ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ହ୍ୱାଟ୍ସ ଆପ୍ କୋଭିଡ୍ ହେଲପ୍ ଡେସ୍କ। ଯେଉଁଥିରେ ଲୋକଙ୍କୁ ରାଜ୍ୟରେ କରୋନା ସମ୍ପର୍କିତ ସମସ୍ତ ତଥ୍ୟ ମିଳି ପାରିବ। ଏହାସହ ଦେଶର ଅନ୍ୟ ରାଜ୍ୟ ସମ୍ପର୍କରେ ବି ତଥ୍ୟ ଉପଲବ୍ଧ ରହିଛି। ଲୋକେ statedashboard.odisha.gov.inକୁ ଯାଇ ସମସ୍ତ ତଥ୍ୟ ହାସଲ କରିପାରିବେ। ଯଦି, ଆପଣ ଏହି ତଥ୍ୟକୁ ହ୍ୱାଟ୍ସ ଆପରେ ପାଇବାକୁ ଚାହୁଁଛନ୍ତି ତେବେ ଏନେଇ ବ୍ୟବସ୍ଥା ବି ରହିଛି। ହ୍ୱାଟ୍ସ ଆପ୍ optionକୁ କ୍ଲିକ୍ କରିବା ପରେ […]
ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଭିଡିଓ କନଫରେନ୍ସିଂରେ ଆଲୋଚନା ବେଳେ ସରପଞ୍ଚଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କୁ କରୋନା ସମ୍ପର୍କରେ ଅବଗତ କରିବା ସହ ଏହାକୁ ରୋକିବା ନେଇ ରୋକିବା ନେଇ ପଦକ୍ଷେପ ନେବାକୁ ସରପଞ୍ଚ ଶପଥ ପାଠ କରିଛନ୍ତି। କିପରି ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟିନରେ ରଖାଯିବ ଏବଂ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସବିଶେଷ ତଥ୍ୟ ନେବା […]
ବାରିପଦା: କରୋନା ଆଜି ମଣିଷକୁ ଯେମିତି ନୂଆ ଶିକ୍ଷା ଦେଇଛି। ନୂଆ ରାସ୍ତା ଦେଖାଇଛି। କର୍ତ୍ତବ୍ୟ କ’ଣ ଶିଖାଇଛି। ନିଜର ସୁଖ,ସ୍ୱାଚ୍ଛନ୍ଦ୍ୟ ଠାରୁ ଅନ୍ୟର ଅସୁବିଧା ବଡ଼। ପୂର୍ବରୁ ଦେଖିଥିଲୁ ଜଣେ ମହିଳା ଆଇଏଏସ ଅଫିସର ନିଜର ମାସକର ଶିଶୁସନ୍ତାନକୁ ଧରି ଅଫିସ ଆସିଥିଲେ। ସେହିପରି ମାଲକାନାଗିରି ଉପାନ୍ତ ଅଞ୍ଚଳର ଜଣେ ଅଙ୍ଗନୱାଡି କର୍ମୀ ଲକ୍ଷ୍ମୀବାଇ ନିଜର ୪ମାସର ଛୋଟ ଶିଶୁକୁ ନେଇ ନିଜର ଦାୟିତ୍ୱ ସମ୍ପାଦନ କରୁଥିଲେ। ଏପରିକି ଦୁଇଜଣ ମହିଳା ପୋଲିସ କରୋନା ମୁକାବିଲାରେ […]
ଭୁବନେଶ୍ୱର: ୫ ଦିନ ମଧ୍ୟରେ ପିଲାଙ୍କ ପାଖରେ ପହଞ୍ଚିବ ପାଠ୍ୟପୁସ୍ତକ। ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ। ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କ ପାଖରେ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓସେପା ପ୍ରକଳ୍ପ ନିର୍ଦ୍ଦେଶକ। ଅଭିଭାବକଙ୍କୁ ସ୍କୁଲକୁ ଡାକି ହେଉ କିମ୍ବା ଘରକୁ ଘର ଯାଇ ହେଉ, ସମସ୍ତଙ୍କୁ ବହି ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ବହି ବାଣ୍ଟିବା ବେଳେ ସାମାଜିକ ଦୂରତା ଅବଲମ୍ବନ […]
ଭୁବନେଶ୍ୱର: ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହ ଆଜି କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍-୧୯ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିବେ ବୋଲି କୁହାଯାଉଛି । ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଆଲୋଚନା କରାଯିବ। ମୋଟ ୬ ହଜାର ୭ ଶହ ୯୮ ପଞ୍ଚାୟତର ସରପଞ୍ଚଙ୍କ ସହ ଆଲୋଚନା କରିବେ। ଏଠି କହିରଖିବୁ, ପୂର୍ବରୁ କରୋନା ମୁକାବିଲା କ୍ଷେତ୍ରରେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥିତ ଟିକରପଡ଼ାରେ ଅଜଣା ଜ୍ୱରକୁ ନେଇ ଆତଙ୍। ଗତ ୨ ମାସ ଭିତରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସମଗ୍ର ମୁନିଗୁଡ଼ା ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସେତିକି ନୁହେଁ, ଟିକରପଡ଼ାରେ ଏବେ ବି ଅନେକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଥମେ ହାତ ଗୋଡ଼ ବିନ୍ଧା ହେଉଛି। ପେଟ ବ୍ୟଥା ମଧ୍ୟ ହେଉଛି। ତା ପରେ ଭୀଷଣ ଜ୍ୱର […]
ଭୁବନେଶ୍ୱର: ଏପ୍ରିଲ ୨୦ରୁ ଲକଡାଉନ୍ କୋହଳ ହୋଇଥିବାରୁ ମାଲ ପରିବହନ, ଶ୍ରମିକ ନିୟୋଜନ ଓ ଗାଡ଼ି ମରାମତି ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଗଲା ଏସଓପି । ଏ ନେଇ ସବୁ ଜିଲ୍ଲାପାଳ, CP ଓ ମ୍ୟୁନିସିପାଲ କମିଶନରଙ୍କୁ SRCଙ୍କ ପକ୍ଷରୁ ଚିଠି କରାଯାଇଛି । ଏହା ଅନୁସାରେ ଶ୍ରମିକଙ୍କ ପାଇଁ କମ୍ପାନୀ ଦେଇଥିବା ଆଇ କାର୍ଡ ଗ୍ରହଣଯୋଗ୍ୟ ଡକ୍ୟୁମେଣ୍ଟ । ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ କର୍ମଚାରୀଙ୍କୁ ଅନୁମତି ପତ୍ର ଦେଇପାରିବେ । […]
ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର, ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଛି । ଗତ ଦୁଇ ଦିନ ଭିତରେ ୧୮ଟି ପଜିଟିଭ୍ ବାହାରିଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ପରିସ୍ଥିତିର ଅନୁଧ୍ୟାନ ପାଇଁ ୩ଟି ଷ୍ଟେଟ ରାପିଡ ରେସପନ୍ସ ଟିମ ଗଠନ ହୋଇଛି । ଏହି ତିନିଟି ଟିମ୍ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଗସ୍ତରେ ଯିବେ । ଏସସିବି ମେଡିକାଲ କଲେଜର ଟେକନିକାଲ ଟିମ୍ ଯାଜପୁର ଜିଲ୍ଲାରେ ସହାୟତା କରିବ। […]
ଭୁବନେଶ୍ୱର: ରାଜ୍ୟ ତଥା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ନିୟମ କଡାକଡି କଲେ ପୋଲିସ କମିଶନର। ରାଜ୍ୟ ତଥା କେନ୍ଦ୍ର କର୍ମଚାରୀ ଅଫିସକୁ ଆସିବାବେଳେ ଆଇକାର୍ଡ ବାଧ୍ୟତାମୂଳକ। ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଆଜିଠାରୁ ରାଜ୍ୟ ସରକାର ଅଫିସ୍ ସକାଳୁଆ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଅଫିସ ଆସିବା ବେଳେ କର୍ମଚାରୀମାନେ ଆଇକାର୍ଡ ସାଙ୍ଗରେ ଆଣିବା ବାଧ୍ୟତାମୂଳକ ବୋଲି କହିଛନ୍ତି ପୋଲିସ କମିଶନର । ଅଫିସ ଆସିବା ସମୟରେ […]
ଭୁବନେଶ୍ୱର:ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ ପାଇଁ କୋହଳ ହେଲା ନିୟମ। କଣ୍ଟେନମେଣ୍ଟ୍ ଜୋନ ସତ୍ତ୍ୱେ ରାଜଧାନୀରେ ନିର୍ମାଣ ଚାଲୁ ରଖିବା ପାଇଁ ନିୟମ କୋହଳ କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଛି। ଲକଡାଉନ୍ ପିିରିୟଡ ମେ’ ୩ ତାରିଖ ଯାଏଁ ବଳବତ୍ତର ଥିଲେ ବି ନିର୍ମାଣ କାମ ପାଇଁ କିଛି ନିୟମକୁ କୋହଳ କରାଯାଇଥିବା ନେଇ ବିିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହା ଅନୁସାରେ ଆଜିଠୁ ରାଜଧାନୀରେ ନିର୍ମାଣ ପାଇଁ କନଷ୍ଟ୍ରକ୍ସନ ସାଇଟରେ ଥିବା ଶ୍ରମିକଙ୍କୁ […]
