ରାଜ୍ୟ ସରକାରଙ୍କ ନୂଆ ମଦ ଲାଇସେନ୍ସ ନୀତିକୁ ନେଇ ବିବାଦ ପୂର୍ବ ଭଳି ଆଉ ନବୀକରଣ କରାନଯାଇ, ଲଟେରି ମାଧ୍ୟମରେ ଲାଇସେନ୍ସ ଦିଆଯିବ ବୋଲି ନିଷ୍ପତ୍ତି ପରେ ଅଡୁଆରେ ଏବେ ପୁରୁଣା ମଦ ବ୍ୟବସାୟୀ। ସେପଟେ ନିଜ ଲୋକଙ୍କୁ ମଦ ଲାଇସେନ୍ସ ଦେବା ଲାଗି ଏହା ଚାଲ୍ ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ବିଜେଡି କହିଛି ନୂଆ ନିୟମ ଦ୍ୱାରା ପ୍ରକ୍ରିୟାରେ ସ୍ୱଚ୍ଛତା ଆସିପାରିବ।
ନୀଳଗିରି(ବିଶ୍ୱମ୍ବର): ମୂଲ ମଜୁରୀ ନଲାଗି ପାଠ ପଢି ବଡ଼ମଣିଷ ହେବାର ଇଚ୍ଛା ଥିଲା। ହେଲେ ଏବେ କରୋନା ଯୋଗୁ ଖୋଲିପାରୁନି ପ୍ରାଥମିକ ବିଦ୍ୟାଳୟ। ଅନଲାଇନ କ୍ଲାସ ବି ପାଲଟିଛି ସାତ ସପନ। ଫଳରେ ବର୍ଷେ ହେଲା ଡୋରି ବନ୍ଧା ହୋଇଛି ପାଠପଢାରେ। ନୀଳଗିରି ଉପଖଣ୍ଡ ପାହାଡ ସୀମାନ୍ତବର୍ତ୍ତୀ ଅନୁନ୍ନତ ଆଦିବାସୀ ଗାଁଗୁଡିକରେ ଅନ୍ଧାରକୁ ଠେଲି ହୋଇଯାଇଛି ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ। ମହାମାରୀ କରୋନା ଯୋଗୁ ସ୍କୁଲ ବନ୍ଦ ହେବା ପରେ ଠପ୍ ହୋଇଯାଇଛି ପାଠପଢା। ପିଲାଏ […]
ପୁଣି ବଦଳିଲା ସ୍କୁଲ ସମୟ। ସକାଳୁଆ ସ୍କୁଲ ନେଇ ବଦଳିଲା ପୂର୍ବ ନିର୍ଦ୍ଧାରିତ ସମୟ। ଏଣିକି ନବମ ଓ ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ହେବ ସ୍କୁଲ। ଏହାସହ ଦଶମ ଓ ଦ୍ୱାଦଶ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ସୂଚନା ଦେଇଛି ଗଣଶିକ୍ଷା ବିଭାଗ
ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଂଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଆସନ୍ତାକାଲି ବିବନର ହେବ TI ପରେଡ୍। ଆଜି ଗିରଫ ଅଭିଯୁକ୍ତ ବିବନ ବିଶ୍ୱାଳର TI ପରେଡ ପାଇଁ ଅନୁମତି ମିଳିଥିବା ନେଇ ସୂଚନା ମିଳିଛି। ସିବିଆଇର ସ୍ପେଶାଲ ଜଜ୍ TI ପରେଡ୍ ଲାଗି ଅନୁମତି ଦେଇଛନ୍ତି। ଆସନ୍ତାକାଲି JMFC ସୃଜାଲିନ ମହାନ୍ତି ଝାରପଡ଼ା ଜେଲ୍ ପରିସରରେ ବିବନ୍ର TI ପରେଡ୍ କରିବେ ବୋଲି ଜଣାଯାଇଛି। ଏହାସହ ବିବନକୁ ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ମଧ୍ୟ ଅନୁମତି ଦେଇଛନ୍ତି […]
