• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

p1
ଧାରଣାସ୍ଥଳରୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୁଲିସ୍‌

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ଆଗରେ ଧାରଣା ଦେଇଥିବା ଜମିହରା କୃଷକ ମଞ୍ଚ ସଦସ୍ୟଙ୍କୁ ପୁଲିସ୍‌ ଉଠାଇନେବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏପରିକି ବିକ୍ଷୋଭକାରୀ ଓ ପୁଲିସ୍‌ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିବା ଜଣାପଡ଼ିଛି। ବିଭିନ୍ନ ଦାବି ନେଇ ୪ ଦିନ ହେଲା ଜମିହରା ଏକତା ମଞ୍ଚ ବିଶୋଧନାଗାର ଆଗରେ ଧାରଣା ଦେଇଥିଲା। ଦିନକ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାରାଦୀପ ଆସୁଥିବାରୁ, ପୁଲିସ୍‌ ଆଜି ବିକ୍ଷୋଭକାରୀଙ୍କୁ ଧାରଣାରୁ ଉଠାଇ ନେଇଥିଲା। ସେମାନଙ୍କୁ ନେଇ […]

  • Friday, 16 July 2021
naveen
କୃଷି ଓ ଚାଷୀଙ୍କ ଋଣ ସମସ୍ୟାକୁ ନେଇ ବିଜେପିର ପରାଜୟ ହେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : କୃଷି ଓ ଚାଷୀଙ୍କ ଋଣ ସମସ୍ୟାକୁ ନେଇ ବିଜେପିର ପରାଜୟ ହେଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ସ୍ୱାମୀନାଥନ କମିଟି ରିପୋର୍ଟର ସୁପାରିଶକୁ ଲାଗୁ କରିବାରେ କେନ୍ଦ୍ର ଅବହେଳା କରିବା ଦ୍ୱାରା ଦଳକୁ କୃଷିଭିତ୍ତିକ ରାଜ୍ୟରେ ବିଜେପିକୁ ଏଭଳି ଦଶା ଭୋଗିବାକୁ ପଡିଲା ବୋଲି କହିଛନ୍ତି ନବୀନ। ଏହା ଦେଶର ମୁଡ୍ ବୋଲି ନବୀନ ମତ ଦେଇଛନ୍ତି। ବିଜେଡି ଏବେବି କଂଗ୍ରେସ ଓ ବିଜେପିଠାରୁ ସମଦୂରତା […]

  • Friday, 16 July 2021
n1
୨୯ ଛାତ୍ରୀ ନିଖୋଜ ଘଟଣାରେ ୫ ଜଣଙ୍କୁ ଗିରଫ କଲା ପୁଲିସ୍‌

ଗଜପତି: ଗଜପତି ଜିଲ୍ଲା ଅନ୍ତରବା କନ୍ୟାଶ୍ରମରୁ ୨୯ ଛାତ୍ରୀ ନିଖୋଜ ଘଟଣାରେ ୫ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ନିଖୋଜ ଛାତ୍ରୀଙ୍କୁ ଅଟକ ରଖିବା ଅଭିଯୋଗରେ ଅଡ଼ବା ପୁଲିସ୍‌ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଗତ ୨୬ ତାରିଖରେ ଛାତ୍ରୀମାନେ ହଷ୍ଟେଲରୁ ନିଖୋଜ ହେବା ପରେ ଟାଙ୍କିଲିପଦର ଗାଁ ନିକଟରେ ଥିବା ଏକ କୁଡ଼ିଆରେ ସେମାନଙ୍କୁ ଆଶ୍ରୟ ଦେବା ସହ ଏହି ୫ଜଣ ଅଟକ ରଖିଥିବା ପୁଲିସ୍‌ କହିଛି। ତେବେ ୨୭ ତାରିଖରେ ଜଣେ ଛାତ୍ରୀଙ୍କ ମୋବାଇଲ ଫୋନ୍‌କୁ ଟ୍ରାକ୍‌ […]

  • Friday, 16 July 2021
mountain day
ବଲାଙ୍ଗିରରେ ଆର୍ନ୍ତଜାତୀୟ ପର୍ବତାରୋହଣ ଦିବସ ପାଳିତ

ବଲାଙ୍ଗିର : ବଲାଙ୍ଗିରରେ ପାଳିତ ହୋଇଯାଇଛି ଆର୍ନ୍ତଜାତୀୟ ପର୍ବତାରୋହଣ ଦିବସ। ସର୍କିଟ ହାଉସ୍‌ ଠାରେ ପାଳିତ ଏହି ଉତ୍ସବରେ ଯୋଗ ଦେଇଥିଲେ ଆର୍ନ୍ତଜାତୀୟ ପର୍ବତାରୋହୀ ଯୋଗଭ୍ୟାସ ଭୋଇ। ଯୋଗଭ୍ୟାସଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପର୍ବତାରୋହୀ ଦଳ ବଲାଙ୍ଗିରର ମଠଖାଇ ପାହାଡକୁ ଚଢିବା କାର୍ଯ୍ୟକ୍ରମ ରହିଛି। ଏହି ପର୍ବତାରୋହଣ କାର୍ଯ୍ୟକ୍ରମକୁ ବଲାଙ୍ଗିର ବନଖଣ୍ଡ ଅଧିକାରୀ ସମୀର ଶତପଥୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।୧୦ ଜଣ ପର୍ବତାରୋହୀ ମଠଖାଇ ପର୍ବତ ଉପରକୁ ଚଢିବା ସହିତ ସେ ସଂର୍ପକରେ ଜ୍ଞାନ […]

  • Friday, 16 July 2021
drone 3
କୋଣାର୍କ ମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍ କ୍ୟାମେରା

କୋଣାର୍କ : କୋଣାର୍କ ମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍। ଡ୍ରୋନ୍ କ୍ୟାମେରା ଉଡ଼ାଇବା ଅଭିଯୋଗରେ ୨ ରୁଷୀୟ ପର୍ଯ୍ୟଟକଙ୍କୁ ଅଟକ ରଖିଲା ପ୍ରତ୍ନତତ୍ତ୍ୱ ବିଭାଗ। ଆଜି ଦିନ ସାଢ଼େ ୧୦ଟା ସମୟରେ ଉଭୟେ କୋଣାର୍କ ବୁଲି ଆସିଥିବା ବେଳେ ମନ୍ଦିର ଉପରେ ଡ୍ରୋନ୍ କ୍ୟାମେରା ଉଡ଼ାଉ ଥିଲେଷ ଖବର ପାଇ ଏଏସଆଇ କର୍ମଚାରୀ ସେମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ପରେ ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରିବା ସହ କ୍ୟାମେରାରୁ ଭିଡିଓ ଡିଲିଟ କରିବା […]

  • Friday, 16 July 2021
knife
ବଡ଼ଦାଣ୍ଡରେ ଯୁବକଙ୍କୁ ଛୁରାମାଡ଼ କରି ଦୁର୍ବୃତ୍ତ ଫେରାର

ପୁରୀ: ପୁରୀ ବଡ଼ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଗତକାଲି ରାତିରେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ବଡ଼ଦାଣ୍ଡ ମେଡିକାଲ ଛକରେ ଏହି ଛୁରାମାଡ଼ ହୋଇଛି। ଏଥିରେ ପୂର୍ବତନ ପୌରାଧ୍ୟକ୍ଷ ଜୟନ୍ତ ଷଡ଼ଙ୍ଗୀଙ୍କ ପୁତୁରା ନିଖିଳ ଷଡ଼ଙ୍ଗୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ପୁରୀ ସଦର ହସ୍ପିଟାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ନିଖିଳ ବଡ଼ଦାଣ୍ଡରେ ଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ବର୍ତ୍ତମାନ ଯାଏ […]

  • Friday, 16 July 2021
b22
ବିଜେପିର ବୌଦ୍ଧ ଜିଲ୍ଲା ବନ୍ଦ ପାଳନ

ବୌଦ୍ଧ: ବିଜେପିର ବୌଦ୍ଧ ଜିଲ୍ଲା ବନ୍ଦ ପାଳନ। ୪ ଦଫା ଦାବିରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳୁ ସକାଳୁ ବିଜେପି କର୍ମୀମାନେ ପିକେଟିଂ କରି ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ କରିଛନ୍ତି। ମନମୁଣ୍ଡା ପୁଲିସ୍‌ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତିଙ୍କ ସମେତ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି। ଜିଲ୍ଲା ଭିତ୍ତିକ ଷ୍ଟାଫ୍‌ ନର୍ସ ପଦବୀ ନିଯୁକ୍ତି, ଜିଲ୍ଲାରେ ଧାନ ମଣ୍ଡି ବନ୍ଦ କରାଯିବାକୁ ବିରୋଧ, […]

  • Friday, 16 July 2021
f1
ଭୟାବହ ଅଗ୍ନିକାଣ୍ଡରେ ବାସହୀନ ହୋଇଗଲା ୫ଟି ପରିବାର

ଭଦ୍ରକ/କେନ୍ଦ୍ରାପଡ଼ା: ରାଜ୍ୟର ଦୁଇଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ପୋଡ଼ି ପାଉଁଶ ହେବାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅନ୍ତର୍ଗତ ରାଜରାଜେଶ୍ୱରୀ ପଲ୍ଲୀରେ ଭୟାବହ ଅଗ୍ନିକାଣ୍ଡରେ ୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ରାଜରାଜେଶ୍ୱରୀ ପଲ୍ଲୀର ପ୍ରବୀଣ ମଣ୍ଡଳ ଏବଂ ରବୀନ୍ଦ୍ର ମଣ୍ଡଳଙ୍କ ଘର ଜଳି ଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଗତ […]

  • Friday, 16 July 2021
s1
୪୮୦ ବୋତଲ କଫ୍ ସିରପ୍‌ ଜବତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ୪୮୦ଟି କଫ୍ ସିରପ୍‌ ବୋତଲ ଜବତ ହୋଇଛି। ନୂଆପଡ଼ା ଜିଲ୍ଲା ଅରେଡ଼ା ଗାଁ ଛକରେ ବେଆଇନ ଭାବେ ଚାଲାଣ ହେଉଥିବା ୩ ପେଟି କଫ୍ ସିରପ୍‌କୁ ଖଡ଼ିଆଳ ପୁଲିସ୍‌ ଜବତ କରିଛି। କଫ୍ ସିରପ୍‌ ସବୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିଲା ବୋଲି ସୂଚନା ମିଳିଛି। ଏକ ବାଇକ୍ ଯୋଗେ ଏହାକୁ ଚାଲାଣ କରାଯାଉଥିବା ବେଳେ ହଠାତ୍ ପୁଲିସ୍‌ ଚଢ଼ାଉ ଏହି କଫ୍ ସିରପ୍‌ ବୋତଲକୁ ଜବତ କରିବା […]

  • Friday, 16 July 2021
deep deprasion
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

 ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।  ଏହା ୱେଲ୍‌ମାର୍କ ଲୋ ପ୍ରେସରରେ ପରିଣତ ହେବ। ତେବେ ଏହାର ପ୍ରଭାବ ଓଡିଶା ଉପରେ ପଡିନପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନାହିଁ, ତେଣୁ ଓଡିଶାରେ ଚାଷୀ ଆତଙ୍କିତ ନହେବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। ସେହିପରି ଆସନ୍ତା ୭ ଦିନ ମଧ୍ୟରେ ଶୀତର […]

  • Friday, 16 July 2021
k1
ଗଡ଼ିଲା ‘କାଳିଆ ରଥ’

ଭୁବନେଶ୍ୱର: ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ ରଥ’ର ଶୁଭାରମ୍ଭ କରିଛନ୍ତି। ଏହି ରଥ ୩୦ଟି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ବୁଲି ଚାଷୀମାନଙ୍କୁ କାଳିଆ ଯୋଜନା ସର୍ମ୍ପକରେ ଅବଗତ କରିବ। ସାରା ରାଜ୍ୟରେ ମୋଟ୍‌ ୧୫୦ଟି ‘କାଳିଆ ରଥ’ କାଳିଆ ଯୋଜନା ସର୍ମ୍ପକରେ ଲୋକଙ୍କୁ ସଚେତନ କରାଇବ।  ଗତକାଲି ପ୍ରଥମ ପର୍ଯ୍ୟାୟରେ ୨୦ଟି ରଥକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହାପରେ ୧୩୦ଟି କାଳିଆ ରଥକୁ ଏଥିରେ ସାମିଲ କରାଯିବ। ଏହି ରଥ ଏକ ମାସ […]

  • Friday, 16 July 2021
paika
ପାଇକ କାର୍ଡକୁ ନେଇ ପୁଣି ତେଜିଲା ରାଜନୀତି

ଖୋର୍ଦ୍ଧା : ପାଇକ କାର୍ଡକୁ ନେଇ ପୁଣି ତେଜିଲା ରାଜନୀତି। ମୋଦିଙ୍କ ଖୋର୍ଦ୍ଧା ଗସ୍ତ ପୂର୍ବରୁ ସରକାର ବରୁଣେଇରେ ପାଇକ ସ୍ମୃତିସ୍ତମ୍ଭ ପାଇଁ ଜମି ଦେବା ଦାବିକୁ ଜୋରଦାର କରିଛନ୍ତି ବିଭିନ୍ନ ପାଇକ ସଂଗଠନ। ଆଜି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ସଂଗଠନର ଟିମ୍‌ କେନ୍ଦ୍ର ସଂସୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଭେଟି ରାଜ୍ୟ ଉପରେ ଚାପ ପକାଇବାକୁ ଅନୁରୋଧ କରିଥିଲେ। ତେବେ ରାଜ୍ୟ ସରକାର ଜାଣିଶୁଣି ଜମି ଦେଉନଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ […]

  • Friday, 16 July 2021
congress-up
ତେଜୁଛି ଶ୍ରୀକାନ୍ତ-ନିରଞ୍ଜନ କଳି ; ଶୃଙ୍ଖଳା କଥା କହି ଶ୍ରୀକାନ୍ତଙ୍କୁ ଟାର୍ଗେଟ୍ କଲେ ତାରା

ଭୁବନେଶ୍ୱର : ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି କଂଗ୍ରେସ କନ୍ଦଳ। ତାରା-କୃଷ୍ଣ କଳି ପରେ ଏବେ ଶ୍ରୀକାନ୍ତ-ନିରଞ୍ଜନ ବିବାଦ ଘନୀଭୂତ ହେବାରେ ଲାଗିଛି। ଶ୍ରୀକାନ୍ତଙ୍କୁ ଆଜି ପୁଣି ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ଅନୁସୂଚିତ ଜାତି ଓ ଜନଜାତି ମଧ୍ୟରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଉ ବୋଲି ଶ୍ରୀକାନ୍ତ କରିଥିବା ଅପିଲ୍‌କୁ ଦଳ ବିରୋଧୀ କହିବା ସହ ଦଳୀୟ ନିୟମ ନ ମାନିଲେ ପାର୍ଟିରୁ ବିଦା ହେବା ଦରକାର ବୋଲି କହିଛନ୍ତି। […]

  • Friday, 16 July 2021
brown sugar
ରାଜଧାନୀ ପାଲଟିଲାଣି ବ୍ରାଉନ୍‌ ସୁଗାରର ପେଣ୍ଠସ୍ଥଳୀ !

ଭୁବନେଶ୍ୱର : ରାଜଧାନୀ ପାଲଟିଲାଣି ବ୍ରାଉନ୍‌ ସୁଗାରର ପେଣ୍ଠସ୍ଥଳୀ। ଆଜି ଅବକାରୀ ବିଭାଗ ପ୍ରାୟ ୭୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବ୍ରାଉନ୍‌ସୁଗାର ସବ୍‌ଡିଲର ହୋଇଥିବା ବେଳେ ଅନ୍ୟ ଜଣେ ବ୍ରାଉନସୁଗାର ବେପାରୀ। ସବ୍‌ଡିଲର ଟୁକୁନା ଦାସ ଖୋର୍ଦ୍ଧା ଅଞ୍ଚଳର ଜଲେଶ୍ୱରରୁ ବ୍ରାଉନ୍‌ସୁଗାର ଆଣି ବ୍ୟବସାୟ କରୁଥିଲା। ସେ ଖଣ୍ଡଗିରି ଅଞ୍ଚଳରେ ଏକ ହୋଟେଲରେ ୱେଟର ଭାବେ କାମ କରୁଥିଲା। ପୂର୍ବରୁ ଅବକାରୀ ବିଭାଗ ସାଲିଆ […]

  • Friday, 16 July 2021
Orissa-High-Court
ଓଟିଭି ସପକ୍ଷରେ ହାଇକୋର୍ଟଙ୍କ ରାୟ

ଭୁବନେଶ୍ୱର :  ହକି ବିଶ୍ୱକପ୍‌ ଖବର ସଂଗ୍ରହରେ OTVକୁ ବାଧା ଦେବା ମାମଲା। FIH ଓ ହକି ଇଣ୍ଡିଆ ସହ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଝଟକା। OTV ପ୍ରତିନିଧିଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେବାକୁ FIH, ହକି ଇଣ୍ଡିଆ, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। OTV ପକ୍ଷରୁ ଲଢୁଥିବା ବରିଷ୍ଠ ଓକିଲ ଶୌର୍ଯ୍ୟ ସୁନ୍ଦର ଦାସ ଏନେଇ ସୂଚନା ଦେଇଛନ୍ତି। ବିଦେଶୀ ସାମ୍ବାଦିକଙ୍କ ପ୍ରାବଲ୍ୟ ବାହାନାରେ OTV ପ୍ରତିନିଧିଙ୍କ ଆକ୍ରିଡିଟେସନ ରଦ୍ଦ କରାଯାଇଥିଲା। ଯାହାକୁ ନେଇ […]

  • Friday, 16 July 2021
baijayanta
ଟାଙ୍ଗୀ ଅଞ୍ଚଳ ପରିଦର୍ଶନ କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

କଟକ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବୈଜୟନ୍ତ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ସେ ଘରକୁ ଘର ବୁଲି ବୁଲି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ଏଥିସହ ବୈଜୟନ୍ତ ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ରେଲୱେ ଓଭରବ୍ରିଜ୍ କାମକୁ ତଦାରଖ କରିଥିଲେ। ଏଠାରେ ଥିବା ୧୭୪ ନମ୍ବର ରେଲ୍‌ୱେ ଫାଟକ ଦୀର୍ଘ ସମୟ ପଡି […]

  • Friday, 16 July 2021
meeting
କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ନାହିଁ : କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା

ଭୁବନେଶ୍ୱର : କୋଣାର୍କ ମନ୍ଦିରର ସୁରକ୍ଷା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ସହ ରାଜ୍ୟ ସରକାରଙ୍କ ବୈଠକ। ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ବିଭାଗୀୟ ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତି। ଉନ୍ନୟନ କମିଶନର ଅସିତ୍‌ ତ୍ରିପାଠୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ବୈଠକରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ […]

  • Friday, 16 July 2021
tara
ଧାନ କିଣା ଓ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ୍‌

ଭୁବନେଶ୍ୱର : ଧାନ କିଣା ଓ ମଣ୍ଡି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ୨-୩ ଦିନ ଭିତରେ ସମସ୍ୟାର ସମାଧାନ କରି ଚାଷୀଙ୍କ ଧାନ କିଣାଯାଉ। ବନ୍ଦ କରାଯାଉ କଟ୍‌ନୀ ଛଟ୍‌ନୀ। ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ତାରା। ସରକାରୀ କର୍ମଚାରୀ-ମନ୍ତ୍ରୀ-ମିଲ ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି। ମନ୍ତ୍ରୀ ସୂର୍ଯ୍ୟ ପାତ୍ର ମିଲର୍‌ଙ୍କ ପାଇଁ ନା ଚାଷୀଙ୍କ […]

  • Friday, 16 July 2021
fire
ନିଆଁରେ ଜିଅନ୍ତା ପୋଡିଗଲେ ମହିଳା

 ମୟୂରଭଞ୍ଜ : ନିଆଁରେ ଜିଅନ୍ତା ପୋଡିଗଲେ ମହିଳା। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଚୁଆପାଣି ଗାଁରେ ଆଜି ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁସାରେ ସନ୍ଧ୍ୟା ପ୍ରାୟ ସାଢେ ପାଂଚଟା ସମୟରେ ଗାଁର ଦିନକୃଷ୍ଣ ଗିରିଙ୍କ ଘରେ ହଠାତ ଚିତ୍କାର ଶୁଣିବାକୁ ମିଳିଥିଲା। ଘରେ କେହି ନଥିବାବେଳେ, ଗ୍ରାମବାସୀ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ଏହି ସମୟରେ ଜଣେ ମହିଳାଙ୍କ ଦେହରେ ନିଆଁ ଜଳୁଥିବା ଦେଖିଥିଲେ। ତେବେ ସେ ପ୍ରାଣ ହରାଇଥିବାରୁ ଗ୍ରାମବାସୀ ସଙ୍ଗେସଙ୍ଗେ ଦମକଳ […]

  • Friday, 16 July 2021
deadbody
ଦମ୍ପତିଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : ସନ୍ଦେହଜନକ ଅବସ୍ଥାରେ ଦମ୍ପତିଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ବାମେବାରୀ ରୁଙ୍ଗଟା ଖଣି ଅଫିସର୍ସ କଲୋନୀର ଏକ ଘର ଭିତରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ସ୍ୱାମୀ ସୁଜିତ ହେମ୍ବ୍ରମ୍‌ଙ୍କ ମୃତଦେହ ମିଳିଥିବାବେଳେ ବିଛଣାରେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ପଡିଥିଲା। ସୁଜିତ୍ ରୁଙ୍ଗଟା କମ୍ପାନୀରେ ମେକାନିକାଲ୍ ଇଞ୍ଜିନିୟର ଭାବେ କାମ କରୁଥିଲେ। ସୁଜିତଙ୍କୁ ତାଙ୍କ ସହକର୍ମୀ ଫୋନ୍‌ କରିଥିଲେ। ହେଲେ ସୁଜିତ ଫୋନ୍‌ ନ ଉଠାଇବାରୁ ସନ୍ଦେହ କରି ଘରକୁ ଆସିଥିଲେ। […]

  • Friday, 16 July 2021
rice field burn
ଜଳିଗଲା ୨୫ ଏକର ଧାନ ଜମି

ବାଲେଶ୍ୱର : ଜଳିଗଲା ଏକର ଏକର ଧାନ ଫସଲ। ବାଲେଶ୍ୱର ବସ୍ତା ବ୍ଲକ୍‌ ଧୂଳିଉଡା ଗାଁରେ ଥିବା ଧାନ ଜମିରେ ଭୟଙ୍କର ନିଆଁ ଲାଗିଥିବା ଜଣାପଡିଛି। ନିଆଁରେ ପ୍ରାୟ ୪୦ ଏକରରୁ ଅଧିକ ଜମିରେ ଫସଲ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡପରେ ବସ୍ତା ଅଗ୍ନିଶମ ବିବାଗକୁ ଖବର ଦିଆଯାଇଥିଲା। ତେବେ ରାସ୍ତା ନଥିବାରୁ ଦମକଳ ଗାଡ଼ି  ଘଟଣାସ୍ଥଳରେ ପହଞ୍ଚିପାରିନଥିଲା। ଏ ନେଇ ଖବର ପାଇବା ପରେ ଜଳେଶ୍ୱର ବିଧାୟକ ଅଶ୍ୱନୀ ପାତ୍ର ଘଟଣା ସ୍ଥଳରେ ପହଞ୍ଚିଥିଲେ। ବସ୍ତା […]

  • Friday, 16 July 2021
satya-prakash-up
CMOକୁ ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟ ନାୟକଙ୍କ ଟାର୍ଗେଟ

ଭୁବନେଶ୍ୱର : CMO କୁ କଂଗ୍ରେସର ଟାର୍ଗେଟ। CMOର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ବହିଷ୍କାର ଦାବି କଲା କଂଗ୍ରେସ। ବିଜେଡି କର୍ମୀଙ୍କୁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ପାଇଁ  ଜିଲ୍ଲାପାଳ ଓ ଏସ୍‌ପିଙ୍କୁ  CMOର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଥିବା ଅଭିଯୋଗ କରିଛନ୍ତି ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟ ନାୟକ। ଏହା ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ନିୟମ ଉଲ୍ଲଂଘନ ବୋଲି ଦର୍ଶାଇବା ସହ ଓଡ଼ିଶାର IAS, IPSମାନେ ବିଜେଡି ନେତା ଓ […]

  • Friday, 16 July 2021
naveen
ଓଡ଼ିଶା ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି କରିବ ବିଜେଡି

ଭୁବନେଶ୍ୱର : ଓଡ଼ିଶା ପାଇଁ ପୁଣି ସ୍ୱତନ୍ତ୍ର ପାହ୍ୟା ଦାବି କରିବ ବିଜେଡି। ୧୧ ତାରିଖରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ଏହି ପ୍ରସଙ୍ଗ ଉପସ୍ଥାପନ କରାଯିବ।  ବିଜେଡିର ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ହୋଇଥିବା ବୈଠକ ପରେ ପ୍ରତାପ ଦେବ କହିଛନ୍ତି, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ସହିତ ସଂସଦରେ ୯ଟି ପ୍ରସଙ୍ଗ ଉଠାଇବାକୁ ସ୍ଥିର କରାଯାଇଛି। ଲୋକସଭା, ବିଧାନସଭାରେ ମହିଳାଙ୍କ ଲାଗି ୩୩% […]

  • Friday, 16 July 2021
srikant
ଶ୍ରୀକାନ୍ତ ଜେନା ପିସିସିର ସବୁ କମିଟିରୁ ଇସ୍ତଫା ଦେଇଥିବା ସୂଚନା

ଭୁବନେଶ୍ୱର : ତେଜିଲା କଂଗ୍ରେସ କନ୍ଦଳ। ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ପ୍ରଦେଶ କଂଗ୍ରେସ କମିଟିର ସବୁ କମିଟିରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ପିସିସିର କାର୍ଯ୍ୟକାରିଣୀ ଓ ନିର୍ବାଚନ କମିଟିର ସଦସ୍ୟ ଥିଲେ ଶ୍ରୀକାନ୍ତ। ଏ ସମସ୍ତ କମିଟି ସଦସ୍ୟ ପଦରୁ ଶ୍ରୀକାନ୍ତ ନିଜ ଇସ୍ତଫା ପତ୍ର ପଠାଇ ଦେଇଥିବା ଜଣାପଡ଼ିଛି। ଶ୍ରୀକାନ୍ତ ଏନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଅବଗତ କରିଥିବା ସୂଚନା ମିଳିଛି। ପୂର୍ବରୁ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ରୂପେ ଦାୟିତ୍ୱ […]

  • Friday, 16 July 2021
k1
ଗାଡ଼ି ଚୋରି ରାକେଟ୍‌ରେ କିରାଣି!

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ତହସିଲ ଅଫିସ୍‌ ର ଜଣେ କିରାଣିଙ୍କୁ ଗାଡ଼ି ଚୋରି ରାକେଟ୍‌ରେ ସଂପୃକ୍ତି ଥିବା ଅଭିଯୋଗରେ ପୁଲିସ୍‌ ଅଟକ ରଖିଛି। କିରାଣିଙ୍କ ନିକଟରୁ ପୁଲିସ୍‌ ୨ଟି ବାଇକ୍‌ ଜବତ କରିଛି। ଜବତ ବାଇକ୍‌ ଗୁଡ଼ିକ ଚୋରା ଗାଡ଼ି ବୋଲି ପୁଲିସ୍‌ ସୂଚନା ଦେଇଛି। ଗାଡ଼ି ଚୋରି ରାକେଟ୍‌ ନେଇ ପୁଲିସ୍‌ ସୂଚନା ପାଇବା ପରେ ସଂପୃକ୍ତ କିରାଣିଙ୍କୁ ଅଫିସରୁ ଉଠାଇ ନେଇଥିଲା। ତେବେ ରାଜନଗର, ରାଜକନିକା ଅଞ୍ଚଳରେ ଏହି ରାକେଟ୍‌ ସକ୍ରିୟ ଥିବା ପୁଲିସ୍‌ […]

  • Friday, 16 July 2021