• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

assembly
ରାଜ୍ୟରେ ଗରିବ ଚିହ୍ନଟ ନେଇ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଗରିବ ଚିହ୍ନଟ ନେଇ ବିଧାନସଭାର ପ୍ରଶ୍ନକାଳରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଛନ୍ତି। ୨୦୦୪-୦୫ରେ ୫୭.୨୦% ଅର୍ଥାତ୍ ୨ କୋଟି ୨୧ ଲକ୍ଷ ୬୦ ହଜାର ଗରିବ ଥିଲେ।  ୨୦୧୧-୧୨ରେ ୩୨.୫୯% ଅର୍ଥାତ ୧ କୋଟି ୩୮ ଲକ୍ଷ ୫୩ ହଜାର ଗରିବ ଚିହ୍ନଟ ହୋଇଥିଲେ। ସେହିପରି ୨୦୦୪-୦୫ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆୟ ୪୦୭ ଟଙ୍କା ଥିଲା।  ୨୦୦୪-୦୫ରେ ସହରାଞ୍ଚଳରେ ମୁଣ୍ଡପିଛା ଆୟ ୪୯୭ ଟଙ୍କା ଥିଲା।  ୨୦୧୧-୧୨ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆୟ ୬୯୫ ଟଙ୍କା […]

  • Monday, 12 July 2021
assembly
ଖାଲି ପଡ଼ିଥିବା ଅମିନ, ଆର୍‌ଆଇ ପଦବୀକୁ ନେଇ ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ଅମିନ, ଆର୍‌ଆଇ ପଦବୀକୁ ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରତି ପଞ୍ଚାୟତରେ ରାଜ୍ୟ ସରକାର ଆର୍‌ଆଇ ସର୍କଲ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ନ ହେବାର କାରଣ କ’ଣ ବୋଲି ଆଜି ଗୃହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଠାରୁ ଶାସକ ଦଳ ସଦସ୍ୟ ପ୍ରଫୁଲ୍ଲ ସାମଲ ଉତ୍ତର ଚାହିଁଥିଲେ। ସେହିପରି ଏହା ଉପରେ ଅତିରିକ୍ତ ପ୍ରଶ୍ନ କରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର […]

  • Monday, 12 July 2021
deputy speaker
ରଜନୀକାନ୍ତ ସିଂହ ହେଲେ ବିଧାନସଭା ଉପବାଚସ୍ପତି

ଭୁବନେଶ୍ୱର: ବିଜେଡି ବିଧାୟକ ରଜନୀକାନ୍ତ ସିଂହ ହେଲେ ବିଧାନସଭା ଉପବାଚସ୍ପତି। ରଜନୀକାନ୍ତ ସିଂହଙ୍କ ବିପକ୍ଷରେ ଆଉ କେହି ପ୍ରାର୍ଥୀ ନ ଥିବାରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କୁ ଉପବାଚସ୍ପତି ଭାବେ ଘୋଷଣା କରିଛନ୍ତି। ରଜନୀକାନ୍ତଙ୍କ ନାଁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ସମର୍ଥନ ଜଣାଇଥିଲେ। ରଜନୀକାନ୍ତ ସିଂହ ଅନୁଗୁଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

  • Monday, 12 July 2021
heavy rainfall
୩୦ ପରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗୋଟିଏପଟେ ମୌସୁମୀ ଓଡ଼ିଶାକୁ ଛୁଇଁ ସାରିଥିବାବେଳେ ଜୁନ୍‌ ମାସ ବି ସରିବାକୁ ବସିଲାଣି। ହେଲେ ଓଡ଼ିଶାରେ ବର୍ଷାର ଦେଖାନାହିଁ। ଯେଉଁ ଖରାକୁ ସେଇ ଖରା। ଲୋକେ ଗରମରୁ ତ୍ରାହି ପାଇବେ କ’ଣ ଓଲଟା ସିଝୁଛନ୍ତି। ଆସନ୍ତା ୨ ଦିନ ଭିତରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ସେହିଭଳି ୩୦ ତାରିଖ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାନେଇ […]

  • Monday, 12 July 2021
stray dogs
ଶିଶୁର ମୃତଦେହକୁ ଝୁଣି ଖାଇଦେଲେ କୁକୁର

ବାଲେଶ୍ୱର: ବାଲେଶ୍ୱର ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ଶିଶୁର ମୃତଦେହକୁ କୁକୁର ଖାଉଥିବା ଦେଖିବାକୁ ମିଳିଥିଲା। ଏନେଇ ଖବର ପ୍ରଚାର ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ମୃତଦେହ ଉଦ୍ଧାର କରିଥଲେ। ଏହାପରେ ଶିଶୁଟିକୁ ପୋତି ଦିଆଯାଇଥିଲା। ମୃତ ଶିଶୁଟିକୁ କେହି ଫିଙ୍ଗି ଦେଇ ଚାଲିଯିବାରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ସିଡିଏମଓ ଦୁଲାଲ୍ ସେନ୍‌ ଜଗଦ୍ଦେବ କହିଛନ୍ତି।

  • Monday, 12 July 2021
rain
ବର୍ଷା ସହ ବଜ୍ରପାତ ନେଇ ୯ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଧୂଳିଝଡ଼, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ସକାଳ ୮ଟା ଯାଏ ୯ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା। ଏହି ଜିଲ୍ଲାଗୁଡ଼ିକ ହେଉଛି- ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲା। ମୌସୁମୀ ଓଡ଼ିଶାକୁ ଛୁଇଁଥିଲେ ମଧ୍ୟ ବର୍ଷାର ଦେଖାନାହିଁ। ଯେଉଁ ଖରାକୁ ସେଇ […]

  • Monday, 12 July 2021
students arrested
ଇଂଜିନିୟରିଂ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ୨ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଇଂଜିନିୟରିଂ କଲେଜ କ୍ୟାମ୍ପସରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ବନ୍ଧୁକ ଦେଖାଇ ହତ୍ୟା କରିବାକୁ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ଜଣ ଇଂଜିନିୟରିଂ ଛାତ୍ରଙ୍କୁ ପୁଲିସ୍‌ ଗିରଫ କରିଛି। ଗିରଫ ୨ ଛାତ୍ର ହେଲେ ରାୟପୁରର ମୋଲୁ ଓରଫ୍  ଆର୍ଯ୍ୟନ ସିଂ ଓ ବିହାରର ବାବୁ ଓରଫ୍ ଉତ୍ସବ ସିଂ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଚଢ଼ାଉ […]

  • Monday, 12 July 2021
khurda
ଖୋର୍ଦ୍ଧାରୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ ସୁଗର ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ୧୭ ଗ୍ରାମ୍‌ ବ୍ରାଉନ ସୁଗର ଜବତ କରିଛି। ଏହି ଘଟଣାରେ ଜଣେ ବ୍ୟବସାୟୀ ଗିରଫ ହୋଇଛନ୍ତି। ତାଙ୍କ ନାଁ ଛବୀନ୍ଦ୍ର ପ୍ରଧାନ। ଜବତ ବ୍ରାଉନ ସୁଗରର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଆଜି ସକାଳେ ଖବର ପାଇ ଅବକାରୀ ବିଭାଗର ଏକ ଟିମ୍‌ ଚଢ଼ାଉ କରିଥିଲେ। ଖୋର୍ଦ୍ଧା ଜିଲ୍ଲାର ଏହି ଅଞ୍ଚଳରୁ ବାରମ୍ବାର ଡ୍ରଗ୍ସ ଜବତ ହେଉଛି।  […]

  • Monday, 12 July 2021
metro
ଭୁବନେଶ୍ୱର-କଟକ ମଧ୍ୟରେ ଗଡ଼ିବ ମେଟ୍ରୋ ରେଲ୍‌ୱେ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି। ଏହି ଅବସରରେ ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଓ ସହିଦଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଶୋକ ପ୍ରକାଶ କରିଥିଲେ। ବାତ୍ୟା ‘ଫୋନି’ର ଭୟାବହତା ଓ କ୍ଷୟକ୍ଷତି ସମ୍ପର୍କରେ ଜଣାଇବା ସହ ଏହାର ସଫଳ ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ସାବାସୀ ଦେଇଥିଲେ। ରାଜ୍ୟପାଳ କହିଥିଲେ ଯେ, ‘ଲୋକଙ୍କ ଭରସା ଓ ବିଶ୍ୱାସକୁ ବଜାୟ ରଖିବାକୁ ଆମେ ସଂକଳ୍ପବଦ୍ଧ। ନିର୍ବାଚନ ପୂର୍ବର ପ୍ରତିଶ୍ରୁତି ପାଳନ ପାଇଁ  […]

  • Monday, 12 July 2021
1 year old baby die
ପ୍ଲାଷ୍ଟିକ୍‌ ଖେଳନା ଗିଳି ଦେଇ ବର୍ଷକର ଶିଶୁ କନ୍ୟା ମୃତ