କଟକ: ଧାନ ଫସଲରେ ରୋଗପୋକ ପରିଚାଳନା ନେଇ ଏକ ନୂତନ ଉପକରଣର ଉଦ୍ଭାବନ ହୋଇଛି। ଅଲଟରନେଟ୍ ଏନର୍ଜି ଲାଇଟ୍ ଟ୍ରାପ୍ AELT ନାମକ ଏକ ଉପକରଣ ପ୍ରସ୍ତୁତ କରିଛନ୍ତି ଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ। ତେବେ ଏହି ଉପକରଣ ଚାଷୀଙ୍କୁ ରୋଗ ପୋକର ପଚିଚାଳନାରେ ସହାୟକ ହେବ ବୋଲି ଜଣାପଡିଛି। ଧାନ ଫସଲରେ କେଉଁ ପ୍ରକାକର କୀଟ ରହିଛନ୍ତି ଏବଂ ସେମାନଙ୍କୁ ପରିଚାଳନା କରିହେବ ନା ନାହିଁ ଏହି ଉପକରଣ ମାଧ୍ୟମରେ ଜାଣିହେବ। ଏହି ଉପକରଣରେ […]
ରାଜ୍ୟରେ ପଛୁଆ ବର୍ଗର ସର୍ଭେ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ଅବସ୍ଥା ସଂପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରସ୍ତୁତି ଜୋରସୋର ଚାଲିଛି। ଓବିସି କମିଶନର ନୂଆ ଅଫିସ୍ ଆଜିଠୁ କାର୍ଯ୍ୟକ୍ଷମ ହେବା ସହ କମିଶନର ଅଧ୍ୟକ୍ଷ ଆଜି ପ୍ରଥମ ବୈଠକ କରିଛନ୍ତି
ଭୁବନେଶ୍ୱର: ଅଗ୍ରଣୀ ସାମାଜିକ ସଙ୍ଗଠନ କନ୍ୟା ଅନ୍ମୋଲ ହେ (କେଏଏଚ୍ ) ପକ୍ଷରୁ ଗତକାଲି ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୪ ପ୍ରତିଭାଧାରୀଙ୍କୁ ତୃତୀୟ ଚରଣ ସ୍ପର୍ଶ ପୁରସ୍କାର ପ୍ରଦାନ କରାଯାଇଛି। ଓଡିଆ ଚଳଚିତ୍ର ଜଗତର ସୁନାମଧନ୍ୟ କଳାକାର ଶ୍ରୀମତୀ ଇଶା ବେବର୍ତା, ପ୍ରଖ୍ୟାତ ଲେଖିକା ଡଃ. ମନୋରମା ବିଶ୍ୱାଳ ମହାପାତ୍ର, ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ରଘୁନାଥ ମହାପାତ୍ର, ପ୍ରଖ୍ୟାତ ନାଟ୍ୟ କଳାକାର ସଂଗ୍ରାମ ମହାରଣାଙ୍କୁ ତୃତୀୟ ଚରଣ ସ୍ପର୍ଶ ପୁରସ୍କାର ୨୦୨୧ରେ ସମ୍ମାନିତ କରାଯାଇଛି । ଏହି […]
ମୋବାଇଲ ଟାୱାରରେ ଚଢ଼ିଗଲା ୪ ବର୍ଷର ଶିଶୁ। ମିଳିଥିବା ସୂଚନା ଅନୁସାରେ, କଣ୍ଟାପଡ଼ା ବ୍ଲକ ନୂଆ ପାଟସୁନ୍ଦରପୁରରେ ଅଭାବନୀୟ ଘଟଣା ଘଟିଛି। ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣେ ଯୁବକ ବି ଫସି ରହିଥିବା ନେଇ ସୂଚନା ରହିଛି। ଶିଶୁକୁ ଧରି ଟାୱାରରୁ ଓହ୍ଲାଇ ପାରୁ ନାହାନ୍ତି ସଂପୃକ୍ତ ଯୁବକ।
ନିଜ ବାଡି ପଟେ ପ୍ରଥମେ ଗୋଟିଏ ଗଛରୁ ସେ ଆରମ୍ଭ କରିଥିଲେ ଚାଷ କାମ। ପରେ ପରେ ଷ୍ଟବେରୀ ପ୍ରତି ଆଗ୍ରହ ତାଙ୍କୁ ଏହି ଚାଷ ଆଡକୁ ଆକର୍ଷିତ କରିଥିଲା।
