• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

pakhala
ଆଜି ପଖାଳ ଦିବସ : ଶାଗ ପଖାଳରେ ପୂରେ ଓଡ଼ିଆଙ୍କ ପେଟ

ଭୁବନେଶ୍ୱର:  ଓଡ଼ିଆ ଜାତିର ଗର୍ବ ପଖାଳ।  ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ପଖାଳ ।  ଓଡ଼ିଆ ହାଣ୍ଡିଶାଳର ସ୍ୱତନ୍ତ୍ର ବ୍ୟଞ୍ଜନ ପଖାଳ। ଖରା ହେଉ କି ଶୀତ ସବୁଦିନ ମନ ମୋହେ ପଖାଳ । ଚୂନା ମାଛ ସାଙ୍ଗକୁ ଆଳୁ ଭର୍ତ୍ତା, ବଡ଼ି ଚୁରା, ଛୁଇଁ ଭଜା, ଟମାଟୋ, ବାଇଗଣ ଚକଟା ଆଉ ପିଆଜ ଖଣ୍ଡେ । ଆଃ, କହିଦେଲେ ମୁହଁରେ ପାଣି ଆସିଯାଉଛି।  ଖରାରେ ଆସି ଗୁଣ୍ଡେ ଖାଇ ଢ଼ୋକେ ପିଇଦେଲେ ସବୁ ଶାନ୍ତି […]

  • Tuesday, 13 July 2021
sweets
ମିଠାରେ ନିଶା ଦେଇ ଘରେ କଳା କନା ବୁଲାଇଲେ ଭଡ଼ାଟିଆ

ମାଲକାନଗିରି: ଅଭିନବ ଷ୍ଟାଇଲ୍‌ରେ ଲୁଟ୍। ମିଠାରେ ନିଶା ମିଶାଇ ଖାଇବାକୁ ଦେବାପରେ ଜଣେ ସୁନା ବ୍ୟବସାୟୀଙ୍କ ଘରେ କଳା କନା ବୁଲାଇଛନ୍ତି ଲୁଟେରା। ଲୁଟ୍‌ ପାଇଁ ୩ ମାସ ପୂର୍ବରୁ ଲୁଟେରାମାନେ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିଲେ। ସବୁଠାରୁ ବଡ଼ କଥା, ଲୁଟ୍‌ କରିଥିବା ଲୁଟେରା ଆଉ କେହି ନୁହଁନ୍ତି ବରଂ ସୁନା ବ୍ୟବସାୟୀଙ୍କ ଘରେ ରହୁଥିବା ଭଡ଼ାଟିଆ। ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ ଏହି ଲୁଟ୍‌ ହୋଇଛି। ମିଠାରେ ନିଶା ମିଶାଇ ଖାଇବାକୁ ଦେବାପରେ […]

  • Tuesday, 13 July 2021
odisha
କମେଣ୍ଟ ମରାକୁ ପ୍ରତିବାଦ କରିବାରୁ କଲେଜ ଛାତ୍ରୀଙ୍କ ଘରେ ପଶି ଭଙ୍ଗାରୁଜା

ବାଲୁଗାଁ(ଶକ୍ତି ପ୍ରସାଦ ମହାପାତ୍ର): କମେଣ୍ଟ ମରାକୁ ପ୍ରତିବାଦ କରିବାରୁ ତୁମୁଳକାଣ୍ଡ। କଲେଜ ଛାତ୍ରୀଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରୁ ଏଭଳି ଅଭିଯୋଗ ଆସିଛି। ବାଲୁଗାଁ ସାମନ୍ତରାପୁର ବେହେରା ସାହିରେ ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ଛାତ୍ରୀଙ୍କ ଘରେ ପଶି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଅପରାହ୍ଣ ୪ଟା ବେଳେ ଛାତ୍ରୀ ଜଣକ ଘରକୁ ଫେରୁଥିବା ବେଳେ ଗାଁର ବିନାୟକ ବେହେରା ନାମକ ଜଣେ ଯୁବକ ସମ୍ପୃକ୍ତ […]

