• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୀଳଗିରି(ବିଶ୍ୱମ୍ବର ଦାସ): ନିଷ୍ପାପ ଶିଶୁ ଉପରେ ଦାଉ ସାଜୁଛି ଦଇବ। ଶରୀର ତୁଳନାରେ ଅସ୍ୱାଭାବିକ ଭାବେ କୁନି ଝିଅର ମୁଣ୍ଡ ବଢ଼ୁଛି।  ଓଜନ ସମ୍ଭାଳି ନ ପାରି ଦିନରାତି ଯନ୍ତ୍ରଣାରେ କାନ୍ଦୁଛି ଦେଢ଼ ବର୍ଷର ଶିଶୁ। ଏତେ କମ ବୟସରୁ ତା’ଠାରୁ ଈଶ୍ୱର ଛଡ଼ାଇ ନେଇଛନ୍ତି ଶୈଶବ। ସେପଟେ ନିଜ ଛୁଆର ଯନ୍ତ୍ରଣାର କାହାଣୀ କହି କାନ୍ଦି ପକାଉଛି ମା’। ନିଷ୍ଠୁର ଭାଗ୍ୟ ମା’ ଛୁଆଙ୍କ ସହ ଖେଲୁଛି ନିର୍ଦ୍ଦୟ ଖେଳ। ଏଭଳି ଦୁଃଖଦ ସମୟରେ ଅର୍ଥ ଚିକିତ୍ସାରେ ବାଧକ ସାଜିବାରୁ ଏହି ନିଷ୍ପାପ କୁନି ଝିଅର ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି। ଚିକିତ୍ସା ପାଇଁ ବ୍ୟୟବହୁଳ ଅସ୍ତ୍ରୋପଚାର ଜରୁରୀ ବୋଲି ଡାକ୍ତରମାନେ କହିଛନ୍ତି।

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ମଛୁଆ ଗ୍ରାମର ଦେଢ଼ବର୍ଷ  ଝିଅ ସୌଭାଗ୍ୟବତୀ । ବାପା ମା’ ସିନା ବାଛି ବାଛି ନାଁ ଦେଇଥିଲେ ସୌଭାଗ୍ୟବତୀ, ହେଲେ ଏଇ ବୟସରେ ଅସହ୍ୟ ଯନ୍ତ୍ରଣା ଭୋଗୁଛି କୁନି ନିଷ୍ପାପ ଶିଶୁ। ଝିଅଟିର ମୁଣ୍ଡ ଧୀରେ ଧୀରେ ବଢ଼ୁଥିବାରୁ ସମସ୍ୟା ସୃଷ୍ଟି ହୋଇଛି।  ସବୁବେଳେ ରାହା ଧରି କାନ୍ଦୁଛି, ଶୋଉନି କି ମା’ କୋଳରୁ କୁଆଡ଼େ ଯାଉନି। ଏପଟେ ଝିଅ ସବୁବେଳେ କାନ୍ଦୁଥିବାରୁ ମା’ ବି ରାତିସାରା ଶୋଇପାରୁନି। ତାକୁ କୋଳରେ ଧରି ବସିବାକୁ ପଡ଼ୁଛି।

ଗରିବ ପରିବାର ମୂଲ ଲାଗିଲେ ଘର ଚଳୁଛି। ଦିନେ ମଜୁରୀ ନକଲେ ପୂରା ପରିବାର ଉପବାସ । ଯେତିକି ରୋଜଗାର ହେଉଛି ପେଟକୁ ଦାନା ଯିବାକୁ ନିଅଣ୍ଟ। ଏପରିସ୍ଥଳରେ ଝିଅର ଚିକିତ୍ସା ଟଙ୍କା ଆସିବ କେଉଁଠୁ ? ତଥାପି  ଝିଅର ଚିକିତ୍ସା ପାଇଁ ବାପାମା’ ଦିନ ରାତି କଠିନ ପରିଶ୍ରମ କରୁଛନ୍ତି।  ଝିଅକୁ ଭଲ କରିବାକୁ ମା ନିକଟ ପଥର ଖଦାନରେ ପଥର ପିଟୁଥୁବା ବେଳେ ବାପା ରାସ୍ତାକାମରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ପଥର ଫଟାଇ ମା’ର ହାତ ପାପୁଲି ବି ଘା ହୋଇଗଲାଣି, ତଥାପି ଅଣ୍ଟିରେ ସଂଚିହେଉନି ଅର୍ଥ।

ତେବେ ଝିଅକୁ ଭଲ କରିବା ପାଇଁ ଆଖପାଖ ବିଭିନ୍ନ ଡାକ୍ତରଖାନା ଯାଇ ମା’ବପା  ଚିକିତ୍ସା କରାଇଥିଲେ। ତଥାପି କୌଣସି ଫଳ ମିଳିପାରିନି । ବାହାର ବଡ଼ ଡାକ୍ତରଖାନାକୁ ନେବପାଇଁ ଅନେକ ଅର୍ଥ ଆବଶ୍ୟକ ଥିବାବେଳେ ଅର୍ଥ ଯୋଗାଡ଼ ହୋଇପାରିନି। ଫଳରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ଝିଅର ଏଭଳି ଅବସ୍ଥା ଦେଖି ଅଞ୍ଚଳବାସୀ ବି ବେଶ ଦୁଃଖ ପ୍ରକାଶ କରୁଛନ୍ତି । ଏନେଇ ଆମେ ନୀଳଗିରି ଉପଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇବାରୁ ସରକାରୀ ଟିମ ପଠାଇ ଆବଶ୍ୟକ ଅନୁସାରେ ସହଯୋଗ କରାଯିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଜୀବନ ଜିଇଁବା ପାଇଁ ତଥା ପେଟକୁ ଦାନା ମୁଠାଏ ଯୋଗାଇବା ପାଇଁ ଯେଉଁଠି ସଂଘର୍ଷ ଚାଲିଛି ସେଠାରେ ସୌଭାଗ୍ୟବତୀର ଭାଗ୍ୟ ବଦଳିବା ପାଇଁ ଅର୍ଥ ବାଧକ ସାଜିଛି। ତେବେ ସରକାରଙ୍କ ଠାରୁ ଆରମ୍ଭ କରି କୌଣସି  ସାହାଯ୍ୟ କରିବାକୁ ଚାହାନ୍ତି, ତେବେ ନିମ୍ନୋକ୍ତ ଠିକଣାରେ ଯୋଗାଯୋଗ କରିପାରିବେ।

ଯୋଗାଯୋଗ ଠିକଣା,

ନା ଲକ୍ଷ୍ମୀ ସିଂ

ଘର ମଛୁଆ

ଫୋନ ନମ୍ବର - ୯୬୬୮୧୫୦୦୧୧  

 

Baby-with-abnormal-head-growth-awaits-govt-aid
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories