• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Capture
କୋହଲା ପାଗ ସାଙ୍ଗକୁ ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଦକ୍ଷିଣ ଓଡ଼ିଶା ଉପକୂଳ ଓ ଉତ୍ତର ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟବ୍ୟାପୀ କୋହଲା ପାଗ ଲାଗି ରହିଛି। ତେଣୁ ଏଥିପାଇଁ ଆଜିଠାରୁ ଶୀତ ଆହୁରି ବଢ଼ିବା ସମ୍ଭାବନା ରହିଛି। ପାରଦ କମିବ ଏବଂ ପ୍ରବଳ ଶୀତ ଅନୁଭୂତ ହେବ। ଦାରିଙ୍ଗବାଡ଼ିରେ ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ରହିଛି। ସେଠାରେ ପାରଦ ୬ ଡିଗ୍ରୀ ରେକର୍ଡ ହୋଇଛି। ରାଜ୍ୟରେ ଅଧିକାଂଶ ସହର […]

  • Friday, 16 July 2021
ratha-up 12
ରାବଣ ପୋଡି ପୂର୍ବରୁ ଅଣ୍ଡାମାଡ଼

ଏରସମା : ଏରସମା ରାବଣପୋଡ଼ି ସ୍ଥଳିକୁ ଯାଉଥିବା ଅତିଥିଙ୍କୁ ଅଣ୍ଡାମାଡ଼ ଅଭିଯୋଗ। ଅତିଥି ଯାଉଥିବା ଏକ ରଥ ସଦୃଶ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଛି। ଗାଡ଼ିରେ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଅନୁଭବ ମହାନ୍ତି ଥିଲେ। ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ସେହି ଗାଡ଼ିରେ ଥିଲେ। ଅଣ୍ଡାମାଡ଼ ନେଇ ସଭାସ୍ଥଳରେ ସାଂସଦ ଅନୁଭବ ମହାନ୍ତି ପ୍ରକାଶ କରିଛନ୍ତି ଏବଂ ଅଣ୍ଡାମାଡ଼ କରିଥିବା ବ୍ୟକ୍ତି ଏରସମା ଥାନାରେ ଅଟକ ଥିବାର ସୂଚନା ଦେଇଛନ୍ତି ତିର୍ତ୍ତୋଲ ଏସ୍‌ଡିପିଓ ଶିବ ଚରଣ […]

  • Friday, 16 July 2021
fire
ଖଳାରେ ଜଳିଗଲା ଅମଳ ଧାନ

ବାଲେଶ୍ୱର: ଖଳାରେ ଜଳିଗଲା ଅମଳ ହୋଇଥିବା ଧାନ। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଖନ୍ତାପଡ଼ାର ମହାରାଜପୁର ବାରିକ ସାହିରେ ନିଆଁ ଲାଗି ଖଳାରେ ରଖା ଯାଇଥିବା ପ୍ରାୟ ୧୨ ଏକରର ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଅଭିଯୋଗ ଅନୁସାରେ, ସୁରେନ୍ଦ୍ର ବାରିକ ନାମକ ଜଣେ ଚାଷୀ ଚଳିତବର୍ଷ ପ୍ରାୟ ୧୨ ଏକର ଜମିରେ ଭାଗଚାଷ କରି ଧାନ ଅମଳପାଇଁ ଖଳାରେ ରଖିଥିଲେ। କିନ୍ତୁ ବିଳମ୍ବିତ ରାତିରେ କୌଣସି କାରଣରୁ ଧାନ ଖଳାରେ ନିଆଁ ଲାଗି ଯାଇଥିଲା। ଖବର […]

  • Friday, 16 July 2021
amiya
ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁରୀ ସ୍ୱର୍ଗଦ୍ୱାରରେ ହୋଇଛି ଅନ୍ତ୍ୟେଷ୍ଟି କ୍ରିୟା । ତାଙ୍କ ପୁଅ ଅନୁପମ ପଟ୍ଟନାୟକ ମୁଖାଗ୍ନି ଦେଇଛନ୍ତି। ଏହା ପୂର୍ବରୁ ମରଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା । ତାଙ୍କ ବାସଭବନରେ ମୃତଦେହ ରଖାଯିବା ପରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଅମିୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶୁକ୍ରବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅମୀୟଙ୍କ ଦେହାନ୍ତ ହୋଇଥିଲା। ପରଦେଶୀ ବାବୁ, ମମତା ମାଗେ […]

  • Friday, 16 July 2021
5
ଦାମଙ୍କ ତୁଣୀରରୁ ସରୁନି ତୀର, ଅାଜି ପୁଣି ମାରିଲେ ସର

ଭୁବନେଶ୍ୱର : ଦାମଙ୍କ ତୁଣୀରରୁ ଗୋଟେ ପରେ ଗୋଟେ ରାବଣ ବାଣ । ବିଜେଡିରେ ମାଳ ମାଳ ରାବଣ ମନ୍ତବ୍ୟରୁ ଅାଗକୁ ବଢ଼ି,ଅାଜି ଅସଲ ରାବଣ ଠାରୁ ବର୍ତ୍ତମାନ ଶାସକ ଦଳରେ ଥିବା ରାବଣଙ୍କ ଗୁଣ ଅାହୁରି ଖରାପ କହି, ସେମାନଙ୍କୁ ଗାଦିଚ୍ୟୁତ କରିବା କାମରେ ଲାଗିଥିବା କହିଛନ୍ତି  ଦାମ । ଏଥିସହ ଏରସମାରେ ରାବଣ ପୋଡ଼ି କରେଇ ଦେଇ ନଥିବାରୁ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଟାର୍ଗେଟ୍ କରିଛନ୍ତି । ଏରସମାରେ ସିନା ଦାମୋଦରଙ୍କୁ ରାବଣପୋଡ଼ି କରିବାକୁ […]

  • Friday, 16 July 2021
deadbody
ରାସ୍ତାକଡ଼ରୁ ମୃତାବସ୍ଥାରେ ମିଳିଥିବା ମହିଳାଙ୍କ ପରିଚୟ ମିଳିଲା

ଭୁବନେଶ୍ୱର : ରାଜଧାନୀର ଏୟାରଫିଲ୍ଡ ଥାନା ଅଞ୍ଚଳର ମହିଳାଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ ଦାବିରେ ରାସ୍ତାରୋକ। ଭୁବନେଶ୍ୱର ପଳାଶପଲ୍ଲୀ-ନବୀନ ନୀବାସ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ବୀମା ଏଜେଣ୍ଟ ଭାବେ କାମ କରୁଥିବା ଏୟାରଫିଲ୍ଡ ଥାନା ଭୋଇସାହିର ଦୀପ୍ତିମୟୀ ସେଠୀଙ୍କ ମୃତଦେହ ଅାଜି ବେଗୁନିଅା ଥାନା ଟିକାତାଳରେ ଜାତୀୟ ରାଜପଥ କଡରୁ ମିଳିଥିଲା । ତଣ୍ଟିକଟା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଦୀପ୍ତିମୟୀ  ଗତକାଲିଠୁ […]

  • Friday, 16 July 2021
l1
ଉଦ୍ଧାର ହେଲେ ତେଲେଙ୍ଗାନାରେ ଫସିଥିବା ୧୭ ଜଣ ଯୁବତୀ

କୋରାପୁଟ: ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ଫସିଥିବା ୧୭ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।  ଲକ୍ଷ୍ମୀପୁର ପୁଲିସ୍‌ ଓ ଶ୍ରମ ଅଧିକାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ଯୁବତୀମାନେ ହେଲେ କୋରାପୁଟ ଜିଲ୍ଲା ପିପଲପଦର ପଞ୍ଚାୟତର ପିକ୍ସାଡାଙ୍ଗ ଓ ଚୁଚୁକଣା ଗାଁର। ତିନି ମାସ ତଳେ ସେମାନଙ୍କୁ ରାୟଗଡ଼ା ଜିଲ୍ଲା ବାରଲୁକନା ଗାଁର ଦୁଇ ଜଣ ଦଲାଲ ଅଧିକ ପାରିଶ୍ରମିକର ଲୋଭ ଦେଖାଇ ତେଲେଙ୍ଗାନାକୁ ନେଇ ଯାଇଥିଲେ। ହେଲେ ତିନି ମାସ ପରେ ଗାଁ ଲୋକେ ସେମାନଙ୍କୁ […]

  • Friday, 16 July 2021
bolangiri
ତନ୍ତ୍ର ସାଧନା ପାଇଁ ୯ ବର୍ଷୀୟ ପିଲାକୁ ବଳି

ବଲାଙ୍ଗିର : ଦଶହରାରେ ତନ୍ତ୍ର ସାଧନା ପାଇଁ ଭଣଜାକୁ ବଳି ଦେଇଥିଲା ସମ୍ପର୍କୀୟ ମାମୁ । ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଶୁଣ୍ଢିମୁଣ୍ଡାରୁ ନାବାଳକଙ୍କ ମୃତଦେହ ଠାବ ଘଟଣାରେ ଏହି ଚାଞ୍ଚଲ୍ୟକର ଖୁଲାସା କରିଛି ପୁଲିସ।  ନାବାଳକର ସଂପର୍କୀୟ ମାମୁ କୁଞ୍ଜ ରଣା ଏବଂ ସଂପର୍କୀୟ ଭାଇ ଶୋଭାବନ ରଣା ଏହି ବଳି ଦେଇଥିବା ପୁଲିସ ସ୍ପଷ୍ଟ କରିଛି। ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ହତ୍ୟା ପାଇଁ ବ୍ୟବହୃତ ଛୁରୀ ସହ ଗୋଟିଏ […]

  • Friday, 16 July 2021
puri
ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ ଭକ୍ତ

ପୁରୀ: ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଦୀର୍ଘ ୧୨ ଘଣ୍ଟା ପରେ ଶ୍ରୀମନ୍ଦିର ଭିତର କବାଟ ଖୋଲିଲା ପରେ ଦର୍ଶନ ଆରମ୍ଭ ହୋଇଥିଲା। ଗତକାଲି ଦିନ ତମାମ ଉପାସ ରହିବା ପରେ ସନ୍ଧ୍ୟାରେ ମନ୍ଦିର ଦ୍ୱାର ଖୋଲିଥିଲା ଓ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା।  ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ପହିଲି ଭୋଗ ନୀତି ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ […]

  • Friday, 16 July 2021
bolangir
ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବଲାଙ୍ଗିର: ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ବଲାଙ୍ଗିର ସହରରେ ଉତ୍ତେଜନା ଦେଖାଦେଇଛି। ଦୁର୍ଘଟଣା ପରେ ଲୋକେ ଉତ୍ତ୍ୟକ୍ତ ହୋଇ ୨ଟି ଟ୍ରକ୍‌ରେ ନିଆଁ ଲଗାଇ ଦେଇଥିଲେ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ଶିବ ମନ୍ଦିର ଛକରେ ଗୋଟିଏ ଟ୍ରକ୍ ଗାନ୍ଧି ପଡ଼ାର ଗୋପାଳ ମିଶ୍ରଙ୍କୁ ଧକ୍କା ଦେଇଥିଲା। ଗୋପାଳ ବାଇକ୍‌ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଦୁର୍ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା […]

  • Friday, 16 July 2021
collector-up
ଏରସମାରେ ରାବଣପୋଡ଼ି ରାଜନୀତି

ଜଗତସିଂହପୁର  : ଜଗତସିଂହପୁର ଏରସମାରେ ଦୁଇ ବିଧାୟକ ଦାମୋଦର ରାଉତ ଏବଂ ପ୍ରଶାନ୍ତ ମୁଦୁଲିଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ ରାବଣ ପୋଡ଼ି ହେଉଥିବା ନେଇ ସ୍ପଷ୍ଟ କରିଛନ୍ତି ଜଗତସିଂହପୁର ଏସ୍‌ପି। ଶାନ୍ତିଶୃଙ୍ଖଳାର ସହ ରାବଣପୋଡ଼ି କରିବାକୁ ପ୍ରୟାସ କରିବୁ ବୋଲି ଏସ୍‌ପି କହିଛନ୍ତି। ଅାଜି ପ୍ରଶାନ୍ତ ମୁଦୁଲିଙ୍କ ଦ୍ୱାରା ରାବଣପୋଡ଼ି କାର୍ଯ୍ୟକ୍ରମ ଅଛି। ସେପଟେ ଦାମଙ୍କୁ ରାବଣପୋଡ଼ି ଅନୁମତି ନମିଳିବା ପ୍ରତିବାଦରେ ଏରସମା ଗ୍ରାମ୍ୟ କମିଟି ପକ୍ଷରୁ ଅାଜି ବଜାର ବନ୍ଦ ଡାକରା ଦିଅାଯାଇଛି। […]

  • Friday, 16 July 2021
farmer
ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ମିଳିବ ଇନ୍‌ପୁଟ୍ ସବ୍‌ସିଡି

ଭୁବନେଶ୍ୱର : ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ମିଳିବ ଇନ୍‌ପୁଟ୍ ସବ୍‌ସିଡି। ଏଥିପାଇଁ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳ ଓ କୃଷି ବିଭାଗକୁ SRC ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବେ । ରିପୋର୍ଟ ଅାଧାରରେ ଚାଷୀଙ୍କୁ ଇନ୍‌ପୁଟ୍ ସବ୍‌ସିଡି ଦିଅାଯିବ ବୋଲି ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର  ସୂଚନା ଦେଇଛନ୍ତି। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩, ୫୦୦ ଟଙ୍କା ମିଳିବ । ଅଣ ଜଳସେଚିତ ଜମି ପାଇଁ […]

  • Friday, 16 July 2021
MURDER-up
ସ୍ତ୍ରୀକୁ ହତ୍ୟାକଲା ମଦୁଅା ସ୍ୱାମୀ

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ମୁକ୍ତାସାହିରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ପାରିବାରିକ କଳହରୁ ଗତ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ କହିଛି। ତେବେ ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି । ଅଭିଯୁକ୍ତ ଟୁକୁରା ଜୁଅାଙ୍ଗ ଗତ ରାତିରେ ମଦ ପିଇ ଘରକୁ ଅାସିଥିଲା। ମଦ ପିଇଥିବାରୁ ସ୍ତ୍ରୀ ଗୁରୁବାରୀ ଗାଳିଗୁଲଜ କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଟୁକୁରା ଏକ ଠେଙ୍ଗାରେ ଗୁରୁବାରୀଙ୍କୁ ପିଟିଥିଲା। ମୁଣ୍ଡରେ ଅାଘାତ ଲାଗି ତଳେ […]

  • Friday, 16 July 2021
adibasi-up12
ବଳିକୁ ନେଇ ମୁହାଁମୁହିଁ

ବଲାଙ୍ଗିର  : ବଲାଙ୍ଗିର ନିକଟସ୍ଥ ମଠଖାଇ ମନ୍ଦିରରେ ବଳିକୁ ନେଇ ଅାଦିବାସୀ ଓ ଅଣ ଅାଦିବାସୀ ଗୋଷ୍ଠୀ ମୁହାଁମୁହିଁ। ପରମ୍ପରା ଅନୁସାରେ ବଳି ଦେବା ଲାଗି ଅାଦିବାସୀ ଜିଦ୍ ଧରିଥିବା ବେଳେ ବଳିକୁ ବିରୋଧ କରୁଛନ୍ତି ଅଣ-ଅାଦିବାସୀମାନେ। ଏହାକୁ ନେଇ ସେଠାରେ ଛକାପଞ୍ଝା ଲାଗି ରହିଛି। ଅାଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ମାଜିଷ୍ଟ୍ରେଟ୍  ଓ ପୁଲିସ ମୁତୟନ କରାଯାଇଛି।

  • Friday, 16 July 2021
man cut neck--1
ବ୍ରହ୍ମପୁର ଷ୍ଟେସନରେ ବେକ କାଟି ବ୍ୟକ୍ତି ଗୁରୁତର

ବ୍ରହ୍ମପୁର  : ବ୍ରହ୍ମପୁର ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ନିଜ ବେକକୁ ବ୍ଲେଡରେ କାଟି ଦେଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅାହତ ବ୍ୟକ୍ତିଙ୍କ ନାଁ ଟୁଙ୍ଗୁରୁ ବେହେରା। ତାଙ୍କ ଘର ଅାସ୍କା ବ୍ଲକ୍‌ ସିଦ୍ଧନୟୀ ପଞ୍ଚାୟତର ମହାରାଜ ଗାଁରେ । ଟୁଙ୍ଗୁରୁ ସୁରଟରେ ରହି ଦାଦନ ଖଟୁଥିଲେ। ସୁରଟରୁ ଫେରି ଅାଜି ସକାଳେ ବ୍ରହ୍ମପୁରରେ ପହଞ୍ଚିଥିଲେ। ପ୍ଲାଟଫର୍ମରେ ବସିବା ପରେ ନିଜ ବେକକୁ କାଟି ଦେଇଥିଲେ । ହେଲେ କଣ ପାଇଁ ନିଜ […]

  • Friday, 16 July 2021
bus1
ହାଇୱାକୁ ଧକ୍କା ଦେଇ ଓଲଟିଲା ପିକ୍‌ନିକ୍‌ ବସ୍‌

ସାଲେପୁର: ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ। ସାଲେପୁର କମରପଦା ନିକଟରେ ଏକ ପିକ୍‌ନିକ୍‌ ବସ୍‌ ହାଇୱାକୁ ଧକ୍କା ଦେଇ ଓଲଟି ପଡ଼ିଛି। ଏଥିରେ ୨୦ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ଭୁବନେଶ୍ୱର ନିଳାଦ୍ରୀ ବିହାରରୁ ଜଗତସିଂହପୁରର ଶାରଳା ଓ ଗୋରେଖନାଥ ଦର୍ଶନ କରିବାକୁ ଯାଉଥିଲେ।  

  • Friday, 16 July 2021
stage-up 12
ଏରସମାରେ ଜୋର ଧରୁଛି ରାବଣପୋଡ଼ି ରାଜନୀତି

ଜଗତସିଂହପୁର : ଜଗତସିଂହପୁର ଏରସମାରେ ରାବଣ ପୋଡ଼ିକୁ ନେଇ ଜୋର ଧରିଛି ରାଜନୀତି। ବିଜେଡିରୁ ବହିଷ୍କୃତ ଦାମୋଦରଙ୍କୁ ରାବଣ ପୋଡ଼ିରେ ସାମିଲ ହେବାକୁ ଦିଅାଯାଉନଥିବା ଅଭିଯୋଗ ହୋଇଛି । ଏପରିକି  ଅାଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ହୋଇଥିବା ରାବଣ ପୋଡ଼ି ମଞ୍ଚକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଅାଯାଇଥିବା ଅଭିଯୋଗ ହୋଇଛି। ଦାମଙ୍କ ବଦଳରେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ରାବଣ ପୋଡ଼ି ଅାୟୋଜନର ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । ବିଧାୟକ ପ୍ରଶାନ୍ତ ମୁଦୁଲି ରାବଣ ପୋଡ଼ି […]

  • Friday, 16 July 2021
ravan-podi-up 12
ବାଲେଶ୍ୱରରେ ନବମୀରେ ହୋଇଥାଏ ରାବଣ ପୋଡ଼ି

ବାଲେଶ୍ୱର  : ରାଜ୍ୟର କିଛି ସ୍ଥାନରେ ଗତକାଲି ଧୂମ୍‌ଧାମରେ ପାଳନ ହୋଇଛି ରାବଣ ପୋଡି ଉତ୍ସବ। ବାଲେଶ୍ୱର ଅାଇଟିଅାଇ ପଡ଼ିଆରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଛି। ସବୁଠି ବିଜୟା ଦଶମୀରେ ରାବଣ ପୋଡ଼ି ଅନୁଷ୍ଠିତ ହେଉଥିବା ବେଳେ ବାଲେଶ୍ୱରରେ ଦଶହରାରେ ବାଡ଼ି ଖେଳ ହେଉଥିବାରୁ ନବମୀରେ ରାବଣ ପୋଡ଼ି ହୋଇଥାଏ। ନବମୀ ପୂଜା ସହ ଲୋକେ ରାବଣ ପୋଡ଼ି ଦେଖି ଖୁବ ମଜା ଉଠାଇଥିଲେ। ମହୋତ୍ସବ କମିଟି ଓ ଜିଲ୍ଲା ପ୍ରଶାସନ ସହଯୋଗରେ ରାବଣ ପୋଡ଼ି […]

  • Friday, 16 July 2021
gun-attack
ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ କର୍ମଚାରୀଙ୍କୁ ଗୁଳିକରି ହତ୍ୟା

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ୧ ନମ୍ବର ସେକ୍ଟରରେ ଜଣେ ଆର୍‌ଏସ୍‌ପି କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ଘର ଭିତରେ ପଶି ତାଙ୍କୁ ୪ଜଣ ଦୁର୍ବୃତ୍ତ ଗୁଳି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି। ମୃତ ଆରଏସ୍‌ପି କର୍ମଚାରୀଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଳିକାଣ୍ଡର କାରଣ ଜାଣିବା ସହ ଅପରାଧୀଙ୍କୁ ଧରିବାକୁ ପୁଲିସ୍‌ ଛାନ୍‌ଭିନ୍ ଜାରି […]

  • Friday, 16 July 2021
wife
ମହିଳାଙ୍କୁ ପୋଡ଼ି ମାରି ଦେଇଥିବା ଅଭିଯୋଗ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରଦାଙ୍ଗି ଘୋଡ଼ାବେଡ଼ା ସାହିରେ ଜଣେ ମହିଳାଙ୍କୁ କିରାସିନ ଢାଳି ପୋଡ଼ି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଟୁନା ମହାନ୍ତଙ୍କ ସ୍ତ୍ରୀ ସବିତା ମହାନ୍ତ। ଟୁନା ଆଉ ଜଣେ ଝିଅକୁ ଭଲ ପାଉଛି ବୋଲି ସବିତାଙ୍କ ବାପା ଲମ୍ବୋଦର ମହାନ୍ତ ଅଭିଯୋଗ କରିଛନ୍ତି। ଏହି କାରଣରୁ ସବିତାଙ୍କୁ ଶ୍ୱଶୁର ଘର ଲୋକେ ପୋଡ଼ି ମାରି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସବିତା ନିଜ ଦେହରେ କିରାସିନ […]

  • Friday, 16 July 2021
puri
ଫିଟିନି ଶ୍ରୀମନ୍ଦିର ବଡ଼ଦେଉଳର ଦ୍ୱାର

ପୁରୀ: ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ବଡ଼ଦେଉଳର ଦ୍ୱାର ଖୋଲିନାହିଁ। ତେଣୁ ଶ୍ରୀଜିଉଙ୍କ ମଙ୍ଗଳ ଆଳତି କିମ୍ବା କୌଣସି ନୀତିକାନ୍ତି ମଧ୍ୟ ଆରମ୍ଭ ହୋଇନାହିଁ। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲୁଥିବାରୁ ଏବେ ଶୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି। କାଲି ପୁଲିସ୍‌-ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍‌ ମାଡ଼ରେ ସେବାୟତ ଆହତ ହେବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ବିବାଦ ଦେଖାଦେଇଛି।

  • Friday, 16 July 2021
bolangir1
ଜଣଙ୍କ ଛୁଆକୁ ଆଉ ଜଣଙ୍କୁ ଦେଇଦେଲେ କର୍ମଚାରୀ

ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଏକ ସାଂଘାତିକ ଭୁଲ୍ ସାମ୍ନାକୁ ଆସିଛି। ଗୋଟିଏ ନବଜାତ ଶିଶୁ ଅସୁସ୍ଥ ହେବା ପରେ ତାକୁ ବୁର୍ଲା ପଠା ଯାଇଥିଲା। ତେବେ ତା’ ବାପାଙ୍କ ବଦଳରେ ଆଉ ଏକ ଶିଶୁର ବାପାଙ୍କୁ ତାକୁ ହସ୍ତାନ୍ତର କରାଯାଇଥିଲା। ଏହି ଭୁଲ୍‌କୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ସ୍ୱୀକାର କରିଥିବା ବେଳେ ଶିଶୁଟିର ମୃତ୍ୟୁ ହୋଇଯିବାରୁ ଅବହେଳା ଅଭିଯୋଗ କରି ତାଙ୍କ ବାପା ଥାନାରେ ଏକ ଏତଲା ଦେଇଛନ୍ତି। ଗତ ୨୫ ତାରିଖରେ […]

