• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rain
ଅମଳ ବେଳରେ ଚାଷୀକୁ ବର୍ଷା ଛନକା ; ଘୂର୍ଣ୍ଣିଝଡ଼ ପ୍ରଭାବରେ କାଲିଠୁ ୨ଦିନ ଧରି ବର୍ଷା

ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ର ରୂପ ନେବାକୁ ଯାଉଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ। ଘଣ୍ଟାକୁ ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଥିବା ଏହି ଡିପ୍ ଡିପ୍ରେସନ ଏବେ ମଛଲିପଟନମ୍‌ ଠାରୁ ୮୯୦ କିମି ଦୂରରେ ରହିଛି। ୧୭ ତାରିଖ ଅପରାହ୍ନରେ ଏହା କାକିନାଡ଼ା-ଅଙ୍ଗୋଲ୍ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯିବ ବର୍ଷା। ବିଶେଷ କରି ଆସନ୍ତାକାଲି […]

  • Friday, 16 July 2021
naveen
ଡିସେମ୍ବର ୧୭ରେ ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତ

ଭୁବନେଶ୍ୱର :  ସୁରତରେ ରହୁଥିବା ଓଡ଼ିଆଙ୍କ ମନ ଜିଣିବା ପାଇଁ ଅଣ୍ଟା ଭିଡିଛି ବିଜେଡି। ମୁଣ୍ଡ ଉପରେ ୧୯ ଲୋକସଭା ଏବଂ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଏବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଫୋକସରେ ସୁରତରେ କାମ କରୁଥିବା ପ୍ରବାସୀ ଓଡ଼ିଆ ଆସନ୍ତା ୧୭ତାରିଖରେ ସୁରତ ଯାଇ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ସୁରତର ଅମରେଲୀରେ ଏକ ଜନସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ। ଜନସଭା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ସେପଟେ ୧୭ତାରିଖରେ […]

  • Friday, 16 July 2021
brahmagiri
ପଦାରେ ପଡ଼ିଲା ବ୍ରହ୍ମଗିରି ବିଜେଡିର ଗୋଷ୍ଠୀ କନ୍ଦଳ

ବ୍ରହ୍ମଗିରି  : ପଦାରେ ପଡ଼ିଲା ବ୍ରହ୍ମଗିରି ବିଜେଡିର ଗୋଷ୍ଠୀ କନ୍ଦଳ। ବିଧାୟକ ସଂଜୟ କୁମାର ଦାସବର୍ମା କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏହାର ବିରୋଧରେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ବରାଳ ଗାଁ ଗାଁ ବୁଲି ବୈଠକ କରୁଛନ୍ତି। ଗତକାଲି ରାତିରେ ବ୍ରହ୍ମଗିରି ପଂଚାୟତ ପାଦୁକାର ଠାକୁରାଣୀ ପୀଠରେ ଅନୁଷ୍ଠିତ ବୈଠକରେ ପ୍ରସନ୍ନ କୁମାର ବରାଳ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେପଟେ ଏନେଇ […]

  • Friday, 16 July 2021
birdflu
ପୁରୀ କୃଷ୍ଣପ୍ରସାଦରେ ଚାଲିଛି କୁକୁଡ଼ା ମରା ଅଭିଯାନ

ପୁରୀ  : ବାର୍ଡ ଫ୍ଲୁକୁ ନେଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ଚାଲିଛି କୁକୁଡା ମରା ଅଭିଯାନ। ଗତକାଲି ପ୍ରାୟ ୧ କିଲୋମିଟର ପରିଧିରେ ଥିବା ଫାର୍ମମାନଙ୍କରେ କୁକୁଡା ମରା ଶେଷ ହୋଇଥିବାବେଳେ ଆଜିଠୁ ଗାଁ ମାନଙ୍କରେ କୁକୁଡା ମରା ଅଭିଯାନ ଚାଲିଛି। ଆଜି ଗୋଟିଏ ଟିମ୍ ମାଲୁଦ ଏବଂ ଏହାର ଆଖପାଖ ମୁଣ୍ଡାବର, ଗିଲିକାସି, ବଳରାମ ଏବଂ ନଳିତାକୁଦି ଆଦି ଅଞ୍ଚଳରେ ଘରୋଇ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି। ଟିମ୍‌ ଘର ଘର ବୁଲି […]

  • Friday, 16 July 2021
dharmendra
ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବରଗଡ : ବିଜେପିର ଜନ ସଂପର୍କ ପଦଯାତ୍ରାରେ ଯୋଗ ଦେଇ ବରଗଡ ଜିଲ୍ଲା ପଦମପୁରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାଷ ଜମିକୁ ପାଣି ଯାଉନି, ଶହ ଶହ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି।  ଗଙ୍ଗାଧର ମେହେର ଯୋଜନା କୁଆଡ଼େ ଗଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ଏ ସରକାର ଠକିବାରେ ଏକ ନମ୍ବର। ଅପାରଗତା ଲୁଚାଇବାକୁ ମୁମ୍ବାଇରୁ ନାଚିବା, ଗାଇବା ଲୋକଙ୍କୁ ଆଣୁଛନ୍ତି। ଶିକ୍ଷକଙ୍କୁ ଦରମା ଦିଆଯାଇପାରୁନି, ଏଣେ ମୁମ୍ବାଇରୁ […]

  • Friday, 16 July 2021
peetha
ଆଜିଠାରୁ ଆରମ୍ଭ ହୋଇଛି ‘ପିଠା’ କାର୍ଯ୍ୟକ୍ରମ

ଭୁବନେଶ୍ୱର : ସରକାରର ବିଭିନ୍ନ ଯୋଜନା ସମ୍ପର୍କରେ ପଞ୍ଚାୟତସ୍ତରରେ ଲୋକଙ୍କୁ ସଚେତନ କରିବାକୁ ଆଜିଠାରୁ ଆରମ୍ଭ ହୋଇଛି ‘ପିଠା’ କାର୍ଯ୍ୟକ୍ରମ। ‘ପିଠା’ ବା ପିପୁଲ୍‌ସ ଏମ୍ପାଓ୍ୱାରମେଣ୍ଟ-ଏନାବ୍‌ଲିଂ ଟ୍ରାନ୍ସପେରେନ୍ସି ଆଣ୍ଡ ଆକାଉଣ୍ଟବିଲିଟି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟବାସୀଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇବା ସହିତ ସେମାନଙ୍କ ହକ୍‌ ଲୋକଙ୍କ ନିକଟରେ ସିଧାସଳଖ ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ। ରାଜ୍ୟର ୩୧୪ଟି ବ୍ଲକର ସମସ୍ତ ପଞ୍ଚାୟତରେ ପ୍ରତିମାସ ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ‘ପିଠା’ କ୍ୟାମ୍ପର ଆୟୋଜନ କରାଯିବ। […]

  • Friday, 16 July 2021
mahanadi tribunal
ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଶୁଣାଣି ଆରମ୍ଭ

ଭୁବନେଶ୍ୱର : ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆଜି ମହାନଦୀ ଟ୍ରିବ୍ୟୁନାଲରେ ହୋଇଥିବା ଶୁଣାଣିରେ ଓଡ଼ିଶାକୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ। ଓଡ଼ିଶାର ଯୁକ୍ତି ଉପସ୍ଥାପନ ପରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଛତିଶଗଡ଼ ବେଆଇନ ପାଣି ଅବରୋଧ କରୁଥିବା ଓଡ଼ିଶା ଦର୍ଶାଇଥିଲା ଗତ ୨୦ ବର୍ଷର ବର୍ଷା ଜଳ ପ୍ରବାହ ପରିମାଣ ତଥ୍ୟ ମାଗିଲେ ଟ୍ରିବ୍ୟୁନାଲ ସମସ୍ତ ତଥ୍ୟ ସହ ସତ୍ୟପାଠ ଦେବାକୁ ଓଡ଼ିଶାକୁ ୨ ସପ୍ତାହ ମହଲତ ଦେଇଛନ୍ତି। ଓଡ଼ିଶା ସତ୍ୟପାଠ […]

  • Friday, 16 July 2021
shelter
ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ଯାତନା ଘଟଣା ; ବିଦେଶୀ ପୁଞ୍ଜି ଖୋଜିବ ଇଡି

ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ଯାତନା ଘଟଣାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED। ସଂସ୍ଥାର ଆର୍ଥିକ ନେଣଦେଣ ଓ ବିଦେଶୀ ପୁଞ୍ଜିର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଉଁଠୁ ଏବଂ କେତେ ବିଦେଶୀ ପୁଞ୍ଜି ଆସୁଥିଲା ED ତାର ତଦନ୍ତ କରିବ। ଏହି ପ୍ରସଙ୍ଗରେ  ED ପକ୍ଷରୁ ଢେଙ୍କାନାଳ ପୁଲିସକୁ ଏତଲା ଓ ଚାର୍ଜସିଟ୍ ମଗାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ OTVକୁ ଏହି ସୂଚନା ଦେଇଛନ୍ତି।

  • Friday, 16 July 2021
looty
ବନ୍ଧୁକ ଦେଖାଇ ଲୁଟିନେଲେ ବାଇକ୍‌

ଭୁବନେଶ୍ୱର : ହକି ବିଶ୍ୱକପ୍‌ ପାଇଁ ରାଜଧାନୀ ଭୁବନେଶ୍ୱର ପୁଲିସ ଛାଉଣୀରେ ପରିଣତ ହୋଇଛି। ଲୁଟ୍‌ ଓ ଛିନ୍‌ତାଇକୁ ଲକ୍ଷ୍ୟକରି କମିଶନରେଟ୍‌ ପୁଲିସ ଛକମାନଙ୍କରେ ସିସିଟିଭି ଲଗାଇବା ସହିତ ପିସିଆର୍‌ ଭ୍ୟାନ୍‌ ପଇଁତରା ମାରୁଛି। ଏହା ସତ୍ତ୍ୱେ ଦୁର୍ବୃତ୍ତମାନେ ପୁଲିସକୁ ଚକ୍‌ମା ଦେଇ ଲୁଟି ନେଉଛନ୍ତି। ଆଜି ଏମିତି ଏକ ଘଟଣା ରାଜଧାନୀର ସମ୍‌ ହସ୍ପିଟାଲ୍‌-କଳିଙ୍ଗନଗର ରାସ୍ତାରେ ଘଟିଛି। ବନ୍ଧୁକ ଦେଖାଇ ବାଇକ୍‌ ଲୁଟିନେଲେ ୩ ଦୁର୍ବୃତ୍ତ। ଘାଟିକିଆ ଅଞ୍ଚଳର ପର୍ଶୁ ରଥ ବାଇକ୍‌ରେ ଘରକୁ ଫେରୁଥିଲେ। […]

  • Friday, 16 July 2021
tara
'ତୃତୀୟ ମହଲା ନିର୍ଦ୍ଦେଶରେ ଚାଲେ ବିଧାନସଭା' : ଗୁମର ଖୋଲିଲେ ତାରା

ଭୁବନେଶ୍ୱର : ତୃତୀୟ ମହଲା ନିର୍ଦ୍ଦେଶରେ ଚାଲେ ବିଧାନସଭା। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଭାଗ ନେଇ, ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି। ତାରା କହିଛନ୍ତି ବାଚସ୍ପତିଙ୍କ ପାଖକୁ ବିଧାୟକ ଓ ମନ୍ତ୍ରୀଙ୍କ ଜରିଆରେ ତୃତୀୟ ମହଲାରୁ ନିର୍ଦ୍ଦେଶ ଆସେ। ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସଙ୍ଗରେ ଗୁମର ଖୋଲି ତାରା କହିଛନ୍ତି, ସେ ଝାମେଲାରେ ପଡ଼ନ୍ତିନି। ଅନ୍ୟ ନେତା କହିବାରୁ ସେ ଓଟିଭି ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ […]

  • Friday, 16 July 2021
m1
ବ୍ଲକ୍‌ ଅଧ୍ୟକ୍ଷାଙ୍କ ଘରେ ଭଙ୍ଗାରୁଜା

ସୁନ୍ଦରଗଡ଼: ବ୍ଲକ ଅଧ୍ୟକ୍ଷାଙ୍କ ଘରେ ଭଙ୍ଗାରୁଜା। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍‌ ଅଧ୍ୟକ୍ଷାଙ୍କ ଘରେ ଏହି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି। ଅଧ୍ୟକ୍ଷାଙ୍କ ଧରମ ଭଣଜାଙ୍କ ସ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଟିକାୟତପଲ୍ଲୀ ଗାଁ ଲୋକେ ଭଙ୍ଗାରୁଜା କରିଛନ୍ତି। ଆକ୍ରମଣ ପରେ ଅଧ୍ୟକ୍ଷା ଓ ତାଙ୍କ ପରିବାର ଲୋକେ ଫେରାର ହୋଇଯାଇଛନ୍ତି। ଏହାକୁ ନେଇ ଗତକାଲି ରାତିରୁ ଉତ୍ତେଜନା ଲାଗି ରହିଛି। ସୂଚନା ଅନୁସାରେ, ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ୱାମୀ ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ ଶିବନାଥପୁର ଗାଁର ଗଣେଶ କିଷାନଙ୍କୁ ଧରମ […]

  • Friday, 16 July 2021
j1
ଚିତ୍ରକୋଣ୍ଡାରେ ବିଏସ୍‌ଏଫ୍‌ ଯବାନଙ୍କ ଜନ ସମ୍ପର୍କ କାର୍ଯ୍ୟକ୍ରମ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବିଭିନ୍ନ ପଞ୍ଚାୟତରେ ବିଏସ୍ଏଫ୍ ଯବାନମାନେ ଜନ ସମ୍ପର୍କ କାର୍ଯ୍ୟକ୍ରମ ଆଯୋଜନ କରିଛନ୍ତି। ଯବାନମାନେ ଲୋକଙ୍କୁ ବିଭିନ୍ନ ପାଠ୍ୟ ପୁସ୍ତକ, ସ୍କୁଲ ବ୍ୟାଗ୍‌, ପୋଷାକ, ଖେଳ ସାମଗ୍ରୀ ବଣ୍ଟନ କରିବା ସହ ଚପଲ, କମ୍ବଳ, ମହିଳାଙ୍କୁ ଶାଢ଼ି ଏବଂ ରୋଷେଇ ପାଇଁ ଥାଳି, ପ୍ଲେଟ୍‌, ଗ୍ଲାସ୍‌, କଡେଇ ଆଦି ବଣ୍ଟନ କରିଥିଲେ। ଏହାସହ ଯବାନମାନେ ମାଗଣା ଚିକିତ୍ସା ସହ ଔଷଧ ମଧ୍ୟ ବଣ୍ଟନ କରିଛନ୍ତି। ବିଏସ୍ଏଫ୍‌ ଯବାନଙ୍କ ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମରେ […]

  • Friday, 16 July 2021
rape allegation
ସରପଞ୍ଚଙ୍କ ପୁଅଙ୍କ ବିରୁଦ୍ଧରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

କଟକ : ସରପଞ୍ଚଙ୍କ ପୁଅଙ୍କ ବିରୁଦ୍ଧରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ପଞ୍ଚାୟତରୁ। ନାବାଳିକା ଜଣକ ସାଇକଲରେ ଏକୁଟିଆ ଟ୍ୟୁସନରୁ ଫେରୁଥିବା ସମୟରେ ଅଭିଯୁକ୍ତ ମୃତ୍ୟୁଞ୍ଜୟ ସ୍ୱାଇଁ ରାସ୍ତାରେ ଟଣାଓଟରା କରିଥିଲା। ପରେ ନାବାଳିକାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା। ତେବେ କୌଣସି ମତେ ନାବାଳିକା ଜଣଙ୍କୁ ଘଟଣା ସ୍ଥଳରୁ ଖସି ଆସି ପରିବାର ଲୋକଙ୍କୁ କହିଥିଲା। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ […]

  • Friday, 16 July 2021
dharmendra
ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି। ପେଟ୍ରୋଲିୟମ ଶିଳ୍ପ ପ୍ରକଳ୍ପ ପାଇଁ ଭିତ୍ତିଭୂମି ଯୋଗାଇବା ନେଇ ଚିଠି ଲେଖିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନେକ ପ୍ରକଳ୍ପକୁ ଜମି ମିଳିନଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଧର୍ମେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟର ୪ଟି ପ୍ରକଳ୍ପକୁ ରାଜ୍ୟ ଜମି ଯୋଗାଉ ନାହିଁ ଚିଠିରେ ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି। ତାଇୱାନର ସିପିସି କର୍ପୋରେସନକୁ ଆବଶ୍ୟକ ସୁବିଧା ଦିଆଯାଉନାହିଁ ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର। ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସଂପୃକ୍ତ ବିଭାଗକୁ ସହଯୋଗ ପାଇଁ ନିର୍ଦ୍ଦେଶ […]

  • Friday, 16 July 2021
rosevally 2
ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ଜମାକାରୀ ଫେରିପାଇବେ ଟଙ୍କା

କଟକ : ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାର ଜମାକାରୀଙ୍କୁ ସେମାନଙ୍କ ଟଙ୍କା ଫେରାଇବାକୁ ରାଜ୍ୟ ସରକାରଙ୍କୁ କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତଙ୍କ ନିର୍ଦ୍ଦେଶ। ମୋଟ ୨ ଲକ୍ଷ ୩୮ ହଜାର ୪୭୭ ଜମାକାରୀଙ୍କୁ ୯୨ କୋଟି ୮ ଲକ୍ଷ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆର୍‌ଆଇ ଓ ପଞ୍ଚାୟତ ସ୍ତରରେ ଜମାକାରୀ ଚିହ୍ନଟ ଅନୁସାରେ ଟଙ୍କା ଫେରସ୍ତ ହେବ। ଅନ୍‌ଲାଇନ ଯୋଗେ ଟଙ୍କା ଜମାକାରୀଙ୍କ ଆକାଉଣ୍ଟରେ ଜମା ହେବ। ଯେଉଁ ଜମାକାରୀ ୭ ହଜାର ଟଙ୍କା ପର୍ଯ୍ୟନ୍ତ […]

  • Friday, 16 July 2021
r1
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ: ରଥଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀରେ ପହଞ୍ଚିଛି। ନୟାଗଡ଼ ଜିଲ୍ଲା ବନଖଣ୍ଡରୁ ଦୁଇଟି ରଥକାଠ ବୋଝେଇ ଟ୍ରକ୍‌ ପୁରୀରେ ଆସି ପହଞ୍ଚିଛି। ସମୁଦାୟ ୫୭ ଖଣ୍ଡ କାଠ ଆସିଛି। ଏଥିରୁ ୨୦ ଫୁଟିଆ ଧଉରା କାଠ ୪ଖଣ୍ଡ ଥିବାବେଳେ ଅସନ କାଠ ୧୧ଖଣ୍ଡ ରହିଛି। ସେହିଭଳି ୧୨ ଫୁଟିଆ ଧଉରା କାଠ ୨୨ଖଣ୍ଡ ଥିବାବେଳେ ଅସନ କାଠ ୨୦ଖଣ୍ଡ ରହିଛି। ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ୍‌ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ୧୯୫ […]

  • Friday, 16 July 2021
press meet
ରାଜ୍ୟ ସରକାରଙ୍କୁ NCPCRର ଭର୍ତ୍ସନା

ଢେଙ୍କାନାଳ : ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ଯାତନା ମାମଲା ପରେ ସାରା ରାଜ୍ୟରେ କେମିତି ଚାଲିଛି ଚାଇଲ୍ଡ କେୟାର ୟୁନିଟ୍ ତାର ତନାଘନା କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ-NCPCR। ତେବେ ଆଜି ପୁରା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଭତ୍ସନା କରିଛନ୍ତି NCPCR ସଦସ୍ୟ ୟଶୱନ୍ତ ଜୈନ। ରାଜ୍ୟ ସରକାର ଶିଶୁ ସୁରକ୍ଷା ନେଇ ଥିବା ଗାଇଡଲାଇନ୍‌କୁ ପାଳନ କରିନଥିବା କହିଛନ୍ତି ୟଶୱନ୍ତ ଜୈନ। ସେଲଟର୍ ହୋମ୍‌ରେ ଶିଶୁଙ୍କ ସୁରକ୍ଷା ନେଇ ଗାଇଡଲାଇନ୍ […]

  • Friday, 16 July 2021
impha hanger
ଇମ୍ଫା ହେଲିକପ୍ଟରକୁ ମୁକ୍ତ କଲା ପୁରୀ ପୁଲିସ

ଭୁବନେଶ୍ୱର :  ଶେଷରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଇମ୍ଫା ହେଲିକପ୍ଟରକୁ ମୁକ୍ତ କରିଛି ପୁରୀ ପୁଲିସ୍। ପୁରୀ SDJM କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଥିବା ଇମ୍ଫାର ହ୍ୟାଙ୍ଗର ଭିତରୁ ହେଲିକପ୍ଟର ସିଲ୍ ଖୋଲାଯାଇଛି। ଚିଲିକାରେ ସି ପ୍ଲେନ୍ ଉଡ଼ାଣ ବିବାଦକୁ ନେଇ ପୁରୀ ପୁଲିସ ପୂର୍ବରୁ ଇମ୍ଫାର ସମସ୍ତ ୩ଟି ଯାକ ହେଲିକପ୍ଟର ସହ ଇମ୍ଫାର ହ୍ୟାଙ୍ଗରକୁ ମଧ୍ୟ ସିଲ୍‌ କରିଥିଲା। ତେବେ ଘଟଣାରେ ଡିଜିସିଏଙ୍କ କ୍ଲନ୍‌ଚିଟ୍ ପ୍ରଦାନ ପରେ […]

  • Friday, 16 July 2021
srikanta jena
ଶ୍ରୀକାନ୍ତଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଘର କଳି ତୁଟାଇବାକୁ ରାଜ୍ୟ କଂଗ୍ରେସର ଚରମ ପଦକ୍ଷେପ। ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ। କିଛି ଦିନ ତଳେ ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନାଙ୍କୁ ବିଦା କରି ଗଣେଶ୍ୱର ବେହେରାଙ୍କୁ ଅଧ୍ୟକ୍ଷ କରାଯାଇଥିଲା। ପୂର୍ବରୁ ଓବିସି ଓ SCST ବର୍ଗରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କରାଯିବା ନେଇ ତାଙ୍କ ପ୍ରସ୍ତାବ, ଦଳୀୟ କାର୍ଯ୍ୟକ୍ରମ ଛାଡ଼ି କୃଷ୍ଣ ସଗରିଆଙ୍କ ସହ ସାମାଜିକ ନ୍ୟାୟ ଅଭିଯାନ ସମାବେଶରେ ଯୋଗ ଦେବାକୁ […]

  • Friday, 16 July 2021
puri
ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ

ପୁରୀ : ପୁରୀ ଛଇତନାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ପ୍ରାୟ ୨ଶହରୁ ଅଧିକ ସ୍କୁଲର ୨୦୩ଟି ପ୍ରକଳ୍ପ ସ୍ଥାନ ପାଇଛି। ପିଲାମାନେ ବିଭିନ୍ନ ପ୍ରୋଜେକ୍ଟରେ ନିଜ ବୈଜ୍ଞାନିକ ବୁଦ୍ଧିମତାର ପରିଚୟ ଦେଇଛନ୍ତି। ଏହି ବିଜ୍ଞାନ ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛି ପଲ୍ୟୁସନ୍ ଫ୍ରି ସାଇକେଲ୍ କମ୍ ମଟର ସାଇକେଲ୍। ଏହି ସାଇକେଲରେ ପେଟ୍ରୋଲର ଆବଶ୍ୟକତା ନାହିଁ, ବ୍ୟାଟେରୀ ସାହାଯ୍ୟରେ ଏହା ଚାଲିଥାଏ। ଏହି ପଲ୍ୟୁସନ ଫ୍ରି ସାଇକେଲକୁ ନବମ ଶ୍ରେଣୀ ଛାତ୍ର ବବୁଲ […]

  • Friday, 16 July 2021
s2
ଶିକ୍ଷା ବ୍ୟବସ୍ଥାରେ ଅବହେଳା ଯୋଗୁ ସ୍କୁଲ୍‌ରେ ତାଲା ପକାଇଲେ ଅଭିଭାବକ

ଗଞ୍ଜାମ: ଶିକ୍ଷା ବ୍ୟବସ୍ଥାରେ ଅବହେଳା ଯୋଗୁ ଅଭିଭାବକମାନେ ସ୍କୁଲରେ ତାଲା ପକାଇଛନ୍ତି। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍‌ ଠୁରୁବୁରେଇ ଗାଁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏହିଭଳି ଘଟଣା ଦେଖିବାକୁ ମିଳିଛି। ସ୍କୁଲରେ ଆବଶ୍ୟକ ଶିକ୍ଷକ ନଥିବା, ସ୍କୁଲର ସ୍ଥାୟୀ କମିଟି ଚୟନ, ପୋଷାକ ବଣ୍ଟନ ଓ ମଧ୍ୟାହ୍ନ ଭୋଜନରେ ହରିଲୁଟ୍ ଭଳି ବିଭିନ୍ନ ଦାବି ନେଇ ଅଭିଭାବକ ସ୍କୁଲରେ ତାଲା ପକାଇଛନ୍ତି। ଏହି ସବୁ ସମସ୍ୟାର ସମାଧାନ ପାଇଁ ପିଲାମାନେ ରୋଡ୍‌ରେ ବସି ପାଠପଢ଼ିବା ସହ ପ୍ରତିବାଦ […]

  • Friday, 16 July 2021
selter home
ତନାଘନା କରିବ NCPCR ଟିମ୍

ଭୁବନେଶ୍ୱର : ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍‌ରେ ନିର୍ଯାତନା ଘଟଣାରେ ଚାଲିଛି ତନାଘନା। ତଦନ୍ତ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ( NCPCR) ଟିମ୍। ଏହି ଟିମ୍ ଆସିବା ନେଇ ମୁଖ୍ୟ ସଚିବଙ୍କୁ ଚିଠି କରିଛନ୍ତି NCPCR ରେଜିଷ୍ଟ୍ରାର। ଆଜି ଏବଂ ଆସନ୍ତା କାଲି ୨ ଦିନ ରହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଟିମ୍। ସୂଚନା ଅନୁଯାୟୀ ମୋଟ ୯ଟି ଟିମ୍ ଆସିବେ। ୧୯ ଜିଲ୍ଲାର ୫୬ ସେଲଟର ହୋମ୍ […]

  • Friday, 16 July 2021
s1
୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ବାଲେଶ୍ୱର: ବାଲେଶ୍ୱରରେ ୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଛି। ସହରର ରୟାଲ ଏନଫିଲ୍ଡ ବୁଲେଟ୍ କ୍ଲବ୍‌ ପକ୍ଷରୁ ସଡ଼କ ସୁରକ୍ଷା ନେଇ ସଚେତନତା ଶୋଭାଯାତ୍ରା କରାଯାଇଛି। କ୍ଲବ୍‌ର ସଦସ୍ୟମାନେ ବୁଲେଟ୍ ଚଢ଼ି ସଡ଼କ ସୁରକ୍ଷା ନେଇ ପଥଚାରୀ, ବାଇକ୍ ଆରୋହୀଙ୍କୁ ସଚେତନ କରାଇଛନ୍ତି। ଆଜିଠାରୁ ସପ୍ତାହ ବ୍ୟାପୀ ସୁରକ୍ଷା ସପ୍ତାହ ପାଳନ କରାଯିବ। ବିଭିନ୍ନ ସ୍କୁଲ କଲେଜରେ ମଧ୍ୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେବ।  

  • Friday, 16 July 2021
cm
ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଆଉ ଏକ ଘୋଷଣା

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଆଉ ଏକ ଘୋଷଣା। ରାଜ୍ୟର ଅଧିକ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା। ଆଜି ଏନେଇ ବିଧିବଦ୍ଧ ଭାବେ ସଚିବାଳୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣିକି ମାସିକ ପାଉଥିବା ୩ ଶହ ଏବଂ  ୫ ଶହ ଟଙ୍କା ଲେଖାଏ ବାର୍ଦ୍ଧକ୍ୟ ଭତ୍ତା ଅଧିକ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

  • Friday, 16 July 2021
accident
ବରଗଡ଼ ପଦ୍ମପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଳ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୋଇବାହାଲି ଛକରେ ବାଇକ୍‌କୁ ଏକ ଡମ୍ଫର ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସିଂହନପୁର ଗାଁର ମୀନକେତନ ଖରସେଲ, ରଜେନ୍ଦ୍ର ବରିହା ଓ ମାଧବ କମଲିଆ। ଏମାନେ କଦଳୀଝରନ ଗାଁରୁ ଏକ ବାହାଘର ଭୋଜିରେ ଯୋଗଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

  • Friday, 16 July 2021