• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

death-2
ମୃତ୍ୟୁ ଏମିତି ବି ଆସେ ; ପମ୍ପ ଦେବାବେଳେ ଫାଟିଲା ଟ୍ରାକ୍ଟର ଟାୟାର

ସୁନ୍ଦରଗଡ଼  : ସୁନ୍ଦରଗଡ଼ ତଳସରା ଥାନା ରାଶିପତରାରେ ଅଘଟଣ। ଟ୍ରାକ୍ଟର ଟାୟାର ଫାଟି ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ସୁନ୍ଦରଗଡ଼ ମେଡିକାଲରେ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଟ୍ରାକ୍ଟର ଟାୟାର ଉପରେ ଠିଆ ହୋଇ ପମ୍ପ ଦେଉଥିବାବେଳେ ଟାୟାରଟି ଫାଟି ଯାଇଥିଲା। ଏତିକିବେଳେ ଟାୟାର ଉପରେ ଠିଆ ହୋଇଥିବା ଗାଡ଼ିର ଡ୍ରାଇଭର ଜଣକ ଉପରକୁ ଉଡି ଯାଇ ଏକ ବିଦ୍ୟୁତ୍‌ ତାରରେ ଲାଗି ତାଙ୍କର ମୃତ୍ୟୁ […]

  • Friday, 16 July 2021
strike
ଟ୍ରେଡ୍ ୟୁନିୟନର ଭାରତ ବନ୍ଦ ଡାକରାର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର : ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନର ଆଜି ଦ୍ୱିତୀୟ ଦିନ। କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ଦେଶବ୍ୟାପୀ ୧୦ରୁ ଅଧିକ ଟ୍ରେଡ ୟୁନିୟନ ଗତକାଲି ଠାରୁ ଦୁଇ ଦିନିଆ ଧର୍ମଘଟ କରୁଛନ୍ତି। କାଲି ପ୍ରଥମ ଦିନରେ ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ସହ ଦୋକାନବଜାର ବନ୍ଦ ରହିଥିଲା। ଆଜି ସକାଳୁ ସକାଳୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପଡିଛି। ପ୍ରାୟ ୨୦କୋଟି ଶ୍ରମିକ ଧର୍ମଘଟରେ ପ୍ରତ୍ୟକ୍ଷ ଓ ପରୋକ୍ଷ […]

  • Friday, 16 July 2021
modi
୧୯ ନିର୍ବାଚନ ପାଇଁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ମୋଦିଙ୍କ ମାଷ୍ଟ୍ରରଷ୍ଟ୍ରୋକ୍। ସାଧାରଣ ବର୍ଗର ଆର୍ଥିକ ପଛୁଆ ଶ୍ରେଣୀ ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ଏଥିଲାଗି ଆଜି ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ବି ଆଗତ ହୋଇଛି। ସାଧାରଣ ବର୍ଗର ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗି ସୋମବାର କ୍ୟାବିନେଟ୍ ନିଷ୍ପତ୍ତି। ୨୪ ଘଣ୍ଟା ମଧ୍ୟରେ ଲୋକସଭାରେ ଆଗତ ହେଲା ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍। ଅଧିକାଂଶ ଦଳ ବିଲ୍‌କୁ ସମର୍ଥନ କରୁଥିବାରୁ ଗୃହରେ ସୁରୁଖୁରୁରେ […]

  • Friday, 16 July 2021
rahul
ଆସନ୍ତା ୨୫ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି

ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ସେହି ଦିନ ସକାଳ ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ କଟକ ବାଲିଯାତ୍ରା ପଡ଼ିଆ ସାଧାରଣ ସଭାରେ ଯୋଗଦେବେ ରାହୁଲ। ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ସାଧାରଣ ସଭା ଅନୁଷ୍ଠିତ ହେବ। ଏହାସହ କଟକରେ ଏକ କର୍ମୀ ସମ୍ମିଳନୀରେ ବି ରାହୁଲ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। କଟକରୁ ଭୁବନେଶ୍ୱର ଫେରିବା […]

  • Friday, 16 July 2021
school closed
ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ସ୍କୁଲ୍‌ ଛୁଟି