  • Tuesday, 13 July 2021
kuakhai-bridge
ଆଜିଠୁ ପୁରୁଣା କୁଆଖାଇ ପୋଲରେ ଯାତାୟାତ ବନ୍ଦ

କଟକ: ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଥିବା ପୁରୁଣା କୁଆଖାଇ ପୋଲରେ ଆଜିଠୁ ବନ୍ଦ ରହିବ ଯାତାୟାତ। ଏହି ବ୍ରିଜ ଦୀର୍ଘ ଦିନ ଧରି ବିପଦସଙ୍କୁଳ ଅବସ୍ଥାରେ ରହିଛି। ତେଣୁ ଏହାର ମରାମତି ପାଇଁ ଆଜିଠୁ ମେ ୨ ତାରିଖ ପର୍ଯ୍ୟନ୍ତ ଯାତାୟାତ ବନ୍ଦ ରହିବ। କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଟ୍ୱିଟ୍‌ କରାଯାଇ ଏହି ସୂଚନା ଦିଆଯାଇଛି। ଏହି ବ୍ରିଜ୍‌ ମରାମତି ହେବାକୁ ଥିବାରୁ ଏହା ବ୍ରିଜ୍‌ ଉପରେ କୌଣସି ଯାନବାହନ ଚଳାଚଳ ହେବ ନାହିଁ। ଭୁବନେଶ୍ୱର ପଟୁ […]

  • Tuesday, 13 July 2021
ranedra-pratap
’ବଞ୍ଚିତ ହେବେ ନାହିଁ ପଞ୍ଜୀକୃତ ଚାଷୀ, ୩୧ ସୁଦ୍ଧା କିଣାଯିବ ଧାନ’

ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ। ଧାନ କ୍ରୟ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ୍ ଟନ ଧାନ କିଣାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ ବୋଲି ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ । #ସବୁ_ପଞ୍ଜୀକୃତ_ଚାଷୀଙ୍କ_ଧାନ_କିଣାଯିବ ଧାନ କିଣା ନେଇ ବିଧାନସଭାରେ ଉତ୍ତର ରଖିଲେ […]

  • Tuesday, 13 July 2021
kamarda
ପିଲାଚୋର ସନ୍ଦେହରେ ଦୁଇ ଯୁବକଙ୍କୁ ଛେଚିଲେ ଗାଁ ଲୋକ

ପିଲାଚୋର ସନ୍ଦେହରେ ପ୍ରବଳ ମାଡ଼ ଖାଇଲେ ଦୁଇ ଯୁବକ କମର୍ଦ୍ଧା ଥାନା ରସଲପୁର ଗାଁରେ ଘଟିଛି ଘଟଣା ୨ ଯୁବକଙ୍କୁ କମର୍ଦ୍ଧା ପୋଲିସକୁ ଦେଲେ ଜିମା ଘଟଣାର ତଦନ୍ତ କରୁଛି ପୋଲିସ କମର୍ଦ୍ଦା : ପିଲା ଚୋର ସନ୍ଦେହରେ ଦୁଇ ଅଜଣା ଯୁବକଙ୍କୁ ଛେଚିଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ରସଲପୁର ଗାଁରେ ଘଟିଛି ଏଭଳି ଘଟଣା । ବିଳମ୍ବିତ ରାତିରେ ୪ ଜଣ ଯୁବକ ଏକ କାରରେ ରସଲପୁର ଗାଁକୁ ଆସିଥିଲେ ଏବଂ […]

  • Tuesday, 13 July 2021
bus accident
ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ବସ୍‌ରେ ଥିଲେ ୪୦ରୁ ଅଧିକ ଯାତ୍ରୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କୁମ୍ଭାରୁଣୀ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବସ୍‌ ଓଲଟି ପଡ଼ିବାରୁ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସ୍‌ଟି କଟକ ଅଭିମୁଖେ ଯାଉଥିବା ବେଳେ ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଆଜି ଭୋର ସମୟରେ ବସ୍‌ଟି ପାଖାପାଖି ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି ସୁନିତି ବେଣାକନ୍ଦାରୁ କଟକ ଅଭିମୁଖେ ବାହାରିଥିଲା। ଏହି […]

