କରୋନାଠୁ ବଡ଼ ମହାମାରୀ ବେକାରୀ ସମସ୍ୟା ରାଜ୍ୟରେ ପ୍ରିୟାପ୍ରୀତିରେ ନିଯୁକ୍ତି ଚାଲିଛି ରାଜ୍ୟକୁ ଫେରିଥିବା କେତେ ପ୍ରବାସୀଙ୍କୁ ନିଯୁକ୍ତି ମିଳିଛି?: ମୋହନ ବେକାରୀ ସମସ୍ୟା ରାଜ୍ୟରେ ସୀମା ଟପିଯାଇଛି:ନରସିଂହ ମୋହନଙ୍କ ଅଭିଯୋଗର ଜବାବ ରଖିଲେ ମନ୍ତ୍ରୀ ଭୁବନେଶ୍ୱର: କରୋନା ମହାମାରୀଠାରୁ ବଡ ମହାମାରୀ ହେଉଛି ରାଜ୍ୟର ବେକାରୀ ସମସ୍ୟା । ବେକାରୀ ପ୍ରସଙ୍ଗକୁ ନେଇ ମୁଲତବି ଆଲୋଚନା ସମୟରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏଭଳି ବିବୃତି ରଖିଛନ୍ତି । ସେ ଅଭିଯୋଗ କରିଛନ୍ତି […]
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ NH-୧୬ ଗଣ୍ଡାପାଲି ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍କୁ ଟ୍ରକ୍ ଧକ୍କା ଦେବାରୁ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ଭାଇକୁ ୧୦ ବର୍ଷ ବୟସ ହୋଇଥିବା ବେଳେ ଭଉଣୀର ବୟସ ୪ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ରମ୍ଭା ଟିକରପଡା ସାହିର ଅନ୍ତର୍ଯାମୀ ବେହେରା ଆଜି ସକାଳେ ପତ୍ନୀ, ପୁଅ ପାର୍ଥ ବେହେରା ଓ ୪ ବର୍ଷର ଝିଅ ଅଞ୍ଜନି ବେହେରାଙ୍କୁ ନେଇ ବାଇକ୍ରେ ବ୍ରହ୍ମପୁର ଯାଉଥିଲେ। […]
ଭୁବନେଶ୍ୱର: ଆସନ୍ତା ଏପ୍ରିଲରୁ ସ୍କୁଲ୍ରେ ଆଉ ରବିବାର କ୍ଲାସ୍ ହେବନି। ଏପ୍ରିଲରୁ ରିଭିଜନ କ୍ଲାସ୍ ଚାଲିବ, ହେଲେ ରବିବାର କ୍ଲାସ୍ ହେବନି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମନ୍ତ୍ରୀ ସମୀର ଦାଶ କହିଛନ୍ତି, କୋର୍ସ ଶେଷ ହୋଇ ଆସିଲାଣି। ତେଣୁ ରେଗୁଲାର କ୍ଲାସ୍ର ଆବଶ୍ୟକ ନାହିଁ। ପିଲାଙ୍କ ସଂଖ୍ୟା ମଧ୍ୟ ସ୍କୁଲ୍ରେ ଧୀରେ ଧୀରେ କମିବାକୁ ଲାଗିଲାଣି। ଏବେ ସେଲ୍ଫ ଷ୍ଟଡି ଉପରେ ପିଲାମାନେ ଗୁରୁତ୍ୱ ଦେଉଛନ୍ତି। ସୂଚନାଥାଉ କି, କିଛିଦିନ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଯୁବ କଂଗ୍ରେସ କର୍ମୀ ଓ ପୋଲିସ ଧସ୍ତାଧସ୍ତି । ଭୁବନେଶ୍ୱରରେ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ବେକାରୀ ସମସ୍ୟା, ତୈଳ ଦର ବୃଦ୍ଧି ପ୍ରତିବାଦରେ ଆକ୍ରୋଶ ସମାବେଶ କରାଯାଉଛି। ବିଧାନସଭା ଘେରାଇ ପାଇଁ ଗଲା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ବ୍ୟାରିକେଡ ଭାଙ୍ଗି ଆଗକୁ ବଢ଼ୁଥିବା କର୍ମୀଙ୍କୁ ଅଟକ ରଖିଛି ପୋଲିସ । ଆକ୍ରୋଶ ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, ରାଜ୍ୟ ଯୁବ କଂଗ୍ରେସ […]
କେମିତି ଅଛି ନଗଡ଼ା? କେତେ ବଦଳିଛି ଚେହେରା? ୫ ବର୍ଷ ପରେ ବଦଳିଛି କି ଭାଗ୍ୟ? ନଗଡ଼ା(ଅଭୟ ପତି): ବହୁ ଚର୍ଚ୍ଚିତ ଯାଜପୁରର ନଗଡ଼ା ଦିନେ ଅପପୁଷ୍ଟିର ଅଞ୍ଚଳ ଭାବେ ପରିଚୟ ପାଇଥିଲା, ହେଲେ ଏବେ ଏହାର ଚିତ୍ର ବଦଳିଛି । ଅପହଞ୍ଚ ଇଲାକାର ମାନ୍ୟତା ପାଇବାର ଘଟଣାକୁ ଆଉ କେଇଟା ଦିନ ପରେ ପାଞ୍ଚ ବର୍ଷ ପୂରିବାକୁ ଯାଇଛି। ପୁଳାପୁଳା ପ୍ରତିଶ୍ରୁତି ପରେ ବି ଏବେ ସୁଦ୍ଧା ସମସ୍ତଙ୍କ ପାଖରେ ପହଞ୍ଚି ପାରିନି ମୌଳିକ ସୁବିଧା […]
ଟ୍ରେନ ଧକ୍କାରେ ଆଉ ଜୀବନ ହାରିବେନି ହାତୀ ତିଆରି ହେଲା ସ୍ୱତନ୍ତ୍ର ଡିଭାଇସ ଦୁର୍ଘଟଣା ପୂର୍ବରୁ ରେଳ ବିଭାଗକୁ ଦେବ ସୂଚନା ହାତୀ ଘଉଡାଇବାକୁ ରହିଛି ବଜର୍ ବ୍ୟବସ୍ଥା ୩ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଛି ଡିଭାଇସ୍ ଡିଭାଇସକୁ କେନ୍ଦ୍ର ସରକାରଙ୍କ ପେଟେଣ୍ଟ ମାନ୍ୟତା ଖୋର୍ଦ୍ଧା(ବଳରାମ ଲେଙ୍କା): ଟ୍ରେନ ଧକ୍କାରୁ ହାତୀଙ୍କୁ ରକ୍ଷା କରିବ ସ୍ୱତନ୍ତ୍ର ଡିଭାଇସ । ରେଳ ଧାରଣାରେ ଦୁର୍ଘଟଣା ପୂର୍ବରୁ ହାତୀଙ୍କ ବାବଦରେ ସୂଚନା ଦେବା ସହ ହାତୀଙ୍କୁ ଘଉଡାଇବାକୁ ଡିଭାଇସରେ […]
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡକୁ ନେଇ ଭଞ୍ଜ ସେନା ଜଙ୍ଗଲ ବିଭାଗର ଅବହେଳା ଓ ସରକାରଙ୍କୁ ଦାୟୀ କରିଛି। ଭଞ୍ଜ ସେନା ପକ୍ଷରୁ ଆଜି ୯ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ଣ ୩ଟା ଯାଏ ଚାଲିବ। ଭଞ୍ଜ ସେନାର କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି। ବାଇକ୍ ରାଲି କରି ବନ୍ଦକୁ ସମର୍ଥନ ଜଣାଇବା ପାଇଁ ଭଞ୍ଜ ସେନାର […]
ଭୁବନେଶ୍ୱର: ଗୋଟିଏ ପଟେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିଥିବା ବେଳେ ରାଜ୍ୟରେ ଜଣେ ଡବଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ୨୨୦ ସାମ୍ପଲରୁ ଗୋଟିଏ ଡବଲ ମ୍ୟୁଟାଣ୍ଟ ମିଳିଛି। ତେବେ ଭଲ କଥା ହେଲା ସେ ସଂପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି, ଆଉ କାହାକୁ ସଂକ୍ରମିତ କରିନାହାନ୍ତି । ଏବେ ରାଜ୍ୟରେ ଆଉ କିଛି ମ୍ୟୁଟାଣ୍ଟ ମିଳିଛି, ଯାହାକୁ N440K କୁହାଯାଉଛି । ଓଡ଼ିଶାରୁ ୩ଟି N440K ମ୍ୟୁଟାଣ୍ଟ ଚିହ୍ନଟ […]
ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରୀ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳିଥାନ୍ତି ଭକ୍ତ। ତେବେ ଚଳିତ ବର୍ଷ ଜାଗର ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ମନ୍ଦିର ପରିସର ଓ ବାହାରେ ଶ୍ରଦ୍ଧାଳୁଙ୍କ ଗହଳିକୁ ବାରଣ କରାଯିବା ସହ ମେଳାକୁ ମନା କରାଯାଇଛି। ନିୟମ ଉଲ୍ଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ, ପ୍ରଭୁ ଲିଙ୍ଗରାଜଙ୍କ ଜାଗର ପାଳନ ପାଇଁ ପ୍ରଶାସନ ପକ୍ଷରୁ […]
ଭୁବନେଶ୍ୱର: ଓଡ଼ିଶା ସ୍ଥିତି ଠିକ୍ ଅଛି। ରାଜ୍ୟରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ନେଇ ILS ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଡିସେମ୍ବରରେ ୩ ୟୁକେ ଫେରନ୍ତାଙ୍କ ଠାରେ ଏହି ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୩ ୟୁକେ ଷ୍ଟ୍ରେନ ଆକ୍ରାନ୍ତ ଭାଇରସକୁ ମାତ ଦେଇ ସୁସ୍ଥ ହୋଇ ସାରିଛନ୍ତି । ସେମାନେ ଆରୋଗ୍ୟ ହେବାସହ କାହାକୁ ସଂକ୍ରମିତ କରି ନଥିବା ସୂଚନା ମିଳିଛି। ”#ଓଡ଼ିଶାର_ସ୍ଥିତି_ଠିକ୍_ଅଛି’ ରାଜ୍ୟରେ ୩ ୟୁକେ ଷ୍ଟ୍ରେନ୍ […]
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କରୋନା ଭାଇରସକୁ ରୋକିବ ଡିଭାଇସ ସେଫ୍ଟି କ୍ୟାପ । ଏହାକୁ ତିଆରି କରିଛନ୍ତି ବିଟେକ ପ୍ରଥମ ବର୍ଷ ଛାତ୍ର ଅଂଶୁମାନ ମିଶ୍ର । ଅଂଶୁମାନଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜ ସୁନାଖଳାରେ । ମାତ୍ର ୨୦୦ ଟଙ୍କାରେ ଏହି କ୍ୟାପ ପ୍ରସ୍ତୁତ ହୋଇପାରିଛି ଏବଂ ଏହା କରୋନା ଭାଇରସ ବ୍ୟାପିବାକୁ ରୋକି ପାରିବ ବୋଲି ଦାବି କରିଛନ୍ତି ଅଂଶୁମାନ । କ୍ୟାପ ମଣିଷର ମୁଁହ ପାଖକୁ ଆସୁଥିବା ବସ୍ତୁରେ ଭାଇରସ ଥିଲେ […]
ଢେଙ୍କାନାଳର ଗଳିକନ୍ଦିରେ ମିଳୁଛି ଧଳା ଜହର ବେଧଡକ ଚାଲିଛି ନିଶା କାରବାର କଲେଜ ଛାତ୍ରଙ୍କୁ ଟାର୍ଗେଟ କରୁଛନ୍ତି ବେପାରୀ ଢେଙ୍କାନାଳ( ରାଜଶ୍ରୀ ଶତପଥୀ): ହାତପାହାନ୍ତାରେ ମିଳୁଛି ବ୍ରାଉନସୁଗାର । ଗଳି କନ୍ଦିରେ ଚାଲିଛି ବେପାର । ଢେଙ୍କାନାଳରେ ଧଳା ଜହର କବଳରେ ପଡିଗଲେଣି ଯୁବପୀଢି । ବିଭିନ୍ନ ପରିତ୍ୟକ୍ତ ଘରେ ବେଧଡକ ବ୍ରାଉନସୁଗାର ମିଳୁଛି । ବଡ କଥା ହେଉଛି ପୋଲିସ ବାରମ୍ବାର ରେଡ୍ କରି ବ୍ରାଉନସୁଗାର ଜବତ କରୁଥିଲେ ମଧ୍ୟ ଲଗାମ ଲାଗିପାରୁନି ନିଶା କାରବାର […]
ପାର୍କରେ ବୁଲାବୁଲି ସହ ପାଠପଢ଼ା ପୁସ୍ତକ ପ୍ରତି ଆକୃଷ୍ଟ କରିବା ପାଇଁ ଉଦ୍ୟମ ସମୟର ସଦୁପଯୋଗ ପାଇଁ ବିଡିଏ ପକ୍ଷରୁ ନିଆରା ପ୍ରୟାସ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଖୋଲାଯାଇଛି ଟ୍ରି ଲାଇବ୍ରେରୀ ବିଡିଏ, ବକୁଳ ଫାଉଣ୍ଡେସନର ମିଳିତ ସହଯୋଗରେ ଚାଲିଛି ଲାଇବ୍ରେରୀ ଭୁବନେଶ୍ୱର: ବହିପଢ଼ିବା ଭୁଲିସାରିଛନ୍ତି ଯୁବପୀଢ଼ି। ମୋବାଇଲ୍ ନିଶାରେ ବର୍ଗ ଘଣ୍ଟା ଘଣ୍ଟା ସମୟ ବିତିଯାଉଛି, କିନ୍ତୁ ଜଣାପଡ଼ୁନି । ଏଭଳି ସ୍ଥିତିରେ ସମୟର ସଦୁପଯୋଗ ଏବଂ ବହି ପ୍ରତି ଯୁବ ବର୍ଗଙ୍କୁ ଆକୃଷ୍ଟ […]
କଳାହାଣ୍ଡି(ରାଜକୁମାର ସିଂଦେଓ): ଏକତରଫା ପ୍ରେମକୁ ନେଇ ଜଣେ ପ୍ରେମିକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଧାରୁଆ ଅସ୍ତ୍ରରେ ପ୍ରେମିକ, ପ୍ରେମିକାଙ୍କ ବେକ କାଟି ଦେଇଥିବା ଅଭିଯୋଗ ହୋଇଛି। ତେବେ ଝିଅକୁ ବଞ୍ଚାଇବାକୁ ଯାଇ ଯୁବତୀଙ୍କ ମା’ଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କର୍ଲାଖୁଣ୍ଟା ଗାଁରେ ଏହି ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ସିନ୍ଧୁ ବାଗ ବୋଲି ଜଣାପଡ଼ିଛି। ଆକ୍ରମଣ କରିଥିବା ଯୁବକ ହେଲେ କର୍ଲାଖୁଣ୍ଟା ଗାଁର ତିଲକ ନାଏକ। ସୂଚନା ଅନୁସାରେ, ଆଜି […]
ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳିପୋଡ଼ି ଛାର୍ଖାର ହୋଇଯାଉଛି ସାରା ଓଡ଼ିଶାର ଜଙ୍ଗଲ। ଭୟଙ୍କର ଅବସ୍ଥା। ଅସମ୍ଭାଳ ହୋଇପଡ଼ିଲାଣି ସ୍ଥିତି। ଏମୁଣ୍ଡରୁ ସେମୁଣ୍ଡ ଯୁଆଡ଼େ ଚାହିଁବେ ଖାଲି ନିଆଁ ଆଉ ନିଆଁ। ନିଆଁ ଆଉ ଧୂଆଁରେ ଆକ୍ତାମାକ୍ତା ଜୀବଜନ୍ତୁ, ଉଜୁଡ଼ି ଯାଉଛି ସବୁଜିମା। ଜଙ୍ଗଲ ନିଆଁକୁ ରୋକିବାକୁ ସମ୍ବଲପୁର ଡିଏଫ୍ଓ ପଦକ୍ଷେପ ଗ୍ରହଣ କରିଛନ୍ତି। ନିଆଁ ଲଗାଉଥିବା ଲୋକଙ୍କୁ ତୁରନ୍ତ ଗିରଫ କରାଯିବ। ଏହାସହ ଯେଉଁମାନେ ନିଆଁ ଲଗାଉଥିବା ଲୋକଙ୍କ ସୂଚନା ଦେବେ ସେମାନଙ୍କୁ ୫ ହଜାର ଟଙ୍କା […]
ଭଦ୍ରକ ଚାନ୍ଦବାଲି ଭାଟପଡାରୁ ଆସିଛି ସଂଗୀନ ଅଭିଯୋଗ ମାସକରେ ୪ ଥର ଇଲେକ୍ଟ୍ରିକ ବିଲ୍ ବିଲ୍ କରି ଲୁଟ୍ ହେଉଛି ସରକାରୀ ମାଲ୍ ଭଦ୍ରକ(ବାସୁଦେବ ଦାସ) : ଗୋଟିଏ ମାଟି ହାଣ୍ଡିର ଦାମ୍୨୪ ଶହ ଟଙ୍କା, ଜଗ୍ର ଦାମ ୬ଶହ । ମାସକରେ ୪ ଥର ଦିଆଯାଇଛି ଇଲେକ୍ଟ୍ରିକ ବିଲ୍ । ସରକାରୀ ଅନୁଦାନରେ କମ୍ୟୁନିଟି ସେଣ୍ଟରଠୁ ଆରମ୍ଭ କରି ଖେଳ ପଡ଼ିଆ, କେତେ କଣ ନିର୍ମାଣ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି । ହେଲେ ପ୍ରକୃତରେ କିଛି […]
ଭୁବନେଶ୍ୱର: ତାଳଚେର ଥର୍ମାଲ୍ ପାଓ୍ୱାର୍ ଷ୍ଟେସନ ବା TTPS ସଂପ୍ରସାରଣ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍.କେ. ସିଂହଙ୍କୁ ଚିଠି ଲେଖି TTPS ଷ୍ଟେଜ୍ ଥ୍ରୀ ପ୍ରକଳ୍ପ ସଂପ୍ରସାରଣ କାର୍ଯ୍ୟ ନେଇ ଚିନ୍ତା ପ୍ରକଟ କରିଛନ୍ତି ନବୀନ । TTPSକୁ ବନ୍ଦ ନ କରି ଏହାର ‘ଷ୍ଟେଜ୍-୩ ପ୍ରକଳ୍ପ’କୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି, ଗତବର୍ଷ ଫେବୃଆରୀରେ ରାଜ୍ୟ […]
ଭୁବନେଶ୍ୱର: ବିଧାନସଭାରେ ଉଠିଲା ବ୍ୟୋମକେଶଙ୍କ ଭାଇରାଲ ଅଡ଼ିଓ ପ୍ରସଙ୍ଗ । ବ୍ୟମୋକେଶଙ୍କ ଅଡ଼ିଓ ଭାଇରଲକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ଓ ଚାନ୍ଦବାଲି ବ୍ୟମୋକେଶ । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେ କହିଛନ୍ତି, ବ୍ୟୋମକେଶଙ୍କ ଏହି ଭାଇରାଲ ଅଡିଓରୁ ଜଣାପଡୁଛି କେମିତି ଚାଲିଛି ରାଜ୍ୟରେ ଶାସନ ? ଶାସକ ଦଳର ନେତାମାନେ ଖୋଲାଖୋଲି ଭାବେ ପୋଲିସକୁ ଧମକାଉଛନ୍ତି […]
ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଘର ଭିତରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଶିବାଲ୍ ଡିଲେଶ୍ୱରୀ(୨୧) ଓ ଟାଲୁରୁ ଶ୍ରୀନୁ(୨୮)। ଆରିବା ଗାଁର ଏକ ବନ୍ଦ ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିବାଲ୍ ଓ ଟାଲୁରୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଶିବାଲ୍ ଓ ଟାଲୁରୁଙ୍କ ମଧ୍ୟରେ ଦୀର୍ଘଦିନ ହେବ ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଉଛି। ଶିବାଲଙ୍କ ପରିବାର ଲୋକେ ଅନ୍ୟ ପୁଅ […]
ସମ୍ବଲପୁର (ସଞ୍ଜୟ ଜେନା): ପୁଣି ହାତୀ-ମଣିଷ ଲଢ଼େଇରେ ବଳି ପଡ଼ିଛି ମଣିଷ । ହାତୀ ଆକ୍ରମଣରେ ଯାଇଛି ଦୁଇ ଶ୍ରମିକଙ୍କ ଜୀବନ । ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଧମା ଥାନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ଶୋଇଥିବା ଅବସ୍ଥାରେ ହାତୀ ଦଳି ଦେବାରୁୁ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଧମା ଥାନା ବଲାରଙ୍ଗା କୁଡେରନିଶା ଗାଁରେ ଜୟଲାଲ ର୍ମିଦ୍ଧା ଓ ତେଲେଙ୍ଗା ଓରାମ ବିଶ୍ରାମ ନେବା ସମୟରେ ହଠାତ୍ […]
ଭୁବନେଶ୍ୱର: ରାଜ୍ୟର ୯ଟି ଜିଲ୍ଲାରେ କୁହୁଡ଼ି ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ୯ ଜିଲ୍ଲା ହେଲା- ଭଦ୍ରକ, ଯାଜପୁର, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼ ଓ କେନ୍ଦ୍ରାପଡ଼ା। ଆଜି ରାତିଠୁ କାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ଏହିସବୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି। ଆଜି ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ଅନ୍ୟ କିଛି ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା। ଘର ବାହାରେ ଫୁଲ ତୋଳୁଥିବା ବେଳେ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରି ସୁନା ଚେନ୍ ଲୁଟ୍ ନେଇଛନ୍ତି ଲୁଟେରା। ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଅଞ୍ଚଳରେ ଏହି ଘଟଣା ଘଟିଛି। ଲୁଟ୍ର ଶିକାର ହୋଇଥିବା ମହିଳାଙ୍କ ନାଁ ଅନୁସୟା ବେହେରା। ସୂଚନା ଅନୁସାରେ, ଆଜି ସକାଳେ ଅନୁସୟା ଘର ବାହାରେ ଥିବା ଗଛରୁ ଫୁଲ ତୋଳୁଥିଲେ। ଏହି ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି […]
ଭୁବନେଶ୍ୱର: ଭୁବନେଶ୍ୱର ଆଇଆର୍ସି ଭିଲେଜ ସ୍ଥିତ ଭିଆଇପି କଲୋନୀରେ ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଭ୍ୟାନ୍ ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ କମିଶନରେଟ୍ ପୋଲିସ୍ ଆଜି ୫ ଜଣଙ୍କୁ ଗିରଫ କରିଛି। ସିସିଟିଭି ଫୁଟେଜ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ନେଇ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ପିସିଆର୍ ଭ୍ୟାନ୍ ଭଙ୍ଗାରୁଜା ଓ ୨ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଜଣ […]
ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଣସୁଧା ଗାଁରେ ପୋଲିସ୍ ଗାଡ଼ି ପୋଡ଼ି ଘଟଣାରେ ୧୩ ଜଣଙ୍କୁ ଅଟକ ରଖାଯାଇଛି। ଗତକାଲି ବିଳମ୍ବିତ ରାତିରେ ଘରେ ପଶି ପୋଲିସ୍ ୧୩ ଜଣଙ୍କୁ ଉଠାଇ ନେଇଛି। ଗତକାଲି ପଣସୁଧା ଗାଁରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଘଟଣାର ସମାଧାନ ପାଇଁ ଗାଁରେ ପହଞ୍ଚିଥିବା ପୋଲିସ୍ ଗାଡ଼ିକୁ ପୋଡ଼ି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ। ଏହି ଘଟଣାରେ ପୋଲିସ୍ ୧୩ ଜଣଙ୍କୁ ଅଟକ ରଖିଛି। ସୂଚନା ଅନୁସାରେ, ଅଷ୍ଟପ୍ରହରୀ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ଯୋଗୁ ଗଞ୍ଜାମ ଜିଲ୍ଲା ଅଗସ୍ତି ନୂଆଗାଁ ସରପଞ୍ଚ ପି.ସିମାଦ୍ରୀଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୭ ପଞ୍ଚାୟତ ନିର୍ବାଚନରେ ପି.ସିମାଦ୍ରୀ ବିଜୟୀ ହୋଇଥିଲେ। କିନ୍ତୁ ତାଙ୍କ ବିରୋଧରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନିବାସୀ ଗୌଡ଼ ସେହି ସମୟରେ ଛତ୍ରପୁର ସିଭିଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ନିବାସୀ ଗୌଡ଼ ତାଙ୍କ ପିଟିସନ୍ରେ ଉଲ୍ଲେଖ କରିଥିଲ, ପି.ସିମାଦ୍ରୀ ଓଡ଼ିଆ ପଢି ନାହାନ୍ତି। ଏପରିକି […]