ଭୁବନେଶ୍ୱର : ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ବାଲେଶ୍ୱର, ପୁରୀ,ଖୋର୍ଦ୍ଧା,ଜଗତସିଂହପୁର, ସମ୍ବଲପୁର, ଯାଜପୁର ,କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ବଲାଙ୍ଗିର,ମୟୂରଭଞ୍ଜ, କୋରାପୁଟ , ଅନୁଗୁଳ, ନବରଙ୍ଗପୁର,ଢେଙ୍କାନାଳ , ରାୟଗଡ଼ା,ଗଜପତି, ମାଲକାନଗିରି ଓ ବରଗଡ଼ ଆଦି ଜିଲ୍ଲାରେ କାଲି ସ୍କୁଲ ଛୁଟି ରହିବ। ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଜାରି ରହିଥିବା ବନ୍ଦ ଡାକରାକୁ ନେଇ ଏହି ଛୁଟି ଘୋଷଣା ହୋଇଛି। ଆସନ୍ତାକାଲି ଦ୍ୱିତୀୟ ଦିନ। ତେଣୁ ଆସନ୍ତାକାଲି ରାଜ୍ୟର […]

  • Friday, 16 July 2021
jee
ଧର୍ମଘଟ ସତ୍ତ୍ୱେ ଆଜି ଅନୁଷ୍ଠିତ ହୋଇଛି ଜେଇଇ ମେନ୍ ପରୀକ୍ଷା

ଭୁବନେଶ୍ୱର : ଟ୍ରେଡ୍ ୟୁନିୟନର ଧର୍ମଘଟ ସତ୍ତ୍ୱେ ଆଜି ଅନୁଷ୍ଠିତ ହୋଇଛି ଜେଇଇ ମେନ୍ ପରୀକ୍ଷା। ଭୁବନେଶ୍ୱର ସମେତ ରାଜ୍ୟର ୯ଟି ସହରରେ ପରୀକ୍ଷା ହୋଇଥିଲା। ସାରା ଦେଶରେ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ପ୍ରାୟ ୩୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଆଜି ପ୍ରଥମ ଦିନରେ ବି.ଆର୍କ ଓ ବି.ପ୍ଲାନିଂ ପାଇଁ ପରୀକ୍ଷା ହୋଇଥିଲା। ସକାଳ ୯.୩୦ରୁ ୧୨.୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଦିନ ୨.୩୦ରୁ ୫. ୩୦ […]

  • Friday, 16 July 2021
dead
ଦୁବାଇରୁ ଆସିପାରୁନି ଓଡ଼ିଆ ଶ୍ରମିକଙ୍କ ଶବ

କେନ୍ଦ୍ରାପଡ଼ା  : ଦୁବାଇକୁ ପାଣି ପାଇପ୍‌ ମିସ୍ତ୍ରୀ ଭାବେ କାମ କରିବାକୁ ଯାଇଥିବା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ପରେ ଆସିପାରୁନି ଶବ। ମୃତକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ରାଧାନଗର ଗାଁର ଦୁଃଶାସନ ପାତ୍ର ବୋଲି ଜଣାପଡ଼ିଛି। ଗତ ୩୧ ତାରିଖରେ ଦୁଃଶାସନଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ନେଇ ଫୋନ ଆସିଥିଲା। ଘଟଣାକୁ ୮ ଦିନ ବିତିଥିଲେ ବି ଶବ ଆସିନଥିବାରୁ ତାଙ୍କ ପରିବାର ଚିନ୍ତାରେ ଅଛନ୍ତି। ଦୁଃଶାସନଙ୍କ ମୃତଦେହ ଫେରାଇ ଆଣିବା ଲାଗି ଗ୍ରାମବାସୀ ଓ […]

  • Friday, 16 July 2021
school
ଆସନ୍ତାକାଲି ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ ନା ନାହିଁ ଜିଲ୍ଲାପାଳ ନେବେ ନିଷ୍ପତ୍ତି

