ଭୁବନେଶ୍ୱର: ବିଧାନସଭାରେ ଗତକାଲି ୨୦୧୯-୨୦ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଆଗତ ହୋଇଥିଲା। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ୍ ଉପସ୍ଥାପନ କରିଥିଲେ। ବଜେଟ୍ରେ ମୋଟ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ବଜେଟ୍କୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ଚଳିତ ବଜେଟ୍ରେ ବିଶେଷ କିଛି ନୂଆ ଦିଗ ନାହିଁ ବୋଲି ଅନେକ ଅର୍ଥନୀତି ବିଶାରଦ କହିଛନ୍ତି। ବଜେଟ୍ରେ ନିର୍ବାଚନ ପ୍ରତିଶ୍ରୁତି ପାଳନ ଲାଗି ବ୍ୟୟବରାଦ କରାଯାଇଛି। ହେଲେ ରାଜ୍ୟର ବିକାଶ ଏବଂ ନିଯୁକ୍ତି ସୁଯୋଗ […]
ଫୁଲବାଣୀ: ଫୁଲବାଣୀ ପୌରପାଳିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ଫୁଲବାଣୀ ଓ ବ୍ରହ୍ମପୁରର ଭିଜିଲାନ୍ସ ଟିମ୍ ମିଳିତ ଭାବରେ ୫ଟି ସ୍ଥାନରେ ଚଢ଼ାଉ କରିଛନ୍ତି। ରାଧାମୋହନଙ୍କ ସରକାରୀ ବାସଭବନ ସହ ଫୁଲବାଣୀ ପୌରପାଳିକା କାର୍ଯ୍ୟାଳୟରେ କାର୍ଯ୍ୟରତ ତାଙ୍କ ବିଶ୍ୱସ୍ତ କର୍ମଚାରୀଙ୍କ ଘର, ବ୍ରହ୍ମପୁରରେ ଥିବା ତାଙ୍କ ନିଜସ୍ୱ ବାସଭବନ ଓ ସୁରୁଗୁରି ସ୍ଥିତ ତାଙ୍କ ଶ୍ୱଶୁର ଘରେ […]
ଅନୁଗୁଳ: ଲାଞ୍ଚ ନେବା ବେଳେ ଅନୁଗୁଳ ଜିଲ୍ଲା ଟାପଢ଼ୋଲ ଫାଣ୍ଡି ଏଏସ୍ଆଇ ଗଜେନ୍ଦ୍ର ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସୂଚନାଯୋଗ୍ୟ, କନ୍ତପଡ଼ା ଗାଁର ଜଗନ୍ନାଥ ବେହେରା ଓ ତାଙ୍କ ପୁଅଙ୍କ ନାମରେ ଏକ ମାଡ଼ପିଟ୍ ମାମଲା ରହିଥିଲା। ଏହାର ରଫାଦଫା କରିବା ସହ ମାମଲାରୁ ଜଗନ୍ନାଥଙ୍କ ପୁଅଙ୍କ ନାମକୁ ହଟାଇବା ପାଇଁ ଗଜେନ୍ଦ୍ର ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଜଗନ୍ନାଥ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଗଜେନ୍ଦ୍ର ଫାଣ୍ଡିରେ ଟଙ୍କା ନେବାବେଳେ ଭିଜିଲାନ୍ସର ସ୍ୱତନ୍ତ୍ର […]
କଟକ: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଏବେ କଟକ ବଡ଼ ମେଡିକାଲ୍ରେ ମହିଳା କର୍ମଚାରୀଙ୍କ ଟିକ୍ଟକ୍ ଭିଡିଓ ଭାଇରାଲ ହୋଇଛି। ହସ୍ପିଟାଲ୍ ଭିତରେ ଓଡ଼ିଆ, ହିନ୍ଦୀ ଗୀତରେ କର୍ମଚାରୀ ଠୁମ୍କା ଲଗାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ରୋଗୀଙ୍କ ଉପସ୍ଥିତିରେ ବି ଭିଡିଓ ଶୁଟିଂ ହୋଇଛି। କେତେବେଳେ ରୋଗୀଙ୍କ ବେଡ୍ ନିକଟରେ ହସ୍ପିଟାଲର ଏହି କର୍ମଚାରୀ ଖାମଖିଆଲ ଭାବେ ନାଚୁଛନ୍ତି ତ ଆଉ କେତେବେଳେ ଗୀତ ଗାଉଛନ୍ତି। ଅନ୍ୟପକ୍ଷରେ ଭାଇରାଲ ହୋଇଥିବା ଏହି ଭିଡିଓରେ ନଜର ଆସୁଥିବା […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ ବିଜୁଳି ଯନ୍ତ୍ରଣା ନେଇ ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ପ୍ରଶ୍ନକାଳରେ ପ୍ରଥମେ ଏହି ପ୍ରସଙ୍ଗକୁ ଗୃହରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଉଠାଇଥିଲେ। ପରେ ଶାସକ ଦଳ ବିଧାୟକ ପ୍ରଦୀପ ମହାରଥୀ ଏହା ଉପରେ ଅତିରିକ୍ତ ପ୍ରଶ୍ନ କରି ବିଦ୍ୟୁତ୍ ବିଭାଗର କାର୍ଯ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବାତ୍ୟା ପରେ ନୂତନ ଭାବେ ପୋତା ଯାଇଥିବା ଇଲେକ୍ଟ୍ରିକ୍ ପୋଲ୍ରେ କଂକ୍ରିଟ୍ […]
ଭୁବନେଶ୍ୱର: ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧି ପାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮.୪ ପ୍ରତିଶତ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବା ପୂର୍ବରୁ ଆଜି ପ୍ରକାଶ ପାଇଥିବା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ଗତ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ଆଉ ୧ ପ୍ରତିଶତ ବଢ଼ିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହା ଦର୍ଶାଉଛି […]
ଭୁବନେଶ୍ୱର: ଚଳିତ ବର୍ଷ ମେଡିକାଲ୍ ପାଠ୍ୟକ୍ରମ ଲାଗି ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ମୋଟ୍ ୭ଟି ମେଡିକାଲ୍ କଲେଜର ୧୨୫୦ଟି ସିଟ୍ ଓ ଦୁଇଟି ବିଡିଏସ୍ କଲେଜ୍ର ୧୫୦ ସିଟ୍ ଲାଗି ଚଳିତ ବର୍ଷ ନାମଲେଖା ହେବ। ଚଳିତ ବର୍ଷ ଏମ୍ବିବିଏସ୍ରେ ୨୫୦ ସିଟ୍ ବଢ଼ିଛି। ଆର୍ଥିକ ଅନଗ୍ରସର କୋଟା ଲାଗୁ ପରେ ଜୁନ୍ ୨୦ରୁ ଆରମ୍ଭ ହୋଇଥିବା ମେଡିକାଲ୍ ରେଜିଷ୍ଟ୍ରେସନ୍ ପ୍ରକ୍ରିୟାକୁ ଦୁଇଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଜୁଲାଇ ୧ ରେ ଷ୍ଟେଟ୍ ମେରିଟ୍ […]
ଭୁବନେଶ୍ୱର: ଗତ କିଛିଦିନ ଧରି ରାଜ୍ୟରେ ଅସହ୍ୟ ଗରମ ପରେ ପୁଣି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ବାୟୁମଣ୍ଡଳର ଉପରି ଭାଗରେ ଏକ ମନ୍ସୁନ୍ ଟ୍ରପ୍ ଲାଇନ୍ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତକାଲିଠୁ […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ‘ଦିଲ୍ଖୁସ୍’ ନାମକ ଯାତ୍ରୀବାହୀ ବସ୍ଟି ଝାରସୁଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ବନ୍ଦା ଓଭରବ୍ରିଜ ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ପୁଲିସ୍ ଓ ଦମକଳ ବାହିନୀ ଘଟଣା […]
ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପନ ହେବ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିବେ। କ’ଣ ହେବ ପୂର୍ଣ୍ଣାଙ୍ଗ ବଜେଟ୍ର ରୂପରେଖ,କେଉଁ କ୍ଷେତ୍ର ଉପରେ ରହିବ ଫୋକସ୍, କାହାକୁ ପ୍ରାଥମିକତା ଦେବେ ଅର୍ଥମନ୍ତ୍ରୀ ତା’ ଉପରେ ସମସ୍ତଙ୍କ ନଜର। ବାତ୍ୟା ‘ଫୋନି’ ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର କାମ ଫୋକସ୍ରେ ରହିବା ନେଇ ଆଶା କରାଯାଉଛି। କାରଣ ବାତ୍ୟାରେ ହଜାର ହଜାର କଚ୍ଚା ଘର ମାଟିରେ ମିଶିଥିବା ବେଳେ ସ୍କୁଲ […]
