ବଲାଙ୍ଗିର : ବଲାଙ୍ଗିରରେ ମହିଳା କ୍ରିକେଟର ସରିତା ମେହେରଙ୍କ ଘର ଉପରେ ଆକ୍ରମଣ। ଏହି ଆକ୍ରମଣ ଘଟଣାରେ ପୁଲିସ ୧୦ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୮ଜଣ ମହିଳା ଅଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ୫ ତାରିଖରେ ସରିତାଙ୍କ ଘର ଉପରେ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ ଦୁର୍ବୃତ୍ତ। ଆକ୍ରମଣରେ ସରିତାଙ୍କ ବାପା, ଭାଇ ଓ ସାଙ୍ଗ ଆହତ ହୋଇଥିଲେ। ସରିତା ଓଡ଼ିଶା ମହିଳା କ୍ରିକେଟ ଦଳର ଜଣେ […]
ପୁରୀ : ପୁରୀ ଇଣ୍ଡୋର ଷ୍ଟାଡିୟମ୍ ପରିସରରୁ ଏକ ଚିତ୍ରା ହରିଣର ମୃତଦେହ ଉଦ୍ଧାର ହୋଇଛି। ହରିଣଟିକୁ କେହି ଆକ୍ରମଣ କରି ମାରି ଦେଇଥିବା ସନ୍ଦେହ କରାଯାଉଛି। ତା’ର ପେଟ ଓ ଲାଞ୍ଜ ନିକଟରେ ଗଭୀର କ୍ଷତ ସୃଷ୍ଟି ହେବା ସହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିରହିଛି। ତେବେ କିପରି ଚିତ୍ରା ହରିଣର ମୃତ୍ୟୁ ହେଲା, ତାହା ଅସ୍ପଷ୍ଟ ରହିଛି। ଲୋକେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ହରିଣଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର […]
ଭୁବନେଶ୍ୱର : ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ ରାଜ୍ୟ ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଟ୍ୟାକ୍ସ ଡିଭୋଲ୍ୟୁସନକୁ ୪୨ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି। ଏହା ସହିତ ଆହୁରି ୧୦ ବର୍ଷ ରାଜ୍ୟ ସହିଥିବା ଜିଏସ୍ଟି କ୍ଷତିର ଭରଣା କରିବା ଓ କୋଇଲା ଖଣି ଅ଼ଞ୍ଚଳରୁ ଗ୍ରୀନ୍ ଏନର୍ଜି ସେସ୍ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ୧୫ […]
ରାଉରକେଲା : ରାଉରକେଲା ଝିରିପାଣି ଅଂଚଳରେ ରହୁଥିବା ମୂଳ ଆଦିବାସୀ ବଞ୍ଚାଅ ମଞ୍ଚର ନେତା ତଥା ଶ୍ରମିକ ନେତା ଚକ୍ରଧର ମହନ୍ତଙ୍କ ଘରେ ଅଗ୍ନିକାଣ୍ଡ। ଗତକାଲି ରାତିରେ ଶୋଇଥିବାବେଳେ, କେହି ଦୁର୍ବୃତ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପରେ ଆଖପାଖ ଲୋକ ନିଆଁକୁ ଆୟତ କରିବା ସହ ସେମାନଙ୍କୁ ଘରୁ ଉଦ୍ଧାର କରିଥିଲେ। ଅଗ୍ନିକାଣ୍ଡରେ ଚକ୍ରଧରଙ୍କ ଘରର କିଛି ଅଂଶ ପୋଡିଯାଇଥିବାବେଳେ ୪ଟି ଗାଡ଼ି ସଂପୂର୍ଣ୍ଣ ପୋଡି ଯାଇଛି। ଏନେଇ ଝିରିପାଣି ଥାନାରେ […]
ପୁରୀ : ପୁରୀ ବେଳାଭୂମିରେ ଧୂମ୍ଧାମରେ ଅନୁଷ୍ଠିତ ହୋଇଛି ଗ୍ଲୋରି ଫେଷ୍ଟ। ଚତୁର୍ଥ ସଂଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଚତୁର୍ଥ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ରାମ୍ପ ସୋ’। ଆୟୋଜିତ ଉତ୍ସବରେ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିବା କଳାକାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଭିନ୍ନ ରାଜ୍ୟରୁ ଅନେକ ପ୍ରତିଯୋଗୀ ଏହି ଉତ୍ସବରେ ଅଂଶଗ୍ରହଣ କରିଛନ୍ତି । କଣ୍ଠଶିଳ୍ପୀ ତିଲକ ଚକ୍ରବର୍ତ୍ତୀଙ୍କ ସଂଗୀତରେ ଝୁମିଥିଲେ ଛାତ୍ରଛାତ୍ରୀ। ଆଜି ଉତ୍ସବର ଉଦଯାପନୀ ସଂଧ୍ୟା ହୋଇଥିବାବେଳେ ରଂଗାରଂଗ କାର୍ଯ୍ୟକ୍ରମର ଆୟୋଜନ […]
ଭୁବନେଶ୍ୱର : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭୁବନେଶ୍ୱର ରାଜଭବନ ପାର୍କ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି। ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିବା ରାଜଭବନ ପାର୍କକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଆସି ମଜା ଉଠାଉଛନ୍ତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିଥିବା ରାଜ ଭବନକୁ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ଏବଂ ବିଭିନ୍ନ ବୟସ ଓ ବର୍ଗର ଲୋକେ ଆସି ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ବୁଲି ଦେଖୁଛନ୍ତି। ରାଜ […]
ପୁରୀ : ଶ୍ରୀମନ୍ଦିର ସଂସ୍କାରକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାର ସମ୍ଭାବନା ଅଛି। ଆବେଦନକାରୀ ମୃଣାଳିନୀ ପାଢୀଙ୍କ ପକ୍ଷରୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇପାରେ। ଜଷ୍ଟିସ୍ ଏ.କେ. ସିକ୍ରି, ଜଷ୍ଟିସ୍ ଏମ୍.ଏ. ଶାହ ଓ ଜଷ୍ଟିସ୍ ଅବ୍ଦୁଲ୍ ନଜିରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଅନ୍ୟପଟେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲା ପାଇଁ ନିଯୁକ୍ତ ଆମିକସ୍କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ଅବ୍ୟାହତି ନେବା ପରେ ଆଜି ଏହି […]
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଜନନୀ ଯନ୍ତ୍ରଣା। ରାସ୍ତା ନଥିବା ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଫଳରେ ଦୀର୍ଘ ୧୨ ଘଣ୍ଟା ଗର୍ଭ ଯନ୍ତ୍ରଣାରେ ଛଟପଟ ହେବା ପରେ ଖଟିଆରେ ବୁହା ହେଲେ ଗର୍ଭବତୀ। ମିଳିଥିବା ସୂଚନା ଅନୁସାରେ, ଡାକ୍ତରଖାନା ନେବା ବାଟରେ ଆମ୍ବୁଲାନ୍ସ ଭିତରେ ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି ସେହି ମହିଳା। କେନ୍ଦୁଝର ଜିଲ୍ଲାର ଦୁର୍ଗମ ଅଞ୍ଚଳ ବାଂଶପାଳ ବ୍ଲକ୍ର ଛଡାଡିହି ଗାଁରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ମାଆ […]
ଭୁବନେଶ୍ୱର : ଭାରତ ବନ୍ଦର ଆଜି ଦ୍ୱିତୀୟ ଦିନ। ଦେଶର ୧୦ଟି ପ୍ରମୁଖ ଶ୍ରମିକ ସଂଗଠନର ଡାକରାରେ ଚାଲିଛି ବନ୍ଦ ପାଳନ। କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ସେମାନେ ଏହି ଆନ୍ଦୋଳନ କରୁଛନ୍ତି। ଭୁବନେଶ୍ୱରରେ ବନ୍ଦର ସେତେଟା ପ୍ରଭାବ ପଡ଼ି ନାହିଁ। ସକାଳୁ ଗାଡ଼ି ଚଳାଚଳ ଏକ ପ୍ରକାର ସ୍ୱାଭାବିକ ରହିଛି। ଦୋକାନ ବଜାର ବି ଖୋଲା ଅଛି। ତେବେ ମାଷ୍ଟର କ୍ୟାଣ୍ଟିନରେ ଆନ୍ଦୋଳନକାରୀ ପିକେଟିଂ କରି ଗରିବ ରଥ ଅଟକାଇଛନ୍ତି। ତେବେ କଟକରେ ବସ୍ […]
ବରଗଡ଼ : ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ୧୧ ଦିନ ଧରି ଏହି ଅନୁଷ୍ଠିତ ହେବାକୁ ଥିବା ଏହି ଧନୁଯାତ୍ରା ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ସହରର ହାଟପଦା ପଡିଆ ଠାରେ ମହାରାଜ କଂସଙ୍କ ପାଇଁ ରାଜଦରବାର ପ୍ରସ୍ତୁତି ଚାଲିଛି। ୧୨୦ଫୁଟ ଲମ୍ବ ଓ ୭୦ ଫୁଟ ଓସାର ବିଶିଷ୍ଟ ଏହି ରାଜ ଦରବାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଲୋକଙ୍କ ମନୋରଂଜନ ପାଇଁ ନିଶାମଣି ସ୍କୁଲ ପଡିଆରେ […]
ବାଲେଶ୍ୱର : ଭାରତ ବନ୍ଦରେ ପର୍ଯ୍ୟଟକ ହନ୍ତସନ୍ତ। ବାଲେଶ୍ୱର ନୀଳଗିରି ଅଞ୍ଚଳକୁ ଆସୁଥିବା ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ଓ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ବେଳେ ଅନେକ ଅଟକି ରହିଛନ୍ତି। ଅଧିକାଂଶ ପର୍ଯ୍ୟଟକ ହୋଟେଲ ଗୁଡିକରେ ଅଟକି ରହିଛନ୍ତି। ପଞ୍ଚଲିଙ୍ଗେଶ୍ୱର ପିକ୍ନିକ୍ ସ୍ଥଳ ହୋଇଥିବାରୁ ବନ୍ଦ ଯୋଗୁଁ ଲୋକମାନେ ବାହାରକୁ ମଧ୍ୟ ବାହାରି ପାରୁନାହାନ୍ତି। ଦୋକାନ ବଜାର ବନ୍ଦ ରହିଥିବା ଯୋଗୁ […]
ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି। ପରମ୍ପରା ବିଧି ମୁତାବକ ଆଜି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଦତ୍ତ ମହାପାତ୍ର ସେବକ ଏହି ଗୁପ୍ତସେବା କରିବେ। ଏହି ସେବାନୀତି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦର୍ଶନ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଶ୍ରଦ୍ଧାଳୁ ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିପାରିବେ।
କଟକ : ମେଡିକାଲରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ତାତିଲେ ଲୋକେ। ପ୍ରତିବାଦ କରି ମେଡିକାଲରେ ତାଲା ପକାଇଛନ୍ତି ସ୍ଥାଧାରଣ ଜନତା। ତାଲା ପକାଇବା ସହ ମେଡିକାଲ ବାହାରେ ଆନ୍ଦୋଳନରେ ବସିଛନ୍ତି। କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଯୋଡୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୃଷ୍ଟି ହୋଇଛି ଏହିଭଳି ପରିସ୍ଥିତି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ଜଣ ଡାକ୍ତରଙ୍କ ଆବଶ୍ୟକ ରହୁଥିବାବେଳେ ଷ୍ଟାଫ୍ ନର୍ସ ଏବଂ ଫାର୍ମାସିଷ୍ଟଙ୍କୁ ନେଇ ଚାଲୁଛି। ଏହି ଡାକ୍ତରଖାନା ଡାକ୍ତର ନିଯୁକ୍ତି ନେଇ […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ତଳସରା ଥାନା ରାଶିପତରାରେ ଅଘଟଣ। ଟ୍ରାକ୍ଟର ଟାୟାର ଫାଟି ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ସୁନ୍ଦରଗଡ଼ ମେଡିକାଲରେ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଟ୍ରାକ୍ଟର ଟାୟାର ଉପରେ ଠିଆ ହୋଇ ପମ୍ପ ଦେଉଥିବାବେଳେ ଟାୟାରଟି ଫାଟି ଯାଇଥିଲା। ଏତିକିବେଳେ ଟାୟାର ଉପରେ ଠିଆ ହୋଇଥିବା ଗାଡ଼ିର ଡ୍ରାଇଭର ଜଣକ ଉପରକୁ ଉଡି ଯାଇ ଏକ ବିଦ୍ୟୁତ୍ ତାରରେ ଲାଗି ତାଙ୍କର ମୃତ୍ୟୁ […]
ଭୁବନେଶ୍ୱର : ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନର ଆଜି ଦ୍ୱିତୀୟ ଦିନ। କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ଦେଶବ୍ୟାପୀ ୧୦ରୁ ଅଧିକ ଟ୍ରେଡ ୟୁନିୟନ ଗତକାଲି ଠାରୁ ଦୁଇ ଦିନିଆ ଧର୍ମଘଟ କରୁଛନ୍ତି। କାଲି ପ୍ରଥମ ଦିନରେ ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ସହ ଦୋକାନବଜାର ବନ୍ଦ ରହିଥିଲା। ଆଜି ସକାଳୁ ସକାଳୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପଡିଛି। ପ୍ରାୟ ୨୦କୋଟି ଶ୍ରମିକ ଧର୍ମଘଟରେ ପ୍ରତ୍ୟକ୍ଷ ଓ ପରୋକ୍ଷ […]
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ମୋଦିଙ୍କ ମାଷ୍ଟ୍ରରଷ୍ଟ୍ରୋକ୍। ସାଧାରଣ ବର୍ଗର ଆର୍ଥିକ ପଛୁଆ ଶ୍ରେଣୀ ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ଏଥିଲାଗି ଆଜି ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ବି ଆଗତ ହୋଇଛି। ସାଧାରଣ ବର୍ଗର ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗି ସୋମବାର କ୍ୟାବିନେଟ୍ ନିଷ୍ପତ୍ତି। ୨୪ ଘଣ୍ଟା ମଧ୍ୟରେ ଲୋକସଭାରେ ଆଗତ ହେଲା ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍। ଅଧିକାଂଶ ଦଳ ବିଲ୍କୁ ସମର୍ଥନ କରୁଥିବାରୁ ଗୃହରେ ସୁରୁଖୁରୁରେ […]
ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ସେହି ଦିନ ସକାଳ ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ କଟକ ବାଲିଯାତ୍ରା ପଡ଼ିଆ ସାଧାରଣ ସଭାରେ ଯୋଗଦେବେ ରାହୁଲ। ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ସାଧାରଣ ସଭା ଅନୁଷ୍ଠିତ ହେବ। ଏହାସହ କଟକରେ ଏକ କର୍ମୀ ସମ୍ମିଳନୀରେ ବି ରାହୁଲ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। କଟକରୁ ଭୁବନେଶ୍ୱର ଫେରିବା […]
ଭୁବନେଶ୍ୱର : ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ବାଲେଶ୍ୱର, ପୁରୀ,ଖୋର୍ଦ୍ଧା,ଜଗତସିଂହପୁର, ସମ୍ବଲପୁର, ଯାଜପୁର ,କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ବଲାଙ୍ଗିର,ମୟୂରଭଞ୍ଜ, କୋରାପୁଟ , ଅନୁଗୁଳ, ନବରଙ୍ଗପୁର,ଢେଙ୍କାନାଳ , ରାୟଗଡ଼ା,ଗଜପତି, ମାଲକାନଗିରି ଓ ବରଗଡ଼ ଆଦି ଜିଲ୍ଲାରେ କାଲି ସ୍କୁଲ ଛୁଟି ରହିବ। ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଜାରି ରହିଥିବା ବନ୍ଦ ଡାକରାକୁ ନେଇ ଏହି ଛୁଟି ଘୋଷଣା ହୋଇଛି। ଆସନ୍ତାକାଲି ଦ୍ୱିତୀୟ ଦିନ। ତେଣୁ ଆସନ୍ତାକାଲି ରାଜ୍ୟର […]
ଭୁବନେଶ୍ୱର : ଟ୍ରେଡ୍ ୟୁନିୟନର ଧର୍ମଘଟ ସତ୍ତ୍ୱେ ଆଜି ଅନୁଷ୍ଠିତ ହୋଇଛି ଜେଇଇ ମେନ୍ ପରୀକ୍ଷା। ଭୁବନେଶ୍ୱର ସମେତ ରାଜ୍ୟର ୯ଟି ସହରରେ ପରୀକ୍ଷା ହୋଇଥିଲା। ସାରା ଦେଶରେ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାରୁ ପ୍ରାୟ ୩୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଆଜି ପ୍ରଥମ ଦିନରେ ବି.ଆର୍କ ଓ ବି.ପ୍ଲାନିଂ ପାଇଁ ପରୀକ୍ଷା ହୋଇଥିଲା। ସକାଳ ୯.୩୦ରୁ ୧୨.୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଦିନ ୨.୩୦ରୁ ୫. ୩୦ […]
କେନ୍ଦ୍ରାପଡ଼ା : ଦୁବାଇକୁ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରିବାକୁ ଯାଇଥିବା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ପରେ ଆସିପାରୁନି ଶବ। ମୃତକ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ରାଧାନଗର ଗାଁର ଦୁଃଶାସନ ପାତ୍ର ବୋଲି ଜଣାପଡ଼ିଛି। ଗତ ୩୧ ତାରିଖରେ ଦୁଃଶାସନଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଥିବା ନେଇ ଫୋନ ଆସିଥିଲା। ଘଟଣାକୁ ୮ ଦିନ ବିତିଥିଲେ ବି ଶବ ଆସିନଥିବାରୁ ତାଙ୍କ ପରିବାର ଚିନ୍ତାରେ ଅଛନ୍ତି। ଦୁଃଶାସନଙ୍କ ମୃତଦେହ ଫେରାଇ ଆଣିବା ଲାଗି ଗ୍ରାମବାସୀ ଓ […]
ଭୁବନେଶ୍ୱର : ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନର ଆସନ୍ତାକାଲି ଦ୍ୱିତୀୟ ଦିନ। ତେଣୁ ଆସନ୍ତାକାଲି ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ ନା ନାହିଁ, ସେ ସମ୍ପର୍କରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ଦ ପାଳନର ପ୍ରଥମ ଦିନରେ ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ତେବେ ଆସନ୍ତାକାଲି ଜିଲ୍ଲାପାଳମାନେ ସ୍ଥାନୀୟ ଅଞ୍ଚଳର ସ୍ଥିତିକୁ ଦେଖି ନିଷ୍ପତ୍ତି ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ […]
ବ୍ରହ୍ମପୁର : ବ୍ରହ୍ମପୁର ଷ୍ଟେସନରେ ଦୂରନ୍ତ, ଅହମ୍ମଦାବାଦ୍-ପୁରୀ ଏକ୍ସପ୍ରେସକୁ ଅଟକାଇଛନ୍ତି ଆନ୍ଦୋଳନକାରୀ। ଅନ୍ୟପଟେ ଛତ୍ରପୁରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଛତ୍ରପୁରର ଜାତୀୟ ରାଜପଥ ଅବରୋଧ କରିବା ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ବନ୍ଦ କରିଛନ୍ତି ସଂଗଠନର କର୍ମୀ। ଯାଜପୁର ଜିଲ୍ଲାରେ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ୧୨ ଦଫା ଦାବି ନେଇ ଭାରତ ବନ୍ଦକୁ ସମର୍ଥନ କରାଯାଇଛି। ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକା, କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ବ୍ୟାସନଗର ପୌରାଞ୍ଚଳ ସମେତ ବିଭିନ୍ନ […]
ଭୁବନେଶ୍ୱର : ଭୁବନେଶ୍ୱରରେ ପଞ୍ଚଦଶ ଅର୍ଥ କମିଶନଙ୍କ ବୈଠକ। ଅଧ୍ୟକ୍ଷ ନନ୍ଦକିଶୋର ସିଂଙ୍କ ଅଧ୍ୟକ୍ଷତାରେ ୧୭ ଜଣିଆ ଟିମ୍ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ଭେଟି ଆଲୋଚନା କରୁଛନ୍ତି କମିଶନ। ପ୍ରଥମେ ବିଭିନ୍ନ ପଞ୍ଚାୟତିରାଜ, ପୌର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ପଞ୍ଚାୟତ ଓ ପୌର ପରିଷଦ ସ୍ତରରେ ବିକାଶ ନେଇ ମତ ଲୋଡିଛନ୍ତି। ଏହାପରେ କମିଶନ ବିଭିନ୍ନ ଶିଳ୍ପ ସଂସ୍ଥା ଓ ଚ୍ୟାମ୍ବର୍ସ ଅଫ୍ କମର୍ସ, ବ୍ୟବସାୟୀ ସଂଘର ପ୍ରତିନିଧିଙ୍କୁ ଭେଟିଛନ୍ତି। ଏଥିସହ ରାଜନୈତିକ ଦଳର […]
ଭୁବନେଶ୍ୱର : ଚାଷୀ ପ୍ରସଙ୍ଗକୁ ନେଇ ରାଜଧାନୀରେ ବିଜେପି ଦେଇଛି ରଣହୁଙ୍କାର। ଧାନ ମଣ୍ଡିରେ ଚାଷୀଙ୍କ ଦୁର୍ଦ୍ଦଶା ସାଙ୍ଗକୁ କଟନି ଛଟନିରେ ଜର୍ଜରିତ ଚାଷୀଙ୍କୁ ମୁକୁଳାଇବା ଦାବିରେ ସଚିବାଳୟ ଘେରାଉ ଅଭିଯାନରେ ଆସିଛନ୍ତି ବିଜେପି କୃଷକମୋର୍ଚ୍ଚା ସଦସ୍ୟଙ୍କ ସହ ନେତା ଓ କର୍ମୀ। ସଚିବାଳୟ ଆଗରେ ହଜାର ହଜାର ବିଜେପି ସମର୍ଥକ ଓ ନେତା ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିବାବେଳେ ପୁଲିସ ସେମାନଙ୍କୁ ବାଧା ଦେବାରୁ ସେଠାରେ ବେଶ୍ କିଛି ସମୟ ଧରି ଧସ୍ତାଧସ୍ତି […]
ପୁରୀ : ଆଗାମୀ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଶ୍ରୀମନ୍ଦିରରୁ ମାଳ ଓ ମହାପ୍ରସାଦ ନେଇ ନୀତି ପ୍ରଶାସକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ବଡରାଉଳ ଠାକୁରାଣୀଙ୍କୁ ନିମନ୍ତ୍ରଣ ଲାଗି ଯାତ୍ରା କରିଛନ୍ତି। ମଙ୍ଗଳବାର ବଡରାଉଳ ଠାକୁରାଣୀଙ୍କ ମନ୍ଦିରରେ ହୋମ, ପୂଜାର୍ଚ୍ଚନା ଆଦି କରାଯିବ। ଠାକୁରାଣୀଙ୍କୁ ମାଳ, ମହାପ୍ରସାଦ ଲାଗି କରାଯିବ। ଏହାପରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆବଶ୍ୟକ ଅସନ, ଫାସି ଓ ଧଉରା କାଠ ଆଦିକୁ କଟାଯିବା ପାଇଁ […]