ଭୁବନେଶ୍ୱର :  ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନର ଆସନ୍ତାକାଲି ଦ୍ୱିତୀୟ ଦିନ। ତେଣୁ ଆସନ୍ତାକାଲି ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ ନା ନାହିଁ, ସେ ସମ୍ପର୍କରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ଦ ପାଳନର ପ୍ରଥମ ଦିନରେ ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ତେବେ ଆସନ୍ତାକାଲି ଜିଲ୍ଲାପାଳମାନେ ସ୍ଥାନୀୟ ଅଞ୍ଚଳର ସ୍ଥିତିକୁ ଦେଖି ନିଷ୍ପତ୍ତି ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ […]

  • Friday, 16 July 2021
trrade
ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ

ବ୍ରହ୍ମପୁର  : ବ୍ରହ୍ମପୁର ଷ୍ଟେସନରେ ଦୂରନ୍ତ, ଅହମ୍ମଦାବାଦ୍-ପୁରୀ ଏକ୍ସପ୍ରେସକୁ ଅଟକାଇଛନ୍ତି ଆନ୍ଦୋଳନକାରୀ। ଅନ୍ୟପଟେ ଛତ୍ରପୁରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଛତ୍ରପୁରର ଜାତୀୟ ରାଜପଥ ଅବରୋଧ କରିବା ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ବନ୍ଦ କରିଛନ୍ତି ସଂଗଠନର କର୍ମୀ। ଯାଜପୁର ଜିଲ୍ଲାରେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ୧୨ ଦଫା ଦାବି ନେଇ ଭାରତ ବନ୍ଦକୁ ସମର୍ଥନ କରାଯାଇଛି। ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକା, କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ବ୍ୟାସନଗର ପୌରାଞ୍ଚଳ ସମେତ ବିଭିନ୍ନ […]

  • Friday, 16 July 2021
finace copmmision
ଭୁବନେଶ୍ୱରରେ ପଞ୍ଚଦଶ ଅର୍ଥ କମିଶନଙ୍କ ବୈଠକ

ଭୁବନେଶ୍ୱର : ଭୁବନେଶ୍ୱରରେ ପଞ୍ଚଦଶ ଅର୍ଥ କମିଶନଙ୍କ ବୈଠକ। ଅଧ୍ୟକ୍ଷ ନନ୍ଦକିଶୋର ସିଂଙ୍କ ଅଧ୍ୟକ୍ଷତାରେ ୧୭ ଜଣିଆ ଟିମ୍ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଭେଟି ଆଲୋଚନା କରୁଛନ୍ତି କମିଶନ। ପ୍ରଥମେ ବିଭିନ୍ନ ପଞ୍ଚାୟତିରାଜ, ପୌର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ପଞ୍ଚାୟତ ଓ ପୌର ପରିଷଦ ସ୍ତରରେ ବିକାଶ ନେଇ ମତ ଲୋଡିଛନ୍ତି। ଏହାପରେ  କମିଶନ ବିଭିନ୍ନ ଶିଳ୍ପ ସଂସ୍ଥା ଓ ଚ୍ୟାମ୍ବର୍ସ ଅଫ୍‌ କମର୍ସ, ବ୍ୟବସାୟୀ ସଂଘର ପ୍ରତିନିଧିଙ୍କୁ ଭେଟିଛନ୍ତି। ଏଥିସହ ରାଜନୈତିକ ଦଳର […]

  • Friday, 16 July 2021
bjp
ଚାଷୀଙ୍କ ହକ୍ ପାଇଁ ବିଜେପିର ଲଢ଼େଇ

ଭୁବନେଶ୍ୱର : ଚାଷୀ ପ୍ରସଙ୍ଗକୁ ନେଇ ରାଜଧାନୀରେ ବିଜେପି ଦେଇଛି ରଣହୁଙ୍କାର। ଧାନ ମଣ୍ଡିରେ ଚାଷୀଙ୍କ ଦୁର୍ଦ୍ଦଶା ସାଙ୍ଗକୁ କଟନି ଛଟନିରେ ଜର୍ଜରିତ ଚାଷୀଙ୍କୁ ମୁକୁଳାଇବା ଦାବିରେ ସଚିବାଳୟ ଘେରାଉ ଅଭିଯାନରେ ଆସିଛନ୍ତି ବିଜେପି କୃଷକମୋର୍ଚ୍ଚା ସଦସ୍ୟଙ୍କ ସହ ନେତା ଓ କର୍ମୀ। ସଚିବାଳୟ ଆଗରେ ହଜାର ହଜାର ବିଜେପି ସମର୍ଥକ ଓ ନେତା ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିବାବେଳେ ପୁଲିସ ସେମାନଙ୍କୁ ବାଧା ଦେବାରୁ ସେଠାରେ ବେଶ୍ କିଛି ସମୟ ଧରି ଧସ୍ତାଧସ୍ତି […]

  • Friday, 16 July 2021
puri
ଆଗାମୀ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ପୁରୀ : ଆଗାମୀ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଶ୍ରୀମନ୍ଦିରରୁ ମାଳ ଓ ମହାପ୍ରସାଦ ନେଇ ନୀତି ପ୍ରଶାସକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ବଡରାଉଳ ଠାକୁରାଣୀଙ୍କୁ ନିମନ୍ତ୍ରଣ ଲାଗି ଯାତ୍ରା କରିଛନ୍ତି। ମଙ୍ଗଳବାର ବଡରାଉଳ ଠାକୁରାଣୀଙ୍କ ମନ୍ଦିରରେ ହୋମ, ପୂଜାର୍ଚ୍ଚନା ଆଦି କରାଯିବ। ଠାକୁରାଣୀଙ୍କୁ ମାଳ, ମହାପ୍ରସାଦ ଲାଗି କରାଯିବ। ଏହାପରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆବଶ୍ୟକ ଅସନ, ଫାସି ଓ ଧଉରା କାଠ ଆଦିକୁ କଟାଯିବା ପାଇଁ […]

  • Friday, 16 July 2021
traffic
ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ଟ୍ରାଫିକ୍‌ ସଚେତନତା

ଭୁବନେଶ୍ୱର : ଗୋଲାପ ଫୁଲ ଓ ଚକୋଲେଟ୍ ଦେଇ ଟ୍ରାଫିକ୍‌ ସଚେତନତା। କମିଶନରେଟ୍‌ ପୁଲିସର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଓଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଭୁବନେଶ୍ୱର ଏଜି ଛକରେ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ହେଲମେଟ ପିନ୍ଧି ସୁରକ୍ଷିତ ଭାବେ ଯାତ୍ରା କରିବାକୁ ଲୋକଙ୍କୁ ବୁଝାଇଥିଲେ କଳାକାର ଓ ପୁଲିସ। ହାତରେ ଗୋଲପ ଫୁଲ ସହ ଚକୋଲେଟ୍ ଧରି ଛକରେ ଅଟକି ରହିଥିବା ବାଇକ୍‌ ଚାଳକଙ୍କ ପାଖକୁ ଯାଉଥିଲେ। ସମସ୍ତଙ୍କୁ ହେଲମେଟ ପିନ୍ଧିବା ପାଇଁ କହୁଥିଲେ। […]

  • Friday, 16 July 2021
trade union
ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ କାଲି ଠାରୁ ୨ ଦିନିଆ ଆନ୍ଦୋଳନ

ଭୁବନେଶ୍ୱର : ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଆସନ୍ତାକାଲି ଠାରୁ ଦେଶରେ ଦୁଇଦିନ ଧରି ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଆନ୍ଦୋଳନରେ ୨୦କୋଟି କର୍ମଚାରୀ ସାମିଲ ହେବେ ବୋଲି ଟ୍ରେଡ୍‌ ୟୁନିୟନ ପକ୍ଷରୁ ସୂଚନା ଦିଆଯାଇଛି। ସରକାରଙ୍କ କର୍ମଚାରୀ ବିରୋଧୀ ନୀତିକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦେଇଛି ଟ୍ରେଡ୍‌ ୟୁନିୟନ। ଏହି ଆନ୍ଦୋଳନରେ ୧୦ଟି ସର୍ବଭାରତୀୟ ଟ୍ରେଡ୍‌ ୟୁନିୟନ ସାମିଲ ହେଉଛନ୍ତି। ଏହି ଆନ୍ଦୋଳନରେ ଟେଲିକମ୍, ସ୍ୱାସ୍ଥ୍ୟ, ଶିକ୍ଷା, କୋଇଲା, ଷ୍ଟିଲ, […]

  • Friday, 16 July 2021
d
ଆଜିଠୁ ଯୋରନ୍ଦା ମେଳା ଆରମ୍ଭ

ଢେଙ୍କାନାଳ: ଆଜିଠୁ ‍ଢେଙ୍କାନାଳରେ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା। ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ମହିମା ସମାଜ ପକ୍ଷରୁ ଏନେଇ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାଘ ଚତୁର୍ଦ୍ଦଶୀ, ଗୁରୁ ପୂର୍ଣ୍ଣିମା ଓ ବାବା ପୂର୍ଣ୍ଣିମା ଭାବେ ଏହି ମେଳା ପାଳିତ ହେବ। ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଚଳିତବର୍ଷ ୩ ଦିନ ଧରି ଝାଡ଼ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯିବ। ଶ୍ରଦ୍ଧାଳୁଙ୍କ ପାଇଁ ରାସ୍ତାଘାଟ, […]

  • Friday, 16 July 2021
t1
ଟ୍ରାକ୍ଟର ଧକ୍କାରେ ଚାଲିଗଲା ଜୀବନ

କେନ୍ଦୁଝର: ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ବିଜଗୋଠ ବୈତରଣୀ ନଦୀ ପୋଲ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମନୋଜ ଡାଙ୍ଗୁଆ। ମନୋଜଙ୍କ ଘର ବିଜାଗୋଠ ବୋଲି ଜଣାପଡ଼ିଛି। ସେ ବାଂଶପାଳରୁ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜାଳିଦେବା ସହ […]

  • Friday, 16 July 2021
kalia
‘କାଳିଆ’ ଯୋଜନା ଫର୍ମ ବଣ୍ଟନ ବେଳେ ଛୁରାମାଡ଼

ଜଗତ୍‌ସିଂହପୁର : ‘କାଳିଆ’ ଯୋଜନା ପାଇଁ ଫର୍ମ ବଣ୍ଟନ ବେଳେ ଛୁରାମାଡ଼। ଜଗତ୍‌ସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଗୋଡ଼ା ପଞ୍ଚାୟତରେ ଆଜି ଘଟିଛି ଏଭଳି ଅଘଟଣ। ଫର୍ମ ନେବାକୁ ଧାଡ଼ିରେ ଠିଆ ହୋଇଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା। ଛୁରାମାଡ଼ରେ ବିଶ୍ୱନାଥପୁର ଗାଁର ଦିଗମ୍ବର ସ୍ୱାଇଁ ନାମକ ବ୍ୟକ୍ତି ଆହତ ହୋଇଛନ୍ତି, ପରେ ସେ ଏରସମା ଥାନାରେ ଏତଲା ଦେଇଛନ୍ତି। ସେପଟେ ବାଲେଶ୍ୱରରେ ମଧ୍ୟ ଆଜି […]

  • Friday, 16 July 2021
c11
୧୯ରେ ଚିଟ୍‌ଫଣ୍ଡ ଜମାକାରୀ କରିବେ ମହା ସତ୍ୟାଗ୍ରହ

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ଚିଟ୍‌ଫଣ୍ଡ ଜମାକାରୀ ମହା ସତ୍ୟାଗ୍ରହ କରିବେ। ଏନେଇ ଜମାକାରୀ ମିଳିତ ମଞ୍ଚର ସଭାପତି ଜୟନ୍ତ ଦାସ ସୂଚନା ଦେଇଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜମାକାରୀ ଭୁବନେଶ୍ୱରରେ ପହଞ୍ଚୁଥିବା ସେ ସୂଚନା ଦେଇଛନ୍ତି। ତେବେ ଏଥର ସତ୍ୟାଗ୍ରହରେ ମହିଳା ଜମାକାରୀଙ୍କ ସଂଖ୍ୟା ଅଧିକ ରହିବ ବୋଲି ଜମାକାରୀ ମିଳିତ ମଞ୍ଚର ସଭାପତି କହିଛନ୍ତି।

