ସମ୍ବଲପୁର : ସମ୍ବଲପୁରରେ ମୁସଲିମ୍ ଗଣବିବାହ କାର୍ଯ୍ୟକ୍ରମରେ ନକଲି ବୟସ ପ୍ରମାଣପତ୍ର ଦେଇଥିବା ଅଭିଯୋଗ। ଫଳରେ ୫ଟି ବିବାହକୁ ବାତିଲ୍ କରାଯାଇଛି। ସୂଚନା ମୁତାବକ, ମୋଟ୍ ୨୧ ଯୋଡା ଗରିବ ଯୁବକ ଯୁବତୀଙ୍କୁ ନେଇ ଏହି ଗଣ ବିବାହ ଅାୟୋଜନ କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୫ଜଣ ଝିଅଙ୍କର ବୟସ ୧୮ ବର୍ଷରୁ କମ୍ ଥିବା ଅଭିଯୋଗ ହୋଇଥିଲା। ସକାଳେ ବିବାହ ପୂର୍ବରୁ, ପୁଲିସ୍, ଶିଶୁ ସୁରକ୍ଷା ଅଧିକାରୀ ଏବଂ ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ଘଟଣାସ୍ଥଳରେ ପହଂଚିଥିଲେ। […]
କଟକ : ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସୁପରଭାଇଜର ସୁନୀଲ ସାହୁ ହତ୍ୟାକାଣ୍ଡର ଗୁମର ଖୋଲିଛି କମିଶନରେଟ୍ ପୁଲିସ। ନିଜ ସ୍କୁଲ ସାଙ୍ଗକୁ ଶାରୀରିକ ଓ ମାନସିକ ନିର୍ଯାତନା ନେଇ ଏହି କାଣ୍ଡ ଘଟାଇଛି। ଗିରଫ ଅଭିଯୁକ୍ତ ନିରଞ୍ଜନ ବେହେରା ହତ୍ୟାକାଣ୍ଡ ସଂପର୍କରେ ଅାଜି ଏମିତି କିଛି ଖୁଲାସା କରିଛନ୍ତି ପୁଲିସ କମିଶନର। କମିଶନରଙ୍କ କହିବା ଅନୁସାରେ ସୁନୀଲ ଡେଙ୍କାନାଳରେ ଏକ ଘରୋଇ କଲେଜ୍ରେ ଅାଡମିନିଷ୍ଟ୍ରେଟର ଭାବେ କାମ କରୁଥିଲେ। ସେଠାରେ ସେ ଜଣେ ଅଧ୍ୟାପିକାଙ୍କ ସହ ଜୋର […]
ବାଲେଶ୍ୱର : ଗତକାଲି ଏଡ୍ସ ଦିବସରେ ସଚେତନତା ବାର୍ତ୍ତାର ସୁଅ ଛୁଟୁଥିବାବେଳେ ଏଡ୍ସ ରୋଗୀଙ୍କୁ ସାହାଯ୍ୟର ପ୍ରତିଶ୍ରୁତି ଦିଅାଯାଇଥିଲା। କିନ୍ତୁ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଅଞ୍ଚଳର ଜଣେ ଏଡ୍ସ ପୀଡିତା ମହିଳାଙ୍କୁ ଏଯାଏଁ ମିଳିନି ମୌଳିକ ସୁବିଧା। ବହୁ ଦିନ ଧରି ସେ ଏଡ୍ସ ରୋଗରେ ପୀଡିତ ଅଛନ୍ତି। ସ୍ୱାମୀ ମୁମ୍ବାଇରେ କାମ କରୁଥିବା ବେଳେ ଏହି ରୋଗ ନେଇ ଅାସିଥିଲେ। ସ୍ୱାମୀ ତ ଅାରପାରିକୁ ଚାଲି ଗଲେଣି , ହେଲେ ସାମାଜିକ କଟକଣା ମଧ୍ୟରେ […]
ଫୁଲବାଣୀ : ଫୁଲବାଣୀ ଜିଲ୍ଲା କାରାଗାରରେ ଜଣେ କଏଦୀଙ୍କ ଅାକ୍ରମଣରେ ଅାଉ ଜଣେ କଏଦୀଙ୍କ ମୃତ୍ୟୁ। ମୃତ କଏଦୀ ଜଣକ ହେଲେ ତୁମୁଡିବନ୍ଧ ଥାନା ଅଞ୍ଚଳର ଲକ୍ଷ୍ମଣ ନାୟକ। ଅାଜୀବନ ସଜା କାଟୁଥିବା କାହ୍ନୁଚରଣ ନାୟକ ନାମକ ଅନ୍ୟ ଜଣେ କଏଦୀ ତାଙ୍କୁ ଅାକ୍ରମଣ କରିଥିଲା। ତାଙ୍କ ମୁଣ୍ଡରେ ଗଭୀର ଅାହତ ଲାଗିଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ଫୁଲବାଣୀ ମେଡିକାଲରେ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […]
ଭୁବନେଶ୍ୱର : ଅସୁସ୍ଥ ଅଭିଜିତ୍ ଅାୟର। ପେଟ ଯନ୍ତ୍ରଣା ହେବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଅଭିଜିତ୍ ଅାୟରଙ୍କୁ ଭର୍ତ୍ତି କରାଯାଇଛି। କ୍ୟାବିନରେ ରଖି ଚିକିତ୍ସା ଚାଲିଛି। ଏଥିପାଇଁ କଡ଼ା ସୁରକ୍ଷା ଭିତରେ ଅଭିଜିତଙ୍କୁ ଝାରପଡା ଜେଲ୍ରୁ ହସ୍ପିଟାଲକୁ ଅଣାଯାଇଥିଲା। ଓଡ଼ିଶାର ଐତିହ୍ୟ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ଏବେ ଝାରପଡ଼ା ଜେଲ୍ରେ ଅଛନ୍ତି ଅଭିଜିତ୍ ଅାୟର। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଜିତ ଅାୟାରଙ୍କୁ ନେଇ ଟ୍ୱିଟ୍ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଭୁଲ ପାଇଁ […]
କଟକ : ଅାଜି ବେଲଟିକିରି ଯାଇଛି ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍। ସେଲ୍ଟର ହୋମ୍ରେ ନିର୍ଯାତନା ଘଟଣାର ଅନୁଧ୍ୟାନ କରିବାକୁ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ବେଅାଇନ୍ ସେଲଟର ହୋମ୍ରେ ବୁଲିବା ସହ ଗାଁ ଲୋକଙ୍କ ସହ ଅାଲୋଚନା କରିଛନ୍ତି। ଢେଙ୍କାନାଳ ଜିଲ୍ଲାପାଳଙ୍କ ସହ ଘଟଣା ସମ୍ପର୍କରେ ଅାଲୋଚନା କରିଛନ୍ତି। କିନ୍ତୁ ଜିଲ୍ଲାପାଳଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ନପାଇବା ପରେ ବିଜେପି ଟିମ୍ ଜିଲ୍ଲାପାଳଙ୍କ ଅଫିସ୍ ଅାଗରେ ଧାରଣା ଦେଇଥିଲା। ବର୍ଷ ବର୍ଷ […]
ଭୁବନେଶ୍ୱର : ଅାରମ୍ଭରୁ ରାଜ୍ୟ ସରକାରଙ୍କୁ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ୍। ଭୁବନେଶ୍ୱରରେ ଦଳ ପକ୍ଷରୁ ଅାୟୋଜିତ ସମ୍ବର୍ଦ୍ଧନା ସଭାରେ ସିଧାସଳଖ ରାଜ୍ୟ ସରକାରଙ୍କୁ ସମାଲୋଚନା କରି, ପ୍ରାକୃତିକ ସମ୍ପଦରେ ଭରା ଓଡ଼ିଶା ଦରିଦ୍ର ଓ ପଛୁଅା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ତାସହ ଅଭିଯୋଗ କରିଛନ୍ତି ବିକାଶ ଓ ପ୍ରଗତି ରାଜ୍ୟରେ ପଥଚ୍ୟୁତ ହୋଇଛି। ଅାଇନଶୃଙ୍ଖଳା ବିପର୍ଯ୍ୟୟ ହୋଇଥିବାବେଳେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢି ଚାଲିଛି। ସ୍ୱଚ୍ଛ ଭାରତରେ ବି ଓଡ଼ିଶା ୨୯ […]
କେନ୍ଦ୍ରାପଡା : ଧରା ପଡିଲା ଧାନ କିଣା ଦୁର୍ନୀତିରେ କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ଡାହା ମିଛ। ବିଧାନସଭା ପିଏସି ଚେୟାରମ୍ୟାନ୍ଙ୍କୁ ସିଏଜିଙ୍କ ରିପୋର୍ଟରୁ ଜଣାପଡିଛି ୧୬୩ ଚାଷୀଙ୍କ ଭିତରୁ ୪୩ଟି ଜାଲ ନାଁ ଥିବା ଚାଷୀଙ୍କୁ ଧାନ କିଣା ବାବଦରେ ଦିଅାଯାଇଛି ୩୮ ଲକ୍ଷ ୭୩ ହଜାର ଟଙ୍କା। ଏମିତି ଜଣେ ହେଲେ କ୍ଷେତ୍ରବାସୀ ପ୍ରଧାନ। ତାଙ୍କ ନାଁ ପଞ୍ଜିକରଣ ହୋଇନି, କିନ୍ତୁ ଧାନ ବିକି ନେଇଛନ୍ତି ୭୮ ହଜାର ୯୬୦ ଟଙ୍କା। […]
ବଲାଙ୍ଗିର : ବଲାଙ୍ଗିର ସଇଁତଳାରେ ବିଜେଡି ଜନସମ୍ପର୍କ ପଦଯାତ୍ରା ବେଳେ ପୁଲିସ୍ ହେପାଜତରେ ଥିବା ଯୁବକଙ୍କୁ ନିସ୍ତୁକ ପିଟିଲେ ବିଜେଡି କର୍ମୀ। ମନ୍ତ୍ରୀଙ୍କ ସମାବେଶକୁ ଅଣ୍ଡା ଫିଙ୍ଗିଥିବା ଅଭିଯୋଗରେ ପୁଲିସ ସଂପୃକ୍ତ ଯୁବକଙ୍କୁ ହେପାଜତକୁ ନେଇଥିଲା । ତେବେ ପୁଲିସ ଉପସ୍ଥିତି ସତ୍ତ୍ୱେ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛନ୍ତି ଦଳୀୟ ନେତା ଓ କର୍ମୀ। ଏପରିକି ମନ୍ତ୍ରୀ ସୁଶାନ୍ତ ସିଂହ ନିଜେ ମଧ୍ୟ ଟଣାଓଟରା କରିଥିବା ଦେଖିବାକୁ ମିଳିଥିଲା। ଗତକାଲି ସଇଁତଳାରେ ଅନୁଷ୍ଠିତ ଏହି ଜନସଂପର୍କ ଯାତ୍ରାରେ […]
ଭୁବନେଶ୍ୱର : ଓଡ଼ିଶା ଫେରିଲେ ଦୁବାଇରେ ଫସି ରହିଥିବା ଓଡ଼ିଆ ଯୁବକ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ବଳରେ ନିଜ ଘରକୁ ଫେରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପାରିଓରଡ଼ ଗ୍ରାମର ରବି ରାଉତ। ରବିଙ୍କ ପରିବାର ଲୋକଙ୍କ ଅନୁରୋଧ କ୍ରମେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ଦୂତାବାସକୁ ହସ୍ତକ୍ଷେପ କରିବା ଲାଗି ଟ୍ୱିଟ୍ କରିଥିଲେ। ପଦକ୍ଷେପ ସ୍ୱରୂପ ଭାରତୀୟ ଦୂତାବାସ ରବିଙ୍କୁ ଦୁବାଇରୁ ଅାଣି ଭୁବନେଶ୍ୱର ଛାଡ଼ିଛି। ରବି ରାଉତ […]
ଗଂଜାମ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଅା ଗଂଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ପ୍ରଥମେ ରଙ୍ଗେଇଲୁଣ୍ଡା ବ୍ଳକ୍ ପାଲୁର ହିଲ୍ ଯାଇ ସେଠାରେ ବିଜୁ ପଟ୍ଟନାୟକ ଅାଦର୍ଶ ବିଦ୍ୟାଳୟର ଉଦ୍ଘାଟନ କରିଥିଲେ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ତିନିଟି ବିଲ୍ଡିଂ ସହ ଗୋପାଳପୁର ନିର୍ବାଚନ ମଣ୍ଡଳନୀର ବହୁ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅାୟୋଜିତ ଏକ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ। ପରେ ଗୋପାଳପୁର ଜଙ୍କସନରେ ରେଳବାଇ ଓଭରବ୍ରିଜ୍ର ଶୁଭ […]
କଟକ : କୁଅାଖାଇ ନଦୀକୁ ଡେଇଁ ମହିଳାଙ୍କ ଅାତ୍ମହତ୍ୟା ଉଦ୍ୟମ ବେଳେ ଅଳ୍ପକେ ବର୍ତ୍ତିଲେ ମହିଳା। କୁଅାଖାଇରୁ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ମହିଳା ଜଣଙ୍କ ଜୀବିତ ଥିବାବେଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ମହିଳାଙ୍କର ପରିଚୟ ମିଳିନଥିବା ବେଳେ ସେ କାହିଁକି ଅାତ୍ମହତ୍ୟା ପାଇଁ ଡେଇଁଲେ, ଏହା ପଛରେ ରହସ୍ୟ କଣ ରହିଛି। ସେନେଇ ପୁଲିସ ଖୋଲତାଡ ଚଳାଇଛି। ତେବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ମହିଳାଙ୍କୁ ଏନେଇ ପଚରା […]
କଟକ : ଫାଇନାନ୍ସ କମ୍ପାନୀର ଜଣେ ମହିଳା ଅଧିକାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍। ସ୍କୁଟି ସହ ଦେଢ ଲକ୍ଷ ଲୁଟି ଚମ୍ପଟ ବେଳେ ଗୋଡ଼େଇ ଗୋଡ଼େଇ ଧରିଲେ ସ୍ଥାନୀୟ ଲୋକ। ତେବେ ଜଣେ ଲୁଟେରା ଖସି ଯିବାରେ ସକ୍ଷମ ହୋଇଛି। କଟକ ସଦର ଥାନା ଅନ୍ତର୍ଗତ ଗବସ୍ତ ନିକଟରେ ଏହି ଲୁଟ୍ ହୋଇଛି। ଲୁଟେରାଙ୍କ ଠାରୁ ପୁଲିସ ଗୋଟିଏ ଦେଶୀ ପିସ୍ତଲ ଜବତ କରିଛି। ଲୁଟ୍ର ଶିକାର ହୋଇଛନ୍ତି ରୀନା ଦାସ । ସେ ଗୋବିନ୍ଦପୁର […]
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଓଳାଭର ଗାଁରେ ଯୁବକଙ୍କୁ ହତ୍ୟା ଘଟଣାରେ ରାଜକନିକା ଥାନା ଘେରାଉ। ଅଭିଯୁକ୍ତକୁ ଗିରଫ ଦାବିରେ ଓଳାଭର ଗ୍ରାମବାସୀ ଥାନା ସମ୍ମୁଖରେ ମୃତଦେହ ରଖି ଘେରାଉ କରିଥିଲେ। ତେବେ ପଟ୍ଟାମୁଣ୍ଡାଇ ଏସଡିପିଓ ଏବଂ ଅାଳି ବିଧାୟକ ଦେବେନ୍ଦ୍ର ଶର୍ମା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଘେରାଉ ହଟିଥିଲା। ପ୍ରେମ ବ୍ୟାପାରକୁ ନେଇ ଗତକାଲି ଗାଁର ବିନୋଦ ବାଇଙ୍କୁ ହତ୍ୟା କରାଯାଇଥିଲା। ଭାଉଜର ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ପ୍ରେମିକ ଜଣଙ୍କ […]
କେନ୍ଦ୍ରାପଡ଼ା : ଗତ ୩ ମାସ ଧରି ମାଲେସିଅା ଜେଲରେ ବନ୍ଦୀ ରହିବା ପରେ ଘରକୁ ଫେରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଅାଳି ବଡ଼ଅାଙ୍କୋ ଗାଁର ଅଶୋକ ମଳିକ। ଫେରିବା ପରେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଅାଳି ଗସ୍ତ କରିଛନ୍ତି ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବଡ଼ଅାଙ୍କୋ ଗ୍ରାମ ପହଞ୍ଚିବା ପରେ ବୈଜୟନ୍ତଙ୍କୁ ଶୋଭାଯାତ୍ରାରେ ନେବା ସହ ସମ୍ବର୍ଦ୍ଧିତ କରିଥିଲେ ଗ୍ରାମବାସୀ। ପରେ ବୈଜୟନ୍ତ ପଣ୍ଡା ଅଶୋକଙ୍କ ଘରକୁ ଯାଇ ତାଙ୍କୁ ଭେଟିବା ସହ ତାଙ୍କ ପରିବାର […]
କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଥାନା ବାନ୍ଧନପାଳିରେ ଅଙ୍ଗନବାଡ଼ି କର୍ମୀଙ୍କୁ ଅପହରଣ ଅଭିଯୋଗ। ଏ ନେଇ ଥାନାରେ ଅଭିଯୋଗ ଦେଇଛନ୍ତି ତାଙ୍କୁ ସାଥିରେ ନେଇ ଯାଉଥିବା ଅନ୍ୟଜଣେ ଅଙ୍ଗନବାଡ଼ି କର୍ମୀ। ଅାଜି ଦିନ ୧୦ଟା ବେଳେ ବାନ୍ଧନପାଳିର ଅଙ୍ଗନାବାଡ଼ି କର୍ମୀ ଧାମନଡଙ୍ଗା ଅଙ୍ଗନାବାଡ଼ି ସେଣ୍ଟରକୁ ଯାଉଥିବା ବେଳେ ତାଙ୍କ ସାଥିରେ ସହକର୍ମୀ ଜଣକ ଯାଇଥିଲେ। ତେବେ ବାଟରେ ଏକ ବୋଲେରୋରେ ଅାସୁଥିବା ଚାରି ଜଣ ଯୁବକ ତାଙ୍କୁ ଅଟକାଇ ସହ କର୍ମୀଙ୍କୁ ଫିଲ୍ମ ଷ୍ଟାଇଲେ ଅପହରଣ କରି ନେଇ […]
ଖୋର୍ଦ୍ଧା: ଓଲଟି ପଡ଼ିଲା ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍। ଖୋର୍ଦ୍ଧା ଜିଲ୍ଲା ପାଇକ ତିଗିରିଆ ସ୍ଥିତ ଆରଆଇ ଅଫିସ୍ ନିକଟରେ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଭ୍ୟାନରେ ଥିବା ୨ଟି ଗୋରୁଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପିକ୍ଅପ୍ ଭ୍ୟାନ୍ରେ ଗୋରୁ ଚାଲାଣ ହେଉଥିବା ସନ୍ଦେହ କରି ଲୋକେ ଏହାକୁ ପିଛା କରିଥିଲେ। ଭୟରେ ଡ୍ରାଇଭର ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ […]
ଭୁବନେଶ୍ୱର : ନୂଅା ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଅାଇଏଏସ୍ ଅସିତ ତ୍ରିପାଠୀ । ଗତକାଲି ଅାର୍. ବାଲ୍କ୍ରିଷ୍ଣନ୍ଙ୍କ ସ୍ଥାନରେ ଅସିତ୍ ତ୍ରିପାଠୀଙ୍କୁ ନିଯୁକ୍ତ କରିଥିଲେ ରାଜ୍ୟ ସରକାର। ଉନ୍ନୟନ କମିଶନର ସହ ଗୃହ ବିଭାଗ ACS ଦାୟିତ୍ୱରେ ରହିବେ ଅସିତ୍ ତ୍ରିପାଠୀ । ଗତକାଲି ଉନ୍ନୟନ କମିଶନର ବାଲକ୍ରିଷ୍ଣନ ଚାକିରିରୁ ଅବସର ନେବା ପରେ ଅସିତ ତ୍ରିପାଠୀଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଥିଲା।
