ଢେଙ୍କାନାଳ: ବିଲକୁ ଯାଉଥିବା ବେଳେ ଆକ୍ରମଣ କଲା ବାର୍ହା। ଢେଙ୍କାନାଳ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବାଘବସା ଗାଁରେ ବାର୍ହା ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି। ଆହତଙ୍କୁ କାମାକ୍ଷାନଗର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ନବ ପଧାନ, ଶ୍ରୀବତ୍ସ ପଧାନ ଓ ବିମଳ ପଧାନ। ଆଜି ସକାଳୁ ବିଲକୁ କାମ କରିବାକୁ ଯାଉଥିବା ବେଳେ ହଠାତ୍ ବାର୍ହା ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି […]
ଟିଟିଲାଗଡ଼ : ଗରିବ ଲୋକେ ଯେମିତି ସୁବିଧାରେ ରହିବେ ସେନେଇ ସରକାରଙ୍କ ରହିଛି କେତେ ଯୋଜନା। ହେଲେ ଏହି ସବୁ ଯେମିତି ବହୁ ଦୂରରେ ଅଛି ଟିଟିଲାଗଡ଼ ବ୍ଲକ ବର୍ଣ୍ଣେଇ ଜଙ୍ଗଲରେ ଖୋଲା ଆକାଶ ତଳେ ଶୀତ କାକରରେ ପଡିଥିବା ବ୍ୟକ୍ତି ଜଣଙ୍କ ପାଇଁ। ତାଙ୍କ ପରିଚୟ କିଛି ଜଣା ନାହିଁ। ତାଙ୍କ ଠିକଣା କଣ, କଣ କରନ୍ତି ସେ । କିଛି ଜଣାନାହିଁ। ଏମିତି ସବୁବେଳେ ଏକା ଥା’ନ୍ତି। ଏହି ରାସ୍ତା ଦେଇ ଯିବା ଆସିବା […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ଜଣେ ମହିଳାଙ୍କୁ ପୁଲିସର ଦୁର୍ବ୍ୟବହାର ଅଭିଯୋଗ। ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଭିଡିଓଟିରେ ଥାନାର ଏଏସ୍ଆଇ ଅଭିଯୁକ୍ତକୁ ଗିରଫ କରିବେ ନାହିଁ କହି ଗାଳି ଗୁଲଜ ଦେଉଥିବା ଦେଖାଦେଉଛି। ସୂଚନା ଅନୁସାରେ, ମହିଳା ଜଣଙ୍କୁ ତାଙ୍କ ଯା’ ଜମିବାଡ଼ିକୁ ନେଇ ମାଡ଼ ମାରିଥିବା ନେଇ ସିମୁଳିଆ ଥାନେରେ ଅଭିଯୋଗ କରିଥିଲେ। ଏନେଇ ତାଙ୍କ ଯା’କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ଏଏସ୍ଆଇଙ୍କୁ ପଚାରିବାରୁ ମହିଳା […]
ଭୁବନେଶ୍ୱର : ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଜଭବନ ଉଦ୍ୟାନ। ଚଳିତ ମାସ ୨୦ ତାରିଖ ଯାଏ ଉଦ୍ୟାନ ଖୋଲା ରହିବ। ଛୁଟି ଦିନ ଓ ରବିବାର ସହିତ ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ୫ଟା ଯାଏ ସମସ୍ତେ ରାଜଭବନ ଉଦ୍ୟାନ ପରିଦର୍ଶନ କରି ପାରିବେ। ତେବେ ସାଢ଼େ ୪ଟା ପରେ ଆଉ ପ୍ରବେଶ ଅନୁମତି ମିଳିବ ନାହିଁ। ଓ୍ୱାଟର ଫାଉଣ୍ଟେନ, ମ୍ୟୁଜିକାଲ ଫାଉଣ୍ଟେନ, ଗୋଲାପ ଉଦ୍ୟାନ, ହରିଣ ପାର୍କ, ମୟୂର, ବତକ, ପକ୍ଷୀଘର ଓ ଉଦ୍ୟାନର […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ସଜନାଗଡ଼ ଗାଁରେ ଅଭାବନୀୟ ଘଟଣା। ଅର୍ଥ ଅଭାବରୁ ୩ ଦିନ ଯାଏ ଘରେ ପଡ଼ି ରହିଲା ଶବ। ଅନ୍ତିମ ସଂସ୍କାର ନକରିପାରି ଶେଷରେ ଶବକୁ ପୋତିଦେଲେ ପରିବାର ଲୋକେ। ଗତ ୪ ତାରିଖରେ ସଜନାଗଡ଼ ଗାଁର ମକରା ବିନ୍ଧାଣୀ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ତେବେ କୌଣସି ବିବାଦ କାରଣରୁ ଶବକୁ କାନ୍ଧ ଦେବାକୁ ବି କେହି ଗ୍ରାମବାସୀ ଆସି ନଥିଲେ। ଅର୍ଥ ଅଭାବ ଯୋଗୁଁ ଅନ୍ତିମ ସଂସ୍କାର […]
ଭୁବନେଶ୍ୱର: ଶେଷରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ। ବିରୋଧୀ ଦଳର ପ୍ରବଳ ଚାପ ପରେ ମହାରଥୀ ଆଜି କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ପିପିଲି ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ରାୟ ଆସିବା ପରେ ପିପିଲି ପୀଡ଼ିତାକୁ ନ୍ୟାୟ ମିଳିଥିବା ମହାରଥୀ ତାଚ୍ଛଲ୍ୟ କରିଥିଲେ। ବିରୋଧୀ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଥିଲେ। ସେମାନେ ମହାରଥୀଙ୍କ ଇସ୍ତଫା ଦାବିରେ ଅଡ଼ି ରହିବା ସହ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରୁ […]
ଚିଲିକା : ଚିଲିକାର ସୋରଣ ଜେଟି ନିକଟରୁ ବନ୍ୟପ୍ରାଣୀ ବିଭାଗ ୭୦ରୁ ଅଧିକ ମୃତ ବିଦେଶୀ ପକ୍ଷୀ ଜବତ କରିଛି। ୪ଟି ଅଖାରେ ଭର୍ତ୍ତିକରି ୪ଜଣ ଦୁର୍ବୃତ୍ତ ମୃତପକ୍ଷୀ ନେଉଥିବା ଖବର ପାଇ ବନ୍ୟପ୍ରାଣୀ ବିଭାଗ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଘଟଣା ସ୍ଥଳରୁ ୪ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ବନ୍ୟପ୍ରାଣୀ ବିଭାଗ ୪ଟି ଅଖାରେ ଭର୍ତ୍ତି ମୃତ ପକ୍ଷୀ, ଦୁର୍ବୃତ୍ତ ବ୍ୟବହାର କରିଥିବା ବାଇକ ଜବତ କରିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। […]
ଭୁବନେଶ୍ୱର : ଯେଉଁ ହାତରେ ତିଆରି କରିଥିଲେ ଏବେ ସେହି ହାତରେ ହିଁ ଭଙ୍ଗାରୁଜା କରୁଛନ୍ତି। ନିର୍ମାଣର ଏକ ମାସ ପରେ ଶ୍ରମିକମାନଙ୍କ ଦ୍ୱାରା ଭଙ୍ଗାରୁଜା ସହ ଆନ୍ଦୋଳନ ଚାଲିଛି। ଏମିତି ଦୃଶ୍ୟ ଭୁବନେଶ୍ୱର ଶିଶୁ ଭବନ ଛକ ବସ ଷ୍ଟପ୍ରେ ଦେଖିବାକୁ ମିଳିଛି। ଖୋଲି ଦିଆଯାଉଛି ବସ୍ ଷ୍ଟପ୍ର ପୁରା ଷ୍ଟ୍ରକଚର। କେବଳ ଖୋଲୁ ନାହାନ୍ତି, ବିଭିନ୍ନ ସାମଗ୍ରୀଙ୍କୁ ରାସ୍ତାରେ ପକାଇ ରାସ୍ତାରୋକ୍ ସହ ଆନ୍ଦୋଳନ ମଧ୍ୟ କରୁଛନ୍ତି। ଆଉ କ୍ଷୋଭ ଭରା କଣ୍ଠରେ ନିଜ […]
ଭୁବନେଶ୍ୱର : ଖୋଲୁଛି ରାଜଧାନୀର ଗୋଲଡେନ୍ ବାବା ତଥା ଜ୍ୟୋତିରଂଜନ ବେହେରାଙ୍କ ସମ୍ପତ୍ତିର ପେଡ଼ି। ଆଜି କମିଶନରେଟ୍ ପୁଲିସ ଲକ୍ଷ୍ମୀସାଗରରେ ଦେଢ କେଜି ଓଜନ ସୁନା ଥିବା ଲକରକୁ ଅଚଳ କରିଛି। ଯାହାର ମୂଲ୍ୟ ପ୍ରାୟ ୪୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ତାସହ ତାଙ୍କ ନାଁରେ ଥିବା ବିଭିନ୍ନ ଦାମୀ କାରକୁ ମଧ୍ୟ ଜବତ କରିବାକୁ ପୁଲିସ ଯୋଜନା କରିଛି। ଯେଉଁଥିରେ ରହିଛି ମର୍ସିଡିଜ୍ ଏବଂ ବିଏମଡବ୍ଲୁ କାର ସହ କିଛି ବାଇକ୍। ସେପଟେ ରିମାଣ୍ଡ […]
