ୟାସ୍ ପାଇଁ ବାତିଲ ହେଲା ଟ୍ରେନ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ବାତିଲ ଭୁବନେଶ୍ୱର-ହାଓଡା ଜନଶତାଦ୍ଦୀ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଟ୍ରେନ୍ ବାତିଲ ପୁରୀ-ଋ଼ଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ବାତିଲ ପୁରୀରୁ ଅହମ୍ମଦାବାଦ୍, ସୁରତ, ଅଜମେରକୁ ଯାଉଥିବା ଟ୍ରେନ୍ ବାତିଲ ହାଓଡା-ଚେନ୍ନାଇ ମେନ ଲାଇନର ଏକାଧିକ ଟ୍ରେନ୍ ବାତିଲ ଭୁବନେଶ୍ୱର: ପୁଣି ଏକ ବାତ୍ୟା ମୁକାବିଲା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମେ ଘନୀଭୂତ ହୋଇ ୨୪ରେ ବାତ୍ୟାରେ […]
ଭୁବନେଶ୍ୱର: ପଶ୍ଚିମରେ ସାମୁଦ୍ରିକ ବାତ୍ୟା ତାଉତେ ତାଣ୍ଡବ ରଚିବା ପରେ ଏବେ ପୂର୍ବ ଭାରତକୁ ଡରାଇଲାଣି ସମ୍ଭାବ୍ୟ ବାତ୍ୟା ‘ୟାସ’। ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ସାମୁଦ୍ରିକ ଝଡ଼ ଆସନ୍ତା ୨୬ ତାରିଖ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବ ହେବ ବୋଲି ପୂର୍ବାନୁମାନ କରିଛି IMD । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ୨୨ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ସୃଷ୍ଚି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର […]
ଭୁବନେଶ୍ୱର: ପଥର ଶିଳ୍ପୀ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରିବାର ଉପରେ ଯେମିତି ବିପତ୍ତି ମାଡିପଡୁଛି। ଗୋଟିଏ ପରେ ଗୋଟିଏ ହୋଇ ୧୨ ଦିନରେ ୩ ଜଣଙ୍କ ମୁଣ୍ଡ ନେଲାଣି ମହାମାରୀ। ପ୍ରଥମେ ରଘୁନାଥଙ୍କୁ ହରାଇ ପରିବାର ଲୋକେ ଶୋକରେ ଭାଙ୍ଗି ପଡ଼ିଥିବାବେଳେ ଗତକାଲି ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ ହୋଇ ଯାଇଥିଲା। ଆଜି ପୁଣି ତାଙ୍କର ବଡ଼ ପୁଅ ଯଶୋବନ୍ତ ମହାପାତ୍ରଙ୍କ ପରଲୋକ ହୋଇଯାଇଛି। ୫୨ ବର୍ଷ ବୟସ୍କ ଯଶୋବନ୍ତ କୋଭିଡରେ ଆକ୍ରାନ୍ତ ହୋଇ ଏକ […]
ପୁରୀ: ଆଜି ବୈଶାଖ ଶୁକ୍ଳ ଅଷ୍ଟମୀ ତିଥି। ପବିତ୍ର ନିଳାଦ୍ରି ମହୋଦୟାଷ୍ଟମୀ । ଏହି ତିଥିରେ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦିବ୍ୟ ଦାରୁର ଆବିର୍ଭାବ ହୋଇଥିଲା। ଏହି ଦିନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନସିଂହାସନରେ ବିଜେ କରାଯାଇଥିଲା ବୋଲି ଗବେଷକ ମାନେ ମତ ଦିଅନ୍ତି। ଏଥିଲାଗି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ଅନେକ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ, ରାଜା ଇନ୍ଦ୍ରଦ୍ୟୁମ୍ନ ନୀଳାଦ୍ରି ମହାଯଜ୍ଞର ପୂର୍ଣ୍ଣାହୂତି ପୂର୍ବରୁ ମହୋଦଧିରେ ସ୍ନାନ କରୁଥିଲେ। ଏତିକିବେଳେ ସମୁଦ୍ରରେ ଏକ ଅଦ୍ଭୁତ […]
ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟରେ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଘରେ ଘରେ କରୋନା ରୋଗୀ। ଡାକ୍ତରଖାନାରେ ବେଡର ଅଭାବ। ଗୁରୁତର ରୋଗୀଙ୍କ ପାଇଁ ଅକ୍ସିଜେନ ଅଭାବ। ଏପଟେ ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମଣ। ରାଜ୍ୟରେ ଦୈନିକ ସଂକ୍ରମଣ ୮ ହଜାର ଟପିଲାଣି। ଦିନକରେ ଆଜି ୮୬୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏପରି ପିରସ୍ଥିତିରେ ଟିକାକରଣକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି। ମେ‘ ୧ ତାରିଖରୁ ୧୮ ବର୍ଷରୁ ୪୪ ବର୍ଷ […]
ସୋର: ସୋର ଥାନା ସିଙ୍ଖାଖୁଣ୍ଟା ପଞ୍ଚାୟତ କରଞ୍ଜବଣିଆ ଗାଁରେ ଘଟିଛି ଏକ ନୃଶଂସ କାଣ୍ଡ। ଉତ୍ତ୍ୟକ୍ତ ଗ୍ରାମବାସୀ ଜଣେ ଦୁଷ୍କର୍ମକାରୀଙ୍କୁ ଉଲଗ୍ନ କରି ପିଟି ପିଟି ମାରିଦେଇଥିବା ଅଭିଯୋଗ ଆସିଛି। କରଞ୍ଜବଣିଆ ଗାଁର ଜଣେ ମହିଳା ପତ୍ର ଗୋଟେଇବାକୁ ଜଙ୍ଗଲକୁ ଯାଇଥିଲେ । ତାଙ୍କୁ ଏକୁଟିଆ ଦେଖି ସେହି ଅଞ୍ଚଳର ବସନ୍ତ ସିଂ ନାମକ ଜଣେ ଯୁବକ ଏକ ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ […]
ନୟାଗଡ଼: କରୋନା ମହାମାରୀ ତା’ର କରାଳ କାୟା ବିସ୍ତାର କରିଚାଲିଛି। ଗୋଟିଏ ଗୋଟିଏ ହୃଦୟ ବିଦାରକ ଘଟଣା ଛାତିକୁ ଥରାଇ ଦେଉଛି। ଏବେ ପୁଣି ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ। କରୋନା ଭୟ ପାଖରେ ଜୀବନର ମୋହ ଫିକା ପଡ଼ି ଯାଇଛି। କରୋନା ମୃତ୍ୟୁ ଆସିବା ପୂର୍ବରୁ ଆତ୍ମହତ୍ୟାକୁ ବରି ନେଇଛନ୍ତି ପଜିଟିଭ ଦମ୍ପତି। ଏମିତି ଏକ ଦୁଃଖଦଭରା ଘଟଣା ଘଟିଛି ରଣପୁର ଥାନା ବେଗୁନିଆ ପାଟଣା ଗାଁରେ। କରୋନା ସଂକ୍ରମିତ ହେବା […]
ସୁନ୍ଦରଗଡ଼: ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳରେ ଚାଞ୍ଚଲ୍ୟଘର ଘଟଣା ଘଟି ଯାଇଛି। ଗୋଟିଏ ପରିବାରର ୩ବର୍ଷ ଝିଅ ସମେତ ୩ ଜଣ ସଦସ୍ୟଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଏହି ପରିବାର କୋଇଡାର ମସଜିଦ୍ ଗଳିରେ ଏକ ଭଡ଼ା ଘରେ ରହୁଥିଲେ। ବନ୍ଦ ଘରୁ ମା’ ଓ ୩ ବର୍ଷର ଝିଅର ମୃତଦେହ ଉଦ୍ଧାର କରାଯାଇଛି। ତେବେ ନିକଟସ୍ଥ ଜଙ୍ଗଲରୁ ବାପାଙ୍କର ମୃତଦେହ ଉଦ୍ଧାର ହୋଇଛି। ପୋଲିସ […]
ଭୁବନେଶ୍ୱର: ବଢୁଛି କରୋନା ସଂକ୍ରମଣ। ଘରଠୁ ଅଫିସ ସବୁଆଡ଼ୁ ବାହାରୁଛନ୍ତି ପୁଳା ପୁଳା ପଜିଟିଭ। ଗତକାଲି ସନ୍ଧ୍ୟାରେ ବିଏମ୍ସି ପକ୍ଷରୁ ମାର୍କେଟ ବିଲ୍ଡିଂ ସିଲ କରାଯାଇଥିବାବେଳେ ଆଜି ଭୁବନେଶ୍ୱର କୋର୍ଟକୁ ୭ ଦିନ ପାଇଁ ସିଲ୍ କରିଦିଆଯାଇଛି। କରୋନା ଗାଇଡଲାଇନକୁ ଉଲଂଘନ କରିଥିବାରୁ ଗତକାଲି ମାର୍କେଟ ବିଲ୍ଡିଂକୁ ସିଲ କରିଛି ବିଏମସି। ୪୮ ଘଣ୍ଟା ପାଇଁ DCP ଓ BMC ଜୋନାଲ କମିଶନରଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି। ଶନିବାର ଓ ରବିବାର ସଟଡାଉନ ରହିବା ପରେ ସୋମବାରଠାରୁ […]
ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମରେ ସିଝୁଛି ରାଜ୍ୟ। ପ୍ରବଳ ଗ୍ରୀଷ୍ମତାପରେ ସାରା ସହର ଛଟପଟ ହେଉଛି। ୧୧ଟା ପରେ ବାହାରକୁ ବାହାରିବା କଷ୍ଟକର ହେଇପଡ଼ୁଛି। ଗ୍ରୀଷ୍ମ ତାପରେ ଛଟପଟ ହେଉଛନ୍ତି ରାଜଧାନୀବାସୀ। ତେବେ ରାଜ୍ୟବାସୀଙ୍କୁ ପ୍ରଚଣ୍ଡ ତାପରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି। ବଦଳିପାରେ ପାଗର ମିଜାଜ୍। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପ ଓ ମଧ୍ୟମଧରଣର ବର୍ଷା ଓ ଘଡ଼ଘଡ଼ି […]
ଭୁବନେଶ୍ୱର: ରାଷ୍ଟ୍ରୀୟ ସମ୍ମାନ ସହ ହେବ ସାହିତ୍ୟ ଜଗତର ଅନ୍ୟତମ ଯୁଗପୁରୁଷ ମନୋଜ ଦାସଙ୍କ ଶେଷକୃତ୍ୟ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦିଆଯାଇଛି । ଏହି ଶେଷକୃତ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେବେ ବୋଲି ସିଏମ୍ଓ ଟୁଇଟ କରିଛି। ଗତକାଲି ପୁଡୁଚେରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମ୍ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବିଶିଷ୍ଟ ସାରସ୍ୱତ ସାଧକ ମନୋଜ ଦାସ।ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରୁ ଚିକିତ୍ସାଧୀନ ଥିବା ମନୋଜ […]
କଟକ: କରୋନାର କରାଳ ରୂପରେ ଉଜୁଡି ଯାଉଛି ଘର ସଂସାର। ଛିଣ୍ଡି ଯାଉଛି ମମତାର ବନ୍ଧନ। ଭୂତ ପରି ଯେମିତି ଡରଉଛି କରୋନାର ବିକଟାଳ ଚେହେରା। ଯୁଆଡେ ଚାହିଁଲେ ଲାଗୁଛି ଯେମିତି ମୃତ୍ୟୁ ଦୂତ ସାଜି ଠିଆ ହୋଇଛ କରୋନା ଭାଇରସ। ନିକଟରେ ଜଣେ କରୋନା ରୋଗୀ କୋଭିଡ୍ ସେଣ୍ଟରରୁ ଖସି ପଳାଇଗଲେ, ଆଉ ତାଙ୍କୁ ଧରିବା ପାଇଁ କୋଭିଡ ସେଣ୍ଟର କର୍ମଚାରୀମାନେ ଝାଳନାଳ ହୋଇ ଯାଇଥିଲେ। ଶେଷରେ ନବସତି ଆଡ଼କୁ ଯିବା ପୂର୍ବରୁ ତାଙ୍କୁ କାବୁ […]
ଭୁବନେଶ୍ୱର: କରୋନା ଦୈନିକ ସଂକ୍ରମଣ ଗତ କିଛି ଦିନ ଧରି ୬ ହଜାର ଉପରେ ଥିବାବଳେ ଆଜି ବିସ୍ଫୋରକ ରୂପ ନେଇଛି। ଆଜି ରାଜ୍ୟରେ କରୋନା ସଂକ୍ରମଣ ୮ ହଜାର ଟପିଛି। ଆଜି ରାଜ୍ୟରୁ ୮୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫୭୮୧ କ୍ୱାରେଣ୍ଟିନରେ ଥିବାବେଳେ ୩୬୦୫ ଲୋକାଲ କଣ୍ଟାକ୍ଟ ବୋଲି ଜଣାପଡ଼ିଛି। ଆଜି ବି ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି। ଆଜି ଜିଲ୍ଲାରୁ ସର୍ବାଧିକ ୧୮୪୦ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା […]
ଭୁବନେଶ୍ୱର: ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ପାଇଁ ସ୍ଥଗିତ ରହିଥିଲା। ଉପନିର୍ବାଚନ ତାରିଖକୁ ମେ’ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ହେଲେ ସାରା ଦେଶରେ କରୋନା ସ୍ଥିତି ଯେପରି ଲାଗି ରହିଛି ତାହାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଗତ ୧୪ ତାରିଖ କରୋନାରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ଘଟିଥିଲା। ଅଜିତ୍ଙ୍କ ମୃତ୍ୟୁର କିଛି […]
ଭୁବନେଶ୍ୱର:ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗତକାଲି ରାଜ୍ୟରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଏହାର ସଂଖ୍ୟା ବୃଦ୍ଧି ପାଇଛି। କରୋନାକୁ ନେଇ ସବୁଠାରୁ ଚିନ୍ତା ସୃଷ୍ଟି କରିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିଂହ୍ନଟ ହେଉଥିବାବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଏହି ଜିଲ୍ଲାରେ ସର୍ବାଧିକ। ୨୪ ଘଣ୍ଟା ମଧ୍ୟରେ ଏହି […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ବଢି ଚାଲିଛି। ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଲାଣି । ରାଜ୍ୟରେ ପ୍ଲାଟୋ ସ୍ଥିତିରେ ରହିଛି କରୋନା। ଆଜି ଏନେଇ ସୂଚନା ଦେଇଛନ୍ତି DMET ନିର୍ଦ୍ଦେଶକ ପ୍ରଫେସର ସିବିକେ ମହାନ୍ତି। ଗତ ୫ ଦିନ ଧରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ସ୍ତରରେ ରହୁଛି। ଲଗାତାର ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ୬, ୫୯୯ କରୋନା […]
ଜଳେଶ୍ୱର:କରୋନା ପାଇଁ ହଟହଟ୍ଟା ହେଲେ ବର। ଜଣେ ନୁହେଁ, ଦୁଇ ଦୁଇ ଜଣ ବର। ବାହା ହେବାପାଇଁ ଛାଡ଼ିଲାନି ପୋଲିସ। ବହୁ ସମୟ ପର୍ଯ୍ୟନ୍ତ ବରଯାତ୍ରୀ, ବର ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ଅଟକି ରହିଲେ। ବହୁ ଯୁକ୍ତିତର୍କ ହେଲା। ଶେଷରେ ଜଣେ ବର ହତାଶ ହୋଇ ଫେରି ଯାଇଛନ୍ତି। ଅଟକି ଯାଇଛି ତାଙ୍କର ବାହାଘର। କରୋନା କଟକଣା ଯୋଗୁଁ ଆଜି ଜଳେଶ୍ୱରସ୍ଥିତ ଲକ୍ଷ୍ମଣନାଥ ତନଖି ଫାଟକରେ କଡାକଡି ହୋଇଛି କଟକଣା। ପଶ୍ଚିମବଙ୍ଗରୁ ଦାନ୍ତୁଲୁ ଏବଂ ବେଦଲାରୁ ଆସୁଥିଲେ ଦୁଇ […]
ସମ୍ବଲପୁର: କରୋନା ମା’-ପୁଅଙ୍କ ମଧ୍ୟରେ ସାଜିଥିଲା କଣ୍ଟା । ସମ୍ପର୍କରେ ଠିଆ କରିଦେଲା ପାଚେରୀ। ଯେଉଁ ପୁଅକୁ କୋଳେଇକାଖେଇ ମା’ ମଣିଷ କରିଥିଲା, ଯାହାର ରୋଗ ଟିକିଏ ହେଲେ ରାତି ଉଜାଗର ରହି ଜଗି ବସୁଥିଲା ସେଇ ମା’ ଆଜି କରୋନା ପାଇଁ ଅସ୍ପୃଶ୍ୟ ହୋଇଗଲା। ରୋଗ ବ୍ୟାପିବା ଭୟରେ ମା’କୁ ପର କରିଦେଲା ପୁଅ। ଏପରିକି ଜୀବନର ଶେଷ ଯାତ୍ରାରେ କାନ୍ଧ ଦେବାକୁ ବି ମନା କରିଦେଲା। ଏପରି ଏକ ଅମାନବୀୟ ଘଟଣା ଘଟିଛି ସମ୍ବଲପୁର […]
ଭୁବନେଶ୍ୱର: ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ମେ’ ପହିଲାରୁ ଆରମ୍ଭ ହେବ । ଏଥିରେ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏଥିପାଇଁ ଆସନ୍ତା ୨୪ ତାରିଖରୁ ପଂଜୀକରଣ ହେବ । ଟିକା ନେବାକୁ ଇଚ୍ଛୁକ ବ୍ୟକ୍ତିମାନେ କୋ ୱିନ୍ ପୋର୍ଟାଲରେ ପଂଜୀକରଣ କରିପାରିବେ। ମେ’ ପହିଲାରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ରୁ ୪୫ବର୍ଷ ବୟସର ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ। ରାଜ୍ୟରେ ୪୨ ପ୍ରତିଶତ ଏହି ବୟସ୍କ ଲୋକମାନେ ଅଛନ୍ତି । […]
ଭୁବନେଶ୍ୱର: ମାଟ୍ରିକ୍ ପରେ ଏବେ ପ୍ଲସ୍ ଟୁ ପରୀକ୍ଷା ବାତିଲ୍ ଦାବି ଜୋର ଧରିଲା। ପରୀକ୍ଷା ବାତିଲ୍ ଦାବି ନେଇ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଛନ୍ତି। ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଆନ୍ଦୋଳନ କରିଛନ୍ତି । ପୂର୍ବରୁ ମାଟ୍ରିକ୍ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ପରେ ୧୦ମ ବୋର୍ଡ ପରୀକ୍ଷା ବାତିଲ୍ କରିଥିଲେ ସରକାର । କରୋନା ସଂକ୍ରମଣ ପାଇଁ ଏବେ ପ୍ଲସ୍ ଟୁ ପରୀକ୍ଷା ସ୍ଥଗିତ ରହିଛି । ଏ ସମ୍ପର୍କରେ ସୂଚନା […]
ପିପିଲି: କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ କିଏ ହେବ ପ୍ରାର୍ଥୀ ? ଏ ନେଇ ଦଳରେ ଚାଲିଥିବା ହିସାବ ନିକାଷ ସରିନି। ତେବେ ଆଜି ସଂନ୍ଧ୍ୟା ସୁଦ୍ଧା ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିବ। ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। । ପୂର୍ବରୁ ଅନୁମାନ କରାଯାଉଥିଲା, ଅଜିତଙ୍କ ପରିବାରରୁ କାହାକୁ ହେଲେ ପ୍ରାର୍ଥୀ କରିବ ଦଳ। ହେଲେ କଂଗ୍ରେସର ଏହି […]
ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସାଂଘାତିକ ରୂପ ନେଲାଣି। ଗତକାଲି କରୋନା ସଂକ୍ରମିତଙ୍କ ସଂଖ୍ୟା ୪,୮୫୧ ଥିବାବେଳେ ୫ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା। ଆଜି ସଂକ୍ରମିତ ଏବଂ ମୃତ୍ୟୁ ହାର ପୁଣି ବୃଦ୍ଧି ପାଇଛି। ଆଜି ଦିନକରେ ରାଜ୍ୟରୁ ୬ହଜାର୧୬୪ ଜଣ ରୋଗୀ ବାହାରିଛନ୍ତି। ରାଜ୍ୟରେ କରୋନାରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର ମହାନଗର ନିଗମରେ ବଢ଼ିଲା ରାପିଡ଼ ରେସ୍ପନସ ଟିମ ବା RRT ସଂଖ୍ୟା। ବିଏମସିର ୬୭ଟି ଓ୍ୱାର୍ଡ […]
ଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ନେତା ପ୍ରଦୀପ୍ତ ନାୟକ ଦ୍ୱିତୀୟ ଥର ପାଇଁ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ଟୁଇଟ୍ କରି ଆଜି ସୂଚନା ଦେଇଛନ୍ତି ପ୍ରଦୀପ୍ତ । ଏହାସହ ଯେଉଁମାନେ ଗତ ୫ ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇନେବା ସହ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଦୀପ୍ତ କହିଛନ୍ତି। ପୂର୍ବରୁ […]