• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Odisha budget
ଆଜି ବଜେଟ: ଆସିପାରେ କୃଷି ଓ ସ୍ୱାସ୍ଥ୍ୟ ସଂକ୍ରାନ୍ତ ନୂଆ ଯୋଜନା

ଭୁବନେଶ୍ୱର: ବିଧାନସଭାରେ ଆଜି ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ।  ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢିଥିବା ବେଳେ, କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବର୍ଦ୍ଧିତ ଖର୍ଚ୍ଚକୁ ସରକାର କିପରି ପରିଚାଳନା କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କର ନଜର । ମହାମାରୀ କରୋନା ପରେ […]

Sucide-Up
ସବୁ କଟକଣା ଫେଲ୍‌; ପୁଣି ବିଧାନସଭା ସମ୍ମୁଖରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ ପୋଲିସ ପ୍ରଶାସନର ନିଦ ହଜାଇ ଦେଇଥିବାବେଳେ ଏହାକୁ ରୋକିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ହେଲେ ଏହାକୁ ରୋକିପାରୁ ନାହିଁ। ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଚାଲିଥିବାବେଳେ ଏପରି ଉଦ୍ୟମକୁ ରୋକିବା ପାଇଁ ପୋଲିସ ପ୍ରଶାସନ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା। ଗାଡ଼ିମୋଟର ଚଳାଚଳ ନେଇ କଟକଟା କରିଥିଲା। ତଥାପି ଆତ୍ମହୁତି ରୋକିବାରେ ବିଫଳ ହୋଇଛି। ଆଜି କିଛି ଘଣ୍ଟା ପୂର୍ବରୁ  ପୁଣି ବିଧାନସଭା ନିକଟରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ […]

  • Tuesday, 13 July 2021
doctor
ଗରିବଙ୍କ ପାଇଁ ଖୋଲିଛି କ୍ଲିନିକ୍‌; ଫି ମାତ୍ର ଗୋଟିଏ ଟଙ୍କା

ସମ୍ବଲପୁର(ସଂଜୟ କୁମାର ଜେନା): ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର। ଈଶ୍ୱରଙ୍କ ପରେ ଡାକ୍ତର ହିଁ ମୃତ୍ୟୁ ମୁହଁରୁ ଜୀବନ ଛଡ଼ାଇ ଆଣିପାରେ। ତେବେ ଶୋଷଣ ମନବୃତ୍ତି ପାଇଁ ଡାକ୍ତରୀ ପେଶାରେ ଆଜିକାଲି କଳାଛିଟା ଲାଗିଥିବାବେଳେ ସେ ହେଉଛନ୍ତି ଏହାର ବ୍ୟତିକ୍ରମ। ଗରିବ ରୋଗୀଙ୍କୁ  ସୁବିଧାରେ ଯୋଗାଇ ଦେଉଛନ୍ତି ସେବା। ଫିସ୍‌ ତାଙ୍କର ମାତ୍ର ୧ ଟଙ୍କା। ଏକଥା ବିଶ୍ୱାସଯୋଗ୍ୟ ନ ହେଲେ ମଧ୍ୟ ସତ।  ଏ ହେଉଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ। ବୁର୍ଲା ଭୀମସାରରେ ମେଡିସିନ ବିଭାଗରେ […]

  • Tuesday, 13 July 2021
accident at jaleswar
୧୦ ଫୁଟ ତଳକୁ ଖସି ପଡ଼ିଲା ଗୋରୁ ବୋଝେଇ ଟ୍ରକ

NH-୬୦ର ବସ୍ତା ବାଇପାସ୍ ନିକଟରେ ଗୋରୁ ଗାଡ଼ି ଦୁର୍ଘଟଣା ବୋଲେରୋକୁ ଧକ୍କା ଦେଇ ଓଲଟି ପଡ଼ିଲା କଣ୍ଟେନର ଗୋରୁ ଗାଡ଼ି ଓଲଟି ୨୦ ଗୋରୁ, ୩ ବ୍ୟକ୍ତିଙ୍କ ମୃତ୍ୟୁ ଟ୍ରକରେ ଚାପି ହୋଇଥିବା ଗୋରୁଙ୍କୁ ଉଦ୍ଧାର କରାଯାଉଛି ଗୋରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଗାନ୍ଧି ଛକରେ ଏକ ଗୋରୁ ବୋଝେଇ ଟ୍ରକ ରାସ୍ତା କଡ଼କୁ ଓଲଟି ପଡ଼ଛି। ଟ୍ରକରେ ଯାଉଥିବା  ୩ ଜଣଙ୍କର […]

  • Tuesday, 13 July 2021
assembly odisha
ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ; ଗାଡ଼ି ଚଳାଚଳ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣରୁ ଆରମ୍ଭ ହେବ ଗୃହ। ୨୨ ତାରିଖରେ ଆଗତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଏଥରର ବଜେଟ୍ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇପାରେ । କୋଟିଆ ବିବାଦ ସହ ସୀମାବର୍ତ୍ତୀ ଗାଁରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ, ମଣ୍ଡି ଅବ୍ୟବସ୍ଥା, ଟୋକନ୍ ସମସ୍ୟା, ପରୀ ହତ୍ୟା, ମାହାଙ୍ଗା ଡବଲ ମର୍ଡର, ବିପଯର୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ଖଣି ଦୁର୍ନୀତି, DMFର ଅପବ୍ୟବହାର, […]

  • Tuesday, 13 July 2021
jeypore
ବଢୁଛି ଆନ୍ଧ୍ରର ଦାଦାଗିରି; ଓଡ଼ିଶାରୁ ଭୋଟ ସାଉଁଟିଲା, ସ୍କୁଲ ଖୋଲି ତେଲୁଗୁ ପଢାଇଲା

କୋରାପୁଟ/ଜୟପୁର: ଅନେକ ବାଦ ବିବାଦ ପରେ ଆନ୍ଧ୍ରର ଜବରଦଖଲ ମନୋବୃତ୍ତି ଜାରି ରହିଛି। ଓଡ଼ିଶା ସୀମାକୁ ନିଜ କବ୍‌ଜାକୁ ନେବା ନିଶାରେ ମାଡି ମାଡି ଆସୁଛି। କୋଟିଆର ୫ଟି ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରାଇଥିଲା। ଏବେ ଜଣାପଡ଼ିଛି, ଖାଲି ଏହି ୫ଟି ଗାଁ ନୁହେଁ, କୋରାପୁଟର ପଟାଙ୍ଗି ପଞ୍ଚାୟତ ସମିତି ଅଧିନସ୍ଥ ଗଲିଗବଦରରେ ବି ଭୋଟ୍  ସଂଗ୍ରହ କରିଛନ୍ତି ଆନ୍ଧ୍ର ସରକାର। ପ୍ରାୟ ୭୦ଜଣ ଭୋଟର୍‌ ଗତ ଶୁକ୍ରବାର ଓଡିଶା ପାର ହୋଇ […]

soumya
ଦଳରେ ରହିଛି ବୋଲି ସବୁ ଘଟଣାକୁ ଠିକ୍‌ କହିବା ଅଭ୍ୟାସ ମୋର ନାହିଁ-ସୌମ୍ୟ

 ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆରେ ପ୍ରଶାସନିକ ସ୍ତରରେ ଅବହେଳା ହୋଇଛି। ନିମ୍ନସ୍ତରରେ ଏହାର ସମାଧାନ ହୋଇପାରିଥାନ୍ତା। ହେଲେ ସେପରି ହୋଇ ନାହିଁ ବୋଲି ଆଜି  ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ସରକାରୀ ଦଳ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଓ ନିର୍ବାଚନ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖି ସୌମ୍ୟ ପଟ୍ଟନାୟକ କହିଛନ୍ତି, ତଳ ସ୍ତରରେ ପ୍ରଶାସନିକ ଅଧିକାରୀ ପ୍ରସଙ୍ଗକୁ ଅବହେଳା କରିଛନ୍ତି। ବିଳମ୍ବରେ ହେଉ ପଛେ ଓଡ଼ିଶା ସରକାର କୋର୍ଟଙ୍କୁ ଯାଇଛନ୍ତି।  ଏବେ ଅଦାଲତଙ୍କ ନିଷ୍ପତ୍ତିକୁ […]