ଭୁବନେଶ୍ୱର: ପାଠକ ବାପ ପୁଅଙ୍କୁ ଟ୍ରାଭେଲ୍ସ ବିଲ୍ ଠକେଇ ମାମଲାରେ ଜାମିନ ମିଳିଛି। ଅଭୟ ପାଠକ ଓ ଆକାଶ ପାଠକଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ। ଖାରବେଳନଗର ଥାନାରେ ଦାଏର ମାମଲାରେ ମିଳିଛି ଜାମିନ, ୨ ଲକ୍ଷ ଟଙ୍କାର ୨ଜଣ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ। ଏହା ପୂର୍ବରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ମିଳିସାରିଛି । କ୍ରାଇମବ୍ରାଞ୍ଚ ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ […]
ପୁରୀ(ମଧୁସୂଦନ ମିଶ୍ର) ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉନ୍ନତିକରଣ ଯୋଜନାରେ ପୁରୀରେ ଜାରି ରହିଛି ଉଚ୍ଛେଦ କାର୍ଯ୍ୟ। ଆଜି ସିଂହଦ୍ୱାର ସମ୍ମୁଖ ରାଧାବଲ୍ଲଭ ମଠର ଉଚ୍ଛେଦ କରାଯାଉଛି। ଆଜି ସକାଳୁ ଆରମ୍ଭ ହୋଇଛି ଏହି ପ୍ରକ୍ରିୟା। ଶ୍ରୀଜଗନ୍ନାଥ କରିଡରର ୭୫ ମିଟର ଭିତରେ ଏହି ମଠ ରହିଥିବାର ଉନ୍ନତିକରଣ ପାଇଁ ଏହାର ଉଚ୍ଛେଦ ଆବଶ୍ୟକତା ଥିଲା ବୋଲି କୁହାଯାଇଛି। ରାଧାବଲ୍ଲଭ ମଠର ପ୍ରାୟ ୯ ମିଟର ଅଞ୍ଚଳର ଏହି ପ୍ରକଳ୍ପ ପରିଧି ଭିତରେ ଆସୁଛି। ଆଉ ଏହାରି ଭିତରେ ରହିଛି […]
ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କିଏ ଦହିବରା ବିକୁଛି ତ କିଏ ବିକୁଛି ଗୁପଚୁପ୍ ଓ କିଏ ଲଙ୍କା ଚପ୍। ତେଜରାତି ଦୋକାନ ସାଙ୍ଗକୁ ପରିବା ଦୋକାନ ବି ରହିଛି। ହାଟର ଭ୍ରମ ସୃଷ୍ଟି କରୁଥିବା ଭଦ୍ରକର ଏହି ସ୍ଥାନଟି ହେଉଛି ପରସିଙ୍ଗା ଶିବ ମନ୍ଦିର ନିକଟର। ଏଠାରେ ବସୁଛି ଗଣିତ ହାଟ
ଆସନ୍ତାକାଲିଠାରୁ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ଟିକାକରଣ ହେବ। ୬୦ ବର୍ଷରୁ ଅଧିକ ବୟସର ଲୋକେ ପରିଚୟପତ୍ର ଦେଖାଇ ଟିକା ନେଇପାରିବେ ବୋଲି ସୂଚନା ରହିଛି
ମୁଣ୍ଡରେ ପଗଡି ବାନ୍ଧି ଝୁଡ଼ି ସାହାଯ୍ୟରେ ମାଟି ବୋହିଲେ ଭଦ୍ରକ ପିଡି। ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚାର ଚାଲିଛି। କାରଣ ଜଣେ ସରକାରୀ ଅଫିସର ଲୋକଙ୍କ ସହ ଆସି ନିଜେ କାମ କରିଛନ୍ତି,ତେଣୁ ପିଡ଼ିଙ୍କୁ କାମକୁ ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି
ଇଛାଶକ୍ତି ବଳରେ ଜଣେ ମହିଳା ଅନ୍ୟମାନଙ୍କୁ ସାଙ୍ଗରେ ନେଇ ବଦଳାଇ ଦେଇଛନ୍ତି ଗାଁର ଅର୍ଥନୀତି । କାରଖାନା କରି ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ଦେଇପାରିଛନ୍ତି ରୋଜଗାର। ଏମିତି ଜଣେ ମହିଳା ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଟପୁର ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଶାନ୍ତିଲତା ଦାସ
ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ଜଣ କ୍ୱାରେଣ୍ଟାଇନ ସେଂଟର ଅର୍ଥାତ୍ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ ସ୍ଥାନୀୟ ଅଂଚଳ ବା ଲୋକାଲ କେସ ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ
ପୋଖରୀ ଖନନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ମୋ ପୋଖରୀ ଯୋଜନାରେ ଆବେଦନ କରିଥିବା ହିତାଧିକାରୀଙ୍କ ନାଁରେ ବିଲ୍ ହୋଇଛି ହେଲେ ପୋଖରୀ ମିଳିନି ବୋଲି ଜଣାପଡିଛି।
ଭୁବନେଶ୍ୱର: ବିଧାନସଭାରେ ଆଜି ଦେଖିବାକୁ ମିଳିଥିଲା ବାଲି ଝଡ଼। ରାଜ୍ୟରେ ବାଲିର ଚୋରା ଚାଲାଣ ରୋକିବାକୁ କୌଣସି ସ୍ୱତନ୍ତ୍ର ନୀତି ନଥିବାରୁ ବାଚସ୍ପତିଙ୍କଠୁ ବିରୋଧୀଙ୍କ ଯାଏଁ ସମସ୍ତେ କ୍ଷୁବ୍ଧ। ଏମିିତିକି ରାଜ୍ୟ ସରକର ଏ ବାବଦରେ ୫ ହଜାର କୋଟିର ରାଜସ୍ୱ ହରାଉଥିବା ମଧ୍ୟ ବିରୋଧୀ କହିଛନ୍ତି। ସେପଟେ ରାଜମନ୍ତ୍ରୀ କହିଛନ୍ତି-ଖୁବଶୀଘ୍ର ଏ ନେଇ ସ୍ୱତନ୍ତ୍ର ନୀତି ଆସିବ। ଏଣେ ଲଗାମ ନଥିବାରୁ ମାଫିଆ କିଭଳି ସୁବର୍ଣ୍ଣରେଖା ନଦୀରୁ ବେଧଡ଼କ ଚଲାଇଛନ୍ତି ବାଲି ଚୋରା ଚାଲାଣ ତାହାକୁ […]
ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ଟପିଛି, ଭୁବନେଶ୍ୱରରେ ଆଜିର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି। ତେବେ ଦ୍ୱିତୀୟ ଦିନ ଲାଗି ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ସାମ୍ନାକୁ ଆସିଲା ରାଜଧାନୀ ଭୁବନେଶ୍ୱର