  • Friday, 16 July 2021
bear
କୂଅରେ ଗଳି ପଡ଼ିଲେ ୬ଟି ଜଙ୍ଗଲି ବାର୍‌ହା

ସୁବର୍ଣ୍ଣପୁର  : ସୁବର୍ଣ୍ଣପୁର ଜିଲ୍ଲା ଖଲିଅାପାଲି ଗାଁ ପାଖରେ କୂଅରେ ଗଳିପଡ଼ିଲେ ୬ଟି ଜଙ୍ଗଲି ବାର୍‌ହା। ଫସଲ ଖାଇବା ଲାଗି ଅାସି କୂଅରେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ମୁରଗାବାରି ଜଙ୍ଗଲରୁ ଏହି ବାର୍‌ହା ପଲ ଅାସିଥିଲେ। ଗାଁ ଲୋକଙ୍କ ଠାରୁ ଖବର ପାଇ ବନ କର୍ମଚାରୀ ପହଞ୍ଚଛନ୍ତି। ଲୋକଙ୍କ ସହାୟତାରେ ବାର୍‌ହା ଗୁଡ଼ିକୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଛି। ଗାଁ ମୁଣ୍ଡରେ ଥିବା ପରିତ୍ୟକ୍ତ କୂଅରେ ବାଡ଼ା ନଥିବାରୁ ଏଭଳି ଘଟଣା ଘଟିଥିବା କୁହାଯାଇଛି।

  • Friday, 16 July 2021
mu-UP
ଝିଅର ଶବ କାନ୍ଧରେ ବୋହିବା ଘଟଣା

ଗଜପତି : ଗଜପତି ଜିଲ୍ଲା ଲକ୍ଷ୍ମୀପୁର ପଞ୍ଚାୟତରେ ଝିଅର ଶବ କାନ୍ଧରେ ବୋହିବା ଘଟଣା । ସହାୟତା ରାଶି ପାଇଁ ବାପା ମୁକୁନ୍ଦ ଦୋରା ନିଜେ ପୋତିଥିବା ଶବକୁ ବାହାର କରିଥିବା କହିଛନ୍ତି ଗଜପତି ଏସ୍‌ପି ଅମୂଲ୍ୟ ଦାସ। ଝିଅର ଶବକୁ ବାପା ପୋତିଦେଇଥିଲା ।ଯେତେବେଳେ ସହାୟତା ରାଶି ପାଇଁ ଅାସିଲା, ପୋଷ୍ଟ ମର୍ଟମ ଜରୁରୀ ବୋଲି କୁହାଯାଇଥିଲା ।ତେଣୁ ସେ ନିଜେ ଶବକୁ ପୋତିଥିବା ସ୍ଥାନରୁ ବାହାର କରି ଶବ ବ୍ୟବଛେଦ ପାଇଁ ଅାଣିଥିବା କହିଛନ୍ତି […]

  • Friday, 16 July 2021
accident-up
କେନ୍ଦୁଝର ଜିଲ୍ଲାର ୨ଟି ସ୍ଥାନରେ ଦୁର୍ଘଟଣା

କେନ୍ଦୁଝର  : କେନ୍ଦୁଝର ଜିଲ୍ଲାର ୨ଟି ଜାଗାରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। ସଦର ଥାନା ଜଡ଼ି ଚାତର ଗାଁ ପାଖରେ ୨୦ ନମ୍ବର ଜାତୀୟ ରାଜପଥ ଉପରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଶଙ୍କିରି ଗାଁର ୨ ଜଣଙ୍କର ମୃତ୍ୟୁ ହୋଇଛି। ଦୁହେଁ ବାଇକ୍‌ରେ ଘରକୁ ଫେରିବାବେଳେ ଦୁର୍ଘଟଣା ହୋଇଥିଲା। ସେହିପରି ଅଞ୍ଜ ପାଖରେ ଟ୍ରଲର ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।

  • Friday, 16 July 2021