• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bank
ଆଜିଠୁ ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ : ୧୫ ଓ ୧୬ ତାରିଖ ୨ ଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ ଆଜି ସେକେଣ୍ଡ ସଟର ଡେ, ଆସନ୍ତାକାଲି ରବିବାର ଛୁଟି ୧୫ ଓ ୧୬ ତାରିଖ ୨ ଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ। ଆଜି ସେକେଣ୍ଡ ସଟର ଡେ ଛୁଟି ହୋଇଥିବା ବେଳେ ଆସନ୍ତାକାଲି ରବିବାର ଆଉ ତାପରଦିନ ଅର୍ଥାତ ମାର୍ଚ୍ଚ ୧୫ ଓ ୧୬ ତାରିଖ ୨ଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ । ଫଳରେ ମାର୍ଚ୍ଚ ୧୩ ରୁ […]

  • Tuesday, 13 July 2021
kendrapara
ବନ୍ୟାର ୭ ମାସ ପରେ ବି ମୁକୁଳା ପଡ଼ିଛି ଘାଇ : କେନ୍ଦ୍ରାପଡ଼ା ଆଳି ଧୋୟା ଅଞ୍ଚଳର ନାହଁନଥିବା ସମସ୍ୟା ଭୋଗୁଛନ୍ତି ଲୋକେ

 ମୁକୁଳା ପଡ଼ିଛି ଘାଇ ବାଲି ବସ୍ତା ପକାଯାଇ କରାଯାଇଛି ଅସ୍ଥାୟୀ ମରାମତି ଯାତାୟାତରେ ନାନା ଅସୁବିଧା ଭୋଗୁଛନ୍ତି ଲୋକେ କେନ୍ଦ୍ରାପଡ଼ା ଆଳି ଧୋୟା ଅଞ୍ଚଳର ସମସ୍ୟା ଆଳି(ବନମାଳି ସାହୁ) : ବନ୍ୟାର ୭ ମାସ ପରେ ବି ମୁକୁଳା ପଡ଼ିଛି ଘାଇ। କେବଳ ବାଲି ବସ୍ତା ପକାଇ ଅସ୍ଥାୟୀ ଭାବେ ମରାମତି କରାଯାଇଛି  ନଦୀବନ୍ଧ । ଯାହା ଫଳରେ କେନ୍ଦ୍ରାପଡ଼ା ଆଳିର ଲୋକେ ଯାତାୟାତ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ମୁକୁଳା ପଡ଼ିଛି […]

  • Tuesday, 13 July 2021
mla
ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବିଜେପି ବିଧାୟକ

ଭୁବନେଶ୍ୱର: ଗୃହରେ ସାନିଟାଇଜର ପିଇ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ । ମଣ୍ଡି ସମସ୍ୟା ନେଇ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ସାନିଟାଇଜର ପିଇବା ସମୟରେ ଛଡ଼ାଇ ନେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ  ଗୃହରେ ଉପସ୍ଥିତ ଥିବା ଅନ୍ୟ ସଦସ୍ୟ। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖୁଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଧାୟକ। ଆଜି ଆରମ୍ଭରୁ ବିଧାନସଭାରେ ଧାନକିଣାକୁ […]

  • Tuesday, 13 July 2021
assembly odisha
ବିଧାନସଭାରେ ମଣ୍ଡି ତାତି : ‍ବିରୋଧୀଙ୍କ ହୋହାଲ୍ଲା ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର : ବିଧାନସଭାରେ ମଣ୍ଡି ତାତି । ମଣ୍ଡିରୁ ଚାଷୀଙ୍କ ସବୁ ଧାନ ଉଠାଇବା ଦାବିରେ ଗୃହରେ କଂଗ୍ରେସ ଓ ବିଜେପିର ହଟଗୋଳଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଛି।  ପ୍ରଥମେ ପ୍ରଶ୍ନକାଳରେ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି ରଖାଯାଇଥିଲା । ହେଲେ ପରେ ବି ଗୃହ ସ୍ୱାଭାବିକ ନହେବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବି ରଖିଛନ୍ତି ବାଚସ୍ପତି । ତାସହ ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ ବିବୃତି ଦେବାକୁ […]

  • Tuesday, 13 July 2021
malkangiri
ମଣ୍ଡି ଦୁର୍ନୀତି; ନକଲି ଚାଷୀଙ୍କ ଠାରୁ ଧାନ କିଣି ନିଲମ୍ବିତ ହେଲେ କାଲିମେଳା ଲ୍ୟାମ୍ପ୍ସ ଏମଡି

ମାଲିକାନଗିରି (ଜିତେନ୍ଦ୍ର ବେଉରା) : ମାଲିକାନଗିରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ବେଆଇନ କାର୍ଯ୍ୟକୁ ନେଇ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ମଣ୍ଡିରେ ଚାଲିଥିବା ଦଲାଲରାଜକୁ ଦମନ କରି  କାଲିମେଳା ଲ୍ୟାମ୍ପ୍ସର ଏମଡି ସରୋଜ ସୁନ୍ଦର ରାୟଙ୍କୁ ନିଲମ୍ବନ କରାଯାଇଛି । ମଣ୍ଡିରେ ବେଆଇନ କାର୍ଯ୍ୟ କରାଯିବା ସହ ନକଲି ଚାଷୀଙ୍କ ଧାନ କିଣାଯିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । କାଲିମେଳା ବ୍ଲକର ବିଭିନ୍ନ ବ୍ଲକରେ ଜାଲ୍ କାଗଜପତ୍ର ଜରିଆରେ ନକଲି ଚାଷୀଙ୍କ ଧାନ କିଣାଯାଉଥିବା ଅଭିଯୋଗ ହୋଇଥିଲା […]

  • Tuesday, 13 July 2021
sex-racket-busted
ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍‌; ୪ ମହିଳା ଉଦ୍ଧାର, ୨ ବ୍ୟକ୍ତି ଗିରଫ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ସହରାଞ୍ଚଳ ଥାନା ଡଗମୁଣ୍ଡ ସ୍ଥିତ ଏକ ଭଡ଼ା ଘରୁ ସେକ୍ସ ରାକେଟ ଠାବ ହୋଇଛି। ଏଥିରେ ସମ୍ପୃକ୍ତ ୪ ଜଣ ମହିଳାଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଗତ ୧୫ ଦିନ ହେବ ଏହିକ ଭଡ଼ା ଘରେ କିଛି ମହିଳା ରହୁଥିଲେ। ବହୁ ସମୟରେ ଏଠାକୁ ପୁରୁଷ ଆସୁଥିବାରୁ ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ଏ ନେଇ […]

  • Tuesday, 13 July 2021
elephant death
କର୍ଲାପାଟ ଅଭୟାରଣ୍ୟରେ ଥମୁନି ହାତୀ ମଡ଼କ, ପୁଣି ଏକ ହାତୀର ମୃତଦେହ ଉଦ୍ଧାର

କଳାହାଣ୍ଡି(ରାଜକୁମାର ସିଂଦେଓ): କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଥମିବାର ନାଁ ନେଉନି। ଅଭୟାରଣ୍ୟରେ କେନ୍ଦ୍ରୀୟ ଟିମ୍ ହାତୀ ମୃତ୍ୟୁର ଅନୁଧ୍ୟାନ କରିଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଏକ ହାତୀ ମୃତ୍ୟୁର ଖବର। ଅଭୟାରଣ୍ୟରୁ ପୁଣି ଏକ ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଅନ୍ୟପକ୍ଷେ, ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କରି କେନ୍ଦ୍ରୀୟ ଟିମ୍ ଫେରିଛନ୍ତି। ସବୁ ହାତୀର […]

  • Tuesday, 13 July 2021
Swami Jivanmuktananda Puri
ପୁଣି ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ମିଳିଲା ହତ୍ୟା ଧମକ

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଜଳେଶପଟା କନ୍ୟାଶ୍ରମର ପରିଚାଳକ ସ୍ୱାମୀ ଜୀବନମୁକ୍ତାନନ୍ଦ ପୁରୀଙ୍କୁ ପୁଣିଥରେ ହତ୍ୟା ଧମକ ମିଳିଛି। କେହି ଜଣେ ଦୁର୍ବୃତ୍ତ ଫୋନ୍‌ କରି ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଛନ୍ତି। ଏହାସହ କନ୍ୟାଶ୍ରମ ଉଡ଼ାଇଦେବା ଲାଗି ମଧ୍ୟ ଦୁର୍ବୃତ୍ତ ଜଣକ ଧମକ ଦେଇଛନ୍ତି। ଆଜି ସକାଳ ୯ଟାରେ ଏହି ଧମକପୂର୍ଣ୍ଣ ଫୋନ୍‌କଲ୍‌ ଆସିଥିଲା। ସ୍ୱାମୀ ଜୀବନମୁକ୍ତାନନ୍ଦଙ୍କୁ ହତ୍ୟା ଧମକର ଏହା ହେଉଛି ଦ୍ୱିତୀୟ ଘଟଣା। ଗତକାଲି ମଧ୍ୟ କେହି […]

  • Tuesday, 13 July 2021
cuttack
କଟକରେ କୋମାରେ ପରିମଳ ବ୍ୟବସ୍ଥା : ବିନା ଟେଣ୍ଡରରେ ଚାଲିଛି ‌ଆବର୍ଜନା ଉଠା ପ୍ରକ୍ରିୟା

କଟକର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ବିନା ଟେଣ୍ଡରରେ ଚାଲିଛି ‌ଆବର୍ଜନା ଉଠା ପ୍ରକ୍ରିୟା କୋଟି କୋଟି ଟଙ୍କା ହଡ଼ପ ଅଭିଯୋଗ ଅବ୍ୟବସ୍ଥାର ପରିଣାମ ଭୋଗୁଛନ୍ତି ସହରବାସୀ କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ)  : କଟକରେ କୋମାରେ ପଡ଼ିଛି ପରିମଳ ବ୍ୟବସ୍ଥା ବିନା ଟେଣ୍ଡରରେ ଠିକାରେ ଚାଲିଛି ଆବର୍ଜନା ଉଠା ପ୍ରକ୍ରିୟା । ଏପରିକି ବିନା ଟେଣ୍ଡରରେ କୋଟି କୋଟି ଟଙ୍କା ହଡ଼ପ ମଧ୍ୟ ହୋଇଥିବା ଅଭିଯୋଗ ଆସିଛି । କିନ୍ତୁ ସିଏମସି ପାଖରେ ଖବର ନାହିଁ । ଅନ୍ୟପଟେ କଟକରେ […]

  • Tuesday, 13 July 2021
marriage
”ବାପା ଘରକୁ ଯିବାକୁ ଦିଅ, ନହେଲେ ଆତ୍ମହତ୍ୟା କରିବି’

ନୀଳଗିରି (ବିଶ୍ୱମ୍ବର ଦାସ): ବାହାଘରର ୪ ଦିନ ପରେ ଜିଦରେ ଅଟଳ ବୋହୂକୁ ବାପଘରକୁ ଛାଡିଲେ ଶ୍ୱଶୁର ଘର ଲୋକେ । ଶ୍ୱଶୁର ଘର ଛାଡ଼ିବାକୁ ଯିଦ୍ ଧରିଥିବା ବୋହୂକୁ ଶେଷରେ ଆପୋଷ ବୁଝାମଣା ପରେ ଛାଡିଛନ୍ତି ଶ୍ୱଶୁର ଘର ଲୋକେ। ଏପରି ଅଭାବନୀୟ ଘଟଣା ଘଟିଥିଲା ବାଲେଶ୍ୱର ନୀଳଗିରି ମାଧପୁର ଅଞ୍ଚଳରେ । ଅଭିଯୋଗ ଅନୁସାରେ, ବିବାହର ୪ ଦିନ ପରେ ବୋହୂ ଶ୍ୱଶୁର ଘରେ ରହିବାକୁ ମନା କରିଥିଲା । ବାପଘରକୁ ନଗଲେ ବୋହୂ […]

  • Tuesday, 13 July 2021
similipal forest fire
ଜଙ୍ଗଲରେ ନିଆଁ ଲଗାଉଥିଲେ, ବନ ବିଭାଗ ହାତରେ ଧରାପଡ଼ିଲେ

ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ ଦୁଧିଆଣି ରେଂଜ ଗୁଡ଼ିଡିହା ଜଙ୍ଗଲରୁ ଗିରଫ କଲା ବନ ବିଭାଗ ୪୧୫ ଫୁଟର ଫାସ ଜବତ କଲା ବନବିଭାଗ ଠେକୁଆ ଶିକାର ଲାଗି କରୁଥିଲା ଫାସର ବ୍ୟବହାର କରଞ୍ଜିଆ: ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଆଉ ଜଣେ ଶିକାରୀ ଗିରଫ ହୋଇଛି। ଦୁଧିଆଣି ରେଂଜ ଗୁଡ଼ିଡିହା ଜଙ୍ଗଲରେ ନିଆଁ ଲଗାଇ ଶିକାର କରୁଥିବା ବେଳେ ଶିକାରୀକୁ ଗିରଫ କରିଛି ବନ ବିଭାଗ ।  ଗିରଫ ଶିକାରୀ ହେଲେ ଖଡ଼କୁଦ ଗାଁର […]

ambulance-accident
କଣ୍ଟେନରକୁ ଧକ୍କା ଦେଲା ଆମ୍ବୁଲାନ୍ସ; ରୋଗୀଙ୍କ ସମେତ ୩ ମୃତ

କଟକ: କଟକ ଟାଙ୍ଗୀର ବନ୍ଦାଳୋ ଟୋଲ୍‌ଗେଟ୍ ନିକଟରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ରୋଗୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଦୁଇ ଜଣ ମହିଳା ଅଛନ୍ତି। ରାସ୍ତାରେ ଛିଡ଼ା ହୋଇଥିବା କଣ୍ଟେନରକୁ ଆମ୍ବୁଲାନ୍ସ ପଛପଟୁ ଧକ୍କା ଫଳରେ ଏହି ଦୁର୍ଘଟଣା ଘଟିଛି। ପଶ୍ଚିମବଙ୍ଗରୁ ରୋଗୀଙ୍କୁ ନେଇ ଆସୁଥିବା ବେଳେ ବନ୍ଦାଳୋ ଟୋଲ୍‌ଗେଟ୍ ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା କଣ୍ଟେନରକୁ […]

  • Tuesday, 13 July 2021
danda jatra
୨ଶହ ଲୋକଙ୍କୁ ଦଣ୍ଡନାଚ ପାଇଁ ଅନୁମତି, ଅଧିକ ହେଲେ ଦାୟୀ ରହିବେ ଆୟୋଜକ

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ କଟକଣା ୨ଶହ ଲୋକଙ୍କୁ ଦଣ୍ଡନାଚ ପାଇଁ ଅନୁମତି ସଂଖ୍ୟା ଅଧିକ ହେଲେ ଆୟୋଜକ ଦାୟୀ  କୌଣସି ଭୋଜିଭାତ କିମ୍ବା ପ୍ରସାଦସେବନ କାର୍ଯ୍ୟକ୍ରମକୁ ବାରଣ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦୌ ହୋଇପାରିବ ନାହିଁ ଦଣ୍ଡନାଚ ପାଇଁ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଅନୁମତି ବାଧ୍ୟତାମୂଳକ ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କଟକଣାକୁ ନେଇ ଅସନ୍ତୋଷ । କରୋନା କଟକଣା ଯୋଗୁ ଚଳିତବର୍ଷ କେବଳ ଦଣ୍ଡନାଚ ମାନସିକଧାରୀଙ୍କ […]

  • Tuesday, 13 July 2021
cloudy
ଆସନ୍ତା ୨୪ ଘଣ୍ଟାରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପ୍ ଝିପ୍ ବର୍ଷା ହେବାସହ ପାଗ କୋହଲା ରହିଛି। ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ସାଇକ୍ଲୋନିକ୍‌‌ ସର୍କୁଲେସନ୍‌ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ମେଘୁଆ ପାଗ ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର […]

  • Tuesday, 13 July 2021
src
ଜାଗର ଯାତ୍ରାରେ ମେଳା ଓ ଗହଳିକୁ ବାରଣ : କଡ଼ା କଟକଣା ଜାରି କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର

ଜାଗର ପାଇଁ କଟକଣା ଜାରି କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ମନ୍ଦିର ପରିସରରେ ଓ ବାହାରେ ଗହଳି ନ କରିବାକୁ ନିର୍ଦ୍ଦେଶ ମେଳା ବସିବା ଉପରେ ମଧ୍ୟ କଟକଣା ଜାରି କଲେ SRC ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଭୁବନେଶ୍ୱର: ଜାଗର ଯାତ୍ରା ପାଇଁ କଡ଼ା କଟକଣା।  ମହାମାରୀର ବଢ଼ୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ମେଳା ଓ ଗହଳିକୁ ମନା କରାଯାଇଛି। ସେହପରି ଯାତ୍ରା ସମୟରେ ମନ୍ଦିର ପରିସରରେ ଓ ବାହାରେ ଗହଳି ନକରିବାକୁ […]

  • Tuesday, 13 July 2021
murder
କମେଣ୍ଟ ମରାକୁ ନେଇ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

କାମାକ୍ଷାନଗର(ବିଦ୍ୟାଧର ବରାଳ): କମେଣ୍ଟ ମରାକୁ କେନ୍ଦ୍ର କରି ଗାଁ ଦାଣ୍ଡରେ ହତ୍ୟା। ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାସୋଡ଼ା ଗାଁରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଛି। ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ବାଇ। ଗୁରୁତର ଜଣଙ୍କ ହେଲେ ତାଙ୍କ ପୁଅ ମୋହନ ବାଇ। ଅଭିଯୋଗ ଅନୁଯାୟୀ, ମୋହନ ବାଇଙ୍କ ଝିଅ ପ୍ରତିଦିନ କଲେଜ ଯିବାବେଳେ ଗାଁର କିଛି ଯୁବକ ତାଙ୍କୁ କମେଣ୍ଟ ମାରୁଥିଲେ। […]

  • Tuesday, 13 July 2021
unique marriage
ଇଶାରା ଇଶାରାରେ ମନ ଦିଆନିଆ : ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଦିବ୍ୟାଙ୍ଗ

ବାଲୁଗାଁ( ଶକ୍ତିପ୍ରସାଦ ମହାପାତ୍ର) : ପ୍ରେମରେ ବାଧକ ସାଜିପାରିଲାନି ଅକ୍ଷମତା । କଥା ନୁହେଁ ଇଶାରା ଇଶାରାରେ ପ୍ରେମ ହେଲା। ସତରେ ପ୍ରେମ ପାଇଁ ଦରକାର ପଡ଼େନି ଭାଷା। ଉଭୟେ ଉଭୟଙ୍କ ଭାଷା ବୁଝିପାରନ୍ତିନି,ହେଲେ ହୃଦୟ ସହ ହୃଦୟ ମିଶିଗଲା ।  ଆଉ ତା’ପରେ ସାତ ଜନମର ସାଥୀ ହେବା ପାଇଁ କଥା ଦିଆନିଆ ହେଲେ ଦୁଇ ଭିନ୍ନକ୍ଷମ ମଣିଷ। ବାଜା ବଜାଇ ବର ଆସିଲା। ଖୁସିରେ ମସଗୁଲ ହେଲେ ବରଯାତ୍ରୀ । ଦୁଇ ମନ ଦୁଇ […]

  • Tuesday, 13 July 2021
bhubaneswar
ଲୁଟ୍ ଓ ଛିନତାଇ ରୋକିବ କମିଶନରେଟ ପୁଲିସର‘ସ୍ପେଶାଲ ୨୬’ ଟିମ

ଛିନତାଇ ରୋକିବ ସ୍ପେଶାଲ ଟିମ୍ ସ୍ପେଶାଲ ଟିମ୍ ଗଠନ ନେଇ ଭୁବନେଶ୍ୱର ଡିସିପିଙ୍କ ସୂଚନା ପ୍ରତି ଥାନାରୁ ଜଣେ କିମ୍ବା ୨ଜଣ ଅଫିସର ନିଯୁକ୍ତ ହେବେ ଦାୟିତ୍ୱରେ ଥିବା ଅଫିସରଙ୍କୁ ଥାନାର ଅନ୍ୟ ଦାୟିତ୍ୱ ଦିଆଯିବ ନାହିଁ ଏମାନେ ଛିନତାଇ, ଲୁଟ୍ ଭଳି ଅପରାଧ ଉପରେ ନଜର ରଖିବେ ଭୁବନେଶ୍ୱର(ଆଲୋକ ମହାନ୍ତି) : ରାଜଧାନୀରେ  ଦିନକୁ ଦିନ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। କିଏ ବନ୍ଧୁକ ଦେଖାଇ ଲୁଟ୍‌ କଲାଣି ତ ଆଉ କିଏ ଘରେ ପଶି […]

  • Tuesday, 13 July 2021
accident
ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ

ଆନନ୍ଦପୁର(ମୁନା ସିଂ): କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ।  ଦ୍ରୁତ ଗତିରେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଉପରେ ହଠାତ୍‌ ଲୁହାପଥର ବୋଝେଇ ଟ୍ରକ୍ ଖସି ପଡ଼ିଥିଲା‌। ଏହି ସମୟରେ ବସ୍‌ରେ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ସୌଭାଗ୍ୟବଶତଃ, କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, […]

  • Tuesday, 13 July 2021
women day
ସଫଳ ମହିଳାଙ୍କ ପ୍ରେରଣାଦାୟୀ କାହାଣୀ

କେନ୍ଦ୍ରାପଡ଼ା,ଭଞ୍ଜନଗର( ମନୋଜ ସ୍ୱାଇଁ, ରାଜେଶ ପଣ୍ଡା) : ଏବେ ମହିଳାଙ୍କୁ ଆଉ କାହା ଉପରେ ନିର୍ଭର କରିବାକୁ ପଡୁନି । କାରଣ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇ ପାରୁଛନ୍ତି । କିଏ ଟେଲରିଂ କରି ନିଜ ପରିବାର ଚଳାଇବା ସହ ଅନେକ ପରିବାର ପାଇଁ ରୋଜଗାରର ମାଧ୍ୟମ ହେଉଛି ତ ଆଉ କିଏ ଘରେ ବସି ବିଭିନ୍ନ ସାମଗ୍ରୀ ତିଆରି କରି ହଜାର ହଜାର ଟଙ୍କା ରୋଜଗାର କରୁଛି। ଆଜି […]

  • Tuesday, 13 July 2021
SCB-Medical-College
SCBରେ ରୋଗୀଙ୍କ ଉପରେ ପଡ଼ିଲା ଫ୍ୟାନ୍, ICUରେ ଭର୍ତ୍ତି ହେଲେ ମହିଳା

କଟକ: SCBରେ ରୋଗୀଙ୍କ ଉପରେ ଖସି ପଡ଼ିଲା ଫ୍ୟାନ୍ । ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥାରେ ଚିକିତ୍ସିତ ହେଉଥିବ ମହିଳାଙ୍କ ଉପରେ ଫ୍ୟାନ୍ ଛିଡ଼ି ପଡ଼ିଛି। ତେବେ ଫ୍ୟାନ୍ ପଡ଼ିବା ପରେ ମହିଳା ରୋଗୀ ଜଣକ ଗୁରୁତର ହୋଇଛନ୍ତି, ତାଙ୍କୁ ଏବେ ICUରେ ଭର୍ତ୍ତି କରାଯାଇଛି। ୪ ଦିନ ତଳେ ଯାଜପୁର ଜିଲ୍ଲାର ମହିଳା ଜଣକ ନିଆଁରେ ପୋଡ଼ି ଯାଇଥିବାରୁ SCBରେ ଭର୍ତ୍ତି ହୋଇଥିଲେ ଓ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ । କଟକ SCBରେ ମହିଳା […]

  • Tuesday, 13 July 2021
money
ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସରକାରୀ କର୍ମଚାରୀ

ସୋନପୁର/ସମ୍ବଲପୁର(ରବୀନ୍ଦ୍ର ହୋତା/ସଞ୍ଜୟ ଜେନା): ରାଜ୍ୟର ୨ଟି ସ୍ଥାନରେ ଆଜି ଭିଜିଲାନ୍ସ ରେଡ୍‌ ହୋଇଛି। ବେଆଇନ୍‌ କିରୋସିନ୍ ଓ ଡିଜେଲ୍ କାରବାର ଅଭିଯୋଗରେ ସମ୍ବଲପୁରରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଥିବା ବେଳେ ଲାଞ୍ଚ ନେବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ପୂର୍ବତନ ଆର୍‌ଆଇ ଓ ସୁପରଭାଇଜର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲର ସୁପରଭାଇଜର ନଗେନ୍ଦ୍ର ମହାକୁର ଓ ସୁବଳୟାର ପୂର୍ବତନ ଆର୍‌ଆଇ ବାବାଜୀ ଚରଣ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। […]

  • Tuesday, 13 July 2021
barabati
ନୂଆ ଢାଞ୍ଚାରେ ତିଆରି ହେବ ବାରବାଟୀ ପିଚ୍ : ଫିଲ୍ଡକୁ ମ୍ୟାଚ୍ ଉପଯୋଗୀ କରିବାକୁ ଓସିଏର ନୂଆ ପ୍ରୟାସ

କଟକ(ଦେବାଶିଷ ମହାନ୍ତି) : ବର୍ଷା ଯୋଗୁଁ ବାରବାଟୀରେ ଆଉ ବାତିଲ ହେବ ନାହିଁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ତଥା ଫିଲ୍ଡକୁ ମ୍ୟାଚ ଉପଯୋଗୀ କରିବା ପାଇଁ ଓସିଏ ଆରମ୍ଭ କରିଛି ନୂଆ ପ୍ରୟାସ । ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ଆରମ୍ଭ ହୋଇଛି ବାରବାଟୀ ଗ୍ରାଉଣ୍ଡ ମରାମତି । ପୂରା ଫିଲ୍ଡକୁ ବାଲିରେ ପୋତାଯାଇ ତିଆରି କରାଯାଉଛି । ଏଥିପାଇଁ ପିଚ୍ କ୍ୟୁରେଟରଙ୍କୁ ନେଇ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଟ୍ରେନିଂ […]

  • Tuesday, 13 July 2021
Kangana Ranaut
ମହାପ୍ରଭୁଙ୍କୁ ଦର୍ଶନ କରି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି: କଙ୍ଗନା

ପୁରୀ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ ଶ୍ରୀମନ୍ଦିର ରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ କରିଛନ୍ତି। ଆଜି ସକାଳୁ କଙ୍ଗନା ଭୁବନେଶ୍ୱରରୁ ବାହାରି ପୁରୀରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। କଙ୍ଗନା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ପାଛୋଟି ନେଇ ଶ୍ରୀମନ୍ଦିର ଭିତରକୁ ନେଇଥିଲେ। ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ଅଭିନେତ୍ରୀ କଙ୍ଗନା […]

  • Tuesday, 13 July 2021
ganjam
ଲୋପ ପାଇଯାଇଛି ରାଜତନ୍ତ୍ର, ତଥାପି ଲିଭିନି ଜୁଇର ନିଆଁ

ଆସିକା(ମନୋଜ ମୁନି): ୨୬୧ ବର୍ଷ ଧରି ଲିଭିନି ଜୁଇ ନିଆଁ । ବର୍ଷ ପରେ ବର୍ଷ ଏହି ନିଆଁ ଜଳୁଛି।  ରାଜତନ୍ତ୍ର ବିଲୋପକୁ ଅନେକ ବର୍ଷ ବିତିଥିଲେ ମଧ୍ୟ ଏବେବି ଅନେକ ସ୍ଥାନରେ ରାଜକୀୟ ପ୍ରଥା ଓ ପରମ୍ପରା ବଜାୟ ରହିଛି । ସିଂହାସନ ଆହୋରଣ, ଦେବନୀତି ଓ ରାଜବଂଶ ପରମ୍ପରାରେ ଅନେକ ପ୍ରଥା ପାଳିତ ହୋଇ ଆସୁଛି ଏଭଳି ଏକ ରାଜକୀୟ ପରମ୍ପରା ପାଳିତ ହୋଇ ଆସୁଛି । ଗଂଜାମ ଜିଲ୍ଲା ଧରାକୋଟ ରାଜବଂଶରେ ଏଠାରେ […]

  • Tuesday, 13 July 2021