  • Tuesday, 13 July 2021
aparajita saragi
ଲୋକଙ୍କୁ ଭୁଆଁ ବୁଲାନ୍ତୁ ନାହିଁ, ପାଠ ପଢ଼ି କଥା ହୁଅନ୍ତୁ ସରକାର-ଅପରାଜିତା

ଭୁବନେଶ୍ୱର: NMA ବାଇ ଲ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପୁଣି ପ୍ରେସମିଟ୍ କରି ଗତକାଲିର ତଥ୍ୟକୁ ଦୋହରାଇଛନ୍ତି। ଏଥି ସହ ରାଜ୍ୟ ସରକାର ଓ BJDକୁ ଟାର୍ଗେଟ କରି  କହିଛନ୍ତି, ଲୋକଙ୍କୁ ଭୁଆଁ ବୁଲାନ୍ତୁ ନାହିଁ ସରକାର।  ପାଠ ପଢ଼ି କଥା ହୁଅନ୍ତୁ।  ଏପରିକି ୪ଟି ପ୍ରାଇଭେଟ ପାର୍ଟିକୁ ମିଳିଥିବା NOC ପ୍ରେସମଟ୍‌ରେ  ଦେଖାଇଛନ୍ତି ସାଂସଦ।  ୨୦୧୪ର ଗ୍ୟାଜେଟ ଅନୁସାରେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ NOC ଦେବା ପାଇଁ ପ୍ରାଧିକୃତ ଅଧିକାରୀ ଥିବା […]

  • Tuesday, 13 July 2021
pari
ନୟାଗଡ ନାବାଳିକା ହତ୍ୟା ମାମଲା: ଚାର୍ଜସିଟ୍‌ରେ ଗିରଫ ନାବାଳକକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥଲା SIT

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟା ମାମଲା ରେ ଦାଖଲ ହୋଇଛି ଚାର୍ଜସିଟ୍‌। ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ୩୮୨ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି ଏସ୍ଆଇଟି । ଚାର୍ଜସିଟ୍‌ରେ ଗିରଫ ନାବାଳକକୁ ହିଁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ବିଚାର କରି ପୂର୍ବରୁ କୋର୍ଟ ଏସଆଇଟିକୁ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏସ୍ଆଇଟି ଉକ୍ତ ମାମଲାର ଚାର୍ଜସିଟ୍ ଦାଖଲ କରିଛି। ସୂଚନାଥା ଥାଉ କି, […]

srimandira
ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରସ୍ତାବ ଚୂଡ଼ାନ୍ତ: ଜୁନ୍ ପହିଲାରୁ ଆରମ୍ଭ ହେବ କାମ

ପୁରୀ: ଶ୍ରୀମନ୍ଦି ର ଐତିହ୍ୟ କରିଡ଼ର ଚିଠା ପ୍ରସ୍ତାବ ଚୂଡ଼ାନ୍ତ ରୂପ ନେଇଛି। ଗତକାଲି ବସିଥିବା ଗୁରୁତ୍ୱପୂର୍ଣ୍ଣ ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବକୁ ମୋହର ବାଜିଛି। ଗତକାଲି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି  ବୈଠକରେ ବସିଥିଲା। ବୈଠକରେ ପ୍ରସ୍ତାବିତ ନକ୍ସାକୁ ଅନୁମୋଦନ ମିଳିଥିବା ଜଣାଯାଇଛି। ଏହି ଚିଠା ପ୍ରସ୍ତାବ ଅନୁଯାୟୀ,୭୫ ମିଟର ଐତିହ୍ୟ କରିଡର ମଧ୍ୟରୁ ୫୫ମିଟର ପରିସରରେ ସମସ୍ତ ଯାନବାହାନକୁ ନିଷେଧ କରାଯିବ। ୫୫ ମିଟର ପରେ ସୁନ୍ଦର ରାସ୍ତା ନିର୍ମାଣ […]

OFS Suicide In Bhubaneswar
ଚାକିରିରେ ଯୋଗ ଦେବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଓଏଫ୍ଏସ୍ ଅଧିକାରୀ

ଭୁବନେଶ୍ୱର: ଚାକିରିରେ ଯୋଗ ଦେବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଓଡ଼ିଶା ଫାଇନାନ୍ସ ସର୍ଭିସ(OFS)ର ଜଣେ ଅଧିକାରୀ। ଗତକାଲି ସନ୍ଧ୍ୟାରେ ଓଏଫ୍ଏସ୍ ଅଧିକାରୀ ଅଭିଳାଶ ସ୍ୱରୂପ ମହାପାତ୍ର ଡୁମଡୁମା ଫେଜ୍ ୪ରେ ରହୁଥିବା ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଓଢ଼ଣୀରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ସୂଚନା ଅନୁସାରେ, ଆଜି ସେ ଭୁବନେଶ୍ୱର ସ୍ଥିତ ଟ୍ରେଜେରି ଅଫିସ୍‌ରେ ଯୋଗ ଦେଇଥାନ୍ତେ। ହେଲେ ତା’ ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା […]

hati
ହାତୀ ମଡ଼କକୁ ନେଇ ଘାରିଲା ଚିନ୍ତା: ଗ୍ରାଉଣ୍ଡଜିରୋରେ ପହଞ୍ଚିଲେ ତଦନ୍ତକାରୀ ଟିମ୍‌

ଭୁବନେଶ୍ୱର: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ କୁ ନେଇ ବନ ବିଭାଗକୁ ଘାରିଛି ଚିନ୍ତା । ଏହି ଅଭୟାରଣ୍ୟରେ ଗତ ୧୪ ଦିନ ମଧ୍ୟରେ ୬ଟି ମାଈ ହାତୀଙ୍କ ଜୀବନ ଯାଇଥିବାବେଳେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପିସିସିଏଫ୍ ଶଶି ପଲ୍। ରାଜ୍ୟର ଦୁଇ ଜଣିଆ ପ୍ରତିନିଧି ଦଳ ସହ କର୍ଲାପାଟ ଯାଇ କିଭଳି ପରିସ୍ଥିତିରେ ହାତୀଙ୍କ ମୃତ୍ୟୁ ହେଉଛି ଅନୁଧ୍ୟାନ କରିବା ସହ ତେନ୍ତୁଳିପଦର ଗାଁରୁ ଫେରିଛନ୍ତି। କାହିଁକି ହାତୀର ମୃତ୍ୟୁ […]

  • Tuesday, 13 July 2021
accident
ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ଘରକୁ ଯାଉଥିଲେ, ହେଲେ ବାଟରେ ଚାଲିଗଲା ପୁଅର ଜୀବନ

ତେଲକୋଇ: ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ଘରକୁ ଯାଉଥିଲେ, ହେଲେ ବାଟରେ ଚାଲିଗଲା ପୁଅର ଜୀବନ। କେନ୍ଦୁଝର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଦୈତାରୀ ଥାନା ଅନ୍ତର୍ଗତ ବାଲିପର୍ବତ ଗେଟ୍ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇର ଗାଲୁ ମୁର୍ମୁ। ସୂଚନା ଅନୁସାରେ, ଗାଲୁ ଏକ ଲୁହା ଖଣିରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ପତ୍ନୀଙ୍କ ସହ ସେ […]

cancer
ପୁଣି ସାମ୍ନାକୁ ଆସିଲା କରୋନା ମୃତ୍ୟୁ ଖବର; ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮ ଜଣ ରୋଗୀ

ଭୁବନେଶ୍ୱର:  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୩୭ ଥିବା ଜଣାଯାଇଛି। ସମସ୍ତ ରୋଗୀ ୧୮ ଜିଲ୍ଲାରୁ ଚିହ୍ନଟ  ହୋଇଛନ୍ତି।  ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଅନ୍ୟପକ୍ଷେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ପ୍ରାୟ ନ […]

