• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

cost
ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲା ଭାରତୀୟ ତଟରକ୍ଷୀ ବାହିନୀ

ପାରାଦୀପ : ଗଭୀର ସମୁଦ୍ର ଭିତରରୁ ମିଳିଥିବା ବୋଟ୍ ଡ୍ରାଇଭରଙ୍କ ମୃତଦେହ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ ତଟରକ୍ଷୀ ବାହିନୀ। କୋଷ୍ଟଗାର୍ଡ ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି, ଗତକାଲି ରାତି ପ୍ରାୟ ୯ଟା ୨୦ ବେଳେ ଗହିରମଥା ଉପକୂଳରେ ପାଟ୍ରୋଲିଂ ବେଳେ ଏକ ସନ୍ଦିଗ୍ଧ ଟ୍ରଲର୍ ଠାବ କରାଯାଇଥିଲା। ତଟରକ୍ଷୀ ବାହିନୀର ପାଟ୍ରୋଲିଂ ଜାହାଜ ଏହାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। ତେବେ ଟ୍ରଲର୍‌ଟି ନ ଅଟକି ଏହା ଦିଗ ବଦଳାଇ ପଳାଇବାକୁ […]

  • Friday, 16 July 2021
vlw
ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ VLW ଅଟକ

ମୟୁରଭଞ୍ଜ : ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ VLW ଅଟକ। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍‌ ବଡ଼ଖିଲାଡି ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି। ଆଜି ଖାଉଟି ସାମଗ୍ରୀ ଓ ଭତ୍ତା ବଣ୍ଟନ ବେଳେ VLW  ବିଦ୍ୟୁତ୍ ମହାପାତ୍ର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ହିତାଧିକାରୀମାନେ VLWଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଘେରାଉ କରି ରଖିବା ସହ ତାଲା ପକାଇଦେଇଥିଲେ। ଖବର ପାଇ କପ୍ତିପଦା ପୁଲିସ VLWଙ୍କୁ  ଉଦ୍ଧାର କରିଛି। ତେବେ ଅଭିଯୋଗକୁ ନେଇ VLWଙ୍କ […]

  • Friday, 16 July 2021
guru darshan
ମୟୁରଭଞ୍ଜରେ ଗୁରୁ ଦର୍ଶନ ଦିବସ ପାଳିତ

ରାଇରଙ୍ଗପୁର : ଚାଲିଛି ପାରମ୍ପରିକ ପୂଜାର୍ଚ୍ଚନା। ଭୋଗରାଗ ଧରି ନିଜ ପାଳିକୁ ଶହ ଶହ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି। ସାନ୍ତାଳୀ ଭାଷା ଅଲ୍‌ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଗୁରୁଦର୍ଶନ ଦିବସ ଅବସରରେ ସାନ୍ତାଳୀ ସମୂଦାୟର ଲୋକେ ଏକାଠି ହୋଇଛନ୍ତି। ଓଡ଼ିଶା ସହ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଆସାମରୁ ଆସିଥିବା ସାନ୍ତାଳୀ ସମୂଦାୟର ଲୋକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିସ୍ଥଳରେ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ସେମାନେ ସାନ୍ତାଳୀ ସମୁଦାୟ ପ୍ରତି ପଣ୍ଡିତ ମୁର୍ମୁଙ୍କ ଅବଦାନକୁ […]

  • Friday, 16 July 2021
chilika
୭ମ ଚିଲିକା ମହୋତ୍ସବ ଉଦ୍‌ଘାଟିତ

ବ୍ରହ୍ମଗିରି : ଚିଲିକା ସାତପଡ଼ାରେ ଉଦ୍‌ଘାଟିତ ହୋଇଯାଇଛି ୭ମ ଚିଲିକା ମହୋତ୍ସବ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ମହୋତ୍ସବ ଆୟୋଜିତ ହୋଇଛି। ଉଦଘାଟନୀ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ଦର୍ଶକ।