  • Tuesday, 13 July 2021
KBC
କେବିସି ନାଁରେ ଠକେଇ ଘଟଣାର ପର୍ଦ୍ଦାଫାସ : ଅଭିଯୁକ୍ତକୁ ନେପାଳ ସୀମାରୁ ଧରିଲା ପୋଲିସ

ବେଲପାହାଡ଼: ବେଲପାହାଡ଼ରେ କେବିସି ଲଟେରୀ ନାଁରେ ଠକେଇ ଘଟଣାର ପର୍ଦ୍ଦାଫାସ । ଅଭିଯୁକ୍ତକୁ ନେପାଳ ସୀମାରୁ ଧରିଛି ପୋଲିସ  । ଗିରଫ ଅଭିଯୁକ୍ତ ଜଣକ ବିହାରର ନିରଜ କୁମାର ବୋଲି ଜଣାପଡ଼ିଛି, ତାକୁ ଝାରସୁଗୁଡ଼ା ପୋଲିସ ଟ୍ରାନଜିଟ୍ ରିମାଣ୍ଡରେ ‌ଆଣୁଛି । ଅଭିଯୁକ୍ତ ନିକଟରୁ ୪୦ ଲକ୍ଷରୁ ଅଧିକ ଟଙ୍କା ଠାବ ହୋଇଛି ।ଏହି ଅଭିଯୁକ୍ତ ଏକାଧିକ ସାଇବର ଲୁଟରେ ସଂପୃକ୍ତ । ସେ ପାଖାପାଖି ୩ କୋଟିରୁ ଅଧିକ ଠକେଇ କରିଥିବା ପୋଲିସ ସୂଚନା ପାଇଛି  […]

  • Tuesday, 13 July 2021
naveen
ନବୀନ ନିବାସରୁ ବାହାରକୁ ଆସି ବିଜେପି ସଦସ୍ୟଙ୍କ ସହ ଆଲୋଚନା କଲେ ନବୀନ

ଧାରଣାରତ ବିଜେପି ସଦସ୍ୟଙ୍କ ପାଖକୁ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ଗେଟ୍ ସାମ୍ନା ଧାରଣା ସ୍ଥଳକୁ ଆସିଲେ ଧାରଣାରତ ବିଜେପି ସଦସ୍ୟଙ୍କ ସହ କଥା ହେଲେ  ଭିତରକୁ ଯାଇ ଆଲୋଚନା କରିବାକୁ ଡାକିଲେ ମୁଖ୍ୟମନ୍ତ୍ରୀ ବିଜେପି ସଦସ୍ୟମାନଙ୍କୁ ନବୀନ ନିବାସ ଭିତରକୁ ଡାକିନେଲେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ-ବିଜେପି ସଦସ୍ୟ ଆଲୋଚନା ଜାରି ଭୁବନେଶ୍ୱର : ବାହାରକୁ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପି ବିଧାୟକଙ୍କ ଜିଦ୍ ଆଗରେ ନଇଁ ଆଲୋଚନା କରିବାକୁ ନିଜେ ନବୀନ ନିବାସରୁ […]

  • Tuesday, 13 July 2021
bjd
ବିଜେଡ଼ି ବିଧାୟକ ଯାଇଥିଲେ କୁଆଡ଼େ ? ଶାସକ ଦଳ ନେତାନେତ୍ରୀଙ୍କ କଥାରେ ତାଳମେଳ ଖାଉନି . .

ଭୁବନେଶ୍ୱର : ପ୍ରକୃତରେ ବିଜେଡ଼ି ବିଧାୟକ ଯାଇଥିଲେ କୁଆଡ଼େ ? ବିଧାନସଭା ଚାଲି ପାରୁନଥିବା ନେଇ ଅଭିଯୋଗ କରିବା ପାଇଁ ଯାଇଥିଲେ ତ ? କାରଣ  ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ବିଜେଡି ବିଧାୟକ ଭିନ୍ନ ଭିନ୍ନ ମତ ରଖିଛନ୍ତି । ବାଉଳା ହୋଇ ଯାଉଛନ୍ତି କି ବିଧାୟକ ? କ’ଣ କହୁଛନ୍ତି ନିଜେ ଜାଣି ପାରୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରସଙ୍ଗରେ ପାରାଦୀପ  ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ସର୍ବେସର୍ବା, ଗୃହର ସର୍ବମାନ୍ୟ ନେତା । ବିଧାନସଭା […]

