• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bus
'ବସ୍‌ରେ ଯାତ୍ରୀ ହେଉନାହାନ୍ତି, ଚଳାଚଳ ବନ୍ଦ ହେବ'

ଭୁବନେଶ୍ୱର: ସେପ୍ଟେମ୍ବର ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ଓ  ଲର୍ଣ୍ଣର ଲାଇସେନ୍ସ ପାଇଁ ଆବେଦନ କରିହେବନି। ପୁରୁଣା ଆବେଦନକାରୀଙ୍କୁ ଜୁଲାଇରୁ ମିଳିବ ନୂଆ ସ୍ଲଟ୍। ପ୍ରାୟ ଅଢେଇ ଲକ୍ଷ ଆବେଦନକାରୀଙ୍କୁ ନୂଆ ସମୟ ଧାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଅନିଶ୍ଚିତତା ଭିତରେ ଦେଇ ଗତିକରୁଛି ଆନ୍ତ ରାଜ୍ୟ ବସ ଚଳାଚଳ ପ୍ରସଙ୍ଗ। କାରଣ ଏବେ ସୁଦ୍ଧା ଏନେଇ କିଛି ନିଷ୍ପତ୍ତି ହୋଇନି। କୌଣସି ରାଜ୍ୟ ସହ ଏନେଇ କଥା ହୋଇନୁ ବୋଲି […]

  • Wednesday, 14 July 2021
top-headlines
ଆଜିର ୮ ବଡ଼ ଖବର

କୋଭିଡ୍ ଯୋଦ୍ଧାଙ୍କୁ ନେଇ ବଢ଼ିଲା ଚିନ୍ତା, ଗଞ୍ଜାମର ଦୁଇ ପୋଲିସ୍ ଅଧିକାରୀ ଓ କଳାହାଣ୍ଡି ନର୍ଲା ହସ୍ପିଟାଲର ଦୁଇ ଡାକ୍ତର ପଜିଟିଭ୍। ଏପଟେ ରାଜ୍ୟରେ କରୋନା ସଂକ୍ରମଣର ପୁଣି ଲମ୍ବଡିଆଁ, ଦିନକରେ ୨୨୫ ଚିହ୍ନଟ, କେବଳ କଟକରୁ ୯୨। ସ୍ୱାଦ ଓ ଗନ୍ଧ ବାରି ପାରୁନଥିବା ବ୍ୟକ୍ତିଙ୍କୁ ବି ହୋଇଥାଇ ପାରେ କରୋନା। କୋଭିଡ-୧୯ରେ ସ୍ଥାନ ପାଇଲା ନୂଆ ଲକ୍ଷଣ। ଏପଟେ ସଂକ୍ରମଣ ବଢ଼ିବାରୁ ବେଜିଂ ପୁଣି ସଟ୍ ଡାଉନ୍, ପୂର୍ବତନ ପାକ୍ କ୍ରିକେଟର ଆଫ୍ରିଦିଙ୍କୁ କରୋନା। […]

  • Wednesday, 14 July 2021
hostel
'କଲେଜ ହଷ୍ଟେଲରେ ହୋଇପାରିବ +୨ ବାକି ପରୀକ୍ଷା'

ଭୁବନେଶ୍ୱର: ଯୁକ୍ତ ୨ର ବଳକା ଥିବା ପରୀକ୍ଷାକୁ ନେଇ ଚିନ୍ତା। ବାକି ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ଡାଟା ମାଗିଲା CHSE। ପ୍ରତି ପରୀକ୍ଷା କେନ୍ଦ୍ରରେ ଏକାଥରକେ କେତେ ସଂଖ୍ୟକ ପରୀକ୍ଷାର୍ଥୀ ବସି ପରୀକ୍ଷା ଦେଇ ପାରିବେ, ଏହାର ଡାଟା ପ୍ରସ୍ତୁତ କରି ଆସନ୍ତା ୧୮ ତାରିଖ ସୁଦ୍ଧା ପରିଷଦକୁ ଦେବାକୁ ଚିଠି ହୋଇଛି। ଏଥିରେ ଶ୍ରେଣୀଗୃହ ବ୍ୟତିତ ରିଡିଂରୁମ, କମନରୁମକୁ ମଧ୍ୟ ପରୀକ୍ଷା ହଲ ଭାବେ ଗଣାଯାଇପାରିବ ବୋଲି ଦର୍ଶାଯାଇଛି। ଏପରିକି ନିଜ କଲେଜ […]

  • Wednesday, 14 July 2021
rajo
ରଜ କଟକଣା: ବାଲେଶ୍ୱରରେ ଧାର୍ମିକ ସ୍ଥଳ ବନ୍ଦ, ଢେଙ୍କାନାଳରେ ୧୪୪

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ରଜ କଟକଣା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ ଜିଲ୍ଲାରେ ରଜ କଟକଣା ଜାରି କରାଯାଇଛି। ବାଲେଶ୍ୱର ସଦର ଡିଭିଜନରେ ରଜ ପର୍ବ ପାଳନ ଉପରେ ଜିଲ୍ଲା ପ୍ରଶାସନର କଡ଼ା ପଦକ୍ଷେପ ଗ୍ରହଣ କରିଛି। ଜୁନ ୧୬ ତାରିଖ ପର୍ଯ୍ୟନ୍ତ ରଜ ପର୍ବ କଟକଣା ଜାରି ହୋଇଛି। ସଦର ସବଡିଭିଜନର ସମସ୍ତ ଧାର୍ମିକସ୍ଥଳ ବନ୍ଦ ରହିବ। ସାଂସ୍କୃତିକ ପର୍ବ ପାଳନ ବେଳେ ୭ରୁ ଅଧିକ ଉପସ୍ଥିତ ରହିବେନି। ସମସ୍ତ ବ୍ୟକ୍ତି ସାମାଜିକ ଦୂରତ୍ୱ […]

  • Wednesday, 14 July 2021
rain
୪ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ଭିତରେ ସାରା ରାଜ୍ୟକୁ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ସୁଦ୍ଧା କେବଳ ୬ଟି ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ସ୍ଥାନକୁ ମୌସୁମୀ ଛୁଇଁସାରିଛି। ବାକି ଥିବା ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୪୮ ଘଣ୍ଟା ଭିତରେ ମୌସୁମୀ ଛୁଇଁବ ବୋଲି କହିଛି ପାଣିପାଗ ବିଭାଗ। ବର୍ଷା ସଂପର୍କିତ ପୂର୍ବାନୁମାନ ଅନୁସାରେ, ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି, ୨୪ ଘଣ୍ଟାରେ ସାରା ରାଜ୍ୟରେ […]

  • Wednesday, 14 July 2021
clg
୧୭ରୁ ସବୁ ୟୁନିଭର୍ସିଟି, କଲେଜକୁ ଯିବେ ଅଧ୍ୟାପକ

ଭୁବନେଶ୍ୱର: ଜୁନ୍ ୧୭ ତାରିଖରେ ସବୁ ବିଶ୍ୱବିଦ୍ୟାଳୟକୁ ଯିବେ ଅଧ୍ୟାପକ। କଲେଜର ଅଧ୍ୟାପକ ବି ୧୭ ତାରିଖ ଦିନ ଡ୍ୟୁଟିକୁ ଯିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ କୁଳପତି, ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର। ରାଜ୍ୟ ସରକାର ଅଧୀନ ୟୁନିଭର୍ସିଟି, ସରକାରୀ ଓ ବେସରକାରୀ କଲେଜ ଷ୍ଟାଫ୍ ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଶିକ୍ଷକ,ଅଣଶିକ୍ଷକ ଓ କର୍ମଚାରୀ ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ […]

  • Wednesday, 14 July 2021
sameer
ପାଠ୍ୟକ୍ରମରେ ସ୍ଥାନ ପାଇବ 'ବନ୍ଦେ ଉତ୍କଳ ଜନନୀ'

ଭୁବନେଶ୍ୱର: ଆସନ୍ତାବର୍ଷ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ଏ ବର୍ଷ ବହି ବଣ୍ଟନ ସରିଛି। ସୁବିଧା ହେଲେ ସ୍ୱତନ୍ତ୍ର ପୁସ୍ତିକା ବଣ୍ଟାଯିବ ବୋଲି ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି। ବନ୍ଦେ ଉତ୍କଳ ଜନନୀ ପାଠ୍ୟକ୍ରମରେ ସାମିଲ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ  ଚଳିତବର୍ଷ ବହି ବଣ୍ଟା ହୋଇ ସାରିଛି। ସଙ୍ଗୀତ ନେଇ ବିଜ୍ଞପ୍ତି ପ୍ରକାଶ ପରେ […]

  • Wednesday, 14 July 2021
main-head
ଅଧା ଆକାଶରେ ଅଟକି ଗଲା ଫାତିମାଙ୍କ ସ୍ୱପ୍ନ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବିରାଶାଳରେ ଥିବା ପାଇଲଟ୍ ଟ୍ରେନିଂ। ଏୟାରଷ୍ଟ୍ରିପରେ ବିମାନ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପାଇଲଟ୍ ଟ୍ରେନର ସଞ୍ଜୀବ ଝା ଓ ମହିଳା ଟ୍ରେନି ଅନିଶ ଫାତିମା। ସଞ୍ଜୀବଙ୍କ ଘର ବିହାରରେ ହୋଇଥିବାବେଳେ ଫାତିମାଙ୍କ ଘର ତାମିଲନାଡୁରେ ବୋଲି ଜଣାପଡ଼ିଛି। ପୋଲିସ ଓ ଏୟାରଷ୍ଟ୍ରିପ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି। ଗତ କିଛିଦିନ ହେଲା ୯୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିରାଶାଳ ଏୟାରଷ୍ଟ୍ରିପରେ ପାଇଲଟ୍ ଟ୍ରେନିଂ କ୍ୟାମ୍ପ ଆରମ୍ଭ […]

  • Wednesday, 14 July 2021
brown
୨୮ ଲକ୍ଷ ଟଙ୍କାର ଧଳାଜହର ଜବତ

କଟକ: ୨୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ। କଟକ ପୀରବଜାର ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି। ଅବକାରୀ ବିଭାଗର ଚଢ଼ାଉ ବେଳେ ୨୭୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ। ଘଟଣାରେ ଜଣେ ଯୁବକକୁ ଗିରଫ କରାଯାଇଛି। ବାଇକରେ ବ୍ରାଉନ୍ ସୁଗାର ଚାଲାଣ ବେଳେ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଗତ ୨ ତାରିଖରେ ରାଜଧାନୀ ଭୁବନେଶ୍ୱରରୁ ବିପୁଳ ପରିମାଣର ଧଳା ଜହର ଜବତ […]

  • Wednesday, 14 July 2021
tiger
ବାଘ ଓ ହରିଣ ଛାଲ ଜବତ, ଏସଟିଏଫ ହାତରେ ୨ ବେପାରୀ

ଭୁବନେଶ୍ୱର: ବାଘ ଛାଲ ରାକେଟ୍‌ର ପର୍ଦ୍ଦାଫାସ୍। କ୍ରାଇମବ୍ରାଞ୍ଚ STF ବାଘ ଛାଲ ରାକେଟ ପର୍ଦ୍ଦାଫାସ କରିଛି। ଦଶପଲ୍ଲା ଗଣିଆ ଅଞ୍ଚଳରୁ ୨ ବାଘ ଛାଲ ବେପାରୀ ଗିରଫଙ୍କୁ ଗିରଫ କରିଛି ଏସଟିଏଫ୍। ଏଥିସହ ୨ଟି କଲରା ପତରିଆ ବାଘ ଛାଲ ଓ ୨ଟି ହରିଣ ଛାଲ ଜବତ କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ଯାହା ଜଣାପଡୁଛି, ବାଘର ଛାଲ ଗୁଳି ମରାଇଥିବାର ଚିହ୍ନ ରହିଛି। ତେବେ ବାଘକୁ କେଉଁଠୁ ମରାଯାଇ ଏହି ଛାଲ ଅଣାଯାଇଛି ତାର ତଦନ୍ତ ଏସଟିଏଫ […]

  • Wednesday, 14 July 2021
aircraft-crash-in-Odisha
ବିରାଶାଳ ଏୟାରଷ୍ଟ୍ରିପରେ ଅଘଟଣ, ୨ ପାଇଲଟ ମୃତ

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରେ ବିମାନ ଦୁର୍ଘଟଣା। ବିରାଶାଳ ଏୟାରଷ୍ଟ୍ରିପରେ ପାଇଲଟ୍ ଟ୍ରେନିଂ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଟ୍ରେନି ପାଇଲଟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପାଇଲଟ୍ ଟ୍ରେନିଂ ନେଉଥିବାବେଳେ ଏୟାରଷ୍ଟ୍ରିପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ମହିଳା ଓ ଜଣେ ପୁରୁଷ ପାଇଲଟଙ୍କ ମୃତ୍ୟୁ ହୋଇଛି।  ମୃତ ପୁରୁଷ ପାଇଲଟ ଜଣଙ୍କ ଟ୍ରେନର୍‌ ଓ ମହିଳା ଜଣକ ଟ୍ରେନି ପାଇଲଟ୍ ଥିଲେ। ପ୍ରକାଶଥାଉକି ବିରାଶାଳ ଏୟାରଷ୍ଟ୍ରିପରେ ୯୦ ଜଣ ଛାତ୍ରଛାତ୍ରୀ ଟ୍ରେନିଂ […]

  • Wednesday, 14 July 2021
rainfall
ଅଧା ଓଡ଼ିଶା ଭିଜିବ, ୧୮ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା କିଛି ଘଣ୍ଟା ମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଉଭୟ ଘୁର୍ଣ୍ଣିବଳୟ ଓ ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଆଜି ସକାଳ ୮ଟା ୩୦ ସୁଦ୍ଧା ଓଡ଼ିଶାର ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ବିଶେଷ କରି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର […]

  • Wednesday, 14 July 2021
train
ଆଜିିଠୁ ରାଜ୍ୟ ଭିତରେ ଗଡ଼ିବ ୬ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଆଜିିଠୁ ରାଜ୍ୟ ଭିତରେ ୬ଟି ସ୍ପେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରୁଛି। ଭୁବନେଶ୍ୱରରୁ ବଲାଙ୍ଗିର, ଭଦ୍ରକ, ବ୍ରହ୍ମପୁର, କୋରାପୁଟ ଓ ରାଉରକେଲାକୁ ଏବଂ ସମ୍ବଲପୁରରୁ ଖୋର୍ଦ୍ଧା ରୋଡ୍ ଷ୍ଟେସନ୍ ମଧ୍ୟରେ ଏହି ୬ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ। ଭୁବନେଶ୍ୱର-କୋରାପୁଟ ସ୍ପେଶାଲ ଟ୍ରେନଟି ସମ୍ବଲପୁର, ଟିଟିଲାଗଡ଼ ଓ ରାୟଗଡ଼ା ଦେଇ ଚଳାଚଳ କରିବ। ଏହି ଟ୍ରେନଟି ସପ୍ତାହକକୁ ୩ ଦିନ ଚଳାଚଳ କରିବ। ଅନ୍ୟ ୫ଟି ସ୍ପେଶାଲ୍ ଟ୍ରେନ୍ କେବଳ ଶନିବାର ଓ ରବିବାରକୁ ଛାଡ଼ି ଅନ୍ୟ […]

  • Wednesday, 14 July 2021
accident
ଜନ୍ମଦିନରେ ଆସିଲା ମରଣ

ନୂଆପଡ଼ା: ଜନ୍ମଦିନରେ ଚାଲିଗଲା ଜୀବନ। ମାଆ ସହ ସ୍କୁଟିରେ ଘରକୁ ଫେରୁଥିବାବେଳେ ଟ୍ରକ୍ ଚଢିଯିବାରୁ ଗାଡି ପଛରେ ବସିଥିବା ୯ ବର୍ଷର ଝିଅର ଶୋଚନୀୟ ମୃତ୍ୟୁ। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ନୂଆପଡ଼ା ଖଡିଆଳ ବୋଡେନ ଛକ ନିକଟରେ। ନିଜ ଜନ୍ମଦିନ ପାଳନ ନେଇ ମାଆ ରିତା ଖମ୍ପରିଆଙ୍କ ସହ ସ୍କୁଟିରେ ଘରକୁ ଫେରୁଥିଲା ୯ ବର୍ଷୀୟ ଝିଅ ବୈଷ୍ଣବୀ। ତେବେ ବୋଡେନ ଛକ ନିକଟରେ ପଛପଟୁ ଏକ ଟ୍ରକ୍ ସ୍କୁଟିିକୁ ଧକ୍କା ଦେଇଥିଲା। ଫଳରେ […]

  • Wednesday, 14 July 2021
srimandir
ଶ୍ରୀମନ୍ଦିର ନୀଳଚକ୍ରରେ ଉଡ଼ିଲା ଧଳା ବାନା

ପୁରୀ: ଶ୍ରୀମନ୍ଦିର ନୀଳଚକ୍ରରେ ଉଡ଼ିଲା ଧଳା ଧ୍ୱଜା। ଏହି ଧଳା ରଙ୍ଗର ଧ୍ୱଜା ବାତ୍ୟା ଓ ବର୍ଷାର ସୂଚକ ହୋଇଥାଏ ବୋଲି କହିଛନ୍ତି ଚୂନରା ସେବକ ଶରତ ମହାନ୍ତି। ଭକ୍ତମାନେ ନାଲି, ହଳଦିଆ ଓ ଧଳା ରଙ୍ଗର ବାନା ମାନସିକ କରି ପ୍ରଦାନ କରିଥାନ୍ତି। ଲଟେରୀ ମାଧ୍ୟରେ ବାନା ଚୟନ କରାଯାଉଥିବା ବେଳେ ଯେଉଁ ଦିନ ଯାହାର ଲଟେରୀ ଉଠେ, ସେହି ହିସାବରେ ବାନା ବନ୍ଧାଯାଏ। ତେବେ ବିଧିର ବଡ ବିଚିତ୍ର ବିଧାନ, ଯେଉଁଦିନ ପାଣିପାଗରେ ବର୍ଷାର […]

  • Wednesday, 14 July 2021
amit-saha
'ଅମିତ ଶାହଙ୍କୁ ଗିରଫ କର'

ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ସରକାର ଆୟୋଜନ କରିବେ ଭର୍ଚୁଆଲ ରାଲି। ତେବେ ଏହା ପୂର୍ବରୁ ଏହି ରାଲିକୁ ନେଇ ଆରମ୍ଭ ହୋଇଛି ରାଜନୀତି। କରୋନା ମହାମାରୀ ବେଳେ ଏମିତି ଆୟୋଜନ ବେଆଇନ୍ ବୋଲି କଂଗ୍ରେସ ଅଭିଯୋଗ କରିଛି। ମୋଦି ସରକାର ଏଭଳି ଏକ ମହାବିପତ୍ତି ସମୟରେ ଭର୍ଚୁଆଲ ରାଲି ଆୟୋଜନ କରୁଥିବାରୁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଗିରଫ କରାଯିବା ଦରକାର ବୋଲି ବିଧାୟକ ସୁରେଶ ରାଉତରାୟ ଦାବି କରିଛନ୍ତି। ସେପଟେ ଭର୍ଚୁଆଲ ରାଲିର ଅର୍ଥ ବୁଝିବାକୁ କଂଗ୍ରେସକୁ […]

  • Wednesday, 14 July 2021
bagchi
IASଙ୍କୁ ଅବ୍ୟାହତି ପ୍ରସଙ୍ଗରେ ମୁହଁ ଖୋଲିଲେ ବାଗଚୀ

ଭୁବନେଶ୍ୱର: କୋଭିଡ୍ ସ୍ଥିତି ପରିଚାଳନା ଦାୟିତ୍ୱରୁ ୯ ଜଣ IASଙ୍କୁ ଅବ୍ୟାହତି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ରାଜ୍ୟ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି ଯେ ପରିସ୍ଥିତିକୁ ଦେଖି ପ୍ରଶାସନିକ ଅଦଳ ବଦଳ କରିବାକୁ ପଡ଼ିଥାଏ। ରଣକ୍ଷେତ୍ରକୁ ନୂଆ ଲୋକଙ୍କୁ ଆଣିବା ଜରୁରୀ। ସେ ଆହୁରୁ କହିଛନ୍ତି ଯେ, ଯୁଦ୍ଧକ୍ଷେତ୍ରକୁ ନୂଆ ଯୋଦ୍ଧା ନଆସିଲେ ସମସ୍ତେ କ୍ଲାନ୍ତ ହୋଇଯିବେ। ସେପଟେ ପ୍ରଶାସନିକ ଅଧିକାରୀଙ୍କୁ ସେମାନଙ୍କ ପୂର୍ବ ଦାୟିତ୍ୱକୁ ଫେରା ନଗଲେ ପ୍ରଶାସନିକ ସମସ୍ୟା ଦେଖାଦେବ। ତେଣୁ […]

  • Wednesday, 14 July 2021
cm naveen patnaik
ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର : ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ଖୁସୀ ଖବର। ୟାସ୍ ବାତ୍ୟା ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦିନ ଧରି ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ଦାବି କରାଯାଉଥିବା ଦୁର୍ଘଟଣାଜନିତ ସହାୟତା ୧୦ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ପ୍ରତ୍ୟେକ ସ୍ଥାୟୀ, ଅସ୍ଥାୟୀ ଓ ଏଜେନ୍ସି ଅଧିନରେ ଠିକାରେ କାର୍ଯ୍ୟରତ କର୍ମଚାରୀ ଏହି ସୁବିଧା ପାଇବେ। ଟାଟା ପାଓ୍ୱାର ଓ ରାଜ୍ୟ ସରକାର ଏହି ଅର୍ଥ ପ୍ରଦାନ କରିବା ପାଇଁ ବିଭାଗୀୟ ବିଜ୍ଞପ୍ତି […]

  • Wednesday, 14 July 2021
trend
SCBରେ ବିରଳ ଅସ୍ତ୍ରୋପଚାର, କଟାହାତକୁ ଯୋଡ଼ିଦେଲେ ଡାକ୍ତର

ଭୁବନେଶ୍ୱର: କଟକ ଏସସିବି ମେଡିକାଲରେ ଯୋଡାଗଲା କଟାହାତ। ଦୁଇ ସପ୍ତାହରେ ଦୁଇଜଣ ବ୍ୟକ୍ତିଙ୍କର କଟା ହାତ ଯୋଡାଯାଇଛି। ଶରୀରରୁ ସଂପୂର୍ଣ୍ଣ ଅଲଗା ହେବାର ମାତ୍ର କେଇ ଘଣ୍ଟା ଭିତରେ ମେଡିକାଲରେ ପହଞ୍ଚିବା ଯୋଗୁ ଅସ୍ତ୍ରୋପଚାର ସଫଳ ହୋଇଥିବା ଡାକ୍ତର କହିଛନ୍ତି। ବର୍ତ୍ତମାନ ଉଭୟ ବ୍ୟକ୍ତିଙ୍କ ହାତ ଧୀରେ ଧୀରେ କାମ କରୁଥିବାବେଳେ ଆଉ କିଛିଦିନ ଭିତରେ ସଂପୂର୍ଣ୍ଣ ଠିକ୍ ହୋଇଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଗତ ୨୨ ତାରିଖରେ ଢେଙ୍କାନାଳ ଜିଲ୍ଲାର ମନୋଜ ମଲ୍ଲିକ ଆକ୍ରମଣର […]

  • Wednesday, 14 July 2021
Untitled-1
ଏମ୍ସରେ ଚିକିତ୍ସାକୁ ନେଇ ଜାରି ହେଲା ହେଲପ୍ ଲାଇନ୍ ନମ୍ବର

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସରେ କୋଭିଡ ଓ ଅନ୍ୟ ରୋଗୀଙ୍କ ଚିକିତ୍ସାକୁ ଅଧିକ ସୁପରିଚାଳିତ କରିବାକୁ ଜାରି ହୋଇଛି ହେଲପ୍ ଲାଇନ୍ ନମ୍ବର। ହସ୍ପିଟାଲରେ ବେଡ୍ ସମ୍ପର୍କୀତ ତଥ୍ୟ ତା ସହ ଅନ୍ୟ ସାହାଯ୍ୟ ପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଏହି ହେଲପଲାଇନ୍ ନମ୍ବରରେ କଲ୍ କରିପାରିବେ। ୦୬୭୪-୨୪୭୬୭୮୯ ନମ୍ବରରେ ଦିନର ଯେକୌଣସି ସମୟରେ କଲ୍ କରି ତଥ୍ୟ ଜାଣିପାରିବେ ବୋଲି କୁହାଯାଇଛି। ଏବେ ଏମ୍ସରେ ଓପିଡି ବନ୍ଦ ଥିବାବେଳେ ଟେଲି ମେଡିସିନ୍ ବ୍ୟବସ୍ଥା କରାଯାଇଛି। […]

  • Wednesday, 14 July 2021
cruizee
ଓଡ଼ିଶାରେ ଚାଲିବ କ୍ରୁଜ୍

ଭୁବନେଶ୍ୱର: ଓଡ଼ିଶାରେ ଚାଲିବ କ୍ରୁଜ୍। ଚିଲିକା, ହୀରାକୁଦ ଜଳଭଣ୍ଡାର, ମହାନଦୀ, ଭିତରକନିକା ଏବଂ ସାତକୋଶିଆ ଗଣ୍ଡରେ କ୍ରୁଜ୍ ଚଲାଇବା ନେଇ ପ୍ରସ୍ତାବ ଆଣିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ରାଜ୍ୟରେ ପର୍ଯ୍ୟଟନର ବିକାଶ କରିବାକୁ ଏଭଳି ନୂଆ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ସବୁ ସ୍ଥାନରେ କେବଳ ଦିନରେ ହିଁ ଚଳାଚଳ କରିବ କ୍ରୁଜ୍। ଜୁଲାଇ ୧୦ ସୁଦ୍ଧା ବିଭିନ୍ନ କ୍ରୁଜ୍ ପରିଚାଳକଙ୍କଠାରୁ ଏନେଇ ପ୍ରସ୍ତାବ ଆଗତ କରାଯିବ। ଏହାପରେ ଏନେଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ସହ କେଉଁ […]

  • Wednesday, 14 July 2021
Evacution
ଚାଲିଛି ଉପକୂଳିଆ ଲୋକଙ୍କୁ ସ୍ଥାନାନ୍ତର

ଭୁବନେଶ୍ୱର : ବାତ୍ୟା ୟାସ ଦ୍ୱାରା ପ୍ରଭାବିତ ହେବାକୁ ଥିବା କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୦ରୁ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।  ବାତ୍ୟା ଆଶ୍ରୟସ୍ଥଳୀକୁ ଯିବାକୁ ଲୋକଙ୍କୁ ଆହ୍ୱାନ କରିଛନ୍ତି ଜିଲ୍ଲାପାଳ। ବାତ୍ୟା ଆଶ୍ରୟସ୍ଥଳୀକୁ ଆଶୁଥିବା ବ୍ୟକ୍ତିଙ୍କ କରୋନା ଲକ୍ଷଣ ଦେଖାଗଲେ ସେମାନଙ୍କୁ ଯାଞ୍ଚ ପାଇଁ ମେଡିକାଲ ଟିମ ପ୍ରସ୍ତୁତ ଅଛନ୍ତି । କରୋନା ପାଇଁ ମେଡିକାଲ ଟିମ୍ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଲକ୍ଷଣ […]

ghotala
କୋଭିଡ୍ କିଟ୍ କେଳେଙ୍କାରୀ ଘଟଣାରେ ବଡ଼ପଣ୍ଡାଙ୍କ ସମ୍ପୃକ୍ତି!

ଭୁବନେଶ୍ୱର: କୋଭିଡ୍ କିଟ୍ କେଳେଙ୍କାରୀ ଘଟଣାରେ ଦୁର୍ନୀତି ଚରମସୀମାରେ ପହଞ୍ଚିଛି। ଘଟଣାର ନିରପେକ୍ଷ ତଦନ୍ତର ଆବଶ୍ୟକତା ଥିବା ଦାବି କରିଛି ବିଜେପି। ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏହି କେଳେଙ୍କାରୀରେ ସରକାରର ବହୁ ବଡ଼ପଣ୍ଡାଙ୍କ ସମ୍ପୃକ୍ତି ରହିଛି। କେବଳ ଦାୟିତ୍ୱରେ ଥିବା ହେମନ୍ତ ଶର୍ମା ଦୋଷୀ ନା ଚେର କେତେ ବାଟ ଲମ୍ବିଛି ତାର ଚେହେରା ଲୋକେ ଦେଖିବା ଦରକାର ବୋଲି ସେ ଦାବି କରିଛନ୍ତି। କୋଭିଡ୍ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା […]

  • Wednesday, 14 July 2021
coronavirus
ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ। ଖୋର୍ଦ୍ଧାରୁ ୭, ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡିରୁ ୪ ଲେଖାଏଁ ମୃତ। ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରୁ ୩ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝରରୁ ୨ ଲେଖାଏଁ ମୃତ। ଦେବଗଡ଼, ଯାଜପୁର, କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏଁ ମୃତ। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ କରୋନା ପଜିଟିଭର ୧୦ ହଜାର ପ୍ଲସ୍ ଟ୍ରେଣ୍ଡ ଜାରି ରହିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୧୦ ହଜାର […]

  • Wednesday, 14 July 2021
school
'ଜୁଲାଇ ୧୫ ସୁଦ୍ଧା ଆଡମିଶନ ସାର'

ଭୁବନେଶ୍ୱର: ଜୁଲାଇ ୧୫ ତାରିଖ ସୁଦ୍ଧା ଆଡମିଶନ୍ ପ୍ରକ୍ରିୟା ଶେଷ କର। ୨୦୨୦-୨୧ ଶିକ୍ଷାବର୍ଷ ଲାଗି ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଆଡମିଶନ ପ୍ରକ୍ରିୟା ଜୁଲାଇ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ଆଜି ବିଜ୍ଞପ୍ତି ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏ ନେଇ ଆଜି ରାଜ୍ୟର ସମସ୍ତ ଡିଇଓ, ଡିପିିସି ଓ ବିଇଓଙ୍କୁ ଚିଠି ଲେଖିଛି ବିଭାଗ। ବିଭାଗର ନିର୍ଦ୍ଦେଶ ଅନୁସାରେ ଏହି ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ଦିବସରେ ସକାଳ ୭ଟାରୁ […]

  • Wednesday, 14 July 2021