• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

sunetra
‘ସୁନେତ୍ର’ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସୁନେତ୍ର’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ସବୁ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ ମାଗଣା ଚକ୍ଷୁ ଚିକିତ୍ସା ସେବା ମିଳିବ। ମାଗଣାରେ ସବୁ ବର୍ଗ ଓ ବୟସର ଲୋକଙ୍କୁ ଚଷମା ମଧ୍ୟ ଯୋଗାଇ ଦିଆଯିବ। ତା’ ସହିତ ମୋତିଆ ବିନ୍ଦୁ ଅପରେସନ୍‌ ମଧ୍ୟ ମାଗଣାରେ ହେବ। ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ଏହି ସୂଚନା ଦେଇଛନ୍ତି। ଯୋଜନାରେ […]

  • Friday, 16 July 2021
paininting
ହକି ବିଶ୍ୱକପ୍‌କୁ ନେଇ ବିଏମ୍‌ସିର ତତ୍ପରତା ; ରାସ୍ତାକଡ଼ କାନ୍ଥର ହେଉଛି ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର : ପାଖେଇ ଅାସିଲାଣି ହକି ବିଶ୍ୱକପ୍। ହାତରେ ଅାଉ ମାତ୍ର ଅଳ୍ପ ଦିନ ଥିବାରୁ ରାଜଧାନୀ ଭୁବନେଶ୍ୱରକୁ ନୂଅା ରୂପ ଦେବାକୁ ଚାଲିଛି ଯୋରଦାର ପ୍ରୟାସ। ସ୍ମାର୍ଟ ସିଟିର କାନ୍ଥରେ ଓଡିଶାର କଳା ଓ ସଂସ୍କୃତିର କଥା। ମାଣବସା ଗୁରୁବାରର ଝୋଟିଚିତା ହେଉ କି ପୁରୀର ନାଗା ମେଢ ପରମ୍ପରା ହେଉ ଅବା ଅାଦିବାସୀଙ୍କ ଚିତ୍ରକଳା ହକି ବିଶ୍ୱପ୍‌କୁ ଅାଉ ମାତ୍ର ଅଳ୍ପଦିନ ଥିବାରୁ ରାଜଧାନୀ ରାସ୍ତାକଡର କାନ୍ଥକୁ ସଜାଇବାରେ ଲାଗିଛି ବିଏମ୍‌ସି । କେବଳ […]

  • Friday, 16 July 2021
bus
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡା ନିକଟରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ‘ଖୁସ୍‌ବୁ’ ନାମକ ଏହି ଯାତ୍ରୀବାହୀ ବସ୍‌ଟି ରାଉରକେଲାରୁ ଜରେଇକେଲା ଅଭିମୁଖେ ଯିବାବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଅନ୍ୟପଟେ ଏହି ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ରାଇରକେଲା-ଜରେଇକେଲା ମଧ୍ୟରେ ଭାରିଯାନ ଚଳାଚଳ ବନ୍ଦ ଦାବିରେ ରାଉରକେଲା-ବିସ୍ରା ରାସ୍ତାକୁ ଲୋକେ ଅବରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

  • Friday, 16 July 2021
raining
ମଧ୍ୟ ଆଣ୍ଡାମାନ ସାଗରରେ ଲଘୁଚାପ ଯୋଗୁଁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ମଧ୍ୟ ଆଣ୍ଡାମାନ୍ ସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଏକ ଲଘୁଚାପ ଘନୀଭୂତ ହେବା ସହ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ମିଡ ଟ୍ରପୋସ୍ପେରିକ୍ ସ୍ତର ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହା ଧୀରେ ଧୀରେ ଘନୀଭୂତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ମାତ୍ର ବିଭିନ୍ନ […]

  • Friday, 16 July 2021
coin
୨୦ ବସ୍ତା ବେଆଇନ ମୁଦ୍ରା ଜବତ

ଭୁବନେଶ୍ୱର: ଭୁବନେଶ୍ୱରରୁ ୨୦ ବସ୍ତା ବେଆଇନ ମୁଦ୍ରା ଜବତ ହୋଇଛି। ଆୟକର ବିଭାଗର ଜିଏସ୍‌ଟି ଡିପାର୍ଟମେଣ୍ଟ ଚଢ଼ାଉ କରି ଏହି ମୁଦ୍ରା ଜବତ କରିଛି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ବାଣୀ ବିହାର ଅଞ୍ଚଳରୁ ଏହି ମୁଦ୍ରା ଜବତ କରାଯାଇଛି। ଏହି ବେଆଇନ୍‌ ମୁଦ୍ରା ଭର୍ତ୍ତି ବସ୍ତାଗୁଡ଼ିକୁ ଦୁଇଟି ବସ୍‌ରେ କୋଲାକାତାରୁ ଭୁବନେଶ୍ୱରକୁ ଚାଲାଣ କରାଯାଉଥିଲା। ତେବେ ଏତେ ପରିମାଣର ମୁଦ୍ରା କାହାର, କାହା ପାଖକୁ ଏବଂ କେଉଁ ଉଦ୍ଦେଶ୍ୟରେ ଏସବୁ ମୁଦ୍ରା ଯାଉଥିଲା, ସେନେଇ ବର୍ତ୍ତମାନ ସୁଦ୍ଧା […]

  • Friday, 16 July 2021
make in odisha
ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭକୁ ବିଜେପିର ସମାଲୋଚନା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭକୁ ବିଜେପିର ସମାଲୋଚନା। ମେକ୍ ଇନ୍ ଓଡ଼ିଶାକୁ ରାଜ୍ୟ କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ ଭଳି କରୁଛି। ୨୦୧୬ମସିହାରେ କନ୍‌କ୍ଲେଭ ଅାୟୋଜନ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ସେତେବେଳେ MOU କରିଥିବା ସଂସ୍ଥା ମଧ୍ୟରୁ ମାତ୍ର ୮% କାର୍ଯ୍ୟ କରୁଛନ୍ତି ବୋଲି ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର। ମାତ୍ର ୯ଟି ପ୍ରକଳ୍ପ କାମ ଅାରମ୍ଭ କରିଥିବାବେଳେ […]

  • Friday, 16 July 2021
advocate-up
ଭଞ୍ଜନଗର କବାଡ଼ିବାଲା ହତ୍ୟାକାଣ୍ଡ ମାମଲାରେ ବନ୍ଧା ହେଲେ ଅାଇନଜୀବୀ

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ଭଂଜନଗର କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ହତ୍ୟା ମାମଲାରେ ଜଣେ ଓକିଲ ଗିରଫ। ଓକିଲ ଗୋଲକ ବେହେରାଙ୍କୁ ଗିରଫ କରିଛି ଜଗନ୍ନାଥପ୍ରସାଦ ପୁଲିସ। ସେ ନୟାଗଡ଼ରେ ଓକିଲାତି କରନ୍ତି। ଗତ ୫ ତାରିଖରେ କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ୨ ଦୁର୍ବୁତ୍ତ ତାଙ୍କ ମାଲ ଦେବାକୁ ଡାକି ନେଇ ହାତୁଡିରେ ପିଟି ମାରିଥିଲେ। ହତ୍ୟା ପରେ ୩୫ ହଜାର ଟଙ୍କା ଲୁଟି ସେମାନେ ଖସି ପଳାଇଥିଲେ। ତେବେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଖସି ପଳାଇବାରେ […]

  • Friday, 16 July 2021
diwali incident
ଦୀପାବଳିରେ ଅଘଟଣ

ଭୁବନେଶ୍ୱର : ଦୀପାବଳି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ସୂଚନା ଅାସୁଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବାଣ ଫୁଟି ୩ ଜଣ ଅାହତ ହୋଇଛନ୍ତି । ଅାହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀରେ ମଧ୍ୟ ଅଘଟଣ ଘଟିଛି । ବାଣଫୁଟି କଲୋନୀରେ ଥିବା ୨ଟି ବେଅାଇନ ଡିଜେଲ ଏବଂ ପେଟ୍ରୋଲ ଦୋକାନ ଭସ୍ମ ହୋଇଯାଇଥିବା ସୂଚନା ମିଳିଛି। ପାରାଦୀପ ଭଞ୍ଜ କଲୋନୀରେ ଅଗ୍ନିକାଣ୍ଡ ଘଟିଛି […]

  • Friday, 16 July 2021
cm
ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ଏକ ଆଦର୍ଶ ଯୋଜନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ ପଞ୍ଜୀକରଣର ଆଜି ଶେଷ ତାରିଖ ଥିବାବେଳେ ଆସନ୍ତା ୨୫ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜୀକରଣ ଆରମ୍ଭ ହେବ। ଏହା ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଆବେଦନ କରିନଥିବା ଚାଷୀ ଆବେଦନ କରିପାରିବେ। କାଳିଆ ଯୋଜନା ଦ୍ୱାରା ଛୋଟ ଚାଷୀ, ଭାଗଚାଷୀ, କୃଷି ଶ୍ରମିକ ସମସ୍ତେ ଉପକୃତ ହୋଇପାରିବେ। ଆଜି ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୃଷି ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା […]

  • Friday, 16 July 2021
make-up
ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ମେକ୍ ଇନ୍ ଓଡ଼ିଶାର ପ୍ଲାନ୍

ଭୁବନେଶ୍ୱର : ତିନି ଦିନ ପରେ ଭୁବନେଶ୍ୱର ଜନତା ମଇଦାନରେ ହେବ ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ। ୫ ଦିନ ଧରି ହେବାକୁ ଥିବା ଏହି କନ୍‌କ୍ଲେଭ ପାଇଁ ଚାଲିଛି ବିରାଟ ଅାୟୋଜନ। ପ୍ରଥମ ସଂସ୍କରଣ ତୁଳନାରେ ଅଧିକ ପୁଞ୍ଜିନିବେଶ ଟାଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ୬ ଟି କ୍ଷେତ୍ରକୁ ଦିଅାଯାଇଛି ଅଧିକ ଗୁରୁତ୍ୱ। ତେବେ ପ୍ରଥମ ଥର ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ଅାସିବାକୁ ସରକାର ଯୋଜନା କରିଛନ୍ତି। ଏଥିପାଇଁ ସରକରା ନୂଅା ନୀତି […]

  • Friday, 16 July 2021
baijayant panda
ଅଭିଜିତ ଅାୟର ମିତ୍ର ପ୍ରସଙ୍ଗକୁ ନେଇ ଷଡ଼ଯନ୍ତ୍ରର ବାସ୍ନା ବାରିଲେ ବୈଜୟନ୍ତ

ଭୁବନେଶ୍ୱର : ଅଭିଜିତ ଅାୟର ମିତ୍ର ପ୍ରସଙ୍ଗକୁ ନେଇ ନିଜ ବିରୋଧରେ ଷଡଯନ୍ତ୍ରର ବାସ୍ନା ବାରିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଏ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ଏକ ଟୁଇଟର ଜବାବରେ ବୈଜୟନ୍ତ ଟୁଇଟ୍ କରି କହିଛନ୍ତି, ତାଙ୍କ ବିରୋଧରେ ନୂଅା ଷଡଯନ୍ତ୍ର କରାଯାଉଛି। ନିଜ ମନ୍ତବ୍ୟକୁ ନେଇ ଜଣେ ଦୋଷ ସ୍ୱୀକାର କରି କ୍ଷମା ମାଗିବା ପରେ ଅାଉ କଣ ତଦନ୍ତର ଅାବଶ୍ୟକତା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ବୈଜୟନ୍ତ ଲେଖିଛନ୍ତି, […]

  • Friday, 16 July 2021
lata-up 12
ନିଜକୁ ଦୈତାରୀଙ୍କ ସ୍ତ୍ରୀ ଦାବି କରି ଥାନାରେ ଏତଲା ଦେଲେ ଲତାରାଣୀ ପଣ୍ଡା

