• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

puri
ରଥ ନିର୍ମାଣ କାମ ବନ୍ଦ

ପୁରୀ: ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ରଥ ନିର୍ମାଣ କାମ ବନ୍ଦ ରହିବ। ମହାବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କାମକୁ ସ୍ଥଗିତ ରଖାଯାଇଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ସହକାରୀ ଲୋକ ସଂପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ, ମହାବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ରଥଖଳାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରଥକୁ ଘୋଡ଼ାଇ ରଖିବା ସହ ବର୍ଷାରେ ଯେଭଳି କ୍ଷୟକ୍ଷତି ନ ହେବ ସେଥିପ୍ରତି ଧ୍ୟାନ […]

  • Tuesday, 13 July 2021
heavy rainfall
ମହାବାତ୍ୟା ‘ଅମ୍ପନ୍’‌ ପ୍ରଭାବରେ ଓଡ଼ିଶାର ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ମହାବାତ୍ୟା ଅମ୍ପନ୍‌ ପ୍ରଭାବରେ ଆଜି ସନ୍ଧ୍ୟା କିମ୍ବା ରାତିରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ବିଶେଷ କରି ଉପକୂଳବର୍ତ୍ତୀ ଓଡ଼ିଶାରେ ବର୍ଷା ହୋଇପାରେ। ଆଜି ରାତିରେ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମେ’ ୧୯ରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ।  କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି […]

  • Tuesday, 13 July 2021
bus
ଖୁବ୍‌ ଶୀଘ୍ର ସ୍ୱାଭାବିକ ହେବ ବସ୍ ଚଳାଚଳ

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ବସ୍ ଚଳାଚଳ କରିବ। ଏହାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସାରା ଦେଶରେ ଲକ୍‌ଡାଉନ୍‌ ୪.୦ ଲାଗୁ ହେବା ପରେ ବସ୍ ଚାଲିବ କି ନାହିଁ, ସେହି ନିଷ୍ପତ୍ତି ନେବାର ଅଧିକାର ରାଜ୍ୟ ସରକାରଙ୍କୁ ଦିଆଯାଇଛି। ତେଣୁ ବସ୍ ସେବା ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। କିନ୍ତୁ ପୂର୍ବ ନିୟମ ଅନୁସାରେ, ୫୦ […]

  • Tuesday, 13 July 2021
cyclone 1
ମେ’ ୨୦ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଦୀଘା-ହାତି‌ଆ ମଧ୍ୟରେ ଉପକୂଳ ଅତିକ୍ରମ କରିବ ‘ଅମ୍ପନ୍’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମ ‘ଅମ୍ପନ୍’ ଆଜି ଭୋର ସମୟରେ ଅତି ଭୀଷଣ ରୂପ ଧାରଣ କରିଛି। ଅର୍ଥାତ୍‌ ଏହା ଏକ୍ସଟ୍ରିମ୍‌ଲି ସିଭିୟର୍‌ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏହାପରେ ଏହା ଆହୁରି ଅଧିକ ଘନୀଭୂତ ହେବାରେ ଲାଗିଛି। ମେ’ ୨୦ ତାରିଖ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ଅମ୍ପନ୍‌ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତି‌ଆ ଦ୍ୱୀପ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।  ସେହି ସମୟରେ ପବନର ବେଗ  ଘଣ୍ଟାପ୍ରତି ୧୫୫-୧୬୫ […]

  • Tuesday, 13 July 2021
cyclone
ସୁପର ସାଇକ୍ଲୋନ୍‌ର ରୂପ ନେଉଛି ‘ଅମ୍ପନ୍’ !

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସିଭିୟର୍‌ ସାଇକ୍ଲୋନିକ୍‌ ଷ୍ଟର୍ମ ‘ଅମ୍ପନ୍’ ଅତି ଭୀଷଣ ରୂପ ଧାରଣ କରିଛି। ଅର୍ଥାତ୍‌ ଏହା ଏକ୍ସଟ୍ରିମ୍‌ଲି ସିଭିୟର୍‌ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ବଙ୍ଗୋପସାଗରରେ ଏହା ଅଧିକ ଘନୀଭୂତ ହେଉଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସୁପର ସାଇକ୍ଲୋନ୍‌ରେ ପରିଣତ ହୋଇପାରେ। ଏନେଇ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଘଣ୍ଟା ପ୍ରତି ୨୨୦ରୁ ୨୬୫ କି.ମି. ବେଗରେ ପବନ ବହିବା ନେଇ ସମ୍ଭାବନା ରହିଛି। ଏବେ ଏହା ଘଣ୍ଟାକୁ […]

  • Tuesday, 13 July 2021
mo cycle
ଆଜିଠୁ ପୁଣି ରାଜଧାନୀରେ ଗଡ଼ିବ ‘ମୋ ସାଇକେଲ୍’

ଭୁବନେଶ୍ୱର: ଆଜିଠୁ ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ‘ମୋ ସାଇକେଲ୍’। ଲକ୍‌ଡାଉନ୍ ବେଳେ ଲୋକଙ୍କ ଅନୁରୋଧକୁ ରକ୍ଷା କରି କ୍ରୁଟ୍‌କୁ ‘ମୋ ସାଇକେଲ୍’ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସାଇକେଲ ବ୍ୟବହାର ଦ୍ୱାରା ସାମାଜିକ ଦୂରତା ରକ୍ଷା ହୋଇପାରିବ। ତେବେ ୩୦ ମିନିଟ୍ ପର୍ଯ୍ୟନ୍ତ ମାଗଣାରେ ସାଇକେଲ୍ ଚଲାଇପାରିବେ। ଜୁନ୍ ୩୦ ଯାଏ ଲୋକମାନେ ‘ମୋ ସାଇକେଲ୍‌’ରେ ଏହି ରିହାତି ପାଇପାରିବେ। ଗୋଟିଏ ଦିନରେ ଅନେକ ଥର ସାଇକେଲ୍ ଚଳାଇବାର ସୁବିଧା ମିଳିବ। […]

  • Tuesday, 13 July 2021
rainfall
ଆସନ୍ତା ୬ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାର ରୂପ ନେବ ‘ଅମ୍ପନ୍’, ଓଡ଼ିଶାରେ ଆଜିଠୁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ଅମ୍ପନ୍ ଆସନ୍ତା ୬ ଘଣ୍ଟା ମଧ୍ୟରେ ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଅର୍ଥାତ୍‌ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ବୁଲେଟିନ୍‌ରେ ଏନେଇ ସୂଚନା ଦିଆଯାଇଛି। ଏହା ଏବେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଆଡ଼କୁ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି। ଅମ୍ପନ୍ ଏବେ ପାରଦୀପ ଠାରୁ ୮୨୦ କିଲୋମିଟର ଦୂରରେ ରହିଛି। ସେହିପରି ଦୀଘାଠାରୁ ଦକ୍ଷିଣ-଼ […]

  • Tuesday, 13 July 2021
fire
ପାରିବାରିକ କଳହର କରୁଣ ପରିଣତି: ଦୁଇ ଛୁଆଙ୍କ ଦେହରେ ନିଆଁ ଲଗାଇ ମା’ଙ୍କ ଆତ୍ମାହୁତି ଉଦ୍ୟମ

ପଟ୍ଟାମୁଣ୍ଡାଇ: ଦୁଇ ପୁଅଙ୍କୁ କିରୋସିନି ଢାଳି ଜାଳିବା ସହ ନିଜେ ଆତ୍ମାହୁତି ଉଦ୍ୟମ କଲେ ମା’। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ଅନ୍ତର୍ଗତ ଭୋପାଳ ଗାଁରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ପ୍ରଥମେ ଦୁଇ ପୁଅ ଓ ମା’ଙ୍କୁ  ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ବଡ ପୁଅ(୮ ବର୍ଷ)  ଓ ମା’ ଙ୍କୁ କଟକ ଏସସିବିକୁ […]

