• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

farmer
ଧାନ ମଣ୍ଡିରେ ଧାନ କିଣା ନ ଯିବା ପ୍ରତିବାଦରେ ଧାରଣା

 ମାଲକାନଗିରି : ମଣ୍ଡିରେ ଧାନ କିଣା ଯାଉନଥିବାରୁ ମାଲକାନଗିରିରେ ତାତିଲେ ଚାଷୀ। ମାଲକାନଗିରି-ଜୟପୁର ରାସ୍ତାର ପଦ୍ମଗିରି ଛକରେ ଚାଷୀ ମେଳି କରିଛନ୍ତି। ଧାନମଣ୍ଡିରେ ଧାନ କିଣା ନ ଯିବା ପ୍ରତିବାଦରେ ଚାଷୀ ଧାରଣାରେ ବସିଥିଲେ। ୧୫ ଦିନ ହେଲା ମଣ୍ଡିରେ ଧାନ ପଡ଼ିରହିଛି। ଚାଷୀଙ୍କ ସହ ଧାରଣାରେ ଜିଲ୍ଲା ପରିଷଦ ସଭାପତି ଦଶରଥ ପଡ଼ିଆମୀ ବି ସାମିଲ ହୋଇଛନ୍ତି। ତେବେ ପ୍ରଶାସନର ଧାନ କିଣା ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଛି।

  • Friday, 16 July 2021
mm
‘ଗତ ୧୯ ବର୍ଷ ମଧ୍ୟରେ ବିଜେଡି ସରକାର ମହାନଦୀ କାଗଜକୁ ମଧ୍ୟ ଦେଖିନାହିଁ’

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଛତିଶଗଡ଼ ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ୍. ସିଂଦେଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ‘ଗତ ୧୯ ବର୍ଷ ମଧ୍ୟରେ ବିଜେଡି ସରକାର ମହାନଦୀ କାଗଜକୁ ମଧ୍ୟ ଦେଖିନାହିଁ। ଏଥିପାଇଁ ଓଡ଼ିଶାବାସୀଙ୍କ ନିକଟରେ ବିଜେଡି ସରକାର କ୍ଷମା ମାଗିବା ଦରକାର। କେବଳ ନିର୍ବାଚନ ସମୟରେ ହିଁ ବିଜେଡି ସରକାରର ମହାନଦୀ କଥା ମନେପଡୁଛି’ ବୋଲି ଟି.ଏସ୍. ସିଂଦେଓ କହିଛନ୍ତି। ଜନମତ ସଂଗ୍ରହ ପାଇଁ ଗତକାଲି ନିରଞ୍ଜନ […]

  • Friday, 16 July 2021
dg
ଆନ୍ଦୋଳନ ବେଳେ ଭଙ୍ଗାରୁଜା ଓ ଗଣ୍ଡଗୋଳ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ବିଭିନ୍ନ ଆନ୍ଦୋଳନ ବେଳେ ଭଙ୍ଗାରୁଜା ଓ ଗଣ୍ଡଗୋଳ କରୁଥିବା ବିଶୃଙ୍ଖଳାକାରୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ଏଭଳି ଢଙ୍ଗରେ ଆନ୍ଦୋଳନକାରୀଙ୍କୁ ଚେତାଇ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ଆର.ପି. ଶର୍ମା। ପୁଲିସ ବିଭାଗର ବାର୍ଷିକ ରିପୋର୍ଟ ଉପସ୍ଥାପନ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ସହ ଏ ବର୍ଷ ୧୯ଜଣ ମାଓବାଦୀ ନିହତ ହୋଇଛନ୍ତି ଓ ୩୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆତ୍ମସମର୍ପଣ କରିଛନ୍ତି ୨୭ ଜଣ ମାଓବାଦୀ କହିଛନ୍ତି […]

  • Friday, 16 July 2021
odisha cabinet
ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ଦରମା ବଢିବ

ଭୁବନେଶ୍ୱର :  ନୂଆବର୍ଷ ପୂର୍ବରୁ କଲେଜ ଅଧ୍ୟାପକଙ୍କ ପାଇଁ ଖୁସି ଖବର। ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ଅଧ୍ୟାପକଙ୍କ ବର୍ଦ୍ଧିତ ଦରମା ପିଛିଲା ଭାବେ ୨୦୧୬ ଜାନୁଆରୀ ପହିଲାରୁ ଲାଗୁ ହେବ। ଏହାଦ୍ୱାରା ରାଜ୍ୟର ମୋଟ ୫୨୦୦ ଅଧ୍ୟାପକ, ଅଧ୍ୟାପିକା ଉପକୃତ ହେବେ। ସେହିଭଳି ନିକଟରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକଙ୍କ ପାଇଁ ଘୋଷଣା କରିଥିବା କାଳିଆ ଯୋଜନାରେ ପାଣ୍ଠି ଯୋଗାଡ଼ ପାଇଁ […]

  • Friday, 16 July 2021
girl misbehaving
ଅଭିଯୁକ୍ତ କନଷ୍ଟେବଲ ଛୁକେଶ ମେହେର ସସ୍‌ପେଣ୍ଡ

ପୁରୀ : ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ କରି ପୁଲିସ କର୍ମଚାରୀ ନିଲମ୍ବିତ। ସିସିଟିଭି ଫୁଟେଜ୍ ଯାଞ୍ଚ୍ ପରେ ଅଭିଯୁକ୍ତ ଛୁକେଶ ମେହରକୁ ନିଲମ୍ବନ କରାଯାଇଛି। କଳାହାଣ୍ଡିସ୍ଥିତ IRB ନବମ ବାଟାଲିୟନରେ କାର୍ଯ୍ୟରତ ଛୁକେଶ ପୁରୀ ଶ୍ରୀମନ୍ଦିରେ ଡ୍ୟୁଟି କରୁଥିଲେ। ଆଜି ବାହାରକାଠ ନିକଟରେ ଜଣେ ନାବାଳିକା ଠାକୁର ଦର୍ଶନ କରୁଥିବା ବେଳେ ତାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା। ଯାଜପୁର ଅଞ୍ଚଳର […]

  • Friday, 16 July 2021
farmer
ଋଣ ବୋଝ ଓ ଫସଲ ନଷ୍ଟ ପାଇଁ ଚାଷୀଙ୍କ ଆତ୍ମହତ୍ୟା

 କଟକ : କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ଶୀତ ଋତୁରେ ପନିପରିବା ଚାଷରେ କ୍ଷତି ସହ ହାତ ଉଧାରି ଋଣ ଶୁଝିନପାରି ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି। ମୃତ ଚାଷୀ ହେଉଛନ୍ତି ଡମପଡ଼ା ବ୍ଲକ କୁସୁପଙ୍ଗି ଗାଁର ଚୈତନ୍ୟ ପରିଡ଼ା। ଗତ ୨୧ତାରିଖରେ ସେ କୀଟନାଶକ ପିଇଥିଲେ। ପ୍ରଥମେ ତାଙ୍କୁ ବାଙ୍କୀ ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।  ପରେ ବଡ଼ ମେଡ଼ିକାଲରୁ […]

  • Friday, 16 July 2021
dharmendra
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖୋର୍ଦ୍ଧାରେ ପ୍ରସ୍ତାବିତ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ଜମି ଯୋଗାଣ ନେଇ ଚିଠି ଲେଖାଯାଇଛି। ଜମି ହସ୍ତାନ୍ତରଣରେ ଅସହଯୋଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର। ‘ଲୋକଙ୍କ ସ୍ୱାର୍ଥ ତଥା ଅର୍ଥନୀତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ’। ଜମି ହସ୍ତାନ୍ତର ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ପରିବେଶ ମଞ୍ଜୁରୀ ସହ ଟେଣ୍ଡର ସରିଛି, ଜମି ମିଳିଲେ ପ୍ରକଳ୍ପ କାମ ହେବ, ଚିଠିରେ ଉଲ୍ଲେଖ […]

  • Friday, 16 July 2021
image
ବିଜେପି ଓ କଂଗ୍ରେସର ଜନ ଅଦାଲତ ଓ ଜନ ଆଶୀର୍ବାଦ ଯାତ୍ରା

ଭୁବନେଶ୍ୱର : ବିଜେଡି ସରକାର ବିରୋଧରେ ବିଜେପି ଆଜିଠୁ ଜନ ଅଦାଲତ କାର୍ଯ୍ୟକ୍ରମ ଆରମ୍ଭ କରିଛି। ୧୭ ତାରିଖ ପର୍ଯ୍ୟନ୍ତ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀରେ ଜନ ଅଦାଲତ କରାଯିବାର କାର୍ଯ୍ୟକ୍ରମ ରହିଛି। ଜନ ଅଦାଲତ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଲୋକେ ସରକାରଙ୍କୁ ପ୍ରଶ୍ନ ପଚାରିବେ। ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କୁ ଅଦାଲତକୁ ଡକାଯିବ। ସେ ଅଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଦୁର୍ନୀତି ପ୍ରସଙ୍ଗରେ ସ୍ଥାନୀୟ ଲୋକେ ପ୍ରଶ୍ନ କରିବେ। ଆଜି ପ୍ରଥମ ଦିନରେ ବ୍ରହ୍ମପୁର, […]

  • Friday, 16 July 2021
s1
ସରସ୍ୱତୀ ପୂଜା ଭୋଗ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ବାରିପଦା: ସରସ୍ୱତୀ ପୂଜା ଭୋଗ ଖାଇ ୩୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ବାରିପଦା ସଦର ବ୍ଲକ୍‌ର ରଙ୍ଗାମାଟିଆ ପ୍ରାଥମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି। ଗତକାଲି ପିଲାମାନଙ୍କୁ ଚୁଡ଼ା, କଦଳୀ, ଫଳ ଭୋଗ ଦିଆଯାଇଥିଲା। ପିଲାମାନେ ଘରକୁ ଯିବା ପରେ ଜଣେ ପରେ ଜଣେ ଅସୁସ୍ଥ ହେବାରୁ ସେମାନଙ୍କୁ ପରିବାର ଲୋକେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆଜି ଅବସ୍ଥା ନସୁଧୁରିବାରୁ ସମସ୍ତଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

  • Friday, 16 July 2021
gajapti
'ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କର' : ଗଜପତି ମହାରାଜା

ପୁରୀ : ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତି ନେଇ ଗତକାଲିର ବିଭ୍ରାଟ ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜ।। ସେ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କର। ୧୯୬୦ମସିହା ଠାରୁ ଏହି ଦାୟିତ୍ୱ ଗଜପତିଙ୍କ ଠାରୁ ନିଆଯାଇଛି। ଗଜପତିଙ୍କ ସମୟରେ ସେବା ଓ ରାଜକାର୍ଯ୍ୟ ଶୀର୍ଷରେ ଥିଲା। ଗଜପତି ନିଜେ ମହାପ୍ରଭୁଙ୍କ ସେବାରେ ସମର୍ପିତ ଥିଲେ। ସେହି ପରମ୍ପରାକୁ ଏବେ ସ୍ମରଣ କରିବା ବାଞ୍ଛନୀୟ ବୋଲି କହିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ।

  • Friday, 16 July 2021
minor rape
୨ ନାବାଳିକାଙ୍କୁ ଦୁଷ୍କର୍ମ !

ସୁନ୍ଦରଗଡ଼  : ସୁନ୍ଦରଗଡ଼ ଜିଲ୍ଲାରେ ଲଜ୍ଜା। ଚାନ୍ଦିପୋଷ ଥାନା ଅଞ୍ଚଳରେ ଥିବା ଏକ ଜଙ୍ଗଲ ମଧ୍ୟରେ ୨ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି। ଚାନ୍ଦିପୋଷ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ୨ ଜଣ ନାବାଳିକା ପୀଡ଼ିତା। ଦୁଇ ନାବାଳିକାଙ୍କୁ ଯାତ୍ରା ଦେଖାଇବାକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତଦନ୍ତ କରୁଛି ଚାନ୍ଦିପୋଷ ପୁଲିସ।

  • Friday, 16 July 2021
homo
ଦୁଇ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ

ବାରିପଦା : ଝାଡ଼ଖଣ୍ଡର ସଢେଇକେଲା ଖରସୁଆଁ ଜିଲ୍ଲା ଗହ୍ମରିଆ ଥାନା ବୋଲାୟାଡ଼ିହରେ ଦୁଇ ଜଣ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଦୁଇ ମହିଳା ମୟୁରଭଞ୍ଜ ଜିଲ୍ଲାର କୁଲିଓରାବ ଥାନାର ବୋଲି ଜଣାପଡ଼ିଛି। ଏହି ଦୁଇ ଯୁବତୀଙ୍କ ନିଖୋଜ ନେଇ ସେମାନଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲ। ପୁଲିସର କହିବା ଅନୁସାରେ, ଦୁଇ ଯୁବତୀ ସମଲିଙ୍ଗୀ ବିବାହ କରି ସପ୍ତାହେ ହେବ ସେଠାରେ ରହୁଥିଲେ। ପୁଲିସ ଖବର ପାଇବାପରେ ଦୁଇଜଣ ଯୁବତୀଙ୍କ […]

  • Friday, 16 July 2021
rto9
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆର୍‌ଟିଓ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଆର୍‌ଟିଓ  ଦିବାକର ସିଂ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦିବାକରଙ୍କ ଢେଙ୍କାନାଳରେ ଥିବା ଭଡାଘର, ମୟୂରଭଂଜର ନିଜଘର, ଭୁବନେଶ୍ୱର ଓ ବାଲେଶ୍ୱର ଘରେ ମଧ୍ୟ ଚଢଉ କରାଯାଉଛି। ପୂର୍ବରୁ ଢେଙ୍କାନାଳରେ ଆର୍‌ଟିଓ ଥିବା ବସନ୍ତ କୁମାର ବେହେରା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ।

  • Friday, 16 July 2021
sivraj
ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

କୋଣାର୍କ  : ଓଡ଼ିଶା ଗସ୍ତରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ଆଜି ଶିବରାଜ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଛନ୍ତି। ଶିବରାଜ ନିଜ ସପରିବାର ମନ୍ଦିର ବୁଲିଛନ୍ତି। ଏହି ଅବସରରେ ସ୍ଥାନୀୟ ଗାଇଡ୍‌ ତାଙ୍କୁ ମନ୍ଦିରର ମାହାତ୍ମ ଏବଂ କାରୁକାର୍ଯ୍ୟ ସମ୍ପର୍କରେ ଅବଗତ କରିଥିଲେ। ମନ୍ଦିର ପରିଦର୍ଶନ ବେଳେ ଶିବରାଜଙ୍କୁ ଦେଖିବାକୁ ପର୍ଯ୍ୟଟକ ଏବଂ ସ୍ଥାନୀୟଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଲୋକେ ଶିବରାଜଙ୍କ ସହ ସେଲ୍‌ଫି ନେବାକୁ ଅପେକ୍ଷା କରି ରହିଥିବା ଦେଖିବାକୁ […]

  • Friday, 16 July 2021
bus
ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୨ ଆହତ

ରାଇରଙ୍ଗପୁର : ମୟୂରଭଂଜ ରାଇରଙ୍ଗପୁରରେ ଓଲଟିଲା ବସ୍ । କଲିକତାରୁ କେନ୍ଦୁଝର ଆସୁଥିବା ‘ଅଗ୍ରୱାଲା’ ବସ୍‌ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା କଟାସ ନିକଟରେ ଏନ୍‌ଏଚ୍‌-୪୯ ଉପରେ ଓଲଟି ପଡ଼ିଛି। ଫଳରେ ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବିଶୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ବସ୍‌ରେ ୫୦ ଜଣ ଯାତ୍ରୀ ଥିଲେ। ବ୍ରେକ୍‌ ଫେଲ୍‌ ଯୋଗୁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

  • Friday, 16 July 2021
school
ସ୍କୁଲରୁ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗ

 କଟକ : ସ୍କୁଲ ଗୁଡ଼ିକ ଛୁଟିଥିବାବେଳେ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ହେଉଥିବା ଅଭିଯୋଗ କରିଛନ୍ତି ଲୋକେ। କଟକ ଜିଲ୍ଲା ଟାଙ୍ଗୀ ଭଟିମୁଣ୍ଡା ଗାଁରୁ ଆସିଛି ଏହି ଅଭିଯୋଗ। ରାତିରେ ଚାଉଳ ଚୋରି ହେଉଥିବାର ଏକ ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ଏହି ଚାଉଳ ଚୋରି ଘଟଣାରେ ଗାଁର କିଛି ଯୁବକଙ୍କ ସହ ସ୍କୁଲ ପିଅନ ବି ସଂପୃକ୍ତ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସେପଟେ […]

  • Friday, 16 July 2021
pu
ଖୋଲିଲା ଶ୍ରୀମନ୍ଦିରର ଭିତର କବାଟ : ଆରମ୍ଭ ହେଲା ନୀତିକାନ୍ତି

ପୁରୀ : ଶେଷରେ ଖୋଲିଛି ଶ୍ରୀମନ୍ଦିରର ଭିତର କବାଟ। ଦିନ ସାରା ଚରମ ବିଶୃଙ୍ଖଳା ପରେ କିଛି ସମୟ ପୂର୍ବରୁ ବଡଦେଉଳ ଦ୍ୱାର ଫିଟାଯାଇଛି। ଏଥିସହ ଦୀର୍ଘ ୧୨ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ମଙ୍ଗଳ ଆରତୀ ଆରମ୍ଭ ହୋଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ପୁଲିସ-ସେବାୟତ ମଧ୍ୟରେ ବିବାଦ ଯୋଗୁଁ  ଆଜି ଭୋର୍‌ରୁ ଖୋଲି ନ ଥିଲା ବଡ଼ଦେଉଳ ଦ୍ୱାର। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ […]

  • Friday, 16 July 2021
gg
ଉତ୍ତେଜିତ ହେଲେଣି ଭକ୍ତ : ବର୍ତ୍ତମାନ ସୁଦ୍ଧା ଖୋଲିନାହିଁ ଶ୍ରୀମନ୍ଦିର ବଡ଼ ଦେଉଳର ଦ୍ୱାର

ପୁରୀ : ଶ୍ରୀମନ୍ଦିରରେ ଚରମ ଅବସ୍ଥାରେ ପହଞ୍ଚିଛି ବିଶୃଙ୍ଖଳା। ବର୍ତ୍ତମାନ ସୁଦ୍ଧା ଖୋଲିନାହିଁ ଶ୍ରୀମନ୍ଦିର ବଡ଼ ଦେଉଳର ଦ୍ୱାର। ଶ୍ରୀଜିଉଙ୍କ ମଙ୍ଗଳଆଳତୀ କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। ଭକ୍ତ ଉତ୍ତ୍ୟକ୍ତ ହୋଇ ଶ୍ରୀମନ୍ଦିରକୁ ଧସେଇ ପଶିଛନ୍ତି। ଲୁହା ବ୍ୟାରିକେଡ୍ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପଶିଛନ୍ତି। ଭକ୍ତ ଶ୍ରୀମନ୍ଦିର ବାହାରେ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଅସନ୍ତୋଷ ପ୍ରକାଶ କରି ଭିତରକୁ ଧସେଇ ପଶିଛନ୍ତି। ପୁଲିସ୍  ଓ […]

  • Friday, 16 July 2021
puri-=1
ଶ୍ରୀମନ୍ଦିର ଅଚଳାବସ୍ଥା : ଏ ପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରି ପାରିନାହିଁ

ପୁରୀ : ଶ୍ରୀମନ୍ଦିର ଅଚଳାବସ୍ଥାର ସମାଧାନ ପାଇଁ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ସେବାୟତଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ସେବାୟତମାନେ ଜିଦ୍‌ରେ ଅଟଳ ରହିଛନ୍ତି। ଜିଲ୍ଲାପାଳଙ୍କ ଅନୁରୋଧ ସତ୍ତ୍ୱେ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ସେବାୟତମାନେ ଗ୍ରହଣ କରିନାହାନ୍ତି। ଅତୀତରେ ଏଭଳି ସମସ୍ୟା ଉପୁଜିଛି ଏବଂ ଜଗନ୍ନାଥ ସମାଧାନ କରିବେ ବୋଲି ଜିଲ୍ଲାପାଳ କହି ନିଜର ଅସହାୟତା ପ୍ରକଶ କରିଛନ୍ତି।ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଘଟଣା ଉପରେ ସରକାର […]

  • Friday, 16 July 2021
gajapati
ମହାପ୍ରଭୁଙ୍କ ସେବାପୂଜା ଠାରୁ ଆଉ କୌଣସି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ନୁହେଁ : ଗଜପତି ମହାରାଜ ଦିବ୍ୟସିଂହ ଦେବ

ପୁରୀ : ଶ୍ରୀମନ୍ଦିରରେ ଚରମ ଅବସ୍ଥାରେ ପହଞ୍ଚିଛି ବିଶୃଙ୍ଖଳା। ବର୍ତ୍ତମାନ ସୁଦ୍ଧା ଖୋଲିନାହିଁ ଶ୍ରୀମନ୍ଦିର ବଡଦେଉଳର ଦ୍ୱାର। ଶ୍ରୀଜିଉଙ୍କ ମଙ୍ଗଳଆଳତୀ କିମ୍ବା କୌଣସି ନୀତିକାନ୍ତି ଆରମ୍ଭ ହୋଇନି। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। ସେପଟେ ସମଗ୍ର ପ୍ରସଙ୍ଗକୁ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମହାପ୍ରଭୁଙ୍କ ସେବାପୂଜା ଠାରୁ ଆଉ କୌଣସି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆଲୋଚନା କରାଯାଇ ଯେ କୌଣସି ବିବାଦର ସମାଧାନ ସମ୍ଭବ। […]

  • Friday, 16 July 2021
e1
ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି

ଜଗତସିଂହପୁର: ଆଗାମୀ ସାଧାରଣ ର୍ନିବାଚନ ପାଇଁ ଇସ୍ତାହାର ଘୋଷଣା ପୂର୍ବରୁ କଂଗ୍ରେସ ବିଭିନ୍ନ ବର୍ଗର ଲୋକଙ୍କ ମତ ନେଉଛି। ଏହି କ୍ରମରେ ଓଡ଼ିଶା ପିସିସି ଇସ୍ତାହାର କମିଟି ଆଜି ଜଗତସିଂହପୁରରେ ପହଞ୍ଚିଛି। ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଯାଇଥିବା କମିଟିରେ ଛତିଶଗଡ଼ର କ୍ୟାବିନେଟ୍‌ ମନ୍ତ୍ରୀ ଟି. ଏସ୍‌. ସିଂଦେଓ ଏବଂ ସ୍ଥାନୀୟ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କ ସହ ଦଳର ତୁଙ୍ଗ ନେତାମାନେ ସାମିଲ ହୋଇଛନ୍ତି। ଛତିଶଗଡ଼ରେ କଂଗ୍ରେସ ଯେଉଁଭଳି ତୃଣମୂଳ ସ୍ତରକୁ ଯାଇ ସାଧାରଣ […]

  • Friday, 16 July 2021
b1
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪ବଖରା ଘର

ଚାନ୍ଦବାଲି: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪ବଖରା ଘର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ମୃଗନୟନୀ ଗାଁରେ ଭୟାବହ ଅଗ୍ନିକାଣ୍ଡରେ ୨ପରିବାରର ୪ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଗାଁର ଗୋବର୍ଦ୍ଧନ ବାରିକଙ୍କ ଘରେ ନିଆଁ ଲାଗି ଯାଇଥିଲା। ଏହାପରେ ତାଙ୍କ ଭାଇ ତ୍ରିଲୋଚନ ବାରିକଙ୍କ ଘରେ ମଧ୍ୟ ନିଆଁ ମାଡିଯାଇଥିଲା। ଘଟଣାସ୍ଥଳରେ ଚାନ୍ଦବାଲି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ ଲିଭାଇବା ବେଳକୁ ଘରର ସମସ୍ତ ଆସବାବପତ୍ର […]

  • Friday, 16 July 2021
bbsr-up
ଭୁବନେଶ୍ୱର ପଥ ଉତ୍ସବରେ ଖ୍ରୀଷ୍ଟମାସ୍ ଥିମ୍

ଭୁବନେଶ୍ୱର : ବଡ଼ଦିନ ଅବ୍ୟବହିତ ପୂର୍ବରୁ ଆଜି ଭୁବନେଶ୍ୱର ପଥ ଉତ୍ସବରେ ଦେଖିବାକୁ ମିଳିଥିଲା କୁନି କୁନି ପିଲାଙ୍କ ସାନ୍ତାକ୍ଲଜ୍ ବେଶ। ମୁଣ୍ଡରେ ସାନ୍ତାକ୍ଲଜର କ୍ୟାପ୍ ଓ ଦେହରେ ନାଲି ରଙ୍ଗର ଡ୍ରେସ୍ ପିନ୍ଧି ଖ୍ରୀଷ୍ଟମାସ୍ ରଙ୍ଗରେ ସମସ୍ତଙ୍କୁ ନଚାଇଥିଲେ କୁନି କୁନି ସାନ୍ତାକ୍ଲଜ। ଏହାସହିତ ସେମାନଙ୍କ ମାଆମାନେ ବି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ନୃତ୍ୟ ପରିବେଷଣ କରିଥିଲେ। ଆଗକୁ ଖ୍ରୀଷ୍ଟମାସ୍ ଥିବାରୁ ଏଥରର ଚତୁର୍ଥ ରବିବାରର ପଥ ଉତ୍ସବ ରଙ୍ଗୀନ୍ ହୋଇଥିଲା। ଖ୍ରୀଷ୍ଟମାସ୍ ଥିମ୍‌ରେ […]

  • Friday, 16 July 2021
t
ପୁଣି କଲାରାପତରିଆ ବାଘର ମୃତଦେହ ଠାବ

ଅନୁଗୁଳ: ଅନୁଗୁଳରେ ପୁଣି ଏକ କଲାରାପତରିଆ ବାଘର ମୃତଦେହ ଠାବ କରାଯାଇଛି। ବନ ବିଭାଗ ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଣଲୋଇ ସଂରକ୍ଷିତ ଜଙ୍ଗଲରୁ ବାଘର ମୃତଦେହ ଠାବ କରିଛି। ଘଟଣାସ୍ଥଳରେ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଓ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେମିତି ବାଘର ମୃତ୍ୟୁ ହେଲା, ତାହା ସ୍ପଷ୍ଟ ହୋଇ ନଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବାଘ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡିଏଫ୍‌ଓ କହିଛନ୍ତି। ଉଲ୍ଲେଖନୀୟ […]

  • Friday, 16 July 2021
elephant
ନୀଳଗିରି ଅଞ୍ଚଳରେ ଜାରି ରହିଛି ହାତୀ ଉପଦ୍ରବ

ନୀଳଗିରି : ନୀଳଗିରି ଅଞ୍ଚଳରେ ଜାରି ରହିଛି ହାତୀ ଉପଦ୍ରବ। ଏହି ରେଞ୍ଜର ସିଆଡ଼ିମାଳ ପଞ୍ଚାୟତର ସିନ୍ଦୁରିଆ ଗାଁରେ ଗତ ରାତିରେ ହାତୀ ପଶି ଜଣକ ଘର ଭାଙ୍ଗିବା ସହ କଳେଇ ଭାଙ୍ଗି ଧାନ ଖାଇଦେଇଥିବା ଅଭିଯୋଗ ହୋଇଛି। ହାତୀ ଭୟରେ ଗ୍ରାମର କବିତା ସିଂଙ୍କ ଘର ଭାଙ୍ଗିଥିବା ବେଳେ ଏବେ ଖୋଲା ଆକାଶ ତଳେ ଭୟରେ ଜୀବନ ବିତାଉଛନ୍ତି ତାଙ୍କ ପରିବାର। ସେପଟେ ଏନେଇ ବନ ବିଭାଗ ଖବର ପାଇବାପରେ କ୍ଷୟକ୍ଷତିର ଆକଳନ ଲାଗି ଏକ […]

  • Friday, 16 July 2021