  • Friday, 16 July 2021
12
ଆଜିଠୁ ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼ : ଉଦ୍‌ଘାଟିତ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜି ଠାରୁ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ଏଥିପାଇଁ ଚଳଚଞ୍ଚଳ ହୋଇଛି ବରଗଡ଼ ସହର। ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ସାଜିଛି ଗୋପପୁର। ମଥୁରା ନଗରୀରେ ଚାଲିବ ମହାରାଜ କଂସଙ୍କ ରାଜୁତି ଏବଂ ଗୋପପୁର ଅମ୍ବାପାଲ୍ଲୀରେ ମଞ୍ଚସ୍ଥ ହେବ କୃଷ୍ଣଲୀଳା ମହୋତ୍ସବ। କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ଉପସ୍ଥିତିରେ ସ୍ଥାନୀୟ ଜନପ୍ରତିନିଧି ଧନୁଯାତ୍ରାକୁ ଉଦଘାଟନ କରିଥିଲେ। ଏହାପରେ ଦେବକୀ ବସୁଦେବଙ୍କ ବିବାହ, କଂସଙ୍କୁ […]

  • Friday, 16 July 2021
odia
ଦୁବାଇରୁ ଓଡ଼ିଆ ଯୁବକଙ୍କ ମୃତଦେହ ଆସିଲା ; ଶ୍ରଦ୍ଧାଞ୍ଜଳି ଜଣାଇଲେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଆଳି ଅଞ୍ଚଲର ଦୁଶାସନ ପାତ୍ରଙ୍କ ମର ଶରୀର ଦୁବାଇରୁ ଓଡ଼ିଶା ଆସିଛି। ମୃତ୍ୟୁର ୧୧ ଦିନ ପରେ ଆଜି ଓଡିଶାରେ ପହଞ୍ଚିଛି ମୃତଦେହ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କ ମରଶରୀର ପହଞ୍ଚିବା ପରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଦୁବାଇରେ ପାଇପ୍‌ କାରିଗର ଭାବେ କାମ କରୁଥିଲେ ଦୁଶାସନ। ସେ ୭ ମାସ ତଳେ ଦୁବାଇ କାମ କରିବାକୁ ଯାଇଥିଲେ ଗତ ୩୧ ତାରିଖରେ ହୃଦ୍‌ଘାତରେ […]

  • Friday, 16 July 2021
chilika
ଚିଲିକା କାଳିଜାଈ ପୀଠର ଉନ୍ନତିକରଣ ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ବିବାଦ

ପୁରୀ : ଚିଲିକା କାଳିଜାଈ ପୀଠର ଉନ୍ନତିକରଣ ପ୍ରକଳ୍ପ ଉଦ୍‌ଘାଟନକୁ ନେଇ ବିବାଦ। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପୂର୍ବରୁ ଏହାକୁ ତରବରିଆ ଉଦ୍‌ଘାଟନ କରାଯାଇଥିବା ଅଭିଯୋଗ କରିଛନ୍ତି ପାରିକୁଦ ଗଡ଼ ରାଜା ସନ୍ତୋଷ ଦେଓ। ଏହାସହ ଉଦ୍‌ଘାଟନ ପ୍ରକଳ୍ପକୁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଏହାକୁ ନେଇ ରାଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ସେପଟେ ବାକିଥିବା କାମକୁ ଖୁବଶୀଘ୍ର ଶେଷ କରାଯିବ ବୋଲି ଅତିରିକ୍ତ […]

  • Friday, 16 July 2021
protest
ନିୟମଗିରିରେ ସିଆରପିଏଫ୍‌ କ୍ୟାମ୍ପକୁ ବିରୋଧ

କଳାହାଣ୍ଡି: ସିଆରପିଏଫ୍ କ୍ୟାମ୍ପ ନୁହେଁ ଆମକୁ ମୌଳିକ ସୁବିଧା ଦିଆଯାଉ। ନିୟମଗିରିର ଡଙ୍ଗରିଆ କନ୍ଧଙ୍କ ମେଳିରେ ଶୁଣିବାକୁ ମିଳିଛି ଏଭଳି ନାରାବାଜି। ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ , ମୃତ୍ୟୁ ନୁହେଁ ମୁକ୍ତି ଚାହୁଁ। ମୁହଁରେ ଏହି ଭଳି ସ୍ଲୋଗାନ୍ ଆଉ ହାତରେ ଅସ୍ତ୍ରଶସ୍ତ୍ର ଧରି ଡଙ୍ଗରିଆ, କନ୍ଧ ଜେରାଦାର ବିରୋଧ କରୁଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ତ୍ରିଲୋଚନପୁର ଗାଁରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। ସିଆରପିଏଫ୍ କ୍ୟାମ୍ଫକୁ ବିରୋଧ ଆଉ ଶିକ୍ଷା, ସ୍ୱାସ୍ଥ୍ୟ ସେବା, […]

  • Friday, 16 July 2021
rahul gandhi
ମାର୍ଚ୍ଚ ୨ରେ ଓଡ଼ିଶା ଗସ୍ତରେ ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୨ ତାରିଖରେ ରାହୁଲ ଗାନ୍ଧି ପୁଣି ଥରେ ଓଡ଼ିଶା ଗସ୍ତରେ ଆସିବେ। ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏହା ଦିନିକିଆ ଗସ୍ତ ହେବ। ଏହି ଗସ୍ତ କାଳରେ ରାହୁଲ କୋରାପୁଟର ଜୟପୁର ଓ ବରଗଡ଼ରେ ସାଧାରଣ ସଭା କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ସମୟର ସ୍ୱଳ୍ପତା ଓ କାର୍ଯ୍ୟବ୍ୟସ୍ତତାକୁ ଆଖି ଆଗରେ ରଖି ଦୁଇଟି ନୁହେଁ, ବରଂ ଗୋଟିଏ ସ୍ଥାନରେ ସଭା ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। […]

  • Friday, 16 July 2021
c1
ଆଜି ରାଜଧାନୀରେ ଗର୍ଜିବ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତ ମିଳିତ ମଞ୍ଚ

ଭୁବନେଶ୍ୱର : ଆଜି ରାଜଧାନୀରେ ଗର୍ଜିବ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତ ମିଳିତ ମଞ୍ଚ। ସରକାର ଟଙ୍କା ଫେରାଇବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନଥିବାରୁ ଏହାର ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ଯାଏ ସତ୍ୟାଗ୍ରହ କରାଯିବ ବୋଲି କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଆବାହାକ ଜୟନ୍ତ ଦାସ କହିଛନ୍ତି। କ୍ଷତିଗ୍ରସ୍ତ ଜମାକାରୀଙ୍କୁ କର୍ପସ୍‌ ଫଣ୍ଡ୍‌ରୁ ଟଙ୍କା ଫେରାଯିବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ଏହାକୁ ପାଳନ କରାଯାଇନଥିବା ଜମାକାରୀ ଅଭିଯୋଗ ଆଣିଛନ୍ତି। ଯଦିଓ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା […]

  • Friday, 16 July 2021
kalia
ଚିତ୍ରକୋଣ୍ଡାର ୧୮ଟି ପଞ୍ଚାୟତରେ କାଳିଆ ଯୋଜନା ଆରମ୍ଭ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରାକୋଣ୍ଡା ପଂଚାୟତ ସମିତିର ୧୮ଟି ପଂଚାୟତରେ ଆରମ୍ଭ ହୋଇଛି କାଳିଆ ଯୋଜନା। ଚଳିତମାସ ୨ ତାରିଖରୁ ଏହି ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରତ୍ୟେକ ପଂଚାୟତ କାର୍ଯ୍ୟାଳୟରେ ଆବେଦନ ପତ୍ର ସଂଗ୍ରହ କରି କୃଷକମାନେ ଆବେଦନ କରିଛନ୍ତି। ରାଜ୍ୟସରକାରଙ୍କ କାଳିଆ ଯୋଜନାରେ କୃଷକମାନେ ଅନ୍ତର୍ଭୁକ୍ତ ହେବା ସହ ବିନା ସୁଧରେ ଚାଷ ପାଇଁ ଋଣ ବି ମିଳିବ। ଏଥିସହ ବଡ଼ପଡାରେ ଆଜିପର୍ଯ୍ୟନ୍ତ ୨୨୫ଟି ଚାଷୀ ଚିହ୍ନଟ ହୋଇଥିବା କହିଛନ୍ତି ଭିଏଡବ୍ଲୁ ଲିଙ୍ଗରାଜ ଭୂମିଆ।

  • Friday, 16 July 2021
bjd-congress
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିବାଦ

 ବଲାଙ୍ଗିର  : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ନେଇ ମୁହାଁମୁହିଁ ବିଜେଡି ଓ କଂଗ୍ରେସ। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଶିବତଲା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀଙ୍କ ସହ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, ସାଂସଦ କଳିକେଶ ନାରାୟଣ ସିଂଦେଓ, ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂଦେଓ ପ୍ରମୁଖ ଯୋଗ ଦେଇଥିଲେ। ଏହାସହିତ ବିଜେଡି ଓ କଂଗ୍ରେସ ସମର୍ଥକମାନେ ବି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। […]

  • Friday, 16 July 2021
timi
ଭିତରକନିକା ଜାତୀୟ ଉଦ୍ୟାନରେ ଭାସୁଛି ମଲା ତିମି

 କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନ ଅହିରାଜପୁର ଜଙ୍ଗଲ ନିକଟରେ ଭାସୁଛି ଏକ ବିରାଟକାୟ ମଲା ତିମି। ଏହାର ଲମ୍ବ ପାଖାପାଖି ୩୦ ଫୁଟ୍ ବୋଲି ଅନୁମାନ କରିଛି ବନବିଭାଗ। ତେବେ ଏତେ ବଡ଼ ତିମି କିପରି ମଲା, ସେନେଇ କୌଣସି କାରଣ ସ୍ପଷ୍ଟ ହୋଇପାରିନି। ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।

  • Friday, 16 July 2021
surya
କ୍ୱିଣ୍ଟାଲ୍ ପିଛା ଧାନ ୧୭୫୦ ଟଙ୍କାରେ ମଣ୍ଡିରେ ବିକୁଛନ୍ତି ଚାଷୀ : ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର :  ରାଜ୍ୟର ଚାଷୀ ମଣ୍ଡିରେ ଧାନ କ୍ୱିଣ୍ଟାଲ୍ ପିଛା ୧୭୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହାର ଗୋଟିଏ ଟଙ୍କା ବି କମ୍ ମୂଲ୍ୟରେ ଚାଷୀ ବିକ୍ରି କରୁନାହାନ୍ତି। ଯଦି ଏଥିରୁ କମ୍ ମୂଲ୍ୟରେ ଧାନ ବିକ୍ରି ହେଉଥିବ, ସେ ରାଜନୀତିରୁ ବିଦାୟ ନେବେ। ଆଜି ସାମ୍ବାଦିକ ସମ୍ମିଳନୀରେ ଏପରି କିଛି କହିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ବିଜେପି ଓ ଅନ୍ୟ ବିରୋଧୀ ଦଳମାନେ ଲଗାଉଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଚଳିତ ବର୍ଷ […]