  • Tuesday, 13 July 2021
odisha
ଗାଧୋଇବାକୁ ଯାଇଥିଲେ, ଝାମ୍ପି ନେଲା କୁମ୍ଭୀର

ଚି‌‌ତ୍ରକୋଣ୍ଡା: କୁମ୍ଭୀର ନେଲା ନାବାଳକଙ୍କ ଜୀବନ ! ଗାଧୋଇଲା ବେଳେ ଜଣେ ନାବାଳକଙ୍କୁ ଏକ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଥିଲା। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଟେମ୍ପ୍ରରାରୀ କଲୋନୀ (ଜଲାସାହି)ରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି। ମୃତ ନାବାଳକ ହେଲେ ଟେମ୍ପ୍ରରାରୀ କଲୋନୀରେ ରହୁଥିବା ଅର୍ଜୁନ ମାଝୀଙ୍କ ୧୦ ବର୍ଷୀୟ ପୁଅ। ମୃତଦେହ ମିଳିବାପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ ମୃତ ନାବାଳକଙ୍କୁ ସିଲେରୁ ନଦୀରୁ ଉଦ୍ଧାର କରାଯାଇଥିଲା। ତାଙ୍କର […]

  • Tuesday, 13 July 2021
begar-ppe-kiit
ବୁଲି ବୁଲି ଭିକ୍ଷା ମାଗିଲେ କୋଭିଡ ଯୋଦ୍ଧା

ଭଦ୍ରକ( ପାର୍ଥ ସାରଥୀ ନାୟକ): ଦିନେ କୋଭିଡ ଯୋଦ୍ଧାଙ୍କୁ ମିଳୁଥିଲା ସମ୍ମାନ। କେତେବେଳେ ଫୁଲତୋଡା ଦେଇ ସ୍ୱାଗତ କରୁଥିଲେ ତ କେତେବେଳେ ହେଲିକପ୍ଟରରୁ ଫୁଷ୍ପବୃଷ୍ଟି କରି ସେମାନଙ୍କୁ ସମ୍ମାନିତ କରୁଥିଲେ। ହେଲେ ଏବେ ସେମାନଙ୍କୁ ପର କରି ଦଇଛନ୍ତି ସରକାର। ଚାକିରିରୁ ବାହାର କରି ଦେଇଛନ୍ତି।  ଏବେ ସେମାନଙ୍କ ପାଖରେ ନା ଅଛି ଚାକିରି ନା ଅଛି ପେଟ ପୋଷିବାର ଅନ୍ୟ ପନ୍ଥା। କୋଭିଡ ଯୋଦ୍ଧାମାନେ ଏବେ ବୃତ୍ତି ହରାଇ ଏବେ ଭିକ୍ଷାବୃତ୍ତି ଆପଣେଇ ଅଭିନବ ପ୍ରତିବାଦ […]

  • Tuesday, 13 July 2021
kalia
କାହିଁକି ଫେରିଲା କାଳିଆ ଯୋଜନା ? ଚାଷୀଙ୍କୁ ପୁଣି ମିଳିବ ଟଙ୍କା

ଭୁବନେଶ୍ୱର: ପୁଣି ଫେରିଲା କାଳିଆ ଯୋଜନା । ଏହି ଯୋଜନାରେ ପୁଣି ଚାଷୀଙ୍କୁ ମିଳିବ ଆର୍ଥିକ ସହାୟତା । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୫୧ଲକ୍ଷ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେଇ ଚୁପ୍ ବସିଥିବା ରାଜ୍ୟ ସରକାର ହଠାତ୍ ଚେଇଁଛନ୍ତି । ଡିବିଟି ଜରିଆରେ ୫୩ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତିରେ ଦୁଇ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ କ୍ଷୁଦ୍ର, ନାମମାତ୍ର ଚାଷୀ ଏବଂ […]

  • Tuesday, 13 July 2021
khandagiri police station
ବାପଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଲେ ଯୁବତୀ

ଭୁବନେଶ୍ୱର: ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିବାରୁ ବାପଘର ଲୋକ, ଶ୍ୱଶୁର ଘର ଲୋକଙ୍କ ଉପରେ ଆକ୍ରମଣ କରିଥିବା ନେଇ ରାଜଧାନୀର ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏ ନେଇ ଖଣ୍ଡଗିରି ଥାନାରେ ସମ୍ପୃକ୍ତ ଯୁବତୀ ଜଣକ ବାପଘର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଗତ ୨୫ ତାରିଖରେ ନୟାପଲ୍ଲୀର ଜଣେ ଯୁବତୀ ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ଶିରିପୁର ଅଞ୍ଚଳର ଜଣେ ଯୁବକଙ୍କୁ କୋର୍ଟ […]

