• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

mi
କାମ କରୁନି ଚେକ୍‌ଡ୍ୟାମ୍‌, ପାଣି ପାଉନଥିବାରୁ ଚାଷୀଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ

ସେପଟେ ଚାଷୀମାନେ ଅଭିଯୋଗ କରିଛନ୍ତି, ଆମେ ପୂର୍ବରୁ ସଠିକ୍‌ ଭାବରେ ପାଣି ପାଉନଥିଲୁ। ତେଣୁ ଅନେକ ଗୁହାରି ପରେ ସରକାର ଏଠାରେ ଚେକ୍‌ ଡ୍ୟାମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମେ ମାନେ ଜମିକୁ ପାଣି ପାଇବୁ ବୋଲି ଆଶା କରିଥିଲୁ।

  • Wednesday, 14 July 2021
TENTULI
ସଂଗ୍ରହ କରୁଛନ୍ତି ସତ କିନ୍ତୁ ବଜାରରେ ବିକ୍ରି ହେଉନାହିଁ ତେନ୍ତୁଳି

ଜଙ୍ଗଲ ଓ ରାସ୍ତା ପାଖ ତେନ୍ତୁଳି ଗଛରୁ ପାଚି ପଡିଲେ ଏହାକୁ ଗୋଟାଇ ଆଣି ଘରେ ସାଇତି ରଖନ୍ତି ଆଦିବାସୀ। ଗଜପତି ଜିଲ୍ଲା ଆର .ଉଦୟଗିରି ବ୍ଲକର ପଣଷଡିହ ଗାଁ ଦାଣ୍ଡରେ ପଡିଛି ଶହ ଶହ କ୍ୱିଣ୍ଟାଲ ତେନ୍ତୁଳି।

  • Wednesday, 14 July 2021
Wages Problem
ମନରେଗା ଯୋଜନାରେ କାମ କରିବା ପରେ ବି ଶ୍ରମିକଙ୍କୁ ମିଳୁନାହିଁ ମଜୁରୀ ଟଙ୍କା

ମାସେ କି ଦୁଇ ମାସ ନୁହେଁ, ଗଲା ୩ ବର୍ଷ ହେଲା ମଜୁରୀ ଟଙ୍କା ପାଇ ପାରୁନାହାନ୍ତି ଶ୍ରମିକ ଓ ହିତାଧିକାରୀ। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ଉପାପଡା ଗାଁରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ। ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗାଁରେ କୂଅ ଖନନ କରିବାକୁ କାର୍ଯ୍ୟାଦେଶ ପାଇଥିଲେ ହିତାଧିକାରୀ।

  • Wednesday, 14 July 2021
rukuna-rath
ଏଥର ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା

ପ୍ରଶାସନର ନିଷ୍ପତ୍ତି ଅନୁସାରେ ଅଳ୍ପ ସଂଖ୍ୟକ ସେବାୟତ ରଥ ଉପରେ ରହିବେ। କେବଳ ପୋଲିସ ଓ ସେବାୟତ ହିଁ ରଥ ଟାଣିପାରିବେ ବୋଲି ସୂଚନା ରହିଛି। ତେବେ ବାହାରୁ ଛିଡ଼ା ହୋଇ ଭକ୍ତମାନେ ରୁକୁଣା ରଥଟଣାର ଦୃଶ୍ୟ ଉପଭୋଗ କରିପାରିବେ। କିନ୍ତୁ ରଥ କଡ଼ର୍ନ ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।

  • Wednesday, 14 July 2021
Beggar
ବିକାଶ ଯାଉଛି କୁଆଡ଼େ? ଅଇଁଠା ପତ୍ର ଚାଟୁଛି କୁନି ଛୁଆ

ଖଣି ଖାଦାନ ଭରା ସୁନ୍ଦରଗଡ଼ରେ ଭୋକର ବିକଳ ଚିତ୍ର ଦେଖିବାକୁ ମିଳିଛି। ପେଟ ପୁରାଇବା ଲାଗି ଏକ ଛୋଟ ଶିଶୁ ରାସ୍ତାରେ ପଡ଼ିଥିବା ଅଇଁଠା ପତ୍ର ଚାଟୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

  • Wednesday, 14 July 2021
Corona
ରାଜ୍ୟରେ ଭୟଙ୍କର ହେଉଛି କରୋନା: ୨୪ ଘଣ୍ଟାରେ ୧୨୮୨ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଭୟଙ୍କର ହେବାରେ ଲାଗିଛି କରୋନା। ୨୪ ଘଂଟାରେ ରାଜ୍ୟରେ ୧୨୮୨ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ତେବେ ଲଗାତାର ଭାବରେ କରୋନା ସଂକ୍ରମଣ ରାଜ୍ୟରେ ବଢିବାରେ ଲାଗିଛି। ଗତକାଲି ତୁଳନାରେ ଆଜି ଆହୁରି ବଢିଛି ସଂକ୍ରମଣ

corona
ବଢୁଛି କରୋନା, ସେପଟେ ଟିକା ଅଭାବରୁ ରାଜ୍ୟରେ ୭ ଶହ ସେଣ୍ଟର ବନ୍ଦ

କରୋନା ଟିକା ଅଭାବରୁ ରାଜ୍ୟରେ ଟିକାକରଣ ଅଭିଯାନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପ୍ରାୟ ୭୦୦ କେନ୍ଦ୍ରରେ ଟିକାକରଣ ବନ୍ଦ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି

  • Wednesday, 14 July 2021
corona
କରୋନା ସ୍ଥିତି ସଙ୍ଗୀନ: ବର୍ତ୍ତମାନ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ କ୍ଷତିକାରକ

ଭୟ ବଢ଼ାଇଲା ଏପ୍ରିଲ ମାସ। ଦୈନିକ ସଂକ୍ରମଣର ଭୟଙ୍କର ଟ୍ରେଣ୍ଡ ଦେଖିବାକୁ ମିଳିଛି। ମାର୍ଚ୍ଚ ୩୧ ରେ ୩ ଶହ ତଳେ ଥିବା ଦୈନିକ ସଂକ୍ରମଣ ଏପ୍ରିଲ୍ ୧ ରେ ଚାରିଶହ ମୁହାଁ ହୋଇ ଆଜି ଦିନରେ ୯ ଶହ ଛୁଇଁବାକୁ ବସିଲାଣି। ଗଲା ତିନିଦନର କରୋନା ଗ୍ରାଫ୍ ତ ଡରାଇଲା ଭଳି ରହିଛି।

jagatsinghpur
ବ୍ରିଟିଶ ଅମଳର ପୁରୁଣା ତହସିଲ କାର୍ଯ୍ୟାଳୟ ଏବେ ହେବ ଐତିହ୍ୟ ସଂଗ୍ରହାଳୟ

ବ୍ରିଟିଶ ସରକାର ନିକଟରେ ଶେଷ ଯାଏ ପରାଧିନତା ସ୍ୱୀକାର କରି ନଥିବା କୁଜଙ୍ଗ ରାଜ୍ୟ ଶାସନର ସ୍ମୃତି ବହନ କରୁଥିବା କୁଜଙ୍ଗ ପୁରୁଣା ତହସିଲ କାର୍ଯ୍ୟାଳୟ ହେବ ସଂଗ୍ରହାଳୟ। ସ୍ୱାଭିମାନୀ ଷଣ୍ଢ ରାଜା ଏହି କୋଠାରୁ ପ୍ରଶାସନିକ କାର୍ଯ୍ୟ, ନୌବାଣିଜ୍ୟ କାରବାର ଏବଂ କର ଅସୁଲି କରୁଥିଲେ

  • Wednesday, 14 July 2021
WATER
ଏବେଠୁ ଭୟଙ୍କର ହେଲାଣି ଜଳସମସ୍ୟା, ପାଣି ନେବା ଲାଗି ଲାଗୁଛି ଲମ୍ବା ଲାଇନ୍‌

ଖରା ଆରମ୍ଭରୁ ପାଣି ଚିନ୍ତା। ଟାଇଁ ଟାଇଁ ଖରାରେ ଡହଳବିକଳ ହେଉଛନ୍ତି ଲୋକେ। ଖରାଦିନ ଆସିବା ମାତ୍ରେ ସବୁଠି ଜଳ ଜଳ ଦିଶୁଛି ସରକାରୀ ଉଦାସିନତାର ବିକଳ ଚିତ୍ର। ବାଲେଶ୍ୱର ଜିଲ୍ଲା ରେମୁଣା ଓ ଭୋଗରାଇ ବ୍ଲକରେ ବି ପାଣି ସମସ୍ୟା ଦେଖାଦଇଛି।

  • Wednesday, 14 July 2021
vote-eng
ପିପିଲି ଉପନିର୍ବାଚନ: ୩ କଂପାନୀ କେନ୍ଦ୍ରୀୟ ଫୋର୍ସ ହେବେ ମୁତୟନ

ପିପିଲିରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ। ଆସନ୍ତା ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ବୋଲି ସୂଚନା ମିଳିଛି। ୩ କଂପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ ନିଷ୍ପତ୍ତି ହୋଇଛି। ପିପିଲିରେ ଏଡିଜି ଯଶଓ୍ୱନ୍ତ ଜେଠୱାଙ୍କ ସମୀକ୍ଷା ପରେ ଏନେଇ ନିଷ୍ପତ୍ତି ହୋଇଛି।

  • Wednesday, 14 July 2021
school'
ଭୟଙ୍କର ହେଉଛି କରୋନା: ନବମ ଓ ଏକାଦଶ କ୍ଲାସ୍‌ ବନ୍ଦ ପାଇଁ ନିଷ୍ପତ୍ତି ନେଲେ ସରକାର

ଭୟଙ୍କର ହେଉଛି କରୋନା। ମହାମାରୀ ବ୍ୟାପୁଥିବାରୁ ସ୍କୁଲକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ନିଷ୍ପତ୍ତି ଅନୁସାରେ,  ନବମ, ଏକାଦଶ କ୍ଲାସ୍ ବନ୍ଦ ରହିବ। କରୋନା ସ୍ଥିତି ଦେଖି ବନ୍ଦ ଘୋଷଣା କରିଛନ୍ତି  ରାଜ୍ୟ ସରକାର।

  • Wednesday, 14 July 2021
corona
ବେକାବୁ କରୋନା: ରାଜଧାନୀରେ ୧୦୩ ପଜିଟିଭ୍‌ ଚିହ୍ନଟ

ଚିନ୍ତା ବଢାଉଛି ସଂକ୍ରମଣ। ଆଜି ଗୋଟିଏ ଦିନରେ କେବଳ ରାଜଧାନୀ ଭୁବନେଶ୍ୱରରୁ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ganjam
ବିବାହ ଭୋଜିରେ ଅତିଥିଙ୍କୁ ପ୍ୟାକେଟ୍‌ ଖାଦ୍ୟ ଦେବାକୁ ଜାରି ହେଲା ନିର୍ଦ୍ଦେଶ

କରୋନାକୁ ନଜରରେ ରଖି କରୋନା କଟକଣାକୁ ଆହୁରି କଡ଼ାକଡ଼ି କଲା ଗଞ୍ଜାମ ପ୍ରଶାସନ। କହିବାକୁ ଗଲେ ଗଞ୍ଜାମ କୋଭିଡ୍ କଟକଣାରେ କିଛି ନୂଆ ନିୟମ ଲଗାଇଛି ପ୍ରଶାସନ

  • Wednesday, 14 July 2021
cm-naveen
ପିପିଲି ପାଇଁ ପ୍ରଚାର ମୈଦାନକୁ ଯିବେ ନବୀନ

ପିପିଲି ପ୍ରଚାର ମୈଦାନକୁ ଯିବେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ଉପନିର୍ବାଚନରେ ଦଳ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

COVASILD
କରୋନା ବଢୁଛି: ଏପଟେ ରାଜ୍ୟରେ ଦେଖାଗଲାଣି ଟିକାର ଅଭାବ

ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ ଦେଖାଦେଇପାରେ ଟିକାର ଅଭାବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି ଯେ, ରାଜ୍ୟରେ କୋଭିସିଲ୍ଡ ଟିକା ୬ ଲକ୍ଷ ଅଛି ଯାହାକି ଆଉ ମାତ୍ର ୨ ଦିନ ଯିବ।

  • Wednesday, 14 July 2021
Jagannath_Temple
ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ, ଜାଣନ୍ତୁ କାହିଁକି?

ତେବେ ସବୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ପୂର୍ବରୁ ପ୍ରଶାସନ ନିଷ୍ପତ୍ତି ନେଇସାରିଛି। ସବୁ ରବିବାର  ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ରହିବ ବୋଲି ପ୍ରଶାସନ ନିଷ୍ପତ୍ତି ହୋଇଛି

  • Wednesday, 14 July 2021
post-mottom
ମୃତ ଶରୀରର ସରିଥିଲା ପୋଷ୍ଟମର୍ଟମ, କିନ୍ତୁ ବଞ୍ଚିଥିବା କହି ମରଶରୀରର ରାତିସାରା ପୂଜାର୍ଚ୍ଚନା କଲେ ଗାଁ ଲୋକେ

ପୋଷ୍ଟମର୍ଟମ ପରେ ମୃତଦେହକୁ ବଞ୍ଚାଇବାକୁ ଉଦ୍ୟମ। ରାତିତମାମ ପୂଜାପାଠ ବି ଚାଲିଲା। ନୟାଗଡ ଶରଣକୂଳ ଥାନା ସିଙ୍ଗରପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଅନ୍ଧବିଶ୍ୱାସର ଘଟଣା। ଗାଁର ରବି ନାହାକ ୨ ଦିନ ତଳେ ଦଣ୍ଡରେ ମିଶିଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା

  • Wednesday, 14 July 2021
road
ଗାଁକୁ ରାସ୍ତା ନାହିଁ, ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ଦ୍ୱିତୀୟ ଗୁଣ୍ଡୁରିଗୁଡ଼ା ଗାଁର ପବିତ୍ର ମଣ୍ଡଳଙ୍କ ସ୍ତ୍ରୀ ମୀରାବତୀଙ୍କର ପ୍ରସବ ବେଦନା ହେବା ପରେ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା। ହେଲେ ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା

  • Wednesday, 14 July 2021
bbsr
ଭୁବନେଶ୍ୱର ରେଳ ଷ୍ଟେସନରୁ ଚିହ୍ନଟ ହେଲେ ଏତିକି କରୋନା ଆକ୍ରାନ୍ତ

ଭୁବନେଶ୍ୱର ରେଳ ଷ୍ଟେସନରୁ ୨ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରେଳ ଷ୍ଟେସନରୁ ପ୍ରଥମ ଥର ପାଇଁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। କେବଳ ଏତିକି ନୁହେଁ ବରଂ ଉଭୟଙ୍କ କଣ୍ଟା ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରିର ତନାଘନା ବି ଚାଲିଛି।

bjp 1
"ବିନା ଆଲୋଚନାରେ ପାରିତ ବିଲ୍‌କୁ ମଂଜୁରି ନଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିବୁ"

ବିଧାନସଭା ପରିସର ଧାରଣାରୁ ଉଠିବା ପରେ ବିଜେପି କଲା ପ୍ରେସମିଟ୍। ସମଗ୍ର ଘଟଣା ପାଇଁ ବାଚସ୍ପତିଙ୍କୁ ଦାୟୀ କଲେ ପ୍ରଦୀପ୍ତ ନାୟକ, ବାଚସ୍ପତି ଅନ୍ୟ ଚାପରେ ପଡ଼ି ବିରୋଧୀଙ୍କ କଥା ଶୁଣୁନାହାନ୍ତି ବୋଲି କଲେ ଅଭିଯୋଗ।

