀକାର କରିଛନ୍ତି ସାରଥୀ ବାବା। ତା ପୁଣି ତଦନ୍ତ ଅଧିକାରୀ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରାଙ୍କ ସାମ୍ନାରେ। Sorry to disappoint you but Sarathi was treated with dignity due to any human being. No third degree at all. You can ask […]
ସୁରଟ: ସୁଦୂର ସୁରଟ୍ରେ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି ଓଡ଼ିଆ ଛାତ୍ର। ମୃତ ଛାତ୍ରଙ୍କ ନାଁ କିଶନ । ସେ ତାଙ୍କ ପରିବାର ସହ ସୁରତରେ ରହୁଥିଲେ। ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର କିଶନ ନିଜର ସାଙ୍ଗ ସହ ଗାଧୋଇବା ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଗାଧୋଇବାବେଳେ କିଶନର ଗୋଡ଼ ଖସିଯିବାରୁ ସେ ଗଭୀର ପାଣିକୁ ଚାଲି ଯାଇଥିଲା। ସାଙ୍ଗକୁ ବୁଡ଼ି ଯାଉଥିବା ଦେଖି ଅନ୍ୟ ପିଲାଟି ତାକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲା। ଫଳରେ ଉଭୟେ […]
ଭୁବନେଶ୍ୱର: ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ତ୍ରୁଟି ସାମ୍ନାକୁ ଆସିବା ପରେ ଏହାକୁ ନେଇ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। କେନ୍ଦ୍ରରୁ ଆସୁଥିବା ପାଣ୍ଠିକୁ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗରେ ଅନେକ ଯୋଜନା ପ୍ରସ୍ତୁତ ହେଉଛି । ହେଲେ ସେଥିପାଇଁ ଆସୁଥିବା ଟଙ୍କା ଫେରିଯାଉଛି । ଯାହା ସରକାରଙ୍କ ଅପାରଗତାକୁ ସାମ୍ନାକୁ ଆଣୁଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ପୂର୍ତ୍ତ ବିଭାଗରେ ଟଙ୍କା ଖର୍ଚ୍ଚ ହୋଇଥିବା ଦେଖାଇ ଆତ୍ମସାତ […]