  • Friday, 16 July 2021
modi
ଆସନ୍ତା ୧୫ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଲାଙ୍ଗୀର ଗସ୍ତର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ନେଇ ସମ୍ଭାବ୍ୟ କାର୍ଯ୍ୟସୂଚୀ ଜାରି ହୋଇଛି। ପ୍ରଧାନମନ୍ତ୍ରୀ ସେହି ଦିନ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସକାଳ୯ଟା ୩୦ରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବେ। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ବଲାଙ୍ଗିର ଯିବେ ମୋଦି। ଦିନ ୧୦ଟା ୪୦ରେ ବଲାଙ୍ଗିର ରେଲ୍‌ୱେ ଷ୍ଟେସନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହି ଠାରୁ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ପଥରଚେପା ଯାଇ […]

  • Friday, 16 July 2021
accident
ନୂଆପଡ଼ା ଦର୍ଲିମୁଣ୍ଡା ଗାଁ ନିକଟରେ ସଡ଼କ ଦୁର୍ଘଟଣା

ନୂଆପଡ଼ା  : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଦର୍ଲିମୁଣ୍ଡା ଗାଁ ନିକଟରେ ସଡ଼କ ଦୁର୍ଘଟଣା। ଏକ ନିର୍ମାଣାଧିନ ପୋଲ ତଳକୁ ବାଇକ୍‌ ଖସି ପଡିବା ଫଳରେ ୩ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ୨ଜଣଙ୍କ ପରିଚୟ ମିଳିଥିବାବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ମୃତକ ନିକଟସ୍ଥ ଖଲିଆପାଣି ଗାଁର ଚୈନ୍ ସିଂ ମାଝୀ ଓ ପୁନିତରାମ ମାଝୀ। ଗତକାଲି ରାତିରେ ଏମାନେ ଧନୁଯାତ୍ରା ଦେଖି ଘରକୁ ଫେରୁଥିଲେ। ତେବେ ରାସ୍ତାରେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲେ। ଆଜି […]

  • Friday, 16 July 2021
naveen
ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ : ବିଜେଡି ମହାମେଣ୍ଟରେ ଯୋଗ ଦେବ ନାହିଁ

ଭୁବନେଶ୍ୱର : ଜାତୀୟସ୍ତରରେ କୌଣସି ପ୍ରକାର ମହାମେଣ୍ଟରେ ବିଜେଡିର ଯୋଗଦାନ ସମ୍ଭାବନାକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସେ ପୁଣି ଥରେ ସ୍ପଷ୍ଟ କରିଛନ୍ତି, ବିଜେଡି ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ବଜାୟ ରଖିବ। କୌଣସି ମେଣ୍ଟରେ ଯୋଗ ଦେବ ନାହିଁ। ଏହା ସହିତ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି, ଏବେ ମନ୍ତ୍ରିମଣ୍ଡଳରେ କୌଣସି ପ୍ରକାର ଅଦଳ ବଦଳ ହେବାର ନାହିଁ। ଏ ନେଇ ଆଗରୁ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଯେ, […]

  • Friday, 16 July 2021
attack on player house
ମହିଳା କ୍ରିକେଟରଙ୍କ ଘର ଉପରେ ଆକ୍ରମଣ

ବଲାଙ୍ଗିର : ବଲାଙ୍ଗିରରେ ମହିଳା କ୍ରିକେଟର ସରିତା ମେହେରଙ୍କ ଘର ଉପରେ ଆକ୍ରମଣ। ଏହି ଆକ୍ରମଣ ଘଟଣାରେ ପୁଲିସ ୧୦ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୮ଜଣ ମହିଳା ଅଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ୫ ତାରିଖରେ ସରିତାଙ୍କ ଘର ଉପରେ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ ଦୁର୍ବୃତ୍ତ। ଆକ୍ରମଣରେ ସରିତାଙ୍କ ବାପା, ଭାଇ ଓ ସାଙ୍ଗ ଆହତ ହୋଇଥିଲେ। ସରିତା ଓଡ଼ିଶା ମହିଳା କ୍ରିକେଟ ଦଳର ଜଣେ […]

  • Friday, 16 July 2021
deer
ପୁରୀ ଇଣ୍ଡୋର ଷ୍ଟାଡିୟମ୍‌ ପରିସରରୁ ଏକ ଚିତ୍ରା ହରିଣର ମୃତଦେହ ଉଦ୍ଧାର

ପୁରୀ  : ପୁରୀ ଇଣ୍ଡୋର ଷ୍ଟାଡିୟମ୍‌ ପରିସରରୁ ଏକ ଚିତ୍ରା ହରିଣର ମୃତଦେହ ଉଦ୍ଧାର ହୋଇଛି। ହରିଣଟିକୁ କେହି ଆକ୍ରମଣ କରି ମାରି ଦେଇଥିବା ସନ୍ଦେହ କରାଯାଉଛି। ତା’ର ପେଟ ଓ ଲାଞ୍ଜ ନିକଟରେ ଗଭୀର କ୍ଷତ ସୃଷ୍ଟି ହେବା ସହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିରହିଛି। ତେବେ କିପରି ଚିତ୍ରା ହରିଣର ମୃତ୍ୟୁ ହେଲା, ତାହା ଅସ୍ପଷ୍ଟ ରହିଛି। ଲୋକେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ହରିଣଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର […]

  • Friday, 16 July 2021
cm
ଅର୍ଥ କମିଶନଙ୍କ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦାବି ଉପସ୍ଥାପନ

ଭୁବନେଶ୍ୱର : ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ  ରାଜ୍ୟ ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଟ୍ୟାକ୍ସ ଡିଭୋଲ୍ୟୁସନକୁ ୪୨ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି। ଏହା ସହିତ ଆହୁରି ୧୦ ବର୍ଷ ରାଜ୍ୟ ସହିଥିବା ଜିଏସ୍‌ଟି କ୍ଷତିର ଭରଣା କରିବା ଓ କୋଇଲା ଖଣି ଅ଼ଞ୍ଚଳରୁ ଗ୍ରୀନ୍ ଏନର୍ଜି ସେସ୍ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ୧୫ […]

  • Friday, 16 July 2021
fire
ଶ୍ରମିକ ନେତାଙ୍କ ଘର ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା : ରାଉରକେଲା ଝିରିପାଣି ଅଂଚଳରେ ରହୁଥିବା ମୂଳ ଆଦିବାସୀ ବଞ୍ଚାଅ ମଞ୍ଚର ନେତା ତଥା ଶ୍ରମିକ ନେତା ଚକ୍ରଧର ମହନ୍ତଙ୍କ ଘରେ ଅଗ୍ନିକାଣ୍ଡ। ଗତକାଲି ରାତିରେ ଶୋଇଥିବାବେଳେ, କେହି ଦୁର୍ବୃତ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପରେ ଆଖପାଖ ଲୋକ ନିଆଁକୁ ଆୟତ କରିବା ସହ ସେମାନଙ୍କୁ ଘରୁ ଉଦ୍ଧାର କରିଥିଲେ। ଅଗ୍ନିକାଣ୍ଡରେ ଚକ୍ରଧରଙ୍କ ଘରର କିଛି ଅଂଶ ପୋଡିଯାଇଥିବାବେଳେ ୪ଟି ଗାଡ଼ି ସଂପୂର୍ଣ୍ଣ ପୋଡି ଯାଇଛି। ଏନେଇ ଝିରିପାଣି ଥାନାରେ […]

