• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

petrol
ମାସ୍କ ନ ପିନ୍ଧିଲେ ମିଳିବନି ପେଟ୍ରୋଲ

ଭୁବନେଶ୍ୱର: ଏଣିକି ମାସ୍କ ନ ପିନ୍ଧିଲେ ମିଳିବନି ପେଟ୍ରୋଲ। ରାଜ୍ୟର ପେଟ୍ରୋଲିୟମ ଡିଲର ସଂଘ ଏଭଳି ନିଷ୍ପତ୍ତି ନେଇଛି । କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ମାସ୍କ ଉପରେ ଗୁରୁତ୍ୱ ଦିଆଯାଇଛି। ତେଣୁ ୯ ତାରିଖଠାରୁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏପରିକି ମାସ୍କ ନ ପିନ୍ଧିଲେ ଫାଇନ ଦେବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି । ଏପରି ପରିସ୍ଥିତିରେ ଗ୍ରାହକ ଓ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍କଳ […]

  • Monday, 12 July 2021
cargo
ଭୁବନେଶ୍ୱରରେ ପହଞ୍ଚିଲା ୪୦୦୦ କରୋନା ଟେଷ୍ଟିଂ କିଟ୍‌ 

ଭୁବନେଶ୍ୱର:କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପୁରା ଦମ୍‌ରେ ଲାଗି ପଡ଼ିଛନ୍ତି। ରାଜ୍ୟରେ ଅଧିକରୁ ଅଧିକ କରୋନା ନମୁନା ପରୀକ୍ଷା ପାଇଁ ଅଧିକ ସଂଖ୍ୟକ କୋଭିଡ୍ -୧୯ ଟେଷ୍ଟ କିଟ୍‌ର ଆବଶ୍ୟକତା ଥିଲା। ସେହି ଅନୁସାରେ ୪୦୦୦ ଟେଷ୍ଟିଂ କିଟ୍‌  ଭୁବନେଶ୍ୱରରେ ଆସି ପହଞ୍ଚିଛି।  ଏକ ସ୍ୱତନ୍ତ୍ର କାରଗୋ ବିମାନ ଯୋଗେ ମହାରାଷ୍ଟ୍ର ପୁଣେସ୍ଥିତ ମାଇ ଲାବୋରେଟୋରୀରୁ ଏହି କିଟ୍ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଛି। ଏହା ଦ୍ୱାରା ଚାରି ହଜାର କୋଭିଡ୍ -୧୯ ଟେଷ୍ଟ ହୋଇପାରିବ। […]

  • Monday, 12 July 2021
CM-Naveen-Patnaik1
କ୍ୟାବିନେଟ ନିଷ୍ପତ୍ତି: ରାଜ୍ୟରେ ଲକ୍‌ଡାଉନ ଅବଧି ବଢିବ

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଏଥିରେ ୯ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି। ଏପ୍ରିଲ ୧୪ ତାରିଖରେ ୨୧ଦିନିଆ ଲକ୍‌ଡାଉନ୍‌ ଅବଧି ସରୁଥିବା ବେଳେ ଏହାକୁ ଏପ୍ରିଲ ୩୦ ତାରିଖ ଯାଏ ବୃଦ୍ଧି ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଭିଡିଓ କନ୍‌ଫରେନ୍ସିଂରେ ୫ଜଣ ମନ୍ତ୍ରୀ ଯୋଗ ଦେଇଥିଲେ ।  ଲକଡାଉନ୍ ବେଳେ […]

  • Monday, 12 July 2021
bus stop
ଲକ୍‌ଡାଉନ୍‌: ବସ୍‌ଷ୍ଟପ୍‌ରେ ମିଳିବ ପରିବା, ତେଜରାତି

ଭୁବନେଶ୍ୱର : ରାଜଧାନୀ ଭବନେଶ୍ୱରରୁ ସର୍ବାଧିକ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏଥିଯୋଗୁ ଭୁବନେଶ୍ୱରର କିଛି ଅଞ୍ଚଳକୁ ସିଲ୍‌ କରି ଦିଆଯାଇଛି।  ଏସବୁ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଛି । ହାଟମାନଙ୍କୁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉ ନ ଥିବାରୁ ତାହାକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି । ଏପରି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ  ଲୋକେ ଯେପରି ହଇରାଣ ନ  ହୁଅନ୍ତି ସେଥିପ୍ରତି ବିଏମସି ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଲକ୍‌ଡାଉନ୍‌ ବେଳେ ରାଜଧାନୀରେ […]

  • Monday, 12 July 2021
atm
କଣ୍ଟେନମେଣ୍ଟ ଜୋନ୍‌ରେ ବୁଲିବ ମୋବାଇଲ ଏଟିଏମ୍‌

ଭୁବନେଶ୍ୱର: କରୋନା ଲକ୍‌ଡାଉନ୍ ପାଇଁ ଲୋକେ ଘରୁ ଗୋଡ଼ କାଢି ପାରୁନାହାନ୍ତି। ଏଟିଏମ୍‌କୁ ଗଲେ ବି ଟଙ୍କା ନାହିଁ। ଏପରି ସ୍ଥିତିରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି  ବିଏମସି ପକ୍ଷରୁ ମୋବାଇଲ୍ ଏଟିଏମ୍ ସେବା ଆରମ୍ଭ ହୋଇଛି। କରୋନା ପାଇଁ ବିଏମ୍‌ସି ରାଜଧାନୀରେ ୫ଟି ଜାଗାକୁ ସିଲ୍‌ କରି ସାନିଟାଇଜ୍‌ କରୁଛି BMC।  ତେଣୁ ଭୁବନେଶ୍ୱରର କଣ୍ଟେନମେଣ୍ଟ ଜୋନରେ ମୋବାଇଲ ଏଟିଏମ୍‌ ସେବା ଆରମ୍ଭ କରିଛି। ଆକ୍ସିସ୍ ବ୍ୟାଙ୍କ […]

  • Monday, 12 July 2021
finance
ରିଫଣ୍ଡ ହେବ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ ଟ୍ୟାକ୍ସ ରିଟର୍ଣ୍ଣ

ଭୁବନେଶ୍ୱର: ଟିକସଦାତାଙ୍କ ପାଇଁ ଆଶ୍ୱସ୍ତିର ଖବର।  ଦେଶରେ କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ରିଫଣ୍ଡ କରିବାକୁ ନିଷ୍ପତ୍ତି ନିଆଯାଇଛି ।  ଉଭୟ ବ୍ୟକ୍ତିଗତ ଟିକସଦାତା ଓ ବ୍ୟବସାୟୀଙ୍କୁ ଏହି ଛାଡ କରାଯାଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହା ଫଳରେ ପ୍ରାୟ ୧୪ ଲକ୍ଷ ଟିକସଦାତା ଉପକୃତ ହେବେ।  ସେହିଭଳି ସମସ୍ତ ପେଣ୍ଡିଂ ଥିବା GST ଏବଂ କଷ୍ଟମ ରିଫଣ୍ଡ ମଧ୍ୟ ଜାରି କରିବାକୁ ସରକାର […]

  • Monday, 12 July 2021
medi
ଆଜିଠୁ ରାଜଧାନୀବାସୀଙ୍କ ଘରେ ପହଞ୍ଚିବ ଔଷଧ

ଭୁବନେଶ୍ୱର: ଲକଡାଉନ ବେଳେ ରାଜଧାନୀବାସୀଙ୍କୁ ହୋମ୍ ଡେଲିଭରିରେ ଔଷଧ ଯୋଗାଇ ଦିଆଯିବ। ଏପରି ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। ଏ ନେଇ ବିଏମସି ପକ୍ଷରୁ ସହରର ୧୨୧ଟି ଔଷଧ ଦୋକାନକୁ ଚିହ୍ନଟ କରାଯାଇଛି।  ଆଜିଠୁ ଗ୍ରାହକମାନେ ଔଷଧ ପାଇଁ ଘରୁ ପଦାକୁ ନବାହାରି ଅନଲାଇନରେ ମେଡିସିନ୍ ବୁକ କରି ପାଇପାରିବେ । ଏଥିପାଇଁ ପ୍ରତି ଥାନା ଅଧୀନରେ ୬ଟି ଲେଖାଏଁ ଔଷଧ ଦୋକାନକୁ ଅନ୍ତର୍ଭୁକ୍ତ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। କରୋନା ପାଇଁ […]

  • Monday, 12 July 2021
Asit-Tripathy
ଇନ୍‌କମିଂ କଲ୍‌ ସୁବିଧା ପ୍ରତ୍ୟାହାର କରା ନ ଯାଉ- ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି। ଲକ୍ ଡାଉନ୍ ଅବଧି ବଢିବାର ସମ୍ଭାବନା ଦେଖା ଦେଇଛି। ଲୋକେ ଘରୁ  ବାହାରି ପାରୁନାହାନ୍ତି। ଦୋକାନ ବଜାର ବି ବନ୍ଦ। ଏପରି ସ୍ଥିତିରେ ଲୋକେ ମୋବାଇଲ ଫୋନ୍ ରିଚାର୍ଜ କରି ପାରୁନାହାନ୍ତି। ତେଣୁ ମୋବାଇଲ ବ୍ୟବହାରକାରୀଙ୍କ ଇନ୍‌କମିଂ କଲ ସୁବିଧା ପ୍ରତ୍ୟାହାର ନ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କେନ୍ଦ୍ର ଟେଲି ଯୋଗାଯୋଗ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି। ସେ ଉଲ୍ଲେଖ କରିଛନ୍ତି, ଲକ୍‌ଡାଉନ ସମୟରେ […]

  • Monday, 12 July 2021
dd
ଲକ୍‌ଡାଉନ୍ ଉଠିବା ନେଇ କଣ କହିଲେ ପ୍ରଧାନମନ୍ତ୍ରୀ ?

ଭୁବନେଶ୍ୱର: ଏବେ ଉଠି ନପାରେ ଲକ୍‌ଡାଉନ୍। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ ଭାବେ ଏଭଳି କହିଥିବା କହିଛନ୍ତି ପିନାକୀ ସୂଚନା ଦେଇଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖିଲେ ଲକ୍‌ଡାଉନ୍ ହଟି ନପାରେ। ହେଲେ ଏଥିପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କହିଥିବା ପିନାକୀ କହିଛନ୍ତି। […]

  • Monday, 12 July 2021
cp
ଲକ୍‌ଡାଉନ ବେଳେ ମାଲ୍ ପରିବହନରେ କୌଣସି ବାଧା ନାହିଁ: ପୋଲିସ କମିଶନର

ଭୁବନେଶ୍ୱର: ଲକ୍‌ଡାଉନ ବେଳେ ମାଲ୍ ପରିବହନରେ କୌଣସି ବାଧା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଖୁଚୁରା ବ୍ୟବସାୟୀଙ୍କ ଦୁଇ ଚକିଆ ଗାଡ଼ିକୁ ପୋଲିସ ଅନୁମତି ଦେଉନଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ସିପି। Media may please inform small traders (grocery & vegetables) that there is no restriction on movement of goods. Our officers have today visited […]

  • Monday, 12 July 2021
artist
ଆଗୁଆ ମିଳିବ କଳାକାର ଭତ୍ତା

ଭୁବନେଶ୍ୱର: ରାଜ୍ୟରେ ଆଗୁଆ ମିଳିବ କଳାକାର ଭତ୍ତା। ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା ଅଧିନରେ କଳାକାର ଭତ୍ତା ପାଉଥିବା ବ୍ୟକ୍ତିମାନଙ୍କୁ ୪ ମାସର ଆଗୁଆ ଭତ୍ତା ମିଳିବ।  କୋଭିଡ୍‌-୧୯ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଗତମାସରୁ ଆସନ୍ତା ଜୁନ୍‌ ପର୍ଯ୍ୟନ୍ତ ୪ ମାସର ଭତ୍ତା ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଇ-ଟ୍ରାନ୍ସଫର ମାଧ୍ୟମରେ କଳାକାରଙ୍କ ଜମା ଖାତାରେ ପଇଠ ହେବ ଟଙ୍କା। ରାଜ୍ୟରେ କରୋନା ସ୍ଥିତି  ନେଇ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି। ସେ […]

  • Monday, 12 July 2021
jllaapala
ଭୁଲ୍‌ ମାନିଲେ ମୋକିଆ SBI ବ୍ରାଞ୍ଚ ମ୍ୟାନେଜର: କାହାକୁ କରୋନା ହୋଇନି

