• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

jogesh singh
ଯୋଗେଶ ସିଂ ବିଜେଡି ଆଡ଼କୁ ମୁହାଁଇଥିବା ଚର୍ଚ୍ଚା

ସୁନ୍ଦରଗଡ଼  : କଂଗ୍ରେସ୍ ଛାଡ଼ିବା ଚର୍ଚ୍ଚା ଭିତରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କ ନୂଆ ବୟାନ। ଆସନ୍ତା ୨୫ରେ କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧିଙ୍କ ଭୁବନେଶ୍ୱର କାର୍ଯ୍ୟକ୍ରମରେ ସେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି। ପୂର୍ବରୁ ଲୋକଙ୍କ ସହ କାର୍ଯ୍ୟକ୍ରମ ସ୍ଥିର କରିସାରିଥିବାରୁ ରାହୁଲଙ୍କ ସଭାରେ ସେ ଉପସ୍ଥିତ ରହିପାରିବେ ନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୋ ପାଇଁ ଜନସାଧାରଣ ହିଁ ହାଇକମାଣ୍ଡ। ଆଗ ମାଟି, ତା ପରେ ପାର୍ଟି […]

  • Friday, 16 July 2021
bridge
ଓକିଲଙ୍କ ଆନ୍ଦୋଳନ ଯୋଗୁଁ ସମ୍ବଲପୁରରେ ଉଦ୍‌ଘାଟିତ ହୋଇପାରୁନାହିଁ ବିଭିନ୍ନ ପ୍ରକଳ୍ପ

ସମ୍ବଲପୁର : ଓକିଲଙ୍କ ଆନ୍ଦୋଳନ ଯୋଗୁଁ ସମ୍ବଲପୁରରେ ଉଦ୍‌ଘାଟିତ ହୋଇପାରୁ ନାହିଁ ବିଭିନ୍ନ ପ୍ରକଳ୍ପ। ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ୪ ମାସରୁ ଅଧିକ ସମୟ ଧରି ଚାଲିଥିବା ବେଳେ ସମସ୍ତ ସରକାରୀ ଅଫିସ ଓ କୋର୍ଟ କଚେରୀ ବନ୍ଦ ରହିଛି। ମହାନଦୀ ସେତୁ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ହେବାର ଥିଲେ ମଧ୍ୟ ଓକିଲଙ୍କ ବିରୋଧ ଯୋଗୁଁ କାର୍ଯ୍ୟକ୍ରମ ଭଣ୍ଡୁର ଆଶଙ୍କାରେ ଉଦ୍‌ଘାଟନ କାର୍ଯ୍ୟକ୍ରମ […]

  • Friday, 16 July 2021
youth murder
ପଥରରେ ଛେଚି ଯୁବକଙ୍କୁ ହତ୍ୟା

ମାଲକାନଗିରି : ମାଲକାନଗିରିରେ ଚାଞ୍ଚଲ୍ୟ। ପଥରରେ ଛେଚି ଜଣେ ଯୁବକଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି। ଖଇରପୁଟ ଥାନା କଦମଗୁଡା ଛକ ନିକଟରେ ମୃତଦେହ ପଡି ରହିଛି। ହତ୍ୟାର କାରଣ ସମ୍ପର୍କରେ ଜଣାପଡି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି।

  • Friday, 16 July 2021
Jagannath-Temple
ଶ୍ରୀମନ୍ଦିର ଦ୍ୱାରଫିଟାରେ ବିଳମ୍ବ, ନୀତି ବିଭ୍ରାଟ ନେଇ ସେବାୟତଙ୍କୁ ନୋଟିସ୍

ପୁରୀ : ଗତ ୨୮ ତାରିଖରେ ଶ୍ରୀମନ୍ଦିରରେ ହୋଇଥିବା ବିଭ୍ରାଟକୁ ନେଇ ସେବାୟତଙ୍କୁ ନୋଟିସ୍। ଦ୍ୱାରଫିଟାରେ ବିଳମ୍ବ ଓ ନୀତି ବିଭ୍ରାଟ ନେଇ ୩୪ ଜଣ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ୭ଦିନ ଭିତରେ ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଡିସେମ୍ବର ୨୮ରେ ଭିତରଚ୍ଛ ମହାପାତ୍ରଙ୍କୁ ମାଡ଼ ଘଟଣାରେ ନୀତି ବିଭ୍ରାଟ ହୋଇଥିଲା। ଏଥିଯୋଗୁ ମହାପ୍ରଭୁ ୧୪ଘଣ୍ଟାରୁ ଅଧିକ ସମୟ ଉପାସ ରହିଥିଲେ। ତାସହ ହଜାର ହଜାର ଭକ୍ତ ଦୀର୍ଘ […]

  • Friday, 16 July 2021
photo
ନାବାଳକକୁ ଅପହରଣ ପରେ ହତ୍ୟା ! ଅଭିଯୁକ୍ତ ଅଟକ , ଜେରା କରୁଛି ପୁଲିସ

ବ୍ରହ୍ମପୁର: ଫେସବୁକରୁ ବନ୍ଧୁତା। ଆଉ ତାପରେ ସେହି ସୋଶାଲ୍ ସାଇଟ୍ ସଂପର୍କରୁ ପ୍ରେମ। ତାକୁ ଗ୍ରହଣ ନ କରିବାରୁ ମହିଳାଙ୍କ ନାବାଳକ ପୁଅକୁ ନୃଶଂସ ଭାବେ ହତ୍ୟା। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁରରେ। ଏହି ଘଟଣାରେ ଅଭିଯୁକ୍ତ ଦେବାଶିଷ ପଣ୍ଡାକୁ ଗିରଫ କରାଯାଇଛି। ପୁଲିସର ସୂଚନା ଅନୁସାରେ ବ୍ରହ୍ମପୁରର ଜଣେ ମହିଳାଙ୍କ ସହିତ ଫେସବୁକରୁ ବନ୍ଧୁତା କରିଥିଲେ ଯାଜପୁର ଅଞ୍ଚଳର ଦେବାଶିଷ ପଣ୍ଡା। ପରେ ସେହି ମହିଳାଙ୍କୁ ଭଲ ପାଇ ବସିଥିଲେ ସଂପୃକ୍ତ ଯୁବକ। […]

  • Friday, 16 July 2021
krida gram
ଆଜିଠାରୁ ଆରମ୍ଭ ହେଉଛି ୭୧ତମ ରାଜ୍ୟ ପୁଲିସ ଦୌଡ଼କୁଦ ପ୍ରତିଯୋଗିତା

କଟକ : ଆଜି ଠାରୁ ଆରମ୍ଭ ହେଉଛି ୭୧ତମ ରାଜ୍ୟ ପୁଲିସ ଦୌଡ଼କୁଦ ପ୍ରତିଯୋଗିତା। କଟକ ପୁଲିସ ରିଜର୍ଭ ଗ୍ରାଉଣ୍ଡରେ ହେବାକୁ ଥିବା ଏହି ପ୍ରତିଯୋଗିତା ୧୯ ତାରିଖ ଯାଏ ଚାଲିବ। ପ୍ରତିଯୋଗୀତାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରାୟ ୫୨ଟି ଟିମ୍‌ ଅଂଶ ଗ୍ରହଣ କରିବେ। ଏହା ପୂର୍ବରୁ ବାଲିଯାତ୍ରା ଉପର ପଡ଼ିଆରେ ଉଦ୍‌ଘାଟିତ ହୋଇଛି କ୍ରୀଡ଼ା ଗ୍ରାମ। ପୁଲିସ୍ କମିଶନର ସତ୍ୟଜିତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ଗ୍ରାମର ଉଦଘାଟନ କରିଥିଲେ।

  • Friday, 16 July 2021
death
ସାମାନ୍ୟ ବଚସାକୁ ନେଇ ନାବାଳକଙ୍କୁ ପିଟିି ପିଟି ହତ୍ୟା ଅଭିଯୋଗ

କେନ୍ଦୁଝର : ସାମାନ୍ୟ ବଚସାକୁ ନେଇ ନାବାଳକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ। କେନ୍ଦୁଝର ମହୁଲିଡ଼ିଆଁ ଥାନା ଅନ୍ତର୍ଗତ ଶାଳଚୁଆଁ ଗାଁରେ ଘଟିଛି ଏଭଳି ଘଟଣା। ମୃତ ବାଳକଙ୍କ ନାଁ ବିଜୟ କୁମାର ନାୟକ। ବିଜୟ ସାଙ୍ଗମାନଙ୍କ ସହ ବରକୁଟି ମେଳା ବୁଲିବାକୁ ଯାଇଥିଲେ। ଫେରିବା ସମୟରେ ସାଙ୍ଗମାନଙ୍କ ସହ ତାଙ୍କର କୌଣସି କାରଣରୁ ବଚସା ହୋଇଥିଲା। ଏହି ସମୟରେ ସାଙ୍ଗମାନେ ତାଙ୍କୁ ପିଟି ପିଟି ମାରି ଦେଇଥିବା ବିଜୟଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବିଜୟଙ୍କୁ […]

  • Friday, 16 July 2021
girl
ପଟ୍ଟାମୁଣ୍ଡାଇ ସମିଲିଙ୍ଗୀ ବିବାହ ପ୍ରସଙ୍ଗ ; ୧୫ ଦିନ ପାଇଁ ସୁଧାର ଗୃହରେ ଦୁଇ ଯୁବତୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ସମଲିଙ୍ଗୀ ବିବାହ କରିଥିବା ଦୁଇ ଯୁବତୀଙ୍କୁ ପୁଲିସ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରି ୧୫ ଦିନ ପାଇଁ ସୁଧାର ଗୃହକୁ ପଠାଇ ଦେଇଛି। ୧୬୪ ଧାରାରେ ବୟାନ ରେକର୍ଡ ପାଇଁ କୋର୍ଟରେ ଉଭୟଙ୍କୁ ହାଜର କରିଥିଲା ପୁଲିସ। ଜୀବନ ପ୍ରତି ବିପଦ ଥିବା ଦର୍ଶାଇବାରୁ କୋର୍ଟ ସେମାନଙ୍କୁ ୧୫ଦିନ ପାଇଁ କେନ୍ଦ୍ରାପଡ଼ା ସ୍ୱାଧାର ଗୃହକୁ ପଠାଇ ଦେଇଛନ୍ତି। ସେମାନଙ୍କ ବିବାହ ଆଇନ ସମ୍ମତ ଓ ସୁରକ୍ଷା ପାଇଁ ସୁଧାର ଗୃହକୁ ପଠାଯାଇଛି ବୋଲି […]

  • Friday, 16 July 2021
sundari
ପୁଣି ସାତକୋଶିଆ ଫେରିବ କି ନାହିଁ ବାଘୁଣୀ ସୁନ୍ଦରୀ ତାକୁ ନେଇ ଅନିଶ୍ଚିତତା

ଅନୁଗୁଳ : ସାତକୋଶିଆ ଜଙ୍ଗଲରେ କେବେ ମୁକ୍ତ ବିଚରଣ କରିବ ବାଘୁଣୀ ସୁନ୍ଦରୀ। ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ବାଘୁଣୀ ଏନ୍‌କ୍ଲୋଜରରୁ କେବେ ଜଙ୍ଗଲରେ ଛଡ଼ାଯିବ, ସେ ନେଇ ନିଷ୍ପତ୍ତି ଚୂଡାନ୍ତ ହୋଇନି। ସୁନ୍ଦରୀକୁ ସାତକୋଶିଆ ଅଭୟାରଣ୍ୟରେ ଛାଡ଼ିବାକୁ ନିଷ୍ପତ୍ତି ପରେ, ଏଥିରେ ସହାୟତା ପାଇଁ ଗତକାଲି କୁମ୍‌କୀ ହାତୀ ଯଶୋଦାକୁ ଚନ୍ଦକା ଗୋଡ଼ିବାରୀ ଜଙ୍ଗଲରୁ ସାତକୋଶିଆ ନିଆଯାଉଥିଲା। ତେବେ ହଠାତ୍ ପୁଣି ପ୍ଲାନ୍‌ରେ ପରିବର୍ତ୍ତନ କରାଯାଇଥିବାରୁ ଯଶୋଦା ହାତୀକୁ ଅଧାବାଟରୁ ଫେରାଇ ଅଣାଯାଇଛି। ତେଣୁ […]

  • Friday, 16 July 2021
samba
ଆଜି ପବିତ୍ର ଶାମ୍ବ ଦଶମୀ,ସୂର୍ଯ୍ୟ ପୂଜାରେ ଉତ୍ସବ ମୁଖର ପୁରପଲ୍ଲୀ

ଭୁବନେଶ୍ୱର :ଆଜି ପବିତ୍ର ଶାମ୍ବ ଦଶମୀ। ପୌଷ ଶୁକ୍ଲ ପକ୍ଷ ଦଶମୀରେ ପାଳିତ ହୁଏ ଓଡ଼ିଶାର ଏହି ମହାନ ପର୍ବ। ମାଆମାନେ ସନ୍ତାନମାନଙ୍କର ମଙ୍ଗଳ କାମନା କରି ଏହି ଦିନ ସୂର୍ଯ୍ୟଦେବତାଙ୍କୁ ପୂଜା କରନ୍ତି। କିମ୍ୱଦନ୍ତୀ କହେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାପଗ୍ରସ୍ତ ହୋଇ କୁଷ୍ଠ ରୋଗାକ୍ରାନ୍ତ ହୋଇଥିଲେ। କୋଣାର୍କରେ ବାର ବର୍ଷ ସୂର୍ଯ୍ୟ ପୂଜା କରିବା ପରେ ସେ ରୋଗମୁକ୍ତ ହୋଇଥିଲେ। ଶାମ୍ବ ଦଶମୀ ବ୍ରତ କଥାରେ ଏହି ତଥ୍ୟ ଉଲ୍ଲେଖ ରହିଛି। ଏହି ଦିନ […]

  • Friday, 16 July 2021
bjd
ବିଜେଡିରେ ସାଙ୍ଗଠନିକ ଅଦଳବଦଳ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳରେ ସାଙ୍ଗଠନିକ ପରିବର୍ତ୍ତନ। ଦେବାଶିଷ ସାମନ୍ତରାୟଙ୍କୁ ଦଳର ସାଧାରଣ ସଂପାଦକ ପଦରୁ ଅବ୍ୟାହତି ଦିଆଯାଇଥିବା ବେଳେ ତାଙ୍କୁ କଟକ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି। ସେହିଭଳି ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନ୍‌ଚାର୍ଜ ନିଯୁକ୍ତ ହୋଇଛନ୍ତି ବିମ୍ବାଧର କୁଅଁର। ଚନ୍ଦ୍ରଶେଖର ସାହୁଙ୍କୁ  ଦଳର ଉପସଭାପତି ଓ ବିକ୍ରମ ପଣ୍ଡାଙ୍କୁ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି। ଦଳ ମୁଖପାତ୍ର ଥିବା ସସ୍ମିତ ପାତ୍ରଙ୍କୁ ସଂଖ୍ୟାଲଘୁ ବ୍ୟାପାର ସଂପାଦକ ଭାବେ […]

  • Friday, 16 July 2021
narasingha
ମୋଦିଙ୍କ ଭାଷଣ ନୈରାଶ୍ୟଜନକ : ନରସିଂହ ମିଶ୍ର

ବଲାଙ୍ଗିର : ମୋଦିଙ୍କ ବଲାଙ୍ଗିର ଗସ୍ତରେ ରେଲ୍‌ୱେ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମାଲୋଚନା। ମୋଦିଙ୍କ ଭାଷଣ ନୈରାଶ୍ୟଜନକ ବୋଲି ସେ କହିଛନ୍ତି। ନରସିଂହ କହିଛନ୍ତି, ବୋଧ ହୁଏ ପରାଜୟ ଆଶଙ୍କାରେ ମୋଦି ଏପରି ଭାଷଣ ଦେଇଛନ୍ତି। ସେଥତ୍ପାଇଁ ସେ କଣ କହୁଛନ୍ତି ତାହା ବୁଝା ପଡ଼ୁନି। ପଛୁଆ ଜିଲ୍ଲା ବଲାଙ୍ଗିର ପାଇଁ ଅନେକ ପ୍ୟାକେଜ୍ ଦାବି କରିଥିଲୁ। ହେଲେ ବଲାଙ୍ଗିର ପାଇଁ କିଛି ସ୍ୱତନ୍ତ୍ର ପ୍ୟାକେଜ୍ […]

  • Friday, 16 July 2021
minor girl rape issue
ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ବ୍ରହ୍ମପୁର : ରାଜ୍ୟ ଶିଶୁ ସୁରକ୍ଷା ଓ ଅଧତ୍କାର ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଗସ୍ତ କରି ପୀଡ଼ିତାଙ୍କୁ ଭେଟିଥିଲେ। ପୀଡିତାଙ୍କ ସହ ଆଲୋଚନା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ଏହି ଘଟଣାରେ ଯେଉଁ ଅଧତ୍କାରୀମାନେ ସେମାନଙ୍କ ଦାୟିତ୍ୱ ଖିଲାପ କରିଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସେପଟେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣାରେ […]

  • Friday, 16 July 2021
natak
ଆଜି ଠାରୁ ରବୀନ୍ଦ୍ର ମଣ୍ଡପରେ ମନନ ନାଟ୍ୟ ମହୋତ୍ସବ

ଭୁବନେଶ୍ୱର : ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବାକୁ ଯାଉଛି ୪୦ତମ ମନନ ନାଟ୍ୟ ମହୋତ୍ସବ। ୨୨ ଜଣ କଳାକାରଙ୍କୁ ନେଇ ୪ଟି ନାଟକ ପ୍ରସ୍ତୁତ କରାଯାଇଛି। ଏନେଇ ମନନ ପକ୍ଷରୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମନନର କର୍ମକର୍ତ୍ତା। ଏହି ୪ଟି ନାଟକରୁ ୩ଟି ନାଟକ ପଶ୍ଚିମ ଓଡିଶାରୁ ଆସିଥିବା ବେଳେ ଗୋଟିଏ ନାଟକ ମନନ ପ୍ରସ୍ତୁତ କରିଛି।

  • Friday, 16 July 2021
surendra
ଶିକୁଳି ବନ୍ଧା ବୃଦ୍ଧ ସୁରେନ୍ଦ୍ର ସେଠୀ ଉଦ୍ଧାର

ବ୍ରହ୍ମପୁର : ଓଟିଭିରେ ଖବର ପ୍ରସାରଣର ପ୍ରଭାବ। ପ୍ରଶାସନ ପକ୍ଷରୁ ଶିକୁଳି ବନ୍ଧା ବୃଦ୍ଧ ସୁରେନ୍ଦ୍ର ସେଠୀ ଉଦ୍ଧାର ହେବା ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସୁରେନ୍ଦ୍ରଙ୍କ ହାତ ଗୋଡରେ ଶିକୁଳି ବାନ୍ଧି ପରିବାର ଲୋକେ ବାହାରେ ଛାଡ଼ି ଦେଇଥିବା ଖବର ଓଟିଭିରେ ଗତ ୧୨ ତାରିଖରେ ପ୍ରସାରିତ ହୋଇଥିଲା। ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ବୃଦ୍ଧଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଆରମ୍ଭ ହୋଇଛି। ଗଂଜାମ ଜିଲା ପାଟପୁର […]