  • Friday, 16 July 2021
school
ଆସନ୍ତାକାଲି ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ୍‌ ବନ୍ଦ ରହିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଟ୍ରେଡ ୟୁନିଅନର ବନ୍ଦ ଡାକରା ଯୋଗୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଟ୍ରେଡ ୟୁନିଅନ ପକ୍ଷରୁ ଦୁଇଦିନିଆ ବନ୍ଦ ଡାକରା ଦିଆଯାଇଥିବାରୁ ବୁଧବାର ସ୍କୁଲ ବନ୍ଦ ରହିବ କି ନାହିଁ କାଲି ନିଷ୍ପତ୍ତି ନିଆଯିବ ବୋଲି […]

  • Friday, 16 July 2021
3
ପତଞ୍ଜଳି ଯୋଗପୀଠ, ହରିଦ୍ୱାର ଦ୍ୱାରା ସଂଚାଳିତ ସହ-ଯୋଗଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବବିହାର ସ୍ଥିତ ଟିଟିଡି କଲ୍ୟାଣ ମଣ୍ଡପ ଠାରେ ପତଞ୍ଜଳି ଯୋଗପୀଠ , ହରିଦ୍ୱାର ଦ୍ୱାରା ସଂଚାଳିତ ସହ-ଯୋଗଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଯୁବ ଭାରତ ସଂଗଠନ ଦ୍ୱାରା ରାଜ୍ୟ ଯୁବ ପ୍ରଭାରୀ ପିତାମ୍ବର ସାହୁଙ୍କ ତତ୍ତ୍ୱାବଧାନରେ ଏହି ୨୦ ଦିନିଆ ସହ-ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିରଟି ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଅନେକ ବ୍ୟକ୍ତି ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ। ସ୍କୁଲ୍‌ କଲେଜର ଛାତ୍ରଛାତ୍ରୀଙ୍କ ସହ ବୟସ୍କ […]

  • Friday, 16 July 2021
s1
ସୁଧୁରୁ ନାହାନ୍ତି ସୁର ବାବା!

ଭୁବନେଶ୍ୱର: ପୁଣି ଥରେ ତ୍ରାହି ଅଚ୍ୟୁତ ଆଶ୍ରମରେ ପୁଲିସ୍‌ ଚଢ଼ାଉ କରିଛି। ଭୁବନେଶ୍ୱର ଉପକଣ୍ଠ ଝିଣ୍ଟିଶାସନରେ ଥିବା ସୁର ବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମରେ ପୁଲିସ୍‌ ଚଢ଼ାଉ କରିଛି। ଯୁବତୀଙ୍କୁ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗରେ ସୁର ବାବାଙ୍କୁ ପୁଲିସ୍‌ ପଚରାଉଚରା କରିଥିବା ଜଣାପଡ଼ିଛି। ପୂଜାର୍ଚ୍ଚନା ନାଁରେ ଅସଦାଚରଣ ଓ ହତ୍ୟା ଧମକ ଦେଇଥିବା ନେଇ ଗତ ୩ ତାରିଖରେ ଯୁବତୀ ଜଣକ ସୁର ବାବାଙ୍କ ନାଁରେ ବାଲିପାଟଣା ଥାନାରେ ଏତଲା ଦେଇଥିଲେ। ଏଥିସହ ଯୁବତୀ […]

  • Friday, 16 July 2021
protest
ଏଏସ୍ଓ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ତାତିଲେ ପରୀକ୍ଷାର୍ଥୀ

କଟକ : ଏ.ଏସ୍.ଓ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ନେଇ ତାତିଲେ ପରୀକ୍ଷାର୍ଥୀ। ଏକା ଦିନରେ ତିନୋଟି ପରୀକ୍ଷା ରହୁଥିବାବେଳେ ସେଣ୍ଟର ବିଭିନ୍ନ ଯାଗାରେ ପଡିଥିବାରୁ ଏହାକୁ ବିରୋଧ କରିଛନ୍ତି ପରୀକ୍ଷାର୍ଥୀ। ଏନେଇ OPSC କାର୍ଯ୍ୟାଳୟ ଘେରାଉ କରିବାକୁ ଆସୁଥିବାବେଳେ ବାଟରେ ସେମାନଙ୍କୁ ଅଟକାଇଥିଲା ପୁଲିସ୍। ଏଥିରେ ବିଜେପିର ନେତା ସମୀର ଦେଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ। ଅନ୍ୟପଟେ ଓପିଏସସି କର୍ତ୍ତୃପକ୍ଷଙ୍କର ପ୍ରତିକ୍ରିୟା ମିଳିପାରିନି।

