• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

kalinga
ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୂରିଛି ୧୩ ବର୍ଷ

ଯାଜପୁର  : ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୂରିଛି ୧୩ ବର୍ଷ। ମୃତକ ମାନଙ୍କ ଉଦ୍ଦେଶ୍ୟରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପାଳିତ ହେଉଛି ସହିଦ୍ ସ୍ମୃତି ଦିବସ। ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା। ପୂଜା ସରିବା ପରେ ଆମ୍ବଗାଡ଼ିଆ ଅଭିମୁଖେ ଶୋଭାଯାତ୍ରା ବାହାରିବ। ଆମ୍ବଗାଡିଆ ବୀରଭୂମି ପଡ଼ିଆରେ ଆୟୋଜିତ ହେବ ଗଣସମାବେଶ। ଆଇନ୍‌ଶୃଙ୍ଖଳା ଦୃଷ୍ଟିରୁ ଘଟଣାସ୍ଥଳରେ ୭ ପ୍ଲାଟୁନ୍ ପୁଲିସ ଫୋର୍ସ, ୨ ଜଣ ମାଜିଷ୍ଟ୍ରେଟ୍ ଓ ୨ ଜଣ ଡିଏସ୍‌ପି […]

  • Friday, 16 July 2021
elephant
ବିଦ୍ୟୁତ୍‌ ଆଘାତରେ ହାତୀ ମୃତ

ଢେଙ୍କାନାଳ : ଢେଙ୍କାନାଳରେ ବିଦ୍ୟୁତ୍‌ ଆଘାତରେ ପୁଣି ଏକ ହାତୀର ମୃତ୍ୟୁ। ହିନ୍ଦୋଳ ରେଞ୍ଜ ଦୁଦୁରକୋଟ ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି। ବାର୍‌ହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ। ହାତୀର ମୃତ ଦେହ ଦୁଦୁରକୋଟ ଜଙ୍ଗଲରେ ପଡିରହିଛି। ଘଟଣା ସମ୍ପର୍କରେ ବନ ବିଭାଗକୁ ଖବର ଦିଆଯାଇଥିବା ବେଳେ ଏ ଯାଏଁ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ନାହାନ୍ତି। ପୂର୍ବରୁ କିଛି ଦିନ ତଳେ […]

  • Friday, 16 July 2021
bank
ରାତିରେ ସଟର ତାଡ଼ି ବ୍ୟାଙ୍କ୍‌ ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱରରେ ସଟର ତାଡ଼ି ବ୍ୟାଙ୍କ ଲୁଟ୍। ଗତକାଲି ରାତିରେ ସଦର ବ୍ଲକ ପରିଖି ସ୍ଥିତ ଆହ୍ଲାବାଦ ବ୍ୟାଙ୍କରୁ ସଟର ଭାଙ୍ଗି ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ତେବେ ବ୍ୟାଙ୍କରୁ କେତେ ଟଙ୍କା ଚୋରୀ ହୋଇଛି ଏନେଇ କୌଣସି ସୂଚନା ମିଳିପାରିନାହିଁ। ଏହାସହ ବ୍ୟାଙ୍କ ନିକଟରେ ଥିବା ଏକ ରଡ୍‌ ଓ ସିମେଣ୍ଟ ଦୋକାନରୁ ମଧ୍ୟ ଲୁଟ୍ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ […]

  • Friday, 16 July 2021
ganeshi lal
ସଫ୍ଟୱେର ଆପ୍ଲିକେସନର ଶୁଭାରମ୍ଭ କଲେ ରାଜ୍ୟପାଳ ଗଣେଶୀ ଲାଲ

ଭୁବନେଶ୍ୱର : ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ପ୍ରସ୍ତୁତ ସଫ୍ଟୱେର ଆପ୍ଲିକେସନକୁ ଶୁଭାରମ୍ଭ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସଫ୍ଟୱେର ଆପ୍ଲିକେସନର ନାଁ ରହିଛି ‘ରାଜଭବନ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ’ । ଆସନ୍ତା ଫେବ୍ରୁଆରୀ ମାସରୁ ଏହି ଆପ୍ଲିକେସନ ଜରିଆରେ ରାଜ୍ୟପାଳଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆବେଦନ କରିପାରିବେ। କାର୍ଯ୍ୟକ୍ରମର ୨୦ ଦିନ ପୂର୍ବରୁ ଏହି ଆପ୍ଲିକେସନ ଜରିଆରେ ଆବେଦନ କରିବାକୁ ପଡିବ। ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ […]

  • Friday, 16 July 2021
congress-bhawan
କଂଗ୍ରେସର କସରତ ଜାରି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥିୀ ଚୟନ ଲାଗି କଂଗ୍ରେସର କସରତ ଜାରି ରହିଛି। ଓଡ଼ିଶା ଗସ୍ତରେ ଆସଥିବା AICC ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଓ ସଦସ୍ୟମାନେ କରୁଥିବା ପ୍ରାର୍ଥିୀ ଚୟନ ପ୍ରକ୍ରିୟାର ଆଜି ଦ୍ୱିତୀୟ ଦିନ। ଆଜି ଭୁବନେଶ୍ୱର ଓ ନବରଙ୍ଗପୁରରେ ସ୍କ୍ରିନିଂ କମିଟିର ବୈଠକ ଅନୁଷ୍ଠିତ ହେବ।  ଭୁବନେଶ୍ୱରରେ ପୁରୀ ଓ ଜଗତସିଂହପୁର ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ଆଲୋଚନା ହେବ। ସେହିପରି ନବରଙ୍ଗପୁରରେ କଳାହାଣ୍ଡି ଓ […]

  • Friday, 16 July 2021
e1
ଗାତରେ ପଡ଼ି ହାତୀ ଛୁଆ ମୃତ

ରାଉରକେଲା: ଗାତରେ ପଡି ହାତୀ ଛୁଆ ମୃତ। ରାଉରକେଲା ବିଶ୍ରା ଫରେଷ୍ଟ ରେଞ୍ଜ ମହିପାଣି ପାଖରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ରେଳ ଧାରଣା ପାଖରେ ଖୋଳା ଯାଇଥିବା ଏକ ଗାତରେ ପଡ଼ି ଏକ ବର୍ଷକର ହାତୀ ଛୁଆର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ଗାଁକୁ ଏକ ହାତୀପଲ ଚାଲିଆସିଥିଲା। ହାତୀପଲକୁ ଘଉଡ଼ାଇବାକୁ ଗାଁ ଲୋକଙ୍କ ସହ ବନ ବିଭାଗ ଉଦ୍ୟମ କରିଥିଲେ। ଘଉଡ଼ାଇବାବେଳେ ହାତୀ ଛୁଆଟି ଗାତ ଭିତରେ ପଡ଼ିଯାଇଥିଲା। […]

  • Friday, 16 July 2021
bjp
ବିଜେପି ଫୋକସ୍‌ରେ ପଶ୍ଚିମ ଓଡ଼ିଶା

ବଲାଙ୍ଗିର: ବିଜେପିର ଫୋକସ୍‌ରେ ଏବେ ପଶ୍ଚିମ ଓଡ଼ିଶା। ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ବିଜେପି ଶକ୍ତି ପ୍ରଦର୍ଶନ କରିବ। ଆଜି ଦଳ ପକ୍ଷରୁ ପଛୁଆ ବର୍ଗ ମହା ସମ୍ମିଳନୀ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ରାମ୍‌ କ୍ରିପାଲ୍‌ ଯାଦବ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେବେ। ନିର୍ବାଚନ ପୂର୍ବରୁ ପଶ୍ଚିମ ଓଡ଼ିଶା ଭୋଟର୍‌ଙ୍କୁ ଆକୃଷ୍ଟ କରିବାକୁ ଦଳ ଯୋଜନା ପ୍ରସ୍ତୁତ କରିଛି। ଏହି ଅବସରରେ ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ବେକାରୀ, ଦାଦନ ସମସ୍ୟାକୁ ଦଳ ଉଠାଇବ। ନିକଟରେ […]

  • Friday, 16 July 2021
cm
ନୂଆବର୍ଷରେ ପୁରୀ ଶ୍ରୀମନ୍ଦିର ଗଲେ ମୁଖ୍ୟମନ୍ତ୍ରୀ

ପୁରୀ : ନୂଆବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଯାଇ ଶ୍ରୀମନ୍ଦିରରେ କେବଳ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି।  ସେ ଶ୍ରୀମନ୍ଦିର ଭିତରକୁ ନଯାଇ ସିଂହଦ୍ୱାର ଗୁମୁଟରେ ପତିତପାବନଙ୍କୁ ଦର୍ଶନ କରିଥିଲେ। ଏହି ଅବସରେ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାପରେ ସ୍ୱର୍ଗଦ୍ୱାରକୁ ଯାଇ ସେ ବିଜୁ ପଟ୍ଟନାୟକଙ୍କ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

  • Friday, 16 July 2021
puri
ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀରେ ପ୍ରବଳ ଜନ ସମାଗମ

ପୁରୀ : ନୂଆ ବର୍ଷ ୨୦୧୯ର ପ୍ରଥମ ସୂର୍ଯ୍ୟୋଦୟ। ପୁରୀ ମହୋଦଧିରେ ସକାଳୁ ସକାଳୁ ସ୍ନାନ ସହିତ ଉଦିତ ସୂର୍ଯ୍ୟଙ୍କୁ ଦେଖି ନୂଆ ବର୍ଷ ଆରମ୍ଭ କରିଛନ୍ତି ପର୍ଯ୍ୟଟକ। ଲକ୍ଷାଧିକ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରି ତାଙ୍କ ଆଶିଷ ଲାଭ କରିଛନ୍ତି। ଲକ୍ଷାଧିକ ଭକ୍ତ ଆଜି ପୁରୀ ଆସିଥିଲେ। ନୂଆ ବର୍ଷରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିଲା ବ୍ୟାପକ ବ୍ୟବସ୍ଥା।  ରାତି ୧୨ଟା ୫୦ରୁ ଦ୍ୱାର ଫିଟା ହୋଇଥିଲା। ଏହା ପରେ […]

  • Friday, 16 July 2021
aradi
ଆରଡ଼ି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଭଦ୍ରକ : ନୂଆ ଆଶା, ନୂଆ ସମ୍ଭାବନା ନେଇ ଆସିଛି ୨୦୧୯। ଏଥିପାଇଁ ସାରା ବିଶ୍ୱ ଉତ୍ସବ ମୁଖର। ବର୍ଷର ପ୍ରଥମ ଦିନରେ କିଏ ମନ୍ଦିର ଯାଇ ଠାକୁର ଦର୍ଶନ କରୁଛି ତ ପୁଣି କିଏ ବେଳାଭୂମି ଯାଇ ଉଦିତ ସୂର୍ଯ୍ୟର ଦର୍ଶନ କରିଛନ୍ତି। ଏହି ଅବସରରେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ  ବାବା ଆଖଣ୍ଡଳମଣି ବା ଆରଡ଼ି ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।ବର୍ଷର ପ୍ରଥମ ଦିନରେ ବାବାଙ୍କ ଠାରେ କ୍ଷୀର ଢାଳିବା ସହ ଦୀପ […]

  • Friday, 16 July 2021
kill
କୋଣାର୍କ କୁରୁମ ଗାଁରେ ବାପର ନୃଶଂସକାଣ୍ଡ

କୋଣାର୍କ : କୋଣାର୍କ କୁରୁମ ଗାଁରେ ବାପା, ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ। ଅବସରପ୍ରାପ୍ତ ସେନା କର୍ମଚାରୀ ରବୀନ୍ଦ୍ର ପ୍ରଧାନ ଗତକାଲି ରାତିରେ ଝିଅ କଣ୍ଢେଇର ବେକକୁ ଓଢଣୀରେ ଚିପି ହତ୍ୟା କରିଥିବା ପୁଅ ରାକେଶ କହିଛନ୍ତି। ସେହିପରି ରବୀନ୍ଦ୍ର ଝିଅକୁ ହତ୍ୟା କରିଥିବା ନେଇ ତାଙ୍କ ଭଉଣୀ ବି ଅଭିଯୋଗ କରିଛନ୍ତି। ତେବେ ରବୀନ୍ଦ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଝିଅ ଓଢଣୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ସେ କହିଛନ୍ତି। ତେବେ କଣ୍ଢେଇ […]

  • Friday, 16 July 2021
polibe
ମହିଳା ବିଜେପି-ପୁଲିସ ଧସ୍ତାଧସ୍ତି

ଭୁବନେଶ୍ୱର : ଗତକାଲି ଭଳି ଆଜି ମଧ୍ୟ ବିଜେପି ମହିଳା ମୋର୍ଚ୍ଚା ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ପିପିଲି ପୀଡ଼ିତା ମାମଲାରେ ମନ୍ତ୍ରୀ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁପ୍ ରହିବା ନେଇ ପ୍ରତିବାଦ କରିବାକୁ ନବୀନ ନିବାସ ଗଲାବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛି। ମହିଳା ବିଜେପିର ଶତାଧିକ କର୍ମୀ ହାତରେ ଚୁଡ଼ି ଧରି ନବୀନ ନିବାସ ଯାଉଥିଲେ। ଏହି ସମୟରେ ଟ୍ରାଫିକ୍‌ ଛକରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏହାପରେ […]

  • Friday, 16 July 2021
dama
ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ଦାମ ରାଉତ

ଭୁବନେଶ୍ୱର : ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ବରିଷ୍ଠ ନେତା ଦାମୋଦର ରାଉତ। ମୁଖ୍ୟମନ୍ତ୍ରୀଙ୍କ ମନର ଭାଷା ତାମିଲ। ପାଣ୍ଡିଆନ୍ ଯାହା ଲେଖୁଛନ୍ତି ସେ ପଢ଼ୁଛନ୍ତି ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ନବୀନଙ୍କୁ ମୁଁ ଚୋର କହିବାରୁ ଦଳରୁ ବାହାରିଛି ବୋଲି କହିଛନ୍ତି ଦାମ। ଦୁର୍ନୀତି, କୁଶାସନ, ଭ୍ରଷ୍ଟାଚାରରୁ ମୁକ୍ତି ପାଇଁ ଲୋକେ ଚିନ୍ତା କଲେଣି ବୋଲି ଦାମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ନିଜର ରାଜନୈତିକ ଭବିଷ୍ୟତ ନେଇ ମଧ୍ୟ ମତ ରଖିଛନ୍ତି […]

  • Friday, 16 July 2021
sanad
ଅନ୍ୟ ଜାତିରେ ଝିଅ ବାହା କରି ଅକଳରେ ପୂର୍ବତନ ବିଧାୟକ ସଦନ ନାୟକ

ନବରଙ୍ଗପୁର : ସଂପ୍ରଦାୟର ଲକ୍ଷ୍ମଣ ରେଖା ଡେଇଁ ହରଡ଼ଘଣାରେ ପୂର୍ବତନ କଂଗ୍ରେସ ବିଧାୟକ ସଦନ ନାୟକ। ଝିଅକୁ ଅନ୍ୟ ଜାତିରେ ବାହା ଦେଇଥିବାରୁ ସଦନକୁ ବାସନ୍ଦ କରିଛି ଭତରା ସମାଜ। ଅନ୍ୟ ଜାତିରେ ଝିଅ ବାହା ଦେଇ ସଦନ ଆଦିବାସୀ ସମାଜର ପରମ୍ପରା ଭାଙ୍ଗିଥିବା ଅଭିଯୋଗ ହୋଇଛି। ତେବେ ଜାତି ଅନୁଶାସନ ଭଙ୍ଗ ଅଭିଯୋଗରେ କେବଳ ସଦନ ନୁହଁନ୍ତି, ତାଙ୍କ ଝିଅ ବାହାଘର ଭୋଜିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଡାବୁଗାଁ ବିଧାୟକ ଭୂଜବଳ […]

  • Friday, 16 July 2021
sri mandir
ଶ୍ରୀମନ୍ଦିର ବିଶୃଙ୍ଖଳା : ପୁରୀ ଏସ୍‌ପିଙ୍କୁ ସ୍ପେଶାଲ ବ୍ରାଞ୍ଚ୍ ଏସ୍‌ପିଙ୍କ ଚିଠି

ପୁରୀ : ଶ୍ରୀମନ୍ଦିର ବିବାଦ ସମାଧାନରେ ଜିଲ୍ଲା ଓ ମନ୍ଦିର ପ୍ରଶାସନର ଚରମ ଉଦାସୀନତା। ଆସନ୍ତାକାଲି ଠାରୁ ପୁଣି ପାରମାଣିକ ଦର୍ଶନ ଆରମ୍ଭ କରାଯିବା, ମହାପ୍ରସାଦର ରେଟ୍ ଚାଟ୍ ଓ ଗତ ୨୮ ତାରିଖରେ ଶ୍ରୀମନ୍ଦିରର ମହାବିଶୃଙ୍ଖଳା ପ୍ରସଙ୍ଗରେ ସ୍ପେଶାଲ ବ୍ରାଞ୍ଚ ଏସ୍‌ପି  ପୁରୀ ଏସ୍‌ପିଙ୍କୁ ଲେଖିଥିବା ଚିଠିରୁ ଏହି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଗତ ୨୭ ତାରିଖର ପୁଲିସ-ସେବାୟତ ବିବାଦ ଓ ତାପରଦିନ ହୋଇଥିବା ନୀତି ବିଶୃଙ୍ଖଳାର ସମାଧାନ ଲାଗି ପୁରୀ ଜିଲ୍ଲା ପ୍ରଶାସନ […]

  • Friday, 16 July 2021
m111
ଲୋକଙ୍କ ନିକଟତର ହେବାକୁ ମାଓବାଦୀଙ୍କ ନୂଆ ରଣନୀତି

ମାଲକାନଗିରି: ଲୋକଙ୍କ ନିକଟତର ହେବାକୁ ମାଓବାଦୀମାନେ ନୂଆ ରଣନୀତି ଆପଣେଇଛନ୍ତି। ମାଲକାନଗିରି ସୀମାନ୍ତ ଅଞ୍ଚଳରେ ମାଓବାଦୀମାନେ ଗାଁ ଲୋକଙ୍କ ପାଖରେ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଉଥିବା ଭିଡିଓ ଏବେ ସାମ୍ନାକୁ ଆସିଛି। ଚିକିତ୍ସାରୁ ବଞ୍ଚିତ ଲୋକଙ୍କୁ ସାହାଯ୍ୟ କରିବାକୁ ମାଓବାଦୀମାନେ ନାଚଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛନ୍ତି।  ଧିରେ ଧିରେ ଜନ ସମର୍ଥନ ହରାଉଥିବା ଲାଲବାହିନୀର ଏଭଳି ନୂଆ ରଣନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି।

  • Friday, 16 July 2021
golden baba
ପୁଲିସ କବ୍‌ଜାରେ ଗୋଲଡେନ୍‌ ବାବା

ଭୁବନେଶ୍ୱର : ପୁଲିସ କବ୍‌ଜାରେ ଗୋଲଡେନ ବାବା। ୧୨ କୋଟି ଟଙ୍କା ଚେକ୍ ଜାଲିଆତି ଅଭିଯୋଗରେ ତାଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୁଲିସ୍‌। ଅଭିଯୁକ୍ତ ହେଲେ ଭୁବନେଶ୍ୱର ନୀଳାଦ୍ରି ବିହାରର ଜ୍ୟୋତି ରଂଜନ ବେଉରା। ସୁନା ପିନ୍ଧିବାରେ ତାଙ୍କର ବହୁତ ସଉକ। ସବୁବେଳେ ଭରି ଭରି ସୁନା ଅଳଙ୍କାର ପିନ୍ଧୁଥିବାରୁ ତାଙ୍କୁ ସମସ୍ତେ ଗୋଲଡେନ ବାବା ବୋଲି ବି କହନ୍ତି।  ଅଭିଯୋଗ ଅନୁସାରେ, ଗୋଲଡେନ ବାବା କେନ୍ଦୁଝର ବଡ଼ବିଲ୍‌ର ଜଣେ ବ୍ୟବସାୟୀଙ୍କୁ ୧୧୦ କୋଟି ଟଙ୍କାର ଫାଇନାନ୍ସ […]

  • Friday, 16 July 2021
sa1
ସର୍ଦ୍ଦାର ରାଜସ୍ ମେଡିକାଲ କଲେଜ ଦୁର୍ନୀତିର ତଦନ୍ତ କରିବ ଇଡି

କଳାହାଣ୍ଡି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି କଳାହାଣ୍ଡି ସର୍ଦ୍ଦାର ରାଜସ୍ ମେଡିକାଲ କଲେଜ ଦୁର୍ନୀତିର ତଦନ୍ତ କରିବ। କଲେଜରେ ହୋଇଥିବା ଆର୍ଥିକ ଅନିୟମିତତାର ଖୋଳତାଡ଼ ହେବ। ଜାଲିଆତି କରି କିପରି ଛାତ୍ରଛାତ୍ରୀଙ୍କୁ  ଆଡମିଶନ ଲାଗି ଅନୁମତି ଦିଆଯାଇଥିଲା। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସହ ହୋଇଥିବା ଏମଓୟୁକୁ କିପରି ଉଲ୍ଲଂଘନ କରାଯାଇଥିଲା । ରାଜ୍ୟ ସରକାରଙ୍କଠାରୁ ୧୦ କୋଟି ଟଙ୍କା ୨୫ ଏକର ଜମି ପାଇବା ସତ୍ତ୍ୱେ କାହିଁକି ମେଡିକାଲ କଲେଜର ଭିତ୍ତିଭୂମି ବୃଦ୍ଧି କରାଯାଇ ନ […]

  • Friday, 16 July 2021
m1
ଜଙ୍ଗଲ ଭିତରୁ ମାଓବାଦୀ କ୍ୟାମ୍ପ୍‌ ଠାବ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିଆର୍‌ପିଏଫ୍‌ ୨୧୬ ବାଟାଲିଅନ୍‌କୁ ଏକ ବଡ଼ ଧରଣର ସଫଳତା ମିଳିଛି। କମ୍ବିଂ ଅପରେସନ୍‌ ବେଳେ ଓଡ଼ିଶା- ଛତିଶଗଡ଼ ସୀମାରେ ଥିବା ଧରମବନ୍ଧା ଥାନା ଅଞ୍ଚଳର ନିକଟସ୍ଥ ଜଙ୍ଗଲରୁ ମାଓବାଦୀ କ୍ୟାମ୍ପ୍‌ ଠାବ କରାଯାଇଛି। ମାଓବାଦୀଙ୍କ କ୍ୟାମ୍ପରୁ ୨ଟି ରାଇଫଲ୍‌, ୨ଟି ଗ୍ରେନେଡ୍, ୧୨ଟି ଜିଲୋଟିନ୍, ୨୫ଟି ଡିଟୋନେଟର, ୫କିଲୋଗ୍ରାମ୍ ବିସ୍ଫୋରକ ପାଉଡର୍‌ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

  • Friday, 16 July 2021
s1
କର୍ତ୍ତବ୍ୟରେ ଅବହେଳା ପାଇଁ ପ୍ରଧାନଶିକ୍ଷକ ନିଲମ୍ବିତ

ବାଲେଶ୍ୱର: କର୍ତ୍ତବ୍ୟରେ ଅବହେଳା ପାଇଁ ପ୍ରଧାନଶିକ୍ଷକ ନିଲମ୍ବିତ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ୍‌ ଅନ୍ତର୍ଗତ ରାମଚନ୍ଦ୍ରପୁରରେ ଥିବା ସେବାଶ୍ରମର ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ କାଳୀଚରଣ ମାରାଣ୍ଡି। ସେବାଶ୍ରମରେ କାର୍ଯ୍ୟ କରୁଥିବା ମାଟ୍ରନ୍‌ ସୁଷମା ସାହୁ, ଦୁଇ ଜଣ ପାଚିକା ବନ୍ଦନା ସିଂ ଓ ପାର୍ବତୀ ସିଂଙ୍କୁ ମଧ୍ୟ ଚାକିରିରୁ ବହିଷ୍କୃତ କରାଯାଇଛି। ସୂଚନା ଅନୁସାରେ, ଗତ ୧୦ ତାରିଖରେ ସେବାଶ୍ରମର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଜଳେଶ୍ୱର ଗୋଷ୍ଠୀ […]

  • Friday, 16 July 2021
murder
ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିଲା ; ୩ଜଣ ଗିରଫ

ଚୌଦ୍ୱାର : କଟକ ଚୌଦ୍ୱାର କମାଙ୍ଗ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି କମିଶନରେଟ ପୁଲିସ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ହତ୍ୟାକାଣ୍ଡରେ ସଂପୃକ୍ତ ୩ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆ  ଓ ବାଇକକୁ ପୁଲିସ ଜବତ କରିଛି। ଗତ ୨୪ ତାରିଖରେ ବିଭିଷଣ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ସହ  ହତ୍ୟାକାରୀଙ୍କ ଗଣ୍ଡଗୋଳ ହୋଇଥିଲା। ଅଭିଯୁକ୍ତ ଡମ୍ବରୁଧର ହେସା, ଦିନେଶ […]

  • Friday, 16 July 2021
chiranjiv
ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ କ୍ଷମତାରୁ ଦୂରେଇ ରହିଛି : ଚିରଂଜୀବ ବିଶ୍ୱାଳ

ଖୋର୍ଦ୍ଧା : ଗୋଷ୍ଠୀ କନ୍ଦଳ ଯୋଗୁଁ କଂଗ୍ରେସ କ୍ଷମତାରୁ ଦୂରେଇ ରହିଛି। ଏଭଳି ଆଚରଣ ଯୋଗୁଁ ୧୯ ବର୍ଷ ହେଲା ଆମକୁ ଲୋକେ ବିଶ୍ୱାସକୁ ନେଉ ନାହାନ୍ତି ,କ୍ଷମତା ଦେଉନାହାନ୍ତି। କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ନେଇ ମୁହଁ ଖୋଲିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ୱାଳ। ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଏଭଳି ମତ ରଖିଛନ୍ତି ସେ। ଏହାସହ ସେ କହିଛନ୍ତି, ଏବେ ଦଳ ଏକ ହୋଇସାରିଛି। ଆଗକୁ ସରକାର ମଧ୍ୟ ଗଢିବ। ୨୦୧୯ରେ […]