  • Friday, 16 July 2021
jundice
କଟକରେ ପୁଣି ଜଣ୍ଡିସ ଆତଙ୍କ

କଟକ : କଟକରେ ପୁଣି ଜଣ୍ଡିସ ଆତଙ୍କ। ସାହିକୁ ସାହି ଡେଇଁବାରେ ଲାଗିଛି ଜଣ୍ଡିସ।  ସହରର ଶିଖରପୁର ଅଞ୍ଚଳରେ ସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ। ୨ଦିନ ତଳେ ଶିଖରପୁର ତଳସାହି ଅଞ୍ଚଳରେ ୧୫ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ନଦୀକୂଳ ସାହିରେ ବି ଜଣ୍ଡିସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳରେ ପାଇପ୍‌ ଲାଇନ ଓ ଡ୍ରେନ୍‌ ସମସ୍ୟା ନେଇ […]

  • Friday, 16 July 2021
kansa--
ବରଗଡ଼ରେ କଂସ ରାଜ୍

ବରଗଡ଼ : ମଥୁରାନଗରୀ ପାଲଟିଥିବା ବରଗଡ଼ରେ ଏବେ ଚାଲିଛି ପ୍ରବଳ ପ୍ରତାପୀ ମହାରାଜା କଂସଙ୍କ ରାଜୁତି। ଏହି କ୍ରମରେ କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଇ ଆଜି ମହାରାଜା କଂସ ବାଣିଜ୍ୟକର ଅଧିକାରୀ ଓ ବନଖଣ୍ଡ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି। ମଥୁରା ନଗରୀରେ କାହିଁକି ରାଜସ୍ୱ ଆଦାୟ କମିଛି, ତାହାର ଜବାବ ମାଗିବା ସହ ଧାର୍ଯ୍ୟ ସମୟ ମଧ୍ୟରେ କର ଆଦାୟ କରିବାକୁ ବାଣିଜ୍ୟକର ଅଧିକାରୀ ନିରୂପମା ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅବମାନନା ହେଲେ କଠୋର ଦଣ୍ଡ […]

  • Friday, 16 July 2021
tiger
ପୁଣି ସାତକୋଶିଆ ଜଙ୍ଗଲକୁ ଫେରିବ ବାଘୁଣୀ ‘ସୁନ୍ଦରୀ’

ଅନୁଗୁଳ : ପୁଣି ସାତକୋଶିଆ ଜଙ୍ଗଲକୁ ଫେରିବ ବାଘୁଣୀ ‘ସୁନ୍ଦରୀ’। ଏବେ ଏନ୍‌କ୍ଲୋଜରରେ ଥିବା ସୁନ୍ଦରୀକୁ ଜଙ୍ଗଲରେ ଛାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ। ଏଥିରେ ସହାୟତା ପାଇଁ କୁମ୍‌କୀ ହାତୀ ଯଶୋଦାକୁ ଚନ୍ଦକା ଗୋଡ଼ିବାରୀ ଜଙ୍ଗଲରୁ ସାତକୋଶିଆ ନିଆଯାଇଛି। ଯଶୋଦା ଓ ଅନ୍ୟ ହାତୀଙ୍କ ସହାୟତାରେ ସୁନ୍ଦରୀ ଉପରେ ନଜର ରଖିବ ବନବିଭାଗ। ଦୁଇ ଦୁଇଟି ମଣିଷ ଶିକାର ଅଭିଯୋଗ ପରେ ସୁନ୍ଦରୀକୁ ଏନ୍‌କ୍ଲୋଜରରେ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଅଭୟାରଣ୍ୟ କର୍ତ୍ତୃପକ୍ଷ ଏଥିପାଇଁ ବାଘୁଣୀକୁ […]