  • Tuesday, 13 July 2021
flood water
ମୁଣ୍ଡଳୀରେ ପହଞ୍ଚିଲା ମହାନଦୀର ବନ୍ୟାଜଳ

କଟକ: କଟକ ମୁଣ୍ଡଳୀ ଠାରେ ମହାନଦୀର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଛି। ଗତକାଲି ମଧ୍ୟ ରାତିରୁ ଏହି ବନ୍ୟା ଜଳ ପ୍ରବାହିତ ହେବାର ଲାଗିଛି। ହୀରାକୁଦ ଡ୍ୟାମ୍‌ର ୧୫ଟି ଗେଟ୍ ଖୋଲାଯିବା ପରେ ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଛି। ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ୧ଲକ୍ଷ ୭୨ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ମୁଣ୍ଡଳୀ ବ୍ୟାରେଜର ଉପରମୁଣ୍ଡରେ ଜଳସ୍ତର ୮୧.୩୦ ଫୁଟ ଓ ତଳମୁଣ୍ଡରେ ୭୭.୩୦ ଫୁଟ ରହିଛି। […]

  • Tuesday, 13 July 2021
sashi-pal
ନାଳପାଣି ଯୋଗୁ ହାତୀର ମୃତ୍ୟୁ ଘଟିଲା-ଶଶୀ ପଲ୍

ଭବାନୀପାଟଣା:କଳାହାଣ୍ଡି କର୍ଲାପାଟ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେଇଛି। ନାଳପାଣି ପିଇ ହାତୀ ମରିଥିବା ସନ୍ଦେହ କରାଯାଉଛି ବୋଲି କହିଛନ୍ତି PCCF ଶଶୀ ପଲ୍।  ନାଳପାଣିରେ ଥିବା ବ୍ୟାକ୍ଟେରିଆରୁ ହାତୀ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ହାତୀ ଦେହରେ ସେପ୍ଟିସେମିଆ ଭୂତାଣୁ ଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଗାଈଗୋରୁଙ୍କ ଦେହରୁ ଏହା ବ୍ୟାପିଥିବା ସନ୍ଦେହ କରାଯାଉଛି॥ ସଂପୃକ୍ତ ଅଞ୍ଚଳକୁ ଅନ୍ୟ ହାତୀ ନପଶିବା ପାଇଁ ବନ କର୍ମଚାରୀ ସଜାଗ ରହିଛନ୍ତି। ସଂପୃକ୍ତ […]

  • Tuesday, 13 July 2021
tiger
ବାଲେଶ୍ୱରରେ ବାଘ ଆତଙ୍କ; ଭିଡିଓରେ ଧରାପଡ଼ିଲା ଦୃଶ୍ୟ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଟିପିସିଗଡ଼ଇ ଓ ଏହାର ଆଖପାଖ ଗାଁରେ ବାଘ ଆତଙ୍କ ଖେଳି ଯାଇଛି।  ଗ୍ରାମର କାଂଶବାଂଶ ନଦୀ କୂଳ ବକ୍ରେଶ୍ୱର ମନ୍ଦିର ପାଖରେ ଲୋକ ବାଘ ବୁଲୁଥିବା ଦେଖିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ୬ ତାରିଖରେ ବାଘ ନଦୀ କୂଳରେ ବୁଲୁଥିବା ଦେଖିବାକୁ ମିଳିଥିଲା। ବାଘକୁ ଦେଖିବା ପରେ ଗ୍ରାମବାସୀ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ।  ଔପଦା ରେଞ୍ଜର ବବିତା ସୋରେନ ଓ ଅନ୍ୟାନ୍ୟ ବନ କର୍ମଚାରୀ […]

  • Tuesday, 13 July 2021
bput
କମିଲା ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ ଅବଧି