ଆନନ୍ଦପୁର: ପ୍ଲାଷ୍ଟିକ୍ ଖେଳଣା ଗିଳିଦେଇ ବର୍ଷକର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ କୋଳିପଦି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗାଁର ବିଦ୍ୟାଧର ଜେନାକଙ୍କ ବର୍ଷକର ଝିଅ ଖେଳୁଥିବା ବେଳେ ପାଖରେ ଏକ ଚିପ୍ସ ପ୍ୟାକେଟ୍‌ ପଡ଼ିଥିଲା। ଏହି ସମୟରେ ପ୍ୟାକେଟ୍‌ ଭିତରେ ଥିବା ପ୍ଲାଷ୍ଟିକ ଖେଳନାକୁ ଚିପ୍ସ ଭାବି ଶିଶୁ କନ୍ୟାଟି ଖାଇ ଦେଇଥିଲା। ଫଳରେ ଏହା ତା ଶ୍ୱାସନଳୀରେ ଲାଗି ଯାଇଥିଲା।  ପରିବାର ଲୋକେ […]

  • Monday, 12 July 2021
saroj meher
ଜେଲ୍‌ରେ ରାତି କାଟିଲେ ପାଟଣାଗଡ଼ ବିଧାୟକ

ବଲାଙ୍ଗିର: ଜେଲ୍‌ରେ ରାତି କାଟିଲେ ପାଟଣାଗଡ଼ ବିଧାୟକ ସରୋଜ ମେହର। ପାଟଣାଗଡ଼ ଉପକାରାଗାରର ୪ ନମ୍ବର ସେଲ୍ ରହୁଛନ୍ତି ସରୋଜ ମେହର। କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଇବା ଘଟଣାରେ ବିଭିନ୍ନ ଦିଗରୁ ଚାପ ପଡ଼ିବା ପରେ ଗତକାଲି ତାଙ୍କୁ ପୁଲିସ୍ ଗିରଫ କରିଥିଲା। ସରୋଜ ମେହେର ଆଜି ନୂତନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନରେ ଯୋଗ ଦେଇଥାନ୍ତେ। ହେଲେ ତା’ପୂର୍ବରୁ ପୁଲିସ୍‌ ତାଙ୍କୁ ଗିରଫ କରିଛି। ବିଧାୟକଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୭ ଦିନ […]

  • Monday, 12 July 2021
ashok parija
ଅଶୋକ ପରିଜା ହେଲେ ଓଡ଼ିଶାର ନୂଆ ଆଡଭୋକେଟ୍‌ ଜେନେରାଲ

ଭୁବନେଶ୍ୱର: ରାଜ୍ୟର ନୂଆ ଆଡଭୋକେଟ୍‌ ଜେନେରାଲ ଭାବେ ବରିଷ୍ଠ ଆଇନଜୀବୀ ଅଶୋକ ପରିଜା ନିଯୁକ୍ତ ହୋଇଛନ୍ତି।  ସେ ଓଡ଼ିଶା ହାଇକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ। ଅଶୋକ ପରିଜା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସଫଳ ପରିଚାଳନା କରି ଗୌରବ ଅର୍ଜନ କରିଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ସହ ହାଇକୋର୍ଟ ବାର୍‌ ଆସୋସିଏସନର ସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ କରି ଆସିଛନ୍ତି। ୧୯୮୪ ମସିହାରୁ ଆଇନ୍ ବୃତ୍ତିରେ ଥିବା ଅଶୋକ ପରିଜା ଉଭୟ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ […]

  • Monday, 12 July 2021
cloudy
କୁଆଡ଼େ ଗଲା ମୌସୁମୀ? ଆସିଲା ହେଲେ ବର୍ଷିଲା ନାହିଁ

ଭୁବନେଶ୍ୱର: କୁଆଡ଼େ ଗଲା ମୌସୁମୀ? ମୌସୁମୀ ଓଡ଼ିଶାକୁ ଆସିଲା ହେଲେ ବର୍ଷାର ଦେଖାନାହିଁ। ଯେଉଁ ଖରାକୁ ସେଇ ଖରା। ଲୋକେ ଗରମରୁ ତ୍ରାହି ପାଇବେ କ’ଣ ଓଲଟା ସିଜୁଛନ୍ତି। ସାରା ଓଡ଼ିଶାକୁ ମୌସୁମୀ ଛୁଇଁଥିଲେ ମଧ୍ୟ ସେପରି ବର୍ଷା ହୋଇନି ଯେପରି ଆଶା କରାଯାଉଥିଲା। ଏପରିକି ଆଗାମୀ ୨-୩ ଦିନ ଯାଏ ବି ବର୍ଷା ହେବାର ସମ୍ଭାବନା କମ୍‌ ରହିଛି। କାଁ ଭାଁ କିଛି ଅଞ୍ଚଳରେ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ […]