କଟକ: କଟକ ବିଡ଼ାନାସୀ ବଉଳ ଛକରେ ଗାଈ ଚୋର ସନ୍ଦେହରେ ୪ ଜଣଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଲୋକଙ୍କ ମାଡ଼ରେ ସେମାନେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନେ ଆଣିଥିବା ଗୋଟିଏ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ଦେଇଛନ୍ତି। ଗତକାଲି ରାତିରେ ୪ ଜଣ ବ୍ୟକ୍ତି ଗୋଟିଏ ଗାଡ଼ି ଧରି ବିଡ଼ାନାସୀ ଅଞ୍ଚଳରେ ପଶିଥିଲେ। ଗାଈ ଚୋରି କରୁଥିବା ସନ୍ଦେହ କରି ଲୋକେ ସେମାନଙ୍କୁ ଘେରି ଯାଇଥିଲେ। ତେବେ […]
ଭୁବନେଶ୍ୱର : ବିଜେପି ଛାଡ଼ିଥିବା ବରିଷ୍ଠ ନେତା ଦିଲୀପ ରାୟ ଏବଂ ବିଜୟ ମହାପାତ୍ରଙ୍କୁ ବିଜୁ ସମତା କ୍ରାନ୍ତି ଦଳର ମୁଖ୍ୟ ଦାମ ରାଉତଙ୍କ ପରାମର୍ଶ। ରାଜ୍ୟରେ କ୍ଷମତା ପରିବର୍ତ୍ତନ ଅାଣିବା ସହ ଦୁର୍ନୀତି, ଭ୍ରଷ୍ଟାଚାର, କୁଶାସନ ଓ ପରିବାରବାଦରୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ଲାଗି ବିଜୟ ଓ ଦିଲୀପ ତାଙ୍କ ଦଳରେ ମିଶିବା ଲାଗି ଅାହ୍ୱାନ ଦେଇଛନ୍ତି। ଏନେଇ ଦାମ କହିଛନ୍ତି ଯେ, ଦୁହେଁ ବିଜେପି ଛାଡ଼ିବା ନେଇ ଚର୍ଚ୍ଚା ହେବା ପରେ ସେ ଦିଲୀପ […]
ଢେଙ୍କାନାଳ : ସେଲଟର୍ ହୋମ୍ରେ ଚାଲିଥିବା ନିର୍ଯାତନା ନେଇ ଗୁମର ଖୋଲିଲା ଇ-ମେଲ୍। ସେଲ୍ଟର୍ ହୋମ୍ରେ ନିର୍ଯାତନା ସମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଗତମାସ ୨୪ ତାରିଖରେ ଗୁଡ୍ ନ୍ୟୁଜ୍ ଇଣ୍ଡିଅା ସେଲଟର ହୋମ୍ ପରିଚାଳନା କମିଟି ପକ୍ଷରୁ ପ୍ରମୋଦ ରାଉଳ ବିଭିନ୍ନ ନିର୍ଦ୍ଦେଶକମାନଙ୍କୁ ଚିଠି ଲେଖିଥିଲେ। ଏଥିରେ ସେଲଟର ହୋମର ସମସ୍ତ କାଗଜପତ୍ର ଅପଡେଟ୍ କରିବାକୁ ପରାମର୍ଶ ଦିଅାଯାଇଥିଲା। ଏହାସହ ସେଲଟର ହୋମ୍ରେ ଦିଅାଯାଉଥିବା ସମସ୍ତ ସୁବିଧା ଅନ୍ତେବାସୀଙ୍କୁ ଅବଗତ […]
ଭୁବନେଶ୍ୱର : ନୂଅା ଉନ୍ନୟନ କମିଶନର ହେଲେ ଅସିତ୍ ତ୍ରିପାଠୀ । ଅାର୍. ବାଲ୍କ୍ରିଷ୍ଣନ୍ଙ୍କ ସ୍ଥାନରେ ଅସିତ୍ ତ୍ରିପାଠୀଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଉନ୍ନୟନ କମିଶନର ସହ ଗୃହ ବିଭାଗ ACS ଦାୟିତ୍ୱରେ ରହିବେ ଅସିତ୍ ତ୍ରିପାଠୀ । ଅାଜି ଉନ୍ନୟନ କମିଶନର ବାଲକ୍ରିଷ୍ଣନ ଚାକିରିରୁ ଅବସର ନେବା ପରେ ଅସିତ ତ୍ରିପାଠୀଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି। ସେହିପରି ସମବାୟ ସଚିବଙ୍କୁ OSWC ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଅାଯାଇଛି । OSWC ଅଧ୍ୟକ୍ଷ ସଂଗ୍ରାମ […]
