• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

r1
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ: ରଥଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀରେ ପହଞ୍ଚିଛି। ନୟାଗଡ଼ ଜିଲ୍ଲା ବନଖଣ୍ଡରୁ ଦୁଇଟି ରଥକାଠ ବୋଝେଇ ଟ୍ରକ୍‌ ପୁରୀରେ ଆସି ପହଞ୍ଚିଛି। ସମୁଦାୟ ୫୭ ଖଣ୍ଡ କାଠ ଆସିଛି। ଏଥିରୁ ୨୦ ଫୁଟିଆ ଧଉରା କାଠ ୪ଖଣ୍ଡ ଥିବାବେଳେ ଅସନ କାଠ ୧୧ଖଣ୍ଡ ରହିଛି। ସେହିଭଳି ୧୨ ଫୁଟିଆ ଧଉରା କାଠ ୨୨ଖଣ୍ଡ ଥିବାବେଳେ ଅସନ କାଠ ୨୦ଖଣ୍ଡ ରହିଛି। ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ୍‌ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ୧୯୫ […]

  • Friday, 16 July 2021
press meet
ରାଜ୍ୟ ସରକାରଙ୍କୁ NCPCRର ଭର୍ତ୍ସନା

ଢେଙ୍କାନାଳ : ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ନିର୍ଯାତନା ମାମଲା ପରେ ସାରା ରାଜ୍ୟରେ କେମିତି ଚାଲିଛି ଚାଇଲ୍ଡ କେୟାର ୟୁନିଟ୍ ତାର ତନାଘନା କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ-NCPCR। ତେବେ ଆଜି ପୁରା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଭତ୍ସନା କରିଛନ୍ତି NCPCR ସଦସ୍ୟ ୟଶୱନ୍ତ ଜୈନ। ରାଜ୍ୟ ସରକାର ଶିଶୁ ସୁରକ୍ଷା ନେଇ ଥିବା ଗାଇଡଲାଇନ୍‌କୁ ପାଳନ କରିନଥିବା କହିଛନ୍ତି ୟଶୱନ୍ତ ଜୈନ। ସେଲଟର୍ ହୋମ୍‌ରେ ଶିଶୁଙ୍କ ସୁରକ୍ଷା ନେଇ ଗାଇଡଲାଇନ୍ […]

  • Friday, 16 July 2021
impha hanger
ଇମ୍ଫା ହେଲିକପ୍ଟରକୁ ମୁକ୍ତ କଲା ପୁରୀ ପୁଲିସ

ଭୁବନେଶ୍ୱର :  ଶେଷରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଇମ୍ଫା ହେଲିକପ୍ଟରକୁ ମୁକ୍ତ କରିଛି ପୁରୀ ପୁଲିସ୍। ପୁରୀ SDJM କୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଥିବା ଇମ୍ଫାର ହ୍ୟାଙ୍ଗର ଭିତରୁ ହେଲିକପ୍ଟର ସିଲ୍ ଖୋଲାଯାଇଛି। ଚିଲିକାରେ ସି ପ୍ଲେନ୍ ଉଡ଼ାଣ ବିବାଦକୁ ନେଇ ପୁରୀ ପୁଲିସ ପୂର୍ବରୁ ଇମ୍ଫାର ସମସ୍ତ ୩ଟି ଯାକ ହେଲିକପ୍ଟର ସହ ଇମ୍ଫାର ହ୍ୟାଙ୍ଗରକୁ ମଧ୍ୟ ସିଲ୍‌ କରିଥିଲା। ତେବେ ଘଟଣାରେ ଡିଜିସିଏଙ୍କ କ୍ଲନ୍‌ଚିଟ୍ ପ୍ରଦାନ ପରେ […]

  • Friday, 16 July 2021
srikanta jena
ଶ୍ରୀକାନ୍ତଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଘର କଳି ତୁଟାଇବାକୁ ରାଜ୍ୟ କଂଗ୍ରେସର ଚରମ ପଦକ୍ଷେପ। ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ। କିଛି ଦିନ ତଳେ ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନାଙ୍କୁ ବିଦା କରି ଗଣେଶ୍ୱର ବେହେରାଙ୍କୁ ଅଧ୍ୟକ୍ଷ କରାଯାଇଥିଲା। ପୂର୍ବରୁ ଓବିସି ଓ SCST ବର୍ଗରୁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ କରାଯିବା ନେଇ ତାଙ୍କ ପ୍ରସ୍ତାବ, ଦଳୀୟ କାର୍ଯ୍ୟକ୍ରମ ଛାଡ଼ି କୃଷ୍ଣ ସଗରିଆଙ୍କ ସହ ସାମାଜିକ ନ୍ୟାୟ ଅଭିଯାନ ସମାବେଶରେ ଯୋଗ ଦେବାକୁ […]

  • Friday, 16 July 2021
puri
ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ

ପୁରୀ : ପୁରୀ ଛଇତନାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ପ୍ରାୟ ୨ଶହରୁ ଅଧିକ ସ୍କୁଲର ୨୦୩ଟି ପ୍ରକଳ୍ପ ସ୍ଥାନ ପାଇଛି। ପିଲାମାନେ ବିଭିନ୍ନ ପ୍ରୋଜେକ୍ଟରେ ନିଜ ବୈଜ୍ଞାନିକ ବୁଦ୍ଧିମତାର ପରିଚୟ ଦେଇଛନ୍ତି। ଏହି ବିଜ୍ଞାନ ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛି ପଲ୍ୟୁସନ୍ ଫ୍ରି ସାଇକେଲ୍ କମ୍ ମଟର ସାଇକେଲ୍। ଏହି ସାଇକେଲରେ ପେଟ୍ରୋଲର ଆବଶ୍ୟକତା ନାହିଁ, ବ୍ୟାଟେରୀ ସାହାଯ୍ୟରେ ଏହା ଚାଲିଥାଏ। ଏହି ପଲ୍ୟୁସନ ଫ୍ରି ସାଇକେଲକୁ ନବମ ଶ୍ରେଣୀ ଛାତ୍ର ବବୁଲ […]

  • Friday, 16 July 2021
s2
ଶିକ୍ଷା ବ୍ୟବସ୍ଥାରେ ଅବହେଳା ଯୋଗୁ ସ୍କୁଲ୍‌ରେ ତାଲା ପକାଇଲେ ଅଭିଭାବକ

ଗଞ୍ଜାମ: ଶିକ୍ଷା ବ୍ୟବସ୍ଥାରେ ଅବହେଳା ଯୋଗୁ ଅଭିଭାବକମାନେ ସ୍କୁଲରେ ତାଲା ପକାଇଛନ୍ତି। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍‌ ଠୁରୁବୁରେଇ ଗାଁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏହିଭଳି ଘଟଣା ଦେଖିବାକୁ ମିଳିଛି। ସ୍କୁଲରେ ଆବଶ୍ୟକ ଶିକ୍ଷକ ନଥିବା, ସ୍କୁଲର ସ୍ଥାୟୀ କମିଟି ଚୟନ, ପୋଷାକ ବଣ୍ଟନ ଓ ମଧ୍ୟାହ୍ନ ଭୋଜନରେ ହରିଲୁଟ୍ ଭଳି ବିଭିନ୍ନ ଦାବି ନେଇ ଅଭିଭାବକ ସ୍କୁଲରେ ତାଲା ପକାଇଛନ୍ତି। ଏହି ସବୁ ସମସ୍ୟାର ସମାଧାନ ପାଇଁ ପିଲାମାନେ ରୋଡ୍‌ରେ ବସି ପାଠପଢ଼ିବା ସହ ପ୍ରତିବାଦ […]

  • Friday, 16 July 2021
selter home
ତନାଘନା କରିବ NCPCR ଟିମ୍

ଭୁବନେଶ୍ୱର : ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍‌ରେ ନିର୍ଯାତନା ଘଟଣାରେ ଚାଲିଛି ତନାଘନା। ତଦନ୍ତ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ( NCPCR) ଟିମ୍। ଏହି ଟିମ୍ ଆସିବା ନେଇ ମୁଖ୍ୟ ସଚିବଙ୍କୁ ଚିଠି କରିଛନ୍ତି NCPCR ରେଜିଷ୍ଟ୍ରାର। ଆଜି ଏବଂ ଆସନ୍ତା କାଲି ୨ ଦିନ ରହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ ଟିମ୍। ସୂଚନା ଅନୁଯାୟୀ ମୋଟ ୯ଟି ଟିମ୍ ଆସିବେ। ୧୯ ଜିଲ୍ଲାର ୫୬ ସେଲଟର ହୋମ୍ […]

  • Friday, 16 July 2021
s1
୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ବାଲେଶ୍ୱର: ବାଲେଶ୍ୱରରେ ୩୦ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଛି। ସହରର ରୟାଲ ଏନଫିଲ୍ଡ ବୁଲେଟ୍ କ୍ଲବ୍‌ ପକ୍ଷରୁ ସଡ଼କ ସୁରକ୍ଷା ନେଇ ସଚେତନତା ଶୋଭାଯାତ୍ରା କରାଯାଇଛି। କ୍ଲବ୍‌ର ସଦସ୍ୟମାନେ ବୁଲେଟ୍ ଚଢ଼ି ସଡ଼କ ସୁରକ୍ଷା ନେଇ ପଥଚାରୀ, ବାଇକ୍ ଆରୋହୀଙ୍କୁ ସଚେତନ କରାଇଛନ୍ତି। ଆଜିଠାରୁ ସପ୍ତାହ ବ୍ୟାପୀ ସୁରକ୍ଷା ସପ୍ତାହ ପାଳନ କରାଯିବ। ବିଭିନ୍ନ ସ୍କୁଲ କଲେଜରେ ମଧ୍ୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେବ।  

  • Friday, 16 July 2021
cm
ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଆଉ ଏକ ଘୋଷଣା

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଆଉ ଏକ ଘୋଷଣା। ରାଜ୍ୟର ଅଧିକ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା। ଆଜି ଏନେଇ ବିଧିବଦ୍ଧ ଭାବେ ସଚିବାଳୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଣିକି ମାସିକ ପାଉଥିବା ୩ ଶହ ଏବଂ  ୫ ଶହ ଟଙ୍କା ଲେଖାଏ ବାର୍ଦ୍ଧକ୍ୟ ଭତ୍ତା ଅଧିକ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

  • Friday, 16 July 2021
accident
ବରଗଡ଼ ପଦ୍ମପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଳ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୋଇବାହାଲି ଛକରେ ବାଇକ୍‌କୁ ଏକ ଡମ୍ଫର ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସିଂହନପୁର ଗାଁର ମୀନକେତନ ଖରସେଲ, ରଜେନ୍ଦ୍ର ବରିହା ଓ ମାଧବ କମଲିଆ। ଏମାନେ କଦଳୀଝରନ ଗାଁରୁ ଏକ ବାହାଘର ଭୋଜିରେ ଯୋଗଦେଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

  • Friday, 16 July 2021
p1
ଧାରଣାସ୍ଥଳରୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୁଲିସ୍‌

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ଆଗରେ ଧାରଣା ଦେଇଥିବା ଜମିହରା କୃଷକ ମଞ୍ଚ ସଦସ୍ୟଙ୍କୁ ପୁଲିସ୍‌ ଉଠାଇନେବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏପରିକି ବିକ୍ଷୋଭକାରୀ ଓ ପୁଲିସ୍‌ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିବା ଜଣାପଡ଼ିଛି। ବିଭିନ୍ନ ଦାବି ନେଇ ୪ ଦିନ ହେଲା ଜମିହରା ଏକତା ମଞ୍ଚ ବିଶୋଧନାଗାର ଆଗରେ ଧାରଣା ଦେଇଥିଲା। ଦିନକ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାରାଦୀପ ଆସୁଥିବାରୁ, ପୁଲିସ୍‌ ଆଜି ବିକ୍ଷୋଭକାରୀଙ୍କୁ ଧାରଣାରୁ ଉଠାଇ ନେଇଥିଲା। ସେମାନଙ୍କୁ ନେଇ […]

  • Friday, 16 July 2021
naveen
କୃଷି ଓ ଚାଷୀଙ୍କ ଋଣ ସମସ୍ୟାକୁ ନେଇ ବିଜେପିର ପରାଜୟ ହେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : କୃଷି ଓ ଚାଷୀଙ୍କ ଋଣ ସମସ୍ୟାକୁ ନେଇ ବିଜେପିର ପରାଜୟ ହେଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ସ୍ୱାମୀନାଥନ କମିଟି ରିପୋର୍ଟର ସୁପାରିଶକୁ ଲାଗୁ କରିବାରେ କେନ୍ଦ୍ର ଅବହେଳା କରିବା ଦ୍ୱାରା ଦଳକୁ କୃଷିଭିତ୍ତିକ ରାଜ୍ୟରେ ବିଜେପିକୁ ଏଭଳି ଦଶା ଭୋଗିବାକୁ ପଡିଲା ବୋଲି କହିଛନ୍ତି ନବୀନ। ଏହା ଦେଶର ମୁଡ୍ ବୋଲି ନବୀନ ମତ ଦେଇଛନ୍ତି। ବିଜେଡି ଏବେବି କଂଗ୍ରେସ ଓ ବିଜେପିଠାରୁ ସମଦୂରତା […]

  • Friday, 16 July 2021
n1
୨୯ ଛାତ୍ରୀ ନିଖୋଜ ଘଟଣାରେ ୫ ଜଣଙ୍କୁ ଗିରଫ କଲା ପୁଲିସ୍‌

ଗଜପତି: ଗଜପତି ଜିଲ୍ଲା ଅନ୍ତରବା କନ୍ୟାଶ୍ରମରୁ ୨୯ ଛାତ୍ରୀ ନିଖୋଜ ଘଟଣାରେ ୫ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ନିଖୋଜ ଛାତ୍ରୀଙ୍କୁ ଅଟକ ରଖିବା ଅଭିଯୋଗରେ ଅଡ଼ବା ପୁଲିସ୍‌ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଗତ ୨୬ ତାରିଖରେ ଛାତ୍ରୀମାନେ ହଷ୍ଟେଲରୁ ନିଖୋଜ ହେବା ପରେ ଟାଙ୍କିଲିପଦର ଗାଁ ନିକଟରେ ଥିବା ଏକ କୁଡ଼ିଆରେ ସେମାନଙ୍କୁ ଆଶ୍ରୟ ଦେବା ସହ ଏହି ୫ଜଣ ଅଟକ ରଖିଥିବା ପୁଲିସ୍‌ କହିଛି। ତେବେ ୨୭ ତାରିଖରେ ଜଣେ ଛାତ୍ରୀଙ୍କ ମୋବାଇଲ ଫୋନ୍‌କୁ ଟ୍ରାକ୍‌ […]

  • Friday, 16 July 2021
mountain day
ବଲାଙ୍ଗିରରେ ଆର୍ନ୍ତଜାତୀୟ ପର୍ବତାରୋହଣ ଦିବସ ପାଳିତ

ବଲାଙ୍ଗିର : ବଲାଙ୍ଗିରରେ ପାଳିତ ହୋଇଯାଇଛି ଆର୍ନ୍ତଜାତୀୟ ପର୍ବତାରୋହଣ ଦିବସ। ସର୍କିଟ ହାଉସ୍‌ ଠାରେ ପାଳିତ ଏହି ଉତ୍ସବରେ ଯୋଗ ଦେଇଥିଲେ ଆର୍ନ୍ତଜାତୀୟ ପର୍ବତାରୋହୀ ଯୋଗଭ୍ୟାସ ଭୋଇ। ଯୋଗଭ୍ୟାସଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପର୍ବତାରୋହୀ ଦଳ ବଲାଙ୍ଗିରର ମଠଖାଇ ପାହାଡକୁ ଚଢିବା କାର୍ଯ୍ୟକ୍ରମ ରହିଛି। ଏହି ପର୍ବତାରୋହଣ କାର୍ଯ୍ୟକ୍ରମକୁ ବଲାଙ୍ଗିର ବନଖଣ୍ଡ ଅଧିକାରୀ ସମୀର ଶତପଥୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।୧୦ ଜଣ ପର୍ବତାରୋହୀ ମଠଖାଇ ପର୍ବତ ଉପରକୁ ଚଢିବା ସହିତ ସେ ସଂର୍ପକରେ ଜ୍ଞାନ […]

  • Friday, 16 July 2021
drone 3
କୋଣାର୍କ ମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍ କ୍ୟାମେରା

କୋଣାର୍କ : କୋଣାର୍କ ମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍। ଡ୍ରୋନ୍ କ୍ୟାମେରା ଉଡ଼ାଇବା ଅଭିଯୋଗରେ ୨ ରୁଷୀୟ ପର୍ଯ୍ୟଟକଙ୍କୁ ଅଟକ ରଖିଲା ପ୍ରତ୍ନତତ୍ତ୍ୱ ବିଭାଗ। ଆଜି ଦିନ ସାଢ଼େ ୧୦ଟା ସମୟରେ ଉଭୟେ କୋଣାର୍କ ବୁଲି ଆସିଥିବା ବେଳେ ମନ୍ଦିର ଉପରେ ଡ୍ରୋନ୍ କ୍ୟାମେରା ଉଡ଼ାଉ ଥିଲେଷ ଖବର ପାଇ ଏଏସଆଇ କର୍ମଚାରୀ ସେମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ପରେ ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରିବା ସହ କ୍ୟାମେରାରୁ ଭିଡିଓ ଡିଲିଟ କରିବା […]

  • Friday, 16 July 2021
knife
ବଡ଼ଦାଣ୍ଡରେ ଯୁବକଙ୍କୁ ଛୁରାମାଡ଼ କରି ଦୁର୍ବୃତ୍ତ ଫେରାର

ପୁରୀ: ପୁରୀ ବଡ଼ଦାଣ୍ଡରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଗତକାଲି ରାତିରେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ବଡ଼ଦାଣ୍ଡ ମେଡିକାଲ ଛକରେ ଏହି ଛୁରାମାଡ଼ ହୋଇଛି। ଏଥିରେ ପୂର୍ବତନ ପୌରାଧ୍ୟକ୍ଷ ଜୟନ୍ତ ଷଡ଼ଙ୍ଗୀଙ୍କ ପୁତୁରା ନିଖିଳ ଷଡ଼ଙ୍ଗୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ପୁରୀ ସଦର ହସ୍ପିଟାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ନିଖିଳ ବଡ଼ଦାଣ୍ଡରେ ଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ବର୍ତ୍ତମାନ ଯାଏ […]

  • Friday, 16 July 2021
b22
ବିଜେପିର ବୌଦ୍ଧ ଜିଲ୍ଲା ବନ୍ଦ ପାଳନ

ବୌଦ୍ଧ: ବିଜେପିର ବୌଦ୍ଧ ଜିଲ୍ଲା ବନ୍ଦ ପାଳନ। ୪ ଦଫା ଦାବିରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳୁ ସକାଳୁ ବିଜେପି କର୍ମୀମାନେ ପିକେଟିଂ କରି ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ କରିଛନ୍ତି। ମନମୁଣ୍ଡା ପୁଲିସ୍‌ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତିଙ୍କ ସମେତ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି। ଜିଲ୍ଲା ଭିତ୍ତିକ ଷ୍ଟାଫ୍‌ ନର୍ସ ପଦବୀ ନିଯୁକ୍ତି, ଜିଲ୍ଲାରେ ଧାନ ମଣ୍ଡି ବନ୍ଦ କରାଯିବାକୁ ବିରୋଧ, […]

  • Friday, 16 July 2021
f1
ଭୟାବହ ଅଗ୍ନିକାଣ୍ଡରେ ବାସହୀନ ହୋଇଗଲା ୫ଟି ପରିବାର

ଭଦ୍ରକ/କେନ୍ଦ୍ରାପଡ଼ା: ରାଜ୍ୟର ଦୁଇଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ବଖରା ଘର ପୋଡ଼ି ପାଉଁଶ ହେବାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅନ୍ତର୍ଗତ ରାଜରାଜେଶ୍ୱରୀ ପଲ୍ଲୀରେ ଭୟାବହ ଅଗ୍ନିକାଣ୍ଡରେ ୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ରାଜରାଜେଶ୍ୱରୀ ପଲ୍ଲୀର ପ୍ରବୀଣ ମଣ୍ଡଳ ଏବଂ ରବୀନ୍ଦ୍ର ମଣ୍ଡଳଙ୍କ ଘର ଜଳି ଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଗତ […]

  • Friday, 16 July 2021
s1
୪୮୦ ବୋତଲ କଫ୍ ସିରପ୍‌ ଜବତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ୪୮୦ଟି କଫ୍ ସିରପ୍‌ ବୋତଲ ଜବତ ହୋଇଛି। ନୂଆପଡ଼ା ଜିଲ୍ଲା ଅରେଡ଼ା ଗାଁ ଛକରେ ବେଆଇନ ଭାବେ ଚାଲାଣ ହେଉଥିବା ୩ ପେଟି କଫ୍ ସିରପ୍‌କୁ ଖଡ଼ିଆଳ ପୁଲିସ୍‌ ଜବତ କରିଛି। କଫ୍ ସିରପ୍‌ ସବୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିଲା ବୋଲି ସୂଚନା ମିଳିଛି। ଏକ ବାଇକ୍ ଯୋଗେ ଏହାକୁ ଚାଲାଣ କରାଯାଉଥିବା ବେଳେ ହଠାତ୍ ପୁଲିସ୍‌ ଚଢ଼ାଉ ଏହି କଫ୍ ସିରପ୍‌ ବୋତଲକୁ ଜବତ କରିବା […]

  • Friday, 16 July 2021
deep deprasion
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

 ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।  ଏହା ୱେଲ୍‌ମାର୍କ ଲୋ ପ୍ରେସରରେ ପରିଣତ ହେବ। ତେବେ ଏହାର ପ୍ରଭାବ ଓଡିଶା ଉପରେ ପଡିନପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନାହିଁ, ତେଣୁ ଓଡିଶାରେ ଚାଷୀ ଆତଙ୍କିତ ନହେବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି। ସେହିପରି ଆସନ୍ତା ୭ ଦିନ ମଧ୍ୟରେ ଶୀତର […]

  • Friday, 16 July 2021
k1
ଗଡ଼ିଲା ‘କାଳିଆ ରଥ’

ଭୁବନେଶ୍ୱର: ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ ରଥ’ର ଶୁଭାରମ୍ଭ କରିଛନ୍ତି। ଏହି ରଥ ୩୦ଟି ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ବୁଲି ଚାଷୀମାନଙ୍କୁ କାଳିଆ ଯୋଜନା ସର୍ମ୍ପକରେ ଅବଗତ କରିବ। ସାରା ରାଜ୍ୟରେ ମୋଟ୍‌ ୧୫୦ଟି ‘କାଳିଆ ରଥ’ କାଳିଆ ଯୋଜନା ସର୍ମ୍ପକରେ ଲୋକଙ୍କୁ ସଚେତନ କରାଇବ।  ଗତକାଲି ପ୍ରଥମ ପର୍ଯ୍ୟାୟରେ ୨୦ଟି ରଥକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହାପରେ ୧୩୦ଟି କାଳିଆ ରଥକୁ ଏଥିରେ ସାମିଲ କରାଯିବ। ଏହି ରଥ ଏକ ମାସ […]

  • Friday, 16 July 2021
paika
ପାଇକ କାର୍ଡକୁ ନେଇ ପୁଣି ତେଜିଲା ରାଜନୀତି

ଖୋର୍ଦ୍ଧା : ପାଇକ କାର୍ଡକୁ ନେଇ ପୁଣି ତେଜିଲା ରାଜନୀତି। ମୋଦିଙ୍କ ଖୋର୍ଦ୍ଧା ଗସ୍ତ ପୂର୍ବରୁ ସରକାର ବରୁଣେଇରେ ପାଇକ ସ୍ମୃତିସ୍ତମ୍ଭ ପାଇଁ ଜମି ଦେବା ଦାବିକୁ ଜୋରଦାର କରିଛନ୍ତି ବିଭିନ୍ନ ପାଇକ ସଂଗଠନ। ଆଜି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ସଂଗଠନର ଟିମ୍‌ କେନ୍ଦ୍ର ସଂସୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଭେଟି ରାଜ୍ୟ ଉପରେ ଚାପ ପକାଇବାକୁ ଅନୁରୋଧ କରିଥିଲେ। ତେବେ ରାଜ୍ୟ ସରକାର ଜାଣିଶୁଣି ଜମି ଦେଉନଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ […]

  • Friday, 16 July 2021
congress-up
ତେଜୁଛି ଶ୍ରୀକାନ୍ତ-ନିରଞ୍ଜନ କଳି ; ଶୃଙ୍ଖଳା କଥା କହି ଶ୍ରୀକାନ୍ତଙ୍କୁ ଟାର୍ଗେଟ୍ କଲେ ତାରା

ଭୁବନେଶ୍ୱର : ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି କଂଗ୍ରେସ କନ୍ଦଳ। ତାରା-କୃଷ୍ଣ କଳି ପରେ ଏବେ ଶ୍ରୀକାନ୍ତ-ନିରଞ୍ଜନ ବିବାଦ ଘନୀଭୂତ ହେବାରେ ଲାଗିଛି। ଶ୍ରୀକାନ୍ତଙ୍କୁ ଆଜି ପୁଣି ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ଅନୁସୂଚିତ ଜାତି ଓ ଜନଜାତି ମଧ୍ୟରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଉ ବୋଲି ଶ୍ରୀକାନ୍ତ କରିଥିବା ଅପିଲ୍‌କୁ ଦଳ ବିରୋଧୀ କହିବା ସହ ଦଳୀୟ ନିୟମ ନ ମାନିଲେ ପାର୍ଟିରୁ ବିଦା ହେବା ଦରକାର ବୋଲି କହିଛନ୍ତି। […]

  • Friday, 16 July 2021
brown sugar
ରାଜଧାନୀ ପାଲଟିଲାଣି ବ୍ରାଉନ୍‌ ସୁଗାରର ପେଣ୍ଠସ୍ଥଳୀ !

ଭୁବନେଶ୍ୱର : ରାଜଧାନୀ ପାଲଟିଲାଣି ବ୍ରାଉନ୍‌ ସୁଗାରର ପେଣ୍ଠସ୍ଥଳୀ। ଆଜି ଅବକାରୀ ବିଭାଗ ପ୍ରାୟ ୭୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବ୍ରାଉନ୍‌ସୁଗାର ସବ୍‌ଡିଲର ହୋଇଥିବା ବେଳେ ଅନ୍ୟ ଜଣେ ବ୍ରାଉନସୁଗାର ବେପାରୀ। ସବ୍‌ଡିଲର ଟୁକୁନା ଦାସ ଖୋର୍ଦ୍ଧା ଅଞ୍ଚଳର ଜଲେଶ୍ୱରରୁ ବ୍ରାଉନ୍‌ସୁଗାର ଆଣି ବ୍ୟବସାୟ କରୁଥିଲା। ସେ ଖଣ୍ଡଗିରି ଅଞ୍ଚଳରେ ଏକ ହୋଟେଲରେ ୱେଟର ଭାବେ କାମ କରୁଥିଲା। ପୂର୍ବରୁ ଅବକାରୀ ବିଭାଗ ସାଲିଆ […]

  • Friday, 16 July 2021
Orissa-High-Court
ଓଟିଭି ସପକ୍ଷରେ ହାଇକୋର୍ଟଙ୍କ ରାୟ

ଭୁବନେଶ୍ୱର :  ହକି ବିଶ୍ୱକପ୍‌ ଖବର ସଂଗ୍ରହରେ OTVକୁ ବାଧା ଦେବା ମାମଲା। FIH ଓ ହକି ଇଣ୍ଡିଆ ସହ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଝଟକା। OTV ପ୍ରତିନିଧିଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ଦେବାକୁ FIH, ହକି ଇଣ୍ଡିଆ, ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। OTV ପକ୍ଷରୁ ଲଢୁଥିବା ବରିଷ୍ଠ ଓକିଲ ଶୌର୍ଯ୍ୟ ସୁନ୍ଦର ଦାସ ଏନେଇ ସୂଚନା ଦେଇଛନ୍ତି। ବିଦେଶୀ ସାମ୍ବାଦିକଙ୍କ ପ୍ରାବଲ୍ୟ ବାହାନାରେ OTV ପ୍ରତିନିଧିଙ୍କ ଆକ୍ରିଡିଟେସନ ରଦ୍ଦ କରାଯାଇଥିଲା। ଯାହାକୁ ନେଇ […]

  • Friday, 16 July 2021