  • Tuesday, 13 July 2021
tomato
୨ ଟଙ୍କାରେ ବି ନେଲେନି, ମାଗଣାରେ ଚାଷୀ ବାଣ୍ଟିଲେ ଟମାଟୋ

୨ ଟଙ୍କାରେ ବି ନେଲେନି, ମାଗଣାରେ ବାଣ୍ଟିଲେ ଟମାଟୋ ଟମାଟୋ ବିକ୍ରି ନ ହେବାରୁ ମାଗଣାରେ ବାଣ୍ଟିଦେଲେ ଚାଷୀ ସୁନ୍ଦରଗଡ ବୀରମିତ୍ରପୁର ବଜାରର ଘଟଣା ବୀରମିତ୍ରପୁର(ରାକେଶ କୁମାର ସାହୁ): ଟମାଟୋର ଅଭାବୀ ବିକ୍ରି। ୨ ଟଙ୍କାରେ ବି କେହି ନେଲେନାହିଁ, ମାଗଣାରେ ଟମାଟୋ ବାଣ୍ଟିଦେଲେ ଚାଷୀ। ଆଜି ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ବଜାରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । କିଛି ଚାଷୀ ଲୋକଙ୍କୁ ମାଗଣାରେ ଟମାଟୋ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା । ବଜାରରେ ଟମାଟୋ ବିକ୍ରି […]

  • Tuesday, 13 July 2021
dhod
ଆ ଲୋ ମୋ ଧନ ଆ . . ଆ ଭାତ ଖାଇବୁ ଆ : କୁନ୍ତଳାଙ୍କ କୋଳକୁ ଫେରିଛି ଜଙ୍ଗଲୀ ବାରହା ଧୋଡ଼

କେନ୍ଦୁଝର ପୁରୁଷୋତ୍ତମପୁରର କୁନ୍ତଳାଙ୍କ କୋଳକୁ ଫେରିଲା ଧୋଡ଼ ଜଙ୍ଗଲରେ ବୁଲୁଥିବା ବେଳେ ଧୋଡ଼କୁ ଧରି ଘରକୁ ଆଣିଲେ କୁନ୍ତଳା ସପ୍ତାହେ ହେଲା ଢୁଡକୁ ନେଇ ଜଙ୍ଗଲରେ ଛାଡ଼ିଥିଲା ବନ ବିଭାଗ କେନ୍ଦୁଝର : ଆ ଲୋ ମୋ ଧନ ଆ . . ଆ ଭାତ ଖାଇବୁ ଆ .. ମୋ ଧନ. . . ଏତେ ଦିନ ହେଲା କିଛି ଖାଇନି ଲୋ . . ତୋତେ ଆଉ ଆମ ଠାରୁ କେହି ନେବେନି । […]

  • Tuesday, 13 July 2021
assembly
ବିଧାନସଭା ଅଚଳ: ପ୍ରବଳ ହଟ୍ଟଗୋଳ, ପ୍ରତିବାଦ ଯୋଗୁଁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବି

ଅପରାହ୍ନ ୪ଟା ଯାଏ ଗୃହ ମୁଲତବି ଗୃହ କାର୍ଯ୍ୟ ଆରମ୍ଭ ପରେ ମଧ୍ୟଭାଗରେ ବିଜେପି, କଂଗ୍ରେସର ହଟ୍ଟଗୋଳ ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ ଶାସକ ଦଳ ସଦସ୍ୟ ପ୍ରବଳ ହଟ୍ଟଗୋଳ, ପ୍ରତିବାଦ ଯୋଗୁଁ ମୁଲତବି ଘୋଷଣା କଲେ ବାଚସ୍ପତି ଭୁବନେଶ୍ୱର: ଲଗାତାର ୫ ଦିନ ହେଲା ଚାଲିପାରୁନି ବିଧାନସଭା । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଓ ଶାସକ ଦଳ ସଦସ୍ୟ ହଟ୍ଟଗୋଳ କରିବାରୁ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବି ଘୋଷଣା […]

  • Tuesday, 13 July 2021
school students
ବଦଳିପାରେ ସକାଳୁଆ ସ୍କୁଲ୍‌ ସମୟ

ଭୁବନେଶ୍ୱର: ସକାଳ ୭ଟାରୁ ଦିନ ୧ଟା ଯାଏ ଚାଲିଥିବା ସ୍କୁଲ ସମୟ ବଦଳିପାରେ। ଖରା ପାଇଁ ସମସ୍ୟା ହେଉଥିବାରୁ ଆଗାମୀ ଦିନରେ ସମୟ ପରିବର୍ତ୍ତନ ନେଇ ତର୍ଜମା ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସକାଳ ୭ରୁ ଦିନ ୧ଟା ଯାଏ ସ୍କୁଲ୍‌ ଆରମ୍ଭ ହୋଇଛି। ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଇଁ ପାଠପଢା ହେବ। ସେହିପରି […]

  • Tuesday, 13 July 2021
body-builder
ବରା ବିକାଳୀରୁ ବଡି ବିଲ୍ଡର

ବରା ବିକ୍ରେତାରୁ ସଫଳ ବଡି ବିଲ୍ଡର ମିଷ୍ଟର ଓଡ଼ିଶା ଟାଇଟଲ ଜିଣିଲେ ରଶ୍ମି ରଂଜନ ସାହୁ ୧୨ ବର୍ଷର ସଂଘର୍ଷ ପରେ ସଫଳତା ପୂର୍ବରୁ ରାଜଧାନୀ ରାସ୍ତା କଡ଼ରେ ବିକୁଥିଲେ ବରା ଭୁବନେଶ୍ୱର (ନିରଞ୍ଜନ ରେଡ୍ଡି) : ସଂଘର୍ଷରୁ ସଫଳତା। ବରା ବିକାଳୀ ଆଜି ବଡି ବିଲ୍ଡର । ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଜି ସେ ସ୍ଥିର କରିଥିବା ନିଜ ଲକ୍ଷ୍ୟକୁ ହାସଲ କରିନେଇଛନ୍ତି ।  ଦିନେ ରାଜଧାନୀ ରାସ୍ତା କଡରେ ବରା ପିଆଜି […]

  • Tuesday, 13 July 2021
high court
ଅଞ୍ଜନା ଗଣଦୁଷ୍କର୍ମ ଘଟଣା: ତଦନ୍ତ ଶିଥିଳତା ଓ ଷଡ଼ଯନ୍ତ୍ର ମାମଲାର ପରିସମାପ୍ତି କଲେ ହାଇକୋର୍ଟ

କଟକ: ୧୯୯୯ ମସିହା ଜାନୁଆରୀ ୯ ତାରିଖ ଅର୍ଥାତ୍‌ ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାରେ ଆଗତ ଏକ ମାମଲାର ପରିସମାପ୍ତି ଘଟାଇଛନ୍ତି ହାଇକୋର୍ଟ। ଘଟଣାରେ ସିବିଆଇ ତଦନ୍ତର ଶିଥିଳତା ଏବଂ ଷଡ଼ଯନ୍ତ୍ର ଅଭିଯୋଗକୁ ନେଇ ୧୯ ବର୍ଷ ତଳେ ନିଜେ ଅଞ୍ଜନା ମିଶ୍ର କରିଥିବା ଏକ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ଏହାର ପରିସମାପ୍ତି ଘଟାଇଛନ୍ତି। ୨୦୦୨ ମସିହାରେ ଅଞ୍ଜନାଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା। ଏଥିରେ ସେ […]

  • Tuesday, 13 July 2021
corona vaccine
ଟିକା ନେଲେଣି ଲକ୍ଷେ ବୟସ୍କ : ଟିକାକରଣକୁ ବ୍ୟାପକ କରିବା ଲକ୍ଷ୍ୟ

ଟିକାକରଣକୁ ବ୍ୟାପକ କରିବା ଲକ୍ଷ୍ୟ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଅନୁଗୁଳ ଓ ବୌଦ୍ଧରେ କମ୍ ଟିକାକରଣ ହୋଇଛି, ଧୀରେ ଧୀରେ ଠିକ୍ ହୋଇଯିବ ଦୈନିକ ୧ ଲକ୍ଷ ବୟସ୍କଙ୍କୁ ଟିକାକରଣ ପାଇଁ ୯୨୭ କେନ୍ଦ୍ର କରାଯାଇଛି ଗତକାଲି ଗୋଟିଏ ଦିନରେ ୧ ଲକ୍ଷ ୨୧ ହଜାର ୫୭୨ ଜଣଙ୍କୁ ଟିକାକରଣ ଟିକା ନେଇଥିବା ବ୍ୟକ୍ତିଙ୍କ ଆଣ୍ଟିବଡି ନୂଆ ଷ୍ଟ୍ରେନରେ ମଧ୍ୟ କାମ କରିବ ଭୁବନାଶ୍ୱର: ରାଜ୍ୟରେ ଟିକାକରଣକୁ କିଭଳି ଭାବେ […]

  • Tuesday, 13 July 2021
Pramodini Roul
ବନ୍ଧୁ ସରୋଜଙ୍କ ହାତ ଧରିବେ ଓଡ଼ିଶାର ‘ଛପାକ୍’‌ ଗର୍ଲ

ଭୁବନେଶ୍ୱର: ବିବାହ ବନ୍ଧନରେ ବାନ୍ଧି ହେବେ ଓଡ଼ିଶାର ‘ଛପାକ୍’‌ ଗର୍ଲ ପ୍ରମୋଦିନୀ ରାଉଳ। ଆଜି ପ୍ରମୋଦିନୀ ନିଜର ବନ୍ଧୁ ସରୋଜଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିବେ। ଏସିଡ୍ ଆକ୍ରମଣରେ ପ୍ରମୋଦିନୀଙ୍କ ସମ୍ପୂର୍ଣ୍ଣ ଚେହେରା ଜଳିଯାଇଥିଲା ବି ତାଙ୍କ ହୃଦୟକୁ ଭଲ ପାଇଛନ୍ତି ସରୋଜ। ଦୀର୍ଘ ୫ ବର୍ଷର ପ୍ରେମ ସମ୍ପର୍କ ପରେ ଉଭୟ ପରିବାରର ସହମତି କ୍ରମେ ଏହି ନିଆରା ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ୨୦୦୯ ମସିହାରେ ର୍ତିତ୍ତୋଲ ସ୍ଥିତ ଆଦିକବି […]

  • Tuesday, 13 July 2021
ambulance
୧୦୮ ଆମ୍ବୁଲାନ୍ସରେ ଅପହରଣ ହେଉଥିବା ଜାଣି ଗାଡ଼ିରୁ ଡେଇଁ ପଡ଼ିଲେ ରୋଗୀଙ୍କ ମା’

ଭଦ୍ରକ(ପାର୍ଥ ସାରଥୀ ନାୟକ): ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ରେଫର କରିଥିଲେ ଡାକ୍ତର। ହେଲେ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଅପହରଣ କରୁଥିବା ଅଭିଯୋଗ ହୋଇଛି। ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କୁ କଟକ ନେବା ପରିବର୍ତ୍ତେ ବାଲେଶ୍ୱର ଅଭିମୁଖେ ନେଇଥିଲେ। ଶେଷରେ ରୋଗୀଙ୍କ ମା’ ଆମ୍ବୁଲାନ୍ସରୁ ଡେଇଁ ପଡ଼ିଥିଲେ। ଭଦ୍ରକ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରମ୍ଭିଳା ଅଞ୍ଚଳର ୧୦ ବର୍ଷର ଶିଶୁ ଗଛରୁ […]

  • Tuesday, 13 July 2021
Girl Fights Mobile Snatchers
ସାହାସ ଦେଖାଇଲେ ବୁଲେଟ୍‌ ରାଣୀ; ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଲୁଟେରାଙ୍କୁ ଧରିଲେ

