• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Pratap Sahu
ପ୍ରତାପଙ୍କ ମହତ କାର୍ଯ୍ୟ, କରୋନା ସଂକ୍ରମିତଙ୍କ ଘରକୁ ଯାଇ ନିଜ ଆଡ଼ୁ କରୁଛନ୍ତି ସାନିଟାଇଜ..

ଭୁବନେଶ୍ୱର: କରୋନାକୁ ନେଇ କୋକୁଆ ଭୟ। ଅଦୃଶ୍ୟ ଭୂତାଣୁ ଏମିତି ମାଡୁଛି ଯେ, ଯେତେ ସତର୍କ ରହିଲେ ବି ମହାମାରୀ କବଳରୁ ବର୍ତ୍ତିବା ମୁସ୍କିଲ ହେଉଛି। ଏଭଳି ସ୍ଥିତିରେ ଘରୁ ବାହାରିବାକୁ ଭୟ ଲାଗୁଥିବା ବେଳେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ କରୋନା ଆକ୍ରାନ୍ତଙ୍କ ସେବା କରିବାକୁ ପଣ କରିଛନ୍ତି। ଅସୁବିଧା ବେଳେ ସେମାନଙ୍କୁ କିଛି ଆଶ୍ୱସ୍ତି ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି। ଭୁବନେଶ୍ୱର ନିଳାଦ୍ରୀବିହାର ଅଞ୍ଚଳର ପ୍ରତାପ ସାହୁ କରୋନା […]

  • Wednesday, 14 July 2021
takoiu
ଓଡ଼ିଶାରେ ଯୁକ୍ତ ଦୁଇ ପରୀକ୍ଷା ହେବ ନା ହେବନି?

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦେଖି ଜୁଲାଇ ୧ରୁ ୧୫ ମଧ୍ୟରେ ହେବାକୁ ଦଶମ ଓ ଯୁକ୍ତ ଦୁଇର ବାକି ପରୀକ୍ଷା ବାତିଲ କଲେ ଉଭୟ CBSE ଓ ICSE। ଏଣେ CBSE ଓ ICSEର ନିଷ୍ପତ୍ତି ପରିପ୍ରେକ୍ଷୀରେ ଓଡ଼ିଶା ସରକାର କି ନିଷ୍ପତ୍ତି ନେଉଛନ୍ତି, ଏବେ ତା ଉପରେ ନଜର। CBSE ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ। ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର […]

  • Wednesday, 14 July 2021
rade-handed
ଲାଞ୍ଚ ନେଇ ଧରାପଡ଼ିଲେ ନବନିଯୁକ୍ତ ଏସ୍‌ଆଇ

ଭଞ୍ଜନଗର: ଜଏନ୍‌ କରୁ କରୁ ଆରମ୍ଭ ହୋଇଗଲା ଲାଞ୍ଚ ନେଲେ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ ବାବୁ। କିଛି ଦିନ ତଳେ ଥିବା ଚାକିରିରେ ଜଏନ୍ କରିଥିବା ପୁଲିସ ଏସଆଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏଭଳି ଘଟଣା ଘଟିଛି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାରେ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନାରେ କାର୍ଯ୍ୟରତ ପ୍ରୋବେସନାଲ ଏସଆଇ ସିଦ୍ଧାର୍ଥ କୁମାର ଗୌଡ଼ ଗତ ୨ ମାସ ତଳେ ଜଏନ୍ କରିଥିଲେ। କିଛି […]

  • Wednesday, 14 July 2021
halt
ଓଡ଼ିଶାରେ ଭୂକମ୍ପ, ଲୋକେ ଭୟଭୀତ

ଭୁବନେଶ୍ୱର: ଭୂମିକମ୍ପରେ ଥରିଲା ଓଡ଼ିଶା। ରାୟଗଡ଼ାର କାଶୀପୁର ଅଞ୍ଚଳରେ ମୃଦୃ ଭୂମିକମ୍ପ ହୋଇଥିଲା, ଯାହା ହାଲକା ଭାବେ ହୋଇଥିଲା। ଏହି ଭୂମିକମ୍ପନର ତୀବ୍ରତା ରିକ୍ଟରସ୍କେଲରେ ୩.୬ ଥିବା ଆକଳନ କରାଯାଇଛି। An earthquake of magnitude 3.6 on the Richter scale, occurred in Kasipur area of Rayagada district in Odisha at 16:40 hours today: National Centre for Seismology pic.twitter.com/UtzGOmFpsJ — ANI (@ANI) June 22, 2020 […]

  • Wednesday, 14 July 2021
father
ପିତୃ ଦିବସରେ ଅଲୋଡ଼ା ବାପା, ଘରୁ ତଡ଼ିଦେଲେ ପୁଅ

ସୋର: ଘରୁ ତଡ଼ା ଖାଇବା ପରେ ୨ ଦିନ ଧରି ରାସ୍ତାକଡ଼ ନାଳ ପାଖରେ ପଡ଼ିରହିଲା ବାପା। ଆଉ ଯିଏ ଉଦ୍ଧାର କଲା, ନିର୍ଧୁମ ଛେଚା ଖାଇଲା। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ କୁରୁଡ଼ା ଗାଁରେ। ପିତୃ ଦିବସରେ ବାପାକୁ ପୁଅର ଏଭଳି ନିର୍ମମ ପ୍ରତିଦାନକୁ ନେଇ ସାରା ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ, ସ୍ଥାନୀୟ ୮୩ ବର୍ଷୀୟ ବୃଦ୍ଧ ବାଞ୍ଛାନିଧି ନାୟକଙ୍କ ଦେହ ଅସୁସ୍ଥ ହେବା ଯୋଗୁଁ ତାଙ୍କ […]

  • Wednesday, 14 July 2021
boil
ଚୁଲିରେ ଫୁଟୁଥିବା ଗରମ ପାଣିରେ ଯୁବକଙ୍କ ହାତ ବୁଡାଇଦେଲେ

ନବରଙ୍ଗପୁର, ନୟାଗଡ଼: ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ଅକଥନୀୟ ନିର୍ଯାତନା। ଘରୁ ଘୋସାଡି ନେଇ ଚୁଲିରେ ଫୁଟୁଥିବା ଗରମ ପାଣିରେ ବଳପୂର୍ବକ ଗ୍ରାମବାସୀ ହାତ ବୁଡାଇଦେଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ଏହାପରେ ଗାଁର କିଛି ଲୋକ ଯୁବକଙ୍କୁ ମାଡ଼ ମାରିଥିଲେ। ଏଭଳି ଘଟଣା ଘଟିଛି ନୟାଗଡ ଜିଲ୍ଲା ମହତପଲ୍ଲା ପଞ୍ଚାୟତର ଭଳିଆମାଳ ଗାଁରେ। ଗାଁର ଜଣେ ଯୁବକଙ୍କୁ ଗୁଣି ଗାରେଡି ସନ୍ଦେହରେ ଗ୍ରାମବାସୀ ଏଭଳି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କୁ ପରିବାର […]

  • Wednesday, 14 July 2021
amblance
ଡିପ୍ରେସନ୍‌ରୁ ଚରମ ନିଷ୍ପତ୍ତି, କୋଭିଡ୍ କେୟାର ସେଣ୍ଟରରେ ଜୀବନ ହାରିଲେ ଯୁବକ

ବାଲିଗୁଡା: କୋଭିଡ କେୟାର ସେଣ୍ଟରରେ ଜଣେ ଯୁବକଙ୍କ ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବଡ଼ଗାଁ କୋଭିଡ କେୟାର ସେଣ୍ଟରରେ। ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଉଛନ୍ତି କୁର୍ତ୍ତମଗଡ଼ ପଞ୍ଚାୟତ ବୁଦୁଲିପଦର ଗାଁର ଶଙ୍କୁନ ମାଝୀ ନେଇ ଉପଜିଲ୍ଲାପାଳ କହିଛନ୍ତି। ଆଜି ଭୋର ସମୟରେ ସମ୍ପୃକ୍ତ ଯୁବକ ଜଣକ ଦଉଡି ଦେଇ ଆତ୍ମହତ୍ୟା କରିଥିବା ବେଳେ ସେହି ରୁମରୁ ଗୋଟିଏ ସୁସାଇଡ଼ ନୋଟକୁ ବାଲିଗୁଡା ପୋଲିସ ଜବତ କରିଛି। ସେ ଡିପ୍ରେସନ ଯୋଗୁ ଆତ୍ମହତ୍ୟା […]

  • Wednesday, 14 July 2021
take
ରଥଯାତ୍ରା ବନ୍ଦ ଷଡ଼ଯନ୍ତ୍ର ପଛରେ କାହାର ରହିଛି ହାତ?

ଭୁବନେଶ୍ୱର: ରଥଯାତ୍ରା ବନ୍ଦ ଷଡ଼ଯନ୍ତ୍ର ପଛରେ କାହାର ରହିଛି ହାତ ? ରଥ ବନ୍ଦ ଷଡ଼ଯନ୍ତ୍ରକୁ ନେଇ OTV ହାତରେ ଲାଗିଛି ବଡ଼ ଦସ୍ତାବିଜ୍। ରଥଯାତ୍ରା ନେଇ ମେ ୩୦ରେ ପରିଚାଳନା କମିଟି ମିଟିଂ ବସିଥିଲା। ସରକାର ରଥଯାତ୍ରାକୁ ଅନୁମତି ଦେବା ବିଧେୟ ବୋଲି କମିଟି କହିଥିଲା। ଭକ୍ତଙ୍କ ଆଶା, ସ୍ୱତ୍ତ୍ୱ ଲିପି, ପରମ୍ପରାକୁ ଦେଖି ଅନୁମତି ଦେବା ବିଧେୟ। ୧୦ଟି ବିନ୍ଦୁ ଦର୍ଶାଇ ରଥଯାତ୍ରା ପାଇଁ ସୁପାରିଶ କରିଥିଲା କମିଟି। ଯେପରି ବିନା ଭକ୍ତରେ ରଥଯାତ୍ରା, ପୁରୀ […]

  • Wednesday, 14 July 2021
elephant
ଛେଣ୍ଡିପଦାରେ ହାତୀର ମୃତଦେହ ଠାବ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଗୋଡିମରା ନିକଟରେ ଏକ ମାଖନା   ହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ଆନୁମାନିକ ବୟସ ୧୫ ରୁ ୨୦ବର୍ଷ ହେବ ବୋଲି ଜଣାପଡିଛି। ଆଜି ସକାଳେ ହାତୀଟି ମରିପଡିଥିବା ଦେଖିବାକୁ ପାଇ ବନବିଭାଗ କର୍ମଚାରୀ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇଥିଲେ। ପରେ ଅନୁଗୋଳ DFO ଏବଂ ଅନ୍ୟ କର୍ମଚାରୀ ପହଁଚି ହାତୀର କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସେ ନେଇ ତଦନ୍ତ ଆରମ୍ଭ କରିଥିଲେ। ମୃତହାତୀର ପାଟିରୁ ରକ୍ତ […]

  • Wednesday, 14 July 2021
solar-eclipse2
କାଲି ବିରଳ ସୂର୍ଯ୍ୟୋପରାଗ, ୧୨ ଘଣ୍ଟା ପୂର୍ବରୁ ପାକ ନିଷିଦ୍ଧ

ଭୁବନେଶ୍ୱର: ଆସନ୍ତାକାଲି ରବିବାର ସୂର୍ଯ୍ୟୋପରାଗ। ଓଡ଼ିଶାରେ ସକାଳ ୧୦ଟା ୧୫ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ପର୍ଯ୍ୟନ୍ତ ପରାଗ ଚାଲିବ। ଏହା ବିରଳ ବଳୟ ସୂର୍ଯ୍ୟୋପରାଗ ବୋଲି କହିଛନ୍ତି। ପଠାଣି ସାମନ୍ତ ପ୍ଲାନେଟାରିୟମର ଉପ ନିର୍ଦ୍ଦେଶକ ଉତ୍ତର ଭାରତରେ ସଂପୂର୍ଣ୍ଣ ବଳୟ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ। ରାଜସ୍ଥାନ, ହରିଆଣାରେ ବିରଳ ବଳୟ ସୂର୍ଯ୍ୟ ପରାଗ ଦେଖିହେବ। ତେବେ ଦେଶର ଯେତେ ଦକ୍ଷିଣକୁ ଆସିବେ ସୂର୍ଯ୍ୟୋପରାଗର ପ୍ରତିଶତ କମି କମି ଆସିବ। ଉତ୍ତର ଓଡ଼ିଶାର ମୟୂରଭଞ୍ଜରେ […]

  • Wednesday, 14 July 2021
brown
ଭୁବନେଶ୍ୱରରୁ ସାଢ଼େ ୪ କିଲୋ ଧଳାଜହର ଜବତ

ଭୁବନେଶ୍ୱର: ରାଜଧାନୀରୁ ଜବତ ହେଲା ସାଢ଼େ ୪ କିଲୋ ବ୍ରାଉନସୁଗାର। ରସୁଲଗଡ଼ ଛକରୁ ଆଜି ଏତେ ପରିମାଣର ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍। ଯାହାକି ଏସଟିଏଫ୍ ପାଇଁ ବଡ଼ ସଫଳତା ବୋଲି ପୋଲିସ ଡିଜି କହିଛନ୍ତି। ସେପଟେ ଗତ ୬ ମାସ ଭିତରେ ରାଜ୍ୟରୁ ମୋଟ ୧୨ କିଲୋ ବ୍ରାଉନସୁଗାର ଜବତ ହୋଇଛି, ଯାହା ଓଡ଼ିଶା ପୋଲିସ ୨୦୧୬ରୁ ୨୦୧୯ ୩ ବର୍ଷ ମଧ୍ୟରେ ଜବତ କରିଥିବା ବ୍ରାଉନସୁଗାର ପରିମାଣ ସହ ଏହା ସମାନ ବୋଲି କହିଛନ୍ତି […]

  • Wednesday, 14 July 2021
corona
ସୁସ୍ଥ ହେଲେ ଆଉ ୧୨୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ। ଯାଜପୁର ଜିଲ୍ଲାରୁ ସର୍ବାଧିକ ୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୫, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୧୧ ଜଣ ଲେଖାଏଁ, ନୂଆପଡ଼ା ୯, ସୁନ୍ଦରଗଡ଼ ୭ ଓ କନ୍ଧମାଳରୁ ୬ ସୁସ୍ଥ ହୋଇଛନ୍ତି। Another 120 #COVID19 patients have recovered and are being discharged on 16.6.2020. 19 from Jajpur 15 from Cuttack 11 from Mayurbhanj & Khordha […]

  • Wednesday, 14 July 2021
bus 1
ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ବଢ଼ିଲା ବସ୍ ଭଡ଼ା। ତୈଳ ଦର ବୃଦ୍ଧି ଯୋଗୁଁ ବସ୍ ଭଡ଼ା ବଢ଼ାଇଲେ ସରକାର। ସାଧାରଣ ବସ୍ ଭଡ଼ା ୬୭ ପଇସାରୁ ୭୦ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏକ୍ସପ୍ରେସ ବସ୍ ଭଡ଼ା ୭୦ରୁ ୭୩ ପଇସାକୁ ବଢିଥିବାବେଳେ ଡିଲକ୍ସ ଭଡ଼ା ୯୫ରୁ ୧ ଟଙ୍କା ୧ ପଇସାକୁ ବଢ଼ିଛି। ସେହିପରି ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୭ରୁ ୧ ଟଙ୍କା ୨୩କୁ ବଢ଼ିଥିବା ନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ […]

  • Wednesday, 14 July 2021
ghati
ଘାଟିରେ ଟ୍ରାକ୍ଟର ଓଲଟି ୪୦ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଡ଼କାପଦରରେ ଟ୍ରାକ୍ଟର ଓଲଟି ୪୦ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସମସ୍ତ ଗୁରୁତରଙ୍କୁ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳେ ଶ୍ରମିକମାନେ ଗୋଟିଏ ଟ୍ରାକ୍ଟରରେ ୨୦ କିଲୋମିଟର ଦୂର ଗୋବିନ୍ଦପାଲି ଯାଉଥିଲେ। ଗୋବିନ୍ଦପାଲି ସାପ୍ତାହିକ ହାଟକୁ ମଡାକାପଦର ଏବଂ ଏହାର ଆଖପାଖ ଅଂଚଳରୁ ଉକ୍ତ ଟ୍ରାକ୍ଟର ରେ ଆସୁଥିଲେ। ମୁଦୁଲିପଡ଼ା ଥାନାର ମାଡ଼କାପଦର ଘାଟିରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା। […]

  • Wednesday, 14 July 2021
full day
ସାରା ଦିନର ୧୧ ବଡ଼ ଖବର

୧. ହୁ ହୁ ବଢୁଛି ତେଲ ଦର: ଗଲା ୯ ଦିନରେ ପେଟ୍ରୋଲ୍ ବଢ଼ିଲାଣି ୫ଟଙ୍କା ୧୦ ପଇସା, ଡିଜେଲ୍ ବଢ଼ିଲାଣି ୫ଟଙ୍କା ୧୭ , କେନ୍ଦ୍ର-ରାଜ୍ୟ ଉପରେ ବର୍ଷିଲା କଂଗ୍ରେସ, ପରସ୍ପରକୁ ଦୋଷ ଦେଲେ ବିଜେପି-ବିଜେଡି, ଖାଉଟି ହତାଶ। ୨. କାଲିଠୁ କରୋନା ଲକ୍ଷଣ ପାଇଁ ଘର ଘର ବୁଲି ସର୍ଭେ, ୩୧ ଜୁଲାଇ ଯାଏଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବସ୍ତିରେ ଚାଲିବ ଅଭିଯାନ, ସେପଟେ ରାଜ୍ୟରେ ଆଜି ଆଉ ୧୪୬ ନୂଆ ପଜିଟିଭ୍, ଚିନ୍ତା […]

  • Wednesday, 14 July 2021
Moonson Odisha
ଆସୁଛି ଆଉ ଏକ ଲଘୁଚାପ! କାଲି ୯ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ। ଫଳରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ତେବେ ଆସନ୍ତା ୧୯ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗପୁର, କୋରାପୁଟ, ଜଗତସିଂହପୁର, ପୁରୀ, କଟକ, ମୟୂରଭଂଜ, କେନ୍ଦ୍ରାପଡ଼ା, ଯାଜପୁର ଓ ବରଗଡ଼। ଏହି ସବୁ […]

disel
ତେଲ ଦରରେ ନିଆଁ, ଗ୍ରାହକଙ୍କ ପାଇଁ ବଢିଲା ଚିନ୍ତା

ଭୁବନେଶ୍ୱର: ତେଲ ଦରରେ ନିଆଁ। ଆଜିକୁ ମିଶାଇ ୯ ଦିନ ହେଲା ଦୈନିକ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଗତ ୭ ତାରିଖରେ ପେଟ୍ରୋଲ ଲିଟର ପିଛା ୬୩ ପଇସା ବଢିଥିବା ବେଳେ ଆଜି ବଢିଛି ୪୮ ପଇସା। ୯ ଦିନ ଭିତରେ ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ୧୦ ପଇସା ବଢିଛି। ସେହିପରି ଏହି ୯ ଦିନରେ ଡିଜେଲ ଲିଟର ପିଛା ବଢିଛି ୫ଟଙ୍କା ୧୭ ପଇସା। କରୋନା ସଂକ୍ରମଣକୁ  ନେଇ […]

  • Wednesday, 14 July 2021
witch
ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା, କଟାମୁଣ୍ଡକୁ ଧରି ଥାନାରେ ପହଞ୍ଚିଲା ହତ୍ୟାକାରୀ

ଉଦଳା: ଆଜି ବି ବଞ୍ଚିଛି ଅନ୍ଧବିଶ୍ୱାସ। ଗୁଣିଗାରେଡି, ଡାହାଣି ସନ୍ଦେହରେ କେତେ ଯେ ଜୀବନ ଯାଉଛି ହେଲେ ଲୋକେ ସଚେତନ ହେଉନାହାନ୍ତି। ଅନ୍ଧବିଶ୍ୱାସର ପରିଣତ ଯେ କେତେ ସାଂଘାତିକ ତାହାର ଏକ ଚିତ୍ର ପୁଣି ସାମ୍ନାକୁ ଆସିଛି। ଅନ୍ଧବିଶ୍ୱାସରୁ ଅତି ବିଭତ୍ସ ଭାବେ ହୋଇଛି ହତ୍ୟାକାଣ୍ଡ। ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା କରକଚିଆ ନୂଆସାହି ଗ୍ରାମରେ। ନୂଆସାହି ଗ୍ରାମର ବୁଦ୍ଧିରାମ ସିଂଙ୍କ ଛୋଟ ଝିଅର ଦେହ ପୂର୍ବରୁ ଖରାପ ଥିଲା। ଯାହାକି ଦେହ ଭଲ ନ […]

  • Wednesday, 14 July 2021
take2
ଭାଲୁ ଓ ମଣିଷର ଘମାଘୋଟ ଲଢ଼େଇ, ଶେଷରେ କଣ ହେଲା...

ରେଢାଖୋଲ: ଜଙ୍ଗଲକୁ ମହୁ ଖାଇଯିବା ହେଲା କାଳ। ପହିଲି ରଜରେ ମହୁ ଖାଇବା ପାଇଁ ୫ଜଣ ଜଂଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ଆଉ ଦୁଇଜଣ ଗଛ ଉପରକୁ ଚଢି ଯାଇଥିବାରୁ ଭାଲୁ ମୁହଁରୁ ବଞ୍ଚି ଯାଇଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ରେଢାଖୋଲ ବ୍ଲକ ବଡବାହାଲ ରେଂଜ ଟାଲ ଗାଁ ପାଖ ଖସଢା ଜଂଗଲରେ। ପହିଲି ରଜ ଦିନ ମହୁ ଖୋଜିବା ପାଇଁ ବଣିଆବନ୍ଧ ଗାଁର […]

  • Wednesday, 14 July 2021
jungle
ଜଙ୍ଗଲରୁ ୨ ହାତୀଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: କେନ୍ଦୁଝର ଚମ୍ପୁଆ ରେଞ୍ଜ ବୈତରଣୀ ସଂରକ୍ଷିତ ଜଙ୍ଗଲରୁ ଦୁଇ ହାତୀଙ୍କ ମୃତଦେହ ଉଦ୍ଧାର। ସକାଳେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ଗୁରୁବେଡ଼ା ନିକଟରେ ଗୋଟିଏ ମାଈ ଓ ଗୋଟିଏ ଅଣ୍ଡିରା ହାତୀର ମୃତଦେହ ଦେଖିବାକୁ ପାଇଥିଲେ। ତେବେ ହାତୀ ଦୁଇଟିର ଦାନ୍ତ ନଥିବାରୁ ଦାନ୍ତ ପାଇଁ ଏମାନଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗତମାସରେ ମଧ୍ୟ ଏହି ଅଞ୍ଚଳରେ ଦୁଇଟି ହାତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏମାନଙ୍କର ମଧ୍ୟ ଦାନ୍ତ ନଥିଲା। ମାସକ […]

  • Wednesday, 14 July 2021
tiger
ବାଘର ଚମଡ଼ାକୁ ସମିତି ସଭ୍ୟ ବାହାର କରୁଥିବା ଫଟୋ ଭାଇରାଲ

ଭୁବନେଶ୍ୱର: ସୋସିଆଲ ମିଡିଆରେ ବାଘର ଚମଡ଼ା ବାହାର କରୁଥିବା ଫଟୋ ଭାଇରାଲ। ଏକ କଲରାପତରିଆ ବାଘର ଚମଡ଼ାକୁ ଶିକାରୀ ଜଣକ ଏକ ଛୁରୀ ସାହାଯ୍ୟରେ ବାହାର କରୁଥିବା ଦେଖିବାକୁ ମିଳିଛି। ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଫଟୋ। ବାଘର ଚମଡ଼ା ବାହାର କରୁଥିବା ଶିକାରୀ ଜଣକ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତର ସମିତି ସଭ୍ୟ ଲକ୍ଷ୍ମୀଧର ନାୟକ ବୋଲି ଜଣାପଡିଛି। ଗତକାଲି ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନ ରଣପୁର ବନାଞ୍ଚଳରୁ ଶିକାରୀ ଲକ୍ଷ୍ମୀଧର […]

  • Wednesday, 14 July 2021
top-headlines
ଆଜିର ୯ ବଡ଼ ଖବର

୧. ବଢୁଛି ଘୋଷଯାତ୍ରା ଅଡୁଆ: ବନ୍ଦ ଲାଗି ଆବେଦନ ଉପରେ କାଲି ସୁପ୍ରିମକୋର୍ଟରେ ଶୁଣାଣି, ମେସିନ୍ କିମ୍ବା ହାତୀ ଦ୍ୱାରା ରଥ ଟାଣିବାକୁ ହାଇକୋର୍ଟଙ୍କ ପରାମର୍ଶ ପରେ ମିଶ୍ର ପ୍ରତିକ୍ରିୟା, ବିଜେପିର ଅଭିଯୋଗ, ରଥଯାତ୍ରା ବନ୍ଦ ପାଇଁ ଚାଲିଛି ବ୍ୟାକଡୋରର ଷଡ଼ଯନ୍ତ୍ର। ୨. ରାଜ୍ୟରେ ୧୧କୁ ବଢ଼ିଲା କରୋନା ମୃତ୍ୟୁ, ୧୮୬ ନୂଆ ପଜିଟିଭ୍ ସହ ୪ ହଜାର ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା, ଏପଟେ ସୁସ୍ଥ ହେଲେ ଆଉ ୧୧୪, ସ୍ଥିତି ବିଗୁଡୁଥିବାରୁ ଗଞ୍ଜାମରେ ୩୦ ଜୁନ୍ […]

  • Wednesday, 14 July 2021
ratha
କିଏ ଟାଣିବ ରଥ, ହାତୀ ନା ମେସିନ୍?

ପୁରୀ: ରଥଯାତ୍ରାକୁ ନେଇ ଭକ୍ତଙ୍କ ମନରେ ଯେତିକି ଉତ୍କଣ୍ଠା ବଢୁଛି, ସେତିକି ଆଶା ଆଶଙ୍କାରେ ଠେଲି ହେଉଯାଉଛି। ରଥଯାତ୍ରାକୁ ମାତ୍ର ଆଉ କିଚିଟା ଦିନ ବାକି ଥିବା ବେଳେ ଏପର୍ଯ୍ୟନ୍ତ ଏନେଇ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। କିନ୍ତୁ କେମିତି ହେବ ରଥଟଣା, ହାତୀ- ମେସିନ୍‌କୁ ନେଇ ଆରମ୍ଭ ସବୁଆଡେ ହୋଇଯାଇଛି ଚର୍ଚ୍ଚା। ଘୋଷଯାତ୍ରାରେ ଶ୍ରୀକ୍ଷେତ୍ରରେ କିଭଳି ହେବ ରଥଟଣା। ମେସିନ କିମ୍ବା ହାତୀ ଦ୍ୱାରା ରଥ ଟଣାଯିବ, ସେ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବାକୁ […]

  • Wednesday, 14 July 2021
full day
ସାରା ଦିନର ୧୧ ବଡ଼ ଖବର

୧. କୋଭିଡ୍ ଯୋଦ୍ଧାଙ୍କୁ ନେଇ ବଢ଼ିଲା ଚିନ୍ତା, ଗଞ୍ଜାମର ଦୁଇ ପୋଲିସ୍ ଅଧିକାରୀ ଓ କଳାହାଣ୍ଡି ନର୍ଲା ହସ୍ପିଟାଲର ଦୁଇ ଡାକ୍ତର ପଜିଟିଭ୍,ଏପଟେ ରାଜ୍ୟରେ କରୋନା ସଂକ୍ରମଣର ପୁଣି ଲମ୍ବଡିଆଁ, ଦିନକରେ ୨୨୫ ଚିହ୍ନଟ, କଳାହାଣ୍ଡିରୁ ଆଉ ୧୬ ପଜିଟିଭ। ୨. ଚୋର ଧରି କ୍ୱାରେଣ୍ଟିନ: ୭ ଦିନ ସଂଗରୋଧରେ ରହିବେ ପୁରୀ ବ୍ରହ୍ମଗିରି ଥାନାର ୯ ପୋଲିସ କର୍ମଚାରୀ, କୃଷ୍ଣପ୍ରସାଦରୁ ଧରାପଡ଼ିଥିବା ଲୁଟେରା କରୋନା ପଜିଟିଭ୍ ଜଣାପଡ଼ିବା ପରେ ବିଭାଗୀୟ ସତର୍କତା। ୩. ଦେଶରେ ୨୪ […]

  • Wednesday, 14 July 2021
9
ସଂକ୍ଷେପରେ ଜାଣନ୍ତୁ, ଦେଶ ଦୁନିଆର ବଡ଼ ଖବର ‌

୧. ଭାରତର ୩ଟି ଅଞ୍ଚଳକୁ ନିଜର ବୋଲି ଦର୍ଶାଇଲା ନେପାଳ, ବିବାଦୀୟ ନୂଆ ମାନଚିତ୍ରକୁ ନେପାଳ ସଂସଦର ସ୍ୱୀକୃତି, ଏପଟେ ଭାରତ-ଚୀନ୍ ବିବାଦ ନେଇ ସ୍ଥଳସେନା ମୁଖ୍ୟଙ୍କ ଆଶ୍ୱାସନା, କହିଲେ ଏଲ୍ଏସିରେ ସ୍ଥିତି ନିୟନ୍ତ୍ରଣାଧୀନ। ୨. ଦେଶରେ ୨୪ ଘଣ୍ଟାରେ ରେକର୍ଡ ୧୧ ହଜାରରୁ ଊର୍ଦ୍ଧ୍ୱ ନୂଆ ପଜିଟିଭ୍, ଦିଲ୍ଲୀରେ ୨୧ଶହ ପାର୍, ସମ୍ବେଦନଶୀଳ ରାଜ୍ୟଙ୍କ ସହ ଇମର୍ଜେନ୍ସି ପ୍ଲାନ୍ ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ। ୩. କୋଭିଡ୍ ଯୋଦ୍ଧାଙ୍କୁ ନେଇ ବଢ଼ିଲା ଚିନ୍ତା, […]

  • Wednesday, 14 July 2021