  • Tuesday, 13 July 2021
heavy rainfall
ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିପାରେ ବାତ୍ୟା ‘ଅମ୍ଫାନ୍‌‌’‌, ଓଡ଼ିଶାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ୍‌’‌ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିପାରେ। ଏବେ ଏହା ଘଣ୍ଟାକୁ ୨୦ କି.ମି. ବେଗରେ ଗତି କରୁଛି। ଆଜି ଏନେଇ ସୂଚନା ଦେଇଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇ ସାରିଥିବାବେଳେ ଆଜି ଏହା ବାତ୍ୟାର ରୂପ ନେଇପାରେ। ଏବେ ଏହା ପାରାଦୀପର ଦକ୍ଷିଣରେ ୧୦୬୦ କି.ମି. ଦୂରରେ ରହିଛି। ମେ’ ୧୭ ତାରିଖ ସଂଧ୍ୟାରେ ବାତ୍ୟାଟି ଗତି ପରିବର୍ତ୍ତନ କରିବ ଓ ୨୦ […]

  • Tuesday, 13 July 2021
rainfall
ପାରାଦୀପଠୁ ୧୧୦୦ କି.ମି. ଦୂରରେ ବାତ୍ୟା ‘ଅମ୍ଫାନ୍‌‌’

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ଆଜି ଅପରାହ୍ଣ ୫ଟା ୩୦ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି। ବାତ୍ୟା ‘ଅମ୍ଫାନ୍‌‌’‌ ଏବେ ପାରାଦୀପ ଠାରୁ ୧୧୦୦ କି.ମି. ଦୂରରେ ଅଛି। ସେହିପରି ପଶ୍ଚିମବଙ୍ଗର ଦିଘାଠୁ ୧୨୫୦ କି.ମି., ବାଂଲାଦେଶଠୁ ୧୩୩୦ କି.ମି. ଦୂରରେ ଅଛି। ସମ୍ଭାବ୍ୟ ବାତ୍ୟା ଅମ୍ଫାନ୍‌‌ର ଗତିପଥ କ’ଣ ହେବ ? […]

  • Tuesday, 13 July 2021
cyclone
କେଉଁ ଆଡ଼କୁ ଯିବ ବାତ୍ୟା ‘ଅମ୍ଫାନ୍‌’ ?

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଅମ୍ଫାନ୍‌ର ଗତିପଥ କ’ଣ ହେବ ? କେଉଁଠି ଏହା ଲ୍ୟାଣ୍ଡ୍‌ଫଲ୍‌ କରିବ ? ଏହାର ବେଗ କେତେ ରହିବ, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ଜଣାପଡ଼ି ନ ଥିବାବେଳେ ଏହାର ଗତିପଥ ନେଇ National Centre for Medium Range Weather Forecasting(NCMRW) ପୂର୍ବାନୁମାନ କରିଛି। ବାତ୍ୟା ବଙ୍ଗୋପସାଗରରୁ ଉତ୍ତର ପଶ୍ଚିମ ଦିଗ ଆଡ଼କୁ ଗତି କରିବା ନେଇ ସମ୍ଭାବନା ରହିଛିା NCMRW ପକ୍ଷରୁ ଜାରି ହୋଇଥିବା ଏହି ମ୍ୟାପ୍‌ରେ ଅମ୍ଫାନ୍ […]

  • Tuesday, 13 July 2021
Sundargarh - Forest Officers Face Public Wrath Over Elephant Attack
ହାତୀ ଘର ଭାଙ୍ଗିବା ନେଇ ଅଟକ ରହିଲେ ରେଞ୍ଜର ଓ ଫରେଷ୍ଟର

ହାତୀ ଘର ଭାଙ୍ଗିବା ନେଇ ଅଟକ ରହିଲେ ରେଞ୍ଜର ଓ ଫରେଷ୍ଟର । ହାତୀପଲ ଘର ଭାଙ୍ଗିବାକୁ ନେଇ ସୁନ୍ଦରଗଡ଼ ମାଲଦାରେ ଉତ୍ତେଜନା । ରେଞ୍ଜର ଓ ଫରେଷ୍ଟରଙ୍କୁ ୪ ଘଣ୍ଟା ଧରି ଅଟକ ରଖିଲେ ଗ୍ରାମବାସୀ ।

cyclone
ଉତ୍ତର ଉପକୂଳ ଓଡ଼ିଶାକୁ ବାତ୍ୟା ବିପଦ !