ବାଲେଶ୍ୱର  : ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ଥାନାରେ ଅଭିଯୋଗ। ନିଜକୁ ଦୈତାରୀଙ୍କ ପତ୍ନୀ ଦାବି କରୁଥିବା ଲତାରାଣୀ ପଣ୍ଡା ନ୍ୟାୟ ଲାଗି ବାଲେଶ୍ୱର ଜିଲ୍ଲା ସିମୁଳିଅା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଯାତ୍ରା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିବା ସହ ଲତା ୨ଟି ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଥିଲେ। ତେବେ ଦୈତାରୀ ପଣ୍ଡା ଅନ୍ୟତ୍ର ରହୁଥିବାରୁ ତାଙ୍କ ସହ ସଂପର୍କ ଛିନ୍ନ କରିଥିବା ସେ ଏତଲାରେ […]

  • Friday, 16 July 2021
swasthya-up
ପଦାରେ ପଡିଲା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବାହାସ୍ଫୋଟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ସବୁଠୁ ବଡ଼ କଲ୍ୟାଣକାରୀ ସ୍କିମ୍ ବୋଲି ଦାବି ହେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ। ପାଖରେ ବିଜୁ କୃଷକ କଲ୍ୟାଣ କାର୍ଡ ଥାଇ ବି ଗୁରୁତର ରୋଗୀଙ୍କୁ ଫେରାଇ ଦେଉଛନ୍ତି ଘରୋଇ ମେଡିକାଲ୍। ଯାହାର ପ୍ରମାଣ ଲାଗିଛି ଓଟିଭି ହାତରେ। ଏମିତିକି ନିଜ ଲୋକଙ୍କ ଜୀବନ ବଞ୍ଚାଇବାକୁ ଜମି ବାଡ଼ି ବିକି ସର୍ବସ୍ୱାନ୍ତ ହେଉଛନ୍ତି ସମ୍ପର୍କୀୟ। ଟଙ୍କା ସରିଗଲେ ରୋଗୀ ଶେଷ।ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର […]

  • Friday, 16 July 2021
accident 1
ରାସ୍ତା ଉପରେ ଛିଡ଼ା ହୋଇଥିବା ବେଳେ ଧକ୍କା ଦେଲା ବୋଲେରୋ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ଗୁରୁତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତକାଲି ତେଲନଡ଼ିହି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ବାଲିଶଙ୍କରା କୁରେଇ ଗାଁର କିଛି ଲୋକ ଏକ ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ତେଲନଡ଼ିହି ଗାଁକୁ ଯାଇଥିଲେ। ଏହି ସମୟରେ ସେମାନେ ରାସ୍ତା ଉପରେ ଛିଡ଼ା ହୋଇଥିବା ବେଳେ […]

  • Friday, 16 July 2021
pm modi
ଆଜି ଓଡ଼ିଶା ଆସୁଛନ୍ତି ମୋଦି

ବଲାଙ୍ଗିର: ବିଜେପିର ଫୋକସ୍‌ରେ ଓଡ଼ିଶା। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଓଡ଼ିଶା ଗସ୍ତ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଗତ ଡିସେମ୍ବର ମାସ ୨୪ ତାରିଖ ଓ ଚଳିତ ବର୍ଷ ଜାନୁଆରୀ ମାସ ୫ ତାରିଖରେ  ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପୁଣି ଆଜି ବଲାଙ୍ଗିର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ମୋଦି ୧୫୫୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ବଲାଙ୍ଗିର-ବିଛୁପାଲି ମଧ୍ୟରେ ରେଳ ଚଳାଚଳର ମଧ୍ୟ ଶୁଭାରମ୍ଭ କରିବେ। ସେହିପରି […]

  • Friday, 16 July 2021
homosexual
‘ସାରା ଜୀବନ ସାଥୀ ହୋଇ ରହିବୁ’

କେନ୍ଦ୍ରାପଡ଼ା: ଅଲଗା କଲେ ଆତ୍ମହତ୍ୟା କରିବୁ। ଆମେ ସାବାଳିକା,ଆମ ନିଷ୍ପତ୍ତିରେ କେହି ବାଧା ଦିଅନ୍ତୁନି। ନିକଟରେ ସମଲିଙ୍ଗୀ ବିବାହ କରିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇଜଣ ଝିଅ ଏହି କଥା କହିଛନ୍ତି। ଏହି ବିବାହକୁ ବିରୋଧ କରି ଜଣେ ଯୁବତୀଙ୍କ ପରିବାର ପକ୍ଷରୁ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ପରେ ଗତକାଲି ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ଉଭୟ ଯୁବତୀ ଓ ସେମାନଙ୍କ ପରିବାର ଲୋକଙ୍କୁ ଡକାଇ କାଉନସେଲିଂ କରିଥିଲେ। ଉଭୟ ପରିବାର ଲୋକେ ବୁଝାସୁଝା କରିବା ସତ୍ତ୍ୱେ ଦୁଇଜଣ ନିଷ୍ପତ୍ତି ବଦଳାଇବାକୁ […]

  • Friday, 16 July 2021
police-up
ଚାଷୀଙ୍କୁ ରାଜଧାନୀ ମନା ତ, ନେତାଙ୍କୁ ଗାଁ ମନା

ଭୁବନେଶ୍ୱର : ଚାଷୀଙ୍କୁ ରାଜଧାନୀ ମନା ତ, ନେତାଙ୍କୁ ଗାଁ ମନା ହକ୍ ପାଇଁ ଲଢେଇ କରୁଥିବା ହଜାର ହଜାର ଚାଷୀଙ୍କୁ ପୋଲିସ୍ ଅାଜି ଅଧାରାସ୍ତାରେ ଅଟକାଇବା ପରେ ସରକାରଙ୍କୁ ଏଭଳି ଚରମ ଚେତାବନୀ ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ରାଜଧାନୀରେ ସମାବେଶ ପାଇଁ ଅାସିଥିବା ଚାଷୀଙ୍କୁ ପୁଲିସ୍‌ର ଗିରଫଦାରୀ ପ୍ରତିବାଦରେ ଗର୍ଜିଛନ୍ତି ଚାଷୀ ନେତା । ହକ୍ ପାଇଁ ଚାଷୀ ଦେଇଛନ୍ତି ହୁଙ୍କାର। ୧୪୪ ଧାରାକୁ ବେଖାତିର […]

  • Friday, 16 July 2021
ticket2
ଟିକେଟ୍‌ ବିକ୍ରିକୁ ନେଇ ଅସନ୍ତୋଷ ଦର୍ଶକ

ଭୁବନେଶ୍ୱର : ବିଶ୍ୱକପ୍‌ ହକି ଟିକେଟ୍‌ ବିକ୍ରିକୁ ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କାରଣ ବିକ୍ରି ଅାରମ୍ଭ ନ ହେଉଣୁ ଟିକେଟ୍‌ ଶେଷ ହୋଇ ଯାଇଛି। ହଜାର ହଜାର ଦର୍ଶକ ଟିକେଟ ନ ନେଇ ନିରାଶ ହୋଇ ଫେରିଛନ୍ତି। ପ୍ରତିଦିନ ୧୬ ହଜାର ଦର୍ଶକ ଦେଖିବା ବ୍ୟବସ୍ଥା ଥିବାବେଳେ, ଅନଲାଇନ୍‌ରେ ଏବଂ ବକ୍ସଅଫିସ୍‌ରେ କେତେ ଟିକେଟ୍‌ ବିକ୍ରି ହୋଇଛି ତାହା ନେଇ ସଠିକ୍ ସୂଚନା ଦେଇନାହାନ୍ତି କର୍ତ୍ତୃପକ୍ଷ। ଅାୟୋଜକ ଏବଂ ସ୍ପନସରକୁ ବାଦ ଦେଲେ ଦର୍ଶକଙ୍କ […]

  • Friday, 16 July 2021
wi
ସମ୍ପୂର୍ଣ୍ଣ ଓ୍ୱାଇଫାଇ ହେଲା ଭୁବନେଶ୍ୱର

ଭୁବନେଶ୍ୱର : ସମ୍ପୂର୍ଣ୍ଣ ଓ୍ୱାଇଫାଇ ହେଲା ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱର ଡଟ୍ ମି ଓ୍ୱାଇଫାଇ ଯୋଜନାକୁ ଅାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ରାଜଧାନୀରେ ଅାରମ୍ଭ ହୋଇଛି ଫ୍ରି ଓ୍ୱାଇଫାଇ ବ୍ୟବସ୍ଥା। ଭୁବନେଶ୍ୱରର ସବୁ ପ୍ରମୁଖ ସ୍ଥାନରେ ଏହି ଫ୍ରି ଓ୍ୱାଇଫାଇ ବ୍ୟବସ୍ଥା ଉପଲବ୍ଧ ହେବ। ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ। ସମସ୍ତେ ୨୫୦ ଏମ୍‌ବି ଡାଟା ମାଗଣାରେ ବ୍ୟବହାର କରିପାରିବେ। ଏହି ବ୍ୟବସ୍ଥା ଦ୍ୱାରା ଯୁବଗୋଷ୍ଠୀ ଅନେକ ମାତ୍ରାରେ ଉପକୃତ […]

  • Friday, 16 July 2021
b1
ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଗୋପପୁରରେ ନନ୍ଦୋତ୍ସବ ପାଳନ

ବରଗଡ଼: ଆଜି ବରଗଡ଼ ଧନୁଯାତ୍ରାର ଚତୁର୍ଥ ଦିନ। ଆଜି ଗୋପପୁରରେ ଶ୍ରୀକୃଷ୍ଣ ବାଲ୍ୟଳୀଳା କରିବା ସହ ମହାରାଜା କଂସଙ୍କ ପ୍ରେରିତ ପୁତନା, ବକା, ଶକଟା, ଧେନୁ ଆଦି ରାକ୍ଷସଙ୍କୁ ବଧ କରିବେ। ଅନ୍ୟପଟେ ରାକ୍ଷସଙ୍କ ବଧ ଖବର ଶୁଣି କଂସ ମର୍ମାହତ ହେବା ଏବଂ କଂସଙ୍କ ଦ୍ୱାରା ଆୟୋଜିତ ରୁଦ୍ରାଭିଷେକର କାର୍ଯ୍ୟକ୍ରମ ରହିଛି। ଗତକାଲି ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଗୋପପୁରରେ ନନ୍ଦୋତ୍ସବ ପାଳନ କରାଯାଇଥିଲା। ଅନ୍ୟପଟେ ମହାରାଜା କଂସ  ହାତୀ ପିଠିରେ ବସି ମଥୁରା ନଗରୀ ଭ୍ରମଣ […]

  • Friday, 16 July 2021
1
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଘର

ବାଲେଶ୍ୱର: ଭୟାବହ ଅଗ୍ନିକାଣ୍ଡରେ ୮ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ କୁପାରୀ ଗାଁରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଭାଇଙ୍କର ୮ ବଖରା ଘର ଜଳିଯାଇଛି। ଏହାସହ ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି। ଲୋକଙ୍କ ଧାନ, ଚାଉଳ ଓ ଆସବାବପତ୍ର ପୋଡ଼ି ଯାଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ଘରେ ନିଆଁ ଲାଗିଥିବା ପରିବାର […]

  • Friday, 16 July 2021
t1
ଦୁର୍ଘଟଣାଗ୍ରସ୍ତ ଚାଉଳ ବୋଝେଇ ଟ୍ରକ୍‌ରୁ ଚାଉଳ ବୋହିନେଲେ ଲୋକେ

ବାଲେଶ୍ୱର: ଦୁର୍ଘଟଣାଗ୍ରସ୍ତ ଏକ ଚାଉଳ ବୋଝେଇ ମିନିଟ୍ରକ୍‌ରୁ ସ୍ଥାନୀୟ ଲୋକେ ଚାଉଳ ବୋହିନେଲେ। ବାଲେଶ୍ୱର ଜିଲ୍ଲା ବାହାନଗା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଚାଉଳ ବୋଝେଇ ମିନିଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବାହାନଗା ବଜାର ଓଭରବ୍ରିଜ୍ ନିକଟରେ ଓଲଟି ପଡ଼ିଥିଲା। ଟ୍ରକଟି ଓଲଟି ପଡ଼ିବା ପରେ ଚାଉଳ ବସ୍ତା ଗୁଡ଼ିକ ତଳେ ପଡ଼ିଯିବାରୁ ଲୋକମାନେ ଏସବୁ ବାଇକ୍‌ରେ ବୋହି ନେଇଥିଲେ। ଖନ୍ତାପଡ଼ା ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ […]

  • Friday, 16 July 2021
bjd-up
ସୁନାବେଡା ହାଲ୍ ଫାଟକ ଅାଗରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ଛତ୍ରପୁର  : କେନ୍ଦ୍ର ସରକାର ବର୍ଷକୁ ଦୁଇ କୋଟି ବେକାରୀଙ୍କୁ ଚାକିରୀ ଦେବା ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ଏହାକୁ ଭୁଲି ଯାଇଥିବା ପ୍ରତିବାଦ କରି ଅାଜି ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଛତ୍ରପୁର ନିକଟସ୍ଥ ଅାଇଅାରଇ କାର୍ଯ୍ୟାଳୟ ଅାଗରେ ଧାରଣା ଦିଅାଯାଇଥିଲା। କେନ୍ଦ୍ର ସରକାର ଲୋକଙ୍କୁ ଭୁଲାଉଥିବା ବିଜେଡି କର୍ମୀମାନେ ଏହି ଧାରଣାରେ ପ୍ରତିବାଦ କରିଥିଲେ। ଏହାର ଜବାବ ଅାଗକୁ ଓଡ଼ିଶାବାସୀ ଦେବେ ବୋଲି କହିଛନ୍ତି । ମୋଦୀ ସରକାରଙ୍କ ଏହି ମିଥ୍ୟା ପ୍ରତିଶ୍ରୁତି […]

  • Friday, 16 July 2021
bjp
ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟାର ପ୍ରତିବାଦରେ ବିଜେପିର ଧାରଣା

ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟାକୁ ନେଇ ଅାଜି ସବୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅାଗରେ ଧାରଣା ଦେଇଛି ବିଜେପି। ଭୁବନେଶ୍ୱରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରାଲି ଦଳୀୟ କାର୍ଯ୍ୟାଳୟରୁ ବାହାରି ସତ୍ୟନଗରସ୍ଥିତ ତୋଷାଳୀ ଭବନରେ ଥିବା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଫିସ୍ ଅଭିମୁଖେ ଯାଇଥିଲା। ତେବେ ଅଫିସ୍‌ରେ ପହଞ୍ଚିବା ବେଳେ ଏଠାରେ ପୂର୍ବରୁ ତାଲା ପଡିଥିବା ଦେଖାଯାଇଥିଲା। ତେବେ ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ସରକାର ବିରୋଧୀ ସ୍ଲୋଗାନ ଦେଇ ଅଫିସ୍ ବୋର୍ଡରେ କଳା ବୋଳିଥିଲେ […]

  • Friday, 16 July 2021
MODI
କାଲି ‌ଓଡ଼ିଶା ଆସିବେ ମୋଦି

ଭୁବନେଶ୍ୱର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ବଲାଙ୍ଗିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ମୋଦି ପ୍ରଥମେ ରେଲ୍‌ୱେ ଷ୍ଟେସନ୍‌ ନିକଟରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ।  ପରେ ପଥରଚେପାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଗସ୍ତ ପାଇଁ ଉତ୍ତରାଞ୍ଚଳ ଡି.ଆଇ.ଜି ସତ୍ୟବ୍ରତ ଭୋଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ଜଣେ ଡି.ଆଇ.ଜିଙ୍କ […]

  • Friday, 16 July 2021