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ୧୮ନମ୍ବର ଜାତୀୟ ରାଜପଥର ଆଗରିଆ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରେଲର ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଆହତଙ୍କୁ ନିକଟସ୍ଥ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବାରିପଦା ଆସୁଥିବା ‘କଳ୍ପନା’ ବସ୍ ଆଗରିଆ ନିକଟରେ ଏକ […]
ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ହାଲ୍କା ବର୍ଷା ହେବ। ଏପରିକି ଧୂଳିଝଡ଼ ସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଏନେଇ ୧୨ଟି ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ଝାରସୁଗୁଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ବାଲେଶ୍ୱର ପାଇଁ ସତର୍କ ସୂଚନା ଜାରି ହୋଇଛି। ଅପରାହ୍ନ ୫ଟା ୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଚଳିତବର୍ଷ ମୌସୁମୀ […]
ଭୁବନେଶ୍ୱର: ରାଜ୍ୟରେ ଗରିବ ଚିହ୍ନଟ ନେଇ ବିଧାନସଭାର ପ୍ରଶ୍ନକାଳରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିଛନ୍ତି। ୨୦୦୪-୦୫ରେ ୫୭.୨୦% ଅର୍ଥାତ୍ ୨ କୋଟି ୨୧ ଲକ୍ଷ ୬୦ ହଜାର ଗରିବ ଥିଲେ। ୨୦୧୧-୧୨ରେ ୩୨.୫୯% ଅର୍ଥାତ ୧ କୋଟି ୩୮ ଲକ୍ଷ ୫୩ ହଜାର ଗରିବ ଚିହ୍ନଟ ହୋଇଥିଲେ। ସେହିପରି ୨୦୦୪-୦୫ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆୟ ୪୦୭ ଟଙ୍କା ଥିଲା। ୨୦୦୪-୦୫ରେ ସହରାଞ୍ଚଳରେ ମୁଣ୍ଡପିଛା ଆୟ ୪୯୭ ଟଙ୍କା ଥିଲା। ୨୦୧୧-୧୨ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଆୟ ୬୯୫ ଟଙ୍କା […]
ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ଅମିନ, ଆର୍ଆଇ ପଦବୀକୁ ନେଇ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ପ୍ରତି ପଞ୍ଚାୟତରେ ରାଜ୍ୟ ସରକାର ଆର୍ଆଇ ସର୍କଲ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ନ ହେବାର କାରଣ କ’ଣ ବୋଲି ଆଜି ଗୃହରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଠାରୁ ଶାସକ ଦଳ ସଦସ୍ୟ ପ୍ରଫୁଲ୍ଲ ସାମଲ ଉତ୍ତର ଚାହିଁଥିଲେ। ସେହିପରି ଏହା ଉପରେ ଅତିରିକ୍ତ ପ୍ରଶ୍ନ କରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର […]
ଭୁବନେଶ୍ୱର: ବିଜେଡି ବିଧାୟକ ରଜନୀକାନ୍ତ ସିଂହ ହେଲେ ବିଧାନସଭା ଉପବାଚସ୍ପତି। ରଜନୀକାନ୍ତ ସିଂହଙ୍କ ବିପକ୍ଷରେ ଆଉ କେହି ପ୍ରାର୍ଥୀ ନ ଥିବାରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କୁ ଉପବାଚସ୍ପତି ଭାବେ ଘୋଷଣା କରିଛନ୍ତି। ରଜନୀକାନ୍ତଙ୍କ ନାଁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ସମର୍ଥନ ଜଣାଇଥିଲେ। ରଜନୀକାନ୍ତ ସିଂହ ଅନୁଗୁଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।
