• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

s1
ସୁଧୁରୁ ନାହାନ୍ତି ସୁର ବାବା!

ଭୁବନେଶ୍ୱର: ପୁଣି ଥରେ ତ୍ରାହି ଅଚ୍ୟୁତ ଆଶ୍ରମରେ ପୁଲିସ୍‌ ଚଢ଼ାଉ କରିଛି। ଭୁବନେଶ୍ୱର ଉପକଣ୍ଠ ଝିଣ୍ଟିଶାସନରେ ଥିବା ସୁର ବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମରେ ପୁଲିସ୍‌ ଚଢ଼ାଉ କରିଛି। ଯୁବତୀଙ୍କୁ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗରେ ସୁର ବାବାଙ୍କୁ ପୁଲିସ୍‌ ପଚରାଉଚରା କରିଥିବା ଜଣାପଡ଼ିଛି। ପୂଜାର୍ଚ୍ଚନା ନାଁରେ ଅସଦାଚରଣ ଓ ହତ୍ୟା ଧମକ ଦେଇଥିବା ନେଇ ଗତ ୩ ତାରିଖରେ ଯୁବତୀ ଜଣକ ସୁର ବାବାଙ୍କ ନାଁରେ ବାଲିପାଟଣା ଥାନାରେ ଏତଲା ଦେଇଥିଲେ। ଏଥିସହ ଯୁବତୀ […]

  • Friday, 16 July 2021
protest
ଏଏସ୍ଓ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ତାତିଲେ ପରୀକ୍ଷାର୍ଥୀ

କଟକ : ଏ.ଏସ୍.ଓ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ନେଇ ତାତିଲେ ପରୀକ୍ଷାର୍ଥୀ। ଏକା ଦିନରେ ତିନୋଟି ପରୀକ୍ଷା ରହୁଥିବାବେଳେ ସେଣ୍ଟର ବିଭିନ୍ନ ଯାଗାରେ ପଡିଥିବାରୁ ଏହାକୁ ବିରୋଧ କରିଛନ୍ତି ପରୀକ୍ଷାର୍ଥୀ। ଏନେଇ OPSC କାର୍ଯ୍ୟାଳୟ ଘେରାଉ କରିବାକୁ ଆସୁଥିବାବେଳେ ବାଟରେ ସେମାନଙ୍କୁ ଅଟକାଇଥିଲା ପୁଲିସ୍। ଏଥିରେ ବିଜେପିର ନେତା ସମୀର ଦେଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ। ଅନ୍ୟପଟେ ଓପିଏସସି କର୍ତ୍ତୃପକ୍ଷଙ୍କର ପ୍ରତିକ୍ରିୟା ମିଳିପାରିନି।

  • Friday, 16 July 2021
dkl-1
ଢେଙ୍କାନାଳର ନାବାଳିକାଙ୍କୁ ବାହାର ରାଜ୍ୟରେ ବିକ୍ରି ଘଟଣା; ପୁଲିସର ତଦନ୍ତ ଆରମ୍ଭ

ଢେଙ୍କାନାଳ :  ଢେଙ୍କାନାଳର ଜଣେ ନାବାଳିକାକୁ ରାଜ୍ୟ ବାହାରେ ବିକ୍ରି ମାମଲାର ତନଘନା ଆରମ୍ଭ କରିଛି ପୁଲିସ। ଏନେଇ ଶିଶୁ ମଙ୍ଗଳ କମିଟିର ଏତଲା ଆଧାରରେ ପୁଲିସ ଗନ୍ଦିଆ ଥାନାରେ ମାମଲା ରୁଜ୍ଜୁ କରିଛି। ଘଟଣାର ତଦନ୍ତ କରାଯିବା ସହ  ନାବାଳିକାକୁ ଉଦ୍ଧାର କରିବାକୁ ପୁଲିସର ଏକ ଟିମ୍ ଗୋଆ ଯିବ ବୋଲି ଢେଙ୍କାନାଳ ଏସଡିପିଓ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣ ସଚିବଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ନାବାଳିକାଙ୍କ ଘର ଦାମଦରନାଳୀ […]

