• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bjp
ପିପିଲି ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

ପିପିଲି ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଇଛି ବିଜେପି।

kalabaisakhi
ସାବଧାନ ! ମାଡ଼ି ଆସୁଛି କାଳବୈଶାଖୀ, ଏହି ୨ ଜିଲ୍ଲାରେ ହୋଇପାରେ ଘୂର୍ଣ୍ଣି ଝଡ଼

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବା ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ।ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ପବନ ସହ କାଳବୈଶାଖୀର ସମ୍ଭାବନା ରହିଛି।

  • Wednesday, 14 July 2021
khabar-otv
ଅଳ୍ପ ଶବ୍ଦ ମଧ୍ୟରେ ପଢନ୍ତୁ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର

ସମ୍ବଲପୁର ପରମାଣପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଏକ ବାଇକକୁ ଧକ୍କା ଦେଇଛି ଟ୍ରକ୍। ଟ୍ରକ୍‌ ଧକ୍କାରେ ୨ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଜଣେ ଗୁରୁତର ହୋଇପଡିଛନ୍ତି। ଗୁରୁତରଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି

  • Wednesday, 14 July 2021
Pkg-7am
ବେପାର ଜମିଆସୁଥିବା ବେଳେ ଚାଷୀଙ୍କ ଚିନ୍ତା ବଢାଇଛି ରୋଗ ପୋକ

ଚାହିଦାରେ ତରଭୁଜ ଚାଷ। ଖରା ବଢ଼ିବା ସାଙ୍ଗକୁ ତରଭୁଜ ବେପାର ଜମିଆସୁଥିବା ବେଳେ ରୋଗ ପୋକକୁ ନେଇ ଚିନ୍ତାରେ ଏବେ ଚାଷୀ

  • Wednesday, 14 July 2021
TRUCK
ଟ୍ରକ୍‌କୁ ୪୪ ଲକ୍ଷ ଟଙ୍କାର ଫାଇନ୍‌, ଜାଣନ୍ତୁ କେଉଁଠି ଘଟିଛି ଘଟଣା?

ଗୋଟିଏ ଟ୍ରକକୁ ୪୪ ଲକ୍ଷ ଟଙ୍କା ଫାଇନ ପଡିଛି। କେନ୍ଦୁଝର ଚମ୍ପୁଆ ଥାନା ମୁରୁସୁଆଁ ନିକଟରେ ଏହି ଟ୍ରକକୁ ଫାଇନ କରିଛି ବଡ଼ବିଲ କମରସିଆଲ ଟ୍ୟାକ୍ସ, ଜିଏସଟି ଏନଫୋରସମେଂଟ୍‌ର ମିଳିତ ଟିମ୍। ଏହି ୧୪ ଚକିଆ ଟ୍ରକରେ ଗୁଟକା ନିଆଯାଉଥିଲା।

  • Wednesday, 14 July 2021
ctc-Bridge
କଟକ: ତିନୋଟି ନଦୀକୁ ମିଶାଇ ନିର୍ମାଣ ହେବ ନୂଆ ବ୍ୟାରେଜ୍‌

ଖୁବଶୀଘ୍ର କଟକର ପୁରୀଘାଟଠାରେ କାଠଯୋଡ଼ି ଓ କୁଆଖାଇ ନଦୀକୁ ମିଶାଇ ଏକ ନୂଆ ବ୍ୟାରେଜ୍ ର୍ନିମାଣ ହେବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି।

  • Wednesday, 14 July 2021
Corona
କାୟା ମେଲାଉଛି କରୋନା: ରାଜ୍ୟରେ ୨୪ ଘଣ୍ଟାରେ ୨୦୮ ପଜିଟିଭ୍‌ ଚିହ୍ନଟ, ଜଣଙ୍କର ଗଲା ଜୀବନ

ରାଜ୍ୟରେ କ୍ରମାଗତ ଭାବରେ ଉପରମୁହାଁ ରହୁଛି କରୋନା ଗ୍ରାଫ୍‌। ଲଗାତାର ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ଏହାରି ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

  • Wednesday, 14 July 2021
samir das
ଏବେ ସ୍କୁଲ ବନ୍ଦ ହେବ ନାହିଁ: ଗଣଶିକ୍ଷା ମନ୍ତ୍ରୀ

ସ୍କୁଲ ବନ୍ଦକୁ ନେଇ ବଡ ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। କହିଲେ,  ନବମ ଏବଂ ଏକାଦଶ ଶ୍ରେଣୀ ପାଇଁ ବନ୍ଦ ହେବ ନାହିଁ ସ୍କୁଲ। ବର୍ତ୍ତମାନ  ସୁଦ୍ଧା ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇନାହିଁ। ଯାହା ହୋଇଛି, ଘରୋଇ ଶିକ୍ଷାନୁଷ୍ଠାନରେ ହୋଇଛି ବୋଲି କହିଲେ ମନ୍ତ୍ରୀ

  • Wednesday, 14 July 2021
congress-mangaraj
ପିପିଲି ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ହେଲେ ଅଜିତ ମଙ୍ଗରାଜ

ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଅଜିତ ମଙ୍ଗରାଜଙ୍କୁ ପିପିଲିରୁ ପ୍ରାର୍ଥୀ କଲା କଂଗ୍ରେସ। ଏନେଇ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ସୂଚନା ଦେଇଛି। ତେବେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦଳ ଅଜିତଙ୍କ ନାଁରେ ମୋହର ମାରିଛି

  • Wednesday, 14 July 2021
radha-gobinda
ରାତି ପାହିଲେ ହୋଲି: କରୋନା ପାଇଁ ଫିକା ପଡିବ ରଙ୍ଗଖେଳ

ରାତି ପାହିଲେ ହୋଲି ଉତ୍ସବ। କରୋନା ସଂକ୍ରମଣ ସାଙ୍ଗକୁ ପ୍ରଶାସନର କଟକଣା ଭିତରେ ଫିକା ପଡ଼ିବ ରଙ୍ଗର ପର୍ବ ହୋଲି। ତେବେ ଆଜି ଦୋଳ ପୂର୍ଣ୍ଣମୀରେ ଶ୍ରୀକ୍ଷେତ୍ରରେ ଦୋଳ ବେଦୀରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଦୋଳ ଗୋବିନ୍ଦ

  • Wednesday, 14 July 2021
electric
ବିଜୁଳି ଦର ବଢିବାକୁ ନେଇ ତେଜୁଛି ଅସନ୍ତୋଷ

ଏପ୍ରିଲ ୪ରୁ ବିଦ୍ୟୁତ୍‌ ଶୁଳ୍କ ୟୁନିଟ୍ ପିଛା ୩୦ ପଇସା ବଢାଇବା ଲାଗି OERCର ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଉଛି

  • Wednesday, 14 July 2021
study-centre
ବେକାବୁ ହେଲାଣି କରୋନା: ଶିକ୍ଷାନୁଷ୍ଠାନ ଦେଉଛି ଟେନସନ୍‌

ମାର୍ଚ୍ଚରେ କାୟା ମେଲାଇଛି ମହାମାରୀ। ଜାରି ରହିଥିବା ଦୈନିକ ସଂକ୍ରମଣର ୨ ଶହ ଟ୍ରେଣ୍ଡ ଏବେ ୩ଶହ ମୁହାଁ ହେଲାଣି। ଏ ବର୍ଷର ରେକର୍ଡ ଭାଙ୍ଗି ଆଜି ଦିନକରେ ୨୯୦ ନୂଆ ରୋଗୀ ସାମ୍ନାକୁ ଆସିଥିବାବେଳେ ଉଦବେଗଜନକ ସ୍ଥିତି ରହିଛି ସହରାଞ୍ଚଳର ଶିକ୍ଷାନୁଷ୍ଠାନ ଗୁଡ଼ିକରେ

MELANA
ଅନ୍ୟ ମେଳଣ ଅପେକ୍ଷା କାହିଁକି ନିଆରା ଓଳକଣା ମେଳଣ?

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳନ ହେଉଥିବା ଦୋଳ ମେଳଣଠାରୁ ବେଶ୍ ନିଆରା ଓଳକଣା ମେଳଣ। କଟକ ଓ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ଓ ମାହାଙ୍ଗାର ଏହି ମେଳଣ ଦେଖିବାକୁ ଆସନ୍ତି ଶହଶହ ଶ୍ରଦ୍ଧାଳୁ। ବିଭିନ୍ନ ସ୍ଥାନରୁ ଆସୁଥିବା ଠାକୁର ବିମାନ ଏହି ମେଳଣର ମୁଖ୍ୟ ଆକର୍ଷଣ। ଏହାକୁ ହରିହର ମେଳଣ ବି କୁହାଯାଏ। ତେବେ ଚଳିତବର୍ଷ କୋଭିଡ କଟକଣା ଯୋଗୁ ଫିକା ପଡିଛି ଓଳକଣା ମେଳଣ। କଟକ ଓ କେନ୍ଦ୍ରାପଡ଼ା ଜିଲ୍ଳାର ଡେରାବିଶ ଓ ମାହାଙ୍ଗାର […]

  • Wednesday, 14 July 2021
sura
ପିପିଲି ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ: ସୁର !