  • Friday, 16 July 2021
glory fest
ପୁରୀ ବେଳାଭୂମିରେ ଅନୁଷ୍ଠିତ ଗ୍ଲୋରି ଫେଷ୍ଟ

ପୁରୀ  : ପୁରୀ ବେଳାଭୂମିରେ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଛି ଗ୍ଲୋରି ଫେଷ୍ଟ। ଚତୁର୍ଥ ସଂଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଚତୁର୍ଥ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ରାମ୍ପ ସୋ’। ଆୟୋଜିତ ଉତ୍ସବରେ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିବା କଳାକାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଭିନ୍ନ ରାଜ୍ୟରୁ ଅନେକ ପ୍ରତିଯୋଗୀ ଏହି ଉତ୍ସବରେ ଅଂଶଗ୍ରହଣ କରିଛନ୍ତି । କଣ୍ଠଶିଳ୍ପୀ ତିଲକ ଚକ୍ରବର୍ତ୍ତୀଙ୍କ ସଂଗୀତରେ ଝୁମିଥିଲେ ଛାତ୍ରଛାତ୍ରୀ। ଆଜି ଉତ୍ସବର ଉଦଯାପନୀ ସଂଧ୍ୟା ହୋଇଥିବାବେଳେ ରଂଗାରଂଗ କାର୍ଯ୍ୟକ୍ରମର ଆୟୋଜନ […]

  • Friday, 16 July 2021
raj
ରାଜଭବନରେ ଫୁଲ ବଗିଚା, ଫାଉଣ୍ଟେନର ମଜା ଉଠାଉଛନ୍ତି ଦର୍ଶକ

ଭୁବନେଶ୍ୱର : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭୁବନେଶ୍ୱର ରାଜଭବନ ପାର୍କ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି। ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିବା ରାଜଭବନ ପାର୍କକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଆସି ମଜା ଉଠାଉଛନ୍ତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିଥିବା ରାଜ ଭବନକୁ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ଏବଂ ବିଭିନ୍ନ ବୟସ ଓ ବର୍ଗର ଲୋକେ ଆସି ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ବୁଲି ଦେଖୁଛନ୍ତି। ରାଜ […]

  • Friday, 16 July 2021
sri mandir
ଶ୍ରୀମନ୍ଦିର ସଂସ୍କାରକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାର ସମ୍ଭାବନା

ପୁରୀ : ଶ୍ରୀମନ୍ଦିର ସଂସ୍କାରକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାର ସମ୍ଭାବନା ଅଛି। ଆବେଦନକାରୀ ମୃଣାଳିନୀ ପାଢୀଙ୍କ ପକ୍ଷରୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇପାରେ। ଜଷ୍ଟିସ୍ ଏ.କେ. ସିକ୍ରି, ଜଷ୍ଟିସ୍ ଏମ୍.ଏ. ଶାହ ଓ ଜଷ୍ଟିସ୍ ଅବ୍‌ଦୁଲ୍‌ ନଜିରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଅନ୍ୟପଟେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲା ପାଇଁ ନିଯୁକ୍ତ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ଅବ୍ୟାହତି ନେବା ପରେ ଆଜି ଏହି […]

  • Friday, 16 July 2021
delivery
ଜନନୀ ଯନ୍ତ୍ରଣା ,ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଜନନୀ ଯନ୍ତ୍ରଣା। ରାସ୍ତା ନଥିବା ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଫଳରେ ଦୀର୍ଘ ୧୨ ଘଣ୍ଟା ଗର୍ଭ ଯନ୍ତ୍ରଣାରେ ଛଟପଟ ହେବା ପରେ ଖଟିଆରେ ବୁହା ହେଲେ ଗର୍ଭବତୀ। ମିଳିଥିବା ସୂଚନା ଅନୁସାରେ, ଡାକ୍ତରଖାନା ନେବା ବାଟରେ ଆମ୍ବୁଲାନ୍ସ ଭିତରେ ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି ସେହି ମହିଳା। କେନ୍ଦୁଝର ଜିଲ୍ଲାର ଦୁର୍ଗମ ଅଞ୍ଚଳ ବାଂଶପାଳ ବ୍ଲକ୍‌ର ଛଡାଡିହି ଗାଁରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ମାଆ […]

  • Friday, 16 July 2021