• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bank
ଷ୍ଟ୍ରଙ୍ଗ୍‌ ରୁମ୍ ତାଲା ଭାଙ୍ଗିଲା ବେଳେ ବାଜିଲା ସାଇରନ୍‌, ଛୁ ମାରିଲେ ଦୁର୍ବୃତ୍ତ

ଢେଙ୍କାନାଳ: ଢେଙ୍କାନାଳ ସହର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ ଶାଖାରୁ ଲୁଟ୍ ଉଦ୍ୟମ ବିଫଳ ହୋଇଛି। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଆଜ୍‌ବେଷ୍ଟସ୍‌ ଭାଙ୍ଗି ବ୍ୟାଙ୍କ୍ ଭିତରେ ପଶିଥିଲେ। ତା’ପରେ ସେମାନେ ଷ୍ଟ୍ରଙ୍ଗ୍‌ ରୁମ୍ ତାଲା ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ସେହି ସମୟରେ ବ୍ୟାଙ୍କର ସାଇରନ୍‌ ବାଜିଥିଲା। ତେଣୁ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ସାଇରନ୍ ବାଜିବା ଶୁଣି ବ୍ୟାଙ୍କ ନିକଟରେ ଥିବା ଟାଉନ୍‌ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇ […]

  • Monday, 12 July 2021
pic3
ନାମାଙ୍କନ ଦାଖଲ କଲେ ଅଶ୍ୱିନୀ, ଅମର ଓ ସସ୍ମିତ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ଓଡ଼ିଶାରୁ ତିନି ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପି ପକ୍ଷରୁ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେଡି ପକ୍ଷରୁ ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ର ନାମାଙ୍କନ ଦାଖଲ କରିଛନ୍ତି। ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ରଙ୍କ ନିକଟରେ ସେମାନେ ନାମାଙ୍କନପତ୍ର ଦାଖଲ କରିଥିଲେ। ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ […]

  • Monday, 12 July 2021
bjd mla
ଜେଲ୍ ଗଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର

ବଲାଙ୍ଗିର: ଜେଲ୍ ଗଲେ ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେର। ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍ କରିବା ଘଟଣାରେ ଆଜି ପାଟଣାଗଡ଼ ପୁଲିସ୍ ତାଙ୍କୁ ଗିରଫ କରିଥିଲା।  କୋର୍ଟରେ ହାଜର ପରେ ଜାମିନ ନାମଞ୍ଜୁର ହେବାରୁ ବିଧାୟକଙ୍କୁ ଜେଲ୍ ପଠାଇ ଦିଆଯାଇଛି। ନୂଆପଡ଼ାର ଏକ ହୋଟେଲରୁ ପୁଲିସ୍‌ ସରୋଜ ମେହେରଙ୍କୁ ବଲାଙ୍ଗିର ଆଣିଥିଲେ। ମନୋହରପୁର ରିଜର୍ଭ ପୁଲିସ୍‌ ବାରାକରେ ତାଙ୍କୁ ଘନ ଘନ ଜେରା କରାଯାଇଥିଲା। ଏହାପରେ ବିଧାୟକଙ୍କୁ ପାଟଣାଗଡ଼ ନିଆ ଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ […]

  • Monday, 12 July 2021
saroj meher
ପାଟଣାଗଡ଼ ବିଧାୟକ ସରୋଜ ମେହର ଗିରଫ

ବଲାଙ୍ଗିର: ଶେଷରେ ଗିରଫ ହେଲେ ପାଟଣାଗଡ଼ ବିଧାୟକ ସରୋଜ ମେହେର। ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍ କରିବା ଘଟଣାରେ ଆଜି ତାଙ୍କୁ ପାଟଣାଗଡ଼ ପୁଲିସ୍ ଗିରଫ କରିଛି। ନୂଆପଡ଼ାର ଏକ ହୋଟେଲରୁ ପୁଲିସ୍‌ ସରୋଜ ମେହେରଙ୍କୁ ବଲାଙ୍ଗିର ଆଣିଥିଲେ। ଏହାପରେ ମନୋହରପୁର ପୁଲିସ୍‌ ବାରାକରେ ତାଙ୍କୁ ଘନ ଘନ ଜେରା କରାଯାଇଥିଲା। ଏପରିକି ନିଜେ ଏସ୍‌ପି ଏସ୍. ଶିବା ସୁବ୍ରମଣି ଜେରା କରିଥିଲେ। ଜେରା ପରେ ବିଧାୟକଙ୍କୁ ପାଟଣାଗଡ଼ ଥାନାକୁ ନିଆ ଯାଇଥିଲା। ପରେ ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା […]

  • Monday, 12 July 2021
representational image
ଘର ମରାମତି ଚାଲିଥିବା ବେଳେ ଭୁଶୁଡ଼ିଲା କାନ୍ଥ: ଦୁଇ ମୃତ, ଜଣେ ଆହତ

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ବାଲିପାଟଣା ଗାଁରେ କାନ୍ଥ ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ଆହତ ହୋଇଛନ୍ତି। ଘର ମରାମତି କାମ ଚାଲୁଥିବା ବେଳେ କାନ୍ଥ ଭୁଶୁଡ଼ି ଯାଇଥିଲା। ମୃତକ ହେଲେ ଘର ମାଲିକ ବନମାଳୀ ସାହୁ(୬୦), କାମ କରୁଥିବା ଶ୍ରମିକ ଚନ୍ଦନ ଲେଙ୍କା(୨୫)। ଆହତ ଜଣକ ମଧ୍ୟ ଶ୍ରମିକ ବୋଲି ଜଣାପଡ଼ିଛି। ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳେ ଘରର ମରାମତି କାମ ଚାଲୁଥିବା […]

  • Monday, 12 July 2021
ରହୌ ମୂମ
ବୈଜୟନ୍ତଙ୍କ ଉଦ୍ୟମରେ ଗୁଣ୍ଟୁର୍‌ରେ ଫସିଥିବା ଓଡ଼ିଆଙ୍କ ପାଖରେ ପହଞ୍ଚିଲା ଖାଦ୍ୟସାମଗ୍ରୀ

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଫସି ରହିଥିବା ୨୫୦ ଜଣ ପ୍ରବାସୀ ଓଡ଼ିଆଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚିଛି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସ୍ଥାନୀୟ ବିଜେପି ନେତା ଓ କର୍ମୀ ଓଡ଼ିଆମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି । ବିଭିନ୍ନ କମ୍ପାନୀରେ କାମ କରୁଥିବା କେନ୍ଦ୍ରାପଡ଼ା ଅଞ୍ଚଳର ୨୫୦ ଜଣ ଓଡ଼ିଆ ଲକଡାଉନ ଯୋଗୁଁ ଗୁଣ୍ଟୁରରେ ଫସି ରହିଥିଲେ । ଖାଦ୍ୟ ସାମଗ୍ରୀ ଯୋଗାଇଦେବାକୁ ସେମାନେ ବୈଜୟନ୍ତଙ୍କୁ ନିବେଦନ କରିଥିଲେ । […]

  • Monday, 12 July 2021
Qurantine
କ୍ୱାରେଣ୍ଟିନର ସବୁ ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର: ଲକଡାଉନ ପରେ ଓଡ଼ିଶାକୁ ଫେରିବାକୁ ଥିବା ପ୍ରବାସୀଙ୍କ ଚିକିତ୍ସା ଓ କ୍ୱାରେଣ୍ଟିନରେ ରହିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମେ’ ୩ରେ ଲକଡାଉନ ଅବଧି ସରିବା ପରେ ବାହାରୁ ଫେରିଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବ । କ୍ୱାରେଣ୍ଟିନରେ ରହିବାବେଳେ ଜଣ ପିଛା ଖାଦ୍ୟ ବାବଦକୁ ୧୨୦ ଟଙ୍କା ଓ ଶିଶୁଙ୍କ ମୁଣ୍ଡ ପିଛା ୧୦୦ ଟଙ୍କା ଖର୍ଚ୍ଚ କରାଯିବ । ସେହିପରି […]