ଭୁବନେଶ୍ୱର: ସାହସ ଦେଖାଇ ଲୁଟେରାକୁ କାବୁ କଲେ ଯୁବତୀ। ନ ଡରି ପୁରା ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଲୁଟେରାଙ୍କୁ ଧରିଲେ ଏହି ଯୁବତୀ। ଘଟଣା ଘଟିଛି ଭୁବନେଶ୍ୱର ଡୁମଡୁମା ଅଞ୍ଚଳରେ। ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ କାମ ସାରି ରିନୁ ବୁଲେଟରେ ଘରକୁ ଫେରୁଥିଲେ। ତାଙ୍କୁ ପିଛା କରିଥିଲେ ୨ ଜଣ ଯୁବକ। ସେ ଏହା ଜାଣିପାରିବା ଟିକେ ସାଇଡ୍ ହୋଇ ଗାଡ଼ି ଅଟକି ରହି ଯାଇଥିଲେ। ଏହି ସମୟରେ ଫୋନ୍ ଆସିବାରୁ ସେ […]

  • Tuesday, 13 July 2021
Drunk Warder Attacks Colleagues
ନିଶାସକ୍ତ ଅବସ୍ଥାରେ ୨ ସହକର୍ମୀଙ୍କୁ ଆକ୍ରମଣ କଲେ ଓ୍ୱାର୍ଡର

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲ୍‌ରେ ୨ ସହକର୍ମୀଙ୍କୁ ଜଣେ ଓ୍ୱାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତକାଲି ବଚସା ପରେ ନିଶାସକ୍ତ ଅବସ୍ଥାରେ ଓ୍ୱାର୍ଡର ୨ ସହକର୍ମୀଙ୍କୁ ବାଡ଼େଇ ଥିବା ଅଭିଯୋଗ ହୋଇଛି। ଧନୁପାଲି ଥାନାରେ ଜେଲ୍ କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ଅଭିଯୋଗ ପରେ ସମ୍ପୃକ୍ତ ଜେଲ୍ ଓ୍ୱାର୍ଡର ଅଶୋକ ଥାଟିଙ୍କୁ ପୋଲିସ୍‌ ଅଟକ ରଖିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ, ଘଟଣାକୁ ନେଇ ଜେଲ ଅଧିକ୍ଷକ ଅଶୋକଙ୍କୁ ନିଲମ୍ବନ କରିଛନ୍ତି।

  • Tuesday, 13 July 2021
job fraud
ଚାକିରି ଦେବା ନାଁରେ ୬୯ ହଜାର ଠକିନେଲେ ସ୍ୱାମୀ, ସ୍ତ୍ରୀ

ଅନୁଗୁଳ(ବିରଜା ପ୍ରସାଦ ଦାସ): ଚାକିରି କରାଇ ଦେବା ନାଁରେ ଠକି ନେଲେ ହଜାର ହଜାର ଟଙ୍କା। ନା ଦେଲେ କୌଣସି ନିଯୁକ୍ତି ପତ୍ର ନା ଚାକିରି। ହେଲେ ପୋଲିସ୍‌ ହାତରେ ଏହି ଠକମାନେ ଧରାପଡ଼ିଛନ୍ତି।ଠକେଇ ଅଭିଯୋଗରେ ଅନୁଗୁଳ ପୋଲିସ୍‌ ରାଜକିଶୋରପଡ଼ାର ରଞ୍ଜନ କୁମାର ତ୍ରିପାଠୀ, ତାଙ୍କ ସ୍ତ୍ରୀ ମିତାଲି ତ୍ରିପାଠୀ ଏବଂ ରେଙ୍ଗାଳି ଅଞ୍ଚଳର ରଞ୍ଜନ କୁମାର ସାହୁଙ୍କୁ ଗିରଫ କରିଛି। ପୋଲିସ୍‌ ସୂଚନା ଅନୁଯାୟୀ, ଗତବର୍ଷ ଡିସେମ୍ବର ୫ରେ ରାଜ୍ୟର କିଛି ଶିଳ୍ପାଞ୍ଚଳରେ ନିଯୁକ୍ତି ପାଇଁ […]

