• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

boat
ଚିତ୍ରକୋଣ୍ଡାରେ ଡଙ୍ଗା ବୁଡ଼ି ୫ ମୃତ

ମାଲକାନଗିରି ଚିତ୍ରକୋଣ୍ଡାରେ ଅଘଟଣ । ଡଙ୍ଗା ବୁଡ଼ିଯିବାରୁ ୫ ଜଣଙ୍କ ଜୀବନ ଯାଇଛି। ସିଲେରୁ ନଦୀ ପାର ହେଉଥିବା ବେଳେ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ିଯାଇଛି । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି।

  • Wednesday, 14 July 2021
rain
ବାତ୍ୟା ଆସୁଛି: ପାରାଦୀପରେ ବର୍ଷା କଚାଡୁଛି

ବାତ୍ୟା ୟାସର ମୁକାବିଲା ପ୍ରସ୍ତୁତି ନେଇ ପ୍ରେସମିଟ୍‌ରେ SRC ଦେଲେ ବଡ଼ ସୂଚନା। କହିଲେ, କାଲି ସକାଳେ ଧାମରା ପାଖେ ଲ୍ୟାଣ୍ଡ ଫଲ୍ କରିବା ନେଇ IMD ସୂଚନା ଦେଇଛି।

src d
ବାତ୍ୟା ପାଇଁ ସାଢେ ୭ ଲକ୍ଷ ଲୋକଙ୍କୁ କରାଯିବ ସ୍ଥାନାନ୍ତର: SRC

ବାତ୍ୟା ୟାସର ମୁକାବିଲା ପ୍ରସ୍ତୁତି ନେଇ ପ୍ରେସମିଟ୍‌ରେ SRC ଦେଲେ ବଡ଼ ସୂଚନା। କହିଲେ, କାଲି ସକାଳେ ଧାମରା ପାଖେ ଲ୍ୟାଣ୍ଡ ଫଲ୍ କରିବା ନେଇ IMD ସୂଚନା ଦେଇଛି। ତଥ୍ୟ ଅନୁସାରେ ଭିତରକନିକା, ଧାମରା, ଚାନ୍ଦବାଲିରେ ଲ୍ୟାଣ୍ଡଫଲ ଆଙ୍କାରେ ସରକାର ପ୍ରସ୍ତୁତି କରିଛନ୍ତି।

cyclone
ବାତ୍ୟାର ନାଁ ୟାସ୍ କାହିଁକି?

ଏବେ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଥିବା ବାତ୍ୟାର ନାଁ ୟାସ୍ କାହିଁକି? ଏହି ନାଁ କିଏ ଦେଇଛି, ଏହାର ଅର୍ଥ କଣ? ବଙ୍ଗୋପସାଗର ଓ ଆରବ ସାଗର ସମେତ ଉତ୍ତର ଭାରତ ମହାସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିଝଡ଼ର ନାମକରଣ ପାଇଁ ୧୩ଟି ଦେଶ ଦ୍ୱାରା ପ୍ରସ୍ତାବିତ ଏକ ନିର୍ଦ୍ଦିଷ୍ଟ ତାଲିକା ରହିଛି

Naveen
ବାତ୍ୟା ପାଇଁ ସରକାରୀ ସ୍ତରରେ ବସୁଛି ଘନ ଘନ ବୈଠକ

ଜଳ-ସ୍ଥଳ-ଆକାଶରେ ସବୁଠି ଚାଲିଛି ବାତ୍ୟା ପ୍ରସ୍ତୁତି। ଭୀଷଣ ରୂପରେ ମାଡ଼ି ଆସୁଥିବା ବାତ୍ୟା ୟାସ୍ ପାଇଁ ସତର୍କ ଆଉ ସଜାଗ ରହିବାକୁ ଆହ୍ୱାନ ଦେଇଛନ୍ତି ସରକାର।