  • Monday, 12 July 2021
bls-2
ବାଲେଶ୍ୱରରେ ଲକ୍‌ଡାଉନ୍‌: ଅମାନିଆଙ୍କୁ ସାବାଡ କରିପାରୁନି ପୋଲିସ

ବାଲେଶ୍ୱର: ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି । ସମସ୍ତେ ବର୍ତ୍ତମାନ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । କରୋନା ରୋଗୀ ଚିହ୍ନଟ ହେବା ପରେ ଆଖପାଖ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଲକ୍‌ଡାଉନ କଟକଣା କଡାକଡି କରାଯାଇଛି। ତଥାପି ଏଠାରେ ଅମାନିଆ ଲୋକେ ମାନୁ ନାହାନ୍ତି। ଖୁଲମଖୁଲା ବୁଲୁଛନ୍ତି । ଯାହା ପୋଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ପ୍ରଥମେ ନେଳିଆବାଗ, ବରହମପୁରରୁ ପଜିଟିଭ୍ ଆସିଥିବା ପରେ ଏବେ ବାହାନଗା […]

  • Monday, 12 July 2021
koraput
କୋରାପୁଟରେ କଡ଼ାକଡ଼ି ହେଲା କଟକଣା

କୋରାପୁଟ: କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଜିଲ୍ଲାର ସମସ୍ତ ଜରୁରୀ ସାମଗ୍ରୀ ଦୋକାନ ସକାଳ ୭ଟାରୁ ଦିନ ୧୨ଟା ଯାଏ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟିକ ଓ ଘରୋଇ ପ୍ରତିଷ୍ଠାନ ଦିନ ୧୦ଟାରୁ ୨ଟା ଯାଏ ଖୋଲିବ। ଗ୍ରୋସରୀ, କ୍ଷୀର, ପରିବା, ଫଳ, ଆମିଷ ଦୋକାନ ଦିନ ୧୨ଟା ଯାଏ ଖୋଲା ରହିବ। ଏଥିସହ କୋରିଅର୍, ଅନ୍ ଲାଇନ୍ ଡେଲିଭରି ସେବା […]

  • Monday, 12 July 2021
korput-1
କୋରାପୁଟ: କଣ୍ଟେନ୍‌ମେଣ୍ଟ ଜୋନରେ ଚାଲିଛି କଣ୍ଟାକ୍ଟ‌ ଟ୍ରେସିଂ

କୋରାପୁଟ: କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ପୋଡ଼ାଗଡ଼ର ୩ କିମି ପରିଧି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ୭ କିମି ପରିବ୍ୟାପ୍ତ ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ‌ ଟ୍ରେସିଂ ହେଉଥିବା କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ଜିଲ୍ଲାର ଦଶମନ୍ତପୁର ବ୍ଲକ୍‌ ଅନ୍ତର୍ଗତ ପୋଡ଼ାଗଡ଼ରେ ଜଣେ କରୋନା […]

  • Monday, 12 July 2021
rkl
ରାଉରକେଲା: ବଢିଲା କଟକଣା, ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟ ପରୀକ୍ଷା

ରାଉରକେଲା: ଆଜି ସୁଦ୍ଧା ରାଉରକେଲା କଣ୍ଟେନମେଣ୍ଟ ଜୋନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଥିବା ବେଳେ ତାହା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଏହାକୁ ରୋକିବା ନିମନ୍ତେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି। ପୂର୍ବରୁ କଣ୍ଟେନମେଣ୍ଟ ଜୋନ ଭାବେ ଚିହ୍ନଟ ନାଲାରୋଡ଼ରେ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେଉଥିବାରୁ ଲକ୍‌ଡାଉନ୍‌ ଆଇନକୁ ଆହୁରି କଡାକଡି ପାଳନ କରିବାକୁ ପ୍ରଶାସନ ନିର୍ଦେଶ ଦେଇଛି । ଏହି ଅଞ୍ଚଳକୁ ଉଭୟ ପଟୁ ସିଲ କରାଯାଇ କମାଣ୍ଡୋ ମୁତୟନ କରାଯାଇଛି। […]

  • Monday, 12 July 2021
adhia
ଅନ୍ଧବିଶ୍ୱାସ: ପାପରୁ ମୁକ୍ତି ପାଇଁ ମନ୍ଦିରରେ ଅଧିଆ ପଡ଼ିଲେ, ଆଉ ତା’ ପରେ...

ବ୍ରହ୍ମପୁର: ଅନ୍ଧବିଶ୍ୱାସର ପରିଣତି କେତେ କରୁଣ ହୋଇପାରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମପୁରେ। ପାପରୁ ମୁକ୍ତି ପାଇବା ପାଇଁ ଶିବ ମନ୍ଦିରରେ ଅଧିଆ ପଡ଼ିବା ପରେ ନିଜ ତଣ୍ଟି କାଟିଲେ ବୃଦ୍ଧ । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ନୀଳକଣ୍ଠେଶ୍ୱର ମନ୍ଦିରରେ ଘଟିଛି ଏପରି ଅଭାବନୀୟ ଘଟଣା। ମୃତକଙ୍କ ନାଁ ଛବିଳ ମହାରଣା।  ତାଙ୍କ ଘର ବଡ଼ବଜାର ଥାନା ଅନ୍ତର୍ଗତ ପିଚିପିଚା ନଗରରେ । ସେ ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ […]

  • Monday, 12 July 2021
Untitled-3 copy
କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ମିଳିବ ୧୫ ଲକ୍ଷ

ଭୁବନେଶ୍ୱର: କରୋନା ବିପଦବେଳେ ନିଜ ଜୀବନକୁ ବାଜି ଲଗାଇ କାମ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପୂର୍ବରୁ ସହାୟତା ରାଶି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ଏହି ବିପଦ ସମୟରେ ସାମ୍ବାଦିକମାନେ ବୁଲି ବୁଲି ଲୋକଙ୍କୁ ଅପଡେଟ ଖବର ଦେଉଥିଲେ ହେଁ ସେମାନଙ୍କ ପାଇଁ କୌଣସି ସହାୟତା କିମ୍ବା ଅନୁକମ୍ପା ପ୍ରଦର୍ଶନ କାରାଯାଇ ନ ଥିଲା। ହେଲେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସହାୟତା ରାଶି ଘୋଷଣା […]

  • Monday, 12 July 2021
ratha yatra
ବିନା ଭକ୍ତରେ ଗୁଣ୍ଡିଚା ଘର ଯିବେ କାଳିଆ ଠାକୁର-ମୁକ୍ତିମଣ୍ଡପ

ପୁରୀ:ସତରେ କ’ଣ ରଥଯାତ୍ରା ହେବନି?  ଭକ୍ତଙ୍କୁ ଦର୍ଶନ ଦେବାକୁ ଜଗତର ନାଥ ଜଗନ୍ନାଥ କ’ଣ ବଡଦାଣ୍ଡକୁ ଆସିବେନି ? ବଡଦାଣ୍ଡରେ ଗଡିବନି ନନ୍ଦିଘୋଷ ? ଏମିତି ଅନେକ ପ୍ରଶ୍ନ ଆଜି ଭକ୍ତଙ୍କ ମନରେ। କରୋନାକୁ ନେଇ ଲାଗି ରହିଛି କଟକଣା। ସାରା ଦେଶ ଲକ୍‌ଡାଉନ। ଯଦିଓ ମେ’ ୩ ତାରିଖ ଲକ୍‌ଡାଉନ ହଟିବ ତେବେ ରଥଯାତ୍ରା ବେଳକୁ ଯେ କରୋନାର ପ୍ରକୋପ ଲୋପ ପାଇଯାଇଥିବା ତାହା ନୁହେଁ। ତେଣୁ ସାମାଜିକ ଦୂରତା ଭିତରେ ରଥଯାତ୍ରା କେମିତି ହେବ? […]

