ରାଉରକେଲା : ରାଉରକେଲା ଭଞ୍ଜଭବନରେ ଦିନିକିଅା ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଫିଲ୍ମ କ୍ଳବ ଓ ଫିଲ୍ମ ଅାସୋସିଏସନ୍ ଏହାକୁ ଅାୟୋଜନ କରିଥିଲା। ଏହି ଅବସରରେ ସହର ଏବଂ ଏହାର ଅାଖପାଖ ଅଞ୍ଚଳର ବହୁ କଳାକାର ଯୋଗ ଦେଇଥିଲେ। ଏହି ଅବସରରେ ସଟ୍ ଫିଲ୍ମ, ମଡେଲିଙ୍ଗ ପ୍ରଭୃତି ପରିବେଷଣ ହୋଇଥିଲା। ନୂଅା ନୂଅା କଲେକ୍ସନକୁ ନେଇ ମଡେଲର ମାନେ ନିଜର କଳା ଚାତୁରୀ ପରିବେଷଣ କରିଥିଲେ। ଏହାକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା।
ଭୁବନେଶ୍ୱର : କୁଡୁମୀ ଜାତିକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ ନେଇ ରାଜଧାନୀରେ ଗର୍ଜିଲେ ଅାନ୍ଦୋଳନକାରୀ। ଦାବି ନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ଦାବିରେ ମାଷ୍ଟର କ୍ୟାଣ୍ଟିନ ଛକରୁ ଶୋଭାଯାତ୍ରାରେ ଅାସି ଲୋୟର ପିଏମ୍ଜିରେ ପହଞ୍ଚିଥିଲେ ଅାନ୍ଦୋଳନକାରୀ। ପରେ ସେଠାରୁ ନବୀନ ନିବାସ ଘେରିବାକୁ ଉଦ୍ୟମ ବେଳେ ଅାନ୍ଦୋଳନକାରୀଙ୍କ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। କୁଡୁମୀ ସେନା ମୁଖ୍ୟଙ୍କୁ ପୁଲିସ ଅଟକାଇଥିବାବେଳେ ଅାନ୍ଦୋଳନକାରୀମାନେ ପୁଲିସ ଠାରୁ ତାଙ୍କୁ […]
ଅନୁଗୁଳ : ଅନୁଗୁଳ ଖମାର ରେଞ୍ଜ ଶଙ୍ଖମୁର ଗାଁ ଜଙ୍ଗଲରୁ ଏକ ଛୁଅା ଦନ୍ତାହାତୀର ମୃତଦେହ ଠାବ ହୋଇଛି। ହାତୀର ବୟସ ଏକ ମାସ ହେବ ବୋଲି ଅନୁମାନ କରାଯାଉଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଅାରମ୍ଭ କରିଛି। ହାତୀର ମୃତ୍ୟୁ ଦୁଇ ଦିନ ପୂର୍ବରୁ ହୋଇଥିବା ଜଣାପଡିଛି। ମୃତ ହାତୀର ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ।
ସମ୍ବଲପୁର : ଭିଡ଼ିଓ ଭାଇରାଲ ପରେ ବିଭାଗ ଛାଡ଼ିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ। ଭିମ୍ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ ସର୍ଜରୀ ୟୁନିଟ-୧ ଅଧିକାରୀ ଦାୟିତ୍ୱ ଛାଡିଛନ୍ତି। ଏନେଇ ସର୍ଜରୀ ବିଭାଗ ମୁଖ୍ୟଙ୍କୁ ପୂଜାହାରୀ ଚିଠି ଲେଖି ଜଣାଇଛନ୍ତି। ପୂଜାହାରୀଙ୍କ ଲୁଣ ଥେରାପି, ତବଲା ଥେରାପି ଭିଡିଓ ଭାଇରାଲ ପରେ ସେ ସର୍ଜରୀ ବିଭାଗ ପଦବୀ ଛାଡିଛନ୍ତି। ପୂର୍ବରୁ କ୍ଲାସରୁମ୍ରେ ପଶି ପ୍ରଫେସରଙ୍କୁ କଡ଼ା ତାଗିଦ୍ ସହ ମଦ୍ୟପ ରୋଗୀଙ୍କୁ ୱାର୍ଡ ଭିତରେ ଚୁଟି କାଟି ଚରମ […]
ଭୁବନେଶ୍ୱର : ରେଳ ଧାରଣାରେ ହାତୀ ମୃତ୍ୟୁ ରୋକିବ ମହୁମାଛି ପନ୍ଥା। ଏଥିପାଇଁ ରେଳ ଧାରଣା କଡ଼ରେ ଲାଗିବ ମେସିନ୍। ଯେଉଁଥିରୁ ବାହାରିବ ମହୁମାଛି ଶବ୍ଦ। ରେଳ ଅାସିବା ସମୟରେ ଶବ୍ଦ ବାହାରିଲେ ହାତୀ ପାଖ ମାଡ଼ିବେନି। ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଷ୍ଟେସନରେ ଏହା ପାଇଲଟ ପ୍ରୋଜେକ୍ଟ ଭାବେ ଅାରମ୍ଭ ହେବ। ଝାରସୁଗୁଡ଼ା, କେନ୍ଦୁଝର, ଢେଙ୍କାନାଳ ଡିଏଫ୍ଓଙ୍କୁ ସ୍ଥାନ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଅାଯାଇଛି। ଅାଜି ରେଳ, ଶକ୍ତି ବିଭାଗ ଓ ବନ ବିଭାଗର ମିଳିତ ବୈଠକରେ […]
ଭୁବନେଶ୍ୱର : ରାତିରେ ଖୋଲିବ ଆହାର କେନ୍ଦ୍ର। ୨୦୧୯ ଜାନୁଆରୀ ପହିଲାରୁ ରାଜ୍ୟର ସମସ୍ତ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରେ ଏହି ସେବା ଉପଲବ୍ଧ ହେବ। ରାତିରେ ମିଳିବ ୫ ଟଙ୍କିଆ ଖାଦ୍ୟ। ସେହିପରି ଜାନୁଆରୀ ୨୬ ତାରିଖରୁ ରାଜ୍ୟର ସମସ୍ତ ୧୦୮ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆହାର ଯୋଜନା ସମ୍ପର୍କରେ ଏକ ବୈଠକ ବସିଥିଲା। ଏଥିରେ ଆହାର କେନ୍ଦ୍ରଗୁଡ଼ିକରେ ଜନସାଧାରଣଙ୍କ […]
ଭୁବନେଶ୍ୱର : ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ଲାଗି ଦାବି କରୁଥିବା ବିଜେଡି ରାଜନୀତି କରୁଛି। ଯେଉଁ ରାଜ୍ୟରେ ମହିଳାଙ୍କୁ ଅଧିକ ନିର୍ଯ୍ୟାତନାର ଶିକାର ହେବାକୁ ପଡୁଛି, ସେ ସରକାର ମହିଳାଙ୍କ ନାଁରେ ଅାଣୁଥିବା ବିଲ୍ ଏକ ପ୍ରହସନ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ରାଜ୍ୟ ସରକାରଙ୍କ ଏକ ରାଜନୈତିକ ଚାଲ୍। ସରକାର ମହିଳା ବିଲ୍କୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସେ କହିଛନ୍ତି।
ଭୁବନେଶ୍ୱର : ମୟୂରଭଞ୍ଜ ବିଜାତଳା ବ୍ଲକ୍ର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ର ଉପ-ନିର୍ବାଚନରେ ବୁଥ୍ ରିଗିଂ ଅଭିଯୋଗ। ଶାସକ ବିଜେଡିର ସମର୍ଥକମାନେ ୮ଟି ବୁଥ୍ରେ ପଶି ଜବରଦଖଲ ସହ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ କରିଛି ବିଜେପି। ଏ ନେଇ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟି ୮ଟି ଯାକ ବୁଥ୍ରେ ସାନି ନିର୍ବାଚନ ପାଇଁ ଦାବି କରିଛି। ଅାସନ୍ତାକାଲି ଫଳାଫଳ ଘୋଷଣାକୁ ସ୍ଥଗିତ ରଖି ଅନିୟମିତତା ହୋଇଥିବା ବୁଥ୍ […]
କଟକ : ବୁର୍ଲା ଭିମ୍ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ତେଜିଲା ଜୁନିଅର ଡାକ୍ତର ସଂଘର ଅାନ୍ଦୋଳନ । ୪୮ ଘଣ୍ଟା ମଧ୍ୟରେ ଯଦି ପୂଜାହାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅାନଯାଏ, ତେବେ ରାଜ୍ୟର ୩ଟି ବଡ଼ ଡାକ୍ତରଖାନାରେ କାର୍ଯ୍ୟାବନ୍ଦ ଅାନ୍ଦୋଳନ କରାଯିବ ବୋଲି ଜେଡିଏ ଚେତାବନୀ ଦେଇଛି। ନିର୍ଦ୍ଦେଶକ ପୂଜାହାରୀଙ୍କ ବହିଷ୍କାର ଦାବିରେ ହାଉସ ସର୍ଜନ, ପିଜି ଏବଂ ଅଣ୍ଡର ଗ୍ରାଜୁଏଟ୍ ସହ ସମସ୍ତ ମେଡ଼ିକାଲ ଛାତ୍ରଛାତ୍ରୀ ଅାନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ଜେଡିଏ। […]
ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଥଣ୍ଡା ଜାରି ରହିଛି। ରାତିରେ ହଠାତ୍ ତାପମାତ୍ରା ଅସ୍ୱାଭାବିକ ଭାବେ ଖସି ଆସୁଛି। ଗତକାଲି ରାଜ୍ୟର ୧୨ଟି ସହରରେ ତାପମାତ୍ରା ୧୨ ଡିଗ୍ରୀ ସେଲିସିୟସ୍ ତଳକୁ ଖସିଥିବାବେଳେ ଆଜି ଦାରିଙ୍ଗବାଡ଼ିର ତାପମାତ୍ରା ୬ ଡିଗ୍ରୀ ରହିଥିଲା। ସେହିଭଳି ଫୁଲବାଣୀରେ ତାପମାତ୍ରା ୬ ଦଶମିକ ୮ ଡିଗ୍ରୀ ରହିଥିଲା। ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ମଧ୍ୟ ରାତି ଓ ସକାଳେ ପ୍ରବଳ ଶୀତ ଲହରୀ ଅନୁଭୂତ […]
ଭୁବନେଶ୍ୱର : ଜେଲରୁ ମୁକୁଳିଲେ ଅଭିଜିତ୍ ଅାୟର। ହାଇକୋର୍ଟରୁ ଜାମିନ ପରେ ଅାଜି ଅଭିଜିତ୍ ଅାୟର ମିତ୍ରଙ୍କୁ ତଳକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଭୁବନେଶ୍ୱର SDJM ଓ କୋଣାର୍କ JMFC କୋର୍ଟ ଅାଜି ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଅଭିଜିତଙ୍କୁ ଜାମିନ୍ ମିଳିଥିବା ବେଳେ ଭବିଷ୍ୟତରେ ସେ ଅାଉ ଏଭଳି ଅରୁଚିକର ମନ୍ତବ୍ୟ ନଦେବାକୁ କୋର୍ଟ ସର୍ତ୍ତ ରଖିଥିଲେ। ଭୁବନେଶ୍ୱର ସହିଦନଗର ଥାନା ଓ କୋଣାର୍କ ଥାନାରେ ଅାୟରଙ୍କ ବିରୋଧରେ […]
ଭୁବନେଶ୍ୱର : ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗରେ ନବୀନଙ୍କୁ ମିଳିବ କି ସମର୍ଥନ ? ୨୨ଟି ରାଜନୈତିକ ଦଳ ମଧ୍ୟରୁ କେଉଁମାନେ କରିବେ ସମର୍ଥନ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା। ଗତକାଲି ସବୁ ଦଳକୁ ବିଜେଡି ପ୍ରତିନିଧି ଭେଟି ସମର୍ଥନ ଲୋଡ଼ିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବା ପରେ ଅାଜି ନବୀନ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମର୍ଥନ ମାଗିଛନ୍ତି। ତେବେ ଜାତୀୟ ରାଜନୀତିରେ ବିଜେଡିର ଅାଭିମୁଖ୍ୟ […]
ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ବିରୋଧରେ ଆଜି ଫାଇନାଲ୍ ଚାର୍ଜସିଟ୍ ଦାଖଲ ହେବ। ତଦନ୍ତ ଭାର ହାତକୁ ନେଇଥିବା କ୍ରାଇମବ୍ରାଞ୍ଚ ଟିମ୍ ଦୀର୍ଘ ୧୧ମାସ ଧରି ବିଭିନ୍ନ ଦିଗରୁ ଖୋଳତାଡ଼ କରି ୬୫ ପୃଷ୍ଠାର ଚୂଡ଼ାନ୍ତ ଚାର୍ଜସିଟ୍ ପ୍ରସ୍ତୁତ କରିଛି। ଯେଉଁଥିରେ ୭୬ଜଣ ସାକ୍ଷୀଙ୍କ ବୟାନ ରହିଛି। ସାଇଣ୍ଟିଫିକ୍ ଟିମ୍, ବିଶେଷଜ୍ଞଙ୍କ ମତ ଓ ମାଳ ମାଳ ତଥ୍ୟ ପାଟଣାଗଡ଼ ଏସ୍ଡିଜେଏମ୍ କୋର୍ଟରେ ଆଜି ଦାଖଲ ହେବ। ଗତ […]
ଭୁବନେଶ୍ୱର : ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ରଙ୍କ ନାଁରେ ବିଜେପିର ସଂଗୀନ ଅଭିଯୋଗ। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏକ ପ୍ରେସ୍ମିଟ୍ କରି କହିଛନ୍ତି, ସସ୍ମିତ୍ଙ୍କ ଛତ୍ରଛାୟାରେ ଅଛନ୍ତି ଗୁଡ଼ ନ୍ୟୁଜ୍ ଇଣ୍ଡିଅା ମୁଖ୍ୟ ଫୟାଜ ରେହମାନ। ସସ୍ମିତ୍ଙ୍କ ଜରିଅାରେ ଫୟାଜ ଓଡ଼ିଶାରେ କାୟା ବିସ୍ତାର କରିଥିବା ପ୍ରଭାତୀ ଅଭିଯୋଗ କରିଛନ୍ତି। ଢେଙ୍କାନାଳ ସେଲଟର ହୋମ୍ ନିର୍ଯାତନା ପ୍ରତିବାଦରେ ବିକ୍ଷୋଭ କରିବ ବିଜେପି। ୭ ଓ ୮ ତାରିଖ ଦୁଇ ଦିନ ଧରି ୩୦ଟି […]
ଗଜପତି : ଢେଙ୍କାନାଳରେ ଗୁଡ ନ୍ୟୁଜ୍ ଇଣ୍ଡିଅା ଦ୍ୱାରା ପରିଚାଳିତ ସେଲ୍ଟର ହୋମ୍ରେ ଯୌନ ନିର୍ଯାତନା ଘଟଣା ପଦାକୁ ଅାସିବା ପରେ ହଠାତ୍ ସକ୍ରିୟ ହୋଇଉଠିଛି ଚାଇଲ୍ଡ ଲାଇନ୍। ତୁରନ୍ତ ପଞ୍ଜୀକରଣ କର, ନଚେତ୍ ବନ୍ଦ କର। ଗଜପତି ଜିଲ୍ଲାରେ ପଞ୍ଜୀକୃତ ନହୋଇ ବେଅାଇନ୍ ଭାବେ ୪୮ଟି ଶିଶୁ ଗୃହ ଚାଲିଥିବା ଜଣାପଡିବା ପରେ ସମ୍ପୃକ୍ତ ସଂସ୍ଥା ଗୁଡିକୁ ଏଭଳି ଚେତାବନୀ ଦେଇଛି ପ୍ରଶାସନ। ଜୁଭେନାଇଲ ଜଷ୍ଟିସ୍ ଅାକ୍ଟ ଅନୁସାରେ, ୨୦୧୭ ଡିସେମ୍ବର ସୁଦ୍ଧା ପଞ୍ଜୀକରଣ ବାଧ୍ୟତାମୂଳକ […]
ଭୁବନେଶ୍ୱର : ଭୁବନେଶ୍ୱରରେ ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ଅାଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତା ଯୋଗ ଦେଇଥିବାବେଳେ ବଲିଉଡ୍ ଅଭିନେତା ପ୍ରକାଶ ରାଜ୍ ମଧ୍ୟ ସାମିଲ ହୋଇଥିଲେ। ଓଡ଼ିଶା ଜନ ସଚେତନତା ମଞ୍ଚ ପକ୍ଷରୁ ଅାୟୋଜିତ ଅାଲୋଚନା ଚକ୍ରରେ ଯୋଗଦେଇ ଦେଶରେ ଦେଖା ଦେଇଥିବା ସାମ୍ବିଧାନିକ ସଂକଟ ଓ ଗଣତନ୍ତ୍ର ପ୍ରତି ବିପଦ ଉପରେ ଅତିଥିମାନେ ଅାଲୋଚନା କରିଥିଲେ। ପ୍ରକାଶ ରାଜ୍ ତାଙ୍କ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, […]
ବାରିପଦା : ଅାରମ୍ଭ ହେଲା ମୟୂରଭଞ୍ଜ ମହୋତ୍ସବ ୨୦୧୮ । ଗତକାଲି ଏହାର ଉଦ୍ଘାଟନୀ ରାଲି ବାରିପଦା ଠାରେ ଅନୁଷ୍ଠିତ ହୋଇଥିଲା। ଓଲିଉଡ ଅଭିନେତା ଉତ୍ତମ ମହାନ୍ତି ଓ ଅସିତ୍ ପତି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ପରେ ଧୁମ୍ସାର ତାଳେ ତାଳେ ଅାଦିବାସୀ ନୃତ୍ୟ ପ୍ରଦର୍ଶିତ ହେବା ସହ ଛୋଟ ଛୋଟ ପିଲାମାନଙ୍କ ଡ୍ୟାନ୍ସ ମାଧ୍ୟମରେ ଏହି କାର୍ନିଭାଲ ସୋ’ ସହର ପରିକ୍ରମା କରିଥିଲା। ଏହି ଉତ୍ସବରେ ଶହ ଶହ ଲୋକ ଭିଡ଼ ଜମାଇ ଗୀତନାଚର […]
ପୁରୀ : ଓଡ଼ିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଜେଲ ଯାଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କୁ ଜାମିନ୍ ମିଳିଛି। କୋଣାର୍କ JMFC ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଭବିଷ୍ୟତରେ ଓଡ଼ିଶା ପ୍ରତି ଆଉ ଅରୁଚିକର ମନ୍ତବ୍ୟ ନଦେବା ଓ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଏହି ଜାମିନ ମିଳିଛି। ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଓଡ଼ିଶା ଆସି ବିଧାନସଭା ଗୃହ କମିଟି ଆଗରେ ହାଜର ହେବା ପରେ ଅଭିଜିତ ଆୟର ମିତ୍ରଙ୍କୁ […]
ଭୁବନେଶ୍ୱର : ଉଚ୍ଚଶିକ୍ଷାର ମାନବୃଦ୍ଧି ଲାଗି ବ୍ଲୁ-ପ୍ରିଣ୍ଟ । ଏଥିଲାଗି ଶିକ୍ଷା ବ୍ୟବସ୍ଥାରେ ଅଣାଯିବ ସଂସ୍କାର। ଉଚ୍ଚଶିକ୍ଷା ପରିଷଦର ଉଚ୍ଚସ୍ତରୀୟ ବୈଠକରେ ଅାଜି ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁୟାୟୀ ଏଣିକି ସାରା ରାଜ୍ୟରେ ଯୁକ୍ତ ତିନି ପାଇଁ ଲାଗୁ ହେବ ଏକକ ପାଠ୍ୟକ୍ରମ। ସେହିପରି ପିଜି ଅାଡ୍ମିଶନ ଲାଗି ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଷ୍ଟୁଡେଣ୍ଟସ ଏକାଡେମିକ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ-ସାମ୍ସ ଏହି ପ୍ରବେଶିକା ପରୀକ୍ଷା ପରିଚାଳନା କରିବ। ସାରା ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଗୋଟିଏ ମାନଦଣ୍ଡରେ […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟର ବରକୋଟ ଘାଟିରେ ମାଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଏଥିରେ ସରକାରଙ୍କ ଫାଶୀବାଦ ନୀତି ଓ ମୋଦି ସରକାରଙ୍କ ବ୍ରାହ୍ମଣବାଦ ରାଜନୀତିକୁ ବିରୋଧ କରାଯାଇଛି। ଏସବୁ ନୀତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିରୋଧ କରିବାକୁ ପୋଷ୍ଟରରେ ନିବେଦନ କରାଯାଇଛି। ସିଆର୍ପିଏଫ୍ କ୍ୟାମ୍ପ ଠାରୁ ୧ କିଲୋମିଟର ଦୂରରେ ଏହି ବ୍ୟାନର୍ ଲାଗିଛି। ବ୍ୟାନର୍ ଲାଗିବା ଯୋଗୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଘାଟିରେ ଯାନବାହାନ ଚଳାଚଳ ମଧ୍ୟ […]
କେନ୍ଦ୍ରାପଡା : କେନ୍ଦ୍ରାପଡା ମହାକାଳପଡା ବ୍ଲକ୍ର ଅଳାଇଲୋ ଗାଁ ନିକଟରୁ ଏକ ମୃତ କୁମ୍ଭୀର ଉଦ୍ଧାର କରାଯାଇଛି। କୁମ୍ଭୀରଟିର ଲମ୍ବ ପ୍ରାୟ ତିନିରୁ ଚାରିଫୁଟ ହେବ। ମୃତ କୁମ୍ଭୀରଟି ଗୋବରୀ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେଇଥିଲେ। କୁମ୍ଭୀରଟିର ଶରୀର ପଚିସଢି ଯାଇଥିବାରୁ କିଛି ଦିନ ପୂର୍ବରୁ କୁମ୍ଭୀରଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ଭୁବନେଶ୍ୱର : ଅଭିଜିତ ଅାୟର ମିତ୍ରଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ଭୁବନେଶ୍ୱର ସହିଦ ନଗର ଓ କୋଣାର୍କ ଥାନାରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି। ଜାମିନ ବେଳେ ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି। ଜାମିନ ମିଳିବା ପରେ ଅଭିଜିତ ଜେଲରୁ ବାହାରିବାର ବାଟ ଫିଟିଛି। ଗତକାଲି ରାଜ୍ୟ ସରକାର ଅଭିଜିତଙ୍କ ବିରୋଧରେ ଥିବା ସବୁ ମାମଲା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରେସ୍ […]
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଡୁମୁରିସାହିରେ ଅଭାବନୀୟ ଘଟଣା ଘଟିଛି। ଖେଳ ଦେଖି ଫେରିବା ରାସ୍ତାରେ ଝଗଡ଼ା ଯୋଗୁ ଗଣ୍ଡଗୋଳ ଓ ଗଣ୍ଡଗୋଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନଦୀଗଡ଼ିଆରୁ ଫୁଟବଲ ଖେଳ ଦେଖି ଫେରିବାବେଳେ କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଦୁଇ ଜଣ ଆହତ ହୋଇଥିଲେ। ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଲକ୍ଷ୍ମଣ […]
ଭୁବନେଶ୍ୱର : ରେଲୱେ ଓ ଜିଅାର୍ପିର ସୁରକ୍ଷା ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଯାତ୍ରୀଙ୍କ ସୁରକ୍ଷା, ରେଳବାଇର ଭିତ୍ତିଭୂମିର ବିକାଶ, ନକ୍ସଲ ଅଂଚଳରେ ସୁରକ୍ଷିତ ରେଳ ଚଳାଚଳ ଓ ଭିଅାଇପିଙ୍କ ସୁରକ୍ଷା ପ୍ରସଙ୍ଗରେ ଅାଲୋଚନା ହେଉଛି। ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଥିବା ଏହି ବୈଠକରେ ଅାରପିଏଫର ତିନିଜଣ ଅାଇଜି, ଜିଅାରପିର ଏଡିଜି ଓ ଦୁଇଜଣ ଏସପି ଉପସ୍ଥିତ ଅଛନ୍ତି।
ବଲାଙ୍ଗିର : ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଅାନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ଭିତରକୁ ଛାଡି ନାହାନ୍ତି ଅାନ୍ଦୋଳନକାରୀ। ଜିଲ୍ଲାପାଳଙ୍କୁ କଚେରୀ ଗେଟ୍ ନିକଟରୁ ଫେରାଇ ଦେଇଛନ୍ତି। ଜିଲ୍ଲାପାଳଙ୍କର ଅାଜି ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ଥିବାବେଳେ ସେ ଏହି ବୈଠକରେ ଯୋଗ ଦେଇପାରିନାହାନ୍ତି। ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗତ ସୋମବାର ଠାରୁ ଚାଲିଛି ଅାନ୍ଦୋଳନ। ଅାନ୍ଦୋଳନକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ, ତହସିଲ ବନ୍ଦ […]