• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

death
ପ୍ରେମଜନିତ କାରଣରୁ ନାବାଳିକାଙ୍କ ହତ୍ୟା ସନ୍ଦେହ

ବାଲେଶ୍ୱର : ବାଲେଶ୍ୱର ଅରଡ ବଜାରରେ ଅଭାବନୀୟ ଘଟଣା। ପ୍ରେମକୁ ନେଇ ନାବାଳିକାଙ୍କୁ ଗୁଳିକରି ହତ୍ୟା ଅଭିଯୋଗ। ଅଭିଯୋଗ ଅନୁସାରେ ଅରଡ ବଜାରର ସେକ୍ ସାହାବାଦ୍ ନାମକ ଜଣେ ଯୁବକ ନାବାଳିକାଙ୍କୁ ୮ଦିନ ତଳେ ଘରୁ ନେଇ ପଳାଇଯାଇଥିଲା। ତେବେ ଗତକାଲି ରାତିରେ ନାବାଳିକାଙ୍କୁ କେହି ଗୁଳିକରି ହତ୍ୟା କରିଥିବା ଯୁବକ ଜଣଙ୍କ ନାବାଳିକାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ କିଏ ଏବଂ କାହିଁକି ନାବାଳିକାଙ୍କୁ ହତ୍ୟା କଲା […]

  • Friday, 16 July 2021
kcr
ଓଡ଼ିଶା ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ। ନବୀନ ନିବାସରେ ରାତ୍ରିଯାପନ କରିବେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତାକାଲି ସକାଳେ ସପରିବାର କୋଣାର୍କ ଏବଂ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତେବେ କେସିଆର୍‌ଙ୍କ ଏଭଳି ଗସ୍ତ ପଛରେ ତୃତୀୟ ସାମ୍ମୁଖ୍ୟ ସମୀକରଣର ଆଭାସ ରହିଥିବା ଚର୍ଚ୍ଚା ହେଉଛି। କାରଣ ବିଜେଡି ତଥା ନବୀନ […]

  • Friday, 16 July 2021
m11
ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ

ମୟୂରଭଞ୍ଜ: ପୁଣି ଲଜ୍ଜା। ଆଶ୍ରମ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଉଦଳା ଥାନା ଅଧୀନ ଶାଳଖୁଣ୍ଟା ଆଶ୍ରମ ବିଦ୍ୟାଳୟରୁ ଏହି ଅଭିଯୋଗ ଆସିଛି। ନାବାଳିକା ଜଣକ ଗର୍ଭବତୀ ହୋଇଥିବା ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ବାରିପଦା ପିଆରଏମ୍ ମେଡିକାଲ କଲେଜରେ ନାବାଳିକାର ଡାକ୍ତରୀ ମାଇନା କରାଯାଇଛି।

  • Friday, 16 July 2021
justice raghuvir
OHRC ସଦସ୍ୟ ଭାବେ ନିଯୁକ୍ତ ହେଲେ ଜଷ୍ଟିସ ରଘୁବୀର ଦାଶ

ଭୁବନେଶ୍ୱର : ଓଡ଼ିଶା ମାନବାଧିକାର ଆୟୋଗ ସଦସ୍ୟ ଭାବେ ନିଯୁକ୍ତ ହେଲେ ଜଷ୍ଟିସ୍‌ ରଘୁବୀର ଦାସ। ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁବୀର ଦାଶଙ୍କୁ ରାଜ୍ୟପାଳ ଗଣେଷୀ ଲାଲ ମାନବାଧିକାର କମିଶନଙ୍କ ସଦସ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ଆଜି ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ ଥିବା ଜଷ୍ଟିସ ବୀରକିଶୋର ଦାସଙ୍କ କାର୍ଯ୍ୟକାଳ ଗତ ଅଗଷ୍ଟ ୧୫ ତାରିଖରୁ ଶେଷ ହୋଇଥିବା ବେଳେ ଆୟୋଗ […]

  • Friday, 16 July 2021
representational image
ସୁନ୍ଦରଗଡ଼ ଫେରିବ ରାଜସ୍ଥାନରୁ ଉଦ୍ଧାର ଓଡ଼ିଆ ନାବାଳିକା

ସୁନ୍ଦରଗଡ଼: ସୁନ୍ଦରଗଡ଼ର ନାବାଳିକା ରାଜସ୍ଥାନରୁ ଉଦ୍ଧାର ହେବା ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ୩ଜଣ ଅଧିକାରୀ ଓ ୩ଜଣ ମହିଳା ପୁଲିସ୍‌ ଆଜି ଟ୍ରେନ୍‌ ଯୋଗେ ଦିଲ୍ଲୀ ଯାତ୍ରା କରିବେ। ଏଥିସହିତ ସେମାନେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲଙ୍କୁ ଭେଟି ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ। ଏହାପରେ ନାବାଳିକା ଝିଅକୁ ସୁନ୍ଦରଗଡ଼ ଆଣିବେ। ୨୦୧୭ ଡିସେମ୍ବରରେ ସୁନ୍ଦରଗଡ଼ ଲାଠିକଟା ଅଞ୍ଚଳରୁ ଚାଲାଣ ହୋଇଥିବା ଜଣେ ନାବାଳିକାଙ୍କୁ ଦିଲ୍ଲୀ ମହିଳା କମିଶନ […]

  • Friday, 16 July 2021
p11
ରେଳପଥ ସଂପ୍ରସାରଣ ଦାବିରେ ପାଟଣାଗଡ଼ ବନ୍ଦ

ପାଟଣାଗଡ଼: ବଲାଙ୍ଗିର-ନୂଆପଡ଼ା ଭାୟା ପାଟଣାଗଡ଼ ରେଳପଥ ସଂପ୍ରସାରଣ ଦାବିରେ ପାଟଣାଗଡ଼ ବନ୍ଦ ପାଳନ କରାଯାଉଛି। ପାଟଣାଗଡ଼ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଏଥିପାଇଁ ହରିଶଙ୍କର ରୋଡ୍ ଷ୍ଟେସନ୍‌ରେ ରେଳ ରୋକ କରାଯାଇଛି। ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି। ବନ୍ଦ ଡାକରା ଯୋଗୁ ସହରରେ ଦୋକାନ ବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର କରିବାକୁ ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

  • Friday, 16 July 2021
u
ପୂର୍ବତନ ବିଧାୟକ ସଦନ ନାୟକଙ୍କ ଠାରୁ ଲୁଟ୍

ଉମରକୋଟ : ନବରଙ୍ଗପୁର କୋଡିଙ୍ଗାର ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାୟକଙ୍କଠାରୁ ଲୁଟ୍ ଅଭିଯୋଗ। ସଦନ ନାୟକ କାରରେ ଆସୁଥିବା ବେଳେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଠାରୁ ୨ ଲକ୍ଷ ୫୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି। ସଦନ ନାୟକ ନିଜ ପେଟ୍ରୋଲ ପମ୍ପରୁ ବିକ୍ରି ହୋଇଥିବା ଟଙ୍କା ସଂଗ୍ରହ କରି ଏକ ବୋଲେରୋରେ ଫେରୁଥିବାବେଳେ ଏହି ଲୁଟ୍ ହୋଇଥିବା ସେ କହିଛନ୍ତି। ଏ ନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି […]

  • Friday, 16 July 2021
puri
ଘନ କୁହୁଡ଼ି ଯୋଗୁ ନୀଳଚକ୍ର ଦର୍ଶନରୁ ବଞ୍ଚିତ ହେଲେ ଶ୍ରଦ୍ଧାଳୁ

ପୁରୀ: ପୁରୀରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଗଳିକନ୍ଦି, ସହର ବଜାର ସହିତ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ଆଜି ଘନ କୁହୁଡ଼ିର ଆସ୍ତରଣରେ ଲୁଚିଯାଇଛି। ଧବଳବର୍ଣ୍ଣ ଘନ କୁହୁଡ଼ି ମଧ୍ୟରେ ଶ୍ରୀମନ୍ଦିର, ଜଗମୋହନ, ନାଟମଣ୍ଡପ ଏବଂ ଭୋଗମଣ୍ଡପ ମଧ୍ୟ ଦେଖାଯାଉନାହିଁ। ମାଘମାସରେ ଭକ୍ତ ଓ ଦର୍ଶନାର୍ଥିମାନଙ୍କର ଶ୍ରୀକ୍ଷେତ୍ରରେ ପ୍ରବେଶ କରିବାକୁ ଇଚ୍ଛା ଥାଏ। ଭକ୍ତମାନେ ବଡ଼ଦେଉଳକୁ ପ୍ରଥମେ ଦର୍ଶନ କରିବା ସହ ମହାପ୍ରଭୁଙ୍କୁ ପ୍ରଣାମ କରି ଆର୍ଶିବାଦ ନିଅନ୍ତି। କିନ୍ତୁ ଆଜି ପୁରୀରେ ଘନ କୁହୁଡ଼ି […]

  • Friday, 16 July 2021
tourist
ବଣ୍ଡା ଘାଟିରେ ଇଟାଲୀୟ ଦମ୍ପତି

ମାଲକାନଗିରି : ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରୁ ଦୁଇ ଇଟାଲୀୟ ଦମ୍ପତିଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଛି। ଦୁଇ ଦମ୍ପତି ହେଲେ ଇଣ୍ଡିକୋ ସେସୋଡି ଏବଂ ଫ୍ରାଙ୍କ ଶାଖା। ସୂଚନା ଅନୁସାରେ, ଦୁଇ ଦମ୍ପତି ଜଣେ ଇଗ୍‌ନୋ କର୍ମଚାରୀଙ୍କ ସହାୟତାରେ ବଣ୍ଡାଘାଟି ଯାଇଥିଲେ। ତେବେ ରାସ୍ତାରେ ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସ ଏବଂ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ। ଏହାପରେ ସଙ୍ଗେସଙ୍ଗେ ଖଇରପୁଟ ତହସିଲଦାର ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ପିଡିଙ୍କ ନିକଟରେ ହସ୍ତାନ୍ତର […]

  • Friday, 16 July 2021
modi
ଆସନ୍ତା ୨୪ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ୨୪ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟାହ୍ନ ପ୍ରାୟ ୧ଟା୫ରେ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସଡ଼କ ପଥରେ ପ୍ରାୟ ୧ଟା ୪୦ରେ ଆଇଆଇଟି ଅରଗୁଳରେ ପହଞ୍ଚିବେ। ସେଠାରେ ପ୍ରଧାନମନ୍ତ୍ରୀ ଅରଗୁଳ ଆଇଆଇଟିକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହାପରେ ବ୍ରହ୍ମପୁର ଠାରେ ୨୦୦ ଏକର ଜାଗାରେ ନିର୍ମାଣ ହେବାକୁ ଥିବା ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚକୁ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କରିବେ। […]

  • Friday, 16 July 2021
b1
ଓଡ଼ିଶା ଆସୁଛନ୍ତି ରାଜନାଥ ଓ ଯୋଗୀ

ଭୁବନେଶ୍ୱର: ଓଡ଼ିଶାକୁ କେନ୍ଦ୍ରୀୟ ବିଜେପି ନେତାଙ୍କ ସୁଅ ଛୁଟିବ। ୧୭ ତାରିଖରେ ଉତ୍ତର ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ତା ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଳାହାଣ୍ଡି ଆସିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ମନୋଜ ସିହ୍ନା ମଧ୍ୟ ଆସିବାର ସୂଚନା ମିଳିଛି। ଏହି ଗସ୍ତ ନେଇ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ସୂଚନା ଦେଇଛନ୍ତି। ଆଜିଠାରୁ ପ୍ରତି ବିଧାନସଭା କ୍ଷେତ୍ରରେ ବିଜେପିର ପରିବର୍ତ୍ତନ ସଭା ମାର୍ଚ୍ଚ ୨ ପର୍ଯ୍ୟନ୍ତ […]

  • Friday, 16 July 2021
gold
ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ସୁନା ଜବତ କଲା କଷ୍ଟମ ବିଭାଗ

ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ସୁନା ଜବତ କଲା କଷ୍ଟମ ବିଭାଗ। କୁଆଲାଲୁମ୍ପୁରରୁ ବିମାନରେ ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ ମିଳିଲା ସୁନା। ଯାତ୍ରୀ ଜଣକ ମଳଦ୍ୱାରରେ ସେଲୋଟେପ୍ ଲଗାଇ ସୁନାକୁ ପାଉଡର କରି ଆଣୁଥିବା ବେଳେ କଷ୍ଟମ ବିଭାଗ ଖବର ପାଇ ମୋଟ ୨୫୪ ଗ୍ରାମ ସୁନା ଜବତ କରିଛି। ଜବତ ସୁନାର ମୂଲ୍ୟ ଆନୁମାନିକ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

  • Friday, 16 July 2021
abhisekh manu
'ରାଫେଲ୍ ଡିଲ୍ ହେଉଛି ଦେଶର ସବୁଠୁ ବଡ଼ ଦୁର୍ନୀତି’ : ଅଭିଷେକ ମନୁ ସିଂଘଭି

ଭୁବନେଶ୍ୱର : ରାଫେଲ୍ ଡିଲ୍‌କୁ ନେଇ ସୁପ୍ରିମ୍‌କୋର୍ଟ କ୍ଲିନ୍‌ଚିଟ୍ ଦେବା ପରେ ବି ଥମିନି ରାଜନୀତି। ଆଜି ରାଫେଲ୍ ଡିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି। ଦେଶର ସବୁଠୁ ବଡ଼ ଦୁର୍ନୀତି ହେଉଛି ରାଫେଲ୍। ରାଫେଲ୍ ଡିଲ୍‌କୁ ନେଇ ସୁପ୍ରିମ୍‌କୋର୍ଟରେ ଦିଆଯାଇଥିବା ତଥ୍ୟ ଅସମ୍ପୂର୍ଣ୍ଣ। ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କ ବୟାନ, ରାଫେଲ୍ ଯୁଦ୍ଧ ବିମାନ ମହଙ୍ଗାରେ କିଣା ହେଲା କାହିଁକି, ହାଲ୍‌କୁ ଡିଲ୍‌ରୁ କାହିଁକି ଅଲଗା […]

  • Friday, 16 July 2021
j
ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ

କଟକ : ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍. ଜାଭେରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଜଷ୍ଟିସ୍ ପଟ୍ଟନାୟକ ଝାଡ଼ଖଣ୍ଡ ହାଇକୋର୍ଟରୁ ବଦଳି ହୋଇ ଓଡ଼ିଶା ଆସିଛନ୍ତି। ତାଙ୍କ ଶପଥ ପରେ ଓଡ଼ିଶା ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି।  

  • Friday, 16 July 2021
mandi-up
ଖୋଲୁନି ମଣ୍ଡି, ତା'ଉପରେ କଟ୍‌ନୀଛଟ୍‌ନୀ ମାଡ଼

ଭୁବନେଶ୍ୱର : ଓଡ଼ିଶା ଚାଷୀଙ୍କ ଧାନ ଉପରେ ପଡ଼ୋଶୀ ରାଜ୍ୟର ବେପାରୀଙ୍କ ଆଖି। ଠିକ୍ ସମୟରେ ମଣ୍ଡି ନଖୋଲିବା, ଖୋଲିଥିବା ମଣ୍ଡିରେ ଶୋଷଣ ଏବଂ ଧାନର ଅଣ୍ଡର ରେଟ୍ ଭଳି ସମସ୍ୟାରେ ଧନ୍ଦି ହେଉଥିବା ଓଡ଼ିଶାର ଚାଷୀ ଏବେ ପଡ଼ୋଶୀ ରାଜ୍ୟର ମଣ୍ଡି ପ୍ରତି ଆକୃଷ୍ଟ ହେଉଛନ୍ତି। ଛତିଶଗଡ଼ ସରକାର ନିକଟରେ ଧାନ କୁଇଣ୍ଟାଲ ପିଛା ୨୫ଶହ ଟଙ୍କାକୁ ବଢ଼ାଇଥିବାବେଳେ ପଶ୍ଚିମବଙ୍ଗରେ ବି ରେଟ୍ ୧୭୫୦ଟଙ୍କା ରହିଛି। ତେଣୁ ସୀମାନ୍ତବର୍ତ୍ତୀ ଜିଲ୍ଲାର ଚାଷୀମାନେ ଏବେ ପଡ଼ୋଶୀ ରାଜ୍ୟର […]

  • Friday, 16 July 2021
p1
ବହୁଚର୍ଚ୍ଚିତ ଦିନାଡ଼ିଆରେ ୪ଜଣଙ୍କୁ ହତ୍ୟା ଘଟଣାରେ ଆଜି ମିଳିବ ଦଣ୍ଡ

ପୁରୀ: ବହୁଚର୍ଚ୍ଚିତ ଅସ୍ତରଙ୍ଗ ଥାନା ଦିନାଡ଼ିଆରେ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା ଘଟଣାରେ ଆଜି ଦୋଷୀଙ୍କୁ ଦଣ୍ଡ ମିଳିବ। ନିମାପଡ଼ାର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଗତ ୬ ତାରିଖରେ ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୧୫ ସେପ୍ଟେମ୍ବର ୨୧ ତାରିଖରେ ଦିନାଡ଼ିଆର ଅବସରପ୍ରାପ୍ତ ଡିଆଇ ଦିନବନ୍ଧୁ ମଲ୍ଲିକ, ତାଙ୍କ ପତ୍ନୀ  ନିର୍ମଳା, ୧୨ ବର୍ଷର ଝିଅ ଶାଶ୍ୱତୀ ଏବଂ ୪ ବର୍ଷର ଝିଅ ପ୍ରଣତୀଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସେତେବେଳେ […]

  • Friday, 16 July 2021
bird flu
ଥମିବାର ନାଁ ନେଉନି ବାର୍ଡଫ୍ଲୁ

ପୁରୀ : ଥମିବାର ନାଁ ନେଉନି ବାର୍ଡଫ୍ଲୁ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ରେ ବ୍ୟାପିଥିବା ବାର୍ଡଫ୍ଲୁ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଅଷ୍ଟମ ଦିନରେ ବି ଜାରି ରହିଛି କୁକୁଡା ମରା ଅଭିଯାନ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆଜି ଆଉ ଏକ ୧୦ ଜଣିଆ ଟିମ୍‌ ପହଞ୍ଚି ବଡସାହି,ସାନସାହି ଓ ବାଉରୀପଲ୍ଲିରେ କୁକୁଡାମରା ଅଭିଯାନ ଜାରି ରଖିଛନ୍ତି। ସେପଟେ ତିନିଦିନ ତଳେ ନବା ଓ ନନ୍ଦଳା ଗ୍ରାମର ଦୁଇଟି ଫାର୍ମରୁ କୁକୁଡା ମରୁଥିବା ଯୋଗୁଁ ନମୁନା […]

  • Friday, 16 July 2021
niranjan
କୃଷି ଋଣ ଛାଡ଼ ପ୍ରତିଶ୍ରୁତି ଦୋହରାଇଲେ ନିରଂଜନ ପଟ୍ଟନାୟକ

ଭୁବନେଶ୍ୱର : କୃଷି ଋଣ ଛାଡ଼ ଓ ଯୁବକଙ୍କୁ ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ବର୍ଷକୁ ଲକ୍ଷେ ଯୁବକଙ୍କୁ ଚାକିରୀ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ସାଢ଼େ ୪ ବର୍ଷ ପରେ ବି ଏନେଇ ସାମାନ୍ୟ ପଦକ୍ଷେପ ନେଇନାହାନ୍ତି ରାଜ୍ୟ ସରକାର। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ସ୍ୱପ୍ନ ଦେଖାଇଥିଲେ। ବର୍ଷକୁ ୨ କୋଟି ନିଯୁକ୍ତି ସୃଷ୍ଟି କରିବେ। ଏହାଛଡ଼ା […]

  • Friday, 16 July 2021
ayush
‘ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ହସ୍ପିଟାଲ ନିର୍ମାଣ ହୋଇପାରୁନି’ : କେନ୍ଦ୍ର ଆୟୁଷ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ରାଜ୍ୟରେ ଆୟୂଷ ହସ୍‌ପିଟାଲ ପ୍ରତିଷ୍ଠା ହୋଇ ପାରୁନାହିଁ ବୋଲି କହିଛନ୍ତି କେନ୍ଦ୍ର ଆୟୂଷ ମନ୍ତ୍ରୀ ଶ୍ରୀପଦ ନାୟକ।  ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୂଷ ହସ୍ପିଟାଲ ପ୍ରତିଷ୍ଠା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ନାୟକ ଜଣାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ପ୍ରତିଷ୍ଠା କାର୍ଯ୍ୟ ବିଳମ୍ବ ହେଉଛି। ବ୍ରହ୍ମପୁର ଓ ଢେଙ୍କାନାଳରେ ପ୍ରସ୍ତାବିତ ହସ୍ପିଟାଲ ପାଇଁ ଖର୍ଚ୍ଚର ରିପୋର୍ଟ ଏଯାଏ ରାଜ୍ୟ […]

  • Friday, 16 July 2021
fir
ବ୍ୟାଙ୍କ୍‌ ଭିତରେ ମ୍ୟାନେଜରଙ୍କୁ ଗୁଳି ମାଡ଼

ବଲାଙ୍ଗିର  :  ବ୍ୟାଙ୍କ୍‌ ଭିତରେ ମ୍ୟାନେଜରଙ୍କୁ ଗୁଳି ମାଡ଼। ବଲାଙ୍ଗିର ଜିଲ୍ଲା ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍‌ ମ୍ୟାନେଜରଙ୍କୁ ଗୁଳି କରାଯାଇଛି। ଲୁଟ୍ ଉଦ୍ଦେଶ୍ୟରେ ବ୍ୟାଙ୍କ୍‌ ଭିତରେ ଦୁର୍ବୃତ୍ତ ଗୁଳି କରିଥିବା ସୂଚନା ମିଳିଛି। ମ୍ୟାନେଜରଙ୍କ ପେଟରେ ଗୁଳି ବାଜିଥିବା ଜଣାପଡିଛି। ଗୁରୁତର ମ୍ୟାନେଜରଙ୍କୁ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା। ପରେ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ବ୍ୟାଙ୍କରୁ କେତେ ଟଙ୍କା ଲୁଟ୍ ହୋଇଛି କିଛି ସ୍ପଷ୍ଟ ହୋଇନି। ଟିଟିଲାଗଡର ମୁଖ୍ୟରାସ୍ତାରେ ଚେକିଂକୁ […]

  • Friday, 16 July 2021
acidd
ସ୍ୱାମୀଙ୍କ ପ୍ରେମିକା ଉପରେ ସ୍ତ୍ରୀର ଏସିଡ୍ ମାଡ଼

ରାଉରକେଲା : ସ୍ୱାମୀଙ୍କ ପ୍ରେମିକା ଉପରେ ସ୍ତ୍ରୀର ଏସିଡ୍ ମାଡ଼। ପୀଡ଼ିତା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଅଂଚଳରେ। ଅଭିଯୋଗ ଅନୁସାରେ, ଏହି ଅଂଚଳର ଜଣେ ବିବାହିତ ବ୍ୟକ୍ତି ଅନ୍ୟ ଜଣେ ମହିଳାଙ୍କ ସହ ସଂପର୍କ ଥିଲା। ଏହାକୁ ତାଙ୍କ ପତ୍ନୀ ବିରୋଧ କରି ଆସୁଥିଲେ। ଆଜି ସଂପୃକ୍ତ ବ୍ୟକ୍ତି ଜଣକ ପ୍ରେମିକାଙ୍କ ସହ ଷ୍ଟେସନ ନିକଟରେ ଛିଡା ହୋଇଥିବାବେଳେ ରାଗରେ ତାଙ୍କ ପତ୍ନୀ ପ୍ରେମିକାଙ୍କ ଉପରକୁ ଏସିଡ୍ […]

  • Friday, 16 July 2021
m1
୧୨୯ଟି ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଗଜପତି: ଗଜପତିର ଚନ୍ଦ୍ରଗିରି ସ୍ଥିତ ଜିରାଙ୍ଗ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୬୭ କୋଟି ଟଙ୍କାର ୧୨୯ଟି ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସେ ୧୪ କୋଟି ଟଙ୍କା ବ୍ୟୟରେ ୯୮ ଗୋଟି ପ୍ରକଳ୍ପର ଶିଳ୍ୟାନାସ କରିଛନ୍ତି। ଜିରାଙ୍ଗରେ ଆୟୋଜିତ ସମାବେଶରେ ନବୀନ ଉଦ୍‌ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଗୁରୁ ପଦ୍ମ ସମ୍ଭବଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗଜପତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

  • Friday, 16 July 2021
p1
ମେଡିକାଲ୍ ଠିକା କର୍ମଚାରୀ ସଂଘର ଆନ୍ଦୋଳନ ଡାକରା

ପୁରୀ: ୯ ଦଫା ଦାବିରେ ପୁରୀ ଜିଲ୍ଲା ମେଡିକାଲ୍‌ ଠିକା କର୍ମଚାରୀ ସଙ୍ଘ କର୍ମଚାରୀମାନେ କଳାବ୍ୟାଚ୍‌ ପରିଧାନ କରି ଆନ୍ଦୋଳନ ଡାକରା ଦେଇଛନ୍ତି। ଜିଲ୍ଲା ସଦର ଚିକିତ୍ସାଳୟ ସମ୍ମୁଖରେ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। ଏଥିସହିତ ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାକାରୀଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି। ଦୀର୍ଘ ୧୦ମାସ ହେଲା ଦରମା ମିଳୁନଥିବାରୁ ପରିବାର ପ୍ରତିପୋଷଣ କରିବା ମୁସ୍କିଲ୍‌ ହୋଇପଡ଼ିଥିବା ଚିକିତ୍ସାକାରୀଙ୍କୁ ଗୁହାରି କରିଛନ୍ତି ସଙ୍ଘର କର୍ମକର୍ତ୍ତା। ଦାବି ପୂରଣ ନ ହେଲେ ଆଗାମୀ ୨୩ତାରିଖଠାରୁ କାର୍ଯ୍ୟବନ୍ଦ […]

  • Friday, 16 July 2021
farmer
ଋଣ ଭାର ସହି ନପାରି କୀଟନାଶକ ପିଇଲେ ଚାଷୀ

ଗଞ୍ଜାମ : ରାଜ୍ୟରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ। ଫସଲ କ୍ଷତି ସାଙ୍ଗକୁ ଋଣ ଭାର ଚିନ୍ତାରେ କୀଟନାଶକ ପିଇ ଜୀବନ ହାରିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ ଟଙ୍କାଛାଇ ଗାଁର ଚାଷୀ ସନ୍ୟାସୀ ସ୍ୱାଇଁ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ତିତ୍‌ଲି ବାତ୍ୟା ଏବଂ ପରବର୍ତ୍ତୀ ବନ୍ୟାରେ ସନ୍ୟାସୀଙ୍କ ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହୋଇଥିଲା। ତା ସାଙ୍ଗକୁ ଋଣ ଭାର […]

  • Friday, 16 July 2021
ଏଆଂ
ଭଡ଼ା ଘରେ ଚାଲିଥିବା ସେକ୍ସ ରାକେଟ୍‌

ବ୍ରହ୍ମପୁର : ବ୍ରହ୍ମପୁର ଗୋସାଣୀ ନୂଆଗାଁ ଥାନା ଅନ୍ତର୍ଗତ ଅନ୍ନପୂର୍ଣ୍ଣା ନଗରରେ ସେକ୍ସ ରାକେଟ ଠାବ। ଏକ ଭଡ଼ା ଘରେ ଏହି ରାକେଟ ଚାଲିଥିବାବେଳେ, ପୁଲିସ ଅଚାନକ ଚଢାଉ କରି ଜଣେ ଯୁବତୀ ଓ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରେ ଜଣେ ପୁରୀ ଅଂଚଳର। ତେବେ ଘଟଣା ସ୍ଥଳରୁ ସେକ୍ସ ରାକେଟର କିଙ୍ଗ୍‌ପିନ୍ ଫେରାର ହୋଇଯାଇଛି।  

  • Friday, 16 July 2021