• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

jagat
ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ କମାଲ : ୧୨ ଏକର ଜମିରେ ସୁଗାର ଫ୍ରି ଧାନ ଚାଷ କରି ସଫଳ

ଜଗତସିଂହପୁର ଜିଲ୍ଲାରେ ସୁଗାର ଫ୍ରି ଧାନ ଚାଷ ୧୨ ଏକର ଜମିରେ ଚାଷ କରିଛନ୍ତି ଅବସରପ୍ରାପ୍ତ କର୍ମଚାରୀ ବାୟୁସେନାରୁ ଅବସର ନେବା ପରେ ଗାଁରେ କରୁଛନ୍ତି ଚାଷ ଜଗତସିଂହପୁ(ଶଶାଙ୍କ ଶେଖର ପଣ୍ଡା) :  ମଧୁମେହ ରୋଗରେ ପୀଡ଼ିତ ହେଲେ ସାଧାରଣତଃ ଭାତ ଖାଇବାକୁ ମନା କରାଯାଇଥାଏ । କାରଣ ଭାତରେ କାର୍ବୋହାଇଡ୍ରେଟ ପରିମାଣ ଅଧିକ ଥିବାରୁ ଶରୀରରେ ବ୍ଲଡ ସୁଗାର ପରିମାଣ ବଢ଼ିବାର ଆଶଙ୍କା ଥାଏ । ହେଲେ ଏ ସମସ୍ୟାରୁ ମୁକ୍ତିଦେବା ଲାଗି ସୁଗାର ଫ୍ରି ଧାନ […]

  • Tuesday, 13 July 2021
State-corona
ରାଜ୍ୟରେ ଆଜି ୬୧୧୬ କରୋନା ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୫ ଜଣ ପଜିଭିଟ୍

ଭୁବନେଶ୍ୱର : ରାଜ୍ୟରେ ମାଡ଼ି ମାଡ଼ି ଚାଲିଛି ମହାମାରୀ । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୧୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୪୬ ଚିହ୍ନଟ ହୋଇଥିବା ବେଳେ ୨୫୭୦ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୭,୪୫୭ରେ ପହଞ୍ଚିଛି । ତେବେ ଏବେ ସୁଦ୍ଧା ୩,୫୯,୪୬୭ ଜଣ ସୁସ୍ଥ ହୋଇ […]

  • Tuesday, 13 July 2021
death
ହୃଦୟ ବିଦାରକ ଘଟଣା : ଏକସଙ୍ଗେ ଜଳିଲା ମାଆ, ପୁଅଙ୍କ ଜୁଇ

ଅନୁଗୁଳ କଟିକଟା ଅଞ୍ଚଳରେ ହୃଦୟ ବିଦାରକ ଘଟଣା ବାଇକ୍ ଦୁର୍ଘଟଣାରେ ମାଆ-ପୁଅଙ୍କ ମୃତ୍ୟୁ ଅସୁସ୍ଥ ସଂପର୍କୀୟଙ୍କୁ ଦେଖିବାକୁ ଯିବା ବେଳେ ଦୁର୍ଘଟଣା ଅନୁଗୁଳରୁ ରେଢ଼ାଖୋଲ ଯିବାବେଳେ ଦୁର୍ଘଟଣା ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ) : ଏକାସଙ୍ଗେ ଜଳିଲା ମାଆ ପୁଅଙ୍କ ଜୁଇ । ଦୁର୍ଘଟଣାରେ ପ୍ରଥମେ ପୁଅ ଓ କିଛି ଘଣ୍ଟା ପରେ ମାଆର ମୃତ୍ୟୁ ପରେ ଏକାଠି ଜୁଇ ଜଳିଲା । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ କଟିକଟା ଥାନା ଧୁଢ଼ଇାପଢ଼ା ଗାଁରେ । […]

  • Tuesday, 13 July 2021
jianta-jaligale-nabalaka
ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ; ଜୀଅନ୍ତା ଜଳିଗଲେ ନାବାଳକ

ଜୀଅନ୍ତା ଜଳିଗଲେ ନାବାଳକ ସୁବର୍ଣ୍ଣପୁର ବିନିକା ଶଙ୍କରା  ଗାଁରେ ଅଭାବନୀୟ ଘଟଣା ଘରେ ରୋଷେଇ ବେଳେ ହଠାତ୍ ଗ୍ୟାସ୍ ଲିକରୁ ଲାଗିଥିଲା ନିଆଁ ବିନିକା : ଅଗ୍ନିକାଣ୍ଡରେ ଜୀଅନ୍ତା ଜଳିଗଲେ ନାବାଳକ । ସୁବର୍ଣ୍ଣପୁର ଶଙ୍କରା ଗାଁରେ ଘଟିଛି ଅଭାବନୀୟ ଘଟଣା । ଘରେ ରୋଷେଇ ବେଳେ ହଠାତ୍ ଗ୍ୟାସ୍ ଲିକରୁ ନିଆଁ ଲାଗି ନାବାଳକ ଜଳି ଯାଇଛନ୍ତି । ନିଆଁ ଲାଗିବା ପରେ ଘର ଲୋକ ପଦାକୁ ବାହାରି ଆସିଥିଲେ, ହେଲେ ଦୁର୍ଭାଗ୍ୟବଶତଃ ଶୋଇଥିବା ବେଳେ […]

  • Tuesday, 13 July 2021
aji-para-shutdown
ରାଜ୍ୟରେ ଚାଲିଥିବା ସପ୍ତାହାନ୍ତ ସଟଡାଉନର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ଚାଲିଛି ସପ୍ତାହାନ୍ତ ସଟଡାଉନ୍ । ଆଜି ସଟଡାଉନର ଦ୍ୱିତୀୟ ଦିନ । ଗତକାଲି ଭଳି ଆଜି ମଧ୍ୟ ସଟଡାଉନ୍ କଟକଣା ରହିଛି । ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ବଢ଼ି ଚାଲିଥିବା ସଂକ୍ରମଣକୁ ଶିଥିଳ କରିବାକୁ ସହରାଞ୍ଚଳରେ ବ୍ଲକିଂ ଆଉ ଚେକିଂକୁ ଜୋରଦାର କରାଯାଇଛି । ସହରାଞ୍ଚଳର ପ୍ରବେଶ ପଥ ଗୁଡ଼ିକରେ ଜଗି ରହିଛନ୍ତି ପୋଲିସ । ସପ୍ତାହାନ୍ତ […]

  • Tuesday, 13 July 2021
puri
ମେ ୧୫ ଯାଏଁ ଜଗା ଦର୍ଶନ ବନ୍ଦ

ପୁରୀ : ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପୁଣି ପାଚେରୀ ଛିଡ଼ାକଲା କରୋନା । ମହାମାରୀ ପାଇଁ ଜଗା ଦର୍ଶନ ବନ୍ଦ । ମେ ୧୫ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଛି ।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଧାରଣ ଦର୍ଶନ ଉପରେ କଟକଣା ଲାଗିଛି । ସେବାୟତଙ୍କ ସୁସ୍ଥତା ପାଇଁ ଦର୍ଶନ ବନ୍ଦ ରହିବ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିଲେ ବି ଦୈନିକ ନୀତିକାନ୍ତି ଯଥାବିଧି ଚାଲିବ । ତେବେ ଏନେଇ […]

  • Tuesday, 13 July 2021
covid hospital
ଗୁରୁତର ନଥିଲେ ମେଡିକାଲ ନଆସିବାକୁ ପରାମର୍ଶ

ଭୁବନେଶ୍ୱର : ଗୁରୁତର ନଥିଲେ କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନଆସିବାକୁ ପରାମର୍ଶ । କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସମସ୍ତ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର, CDMOଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛି ସ୍ୱାସ୍ଥ୍ୟବିଭାଗ  । ବିଭାଗ ପକ୍ଷରୁ କୁହାଯାଇଛି,  ଅକ୍ସିଜେନ ଆବଶ୍ୟକ ନ ଥିବା ଅନେକ ରୋଗୀ ଭୟଭୀତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି […]

  • Tuesday, 13 July 2021
ଜୀବନ ସହ ଜୀବିକାକୁ ବି ଯାତନା ଦେଉଛି ମହାମାରୀ

ଭୁବନେଶ୍ୱର, କଟକ(କପିଳେନ୍ଦ୍ର ପ୍ରଧାନ, ବିଶ୍ୱଜିତ୍ ଆଚାର୍ଯ୍ୟ) : ଜୀବନ ସହ ଜୀବିକାକୁ ଯେମିତି ଅକଥନୀୟ ଯାତନା ଦେଇ ଚାଲିଛି ମହାମାରୀ କରୋନା  । ଗତବର୍ଷ ସଟଡାଉନ୍ ଓ ଲକଡାଉନରେ କଲବଲ ହୋଇଥିବା ଖଟିଖିଆ ମଣିଷମାନେ ପୁଣି ଅଣ୍ଟା ସଳଖି ଛିଡ଼ା ହେଲା ବେଳକୁ ପେଟକୁ ଆଉ ଏକ ଶକ୍ତ ଲାତ ମାରିଛି ଦ୍ୱିତୀୟ ଲହର । ଅଟୋ ହୁଅନ୍ତୁ କି ରିକ୍ସା ଚାଳକ, ସତେ ଯେମିତି ଶଙ୍କା ଓ ସଂଶୟରେ ଆଣ୍ଠେଇଛି ସେମାନଙ୍କ ଜୀବିକା ଗାଡ଼ି । […]

  • Tuesday, 13 July 2021
ଜଳପଥ ଦେଇ ଆସିପାରନ୍ତି ପ୍ରବାସୀ: ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର : ସଂକ୍ରମଣ ବଢ଼ୁଥିବା ବେଳେ ଜଳପଥ ଦେଇ ଆସିପାରନ୍ତି ପ୍ରବାସୀ । ଏହାକୁ ଦୃଷ୍ଟିରେ ରଖି ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ସୂଚନା ଦେଇଛନ୍ତି ରେଲୱେ ଓ ତଟରକ୍ଷୀ ସୁରକ୍ଷା ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ।  ପ୍ରବାସୀ ଆସିବା ସମ୍ଭାବନା ଥିବାରୁ ୧୮ଟି ମେରାଇନ୍ ଷ୍ଟେସନରେ ଚେକିଂ ଚାଲିଛି। ପ୍ରତ୍ୟେକ ଫିସ୍ ଲ୍ୟାଣ୍ଡିଂ ସେଣ୍ଟରରେ କୋଷ୍ଟଗାର୍ଡ ମୁତୟନ ହୋଇଛନ୍ତି । ସବୁ ବୋଟରେ ଚେକିଂ ଚାଲିଛି, ବାହାରୁ ଆସିଲେ ବୋଟ୍ ସିଜ କରାଯିବ […]

  • Tuesday, 13 July 2021
brahmapur
୨୦୧୫ରୁ ଆଜିଯାଏଁ ଗୋଟିଏ ଗଛ ଲଗାଇନି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ

କେବଳ ତାର ଜାଲି ପାଇଁ ୪୫ ଲକ୍ଷ ! ସୂଚନା ଅଧିକାର ଆଇନରୁ ମିଳିଲା ତଥ୍ୟ ବ୍ରହ୍ମପୁର : ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟକରଣର ଦାୟିତ୍ୱ ବହନ କରୁଛି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ । ଆଶ୍ଚର୍ଯ୍ୟର କଥା ବିଡିଏ ତାର ପରିଧରେ ଆସୁଥିବା ଅଞ୍ଚଳରେ ୨୦୧୫ ମସିହାରୁ ଆଜି ଯାଏଁ ଗୋଟିଏ ବି ଗଛ ଲଗାଇ ନାହିଁ । କିନ୍ତୁ ବିିଭିନ୍ନ ଅନୁଷ୍ଠାନ ତରଫରୁ ପୋତା ଯାଇଥିବା ଗଛର ସୁରକ୍ଷା ପାଇଁ ଜାଲି ବାବଦକୁ […]

  • Tuesday, 13 July 2021
pkg-7am
ଜୀବନ ଜୀବିକାରେ ବନ୍ଧ: ମହାନଦୀର ଶାଖାନଦୀ ଶୁକପାଇକା ସତ୍ତା ହରାଇବା ପରେ ବଢିଛି ଅଞ୍ଚଳବାସୀଙ୍କ ଦୁଃଖ

କଟକ(ପ୍ରଭାତ ବିଶୋଇ ଓ ସୌମ୍ୟ ରଞ୍ଜନ ସାହୁ) : ସରକାରଙ୍କ ନିଷ୍ପତ୍ତି ଜୀବନ ବଞ୍ଚାଇ ଦେଲା, ହେଲେ ଜୀବିକା ଛଡାଇ ନେଲା । କୌଳିକ ବୃତ୍ତି  ହରାଇ ଏବେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ଅଞ୍ଚଳବାସୀ । କଟକ ସଦର ନିର୍ବାଚନ ମଣ୍ଡଳୀ କନ୍ଦରପୁର, ଆୟତପୁରଠାରୁ ବାଙ୍କଳ ପର୍ଯ୍ୟନ୍ତ ମହାନଦୀର ଶାଖାନଦୀ ଶୁକପାଇକା ଅବବାହିକାରେ ରହୁଥିବା ସ୍ଥାନୀୟ ବାସିନ୍ଦାଙ୍କ ଦୁଃଖ ବଢ଼ିଯାଇଛି । ବନ୍ୟା ସ୍ଥିତିର ନିୟନ୍ତ୍ରଣ ପାଇଁ ଶୁକପାଇକା ଉତ୍ପତିସ୍ଥଳରେ ୧୯୫୨ରେ ବନ୍ଧ ବାନ୍ଧିଲେ […]

  • Tuesday, 13 July 2021
elephant
ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲା ଦନ୍ତା, ତିନି ମୃତ

ପଦ୍ମପୁର ନିକଟରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ଶୌଚ ପାଇଁ ନିକଟ ଜମିକୁ ଯାଇଥିବା ବେଳେ ଦଳିଦେଲା ହାତୀ ଗାଇସିଲଟ ବ୍ଲକ ଉମରଟ ଗାଁରେ ହାତୀ ଆକ୍ରମଣ ଗାଁରେ ଚାପା ଉତ୍ତେଜନା; ଗ୍ରାମବାସୀଙ୍କୁ ଫରେଷ୍ଟରଙ୍କ ବୁଝାସୁଝା ପଦ୍ମପୁର : ପୁଣି ଜୀବନ ନେଲା ଦନ୍ତା । ବରଗଡ ଗାଇସିଲଟ ବ୍ଲକ ଅଞ୍ଚଳରେ ହାତୀ ଆକ୍ରମଣରେ ୩ ମୃତ । ଶୌଚ ପାଇଁ ନିକଟ ଜମିକୁ ଯାଇଥିବା ବେଳେ ଦଳିଦେଲା ହାତୀ । ମୃତକ ହେଲେ ଗାଇସିଲଟ […]

  • Tuesday, 13 July 2021
6
ଜରାଜୀର୍ଣ୍ଣ ଅବସ୍ଥାରେ ବ୍ୟାସନଗର ପାନ୍ଥଶାଳା

ବିପଦସଙ୍କୁଳ ଅବସ୍ଥାରେ ବ୍ୟାସନଗର ପାନ୍ଥଶାଳା ପ୍ରାଶାସନିକ ଅବହେଳାରୁ ଖତ ଖାଉଛି କୋଟି କୋଟି ଟଙ୍କାର ସଂପତ୍ତି ପାନ୍ଥଶାଳାର ପୁନରୁଦ୍ଧାର ପାଇଁ ସାଧାରଣରେ ଦାବି ଯାଜପୁର(ଅଭୟ ପତି) : ଦିନ ଥିଲା ସେଠି ଆଶ୍ରୟ ନେଉଥିଲେ ପର୍ଯ୍ୟଟକ । ଦୂର ଦୂରାନ୍ତରୁ ଆସୁଥିବା ଲୋକଙ୍କ ପାଇଁ ସହଜ ସୁବିଧା ଥିଲା ରାତ୍ରୀ ରହଣୀ । ମାତ୍ର ଆଜି ସେହି ସ୍ଥାନ ପଡ଼ି ରହିଛି ଜରାଜୀର୍ଣ୍ଣ ଅବସ୍ଥାରେ । ଅନେକଙ୍କ ଆଶ୍ରୟସ୍ଥଳୀ ସାଜିଥିବା ପାନ୍ଥନିବାସ ଆଜି ପାଲଟିଛି ଭୂତକୋଠି ପାଲଟିଛି […]

  • Tuesday, 13 July 2021
ramnabami
ଆଜି ପବିତ୍ର ରାମନବମୀ : ଶ୍ରୀରାମଙ୍କ ଜନ୍ମୋତ୍ସବ ଲାଗି ଚଳଚଳଞ୍ଚଳ ଦେବାଳୟ

ଶ୍ରୀରାମଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଏକାଠି ନହେବାକୁ ଜାରି ହୋଇଛି କଟକଣା ସେପଟେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବିଶାଳ ବାଲୁକାକଳା ଭୁବନେଶ୍ୱର : ଆଜି ଚୈତ୍ର ମାସ ଶୁକ୍ଲ ନବମୀ । ଆଜିର ଦିନକୁ ସବୁଠି ରାମ ନବମୀ ଭାବେ ପାଳନ କରାଯାଏ । ଏହି ଦିନରେ ପ୍ରଭୁ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ । ତେଣୁ ଦିନକୁ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଭାବେ ପାଳନ କରାଯାଏ । ରାମ ନବମୀ […]

  • Tuesday, 13 July 2021
odisha
”୨ଦିନ ଭିତରେ ଫାଇନାଲ୍ କର, ନହେଲେ ହୁଲସ୍ତୁଲ୍ ହେବ ଓଡ଼ିଶା’

ଭୁବନେଶ୍ୱର : ”୨ଦିନ ଭିତରେ ଫାଇନାଲ୍ କର, ନହେଲେ ହୁଲସ୍ତୁଲ୍ ହେବ ଓଡ଼ିଶା । ପରୀକ୍ଷା ବାତିଲ୍ କର ନକଲେ ମାଷ୍ଟର କ୍ୟାଣ୍ଟିନରେ ଲାଇଭ ହେବ ।  ସିବିଏସଇ ପିଲା ପରୀକ୍ଷା ବାତିଲ୍ ହୋଇଥିବା ବେଳେ ଆମ ପରୀକ୍ଷା କାହିଁକି ବାତିଲ୍ କରାଯାଉ ନାହିଁ’ । ଆମ ଭବିଷ୍ୟତ ଏବେ ଅନ୍ଧାରରେ ।’  ସାରା ଦେଶର ପିଲା ପରୀକ୍ଷା ଦେଉନଥିବା ବେଳେ ପାତରଅନ୍ତର କରାଯାଉଥିବା ଅଭିଯୋଗ ଆଣିଛନ୍ତି ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ । ପରୀକ୍ଷା ଦ୍ୱନ୍ଦ୍ୱ ଦୂର […]

  • Tuesday, 13 July 2021
court
କୋର୍ଟ ପାଇଁ ଗାଇଡ୍ ଲାଇନ୍ : ଭର୍ଚୁଆଲ୍ ମୋଡରେ ହେବ ଶୁଣାଣି

କରୋନା କାଳରେ କୋର୍ଟ ପରିଚାଳନା ପାଇଁ ଗାଇଡଲାଇନ୍ କୋର୍ଟରେ ମାମଲାଗୁଡ଼ିକର ଶୁଣାଣି ଭର୍ଚୁଆଲ୍ ମୋଡରେ ହେବ କୋର୍ଟ ରୁମରେ ସାମାଜିକ ଦୂରତା ଓ କରୋନା ପ୍ରୋଟକଲ୍ ପାଳନ କରାଯିବ କୋର୍ଟ ପରିସରକୁ ସପ୍ତାହକୁ ଥରେ ସାନିଟାଇଜ୍ କରାଯିବ ଜ୍ୱର କିମ୍ବା କାଶ ଲକ୍ଷଣ ଥିବା କର୍ମଚାରୀଙ୍କୁ କୋର୍ଟକୁ ବାରଣ କରାଯିବ ଭୁବନେଶ୍ୱର : କରୋନା ସଂକ୍ରମଣ ବଢ଼ୁଥିବାରୁ କୋର୍ଟରେ ମାମଲା ପରିଚାଳନା ନେଇ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କରୋନା ପରିସ୍ଥିତିରେ ମାମଲା ଗୁଡ଼ିକର ଶୁଣାଣି […]

9Am-Posco
ପୁଣି ଓଡ଼ିଶା ଫେରୁଛି ପସ୍କୋ !

ଭୁବନେଶ୍ୱର : ଦକ୍ଷିଣ କୋରିଆର ବିଶାଳ ଷ୍ଟିଲ୍ ଉତ୍ପାଦନକାରୀ କଂପାନି ପସ୍କୋ ପୁଣି ଓଡ଼ିଶା ଫେରୁଥିବା ସୂଚନା ।  ପ୍ରାୟ ୧୨ ବିଲିୟନ୍ ୟୁଏସ୍ ଡଲାର ବା ୮୯ ହଜାର ୭୧୩ କୋଟି ଟଙ୍କା ରେକର୍ଡ ପରିମାଣର ପୁଞ୍ଜି ନିବେଶ କରି ରାଜ୍ୟରେ ଏକ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ମନ ବଳାଇଛି କଂପାନି । ଗତକାଲି ଓଡ଼ିଶା- ଦକ୍ଷିଣ କୋରିଆ ମଧ୍ୟରେ ବାଣିଜ୍ୟ କାରବାର ପ୍ରୋତ୍ସାହନକୁ ନେଇ ଆୟୋଜିତ ଭର୍ଚୁଆଲ୍ ବୈଠକରେ ଦକ୍ଷିଣ କୋରିଆ […]

  • Tuesday, 13 July 2021
e waste
ଇୱେଷ୍ଟକୁ ବ୍ୟବହାର କରି ନିର୍ମାଣ ହୋଇଛି ଆଖି ଝଲସିଲା ଭଳି କଳାକୃତି

ଅଦରକାରୀ ବସ୍ତୁରେ ଅଭୂତପୂର୍ବ କଳାକୃତି ବୃଦ୍ଧି ପାଉଛି ଇ ୱେଷ୍ଟ  ବା ଇଲେକଟ୍ରୋନିକ୍ସ ବର୍ଯ୍ୟବସ୍ତୁ  ପରିବେଶକୁ ଭୟଙ୍କର ଭାବେ ପ୍ରଦୂଷିତ କରୁଛି ଇ ୱେଷ୍ଟ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ବ୍ରହ୍ମପୁର ଆଇଟିଆଇ ଛାତ୍ରଛାତ୍ରୀ    ବ୍ରହ୍ମପୁର(ଜଗନ୍ନାଥ ସାହୁ):  ଦିନକୁ ଦିନ ବଢୁଛି ଇଲେକଟ୍ରୋନିକ୍ସ ସାମଗ୍ରୀର ଚାହିଦା । ଫଳରେ ବୃଦ୍ଧି ପାଉଛି ଇ ୱେଷ୍ଟ ବା ଇଲେକଟ୍ରୋନିକସ୍ ବର୍ଯ୍ୟବସ୍ତୁ,  ଯାହା ପରିବେଶକୁ ଭୟଙ୍କର ଭାବେ ପ୍ରଦୂଷିତ କରିବାରେ ଲାଗିଛି ।  କିନ୍ତୁ ଇୱେଷ୍ଟକୁ ବାହାରେ ନଫିଙ୍ଗି ଏଥିରୁ […]

  • Tuesday, 13 July 2021
7am-jatra
ବାହାଘରର ୨୪ ଘଣ୍ଟା ପୂର୍ବରୁ ତାଲିକା ଦେବେ ଆୟୋଜକ : ଅଙ୍ଗନବାଡ଼ି କେନ୍ଦ୍ର, ଯାତ୍ରା, ରଙ୍ଗମଞ୍ଚ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଘୋଷଣା 

ଭୁବନେଶ୍ୱର : ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ସହ ରାଜ୍ୟରେ ଯାତ୍ରା, ଅପେରା ଓ ମୁକ୍ତାକାଶ ରଂଗମଞ୍ଚକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଏଣିକି ଯାତ୍ରା, ଅପେରା, ମୁକ୍ତାକାଶ ରଂଗମଞ୍ଚ ବନ୍ଦ ରହିବ । ତା ସହ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବା ନେଇ ଘୋଷଣା କରିଛନ୍ତି ଏସଅଆରସି ।  ଅଙ୍ଗନବାଡ଼ି ବନ୍ଦ ହେଲେ ମଧ୍ୟ ଶିଶୁ ଖାଦ୍ୟ ଓ ରାସନ୍ ଘରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ । ସେପଟେ ବାହାଘରରେ ୫୦ ଜଣଙ୍କ […]

  • Tuesday, 13 July 2021
ହଳଦିଆ ରଙ୍ଗର ତାଇୱାନ ତରଭୁଜ : ଖାଲି ରଙ୍ଗ ଭିନ୍ନ ତା ନୁହେଁ ସ୍ୱାଦ ମଧ୍ୟ ଅଧିକ

ବାରିପଦା(ମାଣିକଲାଲ୍ ପାଣି) : ଖରାଦିନେ ବଢିଯାଏ ତରଭୁଜର ଚାହିଦା । ରୌଦ୍ର ତାପରୁ ରକ୍ଷା ପାଇଁ ଲାଲ ଟହ ଟହ ତରଭୁଜ ଖାଇବାକୁ କାହାବୁ ବା ଭଲ ନଲାଗେ । ହେଲେ ତରଭୁଜ କେବେ ହଳଦିଆ ରଙ୍ଗର ଦେଖିଛନ୍ତି ? ଖାଲି ରଙ୍ଗ ଭିନ୍ନ ନୁହେଁ, ଏହା ସୁସ୍ୱାଦୁ ଓ ମିଠା ମଧ୍ୟ । ତେବେ ଏହି ତରଭୁଜକୁ ତାଇୱାନ ବ୍ରିଡର କୁହାଯାଉଥିବା । ଗ୍ରାହକଙ୍କ ମଧ୍ୟରେ ଏହି ହଳଦିଆ ତରଭୁଜର ବେଶ ଡିମାଣ୍ଡ ଦେଖିବାକୁ ମିଳୁଛି । […]

  • Tuesday, 13 July 2021
heat-wave
ତାତିରେ ସିଝୁଛି ସାରା ରାଜ୍ୟ: ୪୨ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ତାତି । ଉତ୍ତରରୁ ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଗତକାଲି ୪୦ ଡିଗ୍ରୀ ଉପରେ ରାଜ୍ୟର ୫ ସହରର ତାପମାତ୍ରା ରହିଛି । ୪୨ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ୪୧ ଦଶମିକ ୮ ଡିଗ୍ରୀ ସହ ସୋନପୁର ଦ୍ୱିତୀୟ ଉତପ୍ତ ସହର ଥିଲାବେଳେ ବୌଦ୍ଧ, ଭବାନୀପାଟଣା, ମାଲକାନଗିରିରେ ୪୦ ଉପରେ ରହିଥିଲା ପାରଦ […]

  • Tuesday, 13 July 2021
Lingaraja
ଭକ୍ତଙ୍କ ଲାଗି ଲିଙ୍ଗରାଜ ମନ୍ଦିର ବନ୍ଦ

ଅନିର୍ଦ୍ଦିଷ୍ଟ କାଳ ଲାଗି ଲିଙ୍ଗରାଜ ମନ୍ଦିର ବନ୍ଦ କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ବିଏମସିର ନିଷ୍ପତ୍ତି ଦୈନନ୍ଦିନ ନୀତିକାନ୍ତି ପାଇଁ କେବଳ ସେବାୟତଙ୍କୁ ମନ୍ଦିର ପ୍ରବେଶ ଅନୁମତି    ଭୁବନେଶ୍ୱର : ବଢୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ଶ୍ରଦ୍ଧାଳୁଙ୍କ ପାଇଁ ଅନିର୍ଦ୍ଦିଷ୍ଟ କାଳ ଲାଗି ବନ୍ଦ ହୋଇଛି ଶ୍ରୀଲିଙ୍ଗରାଜ ମନ୍ଦିର । କିଛି ସେବାୟତ କରୋନା ସଂକ୍ରମିତ ହେବାରୁ ସାଧାରଣ ଦର୍ଶନାର୍ଥୀଙ୍କ ଲାଗି ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମସି । ତେବେ ଏହି […]