ନବରଙ୍ଗପୁର: ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ବ୍ୟାଙ୍କ କର୍ମଚାରୀଙ୍କୁ ପଠାଯିବା ନୋଟିସ ପ୍ରସଙ୍ଗରେ ନିଜର ଭୁଲ ମାନିଲେ ପାପଡାହାଣ୍ଡି ବ୍ଲକ୍ ମୋକିଆ SBI ବ୍ରାଞ୍ଚ ମ୍ୟାନେଜର। କରୋନା ବିଷୟରେ ଭଲଭାବରେ ନଜାଣି, ପ୍ରଶାସନର ବିନା ଅନୁମତିରେ ସେ ନୋଟିସ୍ ମାରିଥିବା ସ୍ୱୀକାର କରିଛନ୍ତି। ତେବେ  କାହାକୁ କରୋନା ହୋଇନଥିବା ଜଣା ପଡ଼ିବା ପରେ ପୂର୍ବପରି ଆଜି ଆଜି ବ୍ୟାଙ୍କ ଖୋଲା ରହିଛି। ନବରଙ୍ଗପୁର ଜିଲ୍ଲାପାଳ ମଧ୍ୟ ଜିଲ୍ଲାରେ କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ସ୍ପଷ୍ଟ କରିଛନ୍ତି। ଜିଲ୍ଲାର […]

  • Monday, 12 July 2021
jillapala
କାଲିଠୁ ଘରକୁ ଘର ବୁଲି ହେବ ସ୍ୱାସ୍ଥ୍ୟ ପରୀକ୍ଷା

ବ୍ରହ୍ମପୁର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଚାଲିଛି ତନାଘନା। ରାଜ୍ୟରେ କରୋନା ସ୍ଥିତିକୁ ଦେଖିବା ପରେ ଗଂଜାମ ଜିଲ୍ଲାପାଳ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲିଠାରୁ ଜିଲ୍ଲାରେ ଘରକୁ ଘର ବୁଲି ହେବ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗଂଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ବୈଠକ ବସିଥିଲ। ବୈଠକ ପରେ ଜିଲ୍ଲାର ପ୍ରାୟ ୪୦ […]

  • Monday, 12 July 2021
coid
ଓଡ଼ିଶାରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର:ଓଡ଼ିଶାରେ ପ୍ରଥମ ମୁଣ୍ଡ ନେଲା କରୋନା । ମୃତକଙ୍କ ଘର ଝାରପଡ଼ା ଅଞ୍ଚଳରେ। ସେ ୪ ତାରିଖରୁ ଆକ୍ରାନ୍ତ ହୋଇ ଏମ୍‌ସରେ ଭର୍ତ୍ତି ହୋଇଥିଲେ।  ଗତକାଲି ତାଙ୍କର ମୃତ୍ୟୁ ଘଟିଛି। One 72 years male belonging to Jharpada had been admitted to AIIMS Bhubaneswar on 4th April with complaint of respiratory distress. He had history of chronic hypertension. He expired on 6th April. He […]

  • Monday, 12 July 2021
pradipta naik
ବିଧାୟକଙ୍କ ହାତ ପାଣ୍ଠି ୨ ବର୍ଷ ସ୍ଥଗିତ ରଖାଯାଉ-ବିରୋଧୀ ଦଳ ନେତା

ଭୁବନେଶ୍ୱର: ରାଜ୍ୟର ସବୁ ବିଧାୟକଙ୍କ ହାତ ପାଣ୍ଠି ବା ଏମ୍ଏଲ୍ଏ ଲ୍ୟାଡ୍ ଫଣ୍ଡ ୨ ବର୍ଷ ପାଇଁ ସ୍ଥଗିତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କରୋନା ମୁକାବିଲା ପାଇଁ ସାରା ଦେଶ ଏକ ମନ ଏକ ପ୍ରାଣରେ ଲଢେଇ କରୁଛି । ଦେଶ ଓ ରାଜ୍ୟର ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଲୋକ ପ୍ରତିନିଧିମାନଙ୍କ ବଡ଼ ଭୂମିକା ରହିଛି। ତେଣୁ ରାଜ୍ୟର ସବୁ ବିଧାୟକଙ୍କ ବିଧାୟକ ହାତ ପାଣ୍ଠି […]