  • Wednesday, 14 July 2021
bjp
ଧାରଣାରୁ ଉଠିଲେ ବିଜେପି ବିଧାୟକ

ଭୁବନେଶ୍ୱର: ଧାରଣାରୁ ଉଠିଲେ ବିଜେପି ବିଧାୟକ। ଗାନ୍ଧି ମୂର୍ତ୍ତି ତଳେ ବସିଥିବା ବିଜେପି ବିଧାୟକ ଧାରଣାରୁ ଉଠିଛନ୍ତି। ବିଧାନସଭା ପରିସର ଗାନ୍ଧି ମୂର୍ତ୍ତି ତଳେ କାଲିଠାରୁ ଧାରଣାରେ ବସିଥିଲେ ବିଜେପି ବିଧାୟକ। ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର ଭେଟିବା ପରେ ଧାରଣାରୁ ଉଠିଲେ ବିଧାୟକ। ଧାରଣାରୁ ଉଠିବା ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ  ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟପାଳଙ୍କୁ ଭେଟି ବିଲ୍ ମଂଜୁର ନକରିବାକୁ ଅନୁରୋଧ କରିବୁ। ବିନା ଆଲୋଚନାରେ ପାରିତ ବିଲକୁ […]

  • Wednesday, 14 July 2021
election
ପିପିଲି ରଣକ୍ଷେତ୍ରରେ ୧୦ ଯୋଦ୍ଧା, କିନ୍ତୁ ବିଜୟ ମୁକୁଟ ପିନ୍ଧିବ କିଏ?

ପିପିଲି ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୧୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଥିବା ବେଳେ ଶେଷଦିନରେ ୨ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି।

  • Wednesday, 14 July 2021
similipala
ପୁଣି ଶିମିଳିପାଳରେ ଜଙ୍ଗଲରେ ଲାଗିଛି ନିଆଁ

ପୁଣି ଜଳୁଛି ଶିମିଳିପାଳ। ବିଭିନ୍ନ ରେଞ୍ଜର ୫୨ଟି ଜାଗାରେ ନିଆଁ ଲାଗିଛି, ଫଳରେ ପରିବେଶ ଧୂଆଁମୟ ହୋଇଯାଇଛି। ସେହିପରି ଜଙ୍ଗଲ ନିଆଁ ଯୋଗୁଁ ପ୍ରବଳ ଗରମ ଅନୁଭୂତ ହେଉଛି

  • Wednesday, 14 July 2021
AIIMS
ସୁନ୍ଦରଗଡ଼ରେ ନିର୍ମାଣ ହେବ କି ରାଜ୍ୟର ଦ୍ୱିତୀୟ ଏମ୍ସ?

ସୁନ୍ଦରଗ଼ଡ଼ ଜିଲ୍ଲାରେ ପ୍ରତିଷ୍ଠା ହେବ କି ରାଜ୍ୟର ଦ୍ୱିତୀୟ ଏମ୍ସ? ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ନେଇ ଭିତ୍ତିଭୂମିର ଅନୁସନ୍ଧାନ କରି ଗତକାଲି ଫେରିଛନ୍ତି କେନ୍ଦ୍ରୀୟ ଟିମ୍। କେନ୍ଦ୍ର ସରକାଙ୍କ ୫ ଜଣିଆ ବୈଷୟିକ ଟିମ୍ ସୁନ୍ଦରଗଡ଼ରେ ଏନ୍ଟିପିସି ନିର୍ମାଣ କରିଥିବା ମେଡିକାଲ କଲେଜ ବିଲ୍ଡିଂକୁ ବୁଲି ଦେଖିଛନ୍ତି

  • Wednesday, 14 July 2021