  • Monday, 12 July 2021
rourkela
ବିଶ୍ୱକପ୍‌କୁ ନେଇ ଚାଲିଥିଲା ବାଜି: ୩୧ ଲକ୍ଷ ଟଙ୍କା ଜବତ, ୨ ଗିରଫ

ରାଉରକେଲା: ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୁଲିସ୍‌ କ୍ରିକେଟ୍‌ ବିଶ୍ୱକପ୍‌ ବେଟିଂ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ବେଟିଂ ଅଭିଯୋଗରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ ସୁନୀଲ ଅଗ୍ରୱାଲ ଓ ନାଗର ମଲ୍‌ ଅଗ୍ରୱାଲ। ଗତକାଲି ବିଳମ୍ବିତ ରାତିରେ ଡେଲିମାର୍କେଟ ସ୍ଥିତ ଜନତା ନିବାସ ଲେନ୍‌ରେ ପୁଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ୩୧ ଲକ୍ଷ ଟଙ୍କା, ୧୫ଟି ମୋବାଇଲ ଫୋନ ଜବତ କରିଛି। ଅନ୍ୟପକ୍ଷରେ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବାକୁ […]

  • Monday, 12 July 2021
dead body
ଗୁଳିମାଡ଼ରେ କ୍ଷୀର ବ୍ୟବସାୟୀଙ୍କ ମୃତ୍ୟୁ

ଜଳେଶ୍ୱର:  ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡାଙ୍ଗପିଟା ଗାଁରେ ଗୁଳିମାଡ଼ରେ ଜଣେ କ୍ଷୀର ବେପାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାକେଶ ଚୌଧୁରୀ। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ୧୦ରେ ରାକେଶ କ୍ଷୀର ବ୍ୟବସାୟ ସାରି ବାଇକ୍‌ରେ ଘରକୁ ଫେରୁଥିଲେ।  ଏହି ସମୟରେ ଏକ କାର୍‌ରେ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ମୁଣ୍ଡରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ରାକେଶଙ୍କ ମୃତ୍ୟୁ ଘଟିଛି। ଗୁଳି […]

  • Monday, 12 July 2021
bank
ଷ୍ଟ୍ରଙ୍ଗ୍‌ ରୁମ୍ ତାଲା ଭାଙ୍ଗିଲା ବେଳେ ବାଜିଲା ସାଇରନ୍‌, ଛୁ ମାରିଲେ ଦୁର୍ବୃତ୍ତ

ଢେଙ୍କାନାଳ: ଢେଙ୍କାନାଳ ସହର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ ଶାଖାରୁ ଲୁଟ୍ ଉଦ୍ୟମ ବିଫଳ ହୋଇଛି। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଆଜ୍‌ବେଷ୍ଟସ୍‌ ଭାଙ୍ଗି ବ୍ୟାଙ୍କ୍ ଭିତରେ ପଶିଥିଲେ। ତା’ପରେ ସେମାନେ ଷ୍ଟ୍ରଙ୍ଗ୍‌ ରୁମ୍ ତାଲା ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ସେହି ସମୟରେ ବ୍ୟାଙ୍କର ସାଇରନ୍‌ ବାଜିଥିଲା। ତେଣୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ସାଇରନ୍ ବାଜିବା ଶୁଣି ବ୍ୟାଙ୍କ ନିକଟରେ ଥିବା ଟାଉନ୍‌ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇ […]

  • Monday, 12 July 2021
pic3
ନାମାଙ୍କନ ଦାଖଲ କଲେ ଅଶ୍ୱିନୀ, ଅମର ଓ ସସ୍ମିତ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ଓଡ଼ିଶାରୁ ତିନି ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପି ପକ୍ଷରୁ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ନାମାଙ୍କନ ଦାଖଲ କରିଛନ୍ତି। ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ରଙ୍କ ନିକଟରେ ସେମାନେ ନାମାଙ୍କନପତ୍ର ଦାଖଲ କରିଥିଲେ। ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ […]

