• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita
  • କରୋନା କାଳରେ କୋର୍ଟ ପରିଚାଳନା ପାଇଁ ଗାଇଡଲାଇନ୍
  • କୋର୍ଟରେ ମାମଲାଗୁଡ଼ିକର ଶୁଣାଣି ଭର୍ଚୁଆଲ୍ ମୋଡରେ ହେବ
  • କୋର୍ଟ ରୁମରେ ସାମାଜିକ ଦୂରତା ଓ କରୋନା ପ୍ରୋଟକଲ୍ ପାଳନ କରାଯିବ
  • କୋର୍ଟ ପରିସରକୁ ସପ୍ତାହକୁ ଥରେ ସାନିଟାଇଜ୍ କରାଯିବ
  • ଜ୍ୱର କିମ୍ବା କାଶ ଲକ୍ଷଣ ଥିବା କର୍ମଚାରୀଙ୍କୁ କୋର୍ଟକୁ ବାରଣ କରାଯିବ

ଭୁବନେଶ୍ୱର : କରୋନା ସଂକ୍ରମଣ ବଢ଼ୁଥିବାରୁ କୋର୍ଟରେ ମାମଲା ପରିଚାଳନା ନେଇ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କରୋନା ପରିସ୍ଥିତିରେ ମାମଲା ଗୁଡ଼ିକର ଶୁଣାଣି ଯଥାସମ୍ଭବ ଭର୍ଚୁଆଲ୍ ମୋଡରେ କରାଯିବ । ଏହାଛଡ଼ା ଯଦି କୋର୍ଟ ରୁମରେ ଶୁଣାଣି ଆବଶ୍ୟକ ପଡ଼େ ଏଥିଲାଗି ସତର୍କତା ଅବଲମ୍ବନ କରାଯିବ । ଏଥିପାଇଁ କୋର୍ଟ ରୁମରେ ସାମାଜିକ ଦୂରତା ଅବଲମ୍ବନ ସହ କରୋନା କଟକଣା ମାନିବାକୁ ହେବ ବୋଲି କୁହାଯାଇଛି । କୋର୍ଟ ପରିସରକୁ ସପ୍ତାହକୁ ଥରେ ସାନିଟାଇଜ୍ କରାଯିବ । ଏସବୁ କାର୍ଯ୍ୟ ସମାପନ ଲାଗି ଜଣେ ନୋଡାଲ୍ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଜ୍ୱର କିମ୍ବା କାଶ ଲକ୍ଷଣ ଥିବା କର୍ମଚାରୀଙ୍କୁ କୋର୍ଟକୁ ବାରଣ କରାଯିବ ।

ସେହିପରି କୋର୍ଟର ପ୍ରବେଶ ଓ ପ୍ରସ୍ଥାନ ପଥକୁ ଯଥାସମ୍ଭବ କମ୍ କରାଯିବା ପାଇଁ ଚେଷ୍ଟା କରାଯିବ । କୋର୍ଟରେ ଭିଡ଼ କମାଇବା ଲାଗି ମାମଲାର ତାଲିକା ଅନୁରୂପ ଭାବେ ପ୍ରସ୍ତୁତ କରାଯିବ । କୋର୍ଟ ହଲ୍ ଭିତରେ ଓକିଲଙ୍କ ମଧ୍ୟରେ ୬ ଫୁଟ୍ ଦୂରତା ବଜାୟ ରଖିବାକୁ ହେବ । କରୋନା ସ୍ଥିତିରେ କୋର୍ଟରେ ମାମଲା ପରିଚାଳନା କିପରି ହେବ ସେନେଇ ଗତକାଲି  ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି, ଜିଲ୍ଲା ଜଜ୍, ଆଡଭୋକେଟ ଜେନେରାଲ୍, ବାର୍ ଆସୋସିଏସନ ଓ ବରିଷ୍ଠ ଆଇନଜୀବୀଙ୍କ ସହ ଭିିଡିଓ କନଫରେନ୍ସିଂରେ ଆଲୋଚନା କରଥିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଆଲୋଚନା ପରେ କୋର୍ଟ କାର୍ଯ୍ୟ ପାଇଁ ଏଭଳିି ପଦକ୍ଷେପ ନିଆଯାଇଛି ।

 

ସେପଟେ ଟ୍ୱିନ୍ ସିଟିରେ ସ୍ୱରେଜ ଲାଇନ ସଫା କରିବା ବେଳେ ୪ ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ପଦକ୍ଷେପ ନେବାକୁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି । ଗତ ମାସ ୧୯ ତାରିଖରେ ଭୁବନେଶ୍ୱର ଏବଂ ଏପ୍ରିଲ ୧୫ ତାରିଖରେ କଟକ ସିଡିଏ-୧୦ରେ ହୋଇଥିବା ଦୁର୍ଘଟଣାରେ ପ୍ରତି ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ତୁରନ୍ତ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ ପକ୍ଷଭୁକ୍ତ ଥିବା ରାଜ୍ୟ ସରକାର, ବିଏମସି, ସିଏମସି ସମେତ ମୋଟ ୯ ଜଣଙ୍କୁ କୋର୍ଟ ନୋଟିସ କରିଛନ୍ତି ।

ମୃତକ ମାନେ ଏସସି କିମ୍ବା ଏସଟି ହୋଇଥିଲେ ଏସସି, ଏସଟି ହିଂସା ନିରୋଧ ଆଇନ ଆଧାରରେ ମାମଲା ରୁଜୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକ ଘଟଣାରେ ହୋଇଥିବା ତଦନ୍ତର ଅଗ୍ରଗତି ଏବଂ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସମସ୍ତ ତଥ୍ୟ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ଘଟଣାକୁ ନେଇ ନିଜ ଆଡୁ ଦାୟର କରିଥିବା ଏକ ମାମଲାରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି  । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଗୁଡିକ କିପରି ପାଳନ କରାଯାଉଛି ପରବର୍ତ୍ତୀ ଶୁଣାଣୀ ସୁଦ୍ଧା ଅବଗତ କରାଇବାକୁ କୋର୍ଟ କହିଛନ୍ତି ।

 

Guidelines-for-court
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories