• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

fire
ନିଆଁରେ ଜିଅନ୍ତା ପୋଡିଗଲେ ମହିଳା

 ମୟୂରଭଞ୍ଜ : ନିଆଁରେ ଜିଅନ୍ତା ପୋଡିଗଲେ ମହିଳା। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଚୁଆପାଣି ଗାଁରେ ଆଜି ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁସାରେ ସନ୍ଧ୍ୟା ପ୍ରାୟ ସାଢେ ପାଂଚଟା ସମୟରେ ଗାଁର ଦିନକୃଷ୍ଣ ଗିରିଙ୍କ ଘରେ ହଠାତ ଚିତ୍କାର ଶୁଣିବାକୁ ମିଳିଥିଲା। ଘରେ କେହି ନଥିବାବେଳେ, ଗ୍ରାମବାସୀ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ଏହି ସମୟରେ ଜଣେ ମହିଳାଙ୍କ ଦେହରେ ନିଆଁ ଜଳୁଥିବା ଦେଖିଥିଲେ। ତେବେ ସେ ପ୍ରାଣ ହରାଇଥିବାରୁ ଗ୍ରାମବାସୀ ସଙ୍ଗେସଙ୍ଗେ ଦମକଳ […]

  • Friday, 16 July 2021
deadbody
ଦମ୍ପତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : ସନ୍ଦେହଜନକ ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ବାମେବାରୀ ରୁଙ୍ଗଟା ଖଣି ଅଫିସର୍ସ କଲୋନୀର ଏକ ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ସ୍ୱାମୀ ସୁଜିତ ହେମ୍ବ୍ରମ୍‌ଙ୍କ ମୃତଦେହ ମିଳିଥିବାବେଳେ ବିଛଣାରେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ପଡିଥିଲା। ସୁଜିତ୍ ରୁଙ୍ଗଟା କମ୍ପାନୀରେ ମେକାନିକାଲ୍ ଇଞ୍ଜିନିୟର ଭାବେ କାମ କରୁଥିଲେ। ସୁଜିତଙ୍କୁ ତାଙ୍କ ସହକର୍ମୀ ଫୋନ୍‌ କରିଥିଲେ। ହେଲେ ସୁଜିତ ଫୋନ୍‌ ନ ଉଠାଇବାରୁ ସନ୍ଦେହ କରି ଘରକୁ ଆସିଥିଲେ। […]

  • Friday, 16 July 2021
rice field burn
ଜଳିଗଲା ୨୫ ଏକର ଧାନ ଜମି

ବାଲେଶ୍ୱର : ଜଳିଗଲା ଏକର ଏକର ଧାନ ଫସଲ। ବାଲେଶ୍ୱର ବସ୍ତା ବ୍ଲକ୍‌ ଧୂଳିଉଡା ଗାଁରେ ଥିବା ଧାନ ଜମିରେ ଭୟଙ୍କର ନିଆଁ ଲାଗିଥିବା ଜଣାପଡିଛି। ନିଆଁରେ ପ୍ରାୟ ୪୦ ଏକରରୁ ଅଧିକ ଜମିରେ ଫସଲ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡପରେ ବସ୍ତା ଅଗ୍ନିଶମ ବିବାଗକୁ ଖବର ଦିଆଯାଇଥିଲା। ତେବେ ରାସ୍ତା ନଥିବାରୁ ଦମକଳ ଗାଡ଼ି  ଘଟଣାସ୍ଥଳରେ ପହଞ୍ଚିପାରିନଥିଲା। ଏ ନେଇ ଖବର ପାଇବା ପରେ ଜଳେଶ୍ୱର ବିଧାୟକ ଅଶ୍ୱନୀ ପାତ୍ର ଘଟଣା ସ୍ଥଳରେ ପହଞ୍ଚିଥିଲେ। ବସ୍ତା […]

  • Friday, 16 July 2021
satya-prakash-up
CMOକୁ ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟ ନାୟକଙ୍କ ଟାର୍ଗେଟ

ଭୁବନେଶ୍ୱର : CMO କୁ କଂଗ୍ରେସର ଟାର୍ଗେଟ। CMOର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ବହିଷ୍କାର ଦାବି କଲା କଂଗ୍ରେସ। ବିଜେଡି କର୍ମୀଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ପାଇଁ  ଜିଲ୍ଲାପାଳ ଓ ଏସ୍‌ପିଙ୍କୁ  CMOର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଥିବା ଅଭିଯୋଗ କରିଛନ୍ତି ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟ ନାୟକ। ଏହା ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ନିୟମ ଉଲ୍ଲଂଘନ ବୋଲି ଦର୍ଶାଇବା ସହ ଓଡ଼ିଶାର IAS, IPSମାନେ ବିଜେଡି ନେତା ଓ […]

  • Friday, 16 July 2021
naveen
ଓଡ଼ିଶା ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି କରିବ ବିଜେଡି

ଭୁବନେଶ୍ୱର : ଓଡ଼ିଶା ପାଇଁ ପୁଣି ସ୍ୱତନ୍ତ୍ର ପାହ୍ୟା ଦାବି କରିବ ବିଜେଡି। ୧୧ ତାରିଖରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ଏହି ପ୍ରସଙ୍ଗ ଉପସ୍ଥାପନ କରାଯିବ।  ବିଜେଡିର ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ହୋଇଥିବା ବୈଠକ ପରେ ପ୍ରତାପ ଦେବ କହିଛନ୍ତି, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ସହିତ ସଂସଦରେ ୯ଟି ପ୍ରସଙ୍ଗ ଉଠାଇବାକୁ ସ୍ଥିର କରାଯାଇଛି। ଲୋକସଭା, ବିଧାନସଭାରେ ମହିଳାଙ୍କ ଲାଗି ୩୩% […]

  • Friday, 16 July 2021
srikant
ଶ୍ରୀକାନ୍ତ ଜେନା ପିସିସିର ସବୁ କମିଟିରୁ ଇସ୍ତଫା ଦେଇଥିବା ସୂଚନା

ଭୁବନେଶ୍ୱର : ତେଜିଲା କଂଗ୍ରେସ କନ୍ଦଳ। ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ପ୍ରଦେଶ କଂଗ୍ରେସ କମିଟିର ସବୁ କମିଟିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ପିସିସିର କାର୍ଯ୍ୟକାରିଣୀ ଓ ନିର୍ବାଚନ କମିଟିର ସଦସ୍ୟ ଥିଲେ ଶ୍ରୀକାନ୍ତ। ଏ ସମସ୍ତ କମିଟି ସଦସ୍ୟ ପଦରୁ ଶ୍ରୀକାନ୍ତ ନିଜ ଇସ୍ତଫା ପତ୍ର ପଠାଇ ଦେଇଥିବା ଜଣାପଡ଼ିଛି। ଶ୍ରୀକାନ୍ତ ଏନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଅବଗତ କରିଥିବା ସୂଚନା ମିଳିଛି। ପୂର୍ବରୁ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ରୂପେ ଦାୟିତ୍ୱ […]

  • Friday, 16 July 2021
k1
ଗାଡ଼ି ଚୋରି ରାକେଟ୍‌ରେ କିରାଣି!

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ତହସିଲ ଅଫିସ୍‌ ର ଜଣେ କିରାଣିଙ୍କୁ ଗାଡ଼ି ଚୋରି ରାକେଟ୍‌ରେ ସଂପୃକ୍ତି ଥିବା ଅଭିଯୋଗରେ ପୁଲିସ୍‌ ଅଟକ ରଖିଛି। କିରାଣିଙ୍କ ନିକଟରୁ ପୁଲିସ୍‌ ୨ଟି ବାଇକ୍‌ ଜବତ କରିଛି। ଜବତ ବାଇକ୍‌ ଗୁଡ଼ିକ ଚୋରା ଗାଡ଼ି ବୋଲି ପୁଲିସ୍‌ ସୂଚନା ଦେଇଛି। ଗାଡ଼ି ଚୋରି ରାକେଟ୍‌ ନେଇ ପୁଲିସ୍‌ ସୂଚନା ପାଇବା ପରେ ସଂପୃକ୍ତ କିରାଣିଙ୍କୁ ଅଫିସରୁ ଉଠାଇ ନେଇଥିଲା। ତେବେ ରାଜନଗର, ରାଜକନିକା ଅଞ୍ଚଳରେ ଏହି ରାକେଟ୍‌ ସକ୍ରିୟ ଥିବା ପୁଲିସ୍‌ […]

  • Friday, 16 July 2021
murder
ଝିଅ ହତ୍ୟାର ପ୍ରତିଶୋଧ ନେଲା ବାପା !

ଗଞ୍ଜାମ  : ଝିଅ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ସମୁଦୁଣୀକୁ ହତ୍ୟା କଲେ ସମୁଦି। ଅଭିଯୋଗ ଆସିଛି ଗଞ୍ଜାମ ବୁଗୁଡ଼ା ଥାନା ଅନ୍ନପୂର୍ଣ୍ଣା ସାହିରୁ। ଯୌତୁକ ପାଇଁ ଝିଅକୁ ଗତବର୍ଷ ହତ୍ୟା କରାଯାଇଥିବା ବାପା ପଦ୍ମ ସାହୁ ଅଭିଯୋଗ କରିଥିଲେ। ଏନେଇ ଥାନାରେ ମାମଲା ଥିବାବେଳେ ଝିଅର ଶାଶୁଘର ଲୋକେ ଜେଲ ବି ଯାଇଥିଲେ। ତେବେ ନିକଟରେ ଶାଶୁ କନକ ସାହୁ ଜେଲ୍‌ରୁ ମୁକୁଳିଥିଲେ। ଜେଲ୍‌ରୁ ଫେରିବା ପରେ ପ୍ରତିଶୋଧ ପରାୟଣ ହୋଇ ପଦ୍ମ ସାହୁ ନିଜ […]

  • Friday, 16 July 2021
c1
ବିଦେଶରେ ଚାକିରି କରାଇ ଦେବା ନାଁରେ ୧୦ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ

କେନ୍ଦ୍ରାପଡ଼ା: ବିଦେଶରେ ଚାକିରି କରାଇଦେବା ନାଁରେ ୧୦ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି, ରାଜକନିକା ଓ ରାଜନଗର ଅଞ୍ଚଳର ଯୁବକ ମାନଙ୍କୁ କୁଏତ୍‌ରେ ଚାକିରି କରାଇଦେବା କହି ଜଣେ ବ୍ୟକ୍ତି ୧୦ ଲକ୍ଷ ଟଙ୍କା ଠକି ନେଇଥିବା ରାଜକନିକା ଥାନାରେ ଅଭିଯୋଗ ହୋଇଛି। ରାଜକନିକା ଅଞ୍ଚଳର ବିଶ୍ୱଜିତ୍‌ ସ୍ୱାଇଁଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ବିଶ୍ୱଜିତ୍‌ ୧୨ଜଣ ଯୁବକଙ୍କଠାରୁ ୬୦ ହଜାର ଟଙ୍କା ଲେଖାଏ ନେଇଥିଲେ। ଏହାପରେ […]

  • Friday, 16 July 2021
maneka
ବେଲଟିକିରି ସେଲଟର ହୋମ୍ ନିର୍ଯାତନା ଘଟଣାରେ ଉଦ୍‌ବେଗ ପ୍ରକାଶ କଲେ ମାନେକା ଗାନ୍ଧି

ଢେଙ୍କାନାଳ : ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ଯାତନା ଘଟଣାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଚିଠି ଲେଖିଛନ୍ତି। ଜିଲ୍ଲା ହେଡ୍‌କ୍ୱାର୍ଟରରୁ ମାତ୍ର ୧୦ କିଲୋମିଟର ଦୂରରେ ଏଭଳି ଜଘନ୍ୟ ଘଟଣାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ଘଟଣାରେ ଶିଶୁ ସୁରକ୍ଷା ଯୋଜନାର ବଡ଼ ଧରଣର ଉଂଲଘନ ହୋଇଛି। ଏଥିରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଆଡ଼କୁ […]

  • Friday, 16 July 2021
b2
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ନିସ୍ତୁକ ପିଟିଲେ ଲୋକେ

ବାରିପଦା: ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ଲୋକେ ନିସ୍ତୁକ ପିଟିବା ସହ ପ୍ରଧାନ ଶିକ୍ଷକଙ୍କୁ ଲଣ୍ଡା କରି ଲହୁଲୁହାଣ ମଧ୍ୟ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ମୋରଡାର ଏକ ବିଦ୍ୟାଳୟରେ କିଛି ଛାତ୍ରୀଙ୍କୁ ସ୍କୁଲର ପ୍ରଧାନଶିକ୍ଷକ ଗତ ୨୯ ତାରିଖରେ ଅସଦାଚରଣ କରିଥିବା ଛାତ୍ରୀମାନେ ସେମାନଙ୍କ ଘର ଲୋକଙ୍କୁ ଜଣାଇଥିଲେ। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ସଂପୃକ୍ତ ପ୍ରଧାନଶିକ୍ଷକ ଅସୁସ୍ଥତା କାରଣ […]

  • Friday, 16 July 2021
baijayanta-up
ସୁଶାସନ ପାଇଁ ପରିବର୍ତ୍ତନ ଜରୁରୀ : ବୈଜୟନ୍ତ

ନୂଆପଡ଼ା : ନୂଆପଡ଼ା ଉଦ୍ୟାନବନ୍ଧରେ ଆୟୋଜିତ ‘ହେଇଯାଉ’ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ରାଜ୍ୟରେ ଦୁର୍ନୀତି, ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ଗୁଣ୍ଡାଗିରି ବଢିଛି, ଚାଷୀଙ୍କୁ ନ୍ୟାୟ ମିଳୁନି। ପ୍ରତିବର୍ଷ ରାଜ୍ୟରୁ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ତେଣୁ ସୁଶାସନ ପାଇଁ ପରିବର୍ତ୍ତନ ଜରୁରୀ ବୋଲି ମତ ଦେଇଛନ୍ତି ବୈଜୟନ୍ତ। ତାସହ ‘ହେଇଯାଉ’ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ସମର୍ଥନ ବଢିଛି ଓ ଏହା ଏବେ ସ୍ଲୋଗାନରେ ପରିଣତ […]

  • Friday, 16 July 2021
b1
ଅଶ୍ଳୀଳ ଭିଡିଓ ଭାଇରାଲ ପରେ ଯୁବତୀଙ୍କ ଆତ୍ମହତ୍ୟା!

ଅନୁଗୁଳ: ଅଶ୍ଳୀଳ ଭିଡିଓ ଭାଇରାଲ ହେଲା ପରେ ଲୋକଲଜ୍ଜାରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁସାରେ, ଗତ କିଛି ବର୍ଷ ପୂର୍ବେ ଜଣେ ଯୁବକଙ୍କ ସହ ଉକ୍ତ ଯୁବତୀଙ୍କ ଫୋନ୍‌ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ପ୍ରେମିକ ଜଣକ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ କରିବା ସହ ଭାଇରାଲ କରିଥିବା ସନ୍ଦେହ କରାଯାଉଛି। ବନ୍ତଳା ଅଞ୍ଚଳରେ ଭିଡିଓ ଭାଇରାଲ […]

  • Friday, 16 July 2021
loot
ପୁଲିସ୍‌ ପରିଚୟ ଦେଇ ଲୁଟିନେଲେ

ଯାଜପୁର: ଅଭିନୟ ଉପାୟରେ ବୃଦ୍ଧା ଦମ୍ପତିଙ୍କଠାରୁ ସୁନା ଚେନ୍ ଲୁଟ୍ ନେଇଛନ୍ତି ୩ଜଣ ଦୁର୍ବୁତ୍ତ। ବସ୍‌ଷ୍ଟପ୍‌ରେ  ଏହି ଦମ୍ପତି ଛିଡା ହୋଇଥିବା ବେଳେ ନିଜକୁ ପୁଲିସ୍‌ ଅଧିକାରୀର ପରିଚୟ ଦେଇ ଅଭିଯୁକ୍ତମାନେ ଲୁଟ୍ଟି‌ କରିଛନ୍ତି। ଯାଜପୁର ରୋଡ୍ ଥଆନା ଦଳା ଅଞ୍ଚଳରେ ଏହି ଘଟଣା ଘଟିଛି। ମିଳିଥିବା ଖବର ଅନୁସାରେ ଭଦ୍ରକ ଭଣ୍ଡାରୀ ପୋଖରୀ ଅଞ୍ଚଳର ବିଷ୍ଣୁଚରଣ ସୁତାର ଓ ତାଙ୍କ ସ୍ତ୍ରୀ ରମା ସୁତାର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଆଜି ସେମାନେ ଘରକୁ ଫେରିବା […]

  • Friday, 16 July 2021
arrest
କଟକ କେଶରପୁର ବୋମାମାଡ଼ ଘଟଣାରେ ଧରା ପଡ଼ିଲେ ଅଭିଯୁକ୍ତ

କଟକ : କଟକ କେଶରପୁର ବୋମାମାଡ଼ ଘଟଣାରେ ଧରା ପଡ଼ିଲେ ଅଭିଯୁକ୍ତ। ୩ ଅଭିଯୁକ୍ତକୁ ଗିରଫ କଲା ପୁରୀଘାଟ ପୁଲିସ। ତାଙ୍କ ଠାରୁ ଗୋଟିଏ ଗୋଟିଏ ବାଇକ୍‌ ମଧ୍ୟ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଶେଖ୍ ସୋନୁ, ଶେଖ ଆସ୍ରଫ ଓ ମିର ଆଫ୍ରଜ ଅଲ୍ଳୀ। କେଶରପୁର ଅଂଚଳର ଜଣେ ବ୍ୟକ୍ତିଙ୍କ ଘର ତିଆରି ପୂର୍ବରୁ ୨ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ହେଲେ ସଂପୃକ୍ତ ବ୍ୟକ୍ତି ବଟି ନ ଦେବାରୁ ତାଙ୍କ ଘର ଉପରକୁ […]

  • Friday, 16 July 2021
p11
ମେଚ୍ୟୁରିଟି ଟଙ୍କା ପ୍ରଦାନରେ ବିଳମ୍ବକୁ ନେଇ ଡାକ ଘରେ ଉତ୍ତେଜନା

ମୟୂରଭଞ୍ଜ: ଡାକ ଘରେ ଗ୍ରାହକଙ୍କ ମେଚ୍ୟୁରିଟି ଟଙ୍କା ପ୍ରଦାନରେ ବିଳମ୍ବକୁ ନେଇ ଗ୍ରାହକମାନେ ତାତିଛନ୍ତି।  ଯାହାକୁ ନେଇ ପୋଷ୍ଟ ଅଫିସ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ମୁଖ୍ୟ ଡାକଘରେ ଦେଖିବାକୁ ମିଳିଛି। ହିତାଧିକାରୀଙ୍କ ଆରଡି ଏବଂ ଅନ୍ୟ ଟଙ୍କା ମେଚ୍ୟୁରିଟି ହୋଇସାରିଥିବା ବେଳେ ଉକ୍ତ ଟଙ୍କା ନେବା ନିମନ୍ତେ ହିତାଧିକାରୀମାନେ ବାରମ୍ବାର ପୋଷ୍ଟ ଅଫିସ୍ ଚକ୍କର୍‌ କାଟିଥିଲେ ସୁଦ୍ଧା ତାଙ୍କୁ ମିଳି ନଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆଜି ଗ୍ରାହକମାନେ […]

  • Friday, 16 July 2021
polioce
ନକଲି ପୁଲିସ୍‌କୁ ଧରିଲା ଅସଲି ପୁଲିସ

ଜୟପୁର  : ନକଲି ପୁଲିସ୍‌କୁ ଧରିଲା ଅସଲି ପୁଲିସ। ଡକାୟତ ଉଦ୍ୟମ ପାଇଁ ଯୋଜନା କରୁଥିବା ୮ଜଣ ଡକାୟତଙ୍କୁ କାବୁ କଲା ଜୟପୁର ଟାଉନ ପୁଲିସ। ସେମାନଙ୍କ ଠାରୁ ଗୋଟିଏ ଏରଟିଗା କାର, ୧୨ଟି ମୋବାଇଲ ସହ ମାରଣାସ୍ତ୍ର ଓ ପୁଲିସ ଡ୍ରେସ ଜବତ କରାଯାଇଛି। ଏମାନେ ମଧ୍ୟପ୍ରଦେଶ ସମେତ କୋରାପୁଟ ଜିଲ୍ଲାର ଜାତୀୟ ରାଜପଥରେ ଯାଉଥିବା ଗାଡିକୁ ଅଟକାଇ ଲୁଟ ଉଦ୍ୟମ ପାଇଁ ଯୋଜନା କରୁଥିଲେ। ହେଲେ ଯୋଜନା ବିଫଳ ହେବାରୁ ଟାଉନ ପୁଲିସ ଗିରଫ […]

  • Friday, 16 July 2021
s1
ଶିକ୍ଷକଙ୍କ ବଦଳି ଆଦେଶ ପ୍ରତ୍ୟାହାର ଦାବିରେ ଛାତ୍ରୀଙ୍କ ରାସ୍ତାରୋକ

ବାଲେଶ୍ୱର: ଶିକ୍ଷକଙ୍କ ବଦଳି ଆଦେଶକୁ ପ୍ରତ୍ୟାହାର କରିବା ଦାବିରେ ଛାତ୍ରୀମାନେ ରାସ୍ତାରୋକ କରିଛନ୍ତି। ବାଲେଶ୍ୱର ରେମୁଣା ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ଛାତ୍ରୀମାନେ ସ୍କୁଲରେ ତାଲା ପକାଇ ରାସ୍ତାରେ ବସିଛନ୍ତି। ଖନ୍ତାପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇଥିବା ଶିକ୍ଷକ ରାମଚନ୍ଦ୍ର ସ୍ୱାଇଁଙ୍କ ବଦଳି ଆଦେଶ ପ୍ରତ୍ୟାହାର କରିବା ସେମାନଙ୍କ ଦାବି ରହିଛି। ପୁଲିସ୍‌ ସ୍କୁଲ୍‌ରେ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାସୁଝା କରିଛି।

  • Friday, 16 July 2021
ashwin
ପୂଜାହାରୀଙ୍କୁ ସୋ’କଜ୍ ନୋଟିସ୍‌

ଭୁବନେଶ୍ୱର : ଭିମସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ଅାଜି ସୋ’ କଜ୍ ନୋଟିସ ଜାରି ହୋଇଥିବା ବେଳେ ନୋଟିସ ଉତ୍ତର ମିଳିବା ଏବଂ ବିଭାଗ ପକ୍ଷରୁ ଏହାର ବିଚାର କରାଯିବା ପର୍ଯ୍ୟନ୍ତ ତାଙ୍କୁ ଛୁଟିରେ ରହିବା ଲାଗି ନିର୍ଦ୍ଦେଶ ଦିଅାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କମିଶନର ତଥା ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ ପକ୍ଷରୁ ଏହି ସୋ’କୋଜ୍ ଜାରି ହୋଇଛି। […]

  • Friday, 16 July 2021
puri
ଘୋଷଣା ହେଲା ଦଇତାପତି ନିଯୋଗର ନିର୍ବାଚନ ଫଳାଫଳ

ପୁରୀ: ଶ୍ରୀମନ୍ଦିର ଦଇତାପତି ନିଯୋଗ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଏହି ଘୋଷଣା ଅନୁସାରେ ରବୀନ୍ଦ୍ର ଦାସ ମହାପାତ୍ର ନିଯୋଗର ନୂଆ ସଭାପତି ହୋଇଥିବାବେଳେ ସୂର୍ଯ୍ୟ ନାରାୟଣ ସ୍ୱାଇଁ ମହାପାତ୍ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଦୁର୍ଗା ପ୍ରସାଦ ଦାସ ମହାପାତ୍ର ନିଯୋଗ ସଂପାଦକ ଓ ଅମିତ ଦାସ ମହାପାତ୍ର ସହସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଚନ୍ଦ୍ର ଶେଖର ଦାସ ମହାପାତ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ନିଯୋଗର ସ୍ଥାୟୀ ସଭାପତି ନବ କିଶୋର ପତିମାହାପାତ୍ର […]

  • Friday, 16 July 2021
t1
ରାସ୍ତାରେ ବୁଲୁଛି ବାଘ: ଲୋକେ ଆତଙ୍କିତ

ବଲାଙ୍ଗିର: ରାସ୍ତାରେ ବୁଲୁଛି ବାଘ। ରାତି ଅଧରେ କଳରାପତରିଆ ବାଘ ସହର ମୁହାଁ ହୋଇଛି। ଯାହାକୁ ନେଇ ଏବେ ବଲାଙ୍ଗିର ଜିଲ୍ଲା ସଇଁତଲା ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ବାଘଟି ଗତ କିଛି ଦିନ ଧରି ସଇଁତଲା ଅଞ୍ଚଳର ଗୋଳାବାରୁଦ କାରଖାନା ନିକଟରେ ବୁଲୁଥିବା ଦେଖିବାକୁ ମିଳିଛି। ଏମିତିକି ବାଘର ଏକ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଏହି ଘଟଣା ପରେ ଲୋକଙ୍କ ସୁରକ୍ଷା ନେଇ ବ୍ୟବସ୍ଥା କରାଯାଉଛି ବୋଲି ଟିଟିଲାଗଡ଼ […]

  • Friday, 16 July 2021
biju
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ପୁଣି ବିବାଦ

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ପୁଣି ବିବାଦ। ଏଥର ରାଜ୍ୟ ସରକାରଙ୍କ ବିଜ୍ଞାପନର ପୋଷ୍ଟର ବୟକୁ ନେଇ ସୃଷ୍ଟି ହୋଇଛି ବିବାଦ। ନୂଅାପଡା ଭେଲ ଗାଁର ଲକ୍ଷ୍ମଣ କୁମାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମାଗଣା ଚିକିତ୍ସା ପାଇଥିବା ନେଇ ସରକାର ଦେଇଥିବା ବିଜ୍ଞାପନକୁ, ନିଜେ ଲକ୍ଷ୍ମଣ ଖଣ୍ଡନ କରିବା ପରେ ଏହାକୁ ନେଇ ସରକାରଙ୍କ ପ୍ରଚାର ଓ ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଥିଲା। ହୃଦରୋଗରେ ପୀଡ଼ିତ ଲକ୍ଷ୍ମଣ ଏବେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ […]

  • Friday, 16 July 2021
sex racket
ରାଜଧାନୀରେ ସେକ୍ସ ରାକେଟ ଠାବ

ଭୁବନେଶ୍ୱର : ରାଜଧାନୀରେ ସେକ୍ସ ରାକେଟ ଠାବ। ଦୁଇଜଣ ବଙ୍ଗୀୟ ଯୁବତୀଙ୍କ ସହ ଜଣେ ସ୍ଥାନୀୟ ଦେହଜୀବୀ ଉଦ୍ଧାର। ଘଟଣାରେ ସେକ୍ସ ରାକେଟ ଚଳାଉଥିବା ବ୍ୟକ୍ତି ସମେତ ତିନ ଜଣଙ୍କୁ ପୁଲିସ ଗିରଫ କରିଛି।  ସେମାନଙ୍କ ଠାରୁ କାର,ନଗଦ ଟଙ୍କା ଅାଦି ପୁଲିସ ଜବଜ କରିଛି। ଅାପାର୍ଟମେଣ୍ଟରେ ଘରଭଡ଼ା ନେଇ ସେକ୍ସ କାରବାର ଚାଲିଥିଲା।କମିଶନରେଟ ପୁଲିସର କୁଇକ୍‌ ଅାକ୍‌ସନ ଟିମ୍ ଓ ଖଣ୍ଡଗିରି ମିଳିତ ଭାବେ ଏହି ରେଡ୍‌ କରିଥିଲେ। ବହୁଦିନ ଧରି ଏଠାରେ ସେକ୍ସ ରାକେଟ […]

  • Friday, 16 July 2021
ishwar
ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ବାଲେଶ୍ୱର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ ଅଫିସ୍‌ର ନିର୍ବାହୀ ଅଧିକାରୀ। ବାଲେଶ୍ୱର ରେମୁଣା ବ୍ଲକ୍‌ ଦହପଡା ପଞ୍ଚାୟତ କାର୍ଯ୍ୟାଳୟର ନିର୍ବାହୀ ଅଧିକାରୀ ଈଶ୍ୱର ଚନ୍ଦ୍ର ଦାସ ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ଘର ପାଇଁ ଅାସୁଥିବା ଇନସେଣ୍ଟିଭ ଟଙ୍କା ପାଇଁ ମଧୁସୂଦନ ଜେନାଙ୍କୁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସେ। ୨ ହଜାର ଟଙ୍କା ସହିତ […]

  • Friday, 16 July 2021
m1
ଆଜି ମାଓବାଦୀଙ୍କ ଭାରତ ବନ୍ଦ ଡାକରା

କନ୍ଧମାଳ: ଆଜି ମାଓବାଦୀଙ୍କ ଭାରତ ବନ୍ଦ ଡାକରା। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା-ଦାରିଙ୍ଗିବାଡ଼ି ରାସ୍ତାର ପକାଲଡ଼ମି ଘାଟିରେ ମାଓବାଦୀମାନେ ଗଛ ପକାଇ ରାସ୍ତା ଅବରୋଧ କରିଛନ୍ତି। ଏହା ଦ୍ୱାରା ଯାତାୟତ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ବାଲିଗୁଡ଼ା-ଦାରିଙ୍ଗିବାଡ଼ି ମଧ୍ୟରେ ଗାଡ଼ି ଚଳାଚଳ ପୂରାପୂରି ବନ୍ଦ ରହିଛି। ଏହା ସହିତ ମାଓବାଦୀମାନେ ପୋଷ୍ଟର୍ ମଧ୍ୟ ମାରିଛନ୍ତି। ମାଓବାଦୀ ତାଙ୍କର ଉପସ୍ଥିତି ଜାହିର କରିଥିବାରୁ ଉକ୍ତ ଅଞ୍ଚଳର ଲୋକେ ଭୟରେ ରହିଛନ୍ତି। ସେହିପରି କୋଟଗଡ଼-ମୁନିଗୁଡ଼ା ରାସ୍ତାର ସାତନାଳିଆ ସହିତ କଳାହାଣ୍ଡି ଜିଲ୍ଲାର ଫିକରକୁପା-ଢେପାଗୁଡ଼ା […]

  • Friday, 16 July 2021