  • Monday, 12 July 2021
bjd mla
ଜେଲ୍ ଗଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର

ବଲାଙ୍ଗିର: ଜେଲ୍ ଗଲେ ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେର। ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍ କରିବା ଘଟଣାରେ ଆଜି ପାଟଣାଗଡ଼ ପୁଲିସ୍ ତାଙ୍କୁ ଗିରଫ କରିଥିଲା।  କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ବିଧାୟକଙ୍କୁ ଜେଲ୍ ପଠାଇ ଦିଆଯାଇଛି। ନୂଆପଡ଼ାର ଏକ ହୋଟେଲରୁ ପୁଲିସ୍‌ ସରୋଜ ମେହେରଙ୍କୁ ବଲାଙ୍ଗିର ଆଣିଥିଲେ। ମନୋହରପୁର ରିଜର୍ଭ ପୁଲିସ୍‌ ବାରାକରେ ତାଙ୍କୁ ଘନ ଘନ ଜେରା କରାଯାଇଥିଲା। ଏହାପରେ ବିଧାୟକଙ୍କୁ ପାଟଣାଗଡ଼ ନିଆ ଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ […]

  • Monday, 12 July 2021
saroj meher
ପାଟଣାଗଡ଼ ବିଧାୟକ ସରୋଜ ମେହର ଗିରଫ

ବଲାଙ୍ଗିର: ଶେଷରେ ଗିରଫ ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର। ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍ କରିବା ଘଟଣାରେ ଆଜି ତାଙ୍କୁ ପାଟଣାଗଡ଼ ପୁଲିସ୍ ଗିରଫ କରିଛି। ନୂଆପଡ଼ାର ଏକ ହୋଟେଲରୁ ପୁଲିସ୍‌ ସରୋଜ ମେହେରଙ୍କୁ ବଲାଙ୍ଗିର ଆଣିଥିଲେ। ଏହାପରେ ମନୋହରପୁର ପୁଲିସ୍‌ ବାରାକରେ ତାଙ୍କୁ ଘନ ଘନ ଜେରା କରାଯାଇଥିଲା। ଏପରିକି ନିଜେ ଏସ୍‌ପି ଏସ୍. ଶିବା ସୁବ୍ରମଣି ଜେରା କରିଥିଲେ। ଜେରା ପରେ ବିଧାୟକଙ୍କୁ ପାଟଣାଗଡ଼ ଥାନାକୁ ନିଆ ଯାଇଥିଲା। ପରେ ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା […]

  • Monday, 12 July 2021
representational image
ଘର ମରାମତି ଚାଲିଥିବା ବେଳେ ଭୁଶୁଡ଼ିଲା କାନ୍ଥ: ଦୁଇ ମୃତ, ଜଣେ ଆହତ

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ବାଲିପାଟଣା ଗାଁରେ କାନ୍ଥ ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଆହତ ହୋଇଛନ୍ତି। ଘର ମରାମତି କାମ ଚାଲୁଥିବା ବେଳେ କାନ୍ଥ ଭୁଶୁଡ଼ି ଯାଇଥିଲା। ମୃତକ ହେଲେ ଘର ମାଲିକ ବନମାଳୀ ସାହୁ(୬୦), କାମ କରୁଥିବା ଶ୍ରମିକ ଚନ୍ଦନ ଲେଙ୍କା(୨୫)। ଆହତ ଜଣକ ମଧ୍ୟ ଶ୍ରମିକ ବୋଲି ଜଣାପଡ଼ିଛି। ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳେ ଘରର ମରାମତି କାମ ଚାଲୁଥିବା […]

  • Monday, 12 July 2021
ରହୌ ମୂମ
ବୈଜୟନ୍ତଙ୍କ ଉଦ୍ୟମରେ ଗୁଣ୍ଟୁର୍‌ରେ ଫସିଥିବା ଓଡ଼ିଆଙ୍କ ପାଖରେ ପହଞ୍ଚିଲା ଖାଦ୍ୟସାମଗ୍ରୀ

