• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

looty
ସୁନା ଚେନ ଲୁଟ କରି ଫେରାର ହେଉଥିବା ବେଳେ ଧରାପଡିଲା ଅପରାଧୀ

ରାଜପଥରେ ବଢିଚାଲିଛି ରାହାଜାନୀ । ଜାତୀୟ ରାଜପଥରୁ ମହିଳାଙ୍କଠାରୁ ଚେନ୍ ଲୁଟି ଫେରାର ବେଳେ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲେ।କେ । ତେବେ ଫାଙ୍କା ଗୁଳିଚାଳନା କରି ଅନ୍ୟ ଜଣେ ଫେରାର ହେ।ଇଥିବା ସୂଚନା ରହିଛି

  • Wednesday, 14 July 2021
pari
ପରୀ ହତ୍ୟାକାରୀ ଧରାପଡିବ କେବେ ?

ଥମିବାରେ ନା ନେଉନାହିଁ ପରୀ ମୃତ୍ୟୁ ପ୍ରସଙ୍ଗ । ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତକୁ ଜେ।ରଦାର କରିଛି SIT  । ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁଗତ ତଥା ମାମଲାର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରିଛି ଯାଞ୍ଚ ଏଜେନ୍ସି

  • Wednesday, 14 July 2021
bijoy
ରଥ ନିର୍ମାଣକୁ ନେଇ ତେଜିଲା ରାଜନୀତି, କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଲା ରାଜ୍ୟ

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ମହାପ୍ରଭୁଙ୍କ ଘୋଷଯାତ୍ରା ଏବେ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି। ଇତି ମଧ୍ୟରେ ରଥ ନିର୍ମାଣ ପ୍ରସଙ୍ଗକୁ ନେଇ କାଦୁଅଫିଙ୍ଗା ଚାଲିଲାଣି। କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଲା ରାଜ୍ୟ। ଲକ୍ ଡାଉନ୍ ଥିବାରୁ ରଥ କାମ ହେବ କି ନାହିଁ ଅନୁମତି ଲୋଡ଼ିଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସରକାର ଅନୁମତି ଲୋଡ଼ିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି। ପୂର୍ବରୁ ରଥ ନିର୍ମାଣ ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମତି ଲୋଡ଼ିଥିଲା। ରାଜ୍ୟ ସରକାରଙ୍କ ଅନୁମତି […]

  • Wednesday, 14 July 2021
wine
ରାଜ୍ୟରେ ମଦ ଦୋକାନ ଖୋଲିବା ଉଚିତ୍ କି? କଣ କହୁଛି OTV ସର୍ଭେ ରିପୋର୍ଟ

ଭୁବନେଶ୍ୱର: ଲକଡାଉନ ସମୟରେ ରାଜ୍ୟରେ ମଦ ଦୋକାନ ଖୋଲିବା ଉଚିତ୍ କି? ଓଟିଭି ସୋସିଆଲ ମିଡିଆରେ କରାଯାଇଥିବା ସର୍ଭେରେ ବହୁସଂଖ୍ୟାରେ ଫଲୋଅର ଭାଗ ନେବା ସହ ନିଜର ମତାମତ ରଖିଛନ୍ତି। ତେବେ ଆମ ସୋସିଆଲ ମିଡିଆର ଅଧିକାଂଶ ଫଲୋଅର ମଦ ଦୋକାନ ଖୋଲାଯିବାକୁ ବିରୋଧ କରିଛନ୍ତି। ଓଟିଭି ଫେସବୁକ୍‌ରେ କରାଯାଇଥିବା ସର୍ଭେରେ ଏବେ ସୁଦ୍ଧା ୨୭ ହଜାରରୁ ଅଧିକ ଫଲୋଅର ନିଜ ନିଜ ମତ ରଖିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୭୯ ପ୍ରତିଶତ କହିଛନ୍ତି ଯେ, ଏବେ […]

  • Wednesday, 14 July 2021
kan
ପୋଲିସ ଆଗରେ ଗ୍ରାମବାସୀଙ୍କ କଙ୍ଗାରୁ କୋର୍ଟ, ମହିଳାଙ୍କୁ ଆଣ୍ଠେଇ ଭୁଲ ମଗାଇଲେ

କେନ୍ଦ୍ରାପଡା: ପୋଲିସ ସାମ୍ନାରେ ମହିଳାଙ୍କୁ ନିର୍ଯାତନା। ଠକେଇ ଅଭିଯୋଗରେ ଜଣେ ମହିଳାଙ୍କୁ ଆଣ୍ଠେଇ ଭୁଲ ମାଗାଇଲେ ସ୍ଥାନୀୟ ବାସିନ୍ଦା। ପୋଲିସ ଉପସ୍ଥିତିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ରଙ୍କାଳ ଗାଁରେ। ଅଭିଯୋଗ ଅନୁସାରେ, ପିଲାଙ୍କୁ ଖାଦ୍ୟ ଯୋଗାଇବା ନାଁରେ ରଙ୍କାଳ ଗାଁରେ ଲୋକଙ୍କ ଠାରୁ ୨ଶହ ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ଏହି ମହିଳା କୌଣସି ଏକ ଏନଜିଓ ସଂସ୍ଥା ପକ୍ଷରୁ ଏଭଳି ଏକ ସର୍ଭେ କରାଯାଉଥିବା ମହିଳା ଜଣକ କହିଥିଲେ ବୋଲି […]

  • Wednesday, 14 July 2021
attack
ସହାୟତା କଣ ବେଆଇନ୍‌? ମନ୍ତ୍ରୀଙ୍କ ଅଭିଯୋଗର ଜବାବ ଦେଲେ ସାଂସଦ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଓ୍ୱାର୍ଡ ପ୍ରତିନିଧିମାନେ ବେଆଇନ ଭାବେ ଫର୍ମ ବାଣ୍ଟୁଥିବା ଅଭିଯୋଗ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଏହି ଅଭିଯୋଗ ଆଣିଛନ୍ତି। ମହାନଗର ନିଗମ ଅଧୀନରେ ଥିବା ଉଠା ଦୋକାନୀମାନଙ୍କୁ ସହାୟତା ନିମନ୍ତେ ପ୍ରତିନିଧିମାନେ ଫର୍ମ ଦେବା ସହ ସେମାନଙ୍କଠାରୁ ଆଧାର କାର୍ଡ, ମୋବାଇଲ ନମ୍ବର ଆଦି ସଂଗ୍ରହ କରୁଥିବା ମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ ଜାଣିବାକୁ ପାଇଛନ୍ତି। ଏହା ବେଆଇନ, ରାଜ୍ୟ ସରକାର […]

  • Wednesday, 14 July 2021
sparsh
ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗରେ ସ୍ପଷ୍ଟୀକରଣ ରଖିଲେ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର: କିଛି ଦିନ ତଳେ ଭୁବନେଶ୍ୱରରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ ନାଁରେ ଅଭିଯୋଗ ହୋଇଥିଲା। ରୋଗୀଙ୍କୁ ଚିକିତ୍ସା କରିବା ବଦଳରେ ଅଣଦେଖା କରିବା ନେଇ ଅଭିଯୋଗ ଆଣିଥିଲେ ମୃତକଙ୍କ ପରିବାର। ତେବେ ଏହି ସସ୍‌ପେନ୍ସ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍ପର୍ଶ ହସ୍ପିଟାଲ କର୍ତ୍ତୃପକ୍ଷ। ରୋଗୀ ଜଣଙ୍କ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ, ଲକ୍ଷଣ ଜଣାପଡିବା ପରେ ତାଙ୍କୁ ଉପଯୁକ୍ତ ପରୀକ୍ଷା କରାଯାଇଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ଗତ ଏପ୍ରିଲ ୨୭ରେ ଭୁବନେଶ୍ୱର […]

  • Wednesday, 14 July 2021
same
ଘୋଷଯାତ୍ରା ନେଇ ବଢ଼ିଲା ଆଶା, ରଥ ନିର୍ମାଣ ନେଇ ସୁପାରିଶ

ପୁରୀ: ରଥ ନିର୍ମାଣ ପାଇଁ ସୁପାରିଶ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ରଥ ନିର୍ମାଣ କରିବାକୁ ପରିଚାଳନା କମିଟି ବୈଠକରେ ସୁପାରିଶ କରାଯାଇଛି। କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ସୂଚନା ଦେଇଛନ୍ତି। ବଢ଼ିଲା ଶ୍ରୀଜୀଉଙ୍କ ଘୋଷଯାତ୍ରା ଆଶା ଆଗାମୀ ରଥଯାତ୍ରା ଲାଗି ବଡ଼ଦାଣ୍ଡରେ ତିନି ରଥର ନିର୍ମାଣ ଲାଗି ଆଜି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିବା ସୂଚନା ଦେଇଛନ୍ତି କମିଟିର ଅଧ୍ୟକ୍ଷ […]

  • Wednesday, 14 July 2021
well
ପୁଅକୁ ରକ୍ଷା କରିବାକୁ ଯାଇ କୂଅକୁ ଡେଇଁ ପଡିଲେ ମା

ଢେଙ୍କାନାଳ: ନିଜ ସନ୍ତାନର ଜୀବନ ରକ୍ଷା ପାଇଁ ତାର ମା ମୃତ୍ୟୁ ଆଗକୁ ଡେଇଁପଡେ। କିନ୍ତୁ ଶେଷରେ ଉଭୟ ମା ଓ ପୁଅଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ପର୍ଜଙ୍ଗ ଥାନା ତୋରଡ଼ାନାଳି ଗାଁରେ। ଏକ ୩ ବର୍ଷର ପୁଅ ପିଲା ଖେଳୁଥିବା ବେଳେ କୌଣସି କାରଣରୁ କୂଅ ଭିତରେ ଖସି ପଡ଼ିଥିଲା। ପୁଅକୁ ବଞ୍ଚାଇବାକୁ ଯାଇ ତାଙ୍କ ମା ମଧ୍ୟ ତତକ୍ଷଣାତ କୂଅ ମଧ୍ୟକୁ ଡେଇଁ ପଡ଼ିଥିଲେ। ପରେ କୂଅରୁ ଉଭୟଙ୍କ […]

  • Wednesday, 14 July 2021
rainfall
୨୪ ଘଣ୍ଟାରେ ଅବପାତ, ୭ ଯାଏ ଏସବୁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ମେ ୭ ବେଳକୁ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୱେଲମାର୍କଡ ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ଏହାର ପ୍ରଭାବରେ ଆଜି ଠାରୁ ୭ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା  ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାର ପ୍ରଭାବରେ ମେ ୩ରୁ ୭ […]

  • Wednesday, 14 July 2021
reporter
ରିପୋର୍ଟିଂ ବେଳେ ସାମ୍ୱାଦିକଙ୍କୁ ବନକର୍ମଚାରୀଙ୍କ ଆକ୍ରମଣ

ଭୁବନେଶ୍ୱର: ଆଜି ବିଶ୍ୱ ପ୍ରେସ୍ ଫ୍ରିଡ୍‌ମ ଡେ’ରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ। ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଖବର ସଂଗ୍ରହ ବେଳେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏପରିକି ବନବିଭାଗର କର୍ମଚାରୀ କ୍ୟାମେରା ଭାଙ୍ଗିଦେଇଥିବା ନେଇ ଅଭିଯୋଗ ହୋଇଛି। ଆଜି ବାତ୍ୟା ଫନୀକୁ ବର୍ଷେ ପୁରିଛି। ସେହି ସମୟରେ ଫନୀର ତାଣ୍ଡବରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲା ପୁରୀ ଜିଲ୍ଲା ଉପକୂଳ ଅଞ୍ଚଳ ବାଲୁଖଣ୍ଡ ଅଭୟାରଣ୍ୟର ହଜାର ହଜାର ଗଛ। ଏନେଇ ଖବର ସଂଗ୍ରହ […]

  • Wednesday, 14 July 2021
dig
‘ମୃତ୍ୟୁର ଘାଟି’କୁ ବୁଲି ଦେଖିଲେ ବରିଷ୍ଠ ପୋଲିସ୍‌ ଅଧିକାରୀ

ଫୁଲବାଣୀ: ଦୁଇ ଦୁଇ ଥର କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳ ବୁଲି ଦେଖିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ। ଏହି ସମୟରେ କନ୍ଧମାଳ ଏସପି, ଜିଉଦୟଗିରି ଏସଡିପିଓ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସକାଳେ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ଯାତ୍ରୀବାହୀ ବସ୍। ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗାର୍ଡ ୱାଲରେ ପିଟି ହୋଇଯାଇଥିଲା। ଫଳରେ ବସ୍‌ରେ ଥିବା […]

  • Wednesday, 14 July 2021
fm
୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କର, ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଆସନ୍ତା ଜୁଲାଇ ମାସରେ ୪ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ସରୁଛି। ସେହିପରି ଅଗଷ୍ଟ ମାସରେ ମଧ୍ୟ ଆଉ ୨ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେଉଛି। କିନ୍ତୁ କରୋନା ମୁକାବିଲାରେ ସରକାର ଏବେ ବ୍ୟସ୍ତ ରହିଥିବାରୁ ଏହି ସମସ୍ତ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ଚୟନ ଓ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନିମନ୍ତେ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜୁଲାଇ ମାସରେ ୪ଟି ବିଶ୍ୱବିଦ୍ୟାଳୟ ଓ ଅଗଷ୍ଟରେ ଆଉ […]

  • Wednesday, 14 July 2021
stone
ପଥର ତଳେ ଚାପି ହୋଇ ଚାଲିଗଲା ୩ ଜୀବନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଅଘଟଣ। ପୁରୁଷୋତ୍ତମପୁରସ୍ଥିତ ଭାତକୁମରଡ଼ା ପଥର ଖଣିରେ ଏହି ଅଘଟଣ ଘଟିଛି। ପଥର କାଟିବା ବେଳେ ଅତଡ଼ା ଧସିବାରୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ତିନି ଶ୍ରମିକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡିଛି। ମୃତକମାନେ ହେଲେ ଟାଙ୍ଗନାପାଲ୍ଲି ଗାଁର ପଙ୍କଜ ଦାସ ଓ ମିନତୀ ନାୟକ ଏବଂ ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗାଁର ଭକତ ପରିଡ଼ା। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପହଞ୍ଚି ତନାଘନା […]

  • Wednesday, 14 July 2021
dog
ନିଷ୍ଠୁର ସାଜିଲା ମଣିଷ, ଭୋକିଲା ପେଟରେ ମାଡ଼ ସହିପାରିଲାନି ଗର୍ଭବତୀ କୁକୁର

ଭୁବନେଶ୍ୱର: ଲକ୍‌ଡାଉନ୍ ସମୟରେ ଦୁଇ ମୁଠା ଖାଇବା ପାଇଁ ପଶୁ ଜନ୍ତୁମାନେ ଡ଼ହଳବିକଳରେ ଆଉଟୁପାଉଟୁ ହେଉଛନ୍ତି। ଏପରି ସଙ୍କଟ ସମୟରେ ତାଙ୍କ ପ୍ରତି ଦୟା ମନୋଭାବ ନ ଦେଖାଇ ମଣିଷ ସାଜିଲା ଘାତକ।  କରୋନା ସମୟରେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରୁଥିବା ବେଳେ ନିଷ୍ଠୁର ମଣିଷ ଗର୍ଭବତୀ କୁକୁରକୁ ପିଟିପିଟି ହତ୍ୟା କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି, ଭୁବନେଶ୍ୱର ସାମନ୍ତରାପୁରସ୍ଥିତ ଶ୍ରୀରାମ ନଗର ୧୦ ନମ୍ବର ଲେନ୍‌ରେ। ଗର୍ଭବତୀ କୁକୁରକୁ ଆକ୍ରମଣ ପରେ କୁକୁରର […]

  • Wednesday, 14 July 2021
rain
ଦାନା ବାନ୍ଧୁଛି ଲଘୁଚାପ! ଉପକୂଳରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ଡିପ୍ରେସନ୍ ରୂପ ନେଇପାରେ। କାଳକ୍ରମେ ଘନୀଭୂତ ହୋଇ ଆଣ୍ଡାମାନରୁ ମିଆଁମାର ଆଡ଼କୁ ମୁହାଁଇପାରେ। ଏପ୍ରିଲ ୩୦ରୁ ମେ ୩ ମଧ୍ୟରେ ମିଆଁମାର ମୁହାଁ ହେବା ସମ୍ଭାବନା ରହିଛି। ଫଳରେ ଏପ୍ରିଲ ୩୦ରୁ ମେ ୩ ତାରିଖ ମଧ୍ୟରେ  ଆଣ୍ଡାମାନ […]

  • Wednesday, 14 July 2021
mada-final
ଲୋକଙ୍କୁ ମାଡ଼ ମାରିବା ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା

ଗଞ୍ଜାମ: ଲକ୍‌ଡାଉନ୍‌ ସମୟରେ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ପୋଲିସ୍‌ର କାର୍ଯ୍ୟାନୁଷ୍ଠାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଓଡ଼ିଶାରେ ମଧ୍ୟ ଅନେକ ସ୍ଥାନରେ ଆମେ ଦେଖିବାକୁ ପାଇଥିଲେ। କିନ୍ତୁ ପୋଲିସ୍‌ଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଭାରି ପଡ଼ିଛି। ଲକଡାଉନ୍ ବେଳେ ବାଇକ୍ ଚାଳକଙ୍କୁ ମାଡ଼ ମାରି ପୋଲିସ ଅଧିକାରୀ ସସପେଣ୍ଡ ହୋଇଛନ୍ତି। ଗଂଜାମ ଜିଲ୍ଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ସୀମାଂଚଳ ଜେନାଙ୍କୁ ସସପେଣ୍ଡ କରିଛନ୍ତି ଗଂଜାମ ଏସପି ବ୍ରିଜେଶ ରାୟ। ଲକ୍‌ଡାଉନ୍‌ […]

  • Wednesday, 14 July 2021
shantiraj-khosla
ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା ମେ’ ୨୨ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ କଟକ: ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ହୋଇଛି। ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ନେଇ ଶାନ୍ତିରାଜଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମେ’ ୨୨ରେ ସେ […]

  • Wednesday, 14 July 2021
tornado
ବାତ୍ୟା ବେଳେ ମାଡ଼ି ଆସିଲା ଖଣ୍ଡିଆଭୂତ, ଭୟଭୀତ ଲୋକେ

କେନ୍ଦ୍ରାପଡ଼ା: ବାତ୍ୟା ‘ୟାସ୍’ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିବା ବେଳେ ଆଜି ଏହା ଝାଡ଼ଖଣ୍ଡ ମୁହାଁଇବ। କିନ୍ତୁ ହଟିନି ବର୍ଷା ଭୟ। ଓଡ଼ିଶାର ବିଭିନ୍ନ ସ୍ଥାନରେ ୟାସ୍‌ର ପ୍ରଭାବ ଦେଖିବାକୁ ମିଳିଛି। କେଉଁଠି ଗାଁ ସବୁ ଜଳମଗ୍ନ ହୋଇଛି ତ ଆଉ କେଉଁଠି ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ିଛି। ବାତ୍ୟା ଦ୍ୱାରା ବହୁତ ଗଛ ଭାଙ୍ଗିଛି। ବିଶେଷକରି ନୀଳଗିରିରେ ଗଛ ଭାଙ୍ଗିଛି। କେନ୍ଦୁଝର ଏବଂ ବାଲେଶ୍ୱରରେ ଗଛ ପଡ଼ି ଜଣେ ଲେଖାଏ ବ୍ୟକ୍ତିଙ୍କ ମୃତ୍ୟୁ […]

woman
ଚିତ୍ର ଆଙ୍କି ରୋଜଗାର ପାଇଲେ ମହିଳା

ଭୁବନେଶ୍ୱର: ଚିତ୍ର ଆଙ୍କି ରୋଜଗାର ପାଇଲେ ମହିଳା। କରୋନା ଲକଡାଉନରେ ସବୁ ଆଡ଼େ କାମ ବନ୍ଦ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ମହିଳା ଓ ପୁରୁଷ ଶ୍ରମିକଙ୍କ ପାଇଁ ଅର୍ବାନ୍ ୱେଜ ଏମ୍ଲୋୟମେଣ୍ଟ ଇନିସିଏଟିଭ୍ ଆରମ୍ଭ କରିବାକୁ ଘୋଷଣା ହୋଇଛି। ଏହାପରେ ଗତ ୨୦ ତାରିଖରୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କାନ୍ଥ ଗୁଡ଼ିକୁ ସୁନ୍ଦର କରିବା କାର୍ଯ୍ୟ ଆରମ୍ଭ ହୋଇଛି। ବିଏମସି ସମ୍ମୁଖ ଟାଉନ ଥାନାର ଗେଟକୁ ସୁନ୍ଦର କରିବା ସହ କାନ୍ଥରେ ଅଙ୍କା […]

  • Wednesday, 14 July 2021
cyclone
ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ବାତ୍ୟା ‘ୟାସ୍’, ଆଜି ଝାଡ଼ଖଣ୍ଡ ମୁହାଁଇବ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିବା ବେଳେ ଆଜି ଏହା ଝାଡ଼ଖଣ୍ଡ ମୁହାଁଇବ। କିନ୍ତୁ ହଟିନି ବର୍ଷା ଭୟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ପାଇଁ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ୟାସ୍‌ର ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ […]

andman
ଆସୁଛି ବଡ଼ ବର୍ଷା, ଉପକୂଳ ଭିଜିବ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ଫଳରେ ଏପ୍ରିଲ ୩୦ରୁ ମେ ୩ ତାରିଖ ମଧ୍ୟରେ  ଆଣ୍ଡାମାନ ସାଗର ଉପକୂଳରେ ବର୍ଷା ସହ ପବନ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ଲାଗି ବାରଣ କରାଯାଇଛି। ସେହିପରି କାଳବୈଶାଖୀ ଯୋଗୁଁ […]

  • Wednesday, 14 July 2021
hc
ଭୁବନେଶ୍ୱରରେ ପହଞ୍ଚିଲେ ଓଡ଼ିଶା ହାଇକୋର୍ଟର ନବନିଯୁକ୍ତ ମୁଖ୍ୟ ବିଚାରପତି

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଓଡ଼ିଶା ହାଇକୋର୍ଟର ନବନିଯୁକ୍ତ ମୁଖ୍ୟ ବିଚାରପତି ମହମ୍ମଦ ରଫିକ।  ଆସନ୍ତାକାଲି ସେ ଓଡ଼ିଶା ହାଇକୋର୍ଟଙ୍କ  ୩୧ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ। ପୂର୍ବରୁ ସେ ମେଘାଳୟ, ରାଜସ୍ଥାନ ହାଇକୋର୍ଟରେ ମଧ୍ୟ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିସାରିଛନ୍ତି। ଜଷ୍ଟିସ ରଫିକ ୧୯୮୬ ମସିହାରେ ରାଜସ୍ଥାନରେ ସରକାରୀ ଓକିଲ ଭଲେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।  ସୁପ୍ରିମକୋର୍ଟଙ୍କ କଲିଜିୟମ ତାଙ୍କୁ ଗତ ଏପ୍ରିଲ ୧୮ ତାରିଖରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ […]

  • Wednesday, 14 July 2021
wind
ବାତ୍ୟା 'ୟାସ୍‌' ଲ୍ୟାଣ୍ଡଫଲ୍‌ ପୂର୍ବରୁ ଅଘଟଣ: ଗଛ ପଡ଼ି ଜଣଙ୍କ ମୃତ୍ୟୁ

ଆନନ୍ଦପୁର: ଆଜି ସକାଳ ୯ଟାରେ ବାତ୍ୟା ‘ୟାସ୍‌’ ଏହାର ଲ୍ୟାଣ୍ଡଫଲ୍  ପ୍ରକ୍ରିୟା ଆରମ୍ଭ କରିଛି। ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ ବୋଲି ଏସଆରସି କହିଛନ୍ତି। ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ସରିଯିବ ବୋଲି ଆଶା କରାଯାଉଛି । ତେବେ ବାତ୍ୟା ‘ୟାସ୍‌’ ଲ୍ୟାଣ୍ଡଫଲ୍‌ ପୂର୍ବରୁ ଆଜି ସକାଳେ ଅଘଟଣ ଘଟିଛି। ଚାଲି ଚାଲି ମଠକୁ ଯାଉଥିବା ବେଳେ ଜୋରରେ […]

beer32
ଦେଖରେ, ଭାଲୁ ଖାଉଛି ଲଙ୍କା ଆମ୍ବ

ରାୟଗଡ଼ା: ଭାଲୁ ଖାଉଛି ଲଙ୍କା ଆମ୍ବ। ୨ଟି କଳା ଭାଲୁ ବୁଲି ବୁଲି ଲଙ୍କା ଆମ୍ବ ଖାଉଛନ୍ତି।  ତାହା ବି ପୁଣି ରାତିରେ। ଖାଇବାର ମଜା ନେଉଛନ୍ତି ଭାଲୁ। ରାୟଗଡ଼ା ଜିଲ୍ଲା ପଦ୍ମପୁର ଖିଲାମୁଣ୍ଡା ବାଳିକା ହାଇସ୍କୁଲ ପରିସରରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ପାହାଡ ନିକଟରେ ଏହି ସ୍କୁଲଟି ଥିବାରୁ ଗତକାଲି ରାତିରେ ଭାଲୁ ଏଠାକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ରାତି ପ୍ରାୟ ୧୧ଟା ବେଳେ ଗଛରୁ ପଡିଥିବା ଲଙ୍କା ଆମ୍ବ ବା ଭାଲିଆକୁ […]

  • Wednesday, 14 July 2021