କାମାକ୍ଷାନଗର/ପାରାଦୀପ: ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତୀନ ଗଡ଼କରୀ। ସେ କାମାକ୍ଷାନଗରରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ଏଥିସହିତ ଗଡ଼କରୀ ୨ ହଜାର ୩୩୫ କୋଟି ମୂଲ୍ୟର ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମି ପୂଜନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ଅଧିକ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ରାଜ୍ୟ ସରକାର ସହଯୋଗ କଲେ ଅଧିକ […]
ପୁରୀ : ଘର ଭିତରେ ପଡ଼ିଛି ଡାକ୍ତରଙ୍କ ପତ୍ନୀଙ୍କ ରକ୍ତାକ୍ତ ମରଶରୀର। ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ଏପରି ଅଭାବନୀୟ ଘଟଣା ପୁରୀ ସଦର ମହକୁମାରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସାମୁଦ୍ରିକ ଥାନା ଅନ୍ତର୍ଗତ ରେଲୱେ କ୍ୱାର୍ଟର୍ସରେ ରୁହନ୍ତି ଡାକ୍ତର ସଞ୍ଜିବ କୁମାର ସାହୁଙ୍କ ପରିବାର। ସବୁଦିନ ପରି ଆଜି ସକାଳେ ଡାକ୍ତର ସାହୁ ଡାକ୍ତରଖାନା ଯାଇଥିଲେ। ଆଉ […]
ଗଞ୍ଜାମ : ମଦ ବିକ୍ରିକୁ ବିରୋଧ କରି ମହିଳାଙ୍କ ତୁମୁଳକାଣ୍ଡ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ପିତ୍ତଳ ଗାଁରେ ମଦ ଭାଟିରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି ଶତାଧିକ ମହିଳା। ବହୁ ଦିନ ଧରି ମଦଭାଟି ବନ୍ଦ କରାଯିବା ନେଇ ଦାବି ହୋଇଆସୁଥିଲା। ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଶେଷରେ ଚରମ ନିଷ୍ପତ୍ତି ନେଇଛନ୍ତି ମହିଳାମାନେ। ଗାଁର ମହିଳା ମାନେ ଦେଶୀ ଭାଟିରେ ପଶି ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଛନ୍ତି। ହିଞ୍ଜିଳି […]
ଗଞ୍ଜାମ : ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଏନେଇ ଅଭିଯୋଗ ପରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୋଗ ଅନୁଯାୟୀ ଗତ ୧୫ ତାରିଖ ସନ୍ଧ୍ୟାରେ ନାବାଳିକା ଜଣକ ପଡ଼ୋଶୀ ଘରକୁ ଯାଇଥିବା ମାଆକୁ ଡାକିବାକୁ ଯାଉଥିଲେ।ମାଆକୁ ଡାକିବାକୁ ଯିବା ବେଳେ ୩ ଜଣ ଦୁର୍ବୃତ୍ତ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଡାକ୍ତରୀ ମାଇନା […]
ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ୧୯ ବର୍ଷରେ ସୁରତରେ ରହୁଥିବା ଓଡ଼ିଆଙ୍କ କଥା ନବୀନଙ୍କର ମନେପଡ଼ିଲା କି ? ସୁରତରେ ରହୁଥିବା ବହୁ ଓଡ଼ିଆ ଚିଟଫଣ୍ଡରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ନିଜର କଷ୍ଟ ଉପାର୍ଜିତ ଧନ ମିଳୁ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରୂପାଣି ଦାବି କରିଛନ୍ତି। ଏହା ସହିତ ଆୟୁଷ୍ମାନ ଯୋଜନାରେ ସେମାନଙ୍କୁ ସାମିଲ କରିବାକୁ ଦାବି […]
ଭୁବନେଶ୍ୱର: ଓଡ଼ିଶାରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଅଛନ୍ତି। ଦୁଇ ମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପ୍ଟରରେ କାମାକ୍ଷାନଗର ଯାଇଛନ୍ତି। ସେଠାରେ ୨ ହଜାର ୩୩୫ କୋଟି ମୂଲ୍ୟର ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମି ପୂଜନ କରାଯିବ। ସେହିପରି ପାରାଦ୍ୱୀପ ବନ୍ଦର ପାଇଁ ୪୩୧ କୋଟି ଏବଂ ୩ ହଜାର ୨୦୬ କୋଟି ବିନିମୟରେ ୬ ବନ୍ଦର ପାଇଁ କେନ୍ଦ୍ରମନ୍ତ୍ରୀ ଶିଳାନ୍ୟାସ କରିବେ। ପାରାଦୀପ ଓ କାମାକ୍ଷାନଗରରେ […]
ଭୁବନେଶ୍ୱର : ଡିସେମ୍ବର ଶେଷ ବେଳକୁ ଚଢ଼ିବ ପଲିଟିକାଲ୍ ପାରା। ୨୪ରେ ଆସିବେ ପ୍ରଧାନମନ୍ତ୍ରୀ, ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ। ଆଉ ସେହିଦିନ କଂଗ୍ରେସ ପାଳିବ କଳା ଦିବସ। ପରେ ପରେ ୨୮ରେ କଂଗ୍ରେସର ପ୍ରତିଷ୍ଠା ଦିବସ ଆର୍ଥାତ୍ ବର୍ଷ ଶେଷ ବେଳକୁ ସରଗରମ ହେବ ରାଜ୍ୟ ରାଜନୀତି। ବିଧାନସଭା ନିର୍ବାଚନରେ ବିଜେପିକୁ ଝଟ୍କା ପରେ ଓଡ଼ିଶା ଆସୁଛନ୍ତି ମୋଦି। ସରକାରୀ କାର୍ଯ୍ୟକ୍ରମ ସହ ବିଜେପିର ଜନସମ୍ବାଦ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ବରୁଣେଇ ପାହାଡ଼ ପାଦଦେଶରେ ବିଶାଳ […]
ଭୁବନେଶ୍ୱର : ଆସନ୍ତା ଫେବ୍ରୁଆରୀ ୨ ଓ ୩ ତାରିଖରେ ଭୁବନେଶ୍ୱରରେ ହେବ ଅନୁସୂଚିତ ଜନଜାତି ମହାସମାବେଶ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ। ସମାବେଶରେ ସାରା ଦେଶରୁ ୫ ହଜାର ଅତିଥି ଯୋଗଦେବେ। ୩ ତାରିଖରେ ୧ ଲକ୍ଷ ଆଦିବାସୀଙ୍କୁ ନେଇ ରାଲି କରାଯିବ। ରାଲିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଜୁଏଲ୍ କହିଛନ୍ତି ରାଜ୍ୟ ସରକାର ଆଦିବାସୀଙ୍କ ସମସ୍ୟା […]
ଭୁବନେଶ୍ୱର : ଡିସେମ୍ବର ୨୪ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି। ଗସ୍ତ ବେଳେ ମୋଦି ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗ ଦେବେ। ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ଐତିହାସିକ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶାଳ ସମାବେଶର ଆୟୋଜନ କରାଯାଉଛି। ଏଥିରେ ମୋଦି ଯୋଗ ଦେବେ। ଏଥିପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି […]
କଳାହାଣ୍ଡି / ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାର ମୁଗ ଚାଷୀ ଏବେ ଚିନ୍ତାରେ। ପ୍ରଥମେ ମରୁଡ଼ି ଯୋଗୁ ଧାନ ଚାଷ ନଷ୍ଟ ହେଇିଥିବା ବେଳେ ଏବେ ଏକର ଏକର ଜମିରେ ହୋଇଥିବା ମୁଗରେ ପୋକ ଲାଗିବା ଯୋଗୁ ସବୁ ହଳଦିଆ ହୋଇଗଲାଣି। କଳାହାଣ୍ଡିଆ ମୁଗର ବାସ୍ନା ସାରା ରାଜ୍ୟରେ ପ୍ରସିଦ୍ଧ ଥିବାବେଳେ ତେଲ ନଦୀ କୂଳରେ ଥିବା ଶହ ଶହ ହେକ୍ଟର ଜମିରେ ହୋଇଥିବା ମୁଗ ଫସଲ ଏବେ ନଷ୍ଟ ହେବାକୁ ବସିଲାଣି। ପ୍ରଥମେ ଧାନ ଚାଷରେ କ୍ଷତି, […]
କଟକ : ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କଟକ ନଗର କଂଗ୍ରେସ ପକ୍ଷରୁ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମାବେଶରେ ବହୁ ମହିଳା କର୍ମୀ ସାମିଲ ହୋଇଥିଲେ। ଆସନ୍ତା ୨୦୧୯ ନିର୍ବାଚନରେ ଦଳ ସପକ୍ଷରେ ଭୋଟ ହାତେଇବା ଲାଗି ମହିଳାମାନଙ୍କୁ କଂଗ୍ରେସରେ ସାମିଲ କରିବାକୁ ପ୍ରୟାସ ଆରମ୍ଭ କରିଛି। ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକ୍ରମ କରାଯାଇ ସେମାନଙ୍କ ଉତ୍ଥାପନ କରାଯିବା ସହ ଅଧିକ ସଂଖ୍ୟାରେ […]
କଟକ : ମହଙ୍ଗାପଡ଼ିଲା ସେଲଫି। ଆନନ୍ଦପୁର ବ୍ୟାରେଜର ବୈତରଣୀ ନଦୀରେ ସେଲଫି ନେବା ବେଳେ ଭାସିଗଲେ ଯୁବକ। କଟକ ବୋଷ ଇଞ୍ଜିନିୟରିଂ କଲେଜରୁ ଘଟଗାଁ ବୁଲି ଆସିଥିବା ତିନି ଜଣ ଯୁବକ ଆନନ୍ଦପୁର ବ୍ୟାରେଜ ବୁଲିବାକୁ ଯାଇଥିଲେ। ସେଠାରେ ସେଲଫି ନେବାବେଳେ ଜଣେ ଯୁବକ ଭାସିଯାଇଥିଲେ। ଏ ନେଇ ଖବର ପାଇବାପରେ ଆନନ୍ଦପୁର ଦମକଳ ବାହିନୀ ଯୁବକର ଉଦ୍ଧାର କାମରେ ଲାଗିଛି। ହେଲେ ପତ୍ତା ମିଳିନି।
ଯାଜପୁର : ଯାଜପୁର ବ୍ୟାସନଗର ଠାରେ ଚାଲିଛି ୨୯ତମ ବାଣିଜ୍ୟ ମେଳା-୨୦୧୮। ମେଳାରେ ପଡିଥିବା ଛୋଟବଡ ଶିଳ୍ପସଂସ୍ଥା ଓ ଷ୍ଟଲମାନଙ୍କରେ ଲୋକଙ୍କ ଭିଡ଼ ଜମୁଛି। ମେଳାରେ ବିଭିନ୍ନ ସାମଗ୍ରୀ କିଣିବା ସହ ମୀନାବଜାରରେ ବୁଲି ଦୋଳି ଖେଳର ମଜା ନେଉଛନ୍ତି ଦର୍ଶକ। ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପ୍ରତିବର୍ଷ ଏହି ମେଳାରେ କୁଟୀର ଶିଳ୍ପ , ବୟନଶିଳ୍ପ, ଓ ହସ୍ତଶିଳ୍ପ ଠାରୁ […]
ବ୍ରହ୍ମପୁର : ପେତାଇ ଯୋଗୁଁ ଚିନ୍ତାରେ ଚାଷୀ। କାରଣ ଧାନ ଅମଳ ସରି ନାହିଁ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଯାଏ ଧାନ ଘରକୁ ଆସି ନାହିଁ। ବିଲରୁ କାହାର ଧାନ କଟା ସରି ନାହିଁ, କାହାର ଖଳାରେ ଧାନ ପଡ଼ି ରହିଛି। ବାତ୍ୟା ମାଡ଼ି ଆସୁଥିବାରୁ ତରତର ହୋଇ ଚାଷୀମାନେ ଧାନ ଅମଳ କରିବାରେ ଲାଗିଛନ୍ତି। କିଏ ଧାନ କାଟି ବିଲରୁ ଖଳାକୁ ବୋହିବାରେ ବ୍ୟସ୍ତ ତ କିଏ ଖଳାରୁ ଘରକୁ ଧାନ ନେଉଛି। ଲୋକ ଲଗାଇ […]
ଭୁବନେଶ୍ୱର : ଭୁବନେଶ୍ୱର ଚକେଇସିଆଣିରେ ଥିବା ବିଚରାଜ୍ ସ୍କୁଲ ଅଫ୍ ଆର୍ଟ ଏଣ୍ଡ୍ କଲଚର ଓ ଏକ୍ସପେରିମେଣ୍ଟ କମ୍ପାନୀର ମିଳିତ ଆନୁକୂଲ୍ୟରେ ଏକ ସଂଗୀତ ଭିତ୍ତିକ ନୃତ୍ୟ ଭିଡିଓ ପ୍ରସ୍ତୁତ କରାଯାଇଛି। ଏହି ଭିଡିଓ ଭୁବନେଶ୍ୱରର ନୂଆ ଚେହେରାକୁ ନେଇ ତିଆରି କରାଯାଇଛି। ଏହାର ଉଦ୍ଦେଶ୍ୟ ହେଲା-ଭୁବନେଶ୍ୱରକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ସହିତ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା। ବିଚରାଜ୍ ସ୍କୁଲ ଅଫ୍ ଆର୍ଟ ଏଣ୍ଡ କଲଚରର ୪୦ ଜଣ କଳାକାର ଭିଡିଓରେ […]
ପୁରୀ : ଛତିଶା ନିଯୋଗ ବୈଠକରେ ଶ୍ରୀଜିଉଙ୍କ ପହିଲି ଭୋଗ ନୀତି ଚୂଡ଼ାନ୍ତ। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ପହିଲି ଭୋଗ ପାଇଁ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନୀତି ଚୂଡ଼ାନ୍ତ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ନୂଆ ବର୍ଷ ପାଇଁ ମଧ୍ୟ ଶ୍ରୀଜିଉଙ୍କ ନୀତିକାନ୍ତି ନେଇ ମଧ୍ୟ ଆଲୋଚନା ହୋଇଛି। ଡିସେମ୍ବର ୩୧ ତାରିଖ ରାତି ୯ଟା ୩୦ରେ ପହୁଡ଼ ହୋଇ ରାତି ଗୋଟାଏ ୩୦ରେ ଦ୍ୱାରଫିଟା ନୀତି ଅନୁଷ୍ଠିତ […]
କଟକ : ହେଲମେଟ୍ ଚେକିଂ ବେଳେ ବାଇକ୍ ଆରୋହୀଙ୍କୁ ପୁଲିସର ଦୁର୍ବ୍ୟବହାର। କଟକ ମଧୁପାଟଣା ଥାନା ନିକଟରେ ଏହି ଘଟଣା ଘଟିଛି। ବାଇକ୍ ଆରୋହୀ ଜଣକ ହେଲମେଟ୍ ପିନ୍ଧି ନଥିବା ଓ ବାଇକ୍ରେ ଫ୍ୟାନ୍ସି ନମ୍ବର ପ୍ଲେଟ୍ ଲଗାଇ ଥିବାରୁ ଫାଇନ୍ ଦେବାକୁ କହିଥିଲେ ପୁଲିସ କର୍ମଚାରୀ। ଏହି ଘଟଣାକୁ ନେଇ ଭଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏତିକି ବେଳେ ସଂପୃକ୍ତ ପୁଲିସ କର୍ମଚାରୀ ବାଇକ୍ ଆରୋହୀଙ୍କୁ ଚପଲରେ ମାରିବାକୁ ଧମକ ଦେଉଥିବା ଭିଡିଓ ସୋଶାଲ ମିଡିଆରେ […]
ଗଞ୍ଜାମ : ସୂର୍ଯ୍ୟଙ୍କ ଗଡ଼ରେ ଗୋହି ଖୋଳିଲେ ଧର୍ମେନ୍ଦ୍ର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଆଜି ଜନପରାମର୍ଶ ଯାତ୍ରାରେ ଯୋଗ ଦେଇ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗୋହି ଖୋଳିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚିଟ୍ଫଣ୍ଡ୍ ଦୁର୍ନୀତି ମାମଲାରେ ସୂର୍ଯ୍ୟ ଏବଂ ତାଙ୍କ ପୁଅଙ୍କୁ ସିବିଆଇ ଡାକିଥିଲା କି ନାହିଁ ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। ତାସହ ଏଲ୍ପିଜି ସବ୍ସିଡି ମିଳୁନଥିବା ନେଇ ସୂର୍ଯ୍ୟଙ୍କ ଅଭିଯୋଗର କଡ଼ାଗଣ୍ଡା ଜବାବ ବି ଦେଇଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଗତ ଏପ୍ରିଲରୁ ଏଯାବତ୍ ମନ୍ତ୍ରୀଙ୍କ […]
ଭୁବନେଶ୍ୱର : ଘୂର୍ଣ୍ଣିଝଡ଼ର ରୂପ ନେବାକୁ ଯାଉଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ। ଘଣ୍ଟାକୁ ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡ଼ି ଆସୁଥିବା ଏହି ଡିପ୍ ଡିପ୍ରେସନ ଏବେ ମଛଲିପଟନମ୍ ଠାରୁ ୮୯୦ କିମି ଦୂରରେ ରହିଛି। ୧୭ ତାରିଖ ଅପରାହ୍ନରେ ଏହା କାକିନାଡ଼ା-ଅଙ୍ଗୋଲ୍ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯିବ ବର୍ଷା। ବିଶେଷ କରି ଆସନ୍ତାକାଲି […]
ଭୁବନେଶ୍ୱର : ସୁରତରେ ରହୁଥିବା ଓଡ଼ିଆଙ୍କ ମନ ଜିଣିବା ପାଇଁ ଅଣ୍ଟା ଭିଡିଛି ବିଜେଡି। ମୁଣ୍ଡ ଉପରେ ୧୯ ଲୋକସଭା ଏବଂ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଏବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଫୋକସରେ ସୁରତରେ କାମ କରୁଥିବା ପ୍ରବାସୀ ଓଡ଼ିଆ ଆସନ୍ତା ୧୭ତାରିଖରେ ସୁରତ ଯାଇ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରଖିଛନ୍ତି ମୁଖ୍ୟମନ୍ତ୍ରୀ। ସୁରତର ଅମରେଲୀରେ ଏକ ଜନସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ। ଜନସଭା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ସେପଟେ ୧୭ତାରିଖରେ […]
ବ୍ରହ୍ମଗିରି : ପଦାରେ ପଡ଼ିଲା ବ୍ରହ୍ମଗିରି ବିଜେଡିର ଗୋଷ୍ଠୀ କନ୍ଦଳ। ବିଧାୟକ ସଂଜୟ କୁମାର ଦାସବର୍ମା କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏହାର ବିରୋଧରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ବରାଳ ଗାଁ ଗାଁ ବୁଲି ବୈଠକ କରୁଛନ୍ତି। ଗତକାଲି ରାତିରେ ବ୍ରହ୍ମଗିରି ପଂଚାୟତ ପାଦୁକାର ଠାକୁରାଣୀ ପୀଠରେ ଅନୁଷ୍ଠିତ ବୈଠକରେ ପ୍ରସନ୍ନ କୁମାର ବରାଳ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେପଟେ ଏନେଇ […]
ପୁରୀ : ବାର୍ଡ ଫ୍ଲୁକୁ ନେଇ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ରେ ଚାଲିଛି କୁକୁଡା ମରା ଅଭିଯାନ। ଗତକାଲି ପ୍ରାୟ ୧ କିଲୋମିଟର ପରିଧିରେ ଥିବା ଫାର୍ମମାନଙ୍କରେ କୁକୁଡା ମରା ଶେଷ ହୋଇଥିବାବେଳେ ଆଜିଠୁ ଗାଁ ମାନଙ୍କରେ କୁକୁଡା ମରା ଅଭିଯାନ ଚାଲିଛି। ଆଜି ଗୋଟିଏ ଟିମ୍ ମାଲୁଦ ଏବଂ ଏହାର ଆଖପାଖ ମୁଣ୍ଡାବର, ଗିଲିକାସି, ବଳରାମ ଏବଂ ନଳିତାକୁଦି ଆଦି ଅଞ୍ଚଳରେ ଘରୋଇ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି। ଟିମ୍ ଘର ଘର ବୁଲି […]
ବରଗଡ : ବିଜେପିର ଜନ ସଂପର୍କ ପଦଯାତ୍ରାରେ ଯୋଗ ଦେଇ ବରଗଡ ଜିଲ୍ଲା ପଦମପୁରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାଷ ଜମିକୁ ପାଣି ଯାଉନି, ଶହ ଶହ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି। ଗଙ୍ଗାଧର ମେହେର ଯୋଜନା କୁଆଡ଼େ ଗଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ଏ ସରକାର ଠକିବାରେ ଏକ ନମ୍ବର। ଅପାରଗତା ଲୁଚାଇବାକୁ ମୁମ୍ବାଇରୁ ନାଚିବା, ଗାଇବା ଲୋକଙ୍କୁ ଆଣୁଛନ୍ତି। ଶିକ୍ଷକଙ୍କୁ ଦରମା ଦିଆଯାଇପାରୁନି, ଏଣେ ମୁମ୍ବାଇରୁ […]
ଭୁବନେଶ୍ୱର : ସରକାରର ବିଭିନ୍ନ ଯୋଜନା ସମ୍ପର୍କରେ ପଞ୍ଚାୟତସ୍ତରରେ ଲୋକଙ୍କୁ ସଚେତନ କରିବାକୁ ଆଜିଠାରୁ ଆରମ୍ଭ ହୋଇଛି ‘ପିଠା’ କାର୍ଯ୍ୟକ୍ରମ। ‘ପିଠା’ ବା ପିପୁଲ୍ସ ଏମ୍ପାଓ୍ୱାରମେଣ୍ଟ-ଏନାବ୍ଲିଂ ଟ୍ରାନ୍ସପେରେନ୍ସି ଆଣ୍ଡ ଆକାଉଣ୍ଟବିଲିଟି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟବାସୀଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଇବା ସହିତ ସେମାନଙ୍କ ହକ୍ ଲୋକଙ୍କ ନିକଟରେ ସିଧାସଳଖ ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ। ରାଜ୍ୟର ୩୧୪ଟି ବ୍ଲକର ସମସ୍ତ ପଞ୍ଚାୟତରେ ପ୍ରତିମାସ ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ‘ପିଠା’ କ୍ୟାମ୍ପର ଆୟୋଜନ କରାଯିବ। […]
ଭୁବନେଶ୍ୱର : ମହାନଦୀ ଜଳବିବାଦ ପ୍ରସଙ୍ଗରେ ଆଜି ମହାନଦୀ ଟ୍ରିବ୍ୟୁନାଲରେ ହୋଇଥିବା ଶୁଣାଣିରେ ଓଡ଼ିଶାକୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ। ଓଡ଼ିଶାର ଯୁକ୍ତି ଉପସ୍ଥାପନ ପରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଛତିଶଗଡ଼ ବେଆଇନ ପାଣି ଅବରୋଧ କରୁଥିବା ଓଡ଼ିଶା ଦର୍ଶାଇଥିଲା ଗତ ୨୦ ବର୍ଷର ବର୍ଷା ଜଳ ପ୍ରବାହ ପରିମାଣ ତଥ୍ୟ ମାଗିଲେ ଟ୍ରିବ୍ୟୁନାଲ ସମସ୍ତ ତଥ୍ୟ ସହ ସତ୍ୟପାଠ ଦେବାକୁ ଓଡ଼ିଶାକୁ ୨ ସପ୍ତାହ ମହଲତ ଦେଇଛନ୍ତି। ଓଡ଼ିଶା ସତ୍ୟପାଠ […]