  • Monday, 12 July 2021
samir dash
ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଅନଲାଇନ୍‌ରେ ପଢିବେ

ଭୁବନେଶ୍ୱର: କରୋନା ଯୋଗୁ ଘରେ ରହିବାକୁ ସରକାର ପରାମର୍ଶ ଦେଉଥିବା ବେଳେ ଏଥିଯୋଗୁ ପିଲାଙ୍କ ପାଠପଢ଼ା ପୂରା ଠପ୍ ହୋଇଯାଇଛି। ସ୍କୁଲ,  କଲେଜ ଯାଇ ନ ପାରି ପିଲାମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ତା’ଛଡ଼ା ସ୍କୁଲ ଏମିତି ବନ୍ଦ ରହିଲେ କୋର୍ସ କିପରି ସରିବ, ପିଲାମାନେ କିପରି ପରୀକ୍ଷା ଦେବେ ସେ ନେଇ ଅଭିଭାବକ ଓ ଶିକ୍ଷକମାନେ ବି ଚିନ୍ତାରେ। ବିଶେଷ  କରି ଦଶମ ଓ ଦ୍ୱାଦଶ ଶ୍ରଣୀ ପିଲାଙ୍କ ପାଠପଢା ନେଇ ସମସ୍ତେ ଚିନ୍ତିତ।  […]

  • Monday, 12 July 2021
122344
କେନ୍ଦ୍ରାପଡ଼ାରେ କରୋନା ରୋଗୀ ଚିହ୍ନଟ ପରେ ୧୧ ଗାଁ ସିଲ୍‌

କେନ୍ଦ୍ରାପଡ଼ା: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ସୋମବାର କେନ୍ଦ୍ରାପଡ଼ାରୁ ଆଉ ଜଣଙ୍କୁ ଚିହ୍ନଟ କରାଯିବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ଗତକାଲି ରାତିରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ।  ସେ ମାର୍ଚ୍ଚ ୨୪ରେ ଦୁବାଇରୁ ଫେରିଥିବା ଜଣାପଡ଼ିଛି। ଉକ୍ତ ଯୁବକଙ୍କ ବୟସ  ୩୨ ବର୍ଷ। ତାଙ୍କୁ ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଏହି […]

  • Monday, 12 July 2021
sp
୧୪ ଦିନ ପାଇଁ ସିଲ୍ ହେଲା କେନ୍ଦ୍ରୀୟ ଗୁଇନ୍ଦା ଅଫିସ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ ୧୪ ଦିନ ପାଇଁ ହେବ ସିଲ୍।ଏହାର ସମସ୍ତ କର୍ମଚାରୀ ହୋମ କ୍ୱାରେଣ୍ଟାଇନ୍‌ରେ ରହିବେ।  ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋର ଜଣେ  କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ସଂକ୍ରମଣ  ଆଶଙ୍କାରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ ସମେତ  କାର୍ଯ୍ୟାଳୟର ଅନ୍ୟ  ସମସ୍ତ କର୍ମଚାରୀ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିବା BMC କମିଶନର ପ୍ରେମଚନ୍ଦ୍ର ଚୌଧୂରୀ ସୂଚନା ଦେଇଛନ୍ତି। ଏଥିସହିତ ସମସ୍ତଙ୍କ  […]

  • Monday, 12 July 2021
police
ଖାକି ମଣିଷର ଦରଦୀ ମନ, ନିଜେ ନ ଖାଇ ଅସହାୟ ବୃଦ୍ଧାଙ୍କୁ ଖୁଆଇଲେ

ମାଲକାନଗିରି: ଖାକି ପୋଷାକ ଆଉ  ହାତରେ ରୁଲବାଡି ଧରିଥିବା ପୋଲିସ  ନିର୍ଦ୍ଦୟ, ନିଷ୍ଠୁର…କେବଳ କର୍ତ୍ତବ୍ୟର ଡୋରୀରେ ବନ୍ଧା। ଏମିତି ଏକ ଚିନ୍ତାଧାରା ଅଧିକାଂଶ ଲୋକଙ୍କ ମନରେ ଥାଏ।  ସେମାନଙ୍କ ପାଖରେ ବି ସ୍ନେହ, ଶ୍ରଦ୍ଧା, ସହନୁଭୂତି ରହିଛି ଏକଥା ଭାବିବାକୁ ଅବସର ହିଁ ମିଳେନି। ହେଲେ ମାଲକାନଗିରିର ଏଇ ମହିଳା ପୋଲସ ଅଫିସରଙ୍କ  ଖାକି ପୋଷାକ ତଳେ ଲୁଚି ରହିଥିବା ଦରଦୀ ହୃଦୟକୁ ଦେଖନ୍ତୁ । କର୍ତ୍ତବ୍ୟକୁ ଭୁଲି ନାହାନ୍ତି, ହୃଦୟର ମାନବୀୟ ଆବେଦନକୁ ବି ଏଡାଇ […]

  • Monday, 12 July 2021
shop
୧ ଓ ୪ ନମ୍ବର ମାର୍କେଟରେ କେବଳ ହୋଲସେଲିଂ ଦୋକାନ ଖୋଲାରହିବ

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ ୧ ଓ ୟୁନିଟ ୪ମାର୍କେଟରେ  କେବଳ ହୋଲସେଲିଂ ଦୋକାନ ହିଁ ଖୋଲା ରହିବ। ଏହି ଦୁଇଟି ମାର୍କେଟରେ ହୋଲସେଲରମାନେ କେବଳ ରିଟେଲର ବା ଖୁଚୁରା ଦୋକାନୀଙ୍କୁ ହିଁ ସାମଗ୍ରୀ ବିକ୍ରି କରିପାରିବେ। ଗତକାଲି ଏହି ସୂଚନା ଦେଇଛନ୍ତି ବିଏମସି କମିଶନର। ସେ ଆହୁରି କହିଛନ୍ତି ଯେ, କୌଣସି ପରିସ୍ଥିତିରେ ବି ଏହି ହୋଲସେଲର ମାର୍କେଟରେ ଗ୍ରାହକମାନଙ୍କୁ ସାମଗ୍ରୀ ବିକ୍ରି କରାଯାଇପାରିବ ନାହିଁ। ବିଏମସି ପକ୍ଷରୁ ଚିହ୍ନଟ ହୋଇଥିବା ୬୮ଟି ସ୍ଥାନରେ ରିଟେଲିଂ ମାର୍କେଟ […]

  • Monday, 12 July 2021
bbsr
ରାଜଧାନୀରେ ସିଜ୍‌ ହେଲା ୬୩୭ ଗାଡ଼ି

ଭୁବନେଶ୍ୱର: ରାଜଧାନୀରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତଥାପି ଲୋକେ ଲକ୍‌ଡାଉନ ଗାଇଡ୍‌ଲାଇନ ମାନୁନାହାନ୍ତି। ସାମାଜିକ ଦୂରତା ରକ୍ଷା ପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ୁଛି। ଦୁଇଦିନିଆ ସଟ୍‌ଡାଉନ୍ ରବିବାର ରାତି ୮ଟାରେ ହଟିବା ପରେ ରାଜଧାନୀରେ ପୁଣି ଅମାନିଆମାନ ମନମାନି ଆରମ୍ଭ କରି ଦେଇଛନ୍ତି। ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବାହାରେ ବିନା କାରଣରେ ବୁଲୁଛନ୍ତି ଏହି ଅମାନିଆ ଗୋଷ୍ଠୀ। ତେବେ ପୋଲିସ ଏଭିଳି ଲୋକଙ୍କ ଗାଡ଼ି ସିଜ କରିବା ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ […]

  • Monday, 12 July 2021
hata
ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଞ୍ଚାଇବ BMC

ଭୁବନେଶ୍ୱର: ଭୁବନେଶ୍ୱରରେ ୩୨ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଅନେକ ଅଞ୍ଚଳକୁ ଆବଦ୍ଧ କରାଯାଇଛି। ସାରା ସହରରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି। ତଥାପି ମାନୁ ନାହାନ୍ତି ଲୋକେ। ତେଣୁ ଲୋକ କିପରି ଘରୁ ନ ବାହାରିବେ  ସେଥିପାଇଁ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ରିଛି BMC। ଲୋକଙ୍କ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବ BMC ।  ବିଭିନ୍ନ ସଂସ୍ଥା ଦ୍ୱାରା ମୋବାଇଲ୍ ଭ୍ୟାନ୍ ଓ […]