ଭୁବନେଶ୍ୱର: ଗୋଟିଏପଟେ ମୌସୁମୀ ଓଡ଼ିଶାକୁ ଛୁଇଁ ସାରିଥିବାବେଳେ ଜୁନ୍ ମାସ ବି ସରିବାକୁ ବସିଲାଣି। ହେଲେ ଓଡ଼ିଶାରେ ବର୍ଷାର ଦେଖାନାହିଁ। ଯେଉଁ ଖରାକୁ ସେଇ ଖରା। ଲୋକେ ଗରମରୁ ତ୍ରାହି ପାଇବେ କ’ଣ ଓଲଟା ସିଝୁଛନ୍ତି। ଆସନ୍ତା ୨ ଦିନ ଭିତରେ ରାଜ୍ୟରେ ଭଲ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ସେହିଭଳି ୩୦ ତାରିଖ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାନେଇ […]
ବାଲେଶ୍ୱର: ବାଲେଶ୍ୱର ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ଶିଶୁର ମୃତଦେହକୁ କୁକୁର ଖାଉଥିବା ଦେଖିବାକୁ ମିଳିଥିଲା। ଏନେଇ ଖବର ପ୍ରଚାର ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ମୃତଦେହ ଉଦ୍ଧାର କରିଥଲେ। ଏହାପରେ ଶିଶୁଟିକୁ ପୋତି ଦିଆଯାଇଥିଲା। ମୃତ ଶିଶୁଟିକୁ କେହି ଫିଙ୍ଗି ଦେଇ ଚାଲିଯିବାରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ସିଡିଏମଓ ଦୁଲାଲ୍ ସେନ୍ ଜଗଦ୍ଦେବ କହିଛନ୍ତି।
ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଧୂଳିଝଡ଼, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ସକାଳ ୮ଟା ଯାଏ ୯ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା। ଏହି ଜିଲ୍ଲାଗୁଡ଼ିକ ହେଉଛି- ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲା। ମୌସୁମୀ ଓଡ଼ିଶାକୁ ଛୁଇଁଥିଲେ ମଧ୍ୟ ବର୍ଷାର ଦେଖାନାହିଁ। ଯେଉଁ ଖରାକୁ ସେଇ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଇଂଜିନିୟରିଂ କଲେଜ କ୍ୟାମ୍ପସରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ବନ୍ଧୁକ ଦେଖାଇ ହତ୍ୟା କରିବାକୁ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ଜଣ ଇଂଜିନିୟରିଂ ଛାତ୍ରଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ୨ ଛାତ୍ର ହେଲେ ରାୟପୁରର ମୋଲୁ ଓରଫ୍ ଆର୍ଯ୍ୟନ ସିଂ ଓ ବିହାରର ବାବୁ ଓରଫ୍ ଉତ୍ସବ ସିଂ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଚଢ଼ାଉ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ୧୭ ଗ୍ରାମ୍ ବ୍ରାଉନ ସୁଗର ଜବତ କରିଛି। ଏହି ଘଟଣାରେ ଜଣେ ବ୍ୟବସାୟୀ ଗିରଫ ହୋଇଛନ୍ତି। ତାଙ୍କ ନାଁ ଛବୀନ୍ଦ୍ର ପ୍ରଧାନ। ଜବତ ବ୍ରାଉନ ସୁଗରର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଆଜି ସକାଳେ ଖବର ପାଇ ଅବକାରୀ ବିଭାଗର ଏକ ଟିମ୍ ଚଢ଼ାଉ କରିଥିଲେ। ଖୋର୍ଦ୍ଧା ଜିଲ୍ଲାର ଏହି ଅଞ୍ଚଳରୁ ବାରମ୍ବାର ଡ୍ରଗ୍ସ ଜବତ ହେଉଛି। […]
ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି। ଏହି ଅବସରରେ ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଓ ସହିଦଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଶୋକ ପ୍ରକାଶ କରିଥିଲେ। ବାତ୍ୟା ‘ଫୋନି’ର ଭୟାବହତା ଓ କ୍ଷୟକ୍ଷତି ସମ୍ପର୍କରେ ଜଣାଇବା ସହ ଏହାର ସଫଳ ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ସାବାସୀ ଦେଇଥିଲେ। ରାଜ୍ୟପାଳ କହିଥିଲେ ଯେ, ‘ଲୋକଙ୍କ ଭରସା ଓ ବିଶ୍ୱାସକୁ ବଜାୟ ରଖିବାକୁ ଆମେ ସଂକଳ୍ପବଦ୍ଧ। ନିର୍ବାଚନ ପୂର୍ବର ପ୍ରତିଶ୍ରୁତି ପାଳନ ପାଇଁ […]
ଆନନ୍ଦପୁର: ପ୍ଲାଷ୍ଟିକ୍ ଖେଳଣା ଗିଳିଦେଇ ବର୍ଷକର ଶିଶୁ କନ୍ୟାର ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ କୋଳିପଦି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଗାଁର ବିଦ୍ୟାଧର ଜେନାକଙ୍କ ବର୍ଷକର ଝିଅ ଖେଳୁଥିବା ବେଳେ ପାଖରେ ଏକ ଚିପ୍ସ ପ୍ୟାକେଟ୍ ପଡ଼ିଥିଲା। ଏହି ସମୟରେ ପ୍ୟାକେଟ୍ ଭିତରେ ଥିବା ପ୍ଲାଷ୍ଟିକ ଖେଳନାକୁ ଚିପ୍ସ ଭାବି ଶିଶୁ କନ୍ୟାଟି ଖାଇ ଦେଇଥିଲା। ଫଳରେ ଏହା ତା ଶ୍ୱାସନଳୀରେ ଲାଗି ଯାଇଥିଲା। ପରିବାର ଲୋକେ […]
ବଲାଙ୍ଗିର: ଜେଲ୍ରେ ରାତି କାଟିଲେ ପାଟଣାଗଡ଼ ବିଧାୟକ ସରୋଜ ମେହର। ପାଟଣାଗଡ଼ ଉପକାରାଗାରର ୪ ନମ୍ବର ସେଲ୍ ରହୁଛନ୍ତି ସରୋଜ ମେହର। କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍ବସ୍ କରାଇବା ଘଟଣାରେ ବିଭିନ୍ନ ଦିଗରୁ ଚାପ ପଡ଼ିବା ପରେ ଗତକାଲି ତାଙ୍କୁ ପୁଲିସ୍ ଗିରଫ କରିଥିଲା। ସରୋଜ ମେହେର ଆଜି ନୂତନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନରେ ଯୋଗ ଦେଇଥାନ୍ତେ। ହେଲେ ତା’ପୂର୍ବରୁ ପୁଲିସ୍ ତାଙ୍କୁ ଗିରଫ କରିଛି। ବିଧାୟକଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୭ ଦିନ […]
ଭୁବନେଶ୍ୱର: ରାଜ୍ୟର ନୂଆ ଆଡଭୋକେଟ୍ ଜେନେରାଲ ଭାବେ ବରିଷ୍ଠ ଆଇନଜୀବୀ ଅଶୋକ ପରିଜା ନିଯୁକ୍ତ ହୋଇଛନ୍ତି। ସେ ଓଡ଼ିଶା ହାଇକୋର୍ଟର ଜଣେ ବରିଷ୍ଠ ଆଇନଜୀବୀ। ଅଶୋକ ପରିଜା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସଫଳ ପରିଚାଳନା କରି ଗୌରବ ଅର୍ଜନ କରିଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ସହ ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ କରି ଆସିଛନ୍ତି। ୧୯୮୪ ମସିହାରୁ ଆଇନ୍ ବୃତ୍ତିରେ ଥିବା ଅଶୋକ ପରିଜା ଉଭୟ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ […]
ଭୁବନେଶ୍ୱର: କୁଆଡ଼େ ଗଲା ମୌସୁମୀ? ମୌସୁମୀ ଓଡ଼ିଶାକୁ ଆସିଲା ହେଲେ ବର୍ଷାର ଦେଖାନାହିଁ। ଯେଉଁ ଖରାକୁ ସେଇ ଖରା। ଲୋକେ ଗରମରୁ ତ୍ରାହି ପାଇବେ କ’ଣ ଓଲଟା ସିଜୁଛନ୍ତି। ସାରା ଓଡ଼ିଶାକୁ ମୌସୁମୀ ଛୁଇଁଥିଲେ ମଧ୍ୟ ସେପରି ବର୍ଷା ହୋଇନି ଯେପରି ଆଶା କରାଯାଉଥିଲା। ଏପରିକି ଆଗାମୀ ୨-୩ ଦିନ ଯାଏ ବି ବର୍ଷା ହେବାର ସମ୍ଭାବନା କମ୍ ରହିଛି। କାଁ ଭାଁ କିଛି ଅଞ୍ଚଳରେ ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ […]