• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

crime
ଶିକ୍ଷୟିତ୍ରୀଙ୍କ ବେକ କାଟି ଦେଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ନୟାଗଡ଼: ଶରଣକୁଳ ଥାନା ଗୋଡିପଡାରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ। ଶିକ୍ଷୟିତ୍ରୀଙ୍କୁ ଘର ଭିତରେ ଛୁରାମାଡ କରି ନିଜ ବେକ କାଟିଲା ଯୁବକ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଜାଇଛି। ଶିକ୍ଷୟତ୍ରୀ ଜଣକ ଘର ପୁରୀ ଜିଲ୍ଲା ବ୍ରହ୍ମଗିରିରେ ହୋଇଥିବା ଜଣାପଡ଼ିଛି। ସେ ୮ ବର୍ଷ ହେବ ଶରଣକୁଳ ଗୋଡିପଡା ସର୍ଦ୍ଦାର ପଟେଲ ବିଦ୍ୟାପୀଠରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଆସୁଥିଲେ। ଆଜି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ସୁକାନ୍ତ ବେହେରା ନାମକ ଜଣେ ଯୁବକ ଗାଁକୁ […]

  • Thursday, 15 July 2021
Odisha-strik-KO
୧୫ରେ ଓଡ଼ିଶା ବନ୍ଦର ଚେତାବନୀ ଦେଲା କଂଗ୍ରେସ

ଭୁବନେଶ୍ୱର: ଦିନକୁ ପେଟ୍ରୋଲ ଦରରେ ଅହେତୁକ ବୃଦ୍ଧି ଘଟିଛି। ପେଟ୍ରୋଲ ଦର କମାଇବାକୁ ଦାବି କରିଛି କଗ୍ରେସ। ବ୍ରହ୍ମପୁରରେ ଚାଲିଥିବା ଦଳୀୟ ସଭାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ୨୦ ବର୍ଷ ହେଲା ବିଜେଡି କିଛି କରିନି, କେବଳ ମଦ ଦୋକାନ ଖୋଲିଛି। ଗଞ୍ଜାମରେ ଯାହା କିଛି ହୋଇଛି, କଂଗ୍ରେସ ହିଁ କରିଛି। ଏହାସହ ପେଟ୍ରୋଲ ଦର କମାଇବାକୁ ସେ ଦାବି କରିଛନ୍ତି। ପେଟ୍ରୋଲ୍ ଦର ଅତି କମ୍‌ରେ ୧୦ ଟଙ୍କା କମାଇବାକୁ ସେ ଦାବି […]

  • Thursday, 15 July 2021
kiit
ଖୋଲିଛି କିଟ୍ ଜମି କେଳେଙ୍କାରୀର ଆଉ ଏକ ଫର୍ଦ୍ଦ !

ଭୁବନେଶ୍ୱର: କିଟ୍ ଜମି କେଳେଙ୍କାରୀର ଆଉ ଏକ ଫର୍ଦ୍ଦ ଖୋଲିଛି। ସୂଚନା ଅଧିକାର ଆଇନ୍ ବଳରେ ପଦାକୁ ଆସିଛି ସରକାରୀ ଜମି ଜବରଦଖଲର ଆଉ ବିରାଟ ଏକ କାରସାଦି। ସାଧାରଣ ପ୍ରଶାସନ ବିଭାଗ ଅଧିନରେ ଥିବା ପ୍ରାୟ ୧୧ ଏକର ଜମିକୁ କିଟ୍ କର୍ତ୍ତୃପକ୍ଷ ମାଡି ବସିଛନ୍ତି। କେବଳ ଜମିକୁ ନିଜ ଅକ୍ତିଆରରେ ରଖିନାହାନ୍ତି, କେଉଁଠି ବହୁମୂଖୀ ଅଟ୍ଟାଳିକା ତ ଆଉ କେଉଁଠି ଷ୍ଟାଡିୟମ ବି ନିର୍ମାଣ କରି ସାରିଲେଣି। ସାଧାରଣ ପ୍ରସାଶନ ବିଭାଗରୁ ମିଳିଥିବା ତଥ୍ୟ […]

  • Thursday, 15 July 2021
justice
ନ୍ୟାୟ ଦେବା ତାଲିକାରେ ଟପ୍‌ରେ ମହାରାଷ୍ଟ୍ର‌, ଓଡ଼ିଶାର ସ୍ଥାନ କେଉଁଠି?

ଭୁବନେଶ୍ୱର: ନ୍ୟାୟ ଦେବାରେ ବହୁ ପଛରେ ଓଡ଼ିଶା। ଦେଶର ୧୮ଟି ବଡ଼ ରାଜ୍ୟ ତାଲିକାରେ ୧୧ତମ ସ୍ଥାନରେ ରହିଛି ଆମ ରାଜ୍ୟ। ଏହା କେବଳ ଦେଶର ଅନ୍ୟ ରାଜ୍ୟମାନଙ୍କଠୁ ନୁହେଁ, ବରଂ ଗତବର୍ଷର ନିଜ ରାଙ୍କିଙ୍ଗ୍‌ରୁ ବି ଓଡ଼ିଶା ଏବର୍ଷ ଆହୁରି ପଛେଇ ଯାଇଛି। ଏକଥା ସ୍ପଷ୍ଟ ହୋଇଛି, ସଦ୍ୟ ପ୍ରକାଶିତ ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ୨୦୨୦ରୁ ଏହି ରିପୋର୍ଟରେ ଦର୍ଶାଯାଇଛି। ଗତବର୍ଷ ଓଡ଼ିଶା ବଡ଼ ରାଜ୍ୟ ତାଲିକାରେ ସପ୍ତମ ସ୍ଥାନରେ ଥିଲା ହେଲେ ଏଥର ୪ଟି […]

  • Thursday, 15 July 2021
police
ପୋଲିସ ମାଡ଼ରେ ୨ ଗୁରୁତର

ବରଗଡ: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପଧାନପାଲି ଗାଁର ୩ ଜଣ ଯୁବକଙ୍କୁ ସଦର ଥାନା ପୋଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ମାଡ଼ରେ ୩ ଯୁବକ ଆହତ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ବରଗଡ଼ ସହର ଉପକଣ୍ଠ ପଧାନପାଲି ଗାଁର ପ୍ରମୋଦ ନାଏକ ମାଛ ଚାଷ ପାଇଁ ପୋଖରୀକୁ ଠିକା ଭାବେ ନେଇଛନ୍ତି। ତେବେ ଗତକାଲି ରାତିରେ ପ୍ରମୋଦ ତାଙ୍କ ଭାଇ ଟିଙ୍କୁ ନାଏକ ଏବଂ ବେଦପ୍ତ ପ୍ରଧାନ ସହ ପୋଖରୀ ହୁଡାରେ […]

  • Thursday, 15 July 2021
OTV-KHABAR-PIHU
ନ୍ୟାୟ ପାଇଁ ମନ୍ତ୍ରୀଙ୍କ ଦୁଆରେ ପିହୁର ମା'

ଭୁବନେଶ୍ୱର: ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଭେଟିଲେ ନିଖୋଜ ଶିିଶୁ ପିହୁର ପରିବାର। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଦେଖା ନପାଇବାରୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି। ୭ ଦିନ ମଧ୍ୟରେ ନ୍ୟାୟ ନମିଳିଲେ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି ପିହୁର ମାଆ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୁଦନପୁର ଗ୍ରାମର ୨ ବର୍ଷର ଝିଅ ପିହୁ ନିଖୋଜକୁ ପାଖାପାଖି ୬ ମାସ ହେବାକୁ ଯାଉଛି। ହେଲେ […]

  • Thursday, 15 July 2021
ctber
୫ ସାଇବର ଠକଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର:  ଭବାନୀପାଟଣାରେ ବରିଷ୍ଠ ନାଗରିକଙ୍କ ଠାରୁ ଅଢେଇ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ୫ ଜଣ ସାଇବର ଠକଙ୍କୁ ପୋଲିସ ଗିରଫ କରିଛି। ଗତ ୧୮ ତାରିଖରେ ଭବାନୀପାଟଣା ଶର୍ମା କଲୋନୀର ଅବସରପ୍ରାପ୍ତ ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧିଙ୍କୁ ଏକ ଫୋନ କଲ୍ ଆସିଥିଲା। ଜିଓ ଫୋନ କଷ୍ଟମର କେୟାରରୁ ଫୋନ୍ କରିଥିବା କହି ଅଜଣା ବ୍ୟକ୍ତି ଜଣକ ବିଭିନ୍ନ ମନଲୋଭା କଥା କହିଥିଲା। ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଓଟିପି ପଠାଇବା ପରେ ଗଙ୍ଗାଧରଙ୍କ ଆକାଉଣ୍ଟରୁ […]

  • Thursday, 15 July 2021
11am-fine
କଥାହେଲେ ଗଣିବାକୁ ପଡ଼ିବ ୧୫୦ ଟଙ୍କା

କେନ୍ଦ୍ରାପଡ଼ା: ନା ଆପଣ କାହା ସହ କଥା ହୋଇପାରିବେ, ନା ଆପଣଙ୍କ ସହ କିଏ କଥାହେବେ। ଏଥିରେ ଖିଲାପ ହେଲେ ତଣ୍ଡ ଗଣିବାକୁ  ୧୫୦ ଟଙ୍କା। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଶିଳପୋଖରୀ ଗାଁରେ କିଛି ଲୋକଙ୍କୁ ବାସନ୍ଦ କରି ଏପରି ଦଣ୍ଡାଦେଶ ଶୁଣାଇଛି କଙ୍ଗାରୁ କୋର୍ଟ। ଅଭିଯୋଗ ଅନୁଯାୟୀ ଗାଁରେ ଖଗେଶ୍ୱର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଘର ଆଗରେ କମ୍ୟୁନିଟି କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଏହା ନିର୍ମାଣ ଦ୍ୱାରା ସେ […]

  • Thursday, 15 July 2021
fire
ଘାସ ବଣରେ ଲାଗିଗଲା ନିଆଁ, ନିମିଷକେ ଜଳିପୋଡ଼ି ପାଉଁଶ

ବାଲେଶ୍ୱର: ବାଲେଶ୍ୱର ଆଇଟିଆଇ ଛକରେ ଥିବା ପଡ଼ିଆ ନିଆଁ ଲାଗି ଯାଇଥିଲା। ଏଥିରେ ପୁରା ପଡ଼ିଆ ଜଳିଯାଇଛି। ଅଳିଆ ଗଦା ଓ ଘାସ ବଣରେ ନିଆଁର ପରିମାଣ ଏତେ ଅଧିକା ଥିଲା ଯେ, ବେଶ କିଛି ଦୂର ଯାଏ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ତେବେ ସୌଭାଗ୍ୟବଶତଃ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପଡ଼ିଆ ନିକଟରେ କୌଣସି ଘର ଦ୍ୱାର ନଥିବାରୁ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ଅନୁମାନ କରାଯାଉଛି କେହି ଦୁବୃର୍ତ୍ତ […]

  • Thursday, 15 July 2021
dog-suad
କୁକୁର ଠାବ କରୁଛି ବିସ୍ଫୋରକ: ରେଳଯାତ୍ରୀଙ୍କ କବଚ ଆରପିଏଫ୍ ଡଗ୍‌ସ୍ୱାଡ୍

ଭୁବନେଶ୍ୱର: କୁକୁର ଦେଖାଇଲେ କମାଲ। ଭୁବନେଶ୍ୱର ରେଲେୱେ ଷ୍ଟାଡିୟମ୍‌ରେ ଗଣତନ୍ତ୍ର ଦିବସ ପାଳନରେ ସାମିଲ ହୋଇଥିଲା ଆରପିଏଫ୍‌ର ଡଗ୍ ସ୍ୱାଡ୍। ଏହି ଅବସରରେ ତାଲିମପ୍ରାପ୍ତ ବିଭିନ୍ନ ପ୍ରଜାତିର କୁକୁର ଦେଖାଇଥିଲେ ବିଭିନ୍ନ କ୍ରୀଡ଼ା କୌଶଳ। ଖାଲି ସେତିକି ନୁହେଁ ସନ୍ଦିଗ୍ଧର ଗତିବିଧି ଓ ଉଦ୍ଦେଶ୍ୟକୁ ବି ବାରି ପାରନ୍ତି ଏହି ପ୍ରତିଭାଶାଳୀ କୁକୁର।କୁକୁର ଠାବ କରୁଛି ଏକ୍ସପ୍ଲୋସିଭ୍। କୁକୁର ଦେହରେ ହାଇଟେକ୍ନୋଲୋଜିର ଗୋପ୍ରୋ କ୍ୟାମେରା। ଏମାନେ ଏମିତି ସେମିତି କୁକୁର ନୁହଁନ୍ତି, ରେଳ ବିଭାଗର ସ୍ନାଇପର ଆଉ […]

  • Thursday, 15 July 2021
mis-india KO
ଓଡ଼ିଆ ବୋହୂ ପାଇଲେ ଦେଶର ସୁନ୍ଦରୀ ମୁକୁଟ

ଭୁବନେଶ୍ୱର: ପୁଣି ଥରେ ଚମକିଛନ୍ତି ଓଡ଼ିଆ ବୋହୂ। ସୁନ୍ଦରଗଡ଼ କାଂଶବାହାଲର ବୋହୂ ନବଦୀପ କୌର ବନିଛନ୍ତି ଚଳିତ ବର୍ଷର ମିସେସ୍ ଇଣ୍ଡିଆ। ମୁମ୍ବାଇରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାଙ୍କୁ ପଛରେ ପକାଇଛନ୍ତି ନବଦୀପ। ଗତ ଅକ୍ଟୋବରରୁ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅନଲାଇନ୍‌ରେ ଭାଗ ନେବା ପରେ ଏଥିରେ ବିଭିନ୍ନ ରାଉଣ୍ଡରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ଗତ ଦୁଇ ଦିନ ତଳେ ମୁମ୍ବାଇରେ ଆୟୋଜିତ ଫାଇନାଲ୍ ରାଉଣ୍ଡରେ ନବଦୀପଙ୍କୁ କ୍ରାଉନ୍ ପିନ୍ଧାଇ […]

  • Thursday, 15 July 2021
padmashree
ଅଖ୍ୟାତ ପଲ୍ଲୀର ଏମାନେ ନାୟକ ନାୟିକା

୨୦୨୧ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥର ୭ ଜଣଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ମିଳିବ। ୧୦ ଜଣଙ୍କୁ ପଦ୍ମ ଭୂଷଣ, ୧୦୨ ଜଣଙ୍କୁ ମିଳିବ ପଦ୍ମଶ୍ରୀ ।  ସେହିପରି ଏଥର ୬ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର ମିଳିବ । ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମ ବିଭୂଷଣ ପାଇବେ। ସାହିତ୍ୟ ଓ ଶିକ୍ଷା ଲାଗି ରଜତ କୁମାର କର ପଦ୍ମଶ୍ରୀ ପାଇବେ। ସାହିତ୍ୟ ଓ ଶିକ୍ଷା ଲାଗି ନନ୍ଦ ପୃଷ୍ଟି ପଦ୍ମଶ୍ରୀ […]

  • Thursday, 15 July 2021
bus-terminal
'ଗୁଗଲ ମ୍ୟାପ୍ ଦେଖି ବସ୍ ଟର୍ମିନାଲର ନିଆଯାଇଥିଲା ନିଷ୍ପତ୍ତି'

କଟକ: ବିବାଦ ଘେରରେ କଟକ ଖାନନଗରରେ ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ। ପ୍ରସ୍ତାବିତ ପ୍ରକଳ୍ପକୁ ନେଇ ଆପତ୍ତି ଉଠାଇଛନ୍ତି ଖୋଦ କଟକ ସାଂସଦ ଭର୍ତ୍ତୃହରି ମହତାବ। ପ୍ରକଳ୍ପ ସଂପର୍କରେ ସ୍ଥାନୀୟ ଜନପ୍ରତିନିଧୀଙ୍କ ସହ ଆଲୋଚନା ହୋଇ ନଥିବା କହିଛନ୍ତି ଭର୍ତ୍ତୃହରି। କ୍ଷେତ୍ର ପରିଦର୍ଶନ ନକରି, ଗୁଗୁଲ ମ୍ୟାପ୍ ତଥ୍ୟକୁ ଆଧାର କରି ମୁଖ୍ୟ ଶାସନ ସଚିବଙ୍କ ପ୍ରକୋଷ୍ଠରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଏସଂପର୍କରେ ସ୍ଥାନୀୟ ଲୋକ ଓ ଜନ ପ୍ରତିନିଧୀଙ୍କ ସହ ଆଲୋଚନା […]

  • Thursday, 15 July 2021
engenieer-student
ମନରେଗା ଯୋଜନାରେ ମାଟି ଉଠାଇଲେ ଇଞ୍ଜିନିୟରିଂ ଛାତ୍ରୀ

ପୁରୀ: ଶିକ୍ଷା ଆଗରେ ମୁଣ୍ଡ ନୁଆଁଇଛି ଦାରିଦ୍ର୍ୟତା। ନିଜର ହଷ୍ଟେଲ ଫିସ୍ ଦେଇ ନପାରି ଡିପ୍ଲୋମା ସାର୍ଟିଫିକେଟ୍ ଲାଗି ମନରେଗା ଯୋଜନାରେ ମାଟି ଉଠାଇଲେ ଇଞ୍ଜିନିୟରିଂ ଛାତ୍ରୀ ଲୋଜି ବେହେରା। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଗୋରଡ଼ାପିଡି ଗାଁରେ ଦେଖିବାକୁ ମିଳଛି ଏଭଳି ଦୃଶ୍ୟ। ଯୁବତୀ ଜଣଙ୍କ କୋଟାରେ ଖୋର୍ଦ୍ଧାର ଏକ ଘରୋଇ କଲେଜରେ ଡିପ୍ଲୋମାରେ ନାମ ଲେଖାଇଥିଲେ। ୪୪ ହଜାର ଟଙ୍କା ଫିସରୁ ୨୦ ହଜାର ଟଙ୍କା ଦେଇଥିଲେ, ହେଲେ ହଷ୍ଟେଲ ଫିସ ଓ ଅନ୍ୟାନ୍ୟ […]

  • Thursday, 15 July 2021
tractor-rally
'ହିଂସା ଘଟାଇଥିବା ଲୋକ ଚାଷୀ ନୁହଁନ୍ତି'

ଭୁବନେଶ୍ୱର: ଲାଲକିଲ୍ଲା ଅଭିମୁଖେ ମାଡ଼ି ଯାଉଥିବା ବେଳେ ଦିଲ୍ଲୀରେ ମୁହାଁମୁହିଁ ଚାଷୀ ଓ ଦିଲ୍ଲୀ ପୋଲିସ ମୁହାଁମୁହିଁ ହୋଇଛନ୍ତି।  ପୋଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବାରୁ ପୋଲିସ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଅଟକାଇଛି। କୃଷକମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି।  ଏହାସହ ପରିସ୍ଥିତି ଅଣାୟତ ହେବାରୁ ସିଂଘୁ ସୀମାନ୍ତରେ ଲାଠି ଚାଳନା ମଧ୍ୟ କରିଛି ପୋଲିସ। ଏହି ହିଂସାରେ ଜଣେ ଚାଷୀର ମୃତ୍ୟୁ ହୋଇଛି। ତେବେ ଦିଲ୍ଲୀରେ ଟ୍ରାକ୍ଟର ରାଲି ନାଁରେ ହିଂସାକୁ ନିନ୍ଦା କରିଛନ୍ତି […]

  • Thursday, 15 July 2021
sex-racket
ସେକ୍ସ ରାକେଟ୍‌ର ତଦନ୍ତ ଆରମ୍ଭ, ଅଧା କର୍ମଚାରୀଙ୍କ ମିଳୁନି ପତ୍ତା

ଭୁବନେଶ୍ୱର: ଭୁବନେଶ୍ୱର ପଲାସପଲ୍ଲୀ ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ ଆଜି ତାଲିମ କେନ୍ଦ୍ରରେ ପହଞ୍ଚି କର୍ମଚାରୀ ଏବଂ ଅନ୍ତେବାସୀଙ୍କୁ ପଚରାଉଚରା କରିଥିଲେ। ପ୍ରାୟ ୧୦ ମିନିଟ ପଚରାଉଚରା କରିବା ପରେ ଫେରିଆସିଥିଲେ କିନ୍ତୁ ଏବେ ତଦନ୍ତ ଚାଲିଥିବାରୁ କିଛି କହିହେବନି ବୋଲି କହିଥିଲେ। ସେପଟେ ତଦନ୍ତ ପାଇଁ ଟିମ୍ ଗଠନ କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ସାମାଜିକ ସୁରକ୍ଷା […]

  • Thursday, 15 July 2021
pihu
ସମୟ ନେଲେ, କିନ୍ତୁ ରଖିଲେନି ପ୍ରତିଶ୍ରୁତି: ତଦନ୍ତ ନାଁରେ ଭୁଆଁ ବୁଲାଉଛି ପୋଲିସ୍

ଯାଜପୁର(ଗୁଲାମ୍ ଗସ୍):  ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୁଦନପୁର ଗ୍ରାମର 2 ବର୍ଷର ଝିଅ ପିହୁ ନିଖୋଜକୁ  ପାଖାପାଖି ୬ ମାସ ହେବାକୁ ଯାଉଛି। ହେଲେ ଅଦ୍ୟାବଧି ତାର କୌଣସି ପତ୍ତା ମିଳୁ ନାହିଁ। ପୋଲିସ ଠାରୁ ବିଫଳ ହେବା ପରେ ପରିବାର ଲୋକେ ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେଇଥିଲେ।  ଏସ୍‌ପିଙ୍କ ସହିତ ଆଲୋଚନା କରି ପିହୁକୁ ଖୋଜି ଆଣିବା ପାଇଁ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଇତି ମଧ୍ୟରେ ୨୦ ଦିନ […]

  • Thursday, 15 July 2021
day-n-night
ହାଇ ପ୍ରୋଫାଇଲ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ: ଦିନରେ ୨୫ ଶହ, ରାତି ପାଇଁ ୫ ହଜାର

ଭୁବନେଶ୍ୱର: ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ। ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ଶୋଷଣ। ଏମିତି ସାଂଘାତିକ ଅଭିଯୋଗ ଆସିଛି ଭୁବନେଶ୍ୱର ପଳାଶପଲ୍ଲୀରେ ଥିବା ନିଖିଳ ଓଡ଼ିଶା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ। ଏସବୁ କାରବାରର ଭିଡିଓ ଭାଇରାଲ୍ ହେବା ପରେ ଖୋଲିଛି କେଳେଙ୍କାରୀର ଗୁମର। କେବଳ ଗରାଖ ନୁହେଁ, ଦେହର ଭୋକ ମେଣ୍ଟାଇବାକୁ ଏଠି ସରକାରୀ ବାବୁଙ୍କର ବି ଭିଡ଼ ଜମେ ବୋଲି ଅଭିଯୋଗ ହୋଇଛି। ଏହି ବ୍ୟବସାୟର ସୌଦାଗର ଖୋଦ୍ ନିଖିଳ ଓଡିଶା ଶାରୀରିକ ଭିନ୍ନକ୍ଷମ […]

  • Thursday, 15 July 2021
dense fog
୨ ଦିନ ଯାଏଁ ୯ ଜିଲ୍ଲାକୁ ଘନ କୁହୁଡ଼ି ୱାର୍ଣ୍ଣିଂ

ଭୁବନେଶ୍ୱର: ମାଡ଼ି ଆସୁଛି ଘନ କୁହୁଡ଼ି। ସତର୍କ କରାଇଲା ପାଣିପାଗ ବିଭାଗ। ରାଜ୍ୟର ଅନେକ ଜିଲ୍ଲାରେ ଆଜି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିବା ବେଳେ ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ଏଭଳି ସ୍ଥିତି ଦେଖାଯିବ। ଆଜି ରାତିରୁ କାଲି ସକାଳ ପର୍ଯ୍ୟନ୍ତ ୯ ଜିଲ୍ଲାକୁ ଘନ କୁହୁଡ଼ି ନେଇ ସତର୍କ କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଖୋର୍ଦ୍ଧା, ନୟାଗଡ଼, ପୁରୀ, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲ୍ଲାରେ। ସେହିପରି ୨୫ […]

  • Thursday, 15 July 2021
maobadi
'ମହିଳା ମାଓବାଦୀଙ୍କୁ ଦିଆଯାଉଛି ନିର୍ଯାତନା'

ମାଲକାନଗିରି: ଭୁଶୁଡୁଛି ଲାଲ ଦୁର୍ଗ। ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ। ଆନ୍ଧ୍ର ଓଡ଼ିଶା ବର୍ଡର କମିଟିର ପାର୍ଟି ସଦସ୍ୟ ନଛି ଖରା ଆଜି ଆତ୍ମସମର୍ପଣ କରିଛି।  ସ୍ୱାଭିମାନ ଅଞ୍ଚଳ ମୁକୁଟିପାଲିର ମହିଳା ମାଓବାଦୀ ୨ ବର୍ଷ ହେଲା ବିଭିନ୍ନ ମାଓ ହିଂସାରେ ସାମିଲ ଥିବା ପୋଲିସ୍ ସୂଚନା ଦେଇଛି। ମହିଳା ମାଓବାଦୀଙ୍କୁ ନିର୍ଯାତନା ଦିଆଯାଉଥିବାରୁ ସେ ମାଓ ସଙ୍ଗଠନ ଛାଡିଥିବା କହିଛନ୍ତି। ଏମିତି ଲୋକଙ୍କୁ ହତ୍ୟା ଧମକ ଦେଇ ଜୋର ଜବରଦସ୍ତ ମାଓ […]

  • Thursday, 15 July 2021
didi
'ଦେଶର ଗୋଟିଏ ନୁହେଁ, ୪ଟି ରାଜଧାନୀ ପ୍ରତିଷ୍ଠା ହେଉ'

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ପାଣିପାଗରେ ସତେ ଯେମିତି ଉଷ୍ମତା ଭରିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତା ଗସ୍ତରେ ଯାଇ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ନ୍ୟାସନାଲ ଲାଇବ୍ରେରୀ, ନେତାଜୀ ଭବନ, ଭିକ୍ଟୋରିଆ ମେମୋରିଆଲ୍‌ରେ ମୋଦି, ନେତାଜୀଙ୍କ ସ୍ମାରକୀ ବୁଲି ଦେଖିଥିଲେ। ତେବେ ଭିକ୍ଟୋରିଆ ମେମୋରିଆଲ୍ ପରିସରରେ ଆୟୋଜିତ ଉତ୍ସବର ଭାଷଣରେ ପ୍ରଧାନମନ୍ତ୍ରୀ,ନେତାଜୀଙ୍କ ବୀରତ୍ୱ ଓ ସାହାସକୁ ମନେ ପକାଇ ଆଜିର ଦିନରେ ଆତ୍ମଗୌରବର […]

  • Thursday, 15 July 2021
air-marshal
ଡ୍ରାଗନ୍‌କୁ ସାମ୍‌ନା କରିବାକୁ ଭାରତ ବି ନେବ ଆକ୍ରମଣାତ୍ମକ ପଦକ୍ଷେପ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଭାରତୀୟ ବାୟୁସେନା ମୁଖ୍ୟ ରଖିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୟାନ। ବାୟୁସେନା ମୁଖ୍ୟ RKS ଭଦୋରିଆ କହିଛନ୍ତି ଯେ, LACରେ ଯଦି ଚୀନ୍ ସେନା ଆକ୍ରମଣାତ୍ମକ ହେବ, ତେବେ ଭାରତ ପଛଘୁଞ୍ଚା ଦେବ ନାହିଁ। ଚୀନ୍ ସେନାକୁ ସାମ୍ନା କରିବାକୁ ଭାରତ ବି ଆକ୍ରମଣାତ୍ମକ ପଦକ୍ଷେପ ନେବ ବୋଲି ସ୍ପଷ୍ଟ କରିଛନ୍ତି ବାୟୁସେନା ମୁଖ୍ୟ। ରାଜସ୍ଥାନର ଯୋଧପୁରରେ ଆୟୋଜିତ ଭାରତ-ଫ୍ରାନ୍ସ ସମରାଭ୍ୟାସ ଡେଜର୍ଟ ନାଇଟ୍-୨୧ରେ ଯୋଗ ଦେଇ ଏୟାର ଚିଫ୍ ମାର୍ଶଲ କହିଛନ୍ତି […]

  • Thursday, 15 July 2021
police
ଝିଅର ବୟସକୁ ନେଇ ଦିନରେ ଲଣ୍ଠନ ଦେଖାଇଥିଲା ପୋଲିସ୍ !

ଭୁବନେଶ୍ୱର: ନାବାଳିକାକୁ ସାବାଳିକା ଦର୍ଶାଇ ଜଣେ ୮ ବର୍ଷର ଝିଅ ବିରୋଧରେ ୧୦୭ ଦଫା ଲଗାଇଲା ପୋଲିସ। ଏକ ଜମିବାଡି ବିବାଦ ମାମଲାରେ ନାବାଳିକାଙ୍କୁ ୧୯ ବର୍ଷିୟା ଦର୍ଶାଇ କମିଶନରେଟ୍ ପୋଲିସର ବନମାଳୀପୁର ଫାଣ୍ଡି ୧୦୭ ଦଫାରେ ମାମଲା ରୁଜୁ କରିଛି। ଏଭଳି ଭୁଲ୍ କରି ତଦନ୍ତକୁ ବିଭ୍ରାନ୍ତି କରିଥିବା ଜଣାପଡ଼ିବା ପରେ ଡିସିପିଙ୍କ କୋର୍ଟ ଏହାକୁ ଗୁରୁତ୍ୱର ସହ ନେଇ ବନମାଳିପୁର ଫାଣ୍ଡି ଅଧିକାରୀଙ୍କୁ ତାଗିଦ କରିଛନ୍ତି। ଏକ ଜମିବାଡି ବିବାଦରେ କୋର୍ଟ ପକ୍ଷରୁ ଯାଇଥିବା […]

  • Thursday, 15 July 2021