ଭୁବନେଶ୍ୱର : ରାଜଧାନୀରେ ଅାତଙ୍କ ଚଳାଇଥିବା ଛିନ୍ତାଇ ଗ୍ୟାଙ୍ଗର ପର୍ଦ୍ଦାଫାସ। ତିନୋଟି ଛିନ୍ତାଇ ଗ୍ୟାଙ୍ଗର ୯ ଜଣ ଲୁଟେରା ଗିରଫ। ୩୫ଟି ଲୁଟ୍ ମୋବାଇଲ ସମେତ ତିନୋଟି ବାଇକ୍ ଜବତ କରିଛି ପୁଲିସ୍। ଜଟଣୀ ପୁଲିସ, ବରଗଡ ପୁଲିସ ସ୍ପେଶାଲ ସ୍କାର୍ଡ ଏମାନଙ୍କୁ ଗିରଫ କରିଛନ୍ତି। ଖଣ୍ଡିଗିରି, ପାତ୍ରପଡା, ଜଟଣୀ ସମେତ ସହରର ଏକାଧିକ ଥାନା ଅଂଚଳରେ ଏମାନେ କୋକୁଅା ଭୟ ସୃଷ୍ଟି କରିଥିଲେ। ମହିଳାଙ୍କୁ ଟାର୍ଗେଟ କରିବା ସହ ଚଳନ୍ତା ବାଇକ୍ ଉପରକୁ ଅତର୍କିତ ଲୁଟ୍ […]
ଗଜପତି: ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଅନ୍ତରବା କନ୍ୟାଶ୍ରମରୁ ନିଖୋଜ ଥିବା ୨୯ ଜଣ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଉଦ୍ଧାର କରିବା ପରେ ସମସ୍ତଙ୍କୁ ଚନ୍ଦ୍ରଗିରି ବାଳିକା ବିଦ୍ୟାଳୟରେ ରଖାଯିବା ସହ ହଷ୍ଟେଲ ଛାଡ଼ିବା ସମ୍ପର୍କରେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ନିଖୋଜ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ମୋବାଇଲ୍ ଫୋନ୍କୁ ଟ୍ରାକିଂ କରାଯାଇ ଚନ୍ଦ୍ରଗିରି ଟାଙ୍କିଲିପଦର ଗାଁ ପାଖ ଜଙ୍ଗଲରେ ଥିବା ଏକ କୁଡ଼ିଆରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସୂଚନାଥାଉ କି, ଶନିବାର ବିଳମ୍ବିତ […]
ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରିପୋର୍ଟ ଦାଖଲ କଲେ ତଦନ୍ତ କମିଶନ। ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍ ରଘୁବୀର ଦାସ ତଦନ୍ତ କମିଶନ ଅାଜି ଏ ନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଥିବା ଜଣାପଡିଛି। କମିଶନଙ୍କ ସଚିବ ଗୃହ ବିଭାଗ ଅନୁ ସଚିବଙ୍କୁ ରିପୋର୍ଟ ଦେଇଥିବା ଜଣାପଡିଛି। ମୋଟ ୩୨୪ ପୃଷ୍ଠା ସମ୍ବଳିତ ରିପୋର୍ଟ ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହେବା ପରେ ଏହାର […]