ଭୁବନେଶ୍ୱର: ଏଣିକି ରାଜ୍ୟର ଘରୋଇ ମେଡିକାଲରେ ହେବ କରୋନା ଟିକାକରଣ। ରାଜ୍ୟର ପ୍ରାୟ ୧୮୩ ଘରୋଇ ହସ୍ପିଟାଲରେ ଟିକାକରଣ ହେବ ବୋଲି ଜଣାଯାଇଛି। ଘରୋଇ ହସ୍ପିଟାଲରେ ଟିକାକରଣ କେନ୍ଦ୍ର ପାଇଁ ଅନୁମତି ମିଳିଛି। ରାଜ୍ୟ ସରକାରଙ୍କୁ ଟିକା କେନ୍ଦ୍ର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ତେବେ କେନ୍ଦ୍ରର ଅନୁମତି ନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଘରୋଇ ମେଡିକାଲରେ ଟିକାକରଣ କେନ୍ଦ୍ର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଥିଲେ […]
ଭୁବନେଶ୍ୱର: ଚାକିରୀରେ ପୁନଃ ନିଯୁକ୍ତି ଦାବି କରି କୋଭିଡ଼ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଜଣାଇବାକୁ ପଦଯାତ୍ରା କରିଥିବାର ଦେଖାଦେଇଛି। ଭଦ୍ରକରୁ ନବୀନ ନିବାସ ପର୍ଯ୍ୟନ୍ତ ପ୍ରାୟ ୧୩୦ କିଲୋମିଟର ରାସ୍ତା ଚାଲି ଚାଲି ଯାଉଛନ୍ତି କରୋନା ଯୋଦ୍ଧା। ସୂଚନା ଅନୁସାରେ, ଅଶ୍ୱିନୀ ପାଢ଼ୀ ଆଜି ସକାଳୁ ଭଦ୍ରକର ଚରମ୍ପା ହନୁମାନ ମନ୍ଦିରରେ ପୂଜା ସାରି ପିପିଇ କିଟ୍ ପିନ୍ଧି ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଛନ୍ତି। କୋଭିଡ ସମୟରେ ରାଜ୍ୟର […]
ରାଜ୍ୟରେ କ୍ରମାଗତ ଭାବରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୮ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆକୁ ନେଇ ଟଣାଓଟରା ଭିତରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦର ସମାଧାନ ଉଦ୍ୟମ କରାଯାଇଛି। ୬୦ ନମ୍ବର ଜାତୀୟ ରାଜପଥର ଅଙ୍ଗୁଆ ନିକଟରେ ଆରମ୍ଭ ମାପଚୁପ ହୋଇଛି। ଚିହ୍ନଟ ହୋଇଥିବା ରେଫରେନ୍ସ ପଏଣ୍ଟରୁ ପଶ୍ଚିମ ବଙ୍ଗର କେଉଁ ଅଂଚଳ ଏବଂ ଓଡ଼ିଶାର କେତେ, ସେନେଇ ଅନୁଧ୍ୟାନ କରିଛନ୍ତି ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ। ସୀମା ନିର୍ଦ୍ଧାରଣ ନେଇ ତିଆରି ମ୍ୟାପ୍ ଅନୁସାରେ ଲାଇନ୍ କରାଯାଇଥିବା ଦେଖିବାକୁ ମିଳିଛି। ସୀମାର ଓଡିଶା ପଟକୁ ୯ଟି ଗାଁ […]
ରବି ଧାନ ସଂଗ୍ରହ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଚାଷୀ ପଞ୍ଜୀକରଣ ପ୍ରକ୍ରିୟା। ମେ ପହିଲାରୁ ରବି ଧାନ ବିକିବେ ଚାଷୀ। ସେଥିପାଇଁ ଜାରି ହୋଇଛି ଚାଷୀ ପଞ୍ଜୀକରଣ ଗାଇଡଲାଇନ୍ସ। ହେଲେ ଭାଗଚାଷୀଙ୍କ ଲାଗି ଖରିଫ ଧାନ ବିକ୍ରି ପାଇଁ ଯେଉଁ ବ୍ୟବସ୍ଥା ଥିଲା ତାହା ରବି ବେଳକୁ ବଦଳିଯାଇଥିବା ନେଇ ସୂଚନା ରହିଛି।