  • Friday, 16 July 2021
c1
କଟକରେ ଯୁବତୀଙ୍କୁ ବ୍ଲେଡ୍‌ରେ ମରଣାନ୍ତକ ଆକ୍ରମଣ

କଟକ: କଟକରେ ଜଣେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ। ଜଣେ ଯୁବକ ବ୍ଲେଡ୍ ଓ କାଚରେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଯୁବତୀଙ୍କ ବେକରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଉକ୍ତ ଯୁବତୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଦାମବାଡି ଥାନା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ସମୟରେ ଜଣେ ଯୁବକ ବଜ୍ରକବାଟି ରୋଡ୍‌ରେ ଥିବା ଏକ କସ୍‌ମେଟିକ୍‌ ଦୋକାନ ଭିତରେ ପଶି ସମ୍ପୃକ୍ତ […]

  • Friday, 16 July 2021
women
ସିଡିପିଓ ଓ ବିଡିଓଙ୍କ ଅଫିସ ଆଗରେ ମହିଳାଙ୍କ ନାରାବାଜି

ବ୍ରହ୍ମଗିରି : ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ୍‌ ମହିଳା ଫେଡେରେସନ ଶକ୍ତିରୂପା ମହିଳା ମହାସଂଘର ସଦସ୍ୟାଙ୍କୁ ଦୁର୍ବ୍ୟବହାର। ଏହାର ପ୍ରତିବାଦରେ ସିଡିପିଓ ଓ ବିଡ଼ିଓଙ୍କ ଅଫିସ ଘେରିଲେ ମହିଳା। କେବେଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ, ପ୍ରତି ବ୍ଲକ୍‌ ମହିଳା ଫେଡେରେସନକୁ ଘୋଷଣା କରିଥିବା ୨୫ ଲକ୍ଷ ଟଙ୍କାର ଅନୁଦାନ ଶକ୍ତିରୂପା ମହିଳା ମହାସଂଘକୁ ପ୍ରଦାନ କରାଯାଇନଥିବାରୁ ମହିଳା ଏହାର ପ୍ରତିବାଦ କରିଛନ୍ତି। ବ୍ରହ୍ମଗିରିର ଶକ୍ତିରୂପା ମହିଳା ମହାସଂଘକୁ ଅନୁଦାନରୁ ବଞ୍ଚିତ କରିବା ନେଇ ସ୍ଥାନୀୟ […]

  • Friday, 16 July 2021
firing
ନରାଜ ଫାୟାରିଂ ରେଞ୍ଜରେ ଟ୍ରେନିଂ ବେଳେ ଅଘଟଣ

କଟକ : କଟକ ନରାଜ ଫାୟାରିଂ ରେଞ୍ଜରେ ଟ୍ରେନିଂ ବେଳେ ଅଘଟଣ। ଆର୍‌ପିଏଫ୍‌ର ଟ୍ରେନିଂ କ୍ୟାମ୍ପରେ ଫାୟାରିଂ ଚାଲିଥିବା ବେଳେ ଜଣେ ରେଲ୍‌ୱେ ଲାଇନ୍‌ମ୍ୟାନଙ୍କ ହାତରେ ଗୁଳି ବାଜିଥିବା ଜଣାପଡ଼ିଛି। ଆହତ ଲାଇନ୍‌ମ୍ୟାନଙ୍କୁ ଭୁବନେଶ୍ୱର ରେଲ୍‌ୱେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

  • Friday, 16 July 2021
nuapada
ଆନ୍ଧ୍ର ପ୍ରଦେଶ କାମ କରିବାକୁ ଯାଇ ଶ୍ରମିକ ନିଖୋଜ ଥିବା ଅଭିଯୋଗ

ନୂଆପଡ଼ା : ଆନ୍ଧ୍ର ପ୍ରଦେଶ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ ଅଭିଯୋଗ। ନିଖୋଜ ବ୍ୟକ୍ତି ହେଲେ ନୂଆପଡ଼ା ଜିଲ୍ଲା କୋମନା ବ୍ଳକ୍‌ କମକେଡ଼ା ଗାଁର ଯମାର ବିଶ୍ୱାଳ। କିଛି ଦିନ ତଳେ ସେ ଆନ୍ଧ୍ର ପ୍ରଦେଶର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। କିଛି ଦିନ କାମ କରିବା ପରେ ଇଟାଭାଟି ମାଲିକ ତାଙ୍କୁ ନିର୍ଯାତନା ଦେବା ସହ ମାଡ଼ ମାରୁଥିବା ଫୋନ୍‌ରେ ପରିବାର ଲୋକଙ୍କୁ ଜଣାଇଥିଲେ। ତେବେ ବର୍ତ୍ତମାନ କିଛି ଦିନ ହେଲା ତାଙ୍କ […]

  • Friday, 16 July 2021
t2
ମାଆକୁ ପିଟି ପିଟି ମାରିଦେଲା ପୁଅ

ଝାରସୁଗୁଡ଼ା: ମା’କୁ ପିଟି ପିଟି ମାରିଦେଲା ପୁଅ। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ରଙ୍ଗିଆଟିକ୍ରା ଗାଁରେ ଏଭଳି ଅମାନୁଷିକ କାଣ୍ଡ ଘଟିଛି। ସୂଚନା ଅନୁସାରେ, ଗାଁର ଲୁକେଶ୍ୱର କୁସୁମ ତାଙ୍କ ମା’ ଆସମତୀ କୁସୁମଙ୍କୁ କ୍ରିକେଟ୍ ବ୍ୟାଟ୍‌ରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ଅଭିଯୁକ୍ତ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯାହାକୁ ସମାଧାନ କରିବା ପାଇଁ ବାପା ମା’ ଚେଷ୍ଟା କରିଥିଲେ। ତେବେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଲୁକେଶ୍ୱର […]

  • Friday, 16 July 2021
encounter--1
ଆସ୍କାରେ ପୁଲିସ ଏନକାଉଣ୍ଟର

ଆସ୍କା : ଆସ୍କାରେ ପୁଲିସ ଏନକାଉଣ୍ଟର। ଆସ୍କା ଥାନା ପଲ୍ଲୀମାଳ ରାସ୍ତାରେ ପୁଲିସ ଏନକାଉଣ୍ଟରରେ ଦୁଇ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ କୃଷ୍ଣ ଜେନା ଓ ସୁନୀଲ ଜେନା। ଉଭୟଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ଦୁଇଜଣଙ୍କୁ ଆସିକା ଡାକ୍ତରଖାନାରେ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏମାନେ ଦୁଇ ଭାଇ ବୋଲି କହିଛି ପୁଲିସ। ଏମାନଙ୍କ ବିରୋଧରେ ଏକ ହତ୍ୟା ଅଭିଯୋଗ ରହିଛି। ଡିସେମ୍ବର ୩୧ତାରିଖରେ ଖାରିଆ ସରପଞ୍ଚଙ୍କ ଭାଇ […]

  • Friday, 16 July 2021
kalia yojana
‘କାଳିଆ’ ଯୋଜନା ହିତାଧିକାରୀ ଫର୍ମ ପାଇଁ ବିଭିନ୍ନ ଯାଗାରେ ଝାମେଲା

ବାଲେଶ୍ୱର : ‘କାଳିଆ’ ଯୋଜନା ହିତାଧିକାରୀ ଫର୍ମ ପାଇଁ ବିଭିନ୍ନ ଯାଗାରେ ଝାମେଲା। ବାଲିକୁଦା, ବାଲେଶ୍ୱର, ବଣାଇ ଓ ଜଳେଶ୍ୱରରେ ଝାମେଲା ହୋଇଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଳକ୍‌ କଲ୍ୟାଣପୁର ପଞ୍ଚାୟତରେ ଚାଷୀଙ୍କୁ ଆବଶ୍ୟକ ଠାରୁ କମ୍‌ ଫର୍ମ ମିଳୁଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ କୃଷି ଅଧିକାରୀ ଯେତିକି ଫର୍ମ ଆଣିଛନ୍ତି, ତା’ଠାରୁ ଅଧିକ ଚାଷୀ ଅଛନ୍ତି। ଏହାସହ ଫର୍ମ ଗୁଡିକୁ ଦଳୀୟ ଭିତ୍ତିରେ ବଣ୍ଟାଯାଉଥିବା କିଛି ଚାଷୀ ଅଭିଯୋଗ […]

