ଭୁବନେଶ୍ୱର : ଭୁବନେଶ୍ୱର ପଥରବନ୍ଧ ବସ୍ତିରେ ବୋମାମାଡ଼। ଏହି ବସ୍ତିରେ ଥିବା ମନୁ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ପ୍ରଶାନ୍ତ ବିଷୋୟୀ ନାମକ ଜଣେ ଦୁର୍ବୃତ୍ତ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଦୁର୍ବୃତ୍ତ ପ୍ରଶାନ୍ତ ଫେରାର ହୋଇଯାଇଛି। ଗଣ୍ଡଗୋଳ ପାଇଁ ଭୁଲ ମାଗିବା ବାହାନାରେ ଏହି ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ସୂଚନା ମୁତାବକ,କିଛି ଦିନ ତଳେ ପ୍ରଶାନ୍ତ ଜେଲରୁ ବାହାରିଛି। ପୂର୍ବରୁ […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲାରୁ ଲାଲ୍ ବାହିନୀର କ୍ୟାମ୍ପ୍ ଠାବ ହୋଇଛି। ବୋଡେନ୍ ଥାନା ଅନ୍ତର୍ଗତ କାଟ୍ଫାର ଜଙ୍ଗଲରେ ମାଓବାଦୀ କ୍ୟାମ୍ପ୍ ଠାବ କରାଯାଇଛି। ଜଙ୍ଗଲରେ ଏସ୍ଓଜି ଯବାନଙ୍କ କମ୍ବିଂ ଅପରେସନ୍ ବେଳେ ମାଓବାଦୀଙ୍କ କ୍ୟାମ୍ପ୍ ନେଇ ସୂଚନା ମିଳିଥିଲା। ମାଓବାଦୀଙ୍କ କ୍ୟାମ୍ପ୍ରୁ ୫ଟି ଟିଫିନ୍ ବୋମା ସହ ବହୁ ସାମଗ୍ରୀ ଜବତ ହୋଇଛି।
ଢେଙ୍କାନାଳ: ‘ଡାଡି’ଙ୍କ ନାଁରେ ଚାର୍ଜସିଟ୍ ଦାଖଲ। ବହୁଚର୍ଚ୍ଚିତ ଢେଙ୍କାନାଳ ବେଲଟିକିରି ସେଲଟର୍ ହୋମ୍ ଯୌନ ନିର୍ଯାତନା ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ମୁଖ୍ୟ ଅଭିଯୁକ୍ତ ଫୟାଜ୍ ରେହମାନ୍ଙ୍କ ନାଁରେ ଢେଙ୍କାନାଳ ପୁଲିସ୍ ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟ୍ରେ ସେଲଟର୍ ହୋମ୍ର ଇନ୍ଚାର୍ଜ ସୀମାଞ୍ଚଳ ନାୟକ ଓ ଅନ୍ୟ ଅଭିଯୁକ୍ତଙ୍କ ନାମ ମଧ୍ୟ ରହିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଫୟାଜ ନାଁରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା, ଧର୍ମାନ୍ତରୀକରଣ ଭଳି ସଙ୍ଗୀନ ଅଭିଯୋଗ ରହିଛି। ଅନ୍ୟପଟେ ଗିରଫ […]
ଝାରସୁଗୁଡ଼ା : ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଝାରସୁଗୁଡ଼ା ଏଡିଏମ୍ଓ ଉଷାରାଣୀ ଦାସ। ହସ୍ପିଟାଲ୍ର ସିଭିଲ୍ କାମର ବିଲ୍ ପାସ୍ କରାଇବା ପାଇଁ ସେ ଦେବରାଜ ବାରିକଙ୍କଠାରୁ ୫ହଜାର ଟଙ୍କା ଦାବି କରିଥିଲେ। ଏନେଇ ଦେବରାଜ ଝାରସୁଗୁଡ଼ା ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଦେବରାଜ ଆଜି ଉଷାରାଣୀଙ୍କୁ ମେଡିକାଲ୍ରେ ଟଙ୍କା ଦେଉଥିଲେ। ଏହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। […]
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ୩ ପୁଲିସ୍ କର୍ମଚାରୀ ସଂଘ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜିଠାରୁ କଳାବ୍ୟାଜ୍ ପିନ୍ଧି ଓଡ଼ିଶା ପୁଲିସ୍ ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ, ଓଡ଼ିଶା ପୁଲିସ୍ ସଂଘ ଏବଂ ଓଡ଼ିଶା ପୁଲିସ୍ ସେବା ସଂଘ ଆନ୍ଦୋଳନ କରୁଛନ୍ତି। ଏହି ୩ ସଂଘର ପ୍ରାୟ ୬୦ ହଜାର କର୍ମଚାରୀ ଓ ଅଫିସର୍ କଳା ବ୍ୟାଚ୍ ପିନ୍ଧି ଡ୍ୟୁଟି କରୁଛନ୍ତି। ଦରମା ବୃଦ୍ଧି, ଠିକା ନିଯୁକ୍ତି ଉଚ୍ଛେଦ, ସମସ୍ତ ପ୍ରକାର ଭତ୍ତା ଓ ଗ୍ରେଡ୍ ପେ ବୃଦ୍ଧି, ସ୍ୱାସ୍ଥ୍ୟ […]
ଭୁବନେଶ୍ୱର : ଓଡିଆ ଚେସ୍ କୁଇନ୍ ପଦ୍ମିନୀ ରାଉତଙ୍କୁ ସଫଳତା। ଏସିଆନ୍ ମହିଳା ଚାମ୍ପିଅନ୍ସିପରେ ସ୍ୱର୍ଣ୍ଣପଦକ ଜିତିଲେ ପଦ୍ମିନୀ। ଫିଲିପାଇନ୍ସର ମକାଟିରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ୯ ରାଉଣ୍ଡରୁ ୭ ପଏଣ୍ଟ ପାଇଁ ସେ ଚାମ୍ପିଅନ ହୋଇଛନ୍ତି। ଏଥିସହ ଆସନ୍ତା ୨୦୨୦ ମସିହାରେ ହେବାକୁ ଥିବା ମହିଳା ବିଶ୍ୱକପ୍ ଚେସ୍ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଇଣ୍ଟରନ୍ୟାସନାଲ ମାଷ୍ଟର ପଦ୍ମିନୀ ରାଉତ।
ସୁନ୍ଦରଗଡ଼ : ଆନ୍ଧ୍ରପ୍ରଦେଶ ବିଜୟନଗରରେ ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା। ଦରମା ମାଗିବାରୁ ମାଲିକ ଜଣେ ଶ୍ରମିକ ଉପରକୁ ଏସିଡ୍ ଫିଙ୍ଗିଥିବା ବେଳେ ଆଉ ଜଣକର ଅଙ୍ଗୁଳି କାଟି ଦେଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳର କିଛି ଦାଦନ ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି। ହେମଗିରିର ୧୨ଜଣ ବିଜୟନଗରରେ ଇଟାଭାଟିରେ କାମ କରୁଥିଲେ। ଦରମା ମାଗିଲେ ମାଲିକ ଟଙ୍କା ଦେବା ତ ଦୂରର କଥା ପାଟି ଫିଟାଇଲେ ମାଡ଼ ମାରୁଥିଲା। ଏପରିକି […]
ବାଲେଶ୍ୱର: ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଚାଷୀମାନଙ୍କ ରାଗ ପଞ୍ଚମର ଚଢ଼ିଛି। ଏଥିପାଇଁ ଚାଷୀମାନେ ସମବାୟ ସମିତିରେ ତାଲା ପକାଇବା ସହିତ ସଭାପତିଙ୍କୁ ଗଛରେ ବାନ୍ଧି ଅଟକ ରଖିଛନ୍ତି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଆଳଦା ସେବା ସମବାୟ ସମିତିରେ ଏହିଭଳି ଘଟଣା ଦେଖିବାକୁ ମିଳିଛି। ସେଠାରେ ୧୮ହଜାର କ୍ୱିଣ୍ଟାଲ୍ ଧାନ କିଣିବା ପାଇଁ ଧାର୍ଯ୍ୟ କରାଯାଇଥିଲା। ହେଲେ ଏପର୍ଯ୍ୟନ୍ତ ମାତ୍ର ୪ହଜାର କ୍ୱିଣ୍ଟାଲ୍ ଧାନ କିଣା ଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ […]
ଭୁବନେଶ୍ୱର : ରାଜ୍ୟରେ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି। ତାସହ ଚାଷୀଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। ରାଜ୍ୟବ୍ୟାପୀ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଇଥିବା ଅଭିଯୋଗ କରି ବିଜେପି ଆଜିଠାରୁ ଆସନ୍ତା ୭ ତାରିଖ ଯାଏଁ ମଣ୍ଡି ଚାଲ ଅଭିଯାନ ଆରମ୍ଭ କରିଛି। ସେହିପରି କୃଷି ଋଣ ଛାଡ଼ ଓ ଚାଷୀମାନଙ୍କ ଅନ୍ୟ […]
କାମାକ୍ଷାନଗର/ପାରାଦୀପ: ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତୀନ ଗଡ଼କରୀ। ସେ କାମାକ୍ଷାନଗରରେ ପହଞ୍ଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି। ଏଥିସହିତ ଗଡ଼କରୀ ୨ ହଜାର ୩୩୫ କୋଟି ମୂଲ୍ୟର ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମି ପୂଜନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରେ ଅଧିକ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ରାଜ୍ୟ ସରକାର ସହଯୋଗ କଲେ ଅଧିକ […]
ପୁରୀ : ଘର ଭିତରେ ପଡ଼ିଛି ଡାକ୍ତରଙ୍କ ପତ୍ନୀଙ୍କ ରକ୍ତାକ୍ତ ମରଶରୀର। ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି। ଏପରି ଅଭାବନୀୟ ଘଟଣା ପୁରୀ ସଦର ମହକୁମାରେ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସାମୁଦ୍ରିକ ଥାନା ଅନ୍ତର୍ଗତ ରେଲୱେ କ୍ୱାର୍ଟର୍ସରେ ରୁହନ୍ତି ଡାକ୍ତର ସଞ୍ଜିବ କୁମାର ସାହୁଙ୍କ ପରିବାର। ସବୁଦିନ ପରି ଆଜି ସକାଳେ ଡାକ୍ତର ସାହୁ ଡାକ୍ତରଖାନା ଯାଇଥିଲେ। ଆଉ […]
ଗଞ୍ଜାମ : ମଦ ବିକ୍ରିକୁ ବିରୋଧ କରି ମହିଳାଙ୍କ ତୁମୁଳକାଣ୍ଡ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ପିତ୍ତଳ ଗାଁରେ ମଦ ଭାଟିରେ ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦେଇଛନ୍ତି ଶତାଧିକ ମହିଳା। ବହୁ ଦିନ ଧରି ମଦଭାଟି ବନ୍ଦ କରାଯିବା ନେଇ ଦାବି ହୋଇଆସୁଥିଲା। ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଶେଷରେ ଚରମ ନିଷ୍ପତ୍ତି ନେଇଛନ୍ତି ମହିଳାମାନେ। ଗାଁର ମହିଳା ମାନେ ଦେଶୀ ଭାଟିରେ ପଶି ଭଙ୍ଗାରୁଜା ସହ ନିଆଁ ଲଗାଇ ଦେଇଛନ୍ତି। ହିଞ୍ଜିଳି […]
ଗଞ୍ଜାମ : ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଏନେଇ ଅଭିଯୋଗ ପରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ଅଭିଯୋଗ ଅନୁଯାୟୀ ଗତ ୧୫ ତାରିଖ ସନ୍ଧ୍ୟାରେ ନାବାଳିକା ଜଣକ ପଡ଼ୋଶୀ ଘରକୁ ଯାଇଥିବା ମାଆକୁ ଡାକିବାକୁ ଯାଉଥିଲେ।ମାଆକୁ ଡାକିବାକୁ ଯିବା ବେଳେ ୩ ଜଣ ଦୁର୍ବୃତ୍ତ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଡାକ୍ତରୀ ମାଇନା […]
ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ୧୯ ବର୍ଷରେ ସୁରତରେ ରହୁଥିବା ଓଡ଼ିଆଙ୍କ କଥା ନବୀନଙ୍କର ମନେପଡ଼ିଲା କି ? ସୁରତରେ ରହୁଥିବା ବହୁ ଓଡ଼ିଆ ଚିଟଫଣ୍ଡରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ନିଜର କଷ୍ଟ ଉପାର୍ଜିତ ଧନ ମିଳୁ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ରୂପାଣି ଦାବି କରିଛନ୍ତି। ଏହା ସହିତ ଆୟୁଷ୍ମାନ ଯୋଜନାରେ ସେମାନଙ୍କୁ ସାମିଲ କରିବାକୁ ଦାବି […]
ଭୁବନେଶ୍ୱର: ଓଡ଼ିଶାରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଅଛନ୍ତି। ଦୁଇ ମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପ୍ଟରରେ କାମାକ୍ଷାନଗର ଯାଇଛନ୍ତି। ସେଠାରେ ୨ ହଜାର ୩୩୫ କୋଟି ମୂଲ୍ୟର ତିନିଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମି ପୂଜନ କରାଯିବ। ସେହିପରି ପାରାଦ୍ୱୀପ ବନ୍ଦର ପାଇଁ ୪୩୧ କୋଟି ଏବଂ ୩ ହଜାର ୨୦୬ କୋଟି ବିନିମୟରେ ୬ ବନ୍ଦର ପାଇଁ କେନ୍ଦ୍ରମନ୍ତ୍ରୀ ଶିଳାନ୍ୟାସ କରିବେ। ପାରାଦୀପ ଓ କାମାକ୍ଷାନଗରରେ […]
ଭୁବନେଶ୍ୱର : ଡିସେମ୍ବର ଶେଷ ବେଳକୁ ଚଢ଼ିବ ପଲିଟିକାଲ୍ ପାରା। ୨୪ରେ ଆସିବେ ପ୍ରଧାନମନ୍ତ୍ରୀ, ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ। ଆଉ ସେହିଦିନ କଂଗ୍ରେସ ପାଳିବ କଳା ଦିବସ। ପରେ ପରେ ୨୮ରେ କଂଗ୍ରେସର ପ୍ରତିଷ୍ଠା ଦିବସ ଆର୍ଥାତ୍ ବର୍ଷ ଶେଷ ବେଳକୁ ସରଗରମ ହେବ ରାଜ୍ୟ ରାଜନୀତି। ବିଧାନସଭା ନିର୍ବାଚନରେ ବିଜେପିକୁ ଝଟ୍କା ପରେ ଓଡ଼ିଶା ଆସୁଛନ୍ତି ମୋଦି। ସରକାରୀ କାର୍ଯ୍ୟକ୍ରମ ସହ ବିଜେପିର ଜନସମ୍ବାଦ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ବରୁଣେଇ ପାହାଡ଼ ପାଦଦେଶରେ ବିଶାଳ […]
ଭୁବନେଶ୍ୱର : ଆସନ୍ତା ଫେବ୍ରୁଆରୀ ୨ ଓ ୩ ତାରିଖରେ ଭୁବନେଶ୍ୱରରେ ହେବ ଅନୁସୂଚିତ ଜନଜାତି ମହାସମାବେଶ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ। ସମାବେଶରେ ସାରା ଦେଶରୁ ୫ ହଜାର ଅତିଥି ଯୋଗଦେବେ। ୩ ତାରିଖରେ ୧ ଲକ୍ଷ ଆଦିବାସୀଙ୍କୁ ନେଇ ରାଲି କରାଯିବ। ରାଲିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଜୁଏଲ୍ କହିଛନ୍ତି ରାଜ୍ୟ ସରକାର ଆଦିବାସୀଙ୍କ ସମସ୍ୟା […]
ଭୁବନେଶ୍ୱର : ଡିସେମ୍ବର ୨୪ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି। ଗସ୍ତ ବେଳେ ମୋଦି ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗ ଦେବେ। ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଦଦେଶରେ ଐତିହାସିକ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶାଳ ସମାବେଶର ଆୟୋଜନ କରାଯାଉଛି। ଏଥିରେ ମୋଦି ଯୋଗ ଦେବେ। ଏଥିପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି […]
କଳାହାଣ୍ଡି / ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାର ମୁଗ ଚାଷୀ ଏବେ ଚିନ୍ତାରେ। ପ୍ରଥମେ ମରୁଡ଼ି ଯୋଗୁ ଧାନ ଚାଷ ନଷ୍ଟ ହେଇିଥିବା ବେଳେ ଏବେ ଏକର ଏକର ଜମିରେ ହୋଇଥିବା ମୁଗରେ ପୋକ ଲାଗିବା ଯୋଗୁ ସବୁ ହଳଦିଆ ହୋଇଗଲାଣି। କଳାହାଣ୍ଡିଆ ମୁଗର ବାସ୍ନା ସାରା ରାଜ୍ୟରେ ପ୍ରସିଦ୍ଧ ଥିବାବେଳେ ତେଲ ନଦୀ କୂଳରେ ଥିବା ଶହ ଶହ ହେକ୍ଟର ଜମିରେ ହୋଇଥିବା ମୁଗ ଫସଲ ଏବେ ନଷ୍ଟ ହେବାକୁ ବସିଲାଣି। ପ୍ରଥମେ ଧାନ ଚାଷରେ କ୍ଷତି, […]
କଟକ : ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କଟକ ନଗର କଂଗ୍ରେସ ପକ୍ଷରୁ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମାବେଶରେ ବହୁ ମହିଳା କର୍ମୀ ସାମିଲ ହୋଇଥିଲେ। ଆସନ୍ତା ୨୦୧୯ ନିର୍ବାଚନରେ ଦଳ ସପକ୍ଷରେ ଭୋଟ ହାତେଇବା ଲାଗି ମହିଳାମାନଙ୍କୁ କଂଗ୍ରେସରେ ସାମିଲ କରିବାକୁ ପ୍ରୟାସ ଆରମ୍ଭ କରିଛି। ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକ୍ରମ କରାଯାଇ ସେମାନଙ୍କ ଉତ୍ଥାପନ କରାଯିବା ସହ ଅଧିକ ସଂଖ୍ୟାରେ […]
କଟକ : ମହଙ୍ଗାପଡ଼ିଲା ସେଲଫି। ଆନନ୍ଦପୁର ବ୍ୟାରେଜର ବୈତରଣୀ ନଦୀରେ ସେଲଫି ନେବା ବେଳେ ଭାସିଗଲେ ଯୁବକ। କଟକ ବୋଷ ଇଞ୍ଜିନିୟରିଂ କଲେଜରୁ ଘଟଗାଁ ବୁଲି ଆସିଥିବା ତିନି ଜଣ ଯୁବକ ଆନନ୍ଦପୁର ବ୍ୟାରେଜ ବୁଲିବାକୁ ଯାଇଥିଲେ। ସେଠାରେ ସେଲଫି ନେବାବେଳେ ଜଣେ ଯୁବକ ଭାସିଯାଇଥିଲେ। ଏ ନେଇ ଖବର ପାଇବାପରେ ଆନନ୍ଦପୁର ଦମକଳ ବାହିନୀ ଯୁବକର ଉଦ୍ଧାର କାମରେ ଲାଗିଛି। ହେଲେ ପତ୍ତା ମିଳିନି।
ଯାଜପୁର : ଯାଜପୁର ବ୍ୟାସନଗର ଠାରେ ଚାଲିଛି ୨୯ତମ ବାଣିଜ୍ୟ ମେଳା-୨୦୧୮। ମେଳାରେ ପଡିଥିବା ଛୋଟବଡ ଶିଳ୍ପସଂସ୍ଥା ଓ ଷ୍ଟଲମାନଙ୍କରେ ଲୋକଙ୍କ ଭିଡ଼ ଜମୁଛି। ମେଳାରେ ବିଭିନ୍ନ ସାମଗ୍ରୀ କିଣିବା ସହ ମୀନାବଜାରରେ ବୁଲି ଦୋଳି ଖେଳର ମଜା ନେଉଛନ୍ତି ଦର୍ଶକ। ଲୋକଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପ୍ରତିବର୍ଷ ଏହି ମେଳାରେ କୁଟୀର ଶିଳ୍ପ , ବୟନଶିଳ୍ପ, ଓ ହସ୍ତଶିଳ୍ପ ଠାରୁ […]
ବ୍ରହ୍ମପୁର : ପେତାଇ ଯୋଗୁଁ ଚିନ୍ତାରେ ଚାଷୀ। କାରଣ ଧାନ ଅମଳ ସରି ନାହିଁ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଯାଏ ଧାନ ଘରକୁ ଆସି ନାହିଁ। ବିଲରୁ କାହାର ଧାନ କଟା ସରି ନାହିଁ, କାହାର ଖଳାରେ ଧାନ ପଡ଼ି ରହିଛି। ବାତ୍ୟା ମାଡ଼ି ଆସୁଥିବାରୁ ତରତର ହୋଇ ଚାଷୀମାନେ ଧାନ ଅମଳ କରିବାରେ ଲାଗିଛନ୍ତି। କିଏ ଧାନ କାଟି ବିଲରୁ ଖଳାକୁ ବୋହିବାରେ ବ୍ୟସ୍ତ ତ କିଏ ଖଳାରୁ ଘରକୁ ଧାନ ନେଉଛି। ଲୋକ ଲଗାଇ […]
ଭୁବନେଶ୍ୱର : ଭୁବନେଶ୍ୱର ଚକେଇସିଆଣିରେ ଥିବା ବିଚରାଜ୍ ସ୍କୁଲ ଅଫ୍ ଆର୍ଟ ଏଣ୍ଡ୍ କଲଚର ଓ ଏକ୍ସପେରିମେଣ୍ଟ କମ୍ପାନୀର ମିଳିତ ଆନୁକୂଲ୍ୟରେ ଏକ ସଂଗୀତ ଭିତ୍ତିକ ନୃତ୍ୟ ଭିଡିଓ ପ୍ରସ୍ତୁତ କରାଯାଇଛି। ଏହି ଭିଡିଓ ଭୁବନେଶ୍ୱରର ନୂଆ ଚେହେରାକୁ ନେଇ ତିଆରି କରାଯାଇଛି। ଏହାର ଉଦ୍ଦେଶ୍ୟ ହେଲା-ଭୁବନେଶ୍ୱରକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ସହିତ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା। ବିଚରାଜ୍ ସ୍କୁଲ ଅଫ୍ ଆର୍ଟ ଏଣ୍ଡ କଲଚରର ୪୦ ଜଣ କଳାକାର ଭିଡିଓରେ […]
ପୁରୀ : ଛତିଶା ନିଯୋଗ ବୈଠକରେ ଶ୍ରୀଜିଉଙ୍କ ପହିଲି ଭୋଗ ନୀତି ଚୂଡ଼ାନ୍ତ। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ପହିଲି ଭୋଗ ପାଇଁ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ନୀତି ଚୂଡ଼ାନ୍ତ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ନୂଆ ବର୍ଷ ପାଇଁ ମଧ୍ୟ ଶ୍ରୀଜିଉଙ୍କ ନୀତିକାନ୍ତି ନେଇ ମଧ୍ୟ ଆଲୋଚନା ହୋଇଛି। ଡିସେମ୍ବର ୩୧ ତାରିଖ ରାତି ୯ଟା ୩୦ରେ ପହୁଡ଼ ହୋଇ ରାତି ଗୋଟାଏ ୩୦ରେ ଦ୍ୱାରଫିଟା ନୀତି ଅନୁଷ୍ଠିତ […]