  • Friday, 16 July 2021
baba
ଗୋଲଡେନ ବାବାଙ୍କ ସମ୍ପତ୍ତି ସିଜ୍ ପ୍ରକ୍ରିୟା ଜାରି

ଭୁବନେଶ୍ୱର: ଗୋଲଡେନ ବାବା ଓରଫ ଜ୍ୟୋତିରଂଜନ ବେଉରାଙ୍କ ୪୦ ଲକ୍ଷ ଟଙ୍କାର ଗୋଲଡ ଲକର ଫ୍ରିଜ୍‌ ହେବାପରେ ୭ଟି ବ୍ୟାଙ୍କ୍‌ ଆକାଉଣ୍ଟରେ ଥିବା ୫୧ ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। HDFC, ICICI, ଆକ୍ସିସ୍ ବ୍ୟାଙ୍କ୍‌ରେ ୬ଟି ଓ ଇଣ୍ଡସ୍ ଇଣ୍ଡ ବ୍ୟାଙ୍କ୍‌ରେ ଗୋଟିଏ ଆକାଉଣ୍ଟକୁ ପୁଲିସ ଜବତ କରିଛି। ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଧୀନରେ ଏହି ସବୁ ବ୍ୟାଙ୍କ୍‌ ରହିଛି। ନିଜ ନାଁରେ ଓ ନିଜ ସଂସ୍ଥା ନାଁରେ […]

  • Friday, 16 July 2021
man
ବାହା ପାଇଁ ଅରାଜି ହେବାରୁ ବିଧବା ଭାଉଜକୁ ଆକ୍ରମଣ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଲଜ୍ଜା। ବିଧବା ଭାଉଜ ବିବାହ କରିବା ପ୍ରସ୍ତାବକୁ ଗ୍ରହଣ ନ କରିବାରୁ ଭୁଜାଲୀରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରି ଦିଅର ଫେରାର । ସୂଚନା ମୁତାବକ, କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ଗାଁରେ ଘଟିଛି ଏଭଳି ଘଟଣା। ଏହି ଘଟଣା ଘଟିବା ପରେ ଗୁରୁତର ଅବସ୍ଥାରେ ବିଧବା ମହିଳାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ କଙ୍କଡ଼ାହାଡ଼ ଥାନାରେ ଏତଲା ହେବାପରେ ଦିଅର ସିପୁ ପାତ୍ରକୁ ଅଟକ ରଖି ପୁଲିସ […]

  • Friday, 16 July 2021
assembly
ଫେବ୍ରୁଆରୀ ୭ରେ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ

ଭୁବନେଶ୍ୱର : ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଏ ନେଇ ଆଜି ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୪ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ। ତେବେ ୭ ତାରିଖରେ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ। ନିର୍ବାଚନ ବର୍ଷ ହୋଇଥିବାରୁ ପୂର୍ଣ୍ଣାଙ୍ଗ ବଜେଟ୍ ବଦଳରେ କାମଚଳା ବଜେଟ୍ ଆଗତ ହେବ। ବଜେଟ ଆଗତ ହେବା ପରଦିନ ଅର୍ଥାତ୍ ୮ ତାରିଖରେ ବ୍ୟୟମଂଜୁରୀ ବିଲ୍ ଉପରେ ଆଲୋଚନା […]

  • Friday, 16 July 2021
baijayanta
ବିଜେଡି ପ୍ରତି ମୋଦିଙ୍କ ନରମ ଆଭିମୁଖ୍ୟ ନେଇ ଟ୍ୱିଟରରେ ପ୍ରତିକ୍ରିୟା ରଖିଲେ ବୈଜୟନ୍ତ

ଭୁବନେଶ୍ୱର: ବିଜେଡି ଓ ନବୀନ ସରକାର ପ୍ରତି ବଲାଙ୍ଗିରରେ ମୋଦିଙ୍କ ନରମ ଆଭିମୁଖ୍ୟ ନେଇ ତେରଛା ବାଣ ମାରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ପରୋକ୍ଷରେ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରି ବୈଜୟନ୍ତ ଟୁଇଟ୍ କରିଛନ୍ତି, ଏହା ଖେଳନା ବନ୍ଧୁକରେ ମରାମରି ଭଳି କଥା। ଖେଳନା ବନ୍ଧୁକରେ ଆକ୍ରମଣ ପ୍ରତି ଆକ୍ରମଣ ଚାଲିଛି। ଏଥିରୁ ଆପଣଙ୍କୁ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିବ, କିନ୍ତୁ ସବୁ ବାଣ ଫୁଟିବା ଭଳି ନିଷ୍ପ୍ରଭ। ସଂସଦର ଭୋଟିଂ ରେକର୍ଡ […]