  • Monday, 12 July 2021
Untitled-3
ଲକ୍‌ଡାଉନ ଆଉ ମାସେ ବଢାଇବାକୁ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଲକଡାଉନ ଅବଧି ଆଉ ମାସେ ବଢ଼ାଇବା ଲାଗି ଦାବି କରାଯାଇଛିି। ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଥିଲେ। ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାର ସ୍ପଷ୍ଟ ନୀତି ଘୋଷଣାା କରିବାକୁ ରାଜ୍ୟ ଦାବି କରିଛି । ଓଡ଼ିଶାର ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ହୋଇ ସାରିଥିବାରୁ […]

  • Monday, 12 July 2021
police
ବିବାହ ତାରିଖ ଧାର୍ଯ୍ୟ ହେଲା, କାର୍ଡ ବଣ୍ଟାଗଲା, ହେଲେ ଶାହାନାଇ ବାଜିଲାନି...

ବ୍ରହ୍ମପୁର: ବାହାଘର ତାରିଖ ଧାର୍ଯ୍ୟ ହେଲା। ଠିକ୍‌ ସମୟ ପୂର୍ବରୁ ସବୁ ଆୟୋଜନ ସରି ଯାଇଥିଲା। ବନ୍ଧୁବାନ୍ଧବଙ୍କୁ କାର୍ଡ ବି ଦିଆ ଯାଇଥିଲା। ହେଲେ ରୋଷଣି ଆସିଲାନି କି ଶାହାନାଇ ବାଜିଲାନି। କରୋନା କଟକଣା ଏହି ବିବାହ ବନ୍ଧନରେ ସାଜିଥିଲା ବାଧକ। କର୍ତ୍ତବ୍ୟ ଏବଂ ସେବା  ପାଖରେ ଫିକା ପଡ଼ି ଯାଇଥିଲା ବାହାଘର ଖୁସି। ତେଣୁ ବାହାଘର ବାତିଲ କରି କରୋନା ମୁକାବିଲା କରିବାକୁ ଆଗେଇ ଆସିଲେ ଏଇ ଦୁଇ ଯୋଦ୍ଧା। ଏଇ କରୋନା ଯୋଦ୍ଧା ହେଉଛନ୍ତି […]

  • Monday, 12 July 2021
odisha
ଚାପୁଡ଼ା ମାରିଲେ, ବନ୍ଧୁକ ଦେଖାଇ ଧମକାଇଲେ ପୋଲିସ ବାବୁ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବନମାଳୀପୁର ଫାଣ୍ଡି ଅଧିକାରୀଙ୍କ ଦାଦାଗିରିର ଝଲକ ଏକ ଭିଡ଼ିଓରେ ଦେଖିବାକୁ ମିଳିଛି । ବିଚ୍ ରାସ୍ତାରେ ଫାଣ୍ଡି ଅଧିକାରୀ ପ୍ରକାଶ ପୃଷ୍ଟି ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିବା ସହିତ ସର୍ଭିସ୍ ରିଭଲଭର ମୁଣ୍ଡରେ ଲଗାଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ସୋଶାଲ ମିଡିଆରେ ଏହି ଭିଡିଓ ଭାଇରଲ ହୋଇଛି । ଏହି ଘଟଣାଟି କେବେ ସଂଘଠିତ ହୋଇଥିଲା ତାହା ଜଣାପଡ଼ିନି।  ପୁଲିସ ଅଧିକାରୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଜଣକ ଏନେଇ କୋଉଠି […]