  • Friday, 16 July 2021
dkl-1
ଢେଙ୍କାନାଳର ନାବାଳିକାଙ୍କୁ ବାହାର ରାଜ୍ୟରେ ବିକ୍ରି ଘଟଣା; ପୁଲିସର ତଦନ୍ତ ଆରମ୍ଭ

ଢେଙ୍କାନାଳ :  ଢେଙ୍କାନାଳର ଜଣେ ନାବାଳିକାକୁ ରାଜ୍ୟ ବାହାରେ ବିକ୍ରି ମାମଲାର ତନଘନା ଆରମ୍ଭ କରିଛି ପୁଲିସ। ଏନେଇ ଶିଶୁ ମଙ୍ଗଳ କମିଟିର ଏତଲା ଆଧାରରେ ପୁଲିସ ଗନ୍ଦିଆ ଥାନାରେ ମାମଲା ରୁଜ୍ଜୁ କରିଛି। ଘଟଣାର ତଦନ୍ତ କରାଯିବା ସହ  ନାବାଳିକାକୁ ଉଦ୍ଧାର କରିବାକୁ ପୁଲିସର ଏକ ଟିମ୍ ଗୋଆ ଯିବ ବୋଲି ଢେଙ୍କାନାଳ ଏସଡିପିଓ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣ ସଚିବଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ନାବାଳିକାଙ୍କ ଘର ଦାମଦରନାଳୀ […]

  • Friday, 16 July 2021
c1
କଟକରେ ଯୁବତୀଙ୍କୁ ବ୍ଲେଡ୍‌ରେ ମରଣାନ୍ତକ ଆକ୍ରମଣ

କଟକ: କଟକରେ ଜଣେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ। ଜଣେ ଯୁବକ ବ୍ଲେଡ୍ ଓ କାଚରେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଯୁବତୀଙ୍କ ବେକରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଉକ୍ତ ଯୁବତୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଦାମବାଡି ଥାନା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ସମୟରେ ଜଣେ ଯୁବକ ବଜ୍ରକବାଟି ରୋଡ୍‌ରେ ଥିବା ଏକ କସ୍‌ମେଟିକ୍‌ ଦୋକାନ ଭିତରେ ପଶି ସମ୍ପୃକ୍ତ […]

  • Friday, 16 July 2021
women
ସିଡିପିଓ ଓ ବିଡିଓଙ୍କ ଅଫିସ ଆଗରେ ମହିଳାଙ୍କ ନାରାବାଜି

ବ୍ରହ୍ମଗିରି : ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ୍‌ ମହିଳା ଫେଡେରେସନ ଶକ୍ତିରୂପା ମହିଳା ମହାସଂଘର ସଦସ୍ୟାଙ୍କୁ ଦୁର୍ବ୍ୟବହାର। ଏହାର ପ୍ରତିବାଦରେ ସିଡିପିଓ ଓ ବିଡ଼ିଓଙ୍କ ଅଫିସ ଘେରିଲେ ମହିଳା। କେବେଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ, ପ୍ରତି ବ୍ଲକ୍‌ ମହିଳା ଫେଡେରେସନକୁ ଘୋଷଣା କରିଥିବା ୨୫ ଲକ୍ଷ ଟଙ୍କାର ଅନୁଦାନ ଶକ୍ତିରୂପା ମହିଳା ମହାସଂଘକୁ ପ୍ରଦାନ କରାଯାଇନଥିବାରୁ ମହିଳା ଏହାର ପ୍ରତିବାଦ କରିଛନ୍ତି। ବ୍ରହ୍ମଗିରିର ଶକ୍ତିରୂପା ମହିଳା ମହାସଂଘକୁ ଅନୁଦାନରୁ ବଞ୍ଚିତ କରିବା ନେଇ ସ୍ଥାନୀୟ […]

  • Friday, 16 July 2021