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଆଇନ-୨୦୦୨ର ସଂଶୋଧନ କରାଯାଇଛି। ଏନେଇ ରାଜ୍ୟ କ୍ୟାବିନେଟରେ ମୋହର ବାଜିଛି । ରାଜ୍ୟର ଅନ୍ୟାନ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା ସହ ସମାନତା ଆଣିବା ନିମନ୍ତେ ବିପିୟୁଟି କୁଳପତିଙ୍କ କାର୍ଯ୍ୟକାଳ ୫ ବର୍ଷ ପରିବର୍ତ୍ତେ ଏଣିକି ୪ ବର୍ଷ କରାଯାଇଛି। ସେହିପରି ଛାତ୍ରଛାତ୍ରୀ ବିଶୃଙ୍ଖଳା ନିୟନ୍ତ୍ରଣ ନିମନ୍ତେ କୁଳପତିଙ୍କ ଦ୍ୱାରା ଜଣେ ପ୍ରଫେସରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ସଦସ୍ୟ ବିଶିଷ୍ଟ ଅନୁଶାସନ କମିଟି ଗଠନ ନିମନ୍ତେ ପ୍ରସ୍ତାବ ରହିଛି । ବିପିୟୁଟିର […]

  • Tuesday, 13 July 2021
money
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା ସରପଞ୍ଚ

କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତ ସରପଞ୍ଚ ରଇଲା ମାଝୀ। ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଛନ୍ତି। ଅଧିକ ପଚରାଉଚରା ପାଇଁ ତାଙ୍କୁ ଜୟପୁର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି। ସୂଚନା ଅନୁଯାୟୀ, ଏକ ଗାଁ ପୋଖରୀ କାମର ୱାର୍କ ଅର୍ଡର ଦେବା ପାଇଁ ରଇଲା ମୁଜାଙ୍ଗ ପଞ୍ଚାୟତର ଭକ୍ତଗୁଡା ଗାଁର ଗଙ୍ଗାଧର ସାଉନ୍ତାଙ୍କଠାରୁ୨୦ ହଜାର ଟଙ୍କା […]

  • Tuesday, 13 July 2021
representational image
ପୋଲ ତଳୁ ମିଳିଲା ଯବାନଙ୍କ ମୃତଦେହ, ପାଖରେ ପଡ଼ିଥିଲା ବାଇକ୍‌

ଧର୍ମଗଡ଼: ପୋଲ ତଳୁ ମିଳିଲା Indian Reserve Battalion (IRB) ଯବାନଙ୍କ ମୃତଦେହ।କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ନାନ୍ଦୋଳ– କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳୁ ଆଜି ସକାଳେ ଜଣେ ଆଇଆର୍‌ବି ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯବାନ ହେଲେ ଗୋଳାମୁଣ୍ଡାର ବିଶ୍ଵଜିତ ମଙ୍ଗରାଜ। ବିଶ୍ଵଜିତ ଜାରିଂ ସ୍ଥିତ ଆଇଆରବି କ୍ୟାମ୍ପରେ ମୁତୟନ ହୋଇଥିଲେ। ଗତକାଲି ଛୁଟି ନେଇ ସନ୍ଧ୍ୟାରେ ସେ ନିଜ ଗାଁ ଗୋଳାମୁଣ୍ଡାକୁ ଫେରୁଥିବା ସମୟରେ ପୋଲ ତଳେ […]

  • Tuesday, 13 July 2021
studstudents appearing exament
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ୱର: ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ସୂଚୀ। ଚଳିତ ବର୍ଷ ମେ’ ୩ରୁ ୧୫ ତାରିଖ ଯାଏଁ ପରୀକ୍ଷା ଚାଲିବ।  ପ୍ରଥମ ଦିନ ଅର୍ଥାତ ମେ ୩ ତାରିଖରେ ରହିଛି ମାତୃଭାଷା ଓଡ଼ିଆ। ମେ ୫ରେ ଇଂଲିଶ ଏବଂ ୭ ତାରିଖରେ ହେବ ହିନ୍ଦୀ ପରୀକ୍ଷା। ସେହିପରି ମେ ୮ ତାରିଖରେ ସଂସ୍କୃତ ଏବଂ ୧୦ରେ ଗଣିତ ପରୀକ୍ଷା ହେବ। ୧୨ରେ ବିଜ୍ଞାନ ଓ ୧୫ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ବୋଲି ସୂଚୀ ପ୍ରକାଶ […]