ଭୁବନେଶ୍ୱର : ସାଂସଦ ଅଚ୍ୟୁତ ସାମନ୍ତଙ୍କ ରାଜ୍ୟସଭା ପ୍ରାର୍ଥୀ ପତ୍ରରେ ମିଥ୍ୟା ସତ୍ୟପାଠ ଦାଖଲ ସମ୍ପର୍କରେ ରିପୋର୍ଟ ତଲବ କରିଛନ୍ତି ନିର୍ବାଚନ କମିଶନ। ଏନେଇ ତୁରନ୍ତ ରାଜ୍ୟ ନିର୍ବାଚନ ଅଧିକାରୀ ଏକ ରିପୋର୍ଟ ଦେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସଭା ନିର୍ବାଚନ ସମୟରେ ଅଚ୍ୟୁତ ସାମନ୍ତ ମିଥ୍ୟା ସତ୍ୟପାଠ ସହ ଜାଲ୍ ପ୍ୟାନ୍ ଓ ଭୋଟର କାର୍ଡ ଦାଖଲ କରିଥିବା ନେଇ ମାନବାଧିକାର କର୍ମୀ ସୁବାସ ମହାପାତ୍ର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। […]
ନୂଆପଡ଼ା : ଉଦ୍ଦେଶ୍ୟ ଥିଲା ଦୁଗର୍ମ ଅଞ୍ଚଳରେ ବସ୍ ଚଳାଇ ଲୋକଙ୍କୁ ଗମନାଗମନରେ ସୁବିଧା ଯୋଗାଇବା। ହେଲେ କିଛି ବର୍ଷ ପରେ ଲକ୍ଷ୍ୟରୁ ଯେପରି ଏହା ବିଚ୍ୟୁତ୍ ହେବାକୁ ବସିଲାଣି। ଏହି କଥା ହେଉଛି ନୂଆପଡ଼ା ଜିଲ୍ଲାରେ ଚାଲିଥିବା ବିଜୁ ଗାଁ ଗାଡ଼ି ଯୋଜନା ସମ୍ପର୍କରେ। ୨୦୧୬ରେ ଜିଲ୍ଲାରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନାରେ ଥିଲା ୬ଟି ବସ୍। ହେଲେ ଏବେ ଏଥିରୁ ୨ଟି ଅଚଳ ହୋଇପଡ଼ିଛି। ନୂଆପଡ଼ାରୁ ସୁନାବେଢ଼ା ଏବଂ ନୂଆପଡ଼ାରୁ ବୋଡେନ୍ ବ୍ଲକ ଯାଏ […]
ବାରିପଦା : ବାରିପଦାରେ କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଛଉ ପଡିଆରେ ଆୟୋଜିତ ସାଧାରଣ ସଭାରେ ନିଜ ଭାଷଣ ଆରମ୍ଭରୁ କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, ଭାରତ ମାତା କି ଜୟ କହିଲେ ସେ ଦଳ ବିରୋଧ କରୁଛି। ମଧ୍ୟପ୍ରଦେଶରେ ତାଙ୍କ ସରକାର ଆସୁ ଆସୁ ବନ୍ଦେ ମାତରମକୁ ହମଲା କରିଛନ୍ତି। ଜରୁରୀ ସମୟର ସେନାନୀଙ୍କ ପେନସନ ବନ୍ଦ ଯୋଜନା କରିଛନ୍ତି। ଏପରିକି ସେମାନେ ନିଜ ମନୋରଂଜନ ପାଇଁ ସଂସଦକୁ ବ୍ୟବହାର କରୁଛନ୍ତି। […]
ବାରିପଦା : ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଧାରଣ ସଭା। ବାରିପଦାର ପୁଲିସ୍ ସରକାରୀ ହାଇସ୍କୁଲ ପଡ଼ିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୪ ହଜାର ୫୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। IOCL ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଏଲ୍ପିଜି ପାଇପ୍ ଲାଇନ୍ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସେହିପରି ଚିଲିକିଦରା-ଶଗଡ଼ପଟା ଏବଂ ନରଣପୁର-ବସନ୍ତପୁର ରେଳ ଲାଇନ୍ର ଦୋହରୀକରଣ ଏବଂ ବାଲେଶ୍ୱରସ୍ଥିତ ମଲ୍ଟି ମୋଡାଲ୍ ଲଜିଷ୍ଟିକ୍ ପାର୍କକୁ […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗଣ୍ଡିଶୁଳା ରାସ୍ତାରେ ପୁଲିସ୍ ଏନ୍କାଉଣ୍ଟର୍ କରିଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇମ୍ରାନ୍ ଆହତ ହୋଇଛି। ଆଜି ସକାଳେ ଇମ୍ରାନ୍ ଫୁଲବାଣୀରୁ ଭଞ୍ଜନଗର ଯାଉଥିବା ଖବର ପାଇ ପୁଲିସ୍ ଭଞ୍ଜନଗର ନିକଟ ସୋରାଦେବୀ ମନ୍ଦିର ନିକଟରେ ତାକୁ ଅଟକାଇଥିଲା। ଏହି ସମୟରେ ଇମ୍ରାନ ପୁଲିସ୍ ଉପରକୁ ପ୍ରଥମେ ବୋମା ଫୋପାଡ଼ି ଥିଲା। ପରେ ସେ ଗୁଳି ଫୁଟାଇଥିଲା। ଏହାର ଜବାବ୍ରେ ପୁଲିସ୍ ମଧ୍ୟ ପାଲଟା ଗୁଳି ଚଳାଇଥିଲା। ଏନ୍କାଉଣ୍ଟରରେ ଇମ୍ରାନ୍ର ଦୁଇଟି […]
ବାରିପଦା: ଜମୁ ଓ କଶ୍ମୀର ପୁଲୱାମାରେ ସହିଦ ଯବାନମାନଙ୍କ ପାଇଁ ବାରିପଦାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ସହିଦ ଯବାନମାନଙ୍କ ଆତ୍ମାର ସଦ୍ଗତି କାମନା ପାଇଁ ଏବିଭିପିର ଛାତ୍ରଛାତ୍ରୀ ନୀରବ ପ୍ରାର୍ଥନା କରିଛନ୍ତି। ଛାତ୍ରଛାତ୍ରୀମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହା ସହ ଛାତ୍ରଛାତ୍ରୀମାନେ ଘଟଣାରେ ଆହତ ହୋଇଥିବା ଯବାନମାନଙ୍କ ପାଇଁ ଶୀଘ୍ର ଆଶୁଆରୋଗ୍ୟ କାମନା କରିଛନ୍ତି।
ଭୁବନେଶ୍ୱର : ରାଜ୍ୟରେ ଜଳସେଚିତ ଜମି ପରିମାଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିବାଦ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ପ୍ରକାଶିତ ମିଡିଆ ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ କାଉଣ୍ଟର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକାଳରେ ରାଜ୍ୟରେ ୨୨ ହଜାର ହେକ୍ଟର ଜମି ଜଳସେଚିତ ହୋଇଥିବା ମିଡ଼ିଆ ରିପୋର୍ଟରେ ପ୍ରକାଶିତ ହୋଇଥିଲା। ‘ଗସ୍ତକାଳରେ ଆପଣ କହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି’ ବୋଲି ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ୨୦୧୪ ମସିହା ପର ଠାରୁ ଅତିରିକ୍ତ […]
ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ କଟକ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ କଟକର ୪ଟି ସ୍ଥାନରେ ବୁଥ୍ସ୍ତରୀୟ ସମ୍ମିଳନୀରେ ଯୋଗଦେବେ। ଏହି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ। ତେବେ କଟକର କେଉଁ ଜାଗାରେ ସମ୍ମିଳନୀ ହେବ ତାହା ସ୍ଥିର ହୋଇନାହିଁ। ଅନ୍ୟପଟେ ଆସନ୍ତା ୫ ତାରିଖରେ ବାରିପଦା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହା ପରେ ପରେ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଆସିବା କାର୍ଯ୍ୟକ୍ରମ ଅଛି। ପୂର୍ବରୁ ଗତ ୨୪ରେ […]
ଶ୍ରୀନଗର: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଯବାନ ଥିବା ସୂଚନା ମିଳିଛି। ଯବାନ ଦୁଇ ଜଣ ହେଲେ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରା। ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲା ନୂଆଗାଁରେ ବୋଲି ଜଣାପଡ଼ିଛି। ସୁଚନାଥାଉ କି, ଗତକାଲି ଗତକାଲି ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲା ଅବନ୍ତୀପୋରାରେ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀଙ୍କ ବଡ଼ ଧରଣର ବିସ୍ଫୋରଣରେ ୪୦ […]
ଭୁବନେଶ୍ୱର : ପିପିଲି ପୀଡିତାଙ୍କ ସଂପର୍କରେ ମନ୍ତବ୍ୟକୁ ନେଇ ବଢୁଛି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅଡୁଆ। ତାଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି ମହିଳା କଂଗ୍ରେସ ଓ ବିଜେପି। ପିପିଲି ଗଣଦୁଷ୍କର୍ମ ପୀଡିତାଙ୍କ ସଂପର୍କରେ ତାଚ୍ଛଲ୍ୟକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଟାର୍ଗେଟରେ ଏବେ ମନ୍ତ୍ରୀ ପ୍ରଦୀପ ମହାରଥୀ। ଉଭୟ ଦଳର ପ୍ରତିବାଦର ସ୍ୱର। ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜରାସ୍ତାରେ ମହିଳା କଂଗ୍ରେସ ଓ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ। ଗତକାଲି ବିଜେପି […]
ଭୁବନେଶ୍ୱର : ସୁରକ୍ଷା ମାମଲାରେ ଆଉ ପାଦେ ଆଗେଇଲା ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର। ବିମାନବନ୍ଦର ପରିସରରେ ଥିବା ବିମାନ, ଅନ୍ୟାନ୍ୟ ଗାଡ଼ିକୁ ସିଧାସଳଖ ନିୟନ୍ତ୍ରଣ କରିବା ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ‘ଆଡଭାନ୍ସଡ ସର୍ଫେସ ମୁଭ୍ମେଣ୍ଟ ଗାଇଡାନ୍ସ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ୍’। ଏଥିପାଇଁ ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିବା ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ୨୦୧୯ ସେପ୍ଟେମ୍ବର ମାସ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ […]
ସୁନ୍ଦରଗଡ଼ : ମିସ୍ କଲରୁ ପ୍ରେମ, ପ୍ରେମ ପରେ ବ୍ଲାକ୍ ମେଲ୍ , ପରେ ହତ୍ୟା। ଏଭଳି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ସୁନ୍ଦରଗଡ଼ ହାତୀବାରୀ ପୁଲିସ୍। ଏନେଇ ତଲସରା ଥାନା ଦେଓବହଲ ଗାଁର ଜ୍ୟୋତି ଟେଟେ ଏବଂ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରିଛି ପୁଲିସ୍ । ଅଭିଯୋଗ ମୁତାବକ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବତୀଙ୍କୁ ୬ମାସ ପୂର୍ବରୁ ଜ୍ୟୋତି ଟେଟେଙ୍କ ମିସ୍ କଲ୍ ଆସିଥିଲା। ସେବେଠୁ ଧୀରେ ଧୀରେ ପ୍ରେମ , ସଂପର୍କ ଏବଂ […]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାଗେର୍ଟ। ମହିଳା ସଶକ୍ତିକରଣ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ରାଜ୍ୟରେ ମହିଳା ସଶକ୍ତିକରଣ କେବଳ ଯୋଜନାରେ ସୀମିତ ରହିଛି। ମହିଳାଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିବା ଆବଶ୍ୟକ ରହିଛି। ରାଜ୍ୟରେ ଚାଲୁଥିବା ଅନେକ ଯୋଜନା ତାମିଲନାଡୁରୁ ଅନୁକରଣ କରାଯାଇଛି। ଆମ୍ମା ହୋଟେଲ୍କୁ ଦେଖି ଓଡ଼ିଶାରେ ଆହାର ଯୋଜନା କାର୍ଯ୍ୟକାରୀ କରାଯାଇଛି। ତେବେ ବିଭିନ୍ନ ଜନହିତକାରୀ ଯୋଜନା ତାମିଲନାଡ଼ୁରେ ରହିଛି। ଏହାକୁ କାହିଁକି […]
ବ୍ରହ୍ମଗିରି : ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ପକ୍ଷୀଗଣନା। ବ୍ରହ୍ମଗିରି ନିକଟ ଚିଲିକାରେ ପକ୍ଷୀ ଗଣନା ଆରମ୍ଭ ହୋଇଛି। ନନ୍ଦନକାନନ ଓ ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ବନ୍ୟପ୍ରାଣୀ ଡିଭିଜନ୍ରେ ପକ୍ଷୀ ଗଣନା କରାଯିବ। ଏହାପରେ ଭିତରକନିକା ଓ ହୀରାକୁଦ ବନଖଣ୍ଡରେ ହେବ ପକ୍ଷୀ ଗଣନା। ଏଥିପାଇଁ ୨୫ରୁ ଅଧିକ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଛି। ବ୍ରହ୍ମଗିରି ରେଞ୍ଜରେ ୩ଟି ଟିମ୍ ୩ଟି ରୁଟ୍ରେ ଯାଇ ପକ୍ଷୀ ଗଣନା ଆରମ୍ଭ କରିଛନ୍ତି। ପକ୍ଷୀ ଗଣନା ପାଇଁ ନିୟୋଜିତ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ୯ ଜଣଙ୍କ ମୃତଦେହକୁ କୁଜଙ୍ଗ ଚଉମୁହାଣି ଅଣାଯାଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୭ ଜଣ ଶିଶୁ ଓ ୨ ଜଣ ମହିଳା। କୁଜଙ୍ଗ ମେଡିକାଲ୍ରେ ମୃତଦେହ ଗୁଡିକର ପୋଷ୍ଟମର୍ଟମ ହୋଇଛି। ଏହା ପରେ ମୃତକଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ସେପଟେ ଦୁର୍ଘଟଣାରେ ବର୍ତ୍ତି ଯାଇଥିବା ଲୋକଙ୍କୁ କୁଜଙ୍ଗ ମେଡିକାଲ୍ରେ ଚିକିତ୍ସା କରାଯାଉଛି। ପ୍ରାୟ ୪-୫ ଜଣଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଯାଇଛି। ତେବେ ହସ୍ପିଟାଲରେ ଆହୁରି […]
ସମ୍ବଲପୁର : ସମ୍ବଲପୁରରେ ମହାନଦୀ ପୋଲ ତଳୁ ମିଳିଥିବା ଯୁବତୀଙ୍କ ମୃତଦେହର ପରିଚୟ ମିଳିଛି। ସେ ହେଉଛନ୍ତି ପଶ୍ଚିମ ଓଡ଼ିଶା ସମେତ ସାରା ରାଜ୍ୟରେ ଚହଳ ପକାଇଥିବା ସମ୍ବଲପୁରୀ ମ୍ୟୁଜିକ୍ ଆଲବମ୍ ‘ସେଲ୍ଫି ବେବୋ’ ଫେମ୍ ସିମ୍ରନ। ତାଙ୍କ ମୁଣ୍ଡ, ମୁହଁ ସମେତ ଶରୀରର ବିଭିନ୍ନ ଅଂଶରେ ଗଭୀର କ୍ଷତ ରହିଛି। ସେହିପରି ମୃତଦେହ ନିକଟରୁ କେସିଙ୍ଗା ଯିବା ଲାଗି ଟ୍ରେନ୍ ଟିକଟ ସହ ମୋବାଇଲ୍ ଫୋନ୍ ଜବତ ହୋଇଛି। ପ୍ରାଥମିକ ତଦନ୍ତରୁ ସିମ୍ରନ ପୋଲରୁ ଡେଇଁ ଆତ୍ମହତ୍ୟା […]