  • Friday, 16 July 2021
pump
ପେଟ୍ରୋଲ ଟାଙ୍କି ଭିତରେ ପଶି ଟଙ୍କା ଲୁଟ୍ ସହ ଆକ୍ରମଣ

ଭଦ୍ରକ : ପେଟ୍ରୋଲ ଟାଙ୍କି ଭିତରେ ପଶି ଟଙ୍କା ଲୁଟ୍‌ କରିବା ସହ କର୍ମଚାରୀଙ୍କୁ ମାଡ଼ ଅଭିଯୋଗ। ଭଦ୍ରକ ଜିଲ୍ଲା ଧାମନଗରରୁ ଆସିଛି ଏଭଳି ଅଭିଯୋଗ। ଧାନନଗରର ଗୁହାଳିଆ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ଦୁବୃର୍ତ୍ତ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ପେଟ୍ରୋଲ ଟାଙ୍କିରୁ ପ୍ରାୟ ୪ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ନେଇ ଧାମନଗର ଥାନାରେ ଅଭିଯୋଗ ହୋଇଛି। […]

  • Friday, 16 July 2021
child marriage
ମୟୂରଭଂଜ ଉଦଳାରେ ବାଲ୍ୟ ବିବାହ ଉଦ୍ୟମ ପଣ୍ଡ

ମୟୂରଭଞ୍ଜ : ମୟୂରଭଞ୍ଜ ଉଦଳାରେ ବାଲ୍ୟ ବିବାହ ଉଦ୍ୟମ ରୋକିଲା ପୁଲିସ। ନାବାଳିକାକୁ ଉଦ୍ଧାର କରିବା ସହ ବିବାହ କରିବାକୁ ଯାଉଥିବା ବରକୁ , ପୁଲିସ ଥାନାରେ ଅଟକ ରଖିଛି।  ଆଜି ରାଢ଼ୋ ଗାଁରେ ନାବାଳିକା ସହ ଉତ୍ତର ପ୍ରଦେଶର ପ୍ରମୋଦ କୁମାର ସିଂହଙ୍କ ବାହାଘର ଆୟୋଜନ ହୋଇଥିଲା। କୌଣସି ସୂତ୍ରରୁ ଖବର ପାଇ ଉଦଳା ପୁଲିସ ଗାଁରେ ପହଞ୍ଚି ବାହାଘରକୁ ରୋକିଥିଲା। ନାବାଳିକା ଓ ତାର ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଜନ୍ମ ପ୍ରମାଣ […]

  • Friday, 16 July 2021
dadan--1
ଆନ୍ଧ୍ରରୁ ଉଦ୍ଧାର ହେଲେ କୋରାପୁଟ୍ ଜିଲ୍ଲାର ୧୭ ଯୁବତୀ

କୋରାପୁଟ : ଦୀର୍ଘ ତିନିମାସ ପରେ ଭିଟାମାଟିକୁ ଫେରିଲେ ଆନ୍ଧ୍ରରେ ଦାଦନ ଖଟୁଥିବା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ୧୭ ଜଣ ଯୁବତୀ। ଉଦ୍ଧାର ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ୬ଜଣ ନାବାଳିକା ହୋଇଥିବାରୁ ସେମାନଙ୍କୁ ଶିଶୁ ସୁରକ୍ଷା ସେଲ୍‌କୁ ହସ୍ତାନ୍ତର କରାଯାଇଛି। ଅନ୍ୟମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ। ତେଲେଙ୍ଗାନା ପୁଲିସ ସହାୟତାରେ ଲକ୍ଷ୍ମୀପୁର ପୁଲିସ ଓ ଶ୍ରମ ବିଭାଗ, ଯୁବତୀଙ୍କୁ ଉଦ୍ଧାର କରି ତାଙ୍କ ଭିଟାମାଟିକୁ ଆଣିଥିଲେ। ଅଧିକ ଟଙ୍କା ଉପାର୍ଜନ […]

  • Friday, 16 July 2021