  • Tuesday, 13 July 2021
bus
କୋଭିଡ୍ ସଂକ୍ରମଣରେ ବ୍ରେକ୍ ଦେବାକୁ ଆଜିଠୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜିଠାରୁ ବନ୍ଦ ରହିବ ଆନ୍ତଃରାଜ୍ୟ ବସ୍ ଚଳାଚଳ । ଫଳରେ ଅନ୍ୟ ରାଜ୍ୟକୁ ଯାଆସ କରୁଥିବା ସମସ୍ତ ବସ୍ ସେବା ବନ୍ଦ ରହିବ । ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ ମୁତାବକ ‌ଆନ୍ତଃରାଜ୍ୟ ବସ୍ ସେବାକୁ ବନ୍ଦ କରାଯାଇଛି । ହେଲେ ରାଜ୍ୟ ଭିତରେ ପୂର୍ବ ଭଳି ବସ୍ ଚାଲୁ ରହିିବ । କରୋନା କଟକଣା କଡ଼ାକଡ଼ି ପାଳନ କରାଯିବା ସହ ଯାତ୍ରୀମାନେ କେବଳ ସିଟିଂରେ ହିଁ […]

water problem
ଖରା ବଢ଼ୁଛି,ପାଣି ଟୋପାଏ ମିଳୁନି : ଲୋକେ ପିଉଛନ୍ତି ଝରଣାର ଦୂଷିତ ଜଳ

ରାମଚନ୍ଦ୍ରପୁର(ମନୋଜ ପାତ୍ର): ଖରା ବଢିବା ସହ ବଢୁଛି ଜଳକଷ୍ଟ । ପିଇବା ପାଣି ଟୋପାଏ ମିଳୁନି ।  ରାମଚନ୍ଦ୍ରପୁରରେ ଏବେ ଭୀଷଣ ଜଳକଷ୍ଟ ଦେଖାଦେଇଛି । ଗାଁରେ ଥିବା ଏକମାତ୍ର ନଳକୂପ ଠିକ୍‍ ଭାବେ ପାଣି ବାହାରୁ ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ସୋଲାର ପମ୍ପର ମୋଟର ଖରାପ ହୋଇ ଯାଇଥିବାରୁ ଦୀର୍ଘଦିନ ଅକାମୀ ହୋଇ ପଡି ରହିଛି । ଫଳରେ ମାଣି ମୁନ୍ଦିଏ ପାଇଁ ଲୋକେ ବାଧ୍ୟ ହୋଇ ଅଧ କିଲୋମିଟର […]

  • Tuesday, 13 July 2021
ganjam
ପୁଣି ଗଞ୍ଜାମକୁ ଫେରୁଛନ୍ତି ପ୍ରବାସୀ : ଷ୍ଟେସନରେ ପ୍ରବାସୀଙ୍କ ଟେଷ୍ଟିଂ ଓ ଟ୍ରେସିଂ

ଦ୍ୱିତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ଗଞ୍ଜାମ ପ୍ରଶାସନ ସରପଞ୍ଚ ସଜାଗ, ପ୍ରବାସୀଙ୍କ ଆଇସୋଲେସନ ଉପରେ ଗୁରୁତ୍ୱ ସୁରଟରେ କୋଭିଡରେ ଜୀବନ ହାରିଲେ ଆଉ ଜଣେ ଓଡିଆ ବ୍ରହ୍ମପୁର, ଆସ୍କା, ଖଲ୍ଲିକୋଟ( ଅଶୋକ ବ୍ରହ୍ମା, ମନୋଜ ମୁନୀ,ସିଲୁ ବିଶ୍ୱାଳ) : କରୋନାର ଗତବର୍ଷ ହଟସ୍ପଟ ପାଲଟିଥିବା ଗଞ୍ଜାମ ଜିଲ୍ଲାର ସଂକ୍ରମଣ ବଢାଇଥିଲେ ପ୍ରବାସୀ ଓଡିଆ । ଏବେ ପୁଣି ଥରେ ଦେଶରେ ସଂକ୍ରମଣ ବଢ଼ୁଥିବା ବେଳେ ଗଞ୍ଜାମର ସ୍ଥିତି ମଧ୍ୟ ଧିରେ ଧିରେ ବିଗୁଡ଼ିବାରେ ଲାଗିଛି । ଆଉ […]

  • Tuesday, 13 July 2021