ଯାଜପୁର: ଲକ୍ ଡାଉନ କଟକଣା ଭାଙ୍ଗି ବଡ଼ଚଣା IIC ଦୀପକ ଜେନା ଶ୍ରୀମନ୍ଦିରରେ ପ୍ରବେଶ କରିବା ପ୍ରସଙ୍ଗ ଏବେ ନୂଆ ମୋଡ ନେଇଛି। ନିଲମ୍ବିତ ଆଇଆଇସି କିପରି ଶ୍ରୀମନ୍ଦିର ଯାଇଥିଲେ ସେ ନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ନିଲମ୍ବିତ ଆଇଆଇସି ଯେଉଁ ଗାଡ଼ିରେ ପୁରୀ ଯାଇଥିଲେ ତାହା ଥିଲା ଏକ ଚୋରି ଗାଡ଼ି । IIC ପୁରୀ ଯିବା ପାଇଁ ବ୍ୟବହାର କରିଥିବା ସ୍କର୍ପିଓଟି ଗତ ମାସ ୨୦ ତାରିଖରେ ଚୋରି ହୋଇଥିବା ଅଭିଯୋଗ କରଯାଇଥିଲା। ଗାଡ଼ିର […]
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଣ୍ଡିଦେଉଳି-ବିରୁଳିଗଡ଼ ରାସ୍ତାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍ ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ଘର ରମ୍ଭା ଥାନା ଡିଆଁଡି ଗାଁରେ ବୋଲି ଜଣାପଡ଼ିଛି । ବ୍ରହ୍ମପୁର ନିକଟ ଭାବନ୍ଧସ୍ଥିତ କ୍ରସରରେ କାମ କରିବାକୁ ଏହି ଶ୍ରମିକମାନେ ଆଜି ଭୋରରୁ […]
ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଓ ତାଙ୍କ ପରିବାର ଲୋକେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏ ନେଇ ଖବର ପ୍ରକାଶ ପାଇବା ପରେ ଘଟଣାର ତୀବ୍ର ସମାଲୋଚନା କରାଯାଇଥିଲା। ଏହି ଘଟଣା ପରେ ଆଜି ବଡ଼ଚଣା ଥାନା ଆଇଆଇସି ଦୀପକ କୁମାର ଜେନାଙ୍କୁ ସସପେଣ୍ଡ କରାଯାଇଛି। ଲକ୍ଡାଉନ ବେଳେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ଘଟଣାକୁ ଡିଜିପି ଅଭୟ […]
ଭୁବନେଶ୍ୱର: କରୋନା ପାଇଁ ଲକ୍ ଡାଉନ୍ ଜାରି ରହିଥିବାରୁ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଫଳରେ ଦୂରଦର୍ଶନ ଜରିଆରେ ଦଶମ ଶ୍ରଣୀ ପିଲାଙ୍କୁ ପାଠ ପଢାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୦ ତାରିଖରୁ ଏଡୁସାଟ୍ ପକ୍ଷରୁ ପ୍ରସ୍ତୁତ ଭିଡିଓର ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ହୋଇଛି । ଏପ୍ରିଲ ୨୦ରୁ ମେ ୧୨ ତାରିଖ ମଧ୍ୟରେ ୩୪ଟି ଭିଡିଓର ପୁନଃ ପ୍ରସାରଣ ହେବ । ପ୍ରତି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦିନକୁ ୨ […]
ଭୁବନେଶ୍ୱର:ଆସନ୍ତା ଜୁନ୍ ୨୩ ତାରିଖରେ ପଡ଼ୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହିତ ଜଡ଼ିତ। କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ ଜାରି ରହିଛି । ଏଭଳି ସ୍ଥିତିରେ ଶହ ଶହ ବର୍ଷର ପରମ୍ପରା ରଥଯାତ୍ରା ଅନୁଷ୍ଠିତ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ତେଣୁ ଏହାର ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଏ ନେଇ ପୁରୀ ଗଜପତି ମହାରାଜା, […]