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଫସି ରହିଥିବା ୨୫୦ ଜଣ ପ୍ରବାସୀ ଓଡ଼ିଆଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚିଛି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସ୍ଥାନୀୟ ବିଜେପି ନେତା ଓ କର୍ମୀ ଓଡ଼ିଆମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି । ବିଭିନ୍ନ କମ୍ପାନୀରେ କାମ କରୁଥିବା କେନ୍ଦ୍ରାପଡ଼ା ଅଞ୍ଚଳର ୨୫୦ ଜଣ ଓଡ଼ିଆ ଲକଡାଉନ ଯୋଗୁଁ ଗୁଣ୍ଟୁରରେ ଫସି ରହିଥିଲେ । ଖାଦ୍ୟ ସାମଗ୍ରୀ ଯୋଗାଇଦେବାକୁ ସେମାନେ ବୈଜୟନ୍ତଙ୍କୁ ନିବେଦନ କରିଥିଲେ । […]

  • Monday, 12 July 2021
Qurantine
କ୍ୱାରେଣ୍ଟିନର ସବୁ ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର: ଲକଡାଉନ ପରେ ଓଡ଼ିଶାକୁ ଫେରିବାକୁ ଥିବା ପ୍ରବାସୀଙ୍କ ଚିକିତ୍ସା ଓ କ୍ୱାରେଣ୍ଟିନରେ ରହିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମେ’ ୩ରେ ଲକଡାଉନ ଅବଧି ସରିବା ପରେ ବାହାରୁ ଫେରିଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବ । କ୍ୱାରେଣ୍ଟିନରେ ରହିବାବେଳେ ଜଣ ପିଛା ଖାଦ୍ୟ ବାବଦକୁ ୧୨୦ ଟଙ୍କା ଓ ଶିଶୁଙ୍କ ମୁଣ୍ଡ ପିଛା ୧୦୦ ଟଙ୍କା ଖର୍ଚ୍ଚ କରାଯିବ । ସେହିପରି […]

  • Monday, 12 July 2021
bls-2
ବାଲେଶ୍ୱରରେ ଲକ୍‌ଡାଉନ୍‌: ଅମାନିଆଙ୍କୁ ସାବାଡ କରିପାରୁନି ପୋଲିସ

ବାଲେଶ୍ୱର: ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି । ସମସ୍ତେ ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । କରୋନା ରୋଗୀ ଚିହ୍ନଟ ହେବା ପରେ ଆଖପାଖ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଲକ୍‌ଡାଉନ କଟକଣା କଡାକଡି କରାଯାଇଛି। ତଥାପି ଏଠାରେ ଅମାନିଆ ଲୋକେ ମାନୁ ନାହାନ୍ତି। ଖୁଲମଖୁଲା ବୁଲୁଛନ୍ତି । ଯାହା ପୋଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ପ୍ରଥମେ ନେଳିଆବାଗ, ବରହମପୁରରୁ ପଜିଟିଭ୍ ଆସିଥିବା ପରେ ଏବେ ବାହାନଗା […]

  • Monday, 12 July 2021
koraput
କୋରାପୁଟରେ କଡ଼ାକଡ଼ି ହେଲା କଟକଣା

କୋରାପୁଟ: କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଜିଲ୍ଲାର ସମସ୍ତ ଜରୁରୀ ସାମଗ୍ରୀ ଦୋକାନ ସକାଳ ୭ଟାରୁ ଦିନ ୧୨ଟା ଯାଏ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟିକ ଓ ଘରୋଇ ପ୍ରତିଷ୍ଠାନ ଦିନ ୧୦ଟାରୁ ୨ଟା ଯାଏ ଖୋଲିବ। ଗ୍ରୋସରୀ, କ୍ଷୀର, ପରିବା, ଫଳ, ଆମିଷ ଦୋକାନ ଦିନ ୧୨ଟା ଯାଏ ଖୋଲା ରହିବ। ଏଥିସହ କୋରିଅର୍, ଅନ୍ ଲାଇନ୍ ଡେଲିଭରି ସେବା […]

  • Monday, 12 July 2021
korput-1
କୋରାପୁଟ: କଣ୍ଟେନ୍‌ମେଣ୍ଟ ଜୋନରେ ଚାଲିଛି କଣ୍ଟାକ୍ଟ‌ ଟ୍ରେସିଂ

କୋରାପୁଟ: କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ପୋଡ଼ାଗଡ଼ର ୩ କିମି ପରିଧି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ୭ କିମି ପରିବ୍ୟାପ୍ତ ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ‌ ଟ୍ରେସିଂ ହେଉଥିବା କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ଜିଲ୍ଲାର ଦଶମନ୍ତପୁର ବ୍ଲକ୍‌ ଅନ୍ତର୍ଗତ ପୋଡ଼ାଗଡ଼ରେ ଜଣେ କରୋନା […]

  • Monday, 12 July 2021