  • Tuesday, 13 July 2021
car-catches-fire
ପୋଲ ବାଡ଼ାରେ ପିଟି ହୋଇ‌ ଜଳିଗଲା କାର୍

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ପୋଲ ବାଡ଼ାରେ ପିଟି ହୋଇ ହଠାତ୍‌ ଚାହୁଁ ଚାହୁଁ ଜଳିଗଲା କାର୍‌। ଦେବଗଡ଼ ଥାନା ଅନ୍ତର୍ଗତ କୁଶପଙ୍ଗା ଗାଁ ନିକଟ ରାଞ୍ଚି-ବିଜୟୱାଡ଼ା ରାଜପଥର ଏକ ପୋଲ ବାଡ଼ାରେ କାର୍‌ ପିଟି ହୋଇ ଜଳି ଯାଇଛି। ଗତକାଲି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ୪୫ ମିନିଟ୍‌ ସମୟରେ କାର୍‌ଟି ରାଞ୍ଚି-ବିଜୟୱାଡ଼ା ରାସ୍ତାରେ ଯାଉଥିବା ବେଳେ କୌଣସି କାରଣରୁ ଗାଡ଼ିଟି ଭାରସାମ୍ୟ ହରାଇ ପୋଲ ବାଡ଼ାରେ ପିଟି […]

  • Tuesday, 13 July 2021
Thief
ଚୋରି କରିବା ପାଇଁ ଫ୍ଲାଇଟ୍‌ରେ ଓଡ଼ିଶାରୁ ଯାଉଥିଲେ ସୁରତ

ସୁରତ: ଓଡ଼ିଶାରୁ ବିମାନରେ ଉଡ଼ି ଚୋରି ପାଇଁ ଯାଉଥିଲେ ସୁରତ। ସେଠାରେ ପହଞ୍ଚିବା ପରେ ଏକ ସ୍କୁଲ୍‌ ବ୍ୟାଗରେ ହାତୁଡ଼ି, କଟର, ଗ୍ଲୋଭ୍ସ, ମାସ୍କ ନେଇ ଚୋରି ପାଇଁ ଯାଉଥିଲେ ଏବଂ ସେଠାରେ ଚୋରି କରି ପୁଣି ବିମାନରେ ଓଡ଼ିଶାରେ ଫେରୁଥିଲେ। ବିନା ସହଯୋଗୀରେ ଦୁର୍ବୃତ୍ତ ଜଣକ ଏକାକୀ ସୁରତର ବିଭିନ୍ନ ସ୍ଥାନରେ ଚୋରି କରୁଥିଲେ। ସୁରତ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍ ହାତରେ ଏମିତି ଏକ ଚୋର ଧରାପଡ଼ିଛି। ତାଙ୍କ ନାଁ ଦଣ୍ଡପାଣୀ ବିଷୋୟୀ ବୋଲି କ୍ରାଇମ୍‌ବ୍ରାଞ୍ଚ […]

  • Tuesday, 13 July 2021
bjp-mla
ଆତ୍ମହତ୍ୟା ଧମକ ଦେଲେ ବିଜେପି ବିଧାୟକ

ଭୁବନେଶ୍ୱର: ମଣ୍ଡି ସମସ୍ୟାକୁ ନେଇ ଆଜି ବିଧାନସଭାରେ ଦେବଗଡ଼ର ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଆତ୍ମହତ୍ୟା ଧମକ ଦେଇଛନ୍ତି। ବିଧାନସଭାର ଶୂନ୍ୟକାଳରେ ବିଧାୟକ ଏଭଳି ଧମକ ଦେଇଛନ୍ତି। ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବି ବୋଲି ବିଧାୟକ କହିଛନ୍ତି। ଆଜି ପ୍ରଶ୍ନକାଳ ସମୟରେ ଧାନ ମଣ୍ଡିରେ ଅବ୍ୟବସ୍ଥାର ପ୍ରତିବାଦ କରି ବିଧାୟକ ସୁବାସ ପାଣିଗ୍ରାହୀ ଗୃହର ମଧ୍ୟ ଭାଗକୁ ଆସି ବସି ରହିଥିଲେ। ଏହାପରେ ତାଙ୍କୁ ନିଜ ଆସନକୁ ଫେରିଯିବାକୁ ଅନୁରୋଧ କରିି ଶୂନ୍ୟକାଳରେ ଏନେଇ […]

  • Tuesday, 13 July 2021