ପିପିଲି ଉପନିର୍ବାଚନ ପାଇଁ ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିଲେ ମଧ୍ୟ ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି କଂଗ୍ରେସ। ଏ ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ପ୍ରାର୍ଥୀ ଘୋଷଣା ଏତେ ବିଳମ୍ବ ହେବା ଉଚିତ ନୁହେଁ।

  • Wednesday, 14 July 2021
puri-sunday-off
ଏଣିକି ପ୍ରତି ସପ୍ତାହର ଏହି ଦିନରେ ବନ୍ଦ ରହିବ ଶ୍ରୀମନ୍ଦିର

ଏଣିକି ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ସବୁ ରବିବାର  ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ହୋଇଛି। କରୋନା ବଢୁଥିବାରୁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି। ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜେସନ୍ ପାଇଁ ବନ୍ଦ ରଖବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି

2-pm-Rudra
ନବୀନ ନିବାସ ଯାଇ ଟିକେଟ୍‌ ଆଣିଲେ ରୁଦ୍ର ମହାରଥୀ

ନବୀନ ନିବାସ ଯାଇ ଟିକେଟ୍ ଆଣିଲେ ପିପିଲିରୁ ବିଜେଡି ପ୍ରାର୍ଥୀ ହୋଇଥିବା ରୁଦ୍ର ପ୍ରତାପ ମହାରଥୀ। ବିଜେଡିର ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ପ୍ରଥମ ଥର ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର

  • Wednesday, 14 July 2021
hacked to death
୩ ଛୁଆଙ୍କୁ ବିଷ ପିଆଇ ମାଆର ଆତ୍ମହତ୍ୟା ଉଦ୍ୟମ। ୨ ଶିଶୁ ମୃତ

୩ ଛୁଆଙ୍କୁ ବିଷ ପିଆଇ ଆତ୍ମହତ୍ୟା ଉଦ୍ୟମ କଲା ମାଆ। ବିଷ ପିଇବା ଦ୍ୱାରା ୨ ଶିଶୁଙ୍କ ଜୀବନ ଯାଇଛି। ଭୁବନେଶ୍ୱର ଚନ୍ଦକା ଥାନା ମେଣ୍ଢାଶାଳ ବିଞ୍ଝଗିରିରେ ଘଟିଛି ଏହି ଅଭାବନୀୟ ଘଟଣା। କ୍ୟାପିଟାଲ ହସ୍ପିଟାଲରେ ୨ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ, ଝିଅ ଗୁରୁତର ଅଛନ୍ତି

  • Wednesday, 14 July 2021
Corona
ହୁ ହୁ ହୋଇ ବଢୁଛି କରୋନା: ଏଣିକି ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ରାଜ୍ୟରେ ଗତ ୨୪ ଘଣ୍ଟାର ତଥ୍ୟ ଉପରେ ନଜର ପକାଇଲେ ଚିନ୍ତା ବଢିଯାଉଛି। ନୂଆପଡ଼ାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ସହ ଖୋର୍ଦ୍ଧାରୁ ୩୨, କଟକରୁ ୨୯ ଓ ବରଗଡ଼ରୁ ୨୪ ପଜିଟିଭ ବାହାରିଛନ୍ତି

  • Wednesday, 14 July 2021
bjd--rudea
କଳ୍ପନା ଜଳ୍ପନାର ଅନ୍ତ ଘଟିଲା: ମହାରଥୀଙ୍କ ପୁଅକୁ ଟିକେଟ୍‌ ମିଳିଲା

ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ପିପିଲି ବାଇ-ଇଲେକ୍ସନରେ ପ୍ରାର୍ଥୀ କରିଛି ବିଜେଡି। ମାଆ-ପୁଅଙ୍କ ମଧ୍ୟରୁ କାହାକୁ ମିଳିବ ଟିକଟ୍, ସେ ସମସ୍ତ ଚର୍ଚ୍ଚାରେ ବିରାମ୍ ଲଗାଇ ରୁଦ୍ରଙ୍କ ଉପରେ ଭରସା କରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ

  • Wednesday, 14 July 2021
rudra-mahrathy
ମହାରଥୀଙ୍କ ପୁଅକୁ ଟିକେଟ୍‌ ଦେଲା ବିଜେଡି

ପିପିଲି: ପିପିଲି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକେଟ୍‌ ଦେଲା ଦଳ। ରୁଦ୍ର ପ୍ରତାପ ମହାରଥୀଙ୍କ ନାଁରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ। ଆସନ୍ତାମାସ ଅର୍ଥାତ୍‌ ଏପ୍ରିଲ ୧୭ ତାରିଖରେ ହେବ ପିପିଲି ଉପନିର୍ବାଚନ। ମେ ମାସ ୨ ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ବୋଲି ଜଣାଯାଇଛି। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିର […]

corona
କ୍ଷତିକାରକ ହୋଇପାରେ କରୋନାର ଦ୍ୱିତୀୟ ଲହର

ଏପଟେ ଦେଶରେ ତୀବ୍ର ଗତିରେ ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲାଣି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସ୍ୱାସ୍ଥ୍ୟ ମନ୍ତ୍ରଳାୟ ରିପୋର୍ଟ ମୁତାବକ୍ ଦେଶରେ ୨୪ ମାର୍ଚ୍ଚ ନିୟମିତ କେସ୍ ୪.୬ ପ୍ରତିଶତ  ଅଛି । ଏହା ପୂର୍ବରୁ ୨୧ ମାର୍ଚ୍ଚ ସୁଦ୍ଧା ପାଖାପାଖି ୩.୭ ପ୍ରତିଶତ ରହିଥିଲା

  • Wednesday, 14 July 2021
Anjana
ଅଞ୍ଜନାଙ୍କ ଘରେ ପହଞ୍ଚିଲା ସିବିଆଇ ଟିମ

ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ ଘରେ ପହଞ୍ଚିଲା ସିବିଆଇ ଟିମ। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ଓ ବିବନ ବିଶ୍ୱାଳ ଗିରଫ ପ୍ରସଙ୍ଗରେ ଅଞ୍ଜନାଙ୍କ ଘରେ ୨ ଜଣିଆ ସିବିଆଇ ଟିମ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି। ଘଟଣା ବିଷୟରେ ଅଞ୍ଜନାଙ୍କ ସହ ସିବିଆଇ ଟିମ ଆଲୋଚନା କରୁଥିବା ନେଇ ସୂଚନା ମିଳିଛି

corona vaccine
ରାଜ୍ୟରେ କୋଟିଏ ଲୋକ ନେବେ କରୋନା ଟିକା

ରାଜ୍ୟରେ କୋଟିଏ ଲୋକ ନେବେ ଟିକା। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳିଛି। ରାଜ୍ୟର ଜନସଂଖ୍ୟା ହିସାବରେ ୨୫ ପ୍ରତିଶତ ଲୋକ ଟିକା ନେବେ

  • Wednesday, 14 July 2021
2020-swetapatra
୨୦୨୦ ଶ୍ୱେତପତ୍ର ପ୍ରକାଶ କଲା ଗୃହ ବିଭାଗ: ଜାଣନ୍ତୁ କେମିତି ରହିଛି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି

୨୦୨୦ ମସିହାରେ ରାଜ୍ୟରେ ୧ ଲକ୍ଷ ୩୪ ହଜାର ୨୩୦ ଅପରାଧିକ ମାମଲା ପଞ୍ଜୀକୃତ ହୋଇଥିଲା। ଆଉ ଏଥିମଧ୍ୟରୁ ଭାରତୀୟ ପିଙ୍ଗଳ କୋଡ୍ ବା ଆଇପିସିର ବିଭିନ୍ନ ଦଫାରେ ୧ ଲକ୍ଷ ୧୦ ହଜାର ୭୪୧ଟି ମାମଲା ପଞ୍ଜୀକୃତ ହୋଇଛି। ୨୦୨୦ ମସିହା ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଜାରି ଶ୍ୱେତପତ୍ରରେ ଏହା ଉଲ୍ଲେଖ କରାଯାଇଛି।

  • Wednesday, 14 July 2021
OTV-Khabar-sankhepare
ନଜର ପକାନ୍ତୁ ରାଜ୍ୟର କିଛି ଗୁରୁତ୍ୱପୂର୍ଣ୍ଣ ଖବର, ୧୦୦ ଶବ୍ଦ ମଧ୍ୟରେ...

କଟକ ଚାଉଳିଆଗଞ୍ଜ ଥାନା ମହାନଦୀ ବିହାର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳୁ ଅଗ୍ନିକାଣ୍ଡ ଘଟି ବ୍ୟାଙ୍କର ଦୁଇଟି ବଖରା ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କଂପୁଟର ଏବଂ ଆସବାବପତ୍ର ଜଳି ଯାଇଛି।

  • Wednesday, 14 July 2021