  • Monday, 12 July 2021
maobadi
କରୋନା ପାଇଁ ଅସ୍ତ୍ର ଛାଡ଼ିଲେ ମାଓବାଦୀ

ମାଲକାନଗିରି: ସାରା ବିଶ୍ୱ ମହାମାରୀକୁ ନେଇ ଚିନ୍ତାରେ ଥିବା ବେଳେ ମାଓବାଦୀମାନେ ମଧ୍ୟ ଅସ୍ତ୍ରବିରତି ଘୋଷଣା କରିଛନ୍ତି।ଦେଶରେ କରୋନା ମହାମାରୀ ଲାଗିଥିବାରୁ ମାଓବାଦୀଙ୍କ ପକ୍ଷରୁ କୌଣସି ଇନଫର୍ମର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହଁ।  ଏହାସହ ପୋଲିସ ବାହିନୀ ଉପରେ ମଧ୍ୟ ଆକ୍ରମଣ କରାଯିବ ନାହିଁ ବୋଲି ମାଓନେତା କୈଳାଶ କହିଛନ୍ତି। ସରକାରୀ କର୍ମଚାରୀମାନେ ଆସି ନିର୍ଭୟରେ ଲୋକଙ୍କ ପାଇଁ କାର୍ଯ୍ୟ କରନ୍ତୁ ବୋଲି ଅଡିଓ ଟେପ୍ ଜାରି କରିଛନ୍ତି ମାଓନେତା। ସରକାର ଦେଉଥିବା ଭତ୍ତା ଓ ଚାଉଳ […]

  • Monday, 12 July 2021
naveen-patnaik_video_647_062417015756
ଏଣିକି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଭୟଭୀତ ହାଇପଡ଼ିଛନ୍ତି। ହେଲେ ବର୍ତ୍ତମାନ ସ୍ଥିତିକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ନବୀନ ଟ୍ବିଟ୍ କରି ଜଣାଇଛନ୍ତି ଯେ ସବୁ ସଂକ୍ରମିତ ଭୁବନେଶ୍ୱରର କଣ୍ଟେନମେଣ୍ଟ ଅଞ୍ଚଳର । ଏଠାରୁ କେହି ବାହାରକୁ ନଯାଇ ଲକଡାଉନ ନିୟମକୁ ସମ୍ମାନ ଦେବାକୁ ସେ ନିବେଦନ କରିଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ […]

  • Monday, 12 July 2021
99999999 (1)
ହାତୀ ନେଇଗଲା ୩ ଜୀବନ

ପଦମପୁର : ବରଗଡ଼ ଜିଲ୍ଲା ପଦମପୁର ଅଞ୍ଚଳରେ ହାତୀ ଆକ୍ରମଣ  ୩  ଜଣଙ୍କର ମୃତ୍ୟୁ ଘଟିଛି।  ୩ ଜଣଯାକ ଗୋଟିଏ ପରିବାରର।ମୃତକମାନେ ହେଲେ ପଦମପୁର ସହର ରଜାପଡ଼ା ସାହିର ହାତୀ ୭୫ ବର୍ଷୀୟ ବୃଦ୍ଧ ଦ୍ୱାରିକାନାଥ ପାଣ୍ଡେ, ତାଙ୍କର ବଡପୁଅ ମଲ୍ଲାଇ ପାଣ୍ଡେ (୪୫ ବର୍ଷ ) ଓ ୧୨ ବର୍ଷର ନାତି ଚିଣ୍ଟୁ ପାଣ୍ଡେ। ମଲାଇ ଓ ତାଙ୍କ ପୁଅ ଚିଣ୍ଟୁ ଶୌଚ ପାଇଁ ଯାଇଥିବାବେଳେ ଦନ୍ତା ସାମ୍ନାରେ ପଡି ଯାଇଥିଲେ। ଫଳରେ ହାତୀ ସେମାନଙ୍କୁ […]

  • Monday, 12 July 2021