ଭବନେଶ୍ୱର: କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ବଢ଼ାଇବା ପରେ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ହାଇ ରିସ୍କ ଥିବା ୯ଟି ଜିଲ୍ଲାର ସହରାଞ୍ଚଳରେ କୌଣସି ମତେ ଘରୋଇ ଗାଡ଼ି ଚଳାଚଳ କରିପାରିବ ନାହିଁ। କେବଳ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବା ପାଇଁ ହିଁ ଏହି ଜିଲ୍ଲା ଗୁଡ଼ିକରେ ଘରୋଇ ଗାଡ଼ି ଚଳାଚଳ କରିବ। ସେହି ଜିଲ୍ଲା ଗୁଡ଼ିକ ହେଉଛି ଖୋର୍ଦ୍ଧା, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଟକ, ପୁରୀ, ଯାଜପୁର, କଳାହାଣ୍ଡି […]
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଠାରେ ଥିବା କୁକୁରିକାନି ସରକାରୀ ମେଡିକାଲ ନିକଟରେ ଏକ କାର ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମହିଳାଙ୍କ ନାଁ ଲତା ବେହେରା। ତାଙ୍କ ଘର କୁତାବଗା ଗାଁରେ। ଏହି ଦୁର୍ଘଟଣାରେ ଲତାଙ୍କ ଝିଅ(ରେଣୁ) ଗୁରୁତର ଆହାତ ହୋଇଛନ୍ତି। ଖବର ଅନୁଯାୟୀ, ଲତା ନିଜ ଝିଅଙ୍କ ସହ କୁକୁରିକାନି ସରକାରୀ ମେଡିକାଲକୁ ଯାଇଥିଲେ। ସେଠାରୁ ସେ ଚାଲି ଚାଲି ଘରକୁ ଫେରୁଥିଲେ। ହେଲେ ଅଳ୍ପ ବାଟ ଆସିବା ପରେ ସେହି ଡାକ୍ତରଖାନାର […]
ଭୁବନେଶ୍ୱର: ସହରାଞ୍ଚଳର ଗରିବ ଲୋକଙ୍କ ପାଇଁ ବଡ଼ ଘୋଷଣା। ସହରାଞ୍ଚଳର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଘୋଷଣା ହେଲା ୧୦୦ କୋଟି ଟଙ୍କାର ପ୍ୟାକେଜ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏନେଇ ଘୋଷଣା ହୋଇଛି। URBAN WAGE EMPLOYMENT INITIATIVE ନାମକ ଶ୍ରମ ଭିିତ୍ତିକ ଯୋଜନାରେ ଜରୁରୀକାଳୀନ କାର୍ଯ୍ୟକ୍ରମ ଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଯୋଜନାରେ ୧୧୪ଟି ପୌରାଞ୍ଚଳର ୪ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ। […]
ଭୁବନେଶ୍ୱର: ରାଜ୍ୟରେ କରୋନା ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ୱର। ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ। ତେଣୁ ରାଜଧାନ ଭୁବନେଶ୍ୱରକୁ କରୋନା କବଳରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ। ଭୁବନେଶ୍ୱରରେ ନମୂନା ପରୀକ୍ଷା ଜୋରଦାର କରାଯିବା ସହ ସପ୍ତାହକ ମଧ୍ୟରେ ୫ ହଜାର ପରୀକ୍ଷା କରାଯିବ ବୋଲି ଗତକାଲି ମୁଖ୍ୟ ଶାସନ ସଚିବ କହିବା ପରେ ଆଜି ସକାଳୁ ଏ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଆଜି ସକାଳୁ […]
କେନ୍ଦ୍ରାପଡ଼ା: ଦିବ୍ୟାଙ୍ଗର ଦୁର୍ବଳ ନୁହଁନ୍ତି, ଅକ୍ଷମ ନୁହଁନ୍ତ। ସାଧାରଣ ଲୋକ ଯାହା କରିପାରିବେନି ସେମାନେ ତାହା କରି ଦେଖାଇ ପାରିବେ। ଏହାର ଆଉ ଏକ ପ୍ରମାଣ ହେଉଛନ୍ତି ମିନତି ବାରିକ୍। କେନ୍ଦ୍ରାପଡା ରାଜକନିକା ବାଜପୁର ଗାଁର ଓ୍ୱାଡ଼ ସଭ୍ୟା ମିନତି ବାରିକ। ଦୁଇ ଗୋଡରେ ଠିଆ ହୋଇ ଚାଲିବାକୁ ସକ୍ଷମ ନୁହଁନ୍ତି ମିନତି। ଆଗକୁ ଯିବା ପାଇଁ ହ୍ୱିଲ ଚେୟାର ହିଁ ତାଙ୍କର ଭରସା। ତଥାପି କରୋନା ଯୁଦ୍ଧରେ ତାଙ୍କୁ ଆମେ ଜଣେ ସଫଳ ଯୋଦ୍ଧା କହିପାରିବା। […]
ଭୁବନେଶ୍ୱର: ସାରା ବିଶ୍ୱରେ ଏପରିକି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର। ଗତ ତିନି ଦିନ ଭିତରେ ରାଜ୍ୟରେ ଜଣେ ହେଲେ ବି ଚିହ୍ନଟ ହୋଇ ନାହାନ୍ତି କରୋନା ପଜିଟିଭ୍ । ଗତ ୧୫ ତାରିଖରେ ରାଜ୍ୟର ମୋଟ ୧୧ ଶହ ୯୭ ଜଣଙ୍କ ନମୂନା ପରୀକ୍ଷା କରାଯାଇଥିଲା । ସେହିଭଳି ଗୁରୁବାର ମଧ୍ୟ ୮୪୩ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଥିଲା । ଗତକାଲି ତୃତୀୟ ଦିନରେ ମୋଟ ୧୦୪୨ ଜଣଙ୍କ […]
ପୁରୀ: ଯେଉଁ ଶ୍ରୀମନ୍ଦିର ଦିନେ ଗହଳଚହଳରେ ଫାଟି ଫଡୁଥିଲା ଆଜି ସେଠି ନିରବତାର ରାଜୁତି। କାଳିଆକୁ ଦର୍ଶନ ନ କରି ଭକ୍ତ ବି ହତାଶ । କରୋନା କଟକଣା ଭକ୍ତ-ଭଗବାନଙ୍କ ମଧ୍ୟରେ ଯେମିତି ବାଡ ପକେଇ ଦେଇଛି। ଭକ୍ତଙ୍କ ପାଇଁ ସିନା ମନ୍ଦିର ମନା। ହେଲେ କାଳିଆର ରୀତିନୀତି କେମିତି ହେବ ? ପାଖେଇ ଆସୁଛି ଚନ୍ଦନ ଯାତ। ଠାକୁରଙ୍କ ଜଳକ୍ରୀଡ଼ା କ’ଣ ହେବନି ? ନିର୍ଦ୍ଧାରିତ ଦୂରତା ରକ୍ଷା କରାଯାଇ ବିଧି ବିଧାନ ମୁତାବକ ଶ୍ରୀକ୍ଷେତ୍ରରେ […]
ଭୁବନେଶ୍ୱର: ଲକଡାଉନ୍ ନିୟମ ଜାରି ରହିଥିବା ବେଳେ କେଉଁ ସରକାରୀ କର୍ମଚାରୀ ଅଫିସ ଆସିବେ, କିଏ ଘରେ ରହି କାମ କରିବେ ସେ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ନୂଆ ନିୟମ ଏପ୍ରିଲ ୨୦ରୁ ମେ‘ ୩ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି । ଏ ନେଇ ରାଜ୍ୟ ସରକାର କ୍ରିଟିକାଲ୍ ବିଭାଗ ପୁନଃ ନିର୍ଦ୍ଧାରଣ କରିଛନ୍ତି। ୧୧ଟି ବିଭାଗକୁ କ୍ରିଟିକାଲ୍, ଅନ୍ୟ […]
ପୁରୀ: ପୁରୀ ଶ୍ରୀମନ୍ଦିରର ପ୍ରତି ସେବାୟତ ପରିବାରକୁ ମିଳିବ ୫ ହଜାର ଟଙ୍କାର ସହାୟତା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରକୁ ସହାୟତା ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସେବାୟତଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏହି ଟଙ୍କା ଟ୍ରାନ୍ସଫର କରାଯିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଲକ୍ଡାଉନ୍ ପାଇଁ ଅନ୍ୟ ଧର୍ମସ୍ଥଳୀ ଭଳି ଶ୍ରୀମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଛି। […]
ଭୁବନେଶ୍ୱର: ଭୁବନେଶ୍ୱରରେ ଏଯାବତ ୧୯୫୮ଟି ସାମ୍ପଲ ଟେଷ୍ଟ ହୋଇଛି। ଆଗାମୀ ଦିନରେ ଏହାର ସଂଖ୍ୟାକୁ ଆହୁରି ବୃଦ୍ଧି କରାଯିବ। ୭ ଦିନରେ ୫ ହଜାର ସାମ୍ପଲ ଟେଷ୍ଟ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଆଜି ଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଅଧିକରୁ ଅଧିକ ନମୂନା ପରୀକ୍ଷା ହେଲେ ଭୁବନେଶ୍ୱରର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ। ଏଥିପାଇଁ ଭୁବନେଶ୍ୱରରେ ଲ୍ୟାବ୍ର ଅପଗ୍ରେଡେସନ୍ […]