  • Friday, 16 July 2021
dkl-1
ଢେଙ୍କାନାଳର ନାବାଳିକାଙ୍କୁ ବାହାର ରାଜ୍ୟରେ ବିକ୍ରି ସୂଚନା

ଢେଙ୍କାନାଳ ( ରାଜଶ୍ରୀ ଶତପଥୀ) : ଢେଙ୍କାନାଳର ଜଣେ ନାବାଳିକାଙ୍କୁ ବିକ୍ରି କରାଯାଇଛି। ପ୍ରାୟ ବର୍ଷେ ତଳେ ୫୦ ହଜାର ଟଙ୍କାରେ ଗୋଆରେ ବିକ୍ରି କରାଯାଇଥିବା ସୂଚନା ମିଳିଛି। ନାବାଳିକାଙ୍କ ଘର ସଦର ଥାନା ଦାମଦରନାଳୀ ଗାଁରେ। ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ, ନାବାଳିକାଙ୍କ ବାପା ତାଙ୍କ ସ୍ତ୍ରୀଙ୍କୁ ହତ୍ୟା ଘଟଣାରେ ଜେଲରେ ଅଛନ୍ତି। ଏନେଇ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅବଗତ କରାଯାଇଛି। ନାବାଳିକାଙ୍କୁ ଉଦ୍ଧାର କରିବାକୁ […]

  • Friday, 16 July 2021
sashin ramesh
ଶଶି ଓ ରମେଶଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର :  ମନ୍ତ୍ରିମଣ୍ଡଳରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ରମେଶ ମାଝୀଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ କୃଷି ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ଅତିରିକ୍ତି ଦାୟିତ୍ୱ ମିଳିଥିବା ବେଳେ ଏସସିଏସଟି ବିକାଶ ମନ୍ତ୍ରୀ ରମେଶ ମାଝୀଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି।

  • Friday, 16 July 2021
puri
ମିଶନ ଶକ୍ତି କାର୍ଯ୍ୟକ୍ରମରେ ବିଜେଡି ଛାପ!

ପୁରୀ : ମହିଳା ସଶକ୍ତିକରଣ ନାଁରେ ବିଜେଡି ସଶକ୍ତିକରଣ ଉଦ୍ୟମ। ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ ବାହାନାରେ ଭୋଟ୍ ବ୍ୟାଙ୍କ୍ ରାଜନୀତି। ଗତକାଲି ପୁରୀରେ ମିଶନ ଶକ୍ତିର ଅସଲ ମୁଖା ଖୋଲିଛନ୍ତି ବ୍ରହ୍ମଗିରି ବ୍ଲକର କିଛି ମହିଳା। ମହାସଂଘ ସଦସ୍ୟା ସେମାନେ ଖୋଲାଖୋଲି ଅଭିଯୋଗ ଆଣିଛନ୍ତି ଯେ ,ବ୍ରହ୍ମଗିରି ବ୍ଲକରେ ବିଧାୟକଙ୍କ ଇସାରା ଓ ନିର୍ଦ୍ଦେଶରେ ଚାଲିଛି ମିଶନ ଶକ୍ତି କାର୍ଯ୍ୟକ୍ରମ। ସେହିଭଳି ଏବେ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ଜୀବିକା ମିଶନ ବା ଓଏଲଏମ୍ କାର୍ଯ୍ୟକ୍ରମରେ ବି […]

  • Friday, 16 July 2021
କଟକରେ କମିଶନରେଟ ପୁଲିସର ଗଣଦୌଡ଼

କଟକ : କମିଶନରେଟ୍ ପୁଲିସର ୧୧ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗଣଦୌଡ଼ ଆୟୋଜିତ ହୋଇଛି। କଟକ ପୁଲିସ ରିଜର୍ଭ ପଡ଼ିଆରେ ଏହି ଗଡ଼ଦୌଡ଼ ହୋଇଥିଲା। ଚଳିତ ବର୍ଷ ଦୌଡ଼କୁ ହଁ ଏବଂ ନିଶାକୁ ନାଁ ଥିମ୍‌ରେ ଏହି ଦୌଡ଼ ଆୟୋଜିତ ହୋଇଛି। ଏହି ଅବସରରେ ପୁଲିସ କମିଶନର୍ ସତ୍ୟଜିତ୍ ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ କଳାକାର ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।

  • Friday, 16 July 2021
pipili
ମୋ ଝିଅକୁ ନ୍ୟାୟ ମିଳିଲେ ଖୁସି ହେବି : ପୀଡ଼ିତାଙ୍କ ବାପା

ପିପିଲି  : ମହାରଥୀଙ୍କ ଇସ୍ତଫା ପରେ ପିପିଲି ଯାଇ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ପୀଡ଼ିତାଙ୍କ ବାପା କହିଛନ୍ତି ,ମନ୍ତ୍ରୀ ଇସ୍ତଫା ଦେଇଦେଲେ ମୋ ଝିଅକୁ ନ୍ୟାୟ ମିଳିବ ନାହିଁ। କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଠିକ୍‌ରେ ହୋଇନି, ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି। ପୀଡିତା ଯଦି ମହାରଥୀଙ୍କ ଝିଅ ହୋଇଥାନ୍ତା, ସେ କଣ ଏପରି କହିଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ପୀଡ଼ିତାଙ୍କ ବାପା। […]

  • Friday, 16 July 2021
m11
ଗନ୍ଧମାର୍ଦ୍ଦନ ପର୍ବତରେ ମାଓବାଦୀଙ୍କ କ୍ୟାମ୍ପ୍‌ ଠାବ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତରେ ମାଓବାଦୀଙ୍କ କ୍ୟାମ୍ପ୍‌ ଠାବ ହୋଇଛି। ଖପ୍ରାଖୋଲ ନିକଟରେ ମାଓବାଦୀ କ୍ୟାମ୍ପ୍‌ ଠାବ ହୋଇଥିବା ସୂଚନା ମିଳିଛି। CRPF ଯବାନ କମ୍ବିଂ ଅପରେସନ୍‌ କରୁଥିବା ବେଳେ ସେଠାରେ ଲାଲ୍‌ବାହିନୀର କ୍ୟାମ୍ପ୍‌ ଚାଲିଥିବା ଜାଣିବାକୁ ପାଇଥିଲେ। କ୍ୟାମ୍ପ୍‌ରୁ ବହୁ ସାମଗ୍ରୀ ମଧ୍ୟ ଜବତ ହୋଇଛି। ମାଓବାଦୀ କ୍ୟାମ୍ପ୍‌ ଠାବ ହେବାପରେ ସୁରକ୍ଷାକର୍ମୀ ଅଧିକ ସତର୍କ ହେବା ସହିତ ସର୍ଚ୍ଚ ଅପରେସନ୍‌କୁ ଆହୁରି ଜୋରଦାର କରିଛନ୍ତି।

  • Friday, 16 July 2021
c1
‘ଓଡ଼ିଶା କ୍ୟାନ୍‌ସର୍‌ ହସ୍ପିଟାଲ୍ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟର’ର ଶିଳାନ୍ୟାସ

ଭୁବନେଶ୍ୱର: ବାରଙ୍ଗରେ ହେବ ଓଡ଼ିଶା କ୍ୟାନ୍‌ସର୍‌ ହସ୍ପିଟାଲ୍ ଏଣ୍ଡ୍‌ ରିସର୍ଚ୍ଚ ସେଣ୍ଟର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଟାଟା ଟ୍ରଷ୍ଟ ସହାୟତାରେ ଏହି କ୍ୟାନସର ହସ୍ପିଟାଲ୍ ନିର୍ମାଣ ହେବ। ଏଥିପାଇଁ ରାଜ୍ୟ ସରକାର ବାରଙ୍ଗ ତସହିଲ ରତାଗଡ଼ ଲେଙ୍କା ସାହି ଠାରେ ମାଗଣାରେ ଜମି ଯୋଗାଇ ଦେଇଛନ୍ତି। ମୁମ୍ବାଇର ଟାଟା ମେମୋରିଅଲ୍ ହସ୍ପିଟାଲ୍ ଢାଞ୍ଚାରେ ଏହା ନିର୍ମାଣ ହେବ। ଉଦ୍‌ଘାଟନୀ ଉତ୍ସବରେ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ରତନ୍ ଟାଟା ଉପସ୍ଥିତ ଥିଲେ। […]

  • Friday, 16 July 2021
b1
ବାର୍‌ହା ଆକ୍ରମଣରେ ୩ ଆହତ

ଢେଙ୍କାନାଳ: ବିଲକୁ ଯାଉଥିବା ବେଳେ ଆକ୍ରମଣ କଲା ବାର୍‌ହା। ଢେଙ୍କାନାଳ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବାଘବସା ଗାଁରେ ବାର୍‌ହା ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି। ଆହତଙ୍କୁ କାମାକ୍ଷାନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ନବ ପଧାନ, ଶ୍ରୀବତ୍ସ ପଧାନ ଓ ବିମଳ ପଧାନ। ଆଜି ସକାଳୁ ବିଲକୁ କାମ କରିବାକୁ ଯାଉଥିବା ବେଳେ ହଠାତ୍ ବାର୍‌ହା ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି […]

  • Friday, 16 July 2021
mental man
ବ୍ୟକ୍ତିଙ୍କ ପରିଚୟ କଣ ଜଣା ନାହିଁ, ଶୀତ କାକରରେ ଜଙ୍ଗଲ ଭିତରେ ପଡି ରହିଛନ୍ତି

ଟିଟିଲାଗଡ଼  : ଗରିବ ଲୋକେ ଯେମିତି ସୁବିଧାରେ ରହିବେ ସେନେଇ ସରକାରଙ୍କ ରହିଛି କେତେ ଯୋଜନା। ହେଲେ ଏହି ସବୁ ଯେମିତି ବହୁ ଦୂରରେ ଅଛି ଟିଟିଲାଗଡ଼ ବ୍ଲକ ବର୍ଣ୍ଣେଇ ଜଙ୍ଗଲରେ ଖୋଲା ଆକାଶ ତଳେ ଶୀତ କାକରରେ ପଡିଥିବା ବ୍ୟକ୍ତି ଜଣଙ୍କ ପାଇଁ। ତାଙ୍କ ପରିଚୟ କିଛି ଜଣା ନାହିଁ। ତାଙ୍କ ଠିକଣା କଣ, କଣ କରନ୍ତି ସେ । କିଛି ଜଣାନାହିଁ। ଏମିତି ସବୁବେଳେ ଏକା ଥା’ନ୍ତି। ଏହି ରାସ୍ତା ଦେଇ ଯିବା ଆସିବା […]

  • Friday, 16 July 2021
police
ଥାନାରେ ମହିଳାଙ୍କୁ ପୁଲିସର ଦୁର୍ବ୍ୟବହାର ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରେ ଜଣେ ମହିଳାଙ୍କୁ ପୁଲିସର ଦୁର୍ବ୍ୟବହାର ଅଭିଯୋଗ। ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି। ଭିଡିଓଟିରେ ଥାନାର ଏଏସ୍ଆଇ ଅଭିଯୁକ୍ତକୁ ଗିରଫ କରିବେ ନାହିଁ କହି ଗାଳି ଗୁଲଜ ଦେଉଥିବା ଦେଖାଦେଉଛି। ସୂଚନା ଅନୁସାରେ, ମହିଳା ଜଣଙ୍କୁ ତାଙ୍କ ଯା’ ଜମିବାଡ଼ିକୁ ନେଇ ମାଡ଼ ମାରିଥିବା ନେଇ ସିମୁଳିଆ ଥାନେରେ ଅଭିଯୋଗ କରିଥିଲେ। ଏନେଇ ତାଙ୍କ ଯା’କୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ଏଏସ୍ଆଇଙ୍କୁ ପଚାରିବାରୁ ମହିଳା […]

  • Friday, 16 July 2021
raj bhawan park
ଆଜିଠାରୁ ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ୱର : ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ରାଜଭବନ ଉଦ୍ୟାନ। ଚଳିତ ମାସ ୨୦ ତାରିଖ ଯାଏ ଉଦ୍ୟାନ ଖୋଲା ରହିବ। ଛୁଟି ଦିନ ଓ ରବିବାର ସହିତ ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ୫ଟା ଯାଏ ସମସ୍ତେ ରାଜଭବନ ଉଦ୍ୟାନ ପରିଦର୍ଶନ କରି ପାରିବେ। ତେବେ ସାଢ଼େ ୪ଟା ପରେ ଆଉ ପ୍ରବେଶ ଅନୁମତି ମିଳିବ ନାହିଁ। ଓ୍ୱାଟର ଫାଉଣ୍ଟେନ, ମ୍ୟୁଜିକାଲ ଫାଉଣ୍ଟେନ, ଗୋଲାପ ଉଦ୍ୟାନ, ହରିଣ ପାର୍କ, ମୟୂର, ବତକ, ପକ୍ଷୀଘର ଓ ଉଦ୍ୟାନର […]

  • Friday, 16 July 2021
sajanagarh
ନୀଳଗିରି : ଅର୍ଥ ଅଭାବରୁ ୩ ଦିନ ଯାଏ ଘରେ ପଡ଼ି ରହିଲା ଶବ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ସଜନାଗଡ଼ ଗାଁରେ ଅଭାବନୀୟ ଘଟଣା। ଅର୍ଥ ଅଭାବରୁ ୩ ଦିନ ଯାଏ ଘରେ ପଡ଼ି ରହିଲା ଶବ। ଅନ୍ତିମ ସଂସ୍କାର ନକରିପାରି ଶେଷରେ ଶବକୁ ପୋତିଦେଲେ ପରିବାର ଲୋକେ। ଗତ ୪ ତାରିଖରେ ସଜନାଗଡ଼ ଗାଁର ମକରା ବିନ୍ଧାଣୀ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ତେବେ କୌଣସି ବିବାଦ କାରଣରୁ ଶବକୁ କାନ୍ଧ ଦେବାକୁ ବି କେହି ଗ୍ରାମବାସୀ ଆସି ନଥିଲେ। ଅର୍ଥ ଅଭାବ ଯୋଗୁଁ ଅନ୍ତିମ ସଂସ୍କାର […]

  • Friday, 16 July 2021
maharathi
କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ଶେଷରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ। ବିରୋଧୀ ଦଳର ପ୍ରବଳ ଚାପ ପରେ ମହାରଥୀ ଆଜି କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି। ପିପିଲି ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ରାୟ ଆସିବା ପରେ ପିପିଲି ପୀଡ଼ିତାକୁ ନ୍ୟାୟ ମିଳିଥିବା ମହାରଥୀ ତାଚ୍ଛଲ୍ୟ କରିଥିଲେ। ବିରୋଧୀ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଥିଲେ। ସେମାନେ ମହାରଥୀଙ୍କ ଇସ୍ତଫା ଦାବିରେ ଅଡ଼ି ରହିବା ସହ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରୁ […]

  • Friday, 16 July 2021
chilika
ଚିଲିକାରେ ଚାଲିଛି ବେଧଡ଼କ ପକ୍ଷୀ ଶିକାର

ଚିଲିକା : ଚିଲିକାର ସୋରଣ ଜେଟି ନିକଟରୁ ବନ୍ୟପ୍ରାଣୀ ବିଭାଗ ୭୦ରୁ ଅଧିକ ମୃତ ବିଦେଶୀ ପକ୍ଷୀ ଜବତ କରିଛି। ୪ଟି ଅଖାରେ ଭର୍ତ୍ତିକରି ୪ଜଣ ଦୁର୍ବୃତ୍ତ ମୃତପକ୍ଷୀ ନେଉଥିବା ଖବର ପାଇ ବନ୍ୟପ୍ରାଣୀ ବିଭାଗ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଘଟଣା ସ୍ଥଳରୁ ୪ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ବନ୍ୟପ୍ରାଣୀ ବିଭାଗ ୪ଟି ଅଖାରେ ଭର୍ତ୍ତି ମୃତ ପକ୍ଷୀ, ଦୁର୍ବୃତ୍ତ ବ୍ୟବହାର କରିଥିବା ବାଇକ ଜବତ କରିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। […]

  • Friday, 16 July 2021
bus stop
ବକେୟା ପାଉଣାକୁ ନେଇ ବସଷ୍ଟପ୍‌ ଭାଙ୍ଗିଲେ ଶ୍ରମିକ

ଭୁବନେଶ୍ୱର : ଯେଉଁ ହାତରେ ତିଆରି କରିଥିଲେ ଏବେ ସେହି ହାତରେ ହିଁ ଭଙ୍ଗାରୁଜା  କରୁଛନ୍ତି। ନିର୍ମାଣର ଏକ ମାସ ପରେ ଶ୍ରମିକମାନଙ୍କ ଦ୍ୱାରା ଭଙ୍ଗାରୁଜା ସହ ଆନ୍ଦୋଳନ ଚାଲିଛି। ଏମିତି ଦୃଶ୍ୟ ଭୁବନେଶ୍ୱର ଶିଶୁ ଭବନ ଛକ ବସ ଷ୍ଟପ୍‌ରେ ଦେଖିବାକୁ ମିଳିଛି। ଖୋଲି ଦିଆଯାଉଛି ବସ୍‌ ଷ୍ଟପ୍‌ର ପୁରା ଷ୍ଟ୍ରକଚର। କେବଳ ଖୋଲୁ ନାହାନ୍ତି,  ବିଭିନ୍ନ ସାମଗ୍ରୀଙ୍କୁ ରାସ୍ତାରେ ପକାଇ ରାସ୍ତାରୋକ୍‌ ସହ ଆନ୍ଦୋଳନ ମଧ୍ୟ କରୁଛନ୍ତି। ଆଉ କ୍ଷୋଭ ଭରା କଣ୍ଠରେ ନିଜ […]

  • Friday, 16 July 2021