  • Monday, 12 July 2021
dharmendra
ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଆଶ୍ୱସ୍ତ କରିଛି-ଧର୍ମେନ୍ଦ୍ର

ଭୁବନେଶ୍ୱର: ଲକଡାଉନରେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ସହ କରୋନା ମହାମାରୀର ସଠିକ୍ ମୁକାବିଲା ପାଇଁ ଶଙ୍କରାଚାର୍ଯ୍ୟ ଦେଇଥିବା ପରାମର୍ଶ ଆଶ୍ୱସ୍ତ କରିଥିବା କହିଛନ୍ତି ଧର୍ମେନ୍ଦ୍ର । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ହିନ୍ଦୁ ସମାଜ ସହ ସାଢେ ୪କୋଟି ଓଡ଼ିଆଙ୍କୁ ଆଶ୍ୱସ୍ତ କରିଛି । ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜଙ୍କ ପରାମର୍ଶ ଅଧାରରେ ଶ୍ରୀମନ୍ଦିର ପରିଚାଳନା କମିଟି, ମନ୍ଦିର ପ୍ରଶାସନ ଓ ରାଜ୍ୟ […]

  • Monday, 12 July 2021
Inside pictures of Puri Jagannath Temple go viral again
ରଥଯାତ୍ରା ପରିଚାଳନା ନେଇ ଛତିଶା ନିଯୋଗର ପ୍ରସ୍ତାବ

ପୁରୀ: ଆସନ୍ତା ୨୬ ତାରିଖଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ତେବେ ବର୍ତ୍ତମାନର କରୋନା ପରିସ୍ଥିତି ଯୋଗୁଁ କିଭଳି ରଥଯାତ୍ରାର ଆୟୋଜନ କରାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ସାରା ବିଶ୍ୱରେ କରୋନା ଭୟ ଲାଗି ରହିଥିବାବେଳେ ବିଶ୍ୱକର୍ତ୍ତା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଯେପରି ବନ୍ଦ ନ ହୁଏ, ସେଥିଲାଗି ଛତିଶାନିଯୋଗ ପକ୍ଷରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ କେତେକ ପ୍ରସ୍ତାବ ଦିଆଯାଇଛି । ଯେତେ ସମସ୍ୟା ଉପୁଜିଥିଲେ ବି ଗତ ୨୮୪ […]

  • Monday, 12 July 2021
sarala
ମା’ ଶାରଳାଙ୍କ ମନ୍ଦିରରେ ଅଘଟଣ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିରରେ ଅଘଟଣ । ଶାରଳାଙ୍କ ସିଂହାସନ ଉପରେ ଆବାହମାନ କାଳରୁ ପୂଜା ପାଇ ଆସୁଥିବା ତିନି ବିଗ୍ରହଙ୍କ ମଧ୍ୟରୁ ମା’ ଙ୍କ କୋଡ଼ ପ୍ରତିମା ଶୂଳୀ ଦୁର୍ଗାଙ୍କ ହାତରେ ଥିବା ତ୍ରିଶୂଳ ଭାଙ୍ଗି ଯାଇଛି । ଏହା ଜଣାପଡିବା ପରେ ପରିଚ୍ଛା ସେବକ ଓ ବଡପଣ୍ଡା ପ୍ରମୁଖ ମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ […]