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏହାର ନିକଟସ୍ଥ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟ ହୋଇଛି। ଏହା ଘନୀଭୂତ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ଅବପାତ ଓ ଆସନ୍ତକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ବୈଠକ ପରେ ଏସ୍‌ଆର୍‌ସି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଯାହା ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି ଏହି ଲଘୁଚାପ ବାତ୍ୟାର ରୂପ ନେବା ପରେ ଏହା […]

  • Tuesday, 13 July 2021
representational image
କ୍ୱାରେଣ୍ଟିନ୍‌ ସେଣ୍ଟର ନିକଟରୁ ପ୍ରବାସୀ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା: କ୍ୱାରେଣ୍ଟିନ୍‌ ସେଣ୍ଟର ନିକଟରୁ ଜଣେ ପ୍ରବାସୀ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଅଳାଁ ପଞ୍ଚାୟତରେ ଏହି ଘଟଣା ଘଟିଛି। ମୃତକ ହେଲେ ରାଇକମା ଗାଁର ସୁରେନ୍ଦ୍ର ବେହେରା। ସୂଚନା ଅନୁସାରେ, ସୁରେନ୍ଦ୍ର ଓ ତାଙ୍କ ସ୍ତ୍ରୀ କିଛି ଦିନ ତଳେ ଆନ୍ଧ୍ର ପ୍ରଦେଶରୁ ଫେରି ଡମ୍ବୁରଡହ ପ୍ରାଥମିକ ସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ୍‌ ସେଣ୍ଟର ରହୁଥିଲେ। ଆଜି ସକାଳେ ସୁରେନ୍ଦ୍ରଙ୍କ ମୃତଦେହ କ୍ୱାରେଣ୍ଟିନ୍‌ ସେଣ୍ଟର ନିକଟରେ ଥିବା ମହୁଲ ଗଛରେ ଝୁଲୁଥିବା […]

  • Tuesday, 13 July 2021
odisha
ଘର ଭଡ଼ା ଛାଡ଼ିଲେ ଘର ମାଲିକ

ବ୍ରହ୍ମପୁର: କରୋନା ଭଳି ମହାମାରୀ ସମୟରେ କାମଧନ୍ଦା ନ ପାଇ କିଛି ଲୋକ ଜୀବିକା ହରାଇ ଘରେ ବସିଛନ୍ତି। ଏଭଳି ଦୁଃସମୟରେ ଭଡ଼ାରେ ଥିବା ପରିବାରଙ୍କ ପାଇଁ ଉଦାହାରଣ ସାଜିଲେ ବ୍ରହ୍ମପୁର ସହରର ମୁରଲି ମୋହନ ଆଚାର୍ଯ୍ୟ। ମୁରଲିଙ୍କ ଘରେ ୧୨ ପରିବାର ଭଡ଼ାରେ ରୁହନ୍ତି। କିନ୍ତୁ ୩ ପରିବାର ଗାଁକୁ ପଳାଇଥିବାରୁ ଅବଶିଷ୍ଟ ସମସ୍ତ ପରିବାରକୁ ଗୋଟିଏ ମାସର ଭଡ଼ା ଛାଡ଼ କରିବା ସହ ପ୍ରତ୍ୟେକ ପରିବାରକୁ ୨୫ କିଲୋ ଚାଉଳ ମଧ୍ୟ ଦେଇଛନ୍ତି ମୁରଲି। ଏଭଳି […]

  • Tuesday, 13 July 2021
aadhar card
ଗୋବର ଗାଡ଼ିଆରୁ ମିଳିଲା ଶହ ଶହ ଆଧାର କାର୍ଡ

କରଞ୍ଜିଆ: ଲୋକମାନଙ୍କ ପାଖରେ ଆଧାର କାର୍ଡ ନ ଥିବାରୁ ଅନେକ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ଏଭଳି ସ୍ଥିତିରେ ଗୋବର ଗାଡ଼ିଆରୁ ଶହ ଶହ ସଂଖ୍ୟକ ଆଧାର କାର୍ଡ ମିଳିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍‌ ଅନ୍ତର୍ଗତ ଘୋଷଦା ଗାଁ ଢ଼ିପାସାହି ଶାଖା ଡାକଘର ଅଧିକାରୀଙ୍କ ଘର ପଛପଟରେ ଥିବା ଗୋବର ଗାଡ଼ିଆରୁ ଏହି ଆଧାର କାର୍ଡ ମିଳିଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ […]

  • Tuesday, 13 July 2021
odisha
ବକେୟା ଟଙ୍କା ମାଗିବାରୁ ଗାଡ଼ି ମାଲିକଙ୍କୁ ପିଟିଲେ ବିଡିଓ !

ନୟାଗଡ଼: ପୁଣି ଆଉ ଜଣେ ବିଡିଓଙ୍କ ବିରୋଧରେ  ଦୁର୍ବବ୍ୟହାର ଅଭିଯୋଗ ଆସିଛି। ସମ୍ପୃକ୍ତ ବିଡିଓ ଜଣକ ଠେଙ୍ଗାରେ ଗୋଡ଼ାଇ ଗୋଡ଼ାଇ ଜଣେ ଗାଡ଼ି ମାଲିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ନୂଆଗାଁରୁ ଏହି ଅଭିଯୋଗ ଆସିଛି। ସମ୍ପୃକ୍ତ ବିଡିଓଙ୍କ ନାଁ ପ୍ରମୋଦ କୁମାର ଦଳବେହେରା। ସେ ନୂଆଗାଁ ବ୍ଲକ୍‌ର ବିଡିଓ। ସୂଚନା ଅନୁସାରେ, ଜିତେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ନିଜ ଗାଡ଼ିକୁ ଭଡ଼ା ସୂତ୍ରରେ ବ୍ଲକ୍‌ ଅଫିସରେ ଲଗାଇଥିଲେ। କିନ୍ତୁ ଦୀର୍ଘ ଦେଢ଼ […]

  • Tuesday, 13 July 2021
accident
ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଅନୁଗୁଳ: ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ଏକ ଭ୍ୟାନ୍‌ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଡ୍ରାଇଭର ଓ ୧୪ଜଣ ଶ୍ରମିକ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଏହି ଶ୍ରମିକମାନେ ଆନ୍ଧ୍ର ପ୍ରଦେଶ ପଲାସାରେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ୍‌ ପାଇଁ ସେଠାରେ ଫସି ରହିଥିଲେ। ଗତକାଲି କୌଣସି ପ୍ରକାରରେ ଏହି ଶ୍ରମିକମାନେ ବୌଦ୍ଧରେ ପହଞ୍ଚିଥିଲେ। […]

  • Tuesday, 13 July 2021
osrtc
ଗ୍ରୀନ୍ ଜୋନ୍‌ରେ ଗଡ଼ିବ ସରକାରୀ ବସ୍

ଭୁବନେଶ୍ୱର: ଗ୍ରୀନ୍ ଜୋନ୍‌ରେ ଗଡ଼ିବ ସରକାରୀ ବସ୍। ଗ୍ରୀନ୍ ଜୋନ୍‌ରେ OSRTC ବସ୍ ଚଳାଚଳ କରିବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ବସ୍‌ ଚଳାଚଳ କରିବା ପାଇଁ ଘରୋଇ ବସ୍ ମାଲିକମାନେ ରାଜି ନ ହେବାରୁ ଗ୍ରୀନ୍ ଜୋନ୍‌ରେ ସରକାରୀ ବସ୍ ଗଡ଼ିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଅବଶ୍ୟ ଏଥିପାଇଁ ଯାତ୍ରୀଙ୍କୁ ଦୁଇ ଗୁଣା ବସ୍‌ ଭଡ଼ା ଦେବାକୁ ପଡ଼ିବ। ଅନ୍ୟପକ୍ଷରେ, ଚାକିରିଆଙ୍କ ସୁବିଧା ପାଇଁ […]

  • Tuesday, 13 July 2021
osrtc
କଟକରୁ ଭୁବନେଶ୍ୱର ଗଡ଼ିଲା ବସ୍‌

ଭୁବନେଶ୍ୱର: ଚାକିରିଆଙ୍କ ସୁବିଧା ପାଇଁ ଆଜିଠୁ ଗଡ଼ିଲା କଟକ-ଭୁବନେଶ୍ୱର ମଧ୍ୟରେ OSRTCର ଗୋଟିଏ ବସ୍। ବସ୍‌ଟି ଆଜି ସିଡିଏ ସେକ୍ଟର-୯ ଛକରୁ ବାହାରି ସତୀଚୌରା, ବାଦାମବାଡ଼ି ଦେଇ ଯାତ୍ରା କରିଛି। ଏହି ବସ୍‌ଟି ଆଚାର୍ଯ୍ୟ ବିହାର, ଏଜି ଛକ ଦେଇ ୯ ତାଲାରେ ଲାଗିବ। ବସ୍‌କୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଥିବା ବେଳେ ବସ୍‌ରେ ବସିଥିବା ସମସ୍ତ ଯାତ୍ରୀ ମାସ୍କ ପିନ୍ଧିଛନ୍ତି। ବସ୍‌ଟି ଅଫିସ୍‌ ଟାଇମ୍‌ରେ ଯା’ଆସ କରିବ ଓ ଭଡ଼ା ୩୦ଟଙ୍କା ରଖାଯାଇଛି। ଏନେଇ ପରିବହନ ମନ୍ତ୍ରୀ […]

  • Tuesday, 13 July 2021
child
କ୍ୱାରେଣ୍ଟିନ୍‌ ସେଣ୍ଟରରେ ଜନ୍ମ ହେଲା ଶିଶୁ ପୁତ୍ର

ଖଲ୍ଲିକୋଟ: କ୍ୱାରେଣ୍ଟିନ୍‌ ସେଣ୍ଟରରେ ଜନ୍ମ ହେଲା ଶିଶୁ ପୁତ୍ର। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ ଅନ୍ତର୍ଗତ ମର୍ଦ୍ଦକୋଟ ଗାଁ ସ୍ଥିତ ହରିହର ମର୍ଦରାଜ ହାଇସ୍କୁଲରେ ହୋଇଥିବା କ୍ୱାରେଣ୍ଟିନ୍ ସେଣ୍ଟରରେ ଜଣେ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଗତ ୬ଦିନ ତଳେ ମହିଳା ଜଣକ ସୁରତରୁ ଫେରି ସ୍ୱାମୀ ଓ ୨ ଝିଅଙ୍କ ସହ ଏହି କ୍ୱାରେଣ୍ଟିନ୍ ସେଣ୍ଟରରେ ଥିଲେ। ଗତକାଲି ପ୍ରସବ ବେଦନା ହେବାରୁ ସମ୍ପୃକ୍ତ ମହିଳା ଜଣକ ଏନେଇ ସ୍ଥାନୀୟ ଆଶା କର୍ମୀଙ୍କୁ […]

  • Tuesday, 13 July 2021
fisherman
ସମୁଦ୍ର ପଥରେ ୫୨୦ କି.ମି. ଯାତ୍ରା ପରେ ଚନ୍ଦ୍ରଭାଗାରେ ପହଞ୍ଚିଲେ ୧୬ ମତ୍ସ୍ୟଜୀବୀ

କୋଣାର୍କ: ସମୁଦ୍ର ପଥରେ ୫୨୦ କି.ମି. ଯାତ୍ରା ପରେ ୧୬ ଜଣ ମତ୍ସ୍ୟଜୀବୀ ଚନ୍ଦ୍ରଭାଗା ଉପକୂଳରେ ପହଞ୍ଚିଛନ୍ତି। ଏକ ସ୍ୱତନ୍ତ୍ର ଡ଼ଙ୍ଗାରେ ଆନ୍ଧ୍ର ପ୍ରଦେଶ ତୁନି ଅଞ୍ଚଳରୁ ଏହି ମତ୍ସଜୀବୀମାନେ ଆସିଥିଲେ। ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରେ ୧୧ ଜଣ କୋଣାର୍କ ଅଞ୍ଚଳର ହୋଇଥିବାବେଳେ ୫ ଜଣ ପୁରୀ ଅଞ୍ଚଳର। ଏହି ମତ୍ସଜୀବୀମାନେ ରବିବାର ଦିନ ସେଠାରୁ ଡଙ୍ଗାରେ ବାହାରିଥିଲେ ଓ ଆଜି ସକାଳେ ଚନ୍ଦ୍ରଭାଗା ଉପକୂଳରେ ପହଞ୍ଚିବା ପରେ ଏମାନଙ୍କୁ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖାଯାଇଛି। ସମସ୍ତଙ୍କ ସ୍ୱାବ୍ […]

  • Tuesday, 13 July 2021
odisha
ମାତୃ ଦିବସରେ ମା’କୁ ହରାଇଲା ଝିଅ, ଜୁଇରେ ଦେଲେ ମୁଖାଗ୍ନି

ଜୟପୁର: ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ବଳିଦାନକୁ ସମ୍ମାନ ଜଣାଇ ବିଶ୍ୱବାସୀ ଗତକାଲି ମାତୃ ଦିବସ ପାଳନ କରୁଥିଲେ। ହେଲେ ଏମିତି ଏକ ଦିନରେ ତାଙ୍କ ମା’ ତାଙ୍କୁ ଏକୁଟିଆ କରି ସବୁଦିନ ପାଇଁ ଛାଡ଼ି ଚାଲିଗଲେ।  ମାଆ ଚାଲିଯିବା ପରେ ତାଙ୍କ ସାମ୍ନାରେ ଏବେ ଖାଲି ଶୂନ୍ୟତା। ଯେମିତି ଜୀବନର ସବୁ ଖୁସି, ଆନନ୍ଦରେ ପୂର୍ଣ୍ଣଛେଦ ପଡିଯାଇଛି। ତଥାପି ଏତେ ଦୁଃଖରେ ବି ସେ ମା’ଙ୍କ ଜୁଇରେ ମୁଖାଗ୍ନି ଦେଇଥିଲେ।  ଏଭଳି କିଛି ଦୁଃଖଦ ଘଟଣା […]

  • Tuesday, 13 July 2021
odisha
ବଦଳିଗଲା ଚିତ୍ର: ସେଦିନ କ୍ୱାରେଣ୍ଟିନ୍ ସେଣ୍ଟର୍‌ରେ ଟିକ୍‌ଟକ୍‌ କରୁଥିଲେ, ହେଲେ ଆଜି...

ଭଦ୍ରକ: କିଛି ଦିନ ତଳେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ ଅନ୍ତର୍ଗତ‌ ଭାଟପଡ଼ା ପଞ୍ଚାୟତରେ ଥିବା ଏକ କ୍ୱାରେଣ୍ଟିନ୍‌ ସେଣ୍ଟରରେ ରହୁଥିବା କିଛି ଲୋକ ଟିକ୍‌ଟକ୍‌ ଭିଡିଓ କରିଥିଲେ। ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ ହେବାସହ ଏହାକୁ ଜୋରଦାର ସମାଲୋଚନ କରାଯାଇଥିଲା। ତେବେ ସେହି କ୍ୱାରେଣ୍ଟିନ୍‌ ସେଣ୍ଟରରେ ଏବେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଏବେ ଆଉ ଟିକ୍‌ଟକ୍‌ ନୁହେଁ ବରଂ ଏହି କ୍ୱାରେଣ୍ଟିନ୍ ସେଣ୍ଟରରେ ରହୁଥିବା ଲୋକେ ଯୋଗ, ପ୍ରାଣାୟାମ ଓ ବ୍ୟାୟାମ କରୁଛନ୍ତି। ସବୁଦିନେ […]

  • Tuesday, 13 July 2021
EXnp6CQXgAU4wvV
ବିଜେଡି ନେତା ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ୱର: ବିଜେଡି ନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସେ ଲିଭର୍‌ କ୍ୟାନସରରେ ପୀଡିତ ଥିଲେ। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ ଏପ୍ରିଲ ୩୦ରୁ ସେ ଚିକିତ୍ସାଧୀନ ଥିଲେ। ୨୦୧୯ ସାଧାରଣ ନିର୍ବାଚନ […]

  • Tuesday, 13 July 2021