ଭୁବନେଶ୍ୱର : ସମ୍ପୂର୍ଣ୍ଣ ଓ୍ୱାଇଫାଇ ହେଲା ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱର ଡଟ୍ ମି ଓ୍ୱାଇଫାଇ ଯୋଜନାକୁ ଅାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ରାଜଧାନୀରେ ଅାରମ୍ଭ ହୋଇଛି ଫ୍ରି ଓ୍ୱାଇଫାଇ ବ୍ୟବସ୍ଥା। ଭୁବନେଶ୍ୱରର ସବୁ ପ୍ରମୁଖ ସ୍ଥାନରେ ଏହି ଫ୍ରି ଓ୍ୱାଇଫାଇ ବ୍ୟବସ୍ଥା ଉପଲବ୍ଧ ହେବ। ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ। ସମସ୍ତେ ୨୫୦ ଏମ୍ବି ଡାଟା ମାଗଣାରେ ବ୍ୟବହାର କରିପାରିବେ। ଏହି ବ୍ୟବସ୍ଥା ଦ୍ୱାରା ଯୁବଗୋଷ୍ଠୀ ଅନେକ ମାତ୍ରାରେ ଉପକୃତ […]
ବରଗଡ଼: ଆଜି ବରଗଡ଼ ଧନୁଯାତ୍ରାର ଚତୁର୍ଥ ଦିନ। ଆଜି ଗୋପପୁରରେ ଶ୍ରୀକୃଷ୍ଣ ବାଲ୍ୟଳୀଳା କରିବା ସହ ମହାରାଜା କଂସଙ୍କ ପ୍ରେରିତ ପୁତନା, ବକା, ଶକଟା, ଧେନୁ ଆଦି ରାକ୍ଷସଙ୍କୁ ବଧ କରିବେ। ଅନ୍ୟପଟେ ରାକ୍ଷସଙ୍କ ବଧ ଖବର ଶୁଣି କଂସ ମର୍ମାହତ ହେବା ଏବଂ କଂସଙ୍କ ଦ୍ୱାରା ଆୟୋଜିତ ରୁଦ୍ରାଭିଷେକର କାର୍ଯ୍ୟକ୍ରମ ରହିଛି। ଗତକାଲି ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଗୋପପୁରରେ ନନ୍ଦୋତ୍ସବ ପାଳନ କରାଯାଇଥିଲା। ଅନ୍ୟପଟେ ମହାରାଜା କଂସ ହାତୀ ପିଠିରେ ବସି ମଥୁରା ନଗରୀ ଭ୍ରମଣ […]
ବାଲେଶ୍ୱର: ଭୟାବହ ଅଗ୍ନିକାଣ୍ଡରେ ୮ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ କୁପାରୀ ଗାଁରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଭାଇଙ୍କର ୮ ବଖରା ଘର ଜଳିଯାଇଛି। ଏହାସହ ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇ ଯାଇଛି। ଲୋକଙ୍କ ଧାନ, ଚାଉଳ ଓ ଆସବାବପତ୍ର ପୋଡ଼ି ଯାଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ହଠାତ୍ ଘରେ ନିଆଁ ଲାଗିଥିବା ପରିବାର […]
ବାଲେଶ୍ୱର: ଦୁର୍ଘଟଣାଗ୍ରସ୍ତ ଏକ ଚାଉଳ ବୋଝେଇ ମିନିଟ୍ରକ୍ରୁ ସ୍ଥାନୀୟ ଲୋକେ ଚାଉଳ ବୋହିନେଲେ। ବାଲେଶ୍ୱର ଜିଲ୍ଲା ବାହାନଗା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଚାଉଳ ବୋଝେଇ ମିନିଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ବାହାନଗା ବଜାର ଓଭରବ୍ରିଜ୍ ନିକଟରେ ଓଲଟି ପଡ଼ିଥିଲା। ଟ୍ରକଟି ଓଲଟି ପଡ଼ିବା ପରେ ଚାଉଳ ବସ୍ତା ଗୁଡ଼ିକ ତଳେ ପଡ଼ିଯିବାରୁ ଲୋକମାନେ ଏସବୁ ବାଇକ୍ରେ ବୋହି ନେଇଥିଲେ। ଖନ୍ତାପଡ଼ା ପୁଲିସ୍ ଖବର ପାଇ ଘଟଣାସ୍ଥଳରେ […]
ଛତ୍ରପୁର : କେନ୍ଦ୍ର ସରକାର ବର୍ଷକୁ ଦୁଇ କୋଟି ବେକାରୀଙ୍କୁ ଚାକିରୀ ଦେବା ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ଏହାକୁ ଭୁଲି ଯାଇଥିବା ପ୍ରତିବାଦ କରି ଅାଜି ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଛତ୍ରପୁର ନିକଟସ୍ଥ ଅାଇଅାରଇ କାର୍ଯ୍ୟାଳୟ ଅାଗରେ ଧାରଣା ଦିଅାଯାଇଥିଲା। କେନ୍ଦ୍ର ସରକାର ଲୋକଙ୍କୁ ଭୁଲାଉଥିବା ବିଜେଡି କର୍ମୀମାନେ ଏହି ଧାରଣାରେ ପ୍ରତିବାଦ କରିଥିଲେ। ଏହାର ଜବାବ ଅାଗକୁ ଓଡ଼ିଶାବାସୀ ଦେବେ ବୋଲି କହିଛନ୍ତି । ମୋଦୀ ସରକାରଙ୍କ ଏହି ମିଥ୍ୟା ପ୍ରତିଶ୍ରୁତି […]
ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟାକୁ ନେଇ ଅାଜି ସବୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅାଗରେ ଧାରଣା ଦେଇଛି ବିଜେପି। ଭୁବନେଶ୍ୱରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରାଲି ଦଳୀୟ କାର୍ଯ୍ୟାଳୟରୁ ବାହାରି ସତ୍ୟନଗରସ୍ଥିତ ତୋଷାଳୀ ଭବନରେ ଥିବା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଫିସ୍ ଅଭିମୁଖେ ଯାଇଥିଲା। ତେବେ ଅଫିସ୍ରେ ପହଞ୍ଚିବା ବେଳେ ଏଠାରେ ପୂର୍ବରୁ ତାଲା ପଡିଥିବା ଦେଖାଯାଇଥିଲା। ତେବେ ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ସରକାର ବିରୋଧୀ ସ୍ଲୋଗାନ ଦେଇ ଅଫିସ୍ ବୋର୍ଡରେ କଳା ବୋଳିଥିଲେ […]
ଭୁବନେଶ୍ୱର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ବଲାଙ୍ଗିର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ମୋଦି ପ୍ରଥମେ ରେଲ୍ୱେ ଷ୍ଟେସନ୍ ନିକଟରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ପଥରଚେପାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଗସ୍ତ ପାଇଁ ଉତ୍ତରାଞ୍ଚଳ ଡି.ଆଇ.ଜି ସତ୍ୟବ୍ରତ ଭୋଇ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ଜଣେ ଡି.ଆଇ.ଜିଙ୍କ […]
ଭୁବନେଶ୍ୱର : ଚାଷୀଙ୍କ ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ କଲେ ସରକାର। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । କମିଟିରେ କୃଷି, ପଞ୍ଚାୟତିରାଜ ଓ ସମବାୟ ମନ୍ତ୍ରୀ ସଦସ୍ୟ ରହିଛନ୍ତି। ଏହି କମିଟିରେ ଟର୍ମ ଅଫ୍ ରେଫରେନ୍ସ ପ୍ରସ୍ତୁତ କରାଯିବ। ଟର୍ମ ଅଫ୍ ରେଫରେନ୍ସ ଅନୁସାରେ ଚାଷୀଙ୍କର ଦାବି ନେଇ ଅାଲୋଚନା କରାଯିବ। ତେବେ ଏହି କମିଟି ଗଠନ ଉପରେ କଂଗ୍ରେସ କହିଛି, ସରକାର କମିଟି ପରେ କମିଟି, କମିଶନ ପରେ […]
ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ଟେଲିଭିଜନ ନେଟ୍ୱର୍କ ଓ ଭାରତ ମସଲା ସହଯୋଗରେ ଆଜି ରସଗୋଲା ମହୋତ୍ସବ ଆୟୋଜନ କରାଯାଉଛି। ଭୁବନେଶ୍ୱର ପଟିଆ ବିଗ୍ବଜାର ସ୍ଥିତ ପାଲ୍ଟ୍ରୋନିକ୍ସ ପଡ଼ିଆରେ ଆଜି ଅପରାହ୍ନ ୩ଟାରୁ ଏହି ମହୋତ୍ସବ ଆରମ୍ଭ ହେବ। ଏଥର ରସଗୋଲା ମହୋତ୍ସବର ସ୍ଲୋଗାନ ରହିଛି ‘ରସଗୋଲା ସେବେଠୁ, ରଥଯାତ୍ରା ଯେବେଠୁ’। ସନ୍ଧ୍ୟାରେ ଓଲିଉଡ୍ର କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।
କନ୍ଧମାଳ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସରକାରୀ ହାଇସ୍କୁଲ ହଷ୍ଟେଲରେ ଜଣେ ଛାତ୍ରୀ ସନ୍ତାନ ପ୍ରସବ କରିଛନ୍ତି। ଏହି ଘଟଣା ଜଣା ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯିବା ପରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ରମେଶ ମାଝୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହିଭଳି ଘଟଣା କେଉଁ ପରିସ୍ଥିତିରେ ଘଟିଲା ସେ ସଂପର୍କରେ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ […]
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ରେ ଘଟିଯାଇଥିବା ନାବାଳିକା ଦୁଷ୍କର୍ମ ଘଟଣାକୁ ଚାରି ଦିନ ବିତିଲାଣି । କିନ୍ତୁ ଏଯାଏଁ ଗିରଫ ହୋଇପାରି ନାହାନ୍ତି ଅଭିଯୁକ୍ତ। ଅାଜି ରାଜ୍ୟ ଶିଶୁ ଓ ସୁରକ୍ଷା ଅାୟୋଗ ଅଧ୍ୟକ୍ଷା ପୀଡିତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ବର୍ତ୍ତମାନ ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସେ କହିଛନ୍ତି। ସେପଟେ ଏହି ଘଟଣାକୁ ପୁଲିସ ଗୁରୁତର ସହ ନେଇଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଡିଅାଇଜି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ […]
କେନ୍ଦ୍ରାପଡ଼ା: ପରିବାର ଲୋକଙ୍କ ବିରୋଧ ସତ୍ତ୍ୱେ ଦୁଇ ଜଣ ଝିଅ ପରସ୍ପରକୁ ବିବାହ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ନୋଟାରି ନିକଟରେ ସେମାନେ ବିବାହ କରିଥିବା ସୂଚନା ମିଳିଛି। ଉକ୍ତ ଦୁଇ ଯୁବତୀଙ୍କ ମଧ୍ୟରୁ ଜଣଙ୍କ ଘର ପଟ୍ଟାମୁଣ୍ଡାଇ ଓ ଅନ୍ୟ ଜଣଙ୍କ ଘର ମହାକାଳପଡ଼ାରେ ବୋଲି ଜଣାପଡ଼ିଛି। ଗତକାଲି ଏହି ଦୁଇ ଜଣ ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ସୂଚନା ଅନୁସାରେ, କଲେଜରେ ପଢ଼ୁଥିବା ବେଳେ ଉଭୟଙ୍କ ଦେଖା ସାକ୍ଷାତ ହୋଇଥିଲା। ଏହା ପରେ ସେମାନେ […]
ଖୋର୍ଦ୍ଧା : ରାଜ୍ୟରେ ଥମୁନି ମହିଳାଙ୍କ ଉପରେ ବର୍ବରତା। ଅାଜି ପୁଣି ଥରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଯୁବତୀ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଅା ଥାନା ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ମାରଣାସ୍ତ୍ର ଦେଖାଇ ଗାଁ ପାଖରୁ ଉଠାଇ ନେଇ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଛନ୍ତି। ୩ ଜଣ ଦୁର୍ବୃତ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ବର୍ତ୍ତମାନ ପୀଡ଼ିତାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ରହିଛି। ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ଥୁରିଆ ଆବାସିକ ବିଦ୍ୟାଳୟରେ କାନ୍ଥ ପଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ଖୋଳତାଡ଼ ଆରମ୍ଭ ହୋଇଛି। ଅନ୍ୟପଟେ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍ପି ଭିଆର୍ ରାଓ କହିଛନ୍ତି। ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ମୃତ ଦୁଇ ଛାତ୍ରଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ରେଡକ୍ରସ୍ ପକ୍ଷରୁ ୧୦ ହଜାର ଟଙ୍କା ଲେଖାଏ […]
ଭୁବନେଶ୍ୱର : ବଦ୍ରିନାଥରେ ଫସିଥିବା ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମସ୍ତ ତୀର୍ଥଯାତ୍ରୀ ଯେମିତି ସୁରକ୍ଷିତ ଘରକୁ ଫେରିବେ ସେ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ସେ ଅାଲୋଚନା କରିଛନ୍ତି। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ନେଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ନିର୍ଦ୍ଦେଶ […]
ବରଗଡ଼ : ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟରେ ମିଳିଥିବା ଗଳିତ ମୃତଦେହ ମହାବଳ ବାଘର ହୋଇଥିବା ସଂଦେହ କରାଯାଉଛି ବୋଲି ସୂଚନା ଦେଇଛନ୍ତି ବରଗଡ଼ ଡିଏଫଓ। ଅଭିଯୁକ୍ତଙ୍କ ବୟାନ ଓ ଜବତ ହୋଇଥିବା ପଞ୍ଝା ଓ ନିଶରୁ ଏହା ମହାବଳର ହୋଇଥିବା ସୂଚନା ମିଳୁଛି ବୋଲି ସେ କହିଛନ୍ତି। ତେବେ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ୱାଇଲଣ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ରୁ ରିପୋର୍ଟ ଅାସିବା ପରେ ହିଁ ଜଣାପଡ଼ିବ ବୋଲି ଡିଏଫ୍ଓ କହିଛନ୍ତି । ଏହାସହ ବେଙ୍ଗାଲୁରୁରୁ ଫରେନ୍ସିକ୍ ରିପୋର୍ଟକୁ […]
କଟକ: ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ସୁକରପଡ଼ା ଗାଁରେ ଦୁଇ ପରିବାର ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି। ଜମି ବିବାଦକୁ କେନ୍ଦ୍ର କରି ସୋନା ଖାନ୍ ଓ ସେକ୍ ନିଜାମ୍ଙ୍କ ପରିବାର ମଧ୍ୟରେ ଗତ କିଛି ଦିନ ତଳେ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ବହୁବାର ଝଗଡ଼ା ମଧ୍ୟ ହୋଇଥିଲା। ତେବେ ଗତକାଲି ସଂଧ୍ୟାରେ ଏହି ଗଣ୍ଡଗୋଳ […]
ଭୁବନେଶ୍ୱର : ରାଜଧାନୀର ଏକ ଘରୋଇ ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ଚନ୍ଦ୍ରଶେଖରପୁର ସ୍ଥିତ ଏକ ଘରୋଇ ସ୍କୁଲରେ ଘଟିଛି ଏହି ଘଟଣା। ସ୍କୁଲର ଜଣେ ଶିକ୍ଷକଙ୍କ ବିରୁଦ୍ଧରେ ଛାତ୍ରୀଙ୍କ ଅଭିଭାବକ ମାନେ ଅାଣିଛନ୍ତି ସଙ୍ଗୀନ ଅଭିଯୋଗ। ସ୍କୁଲର ଶିକ୍ଷକ ବିଭିନ୍ନ ସମୟରେ ଦୁଇଜଣ ଛାତ୍ରୀଙ୍କୁ ଅସଦାରଣ କରୁଥିବା ଅଭିଯୋଗ ହୋଇଛି। କେତେବେଳେ ଖାତା ଦେଖିବା ବାହାନାରେ ତ ପୁଣି କେତେବେଳେ ଭିନ୍ନଭିନ୍ନ କାରଣ ନେଇ ସେମାନଙ୍କୁ ସ୍କୁଲ ଶିକ୍ଷକ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। […]
ପାରାଦୀପ: ଗଭୀର ସମୁଦ୍ର ଭିତରେ ବୋଟ୍ ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଏହାର ପ୍ରତିବାଦ କରି ପାରାଦୀପ ଓ ବାଲେଶ୍ୱର ବୋଟ୍ ମାଲିକ ସଂଘ ପାରାଦୀପ ଥାନା ଓ କୋଷ୍ଟଗାର୍ଡ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୋଟ୍ ମାଲିକ ସଂଘ ଦାବି କରିଥିଲେ। ମୃତ ବୋଟ୍ ଚାଳକଙ୍କ ପୁଅଙ୍କୁ ୧୮ ବର୍ଷ ପରେ କୋଷ୍ଟଗାର୍ଡରେ ଚାକିରି ଦେବା ସହ ଅନ୍ୟାନ୍ୟ […]
ଭୁବନେଶ୍ୱର: ବାସହୀନ ମହିଳାଙ୍କ ପାଇଁ ସୁରକ୍ଷା ଚିନ୍ତା। ମୁକ୍ତାକାଶ, ରେଲ୍ୱେ ଓ ଫୁଟ୍ପାଥ୍ରେ ଶୋଉଥିବା ନିରାଶ୍ରୟ ମହିଳାଙ୍କୁ ଉଦ୍ଧାର କରାଯାଇ ମହିଳା ଆଶ୍ରୟସ୍ଥଳୀରେ ରଖାଯିବ। ଏଥିଲାଗି ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ସ୍ଥିତ ନୀଳାଦ୍ରି ବିହାରରେ ଏକ ସ୍ୱତନ୍ତ୍ର ମହିଳା ଆଶ୍ରୟସ୍ଥଳୀ ଖୋଲାଯାଇଛି। ଶହେ ଶଯ୍ୟା ବିଶିଷ୍ଟ ଏହି ଆଶ୍ରୟସ୍ଥଳୀକୁ ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା ଉଦ୍ଘାଟନ କରିଛନ୍ତି। ୧୦୦ ଶଯ୍ୟା ବିଶିଷ୍ଟ ଏହି ଆଶ୍ରୟସ୍ଥଳୀରେ ମହିଳାମାନଙ୍କ ପାଇଁ ସମସ୍ତ ପ୍ରକାର […]
ବରଗଡ଼: ଆଜିଠୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ପୁରାଣ ବର୍ଣ୍ଣିତ ଦେବକୀ-ବସୁଦେବଙ୍କ ବିବାହଠୁ କଂସ ବଧ ଯାଏ ୧୧ ଦିନ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ ଅଭିନୟ ଚାଲିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପୂରା ବରଗଡ଼ ସହରକୁ ଆକର୍ଷଣୀୟ ତୋରଣ ସହିତ ରଂଗୀନ ଆଲୋକ ତୋରଣ ଓ ରଂଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ବରଗଡ଼ ପାଲଟିଛି ମଥୁରା ନଗରୀ ଓ ଗୋପପୁର ହୋଇଛି ଅମ୍ବାପାଲି। ଆଜିଠୁ ମଥୁରା ନଗରୀରେ ମହାରାଜ କଂସଙ୍କ ରାଜୁତି […]
ଗଞ୍ଜାମ : ଗଞ୍ଜାମ ପୋଲସରାରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଜାରି ହେବ ଅଭିଯୁକ୍ତଙ୍କ ସ୍କେଚ୍। ଗଞ୍ଜାମ ଏସ୍ପି ବ୍ରିଜେଶ୍ ରାୟ ଏହି ସୂଚନା ଦେଇଛନ୍ତି। ଏହି ମାମଲାରେ ୮ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଦିନକ ତଳେ ପୋଲସରାର ବାଲିଛାଇ ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଥିଲା। ନାବାଳିକା ଶୋଇଥିବା ବେଳେ ଚୋରି କରିବାକୁ ଯାଇ ଚୋରମାନେ ତାଙ୍କୁ ଘରୁ ଟେକି ନେଇ ପାଖରେ ଥିବା ଏକ ଜମିରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। […]
କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋର ସ୍ତ୍ରୀ ବେନଜିର୍ ବିବି ନାଁରେ କେନ୍ଦ୍ରାପଡ଼ାରେ ଥିବା ସୟଦ ଫିଲିଂ ଷ୍ଟେସନ୍ରେ ଚଢ଼ାଉ କରାଯାଇଛି। ସିବିଆଇ ଓ କ୍ରାଇମ୍ବ୍ରାଞ୍ଚର ୫ଜଣିଆ ଟିମ୍ ପକ୍ଷରୁ ଗତକାଲି ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଥିଲା। ଟିଟୋ ଗିରଫ ହେବା ପରେ ତା’ର ବ୍ୟବସାୟ ସମ୍ପର୍କରେ ଜାଣିବା ପାଇଁ ବିଭିନ୍ନ ସମୟରେ ଏଭଳି ଚଢ଼ାଉ କରାଯାଉଛି।
ମାଲକାନଗିରି: ରାଜ୍ୟ ବାହାରକୁ ଚାଲାଣ ହେବା ପୂର୍ବରୁ ୨୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ସମସ୍ତ ଶିଶୁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ କୁରୁମାପାଲ୍ଲୀ ଗାଁର ବୋଲି ଜଣାପଡ଼ିଛି। ଏହି ଶିଶୁ ଶ୍ରମିକମାନଙ୍କୁ ୩ଟି ଗାଡ଼ିରେ ଆନ୍ଧ୍ର ପ୍ରଦେଶ, ତାମିଲନାଡୁକୁ ଚାଲାଣ କରାଯାଉଥିବା ବେଳେ ଚାଇଲ୍ଡ ଲାଇନ୍ କୌଣସି ସୂତ୍ରରୁ ଖବର ପାଇ ପଡ଼ିଆ ଅଞ୍ଚଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ଏହି ଶିଶୁ ଶ୍ରମିକମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର […]
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବନମାଳିପୁରରେ ଭୟଙ୍କର ବାଣ ବିସ୍ଫରଣ ଘଟଣାକୁ ଦିନଟିଏ ପୂରିବାକୁ ବସିଛି ହେଲେ ଏବେ ବି ନିଖୋଜ ବାଣ ବ୍ୟବସାୟୀ ଜ୍ଞାନେନ୍ଦ୍ର ମିଶ୍ର। ସେ ଜୀବିତ କି ମୃତ ତାକୁ ନେଇ ସନ୍ଦିହାନ ଗାଁ ଲୋକେ ଓ ପୁଲିସ। ତେଣେ ଆଜି ଘଟଣାସ୍ଥଳରୁ ବିପୁଳ ପରିମାଣର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଜ୍ଞାନେନ୍ଦ୍ର ଓ ତାଙ୍କ ଦୁଇ ଭାଇ ବେଆଇନ୍ ବାଣ ତିଆରି ଓ ବିକ୍ରି କରୁଥିବା ନିଶ୍ଚିତ ହୋଇଥିବାବେଳେ ଏପଟେ […]