  • Friday, 16 July 2021
n1
ପିଏମ୍ କିଶାନ ଯୋଜନାରେ ଚାଷୀଙ୍କୁ ୬ ହଜାର ନୁହେଁ, ୧୦ ହଜାର ଟଙ୍କା ଦିଅ: ମୁଖ୍ୟମନ୍ତ୍ରୀ

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ଇଛାପାଲ୍ଲୀରେ ଆୟୋଜିତ କାଳିଆ ଚାଷୀ ମହାସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ୧୩୪୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଯୋଜନାରେ ୧୪ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ସହାୟତା ରାଶି ପ୍ରଦାନ କରିଥିଲେ। ଏହି ଅବସରରେ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। ଚାଷୀଙ୍କୁ ୬ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା […]

  • Friday, 16 July 2021
baba
ଖୋଲୁଛି ଗୋଲଡେନ ବାବାଙ୍କ ଗୁମର

ଭୁବନେଶ୍ୱର: ଖୋଲୁଛି ଗୋଲଡେନ ବାବାଙ୍କ ଗୁମର। କ୍ରାଇମବ୍ରାଞ୍ଚ ଅଥନୈତିକ ଅପରାଧ ଶାଖା ହାତରେ ଲାଗିଛି ଗୋଲଡେନ ବାବାଙ୍କ ଫ୍ରଡ୍‌ ନକ୍ସା। କେମିତି ମାୟାଜାଲର ଗୁମର ରଚି ଅର୍ଥ ହଡପ କରୁଥିଲେ ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା। ତାର ଗୁମର ଖୋଲିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଗୋଟିଏ ଦିନ ରିମାଣ୍ଡରେ ଆଣି ବାବାଙ୍କ ପାଖରୁ ଫ୍ରଡ ନକ୍ସା ରହସ୍ୟ ଓଗାଳିଛି କ୍ରାଇମବ୍ରାଞ୍ଚ। ୯ଟି ଗ୍ରୁପ ଅଫ୍ କମ୍ଫାନୀରୁ ଗୋଲଡେନ ବାବାଙ୍କ ବାର୍ଷିକ ଟର୍ଣ୍ଣ ଓଭର ଥିଲା […]

  • Friday, 16 July 2021
banai
ଅଧସ୍ତନ ମହିଳା କର୍ମଚାରୀଙ୍କ ସହ ଅଶ୍ଳୀଳ ଆଚରଣ ଅଭିଯୋଗ

ସୁନ୍ଦରଗଡ଼ : ଅଫିସରେ ଅଧସ୍ତନ ମହିଳା କର୍ମଚାରୀଙ୍କ ସହ ଅଶ୍ଳିଳ ଆଚରଣ। କାମ ବାହାନାରେ ନାନା ଅଶ୍ଳୀଳ ଇଙ୍ଗିତ କରୁଛନ୍ତି ଉପରିସ୍ଥ ଅଧିକାରୀ। ସୁନ୍ଦରଗଡ଼ ବଣାଇ ଉପଖଣ୍ଡ ପ୍ରାଣି ଚିକିତ୍ସାଧିକାରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜିଲ୍ଲା ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ୪ ମହିଳା କର୍ମଚାରୀ। ମହିଳା କର୍ମଚାରୀଙ୍କ ସହ ବାରମ୍ବାର ଏଭଳି ଘଟିବା ପରେ ୪ ଜଣ ମିଶି ଏ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ବଣାଇ ଉପଜିଲ୍ଲାପାଳ, ସୁନ୍ଦରଗଡ଼ ଜିଲ୍ଲାପାଳ, […]

  • Friday, 16 July 2021