  • Monday, 12 July 2021
puri
ରଥଯାତ୍ରା ପରିଚାଳନା ନେଇ ବୈଠକରେ ବାହାରିଲାନି ନିଷ୍କର୍ସ

ପୁରୀ:  ଚନ୍ଦନ ଯାତ୍ରା ଓ ରଥଯାତ୍ରା କିପରି କରାଯିବ ସେ ନେଇ ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଭିଡିଓ କନ୍‌ଫରେନ୍ସିଂରେ ଏହି ବୈଠକ ବସିଥିଲା।  ଶ୍ରୀମନ୍ଦିର ପ୍ରଶାସକ, ଗଜପତି ମହାରାଜା ଓ ଅନ୍ୟ ସଦସ୍ୟମାନେ ଭିଡିଓ କନଫରେନ୍ସିଂରେ ବୈଠକରେ ସାମିଲ ହୋଇ ଶ୍ରୀଜିଉଙ୍କ ଚନ୍ଦନଯାତ୍ରା ପ୍ରସ୍ତୁତି ନେଇ ଏଥିରେ ଆଲୋଚନା କରିଥିଲେ। ବୈଠକ ଶେଷରେ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହପାତ୍ର ସୂଚନା ଦେଇ କହିଛନ୍ତି, ପ୍ରଭୁ […]

  • Monday, 12 July 2021
labour
ଆଜିଠୁ ଘର ବାହୁଡ଼ାଙ୍କ ପାଇଁ ପଞ୍ଜୀକରଣ

ଭୁବନେଶ୍ୱର:ଆସନ୍ତା ମେ ୩ରେ ଲକଡାଉନ୍ ସରିବ। ଏହା ପରେ ପ୍ରବାସୀ ଓଡ଼ିଆମାନେ ଘରକୁ ଫେରି ପାରିବେ। ସେଥିପାଇଁ   ଆଜିଠୁ ଆରମ୍ଭ ହେବ ରେଜିଷ୍ଟ୍ରେସନ।  ଉଭୟ ଅନ୍‌ଲାଇନ୍ ଓ ଅଫଲାଇନରେ ରେଜିଷ୍ଟ୍ରେସନ ପାଇଁ ହୋଇଛି ବ୍ୟବସ୍ଥା।  ଏଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ଫର୍ମ । ଏହି ଫର୍ମରେ ସ୍ପଷ୍ଟ ଭାବରେ ଓଡ଼ିଶା ଫେରନ୍ତାଙ୍କ ନାଁ, ଗାଁ ଓ ଠିକଣା ସହ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ ଉଲ୍ଲେଖ ରହିବ। ତାସହ ସେ ଦାଦନ ଶ୍ରମିକ, ଛାତ୍ର, ପର୍ଯ୍ୟଟକ […]

  • Monday, 12 July 2021
blast
ଓଟିଭି ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

କୋଣାର୍କ: କୋଣାର୍କ ବାଲିସାହିରେ ଥିବା  OTV ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼ ହୋଇଛି। କୋଣାର୍କ ବାଲିସାହିରେ ଥିବା OTV ପ୍ରତିନିଧିଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି।  ଗୋଟିଏ ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ବୋମାମାଡ଼ ପରେ ବନ୍ଧୁକ ଦେଖାଇ ଘଟଣାସ୍ଥଳରୁ ୩ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ତେବେ ବୋମାମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓଟିଭି ପ୍ରତିନିଧିଙ୍କ ପରିବାର ଲୋକେ। କୌଣସି କ୍ଷୟକ୍ଷତି ହୋଇ ନଥିବା […]

  • Monday, 12 July 2021
corona
ଭଦ୍ରକରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ୩ ଜିଲ୍ଲା ହେଲା ସଟ୍‌ଡାଉନ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ। ଆକ୍ରାନ୍ତ ଜଣକ ଭଦ୍ରକ ଜିଲ୍ଲାର ବୋଲି ଜଣାଯାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି।  ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଜଣେ ର ୪୦ ବର୍ଷୀୟ ଯୁବକ ବୋଲି ଜଣାପଡ଼ିଛି । ସେ ବାସୁଦେବପୁର ଅଞ୍ଚଳର ବୋଲି ସୂଚନା ମିଳିଛି । ସେ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ […]

  • Monday, 12 July 2021
corona-free1
ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଯାବତ ରାଜ୍ୟରେ ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି। ଭୁବନେଶ୍ୱରର ମୋଟ ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହେଲେଣି। ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଯାବତ ରାଜ୍ୟରେ ୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ […]

  • Monday, 12 July 2021