  • Wednesday, 14 July 2021
yass
ମାଡ଼ି ଆସୁଛି ବାତ୍ୟା: ଘଣ୍ଟାକୁ ୧୮୫ କିଲୋମିଟର ବହିବ ପବନ

ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା। ଅଶାନ୍ତ ହେଲାଣି ସମୁଦ୍ର, ବଢିଲାଣି ପବନର ବେଗ। ଧୀରେ ଧୀରେ ବର୍ଷାର ବେଗ ବି ବଢିଲାଣି। ଆଉ ଉଗ୍ର ହୋଇ ଉଠିଲାଣି ପ୍ରକୃତି

SRC
ବାତ୍ୟା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ସରକାର

ବାତ୍ୟାକୁ ନେଇ ସରକାରୀ ସ୍ତରରେ ବଡ଼ ଧରଣର ଚାଲିଛି ପ୍ରସ୍ତୁତି। ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ସରକାର।  

  • Wednesday, 14 July 2021
Jeneratör
ବାତ୍ୟା ପରେ ଜେନେରେଟର ନଲଗାଇବାକୁ ପରାମର୍ଶ ଦେଲେ ଏସଆରସି

ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା। ତେବେ ବାତ୍ୟାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଏସଆରସି। ସେ କହିଛନ୍ତି ଯେ, ବାତ୍ୟା ପବନ କମୁ କମୁ କିଛି ଲୋକ ଜେନେରେଟର ଲଗାଇଥାନ୍ତି। ତେଣୁ ଏହାଦ୍ୱାରା ବ୍ୟାକ୍ କରେଣ୍ଟ ଯାଏ, ଯେଉଁଥି ଲାଗି ବିଦ୍ୟୁତ୍‌ କର୍ମଚାରୀ ମୃତାହତ ହୁଅନ୍ତି। ତେଣୁ ବାତ୍ୟା ପରେ ଜେନେରେଟର ନଲଗାଇବା ଲାଗି ପରାମର୍ଶ ଦେଲେ ଏସଆରସି। ବାତ୍ୟା ପରେ ସକାଳ ୬ରୁ ସଂଧ୍ୟା ୬ ଯାଏ ଜେନେରେଟର ନଲଗାଇବାକୁ କହିଲେ ଏସଆରସି। ଏହାସହ ବାତ୍ୟାରେ […]

src
ବାତ୍ୟାକୁ ନେଇ ବଡ଼ ସୂଚନା ଦେଲେ ଏସଆରସି: ଜାଣନ୍ତୁ କଣ କହିଛନ୍ତି ଏସଆରସି...

ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ SRC ପ୍ରଦୀପ ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୨୨ NDRF ଟିମ୍ ଆସିଯାଇଛି, ଆଜି ଆଉ ୩୦ ଟିମ୍ ଆସି ପହଞ୍ଚିବ। ଏହାସହ ଓଡ୍ରାଫ୍ ଟିମ୍ ୫୦ରୁ ୬୦ ଓ ଅଗ୍ନିଶମ ଟିମ୍ ୧୭୫ରୁ ୨ଶହ ପ୍ରସ୍ତୁତ ମଧ୍ୟ ରହିଛି।

coastal areas
ବାତ୍ୟା ପାଇଁ ଛୁଟି ବାତିଲ

ବାତ୍ୟା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। କେହି ହେଡକ୍ୱାର୍ଟର ଛାଡ଼ି ଯାଇପାରିବେନି ବୋଲି ନିର୍ଦ୍ଦେଶ ଦେଇଛି ଜଳସମ୍ପଦ ବିଭାଗ।

Cyclone-Yash-
ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା

ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି। କାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କଲା ପାଣିପାଗ ବିଭାଗ।

rain
ଆସନ୍ତାକାଲି ବାତ୍ୟାର ରୂପ ନେବ ଲଘୁଚାପ: ୨୫ ତାରିଖରୁ ବର୍ଷା ଆଲର୍ଟ

ୟାସ୍ ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୨୦ରୁ ୧୬୫ କିଲୋମିଟର ରହିପାରେ। ମଝିରେ ମଝିରେ ଏହା ୧୮୫ କି.ମି ମଧ୍ୟ ଛୁଇଁପାରେ। ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ- ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଇଏମ୍‌ଡ଼ି

  • Wednesday, 14 July 2021
cyclone
ୱେଲ୍‌ ମାର୍କଡ୍ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ

ୱେଲ୍‌ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି ବଙ୍ଗୋପସାଗରର ଲଘୁଚାପ। ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଅବପାତ ବା ଡିପ୍ରେସନରେ ପରିଣତ ହେବ।

shutdown
ସଟଡାଉନ୍‌ରେ ବନ୍ଦ ରହିଛି ଦୋକାନ: ବାହାରେ ବୁଲିବା ଉପରେ ସଂପୂର୍ଣ୍ଣ ରୋକ୍

ରାଜ୍ୟରେ ଜାରି ରହିଛି ଦୁଇ ଦିନିଆ ସପ୍ତାହାନ୍ତ ସଟଡାଉନ୍‌। ଆଜି ସଟଡାଉନ୍‌ର ଦ୍ୱିତୀୟ ଦିନ, ଗତକାଲି ଭଳି ଆଜି ମଧ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି

  • Wednesday, 14 July 2021
Corona-Odisha
ସଂକ୍ରମଣ କମିବାରେ ନା ଧରୁନି: ୨୪ ଘଂଟାରେ ୧୨,୮୫୨ ଆକ୍ରାନ୍ତ ହେଲେ ଚିହ୍ନଟ

କମିବାରେ ନା ନେଉନାହିଁ କରୋନା। ଆଜି ପୁଣି ରାଜ୍ୟରୁ ୧୨,୮୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୭,୧୯୫ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍- ୫,୬୫୭ ରହିଛି

  • Wednesday, 14 July 2021
Bandaa People
ଚାଉଳ ଅଛି ସିନା ପରିବା ନାହିଁ କି ଲୁଣ ନାହିଁ, ରୋଷେଇ ହେବ କେମିତି?

ଦୁର୍ଗମ ଆଦିବାସୀ ଅଞ୍ଚଳକୁ ଛୁଇଁଛି କରୋନା। ବଣ୍ଡା ଓ ଡଙ୍ଗରିଆ କନ୍ଧଙ୍କ ଗାଁରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ଉଭୟ ଅଞ୍ଚଳକୁ ସିଲ୍ କରି ଟେଷ୍ଟିଂକୁ ବଢ଼ାଯାଇଛି। ହେଲେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ହାଟ ଉପରେ ନିର୍ଭର କରୁଥିବା ବଣ୍ଡା ଲୋକଙ୍କ ଘରେ ଏବେ ଖାଦ୍ୟ ସାମଗ୍ରୀର ଅଭାବ

  • Wednesday, 14 July 2021
cyclone
ବାତ୍ୟା ପାଇଁ ବିଭିନ୍ନ ଜିଲ୍ଲାରୁ ଆଜି ଯିବେ ଏନଡ଼ିଆରଫ,ଓଡ୍ରାଫ ଓ ଫାୟାର ଟିମ

ବାତ୍ୟା ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଲୋକଙ୍କୁ ସ୍ଥାନାନ୍ତରିତ,ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ପୁନରୁଦ୍ଧାର ପାଇଁ ବଡ଼ ବଡ଼ ଏନଜିଓ ମାନଙ୍କ ସହଯୋଗ ଲୋଡ଼ା ଯାଇଛି।

cycloned
ଆଜି ଅବପାତର ରୂପ ନେବ ବାତ୍ୟା

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଅବପାତର ରୂପ ନେବ। ଏହାପରେ କେଉଁ ଦିଗରେ ମୁହାଁଇ ସ୍ଥଳ ଭାଗକୁ ଆସିବ ସେନେଇ ଭାରତୀୟ ପାଣିପାଗ ବିଭାଗ ତରଫରୁ ସ୍ପଷ୍ଟ ସୂଚନା ଦିଆଯାଇପାରେ

Corona-Odisha
ଲକଡାଉନ୍‌ ଓ ସଟଡାଉନ୍‌ ପରେ ବି କମୁନି ମହାମାରୀ?

  ଲକଡାଉନ୍‌ ଓ ସଟଡାଉନ୍‌ କିଛି ମାନୁନି କରୋନା। ରାଜ୍ୟରେ ବଢିଚାଲିଛି ସଂକ୍ରମଣ। ଆଶା କରାଯାଉଥିଲା କଟକଣା କଡ଼ାକଡ଼ି ହେବା ପରେ ସଂକ୍ରମଣ କମିବ। ମାତ୍ର ଉଭୟ ପଜିଟିଭ୍ ଓ ମୃତ୍ୟୁରେ ଆଜି ସବୁ ରେକର୍ଡ ଭାଙ୍ଗିଛି ମହାମାରୀ

cycloned
ବାତ୍ୟା ଆସୁଛି: ପ୍ରଶାସନିକ ସ୍ତରରେ ଜୋରସୋରରେ ଚାଲିଛି ପ୍ରସ୍ତୁତି

ବେଳ ଥାଉ ଥାଉ ସତର୍କ,ସଜାଗ ହେଲାଇଣି ପ୍ରଶାସନ। ସଜ ହେଲାଣି ସାଜସରଞ୍ଜାମ, ମହାମାରୀର ମହାବିପତ୍ତି ବେଳେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଚାଲିଛି ପ୍ରସ୍ତୁତି

pradeep-and-pathak
କରୋନାରେ ସଂକ୍ରମିତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ IFS ଅଭୟକାନ୍ତ ପାଠକ

କରୋନାରେ ସଂକ୍ରମିତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ IFS ଅଭୟକାନ୍ତ ପାଠକ। ଉଭୟଙ୍କୁ ଝାରପଡ଼ା ଜେଲରରେ ଆଇସୋଲେସନରେ ରଖାଯାଇଛି। କାଲି ଝାରପଡ଼ା ଜେଲରେ ୯୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ କରୋନା ସଂକ୍ରମିତ।

CS
ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା ବୈଠକ କଲେ ମୁଖ୍ୟ ସଚିବ

ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର, ଓ NDRF ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ଏହି ବୈଠକରେ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାପାଳ ମଧ୍ୟ ସାମିଲ ହୋଇଛନ୍ତି।

  • Wednesday, 14 July 2021
Ventilators
ଲୋକେ ପାଉନାହାନ୍ତି କିନ୍ତୁ ଖତ ଖାଉଛି ଭେଣ୍ଟିଲେଟର

ଗୋଟେ ପଟେ ଛଟପଟ ହେଉଛନ୍ତି ରୋଗୀ, ଅନ୍ୟପଟେ ଖତ ଖାଉଛି ଭେଣ୍ଟିଲେଟର। ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଗୁରୁତର ରୋଗୀଙ୍କୁ ଭେଣ୍ଟିଲେଟର ମିଳୁନଥିବା ବେଳେ, କନା ଢାଙ୍କି ଗଦା ହୋଇଛି ଭେଣ୍ଟିଲେଟର।

  • Wednesday, 14 July 2021
rain
ବାତ୍ୟା ପ୍ରଭାବରେ ୨୫ ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ !

ଆସୁଛି ବାତ୍ୟା। ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ତେବେ ଏହାରି ମଧ୍ୟରେ ବାତ୍ୟାକୁ ନେଇ ଓଟିଭିକୁ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ଯେ, ୨୫ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। 

rain
"ବର୍ଷାରେ ଓଦା ହେଲେ ସଂକ୍ରମଣର ରହିଛି ଅଧିକ ଭୟ"

କରୋନା ମହାମାରୀବେଳେ ବାତ୍ୟା ଆସୁଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ। ବାତ୍ୟା ଆସୁଥିବାରୁ ବର୍ଷା ହେବ। ବର୍ଷାରେ ଓଦା ହେଲେ ରୋଗ ପ୍ରତିରୋଧକ ଶକ୍ତି କମିଥାଏ ଓ ସଂକ୍ରମଣ ହେବାର ସମ୍ଭାବନା ଥାଏ।